Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
11 08-09-2025 Odia
  1. 1.ରୁଷ୍‌ ପ୍ରାୟ ୮ ଶହ ଡ୍ରୋନ୍‌ ଏବଂ ୧୩ଟି କ୍ଷେପଣାସ୍ତ୍ର ଦ୍ଵାରା କିବ୍‌କୁ ଟାର୍ଗେଟ୍‌ କରିଛି। ଏହି ଆକ୍ରମଣରେ କିବ୍‌ର ‘କ୍ୟାବିନେଟ୍‌ ଭବନ’ ଭୀଷଣ କ୍ଷତିଗ୍ରସ୍ତ ହୋଇଛି।

  2. 2.ଜାପାନ  ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନିଜ ଦଳ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (ଏଲ୍‌ଡିପି)ରେ ବିଭାଜନ ରୋକିବା ପାଇଁ ସେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।

  3. 3.ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତର ଲବି ଏଜେଣ୍ଟ୍‌ ଜେସନ୍‌ ମିଲର୍‌  ଭେଟିଛନ୍ତି। ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ମିଲର୍‌ ମୋଦୀ ସରକାରଙ୍କ ପାଇଁ ଲବି କରୁଥିବା ଜଣେ ସ୍ବୀକୃତିପ୍ରାପ୍ତ ବିଦେଶୀ ଏଜେଣ୍ଟ।

  4. 4.ବିହାରରେ ନିକଟରେ ହୋଇଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଆଧାର କରି ଦେଶବ୍ୟାପୀ ଭୋଟର ତାଲିକାରେ ସ୍ଵତନ୍ତ୍ର ସଂଶୋଧନ (ଏସ୍ଆଇଆର୍‌) ଆରମ୍ଭ କରିବାକୁ ନିର୍ବାଚନ କମିସନ (ଇସି) ପ୍ରସ୍ତୁତି ଚଳାଇଛନ୍ତି। ଏହି ଅଭିଯାନ ଚଳିତ ମାସ ଶେଷ କିମ୍ବା ଅକ୍ଟୋବର ପ୍ରାରମ୍ଭରେ ଆରମ୍ଭ ହେବ।

  5. 5.ଆମେରିକାର ଶୁଳ୍କ ଏବଂ ୟୁକ୍ରେନ-ରୁଷିଆ ଯୁଦ୍ଧ ମଧ୍ୟରେ, ବିଶ୍ୱ ସ୍ତରରେ ଏକ ନୂଆ ସଙ୍କଟ ସୃଷ୍ଟି ହେବାକୁ ଯାଉଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ବିରୁଦ୍ଧରେ ଆମେରିକା, ଜାପାନ ଏବଂ ଦକ୍ଷିଣ କୋରିଆ ଏକାଠି ହେବାକୁ ଯାଉଛନ୍ତି। ତିନି ଦେଶର ସେନା ସେପ୍ଟେମ୍ବର ୧୫ରୁ ମିଳିତ ସାମରିକ ଅଭ୍ୟାସ କରିବେ।

  6. 6.ଲୋହିତ ସାଗରରେ କେବଲ୍‌ କଟିବା କାରଣରୁ ବିଶ୍ଵ ଇ‌ଣ୍ଟରନେଟ୍‌ ଟ୍ରାଫିକ୍‌ର ୧୭ ପ୍ରତିଶତ ପ୍ରଭାବିତ ହୋଇଛି। ଏହି ଅପ୍ଟିକାଲ ଫାଇବର କେବଲ୍‌ ମାଇକ୍ରୋସଫ୍ଟର କ୍ଲାଉଡ ପ୍ଲାଟଫର୍ମ ଆଜ୍ୟୁର୍‌ର। ଏହି କମ୍ପାନି ୟୁରୋପ ଏବଂ ଏସିଆରେ ଇଣ୍ଟରନେଟ୍ ସେବା ଯୋଗାଇଥାଏ।

  7. 7.କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ରିଲିଫ୍ (ଡିଆର) ରେ ୩ ​​ପ୍ରତିଶତ ବୃଦ୍ଧି ଘୋଷଣା କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୧.୨ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ।

  8. 8.କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଏର ଏକ ଏଫଆଇଆରରୁ ଜଣାପଡିଛି ଯେ, ଶଶିକଳା ୨୦୧୬ରେ ବିମୁଦ୍ରାକରଣ ସମୟରେ ଏକ ଚିନି କାରଖାନା କିଣିବା ପାଇଁ ପୁରୁଣା  ନୋଟର ୪୫୦ କୋଟି ଟଙ୍କାର ବିପୁଳ ପରିମାଣର ଟଙ୍କା ଦେଇଥିଲେ। ଏହାକୁ ବ୍ୟାଙ୍କ ଠକେଇ ଏବଂ ବେନାମୀ ସମ୍ପତ୍ତି ସହିତ ମଧ୍ୟ ଯୋଡ଼ା ଯାଉଛି।

  9. 9.ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ୨୭ରେ ହେବାକୁ ଥିବା ସ୍ଵତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍‌ ଓଟିଇଟି)ର ପ୍ରଶ୍ନପତ୍ରର ଢାଞ୍ଚା (ପାଟର୍ନ) ବଦଳିବ ନାହିଁ। କିନ୍ତୁ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ।

  10. 10.ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗାଁର ଜଣେ ୧୦ ବର୍ଷର ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଗାଁ ପାଖ ନାଳରୁ ଉଦ୍ଧାର ହୋଇଛି। ଦୁଷ୍କର୍ମ କରି ନାଳରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

  11. 11.କେନ୍ଦ୍ର ସରକାର ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ୪୨ଟି ସାଧାରଣ ଔଷଧର ଖୁଚୁରା ମୂଲ୍ୟ ସ୍ଥିର କରିଛନ୍ତି। ଏଥିରେ ବ୍ରଡ୍-ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ ଏବଂ ଇପ୍କା ଲାବୋରେଟୋରୀ ଅନ୍ତର୍ଭୁକ୍ତ।

  12. 12.ଆଇଫୋନ୍ ୧୭ ସିରିଜର ବିଶ୍ୱବ୍ୟାପୀ ଲଞ୍ଚ ପୂର୍ବରୁ ଆପଲ୍‌ ଭାରତରେ ଗତ ଆର୍ଥିକ ବର୍ଷରେ ୯ ବିଲିୟନ ଡଲାରରୁ ଅଧିକ ବିକ୍ରି ହାସଲ କରି ନୂଆ ମାଇଲଖୁଣ୍ଟ ଛୁଇଁଛି।

  13. 13.ଭାରତୀୟ ଏଡଟେକ୍ ପ୍ଲାଟଫର୍ମ ଫିଜିକ୍ସଓ୍ଵାଲା ୩,୮୨୦ କୋଟି ଟଙ୍କା ($୪୩୭ ନିୟୁତ) ମୂଲ୍ୟର ଆଇପିଓ ପାଇଁ ଡ୍ରାଫ୍ଟ ପେପର ଦାଖଲ କରିଛି। ଏଡଟେକ୍ କ୍ଷେତ୍ରରେ ମାନ୍ଦାବସ୍ଥା ସତ୍ତ୍ଵେ ନୂଆ ଲିଷ୍ଟିଂ ବଜାର ଗତି ପାଇଛି।

  14. 14.ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଓଡ଼ିଶାରେ ଆସନ୍ତା ୭ ରୁ ୧୩ ସେପ୍ଟେମ୍ବର ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ହେବାର ସମ୍ଭାବନା ରହିଛି।

  15. 15.ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଭାରତ ହକି ଏସିଆ କପ୍ ଟାଇଟଲ ଜିତିଛି। ଚତୁର୍ଥ ଥର ପାଇଁ ଭାରତ ଏସିଆ କପ୍ ଟ୍ରଫି ଜିତିଛି।

115 Y
12 08-09-2025 English
  1. 1.Filmmaker Anuparna Roy, who made her debut with ‘Songs of Forgotten Trees’, bagged the Best Director award at the Venice International Film Festival.

  2. 2.The Supreme Court is scheduled to hear Monday a batch of petitions challenging the June 24 decision of the Election Commission to conduct Special Intensive Revision (SIR) of electoral rolls in poll-bound Bihar.

  3. 3.The Odisha Excise department carried out intensive enforcement drives across the state September 6, seizing illicit goods worth Rs1.42 crore. The raids resulted in 264 cases being registered and 183 arrests.

  4. 4.Five persons, including two women, were arrested in Bhubaneswar Sunday as an inter-state cyber fraud racket was busted, police said. A fallout among the members of the gang over the share of crime proceeds led to a kidnapping, unravelling the entire case, they said.

  5. 5.Uttar Pradesh is set to unveil ‘Anokhi Duniya’, the world’s first-ever park crafted entirely from ceramic waste, according to officials.

  6. 6. Opposition MPs would be briefed Monday on the procedure to vote in the September 9 vice presidential polls, sources in the INDIA bloc said Sunday.

  7. 7.A Class IX girl was allegedly raped inside a car by a man in Kandhamal district, police said Sunday.

  8. 8.Russia attacked with 810 drones and decoys, Ukraine’s air force said, adding it shot down 747 drones and four missiles.

  9. 9.Japan’s Prime Minister Shigeru Ishiba announced Sunday that he will resign following growing calls from within his party to take responsibility for a historic defeat in July’s parliamentary election.

  10. 10.The year-long birth centenary celebrations of legendary singer Bhupen Hazarika will commence Monday, with the Assam government and various other organisations set to pay tributes to the maestro.

  11. 11.Gold and silver prices surged sharply over this week, pushing gold to Rs1.06 lakh per 10 grams and silver beyond Rs1.23 lakh per kilogramme.

  12. 12.Foreign investors pulled out Rs12,257 crore ($1.4 billion) from Indian equities in the first week of September, weighed down by a stronger dollar, US tariff concerns, and persistent geopolitical tensions.

  13. 13.World number one Aryna Sabalenka retained her US Open crown with a battling 6-3 7-6(3) win over American eighth seed Amanda Anisimova in the US Open women's fi nal Saturday, underlining her claim as the modern queen of the hardcourt.

  14. 14.Hockey India has announced Rs3 lakh each to players after the men's team won the Asia Cup. The support staff members of the Indian men's team will also receive Rs 1.5 lakh each

  15. 15.Indian football is showing signs of returning to normalcy as the All India Football Federation’s executive committee has confirmed that the Super Cup will be held from October 25.

98 Y
13 07-09-2025 Odia
  1. 1.ଆଜି ଭାଦ୍ରବ ପୂର୍ଣ୍ଣିମାରେ ଭାରତରେ ସବୁଠି ବିରଳ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଏହା ଭାରତ ସମେତ ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ନ୍ୟୁଜିଲାଣ୍ଡ, ଆଫ୍ରିକା, ପ୍ରଶାନ୍ତ ମହାସାଗର, ଆଟ୍‌ଲାଣ୍ଟିକ୍ ମହାସାଗର ଆଦି ଅଞ୍ଚଳରେ ଦୃଶ୍ୟମାନ ହେବ।

  2. 2.ମିଳିତ ଜାତିସଂଘ ସାଧାରଣ ପରିଷଦର ଉଚ୍ଚସ୍ତରୀୟ ୮୦ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ବିତର୍କକୁ ସମ୍ବୋଧିତ କରିବେ ନାହିଁ।

  3. 3.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅଚାନକ ତାଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ନରମ କରିଛନ୍ତି ଏବଂ ଭାରତ  ସହ ସଂପର୍କରେ ଉନ୍ନତି ଆଣିବାକୁ ସଙ୍କେତ ଦେଇଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ସାମ୍ବାଦିକଙ୍କ ପ୍ରଶ୍ନର ଜବାବରେ ଟ୍ରମ୍ପ କହିଛନ୍ତି- ‘ମୁଁ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବନ୍ଧୁ ଭାବେ ରହିବି।

  4. 4.ଗୁଜରାଟର ପାବାଗଡ଼ରେ ପ୍ରସିଦ୍ଧ କାଳିକା ମାତା  ପୀଠରେ ଏକ ରୋପ୍‌ୱେ ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ରୋପ୍‌ୱେ  ଜିନିଷପତ୍ର ନେବାଆଣିବା  ପାଇଁ ବ୍ୟବହାର କରାଯାଏ।

  5. 5.ହିମାଚଳପ୍ରଦେଶରେ ପୁଣି ଭୂସ୍ଖଳନ ଆତଙ୍କ ଖେଳାଇ ଦେଇଛି।  ସିରମୌର ନୌହରାଧାର ଅଞ୍ଚଳ ଅଧୀନସ୍ଥ ଚୌକର ଗ୍ରାମରେ ଆଜି  ବଡ଼ ଧରଣର ଭୂସ୍ଖଳନ ହୋଇ ଏକ ପର୍ବତର ବିଶାଳ ଅଂଶ ଭୁଶୁଡ଼ି ଯାଇଛି।

  6. 6. ‘ଅପରେସନ ସିନ୍ଦୂର’ ଲହର ଭଳି ୮୮ ଘଣ୍ଟା ଧରି ଚାଲିଥିଲା ଏବଂ ପରେ ଅସ୍ତ୍ରବିରତି ହୋଇଥିଲେ ସୁଦ୍ଧା ପାକିସ୍ତାନ ସହ ରଣନୀତିକ ସ୍ତରରେ ଯୁଦ୍ଧ ଜାରି ରହିଛି। ‘ଅପରେସନ୍‌ ସିନ୍ଦୂର: ବିଫୋର୍‌ ଆଣ୍ଡ ବିୟଣ୍ଡ୍‌’ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସେନା ମୁଖ୍ୟ ଜେନେରାଲ ଦ୍ଵିବେଦୀ କହିଛନ୍ତି।

  7. 7.ଆଦାନୀ ପାୱାର ଏବଂ ଭୁଟାନର ସରକାରୀ ବିଦ୍ୟୁତ୍ ଉତ୍ପାଦନ କମ୍ପାନୀ ଡ୍ରୁକ୍ ଗ୍ରୀନ୍ ପାୱାର କର୍ପ ଲିମିଟେଡ୍ (DGPC) ଶନିବାର ଭୁଟାନରେ ୫୭୦ ମେଗାୱାଟ ୱାଙ୍ଗଚୁ ଜଳବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଏକ ଅଂଶୀଦାର ଚୁକ୍ତି ସ୍ୱାକ୍ଷର କରିଛନ୍ତି।

  8. 8.ୟୁରୋପ ଟେକ୍ କମ୍ପାନୀ ଗୁଗୁଲ୍ ଉପରେ ୨.୯ ବିଲିୟନ ଡଲାର (ପ୍ରାୟ ୨୯ ହଜାର କୋଟି ଟଙ୍କା) ଜରିମାନା ଲଗାଇବା ପରେ ଟ୍ରମ୍ପ୍ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

  9. 9.ଅଶୋକ ଗେହଲଟ୍ କହିଛନ୍ତି,ରାହୁଲ ଗାନ୍ଧୀ ବହୁ ପୂର୍ବରୁ କହିଥିଲେ, ସମସ୍ତ ବର୍ଗର ଲୋକମାନେ ଜିଏସଟି ବିଷୟରେ ଚିନ୍ତିତ। ସେମାନେ ବ୍ୟବସାୟୀ ହୁଅନ୍ତୁ,ଗ୍ରାହକ ହୁଅନ୍ତୁ କିମ୍ବା ଅନ୍ୟମାନେ।

  10. 10.ସମ୍ପ୍ରତି ମହାରାଷ୍ଟ୍ର ରାଜନୀତିରେ ସବୁଠାରୁ ବଡ଼ ଆଲୋଚନାର ବିଷୟ ହେଉଛି ଠାକରେ ଭାଇମାନଙ୍କ ସମ୍ଭାବ୍ୟ ପୁନର୍ମିଳନ । ଶିବସେନା (ଉଦ୍ଧବ ଗୋଷ୍ଠୀ) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକରେଙ୍କ ମଧ୍ୟରେ ସାକ୍ଷାତ  ବୃଦ୍ଧି ପାଇଛି।

  11. 11.ଗତ ୩ ତାରିଖରେ ଘୋଷିତ ଜିଏସଟି ପରିଷଦର ନିଷ୍ପତ୍ତି ଅନୁସାରେ ଏବେ ୧୨୦୦ସିସି ପର୍ଯ୍ୟନ୍ତ ଇଞ୍ଜିନ୍ ଥିବା ପେଟ୍ରୋଲ, ସିଏନଜି ଏବଂ ଏଲପିଜି କାର ଏବଂ ୧୫୦୦ସିସି ପର୍ଯ୍ୟନ୍ତ ଏବଂ ୪୦୦୦ ମିମିରୁ କମ୍ ଇଞ୍ଜିନ୍ ଥିବା ଡିଜେଲ୍ କାରଗୁଡ଼ିକ ଉପରେ କେବଳ ୧୮% ଜିଏସଟି ଲାଗୁ ହେବ। ପୂର୍ବରୁ, ଏଗୁଡ଼ିକ ଉପରେ ୨୮% ଟିକସ ଲାଗୁଥିଲା।

  12. 12.ଭାରତରେ ସୁନା ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେପ୍ଟେମ୍ବର ୬ ତାରିଖରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ପିଛା ୧ ଲକ୍ଷ ଟଙ୍କା ଓ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ପିଛା ୧.୦୮ ଲକ୍ଷ ଟଙ୍କା ଅତିକ୍ରମ କରିଛି।

  13. 13.ଦିଲ୍ଲୀ ସ୍ଥିତି ଲାଲ୍ କିଲ୍ଲା ପରିସରରେ ଗତ ମଙ୍ଗଳବାର ପ୍ରାୟ ଏକ କୋଟି ଟଙ୍କାର କଳସ ଚୋରି ହୋଇଯାଇଛି । ଲାଲ୍ କିଲ୍ଲା ପରିସରରେ ଏକ ଧାର୍ମିକ ଅନୁଷ୍ଠାନ ଚାଲୁଥିବା ସମୟ ମଧ୍ୟରେ କେହି ଦୁର୍ବୃତ୍ତ ୭୬୦ ଗ୍ରାମର ସୁନା ଓ ୧୫୦ ଗ୍ରାମର ହୀରା, ମାଣିକ୍ୟ, ଲାଗିଥିବା କଳସ ଚୋରି କରିନେଇଛି।

  14. 14.ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ।

  15. 15.୪୦୦ କିଲୋଗ୍ରାମ୍‌ ଆରଡିଏକ୍ସ ଓ ୩୪ ଆତ୍ମଘାତୀ ବିସ୍ଫୋରଣକାରୀ ପଠାଇ ମୁମ୍ବାଇରେ ଆତଙ୍କ ସୃଷ୍ଟି କରିବାକୁ ଚାହୁଁଥିବା ତଥା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରାଯାଇଛି । ଏହି ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶର ନୋଏଡାରୁ ୫୦ ବର୍ଷୀୟ ଅଶ୍ୱୀନ କୁମାର ସାପ୍ରାଙ୍କୁ ଗିରଫ କରିଛି ।

134 Y
14 07-09-2025 English
  1. 1.Six persons died after the cable wire of a cargo ropeway snapped at Pavagadh Hill in Gujarat’s Panchmahal district Saturday, officials said.

  2. 2.The Election Commission of India (ECI) is considering conducting SIR across the country.

  3. 3.Noting that the negotiation with Chhattisgarh to resolve the Mahanadi water dispute was on the right direction, Odisha’s Advocate General (AG) Pitambar Acharya Saturday said political dialogue was more important than the prolonged legal battle.

  4. 4.The State Transport Authority (STA) has intensifi ed its crackdown on road safety violations, cancelling as many as 401 vehicle fitness certificates during a three-day special enforcement drive against overloading and unfit vehicles.

  5. 5.The state government has said around 5.5 lakh cusec of flood water is likely to flow into the Mahanadi river at Mundali near Cuttack Sunday, following heavy rainfall in the last few days.

  6. 6.Stewart School in Cuttack marked a historic occasion Friday with the inauguration of the Netaji Museum, honouring alumnus Subhas Chandra Bose, one of India’s most prominent freedom fi ghters.

  7. 7.At least 50 devotees were injured, many of them critically, when lightning struck them Saturday afternoon during the Mandargiri puja atop Chitrakoot hill, near Jarachhat village under Kundheigola police limits in Deogarh district bordering this block in Angul district.

  8. 8.Chief Minister Bhajanlal Sharma has approved the allocation of land to state enterprise Rajasthan Vidyut Utpadan Nigam Ltd (RVUNL) for the establishment of largescale renewable energy-based production parks in Jaisalmer and Bikaner districts.

  9. 9.Telangana Chief Minister A Revanth Reddy has said that his government has launched the 'Bhu Bharati' portal for land administration to address the problems allegedly created by the 'Dharani' land records management system introduced during the previous BRS regime.

  10. 10.Karnataka Medical Education Minister Sharan Prakash Patil Saturday said that the state has been granted 450 additional medical seats by the National Medical Commission (NMC) for the academic year 2025– 26. This decision addresses a long-standing demand for more seats.

  11. 11.The Enforcement Directorate has summoned a Karnataka BJP worker who had petitioned the Allahabad High Court claiming that Congress leader Rahul Gandhi is a British citizen, official sources said Saturday.

  12. 12.Israel's army called Saturday on Palestinians in Gaza City to move to a humanitarian area it designated in the south as it expanded its operations in preparation for seizing the famine-stricken city, including targeting high-rise buildings.

  13. 13.South Korean President Lee Jae Myung ordered all-out efforts Saturday to swiftly respond to the arrests of hundreds of the nation's citizens in a US immigration raid on a Hyundai Motor car battery factory.

  14. 14.South Korean President Lee Jae Myung ordered all-out efforts Saturday to swiftly respond to the arrests of hundreds of the nation's citizens in a US immigration raid on a Hyundai Motor car battery factory.

  15. 15.The Indian equities ended marginally higher this week as initial optimism around Goods and Service Tax (GST) rationalisation trickled down and global trade tensions resurfaced.

119 Y
15 06-09-2025 Odia
  1. 1.ଜଳବାୟୁ ପରିବର୍ତ୍ତନ କାରଣରୁ ଜଙ୍ଗଲ ନିଆଁ ଭିତ୍ତିଭୂମି, ପରିବେଶ ଓ ମାନବ ସ୍ୱାସ୍ଥ୍ୟ ପାଇଁ ଭୟାନକ ବିପଦ ସୃଷ୍ଟି କରୁଛି। ଜଙ୍ଗଲ ନିଆଁ ପିଏମ୍ ୨.୫ କଣିକା ପ୍ରଦୂଷଣରେ ବଡ଼ ଯୋଗଦାନ କରୁଛି, ଯାହା କି ମାନବ ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ ଭାବେ ସାମନାକୁ ଆସିଛି ‌ବୋଲି ମିଳିତ ଜାତିସଂଘର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମ୍‌ଓ) କହିଛି। 

  2. 2.ଏକ ଐତିହାସିକ ନିଷ୍ପତ୍ତିକ୍ରମେ ଜିଏସ୍‌ଟି ବ୍ୟବସ୍ଥାରେ ସରଳୀକରଣ କରି ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ୍‌କୁ ପ୍ରତ୍ୟାହାର କରାଯାଇଥିଲା। ଏହାର ଲାଭ ଦେଶର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସମସ୍ତଙ୍କୁ ମିଳିବ।

  3. 3.ଚୀନ୍‌କୁ ସମର୍ଥନ କଲେ ଆମେରିକାରେ ନୋ ଏଣ୍ଟ୍ରି  ଭଳି କିଛି କଟକଣା ଲଗାଇବାକୁ ଯାଉଛି ଟ୍ରମ୍ପ ପ୍ରଶାସନ।  ଆମେରିକାର ବିଦେଶ ମନ୍ତ୍ରୀ ମାର୍କ ରୁବିଓ ଘୋଷଣା କରିଛନ୍ତି କି କିଛି ମଧ୍ୟ ଆମେରିକୀୟ ନାଗରିକଙ୍କ ଉପରେ ନୂଆ ଭିସା ଅନୁଯାୟୀ ପ୍ରତିବନ୍ଧକ ଲଗାଯିବ ।

  4. 4.ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ୧୫ ବର୍ଷିଆ ରୋଡମ୍ୟାପ୍ ପ୍ରସ୍ତୁତ କରିଛି, ଯେଉଁଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଭାରତର ସଶସ୍ତ୍ର ବାହିନୀରେ ପରିବର୍ତ୍ତନ କରାଯିବ। 

  5. 5.ଖାଦ୍ୟର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ସରକାରୀ ସ୍କୁଲର ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି | ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ହାଇଦ୍ରାବାଦରେ ଶିକ୍ଷକ ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି।

  6. 6.ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ରାଜସ୍ଥାନ ବିଧାନସଭା ଦ୍ୱାରା ପୂର୍ବତନ ବିଧାୟକ ପେନସନ ମଞ୍ଜୁର କରାଯାଇଛି। ବିଧାନସଭା ସଚିବାଳୟ ତାଙ୍କ ଆବେଦନ ଉପରେ ପ୍ରକ୍ରିୟା ସମାପ୍ତ କରି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ତାରିଖରୁ ପେନସନ ଜାରି କରିବାକୁ ନିର୍ଦ୍ଦେଶ ଦେଇଛି।

  7. 7.ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଅବସ୍ଥିତ ଟେସଲା ଏକ୍ସପେରିଏନ୍ସ ସେଣ୍ଟରରୁ ଏହାର ମଡେଲ୍ ‘ଓ୍ବାଇ’ ଇଲେକ୍ଟ୍ରିକ୍ କାରର ପ୍ରଥମ ଡେଲିଭରି ହୋଇଛି। ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ପ୍ରତାପ ସରନାୟକ ଭାରତରେ ଏହି କାରର ପ୍ରଥମ ଗ୍ରାହକ ହୋଇଛନ୍ତି।

  8. 8.ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଏଭଳି ଏକ ଜରିମାନା ଦେବାକୁ ରସିଦ ପଠାଯାଇଛି | ତେବେ ଏହି ଫାଇନ ରାଶି ୧୦ କି ୨୦ ହଜାର ନୁହେଁ ବରଂ ୮ ଲକ୍ଷ ଟଙ୍କାର ଫାଇନ ଦେବାକୁ କୁହାଯାଇଛି | ବାସ୍ତବରେ ଅଖିଳେଶଙ୍କ କାରକେଡ଼ ସହ ତାଙ୍କ ବ୍ୟକ୍ତିଗତ ଗାଡି ନିୟମକୁ ଭାଙ୍ଗି ଦ୍ରୁତ ଗତିରେ ଯାଇଥିବାରୁ ଏହି ଫାଇନ ଜାରି କରାଯାଇଛି |

  9. 9.ପୂରା ପଞ୍ଜାବ ସହର। ଏହି ପ୍ରକୃତିକ ବିପର୍ଯ୍ୟାୟରେ ଏବେ ସୁଦ୍ଧା ୪୩ ଲୋକଙ୍କ ଜୀବନ ଯାଇ ସାରିଲାଣି। ଯେବେ କି ୧.୭୧ ଲକ୍ଷ ହେକ୍ଟର ଜମିରେ ହୋଇଥିବା ଫସଲ ବନ୍ୟା ଜଳରେ ବର୍ବାଦ ହୋଇଛି। ୨୩ଟି ଜିଲ୍ଲାର ସମୁଦାୟ ୧୯୦୨ଟି ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଯାହା ଦ୍ୱାରା ୩,୮୪,୨୦୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି।

  10. 10.କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ) ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ର ପୁନଃରୁଦ୍ଧାରକୁ ଅତୀତରେ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି। ଏଥିପାଇଁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବିଏସ୍‌ଏନ୍‌ଏଲ୍‌ ଓ ‌ଏମ୍‌ଟିଏନ୍‌ଏଲ୍‌ ନେଟୱର୍କ ବ୍ୟବହାର କରିବା ଲାଗି କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖାଯାଇଥିଲା।

  11. 11.ଓଡିଶାର ସମସ୍ତ ସରକାରୀ ଅଫିସ୍‌ରେ BSNL ନେଟ୍‌ୱାର୍କ ବାଧ୍ୟତାମୂଳକ ହେବ । ଏନେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଚିଠି କରାଯାଇଛି।

  12. 12.ନାତି, ନାତୁଣୀଙ୍କ ଉପରେ ଜେଜେ ବାପା ଓ ଜେଜେ ମା’ଙ୍କର କୌଣସି ଆଇନଗତ ଅଧିକାର ନାହିଁ। ନାତି, ନାତୁଣୀଙ୍କ ଉପରେ ଜେଜେ ବାପା ଓ ଜେଜେ ମା’ ଯେଉଁ ଅଧିକାର ଦାବି କରିଥାନ୍ତି ତାହା କେବଳ ସେମାନଙ୍କର ଭାବପ୍ରବଣତା ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି।

  13. 13.ଲଘୁଚାପ ପ୍ରଭାବରେ ମହାନଦୀ ଉପର ମୁଣ୍ଡରେ ବର୍ଷା ହୋଇଛି। ଛତିଶଗଡ଼ ଏବଂ ମଧ୍ୟପ୍ରବେଶ ଆଡୁ ବନ୍ୟାପାଣି ମାଡ଼ି ଆସୁଛି। ଫଳସ୍ବରୂପ ହୀରାକୁଦ ଜଳ ଭଣ୍ଡାରକୁ ଅଧିକ ଜଳ ପ୍ରବାହ କରୁଛି।

  14. 14.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାରିଫ୍‌ ମାଡ଼ ଭାରତୀୟ ଅର୍ଥନୀତିକୁ ଘାଇଲା କରିଦେଇଥିବାବେଳେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ) ପୁଞ୍ଜିବଜାରରୁ ବିପୁଳ ନିବେଶ ପ୍ରତ୍ୟାହାର କରିବାରେ ଲାଗିଛନ୍ତି।

  15. 15.ଆଗାମୀ ୩ ବର୍ଷରେ ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ। ଚୁକ୍ତିଭିତ୍ତିକ ନୁହେଁ, ରେଗୁଲାର ଭିତ୍ତିରେ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝି ଦୃଢ଼ତାର କହିଛନ୍ତି।

139 Y
16 06-09-2025 English
  1. 1.The rupee touched its lowest level but pared all losses before ending 3 paise higher at `88.09 against the US dollar Friday amid sustained outfl ow of foreign funds and renewed concern over additional US tariffs on Indian IT sector exports.

  2. 2.The Orissa High Court has expressed concern over the rising mortality rate among patients undergoing open heart surgery at the Cardiothoracic and Vascular Surgery (CTVS) wing of SCB Medical College and Hospital (SCBMCH), Odisha’s largest government-run healthcare facility in Cuttack, and has directed an audit to ascertain the causes.

  3. 3.President Droupadi Murmu presented the prestigious National Teachers’ Awards 2025 to Basanta Kumar Rana and Tarun Kumar Dash of Odisha for their exemplary contribution to teaching and learning, at an event in New Delhi on the occasion of Teachers’ Day, Friday.

  4. 4.Chief Minister Mohan Charan Majhion announced the regular appointment of over 13,000 schematic junior teachers appointed in 2025 as ‘regular teachers’.

  5. 5.The state government has decided to add 600 electric buses to the fleet of ‘Ama Bus’ service, Housing and Urban Development Minister Krushna Chandra Mahapatra said here Friday.

  6. 6.Tata Consultancy Services (TCS) Friday said it has been selected by the Odisha government to design and implement an AI-enabled Integrated Financial Management System (IFMS).

  7. 7. Kamala Kant Pati, headmaster of a government-run school in Patana and district secretary of the Primary Teachers’ Union, became a victim of cyber fraud Thursday evening, losing a total of Rs3.53 lakh from his bank accounts and credit card.

  8. 8.The Central Water Commission Friday warned of widespread fl ooding across several states, with 22 river monitoring stations reporting ‘severe fl ood’ situation and 23 others ‘above normal’ water levels.

  9. 9.A pilot of a private airline was arrested for allegedly trying to fi lm a woman on a hidden camera in Shani Bazar in southwest Delhi, police said Friday.

  10. 10.India Friday declined to respond to US President Donald Trump's remarks that New Delhi is inching closer to China even as it rejected as “inaccurate and misleading” White House Trade advisor Peter Navarro's attack on it for procurement of Russian crude oil.

  11. 11.Educators, school principals and health experts Friday raised an alarm over the rising threat of newage nicotine devices such as vapes, e-cigarettes, nicotine pouches and heated tobacco products (HTPs) invading schools.

  12. 12.US President Donald Trump plans to sign an executive order Friday to rename the Department of Defense the “Department of War,” a White House offi cial said Thursday, a move that would put Trump’s stamp on the government’s biggest organization.

  13. 13.British Prime Minister Keir Starmer Friday appointed Foreign Secretary David Lammy as Deputy Prime Minister in a major Cabinet reshuffle following the resignation of Angela Rayner over a tax underpayment row.

  14. 14.Tata Motors Friday said it will cut passenger vehicle prices ranging between Rs65,000 and Rs1.45 lakh effective September 22 to pass on the full benefit of GST reduction to customers.

  15. 15.Dabur, Indian rival of Colgate-Palmolive, is making its toothpaste a test of nationalism by asking consumers to shun American brands, as companies intensify promotion of local goods amid worsening trade ties with the United States.

124 Y
17 05-09-2025 Odia
  1. 1.ଗୁରୁ ଶିଷ୍ୟର ପରମ୍ପରା ଆମ ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ହଜାର ହଜାର ବର୍ଷ ଧରି ଋଦ୍ଧିମନ୍ତ କରିଆସିଛି। ଆଜି ଆମ ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ଵିତୀୟ ରାଷ୍ଟ୍ରପତି ଶିକ୍ଷକ, ଦାର୍ଶନିକ ତଥା ଭାରତୀୟ ସଂସ୍କୃତିର ଆଗଧାଡ଼ିର ବ୍ୟକ୍ତିତ୍ୱ ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କର ପବିତ୍ର ଜୟନ୍ତୀ।

  2. 2.ଭୟାନକ ବନ୍ୟାରେ ପ୍ରଭାବିତ ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କାଶ୍ମୀରରେ ବେଆଇନ ଗଛ କଟାଯିବା ଅତି ଗମ୍ଭୀର ସ୍ଥିତି ସୃଷ୍ଟି କରିଛି ବୋଲି  ସୁପ୍ରିମ୍‌କୋର୍ଟ କହିଛନ୍ତି ଏବଂ ଏଥିପାଇଁ କେନ୍ଦ୍ର ଓ ସମସ୍ତ ପ୍ରଭାବିତ ରାଜ୍ୟଙ୍କୁ ନୋଟିସ୍‌ ଜାରି କରିଛନ୍ତି।

  3. 3.ଜିଏସ୍‌ଟି ବ୍ୟବସ୍ଥାରେ ହୋଇଥିବା ସରଳୀକରଣର ଲାଭ ଦେଶର ଚାଷୀ, ସାଧାରଣ ଜନତା, ମଧ୍ୟବିତ୍ତ ପରିବାର, ଏମ୍ଏସ୍‌ଏମ୍ଇ, କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ମିଳିବ। ମଧ୍ୟବିତ୍ତ ବର୍ଗ ବିଶେଷ ଭାବେ ଉପକୃତ ହେବେ।

  4. 4. କୋଇଲା ଉପରେ ଜିଏସ୍‌ଟି ହାରକୁ ୫ ପ୍ରତିଶତରୁ ବୃଦ୍ଧି କରାଯାଇ ୧୮ ପ୍ରତିଶତ କରାଯାଇଛି। ଏହା ଦ୍ଵାରା ଓଡ଼ିଶା ବିଶେଷ ଭାବେ ଉପକୃତ ହେବ। ୩ରୁ ୪ ଗୁଣା ଅଧିକ ରାଜସ୍ଵ ଏ ବାବଦରେ ଓଡ଼ିଶାକୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

  5. 5.ପୁରୁଷ ହକି ଏସିଆ କପର ସୁପର-ଫୋର ରାଉଣ୍ଡରେ ଭାରତ ଲଗାତାର ଦ୍ୱିତୀୟ ମ୍ୟାଚ୍ ଜିତିଛି। ଆଜି ଅର୍ଥାତ୍ ସେପ୍ଟେମ୍ବର ୪ ରେ ଭାରତୀୟ ଦଳ ମାଲେସିଆ ବିପକ୍ଷରେ ୪-୧ ଗୋଲରେ ଚମତ୍କାର ବିଜୟ ହାସଲ କରିଛି।

  6. 6.ଫ୍ୟାସନ ଜଗତରେ ଅର୍ମାନି ଏକ ପ୍ରସିଦ୍ଧ ବ୍ରାଣ୍ଡ । ଅର୍ମାନି ସୁଟ ପିନ୍ଧିବା ସମଗ୍ର ବିଶ୍ଵରେ ଏକ ଷ୍ଟାଟସ ସିମ୍ବଲ ବୋଲି ପରିଗଣିତ ହୁଏ । ଏହି ବ୍ରାଣ୍ଡର ପ୍ରତିଷ୍ଠାତା ପ୍ରସିଦ୍ଧ ଇଟାଲୀୟ ଫ୍ୟାଶନ୍ ଡିଜାଇନର୍ ଜିଓର୍ଜିଓ ଅର୍ମାନୀଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୯୧ ବର୍ଷ ହୋଇଥିଲା।

  7. 7.ନେପାଳରେ ସୋସିଆଲ ମିଡ଼ିଆ ଫେସବୁକ, ହ୍ଵାଟ୍ସଆପ ଓ ଏକ୍ସ ସମେତ ୨୬ଟି ସୋସିଆଲ ମିଡ଼ିଆ ସାଇଟ ଉପରେ ବ୍ୟାନ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି | ନେପାଳ ସରକାରଙ୍କର ଟେଲି କମ୍ୟୁନିକେସନ ଅଥରିଟି ଏନେଇ ନିର୍ଦ୍ଦେଶନାମା ଜାରି କରିଛି |

  8. 8.ରନ୍ତର ସ୍ଲୋଗାନ ଦେବା ଏବଂ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ, ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ପାଞ୍ଚ ଜଣ ବିଜେପି ବିଧାୟକ - ମୁଖ୍ୟ ସଚେତକ ଡକ୍ଟର ଶଙ୍କର ଘୋଷ, ଅଗ୍ନିମିତ୍ର ପାଲ, ମିହିର ଗୋସ୍ୱାମୀ, ଅଶୋକ ଦିଣ୍ଡା ଏବଂ ବଙ୍କିମ ଘୋଷଙ୍କୁ ଆଜି ପାଇଁ ଗୃହର ଅବଶିଷ୍ଟ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।

  9. 9.ୟୁପିଆଇ ମଧ୍ୟମରେ ଆପଣ ଦୈନିକ ସର୍ବାଧିକ ୧ ଲକ୍ଷ ଟଙ୍କା ପଠାଇପାରିବେ । କିନ୍ତୁ ଏବେ ୧୫ ସେପ୍ଟେମ୍ବର, ୨୦୨୫ ଠାରୁ, କିଛି ନିର୍ଦ୍ଦିଷ୍ଟ ନେଣଦେଣ ପାଇଁ ଏହି ସୀମାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି। ନୂଆ ନିୟମ ଦ୍ବାରା  ଟିକସ ଦେବା, ବୀମା ପ୍ରିମିୟମ ଦେବା, ଋଣ ଇଏମଆଇ ଦେବା, ଷ୍ଟକ ବଜାରରେ ନିବେଶ କରିବା ଭଳି କାରବାର ଏବେ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇପାରିବ।

  10. 10.ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମଵାର୍କ(ଏନ୍‌ଆଇଆରଏଫ୍‌)-୨୦୨୫ ତାଲିକାରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣିଥରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଦୁଇଟି ଘରୋଇ ଓ ୩ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନକୁ ମିଶାଇ ରାଜ୍ୟର ମୋଟ ୫ଟି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ଶହେ ମଧ୍ୟରେ ରହିଛନ୍ତି।

  11. 11.ଡଟ୍‌ପେନ୍‌ର ଟପ୍ ଓ ନିବ୍ ଶ୍ଵାସନଳୀ ଭିତରେ ପଶି ଶ୍ଵାସକ୍ରିୟା ବେଳେ ହ୍ବିସଲ୍‌ ଭଳି ବାଜୁଥିଲା। ଏହାକୁ ନେଇ ନାକେଦମ୍‌ ହୋଇଥିଲେ ଦୁଇ ଶିଶୁ ଓ ସେମାନଙ୍କ ପରିବାର। କିନ୍ତୁ କଟକ ଶିଶୁଭବନର ଡାକ୍ତର ବିନା ଅସ୍ତ୍ରୋପଚାରରେ ସଫଳ ଚିକିତ୍ସା କରି ପ୍ରଶଂସାର ପାତ୍ର ହୋଇଛନ୍ତି।

  12. 12.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଅଦାଲତ ଟ୍ରମ୍ପଙ୍କୁ କଡ଼ା ଭର୍ତ୍ସନା କରିଥିଲେ। ଏହି ପଦକ୍ଷେପ ଅବୈଧ ବୋଲି କୋର୍ଟ ଘୋଷଣା କରିଥିଲେ। ଟ୍ରମ୍ପ ନିଜ ସୀମା ଲଂଘନ କରି ଜରୁରିକାଳୀନ ଶକ୍ତିର ଦୁରୁପଯୋଗ କରିଥିବା କୋର୍ଟ କହିଥିଲେ।

  13. 13.୫ କି ୧୦ ହଜାର କିଲୋମିଟର ନୁହେଁ। ୨୦ ହଜାର କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବ କ୍ଷେପଣାସ୍ତ୍ର। ତାହାପୁଣି ପରମାଣୁ ଶକ୍ତିସମ୍ପନ୍ନ। ଏଭଳି ଏକ ଘାତକ କ୍ଷେପଣାସ୍ତ୍ର ତିଆରି କରିଛି ଚୀନ। ଯାହାର ନାମ ହେଉଛି ଡିଏଫ-୫ସି।

  14. 14.ସାରା ଦୁନିଆରେ କିଛି ଦିନ ହେବ ଭାରତ-ରୁଷ ଓ ଚୀନ ଜବରଦସ୍ତ ଚର୍ଚ୍ଚାରେ ରହିଛି । ଟ୍ରମ୍ପଙ୍କ ଟାରିଫ୍‌ ପରେ ଏହି ୩ ଦେଶଙ୍କ ଯୋଡି ଏବେ ଆମେରିକା ରାଷ୍ଟ୍ରପତିଙ୍କ ଚିନ୍ତାର କାରଣ ବୋଲି କୁହାଯାଉଛି ।

  15. 15.ଲଘୁଚାପ ପ୍ରଭାବରେ ଝାରସୁଗୁଡ଼ା, ଯାଜପୁର, ଦେବଗଡ଼, କେନ୍ଦୁଝର, ବାଲେଶ୍ଵର ଏବଂ ସମ୍ବଲପୁର ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଏବଂ ଜଳକା ଫୁଲୁଛି।

138 Y
18 05-09-2025 English
  1. 1.As the world marks Teachers’ Day (Sept 5), India observes it in honour of Sarvepalli Radhakrishnan—philosopher, statesman, and the nation’s second President.

  2. 2.Giorgio Armani, the Italian designer who turned the concept of understated elegance into a multibilliondollar fashion empire, has died, his fashion house confi rmed Thursday. He was 91.

  3. 3.Taking a serious note of the devastating landslides and fl oods that have hit Uttarakhand, Himachal Pradesh, Punjab and Jammu and Kashmir, the Supreme Court Thursday observed that ‘illegal felling of trees led to the disasters’.

  4. 4.Nearly 47 per cent of ministers in India have declared criminal cases against themselves, including serious charges such as murder, kidnapping, and crimes against women, according to an analysis of poll rights body Association for Democratic Reforms (ADR).

  5. 5.A day after the Goods and Services Tax (GST) Council approved an overhaul in the indirect tax regime, Opposition BJD Thursday demanded complete exemption of GST on kendu leaf and handloom products, and asked the Centre to compensate the estimated revenue loss of `1,000 crore per month on account of the change in the slabs.

  6. 6.Renowned Odia music director Abhijit Majumdar, 54, is critically ill and on ventilator support at AIIMS Bhubaneswar, hospital authorities said Thursday.

  7. 7.The state government Thursday said it will issue work orders for 50,000 Antyodaya houses September 17, to mark Prime Minister Narendra Modi’s 75th birthday.

  8. 8.The National Institute of Technology Rourkela (NIT Rourkela) has advanced to the 13th position in the National Institutional Ranking Framework (NIRF) 2025 Engineering category, up from 19th in 2024.

  9. 9.The Centre has notifi ed rules for regulating service matters relating to benefi ts under the Unifi ed Pension Scheme (UPS) in respect of its employees, as per offi cial statement.

  10. 10.Around 6,800 unauthorised structures, including farmhouses, schools and government buildings, have come up over 780 acres of deemed forest land in Faridabad in violation of the Forest (Conservation) Act, 1980, the Supreme Court-mandated Central Empowered Committee (CEC) has told the apex court.

  11. 11. The Supreme Court Thursday directed registration of a suo motu public interest litigation over lack of functional CCTVs in police stations after taking cognisance of a media report. The apex court had in 2018 ordered installation of CCTV cameras in police stations to check human rights abuses.

  12. 12.The Trump administration took the fi ght over tariffs to the Supreme Court, asking the justices to rule quickly that the president has the power to impose sweeping import taxes under federal law.

  13. 13.More than 64,000 Palestinians have been killed in the nearly two-year war in the Gaza Strip, local health officials said Thursday, as Hamas and Israel reiterated their incompatible demands for ending the fighting sparked by the militant group’s 2023 attack.

  14. 14.India's Yuki Bhambri progressed to his maiden Grand Slam semifi nal by advancing to the last four of the US Open men's doubles event with New Zealand partner Michael Venus.

  15. 15.Indian Energy Exchange (IEX) Thursday said that its monthly electricity traded volume grew 18.9 per cent to 11,803 million units (MU) in August on a year-onyear basis.

135 Y
19 04-09-2025 Odia
  1. 1.ଭାରତର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା ପାଇଁ ରୁଷ୍‌ ସହ ଚର୍ଚ୍ଚା ସଫଳ ହୋଇଛି। ଭାରତକୁ ଅଧିକ ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ଯୋଗାଇ ଦେବାକୁ ରୁଷ୍‌ ନିଷ୍ପତ୍ତି ନେଇଛି ଏବଂ ଏହି ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ମଧ୍ୟ ସଙ୍କେତ ଦେଇଛି। 

  2. 2.ଲଦାଖ ୨୦୨୫ ଅଗଷ୍ଟରେ ଅଭୂତପୂର୍ବ ବର୍ଷାର ସମ୍ମୁଖୀନ ହୋଇଛି। ଏଥର ଅଗଷ୍ଟରେ ସ୍ବାଭାବିକ ତୁଳନାରେ ୯୩୦% ଅଧିକ ବର୍ଷା ରେକର୍ଡ କରାଯାଇଛି। ଲେହରେ ବାର୍ଷିକ ବର୍ଷା ମାତ୍ର ୧୦୫ ମିଲିମିଟର ଥିବା ବେଳେ ମାତ୍ର ତିନି ଦିନରେ ୭୧.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି।

  3. 3.ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ ଉନ୍‌  ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ  ବେଜିଂରେ ଏକ ବୈଠକ କରିବା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅନଲାଇନରେ ପ୍ରକାଶିତ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ କିମ୍‌ଙ୍କ ସହାୟକମାନେ ବୈଠକ ପରେ ତାଙ୍କ ଦ୍ୱାରା ସ୍ପର୍ଶ କରାଯାଇଥିବା ଚୌକି, ଗ୍ଲାସ୍‌ ଏବଂ ଅନ୍ୟାନ୍ୟ ବସ୍ତୁରୁ କିମ୍‌ଙ୍କ ଛାପ ହଟାଉଛନ୍ତି ।

  4. 4. ସାଧାରଣ ଜନତା ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ବୋଝ ଲାଘବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଚାରିଥାକିଆ ଜିଏସ୍‌ଟି ଢାଞ୍ଚାକୁ ଦୁଇଥାକିଆ କରିଛନ୍ତି। କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ଜିଏସ୍‌ଟି ସ୍ଲାବ୍‌କୁ ରଖାଯାଇଥିବା ବେଳେ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ୍‌କୁ ଉଚ୍ଛେଦ କରାଯାଇଛି।

  5. 5. ସୁପ୍ରିମକୋର୍ଟ  ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ସହ ଅଭିନେତ୍ରୀଙ୍କୁ ମହଙ୍ଗା ଉପହାର ଦେବା ମାମଲାରେ ଜେଲରେ ବନ୍ଦୀ  ଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସ୍ତ୍ରୀଙ୍କୁ ଭର୍ତ୍ସନା କରିଛନ୍ତି।

  6. 6.ଆଗାମୀ ୩ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୨ ଲକ୍ଷ ବେସରକାରୀ ଏବଂ ସରକାରୀ ହାଇସ୍କୁଲରେ ବ୍ରଡବ୍ରାଣ୍ଡ୍ ଇଣ୍ଟରନେଟ୍ ସଂଯୋଗ କରାଯିବ। ଆସର୍ ଏବଂ ପରଖ ରିପୋର୍ଟର ସାମ୍ପ୍ରତିକ ତଥ୍ୟନୁସାରେ ଗାଁରେ ପିଲାମାନଙ୍କର ଶିକ୍ଷଣ ଫଳାଫଳରେ ସହର ଅପେକ୍ଷା ଭଲ ହୋଇଛି।

  7. 7.ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମଙ୍ଗଳବାର ଦିନ ବିଧାନ ପରିଷଦ ସଦସ୍ୟ କେ. କବିତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଏବେ ନିଲମ୍ବିତ ବିଆରଏସ ନେତ୍ରୀ କବିତା, ଦଳ ଏବଂ ଏମଏଲସି ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଏଭଳି ହଠାତ୍ ବିଆରଏସ ତାଙ୍କୁ ନିଲମ୍ବନ କରିବା ଗଭୀର ଦୁଃଖ ଦେଇଛି ବୋଲି କହିଛନ୍ତି କେ.କବିତା।

  8. 8.ବିଦ୍ୟୁତ୍‌ ସେବା ବ୍ୟାହତ କ୍ଷେତ୍ରରେ ଉପଭୋକ୍ତା ଯଦି ଫୋନ୍‌ କରୁଛନ୍ତି, ତେବେ ୩ ମିନିଟ୍‌ ମଧ୍ୟରେ ବିଦ୍ୟୁତ୍‌ ବଣ୍ଟନକାରୀ ସଂସ୍ଥା ପକ୍ଷରୁ ତା’ର ପ୍ରତିଜବାବ ତଥା ରେସ୍‌ପଣ୍ଡ କରାଯିବାକୁ ରହିଛି। ଯଦି ଏହି ସମୟ ମଧ୍ୟରେ ବିଦ୍ୟୁତ୍‌ ବଣ୍ଟନକାରୀ ସଂସ୍ଥା ରେସ୍‌ପଣ୍ଡ ନ କରନ୍ତି ତେବେ ଜରିମାନା ହେବେ।

  9. 9.ସୀତାରମଣ କହିଛନ୍ତି, “ପ୍ରତ୍ୟେକ ରାଜ୍ୟର ଅର୍ଥ ମନ୍ତ୍ରୀ ଏହି ଜିଏସ୍‌ଟି ସରଳୀକରଣକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି।” କାଉନ୍ସିଲ୍‌ ୧୨% ଓ ୨୮% ଟିକସ ସ୍ଲାବ୍‌କୁ ରଦ୍ଦ କରି ଦୁଇହାର ଟିକସ ଗଠନ (୫% ଓ ୧୮%) ମଞ୍ଜୁର କରିଛି। ଏହା ସହ ୩୩ଟି ଜୀବନ ରକ୍ଷାକାରୀ ଔଷଧ ଉପରେ ଜିଏସ୍‌ଟିକୁ ଶୂନ୍ୟ କରାଯାଇଛି।

  10. 10.ଭାରତ ଅଗଷ୍ଟ ମାସରେ ଜିଏସଟି ଆଦାୟ ୧.୮୬ ଲକ୍ଷ କୋଟି ସଂଗ୍ରହ କରିଛି, ଯାହା ଗତ ବର୍ଷ ଏହି ମାସ ତୁଳନାରେ ୬.୫% ଅଧିକ। ତେବେ, ଏହା ଜୁଲାଇର ୧.୯୬ ଲକ୍ଷ କୋଟି ତୁଳନାରେ କମ।

  11. 11.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଦାୟର ରେଫରେନ୍ସ ଉପରେ ବୁଧବାର ସୁପ୍ରିମକୋର୍ଟଙ୍କ ୫ଜଣିଆ ସାମ୍ବିଧାନିକ ପୀଠ ୭ମ ଦିନ ପାଇଁ ଶୁଣାଣି କରିଛନ୍ତି।

  12. 12.ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନଠାରୁ ବିଜୟର ୮୦ବର୍ଷ ପାଳନ  ଅବସରରେ ଚୀନର ରାଜଧାନୀ ବେଞ୍ଜିଂରେ ମିଲିଟାରୀ ପରେଡର ଆୟୋଜନ କରାଯାଇଥିଲା। ଯେଉଁଥିରେ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‍, କିମ୍‍ ଜୋଙ୍ଗ ଉନ୍‍ ଅଂଶଗ୍ରହଣ କରିଥିଲେ ।ଜିନ୍‍ପିଙ୍ଗ ଅଭିଭାଷଣରେ କହିଛନ୍ତି ଯେ ଚୀନ୍‍ କାହାର ଧମକକୁ ଭୟ କରିବ ନାହିଁ,

  13. 13.୩୫ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି।

  14. 14.ଞ୍ଜାବ ସରକାର ରାଜ୍ୟକୁ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ଘୋଷଣା କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ସମସ୍ତ ଜିଲାରେ ବନ୍ୟା ଦେଖାଯାଇଥିବାରୁ ରାଜ୍ୟ ସରକାର ଏପରି ଘୋଷଣା ପୂର୍ବକ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି।

  15. 15.ବିସିସିଆଇର ପୂର୍ବତନ ସଭାପତି ଏନ୍‌. ଶ୍ରୀନିବାସନ୍‌ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ର ଚେୟାରମ୍ୟାନ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି।

170 Y
20 04-09-2025 English
  1. 1.Common use items from roti to hair oil, ice creams and TVs will cost less, while tax incidence on personal health and life insurance will be brought down to nil after the all-powerful GST Council Wednesday approved a complete overhaul of the tangled Goods and Services Tax (GST) regime.

  2. 2.President Xi Jinping said Wednesday that the rejuvenation of the Chinese nation is unstoppable as the country’s military displayed for the first time some of its brand-new weapons, including hypersonic, laser and long-range ballistic missiles.

  3. 3.The National Green Tribunal (NGT) has imposed a fi ne on the state government for failing to submit a report of Odisha Remote Sensing Application Centre (ORSAC) in connection with a case related to rampant illegal mining operations in Gondia area of Dhenkanal district, offi cial sources said Wednesday.

  4. 4.In a bid to ensure smooth management of Srimandir affairs, the Shree Jagannath Temple Managing Committee (SJTMC) Wednesday constituted 14 sub-committees, including one for suggesting security measures at the 12th century shrine, official sources said.

  5. 5.Governor Hari Babu Kambhampati Wednesday urged the Fire and Emergency Services department to carry out preventive fire audits in all Higher Education institutions, with special focus on those having large auditoriums.

  6. 6.Law, Works and Excise Minister Prithviraj Harichandan Wednesday assured that ongoing road repair works in Cuttack and Bhubaneswar will be completed by September 20, ahead of the Puja season.

  7. 7.Executive Vice President – Marketing and Exports at ITC Ltd Karunesh Bajaj was unanimously elected as the Chairman of Audit Bureau of Circulations (ABC) for the year 2025-2026.

  8. 8.The Odisha Parents’ Federation (OPF) has expressed serious concern over recurring safety lapses in Tribal Residential Welfare (TRW) schools across the state, particularly affecting girl students.

  9. 9.A 160-year-old sweet shop in this western Odisha town is seeking geographical indication (GI) tag for ‘Sarsatia’, a rare dessert made from ‘ganjer’ tree resin that the owner Prabhu Lal claims is available nowhere else in the country. Prabhu Lal, 65, known locally as Minchu kaka, represents the third generation running this legacy business established by his grandfather Beni Madhav in 1866.

  10. 10.The Maharashtra cabinet Wednesday gave its approval to amend laws that will allow increasing the maximum daily working hours for private sector employees from the present nine to 10 hours.

  11. 11.The downpour across north India showed no signs of easing Wednesday as a rain-triggered landslide and structural collapse claimed four lives in Himachal Pradesh and Jammu and Kashmir, pummelled regions already on edge and forced the suspension of classes, fl ights, trains and even cremations.

  12. 12.Twenty-one monitoring stations, including one in Delhi, have reported rivers in "severe fl ood situation," while 33 others are fl owing above the normal level, the Central Water Commission (CWC) said Wednesday.

  13. 13.After spending more than 17 years behind bars, gangster-turned-politician Arun Gawli Wednesday walked out of the Nagpur Central Jail with the Supreme Court last week granting him bail in a 2007 murder case, officials said.

  14. 14.A day after her suspension from KCRled BRS, senior leader K Kavitha Wednesday announced her resignation from the party and trained her guns against cousin and former minister T Harish Rao.

  15. 15.Life insurance and health insurance premium would come down as such products are now exempt from Goods and Services Tax (GST).

146 Y