1. ସୁନ୍ଦରଗଡ଼ର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ । ନିଜ ଦଳର ଜଣେ ଯୁବନେତ୍ରୀଙ୍କୁ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଅପମାନ ସହି ନପାରି ନେତ୍ରୀ ଜଣକ ଆଜି ପାର୍ଟି ଅଫିସରେ ପଶି ଭଙ୍ଗାରୁଜା କରିବା ସହ ସାଂସଦଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି ।
2. ରାଜ୍ୟରେ ଦଶମ ଓ ଦ୍ୱାଦଶ ପରୀକ୍ଷା ହେବାର ଯଥେଷ୍ଟ ସମ୍ଭାବନା ଅଛି । ପରୀକ୍ଷା ହେବା ନେଇ ରାଜ୍ୟ ସରକାର ଯଥେଷ୍ଟ ଆଶାବାଦୀ । ପରୀକ୍ଷା ଠିକ ସମୟରେ ହୋଇ ଫଳାଫଳ ବାହାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଶା ପ୍ରକାଶ କରିଛନ୍ତି ।
3. ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି(ଏସପି) ୧୫୯ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି | ୟୁପିରେ ପୁଣିଥରେ କ୍ଷମତାକୁ ଆସିବେ ବୋଲି ଏସପିର ଅଖିଳେଶ ଯାଦବ ନିରନ୍ତର ଦାବି କରୁଥିବା ବେଳେ ଚଳିତ ନିର୍ବାଚନରେ ସେ କରହଲ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡିଛି |
4. ଉତ୍ତରପ୍ରଦେଶ ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିବା ସ୍ବାତି ସିଂ ଘରୋଇ ହିଂସାର ଶିକାର ହୋଇଛନ୍ତି | ସ୍ୱାମୀ ଦିନଶଙ୍କର ସିଂ ତାଙ୍କୁ ପିଟୁଥିବାର ଏକ ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି |
5. ତାମିଲନାଡୁରେ କୋଭିଡ -୧୯ର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ହେବା କାରଣରୁ ଜାନୁଆରି ୨୩ ତାରିଖରେ ୯୦ରୁ ଅଧିକ ଯୋଡ଼ିଙ୍କ ଏକ ଶୀର୍ଷ ବୈଷ୍ଣବ ମନ୍ଦିର ବାହାରେ ବିବାହ ସମ୍ପର୍ଣ୍ଣ ହୋଇଛି।
6. ଦେଶର ଆଞ୍ଚଳିକ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ପାକିସ୍ତାନ ଦ୍ୱାରା ଗିରଫ ହୋଇଥିବା ୨୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ସୋମବାର ୱାଘା ସୀମା ପାର କରାଇ ଭାରତକୁ ହସ୍ତାନ୍ତର କରିବା ପାଇଁ ପାକିସ୍ତାନ ଘୋଷଣା କରିଛି।
7. ବହୁଚର୍ଚ୍ଚିତ କୋଟିଆ ଗ୍ରାମପୁଞ୍ଜ ବିବାଦ ମାମଲାର ଶୁଣାଣି ୪ ସପ୍ତାହ ଲାଗି ଘୁଞ୍ଚିଲା। ଆଜି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି। ଓଡ଼ିଶା ସରକାର ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଏହି ବିବାଦର ସମାଧାନ ଲାଗି ଆଲୋଚନା ଜାରି ରହିଥିବା ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପତ୍ର ଲେଖି ଜଣାଇବା ପରେ ଜଣାଇବା ପରେ ଏଭଳି ନିଷ୍ପତ୍ତି ହୋଇଥିବା ଜଣାଯାଇଛି।
8. କରୋନା ସଂକ୍ରମଣ ହ୍ରାସ ପାଇବା ପରେ ମହାରାଷ୍ଟ୍ରରେ ସ୍କୁଲଗୁଡ଼ିକ ଖୋଲିଛି। ସୋମବାର ଠାରୁ ପ୍ରଥମରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ଅଫ୍ଲାଇନ୍ କ୍ଲାସ ପୁଣି ଥରେ ଆରମ୍ଭ ହୋଇଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହେବା ପରେ ଚଳିତ ମାସ ପ୍ରଥମ ସପ୍ତାହରେ ସ୍କୁଲ ଗୁଡ଼ିକ ବନ୍ଦ ରଖାଯାଇଥିଲା।
9. ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ବଢିଥିବା ବେଳେ ଆଉ ଏକ ନୂତନ ଭାରିଆଣ୍ଟ ବିଏ-୨ର ମାମଲା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଓମିକ୍ରନର ବିଏ-୨ ଭାରିଆଣ୍ଟ ଦେଖିବାକୁ ମିଳିଛି ଯାହାକୁ ନେଇ ଲୋକମାନେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି । କେବଳ ଏତିକି ନୁହେଁ ଏହା ଦ୍ଵାରା ଭୋପାଳରେ ୧୬ ଜଣ ସଂକ୍ରମିତ ହୋଇଛନ୍ତି ।
10. ୧୫ରୁ ୧୮ ବର୍ଷ ବର୍ଗଙ୍କ ଟିକାକରଣ ପାଇଁ ପୂର୍ବରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିଲା । ତୃତୀୟ ଲହର ଭୟାବହତା ମଧ୍ୟରେ ଯଥାଶୀଘ୍ର ପିଲାଙ୍କ ଟିକାକରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ରାଜ୍ୟରେ ଖୁବ୍ ଜୋରସ ୋ ରରେ ଜାରି ରହିଛି ପିଲାଙ୍କ ଟିକାକରଣ ।ତେବେ ବିଏମସି ଅଞ୍ଚଳରେ ଏବେ ସୁଦ୍ଧା ମାତ୍ର ୨୦ ଦିନ ମଧ୍ୟରେ ୪୫ ହଜାରରୁ ଉର୍ଦ୍ଧ୍ୱ କିଶୋରଙ୍କୁ ଟିକା ଦିଆଯାଇଥିଲା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
11. ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାର ମେରିଲ୍ୟାଣ୍ଡରେ । ଗୋଟିଏ ବନ୍ଦ ଘରୁ ମିଳିଛି ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ। ଆଉ ମୃତ ଦେହକୁ ଘେରି ରହିଥିଲେ ୧୨୫ରୁ ଉର୍ଦ୍ଧ୍ବ ବିଷାକ୍ତ ସାପ ।
12. ଚଳିତବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଲେ ଓଡିଶାର ଛାତ୍ରୀ ନବରଙ୍ଗପୁରର ବନିତା ଦାସ। ସମସ୍ତ ଏଥିପାଇଁ ତାଙ୍କୁ ଏକଲକ୍ଷ ଟଙ୍କା ପୁରସ୍କାର ଓ ଇ-ପ୍ରମାଣପତ୍ର ପ୍ରଦାନ କରାଯାଇଛି।
13. ଆଫଗାନିସ୍ତାନକୁ କବଜା କରିବା ପରେ ୟୁରୋପୀୟ ଦେଶ ସହ ପ୍ରଥମ ବାର୍ତ୍ତା ଆରମ୍ଭ କଲା ତାଲିବାନ ।ମୁଜାହିଦ ଏହା ଉପରେ ଜୋର୍ ଦେଇଛନ୍ତି ଯେ, ଦେଶରେ ଉନ୍ନତ ରାଜନୈତିକ, ଆର୍ଥିକ ଏବଂ କଡା ସୁରକ୍ଷା ପାଇଁ ସମସ୍ତ ଆଫଗାନବାସୀଙ୍କୁ କାମ କରିବାକୁ ପଡିବ।
14. ଆର୍ଜିଏଚ୍ କ୍ୟାଣ୍ଟିନକୁ ଏଫଏସଏସଏଆଇ ପକ୍ଷରୁ ‘ଇଟ୍ ରାଇଟ୍ କ୍ୟାମ୍ପସ’ ପ୍ରମାଣପତ୍ର ମିଳିଛି ।
15. ପ୍ରଜ୍ଞାପନମେଢକୁ ନେଇ ତେଜିଲା ରାଜନୀତି: କେନ୍ଦ୍ର ମନା କରିବା ପରେ ରାଜ୍ୟ ପରେଡ ରିହର୍ସଲରେ ଗଡିଲା ପଶ୍ଚିମବଙ୍ଗରେ ପ୍ରଜ୍ଞାପନ ମେଢ଼ । ଏନେଇ ଜୋର ସୋର ପ୍ରସ୍ତୁତି ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
16. ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଏହାସହ ଆଜି ମଧ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସୁଯୋଗ ରହିଛି । ପଞ୍ଚାୟତ ନିର୍ବାଚନ ପାଇଁ ଘରକୁ ଘର ଗାଁରୁ ଗାଁ ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଦଳୀୟ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଦଳୀୟ ନେତା ଓ କର୍ମୀ ଭୋଟ ମାଗୁଛନ୍ତି ।
17. ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିସ୍ଫୋରକ ବୟାନ । ବିଜେପି ସହ ମେଣ୍ଟ କରି ୨୫ ବର୍ଷ ବରବାଦ ହୋଇଗଲା । ଶିବସେନା ସୁପ୍ରିମୋଙ୍କ ଏହି ବୟାନ ଜାତୀୟ ସ୍ତରରେ ଚର୍ଚ୍ଚାର କାରଣ ହୋଇଛି । ସେ କହିଛନ୍ତି ବିଜେପି ନିଜର ସ୍ୱାର୍ଥ ପୂରଣ ଲାଗି ହିନ୍ଦୁତ୍ୱକୁ ବ୍ୟବହାର କରିବାରେ ଲାଗିଛି । ଏଣିକି ଶିବସେନା ରାଜ୍ୟ ବାହାରକୁ ପାଦ କାଢ଼ିବ ଏବଂ ଅନ୍ୟ ରାଜ୍ୟରେ ଯେପରି ଦଳକୁ ଗଠନ କରାଯିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ ।
18. ଦେଶରେ ପଜିଟିଭ୍ ହାର ୨୦ ପ୍ରତିଶତ ଟପିଯାଇଛି। ଏହାର ଅର୍ଥ ଦେଶରେ ଏବେ ପ୍ରତି ୫ ଜଣରେ ଜଣେ କରୋନା ସଂକ୍ରମିତ ହେଉଛନ୍ତି।
19. ମହାରାଷ୍ଟ୍ରରେ ‘ହ୍ବାଇ ଆଇ କିଲ୍ଡ ଗାନ୍ଧୀ’ ସିନେମା ନିଷିଦ୍ଧ କରିବା ପାଇଁ କଂଗ୍ରେସ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଅନୁରୋଧ କରିଛି। ରାଜ୍ୟ କଂଗ୍ରେସ ମୁଖ୍ୟ ନାନା ପାଟୋଲ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଅଫିସ୍କୁ ଏନେଇ ଏକ ଚିଠି ପଠାଇଛନ୍ତି।
20. ୟୁକ୍ରେନରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଦୂତାବାସର ସମସ୍ତ କର୍ମଚାରୀ ଓ ତାଙ୍କ ପରିବାର ବର୍ଗଙ୍କୁ ସ୍ୱଦେଶ ଫେରିଆସିବା ଲାଗି ଆମେରିକା ସୋମବାର କହିଛି। ସେପଟେ ବ୍ରିଟେନ ମଧ୍ୟ ନିଜ ରାଷ୍ଟ୍ରଦୂତଙ୍କୁ ଦୂତାବାସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଉପୁଜିଥିବା ପରିସ୍ଥିତିରେ ୟୁକ୍ରେନରେ ଅବସ୍ଥାନ ଏବେ ସମ୍ଭବ ନୁହେଁ ବୋଲି ରାଷ୍ଟ୍ରଦୂତ, କର୍ମଚାରୀ ଓ ସେଠାରେ ଅବସ୍ଥାନ କରୁଥିବା ତାଙ୍କ ଆଶ୍ରିତ ପରିବାରକୁ କହିଛି ଆମେରିକା ।