Manage Current Affairs
Latest Current Affairs Listing
# | Date | Type | Current Affairs | No. Of Views | Status | Action |
---|---|---|---|---|---|---|
3111 | 09-04-2021 | Odia | ୧.ଦେଶରେ ଦିବ୍ୟାଙ୍ଗ ମହିଳାମାନଙ୍କ କ୍ଷେତ୍ରରେ ଓଡ଼ିଶା ପ୍ରଥମ । କେରଳ ଓ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। କେବଳ ଦିବ୍ୟାଙ୍ଗ ମହିଳାଙ୍କ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ନୁହେଁ ବରଂ ପୁରୁଷ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି । 2. କୋଭିଡ୍ ଟିକା ନିର୍ମାଣରେ ବ୍ୟବହୃତ ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ ରପ୍ତାନିକୁ ଆମେରିକା ଓ ୟୁରୋପ ନିଷିଦ୍ଧ କରିଦେଇଛନ୍ତି। ଫଳରେ ଏବେ ଭାରତରେ ଟିକାପ୍ରସ୍ତୁତି ଭୀଷଣ ଭାବେ ପ୍ରଭାବିତ ହେଉଛି ବୋଲି ବିଶ୍ୱର ସର୍ବାଧିକ ଟିକା ନିର୍ମାତା ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ର ମୁଖ୍ୟ ଆଦର ପୁନାଵାଲା କହିଛନ୍ତି । 3.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନିର୍ଦ୍ଧାରିତ ସମୟରେ ମେ ୪ରୁ ଉଭୟ ଶ୍ରେଣୀର ପରୀକ୍ଷା ଅଫ୍ଲାଇନ୍ରେ ହେବ । ପରୀକ୍ଷା ବାତିଲ୍ ହେବ ନାହିଁ କି ତାରିଖ ଘୁଞ୍ଚିବ ନାହିଁ । 4. ବାହାର ରାଜ୍ୟରୁ ଆସିବା ଉପରେ ଲାଗିଲା କଟକଣା: ନେଗେଟିଭ୍ ରିପୋର୍ଟ ନ ଥିଲେ ୭ ଦିନ ସଙ୍ଗରୋଧ । 5. ଆମେରିକାର ବିଦ୍ୟୁତ୍ ଯାନ ନିର୍ମାତା ଟେସ୍ଲା ଭାରତରେ ୩ଟି ବଡ଼ ସହରରେ ସୋ’ରୁମ୍ ଖୋଲିବ । 6. ଅନୀଲ ଦେଶମୁଖଙ୍କୁ ସୁପ୍ରିମକୋର୍ଟରୁ ଝଟକା । ସିବିଆଇ ତଦନ୍ତକୁ ବିରୋଧ କରି ମହାରାଷ୍ଟ୍ର ସରକାର କରିଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ । 7. ଓଡ଼ିଶାରେ ଗୁରୁବାର ୨୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୮୯୦ରେ ପହଞ୍ଚିଛି । 8. ଏପ୍ରିଲ ୧୧ରୁ ୧୪ ପର୍ଯ୍ୟନ୍ତ ‘ଟିକା ଉତ୍ସବ’ ପାଳନ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଏପ୍ରିଲ ୧୧ ଜ୍ୟୋତିରାଓ ଫୁଲେଜୀଙ୍କ ଜୟନ୍ତୀ ଏବଂ ଏପ୍ରିଲ ୧୪ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଥିବାରୁ ଏହି ୪ ଦିନ ‘ଟିକା ଉତ୍ସବ’ ଭାବେ ପାଳନ ହେବ । 9. ରାଜ୍ୟରେ ଦୈନିକ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ଫେଲ୍ ମାରିଛି । 10. ମାଓବାଦୀଙ୍କ କବଳରେ ଥିବା ସିଆରପିଏଫ ଯବାନ ରାକେଶ୍ୱର ସିଂହ ମାନହାସ ମୁକ୍ତ ହୋଇଛନ୍ତି। ବନ୍ଧକ ଯବାନ ରାକେଶ୍ୱର ସିଂହଙ୍କୁ ଛାଡ଼ି ଦେଇଛନ୍ତି ମାଓବାଦୀ । 11. ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘମାନଙ୍କୁ ଦିଆଯିବ । ଦୁଇ ମାସ ମଧ୍ୟରେ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । 12.କୋଟିଆରେ ଫେଲ ମାରିଲା ପ୍ରଶାସନର ପଦକ୍ଷେପ । ୧୪୪ ଧାରା ଭାଙ୍ଗି, ପୁଲିସକୁ ପ୍ରତିବାଦ କରି ଆନ୍ଧ୍ରକୁ ଭୋଟ ଦେବାକୁ ଗଲେ କୋଟିଆବାସୀ । 13. ପୋଲାଭରମ୍ ପ୍ରକଳ୍ପ ମାମଲାର ଶୁଣାଣିରୁ ସୁପ୍ରିମକୋର୍ଟ ବିଚାରପତି ଏଲ. ନାଗେଶ୍ବର ରାଓ ଓହରି ଯାଇଛନ୍ତି । ଏହି ମାମଲାର ଶୁଣାଣିକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ଶୁଣାଣି ନୂଆ ବେଞ୍ଚରେ ହେବ । 14. ମହାକାଳପଡ଼ା ପାଟଳିପଙ୍କସ୍ଥିତ ଲୁଥେରାନ୍ ମହିଳା ସମିତି ଶିଶୁ ଯତ୍ନ କେନ୍ଦ୍ରରେ ଦୁଷ୍କର୍ମର ଶିକାର ହୋଇ ଜଣେ ଦିବ୍ୟାଙ୍ଗ ମହିଳା କର୍ମଚାରୀ ଶିଶୁପୁତ୍ର ଜନ୍ମ ଦେବା ମାମଲା ନୂଆ ମୋଡ଼ ନେଇଛି। କେବଳ ଦୁଷ୍କର୍ମ ନୁହେଁ, ପୀଡ଼ିତା ମହିଳାଙ୍କ ଦୁଇ ସନ୍ତାନକୁ ବି ବିକ୍ରି କରି ଦିଆଯାଇଛି। 15. ସର୍ଭିସ୍ ଟ୍ୟାକ୍ସ/ଜିଏସଟି ପଇଠ ପାଇଁ ଆଇନଜୀବୀଙ୍କୁ ନୋଟିସ୍ ଜାରି ନ କରିବାକୁ ଜିଏସଟି କମିସନର ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବେ। ଏଥିପାଇଁ କମିସନରଙ୍କୁ ଓଡ଼ିଶା ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଜିଏସଟି କମିସନରଙ୍କ ଏପରି ନିର୍ଦ୍ଦେଶନାମାର କପି ହାଇକୋର୍ଟରେ ଦାଖଲ କରିବେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଡି.ପି. ତ୍ରିପାଠୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। 16. ଆସନ୍ତା ୪ଦିନ ପର୍ୟ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଅନୁଭୂତ ହେବ। ପ୍ରାୟ ବିଜୁଳି ଘଡଘଡି, କୁଆପଥର ଏବଂ ବର୍ଷାର ସମ୍ଭାବନା ରହିଛି। 17. ରାଜ୍ୟରେ ୫୦୦ରୁ ଉର୍ଦ୍ଧ୍ବ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜ ଅଧ୍ୟାପକଙ୍କୁ ଜାତୀୟ ସ୍ତରର ପ୍ରତିଷ୍ଠିତ ଅଭିଜ୍ଞ ପ୍ରଫେସରଙ୍କ ଦ୍ବାରା ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ଦେଶର ଦୁଇ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସାବିତ୍ରୀ ବାଇ ଫୁଲେ ପୁନେ ବିଶ୍ବବିଦ୍ୟାଳୟ ଓ ହାଇଦରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସହ ଚୁକ୍ତିପତ୍ର ସ୍ବାକ୍ଷର କରାଯାଇଛି। 18. ଅପ୍ରିଲ୍ ୧୦ରୁ ସମସ୍ତ ଛତିଶଗଡ଼କୁ ଯିବାଆସିବା ପାଇଁ ଟ୍ରେନ୍ ବନ୍ଦ କରିବା ଲାଗି ରେଲ୍ୱେ ବୋର୍ଡ ଅଧ୍ୟକ୍ଷଙ୍କୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। ଛତିଶଗଡ଼ରୁ ଓଡ଼ିଶା ଆସୁଥିବା ସମସ୍ତ ରେଳଯାତ୍ରୀଙ୍କୁ ଓଡ଼ିଶା ମନା କରାଯାଇଛି। 19. ଦେଶର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବାପାଇଁ ସରକାର ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛନ୍ତି । 20. ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଆମେରିକା ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। |
591 | Y | |
3112 | 08-04-2021 | Odia | 1.ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ - ଏଣିକି କାରରେ ଏକୁଟିଆ ଯାତ୍ରା କରୁଥିଲେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । 2.ରାଜ୍ୟରେ ଟିକା ଅଭାବ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଭ୍ୟାକସିନ ନଥିବାରୁ ରାଜ୍ୟରେ ବନ୍ଦ ହୋଇଗଲାଣି ୧୧୦୩ଟି ଟିକାକରଣ କେନ୍ଦ୍ରରୁ ୪୦୦ ଟିକାକରଣ କେନ୍ଦ୍ର । 3.ୟାହୁ ଆନସରସ୍ ସେବାବନ୍ଦ ହେବ । ଚଳିତମାସ ୨୦ରୁ ଗ୍ରାହକମାନେ ‘ୟାହୁ ଆନସର୍ସ’ରେ ଆଉ ପ୍ରଶ୍ନ କିମ୍ବା ଉତ୍ତର ପୋଷ୍ଟ କରିପାରିବେ ନାହିଁ । ଚଳିତବର୍ଷ ମେ’ ୪ରେ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯିବ। 4.ଦିଲ୍ଲୀ କୋର୍ଟ ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ INX ମିଡିଆ ସ୍କାମ ସମ୍ବନ୍ଧୀୟ ଅର୍ଥ ହେରଫେର ମାମଲାରେ ବ୍ୟକ୍ତିଗତ ହାଜିରରୁ ମୁକ୍ତ କରିଛନ୍ତି । 5.ସଂକ୍ରମଣର ଦ୍ୱିତୀୟ ତରଙ୍ଗ ପୃଷ୍ଠଭୂମିରେ ସରକାରଙ୍କ ଟିକା ରପ୍ତାନି ନୀତି ଏବଂ ଟିକା କୂଟନୀତି ବିରୋଧରେ ଦିଲ୍ଲୀର ଶାସକ ଆମ୍ ଆଦମୀ ପାର୍ଟି ଆଜି ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। 6.ଗତ ୨୪ ଘଣ୍ଟାରେ ପୁଲିସ ୨୭ ଜଣଙ୍କୁ ଗିରଫ କରିଥିବା ବେଳେ ୮୭୦ଟି ଗାଡ଼ି ଜବତ କରିଛି। ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରିଛି। ଏନେଇ ରାଜ୍ୟ ପୁଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। 7.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 9 ଏପ୍ରିଲ 2021 ଦିନ ମଧ୍ୟାହ୍ନ 12 ଟା ସମୟରେ ଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରୁ ମଧ୍ୟାହ୍ନ 12 ଟା ସମୟରେ ‘ଉତ୍କଳ କେଶରୀ’ ଡକ୍ଟର ହରେକୃଷ୍ଣ ମହତବଙ୍କ ଦ୍ୱାରା ଲିଖିତ 8.ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଅଭିଯାନକୁ ଆଶାତୀତ ସଫଳତା ମିଳିଛି। ଗତ ମାସରେ ରେକର୍ଡ ପରିମାଣ ୧୮, ୨ ୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ଏହି ଅଭିଯାନରେ ମାଇଲଖୁଣ୍ଟ ସ୍ଥାପନ କରିଛି। 9.ଓଡ଼ିଶା ସାଇକେଲିଷ୍ଟ ସ୍ୱାତୀ ସିଂ ବ୍ୟକ୍ତିଗତ ବର୍ଗରେ ୩ ହଜାର ମିଟର ଦୂରତାକୁ ୪:୦୫:୫୪୭ ସେକେଣ୍ଡରେ ନୂଆ ଜାତୀୟ ରେକର୍ଡ କରିବା ସହ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଏଥିସହ ନଭି ମୁମ୍ବାଇରେ ଅନୁଷ୍ଠିତ ଜାତୀୟ ରୋଡ୍ ସାଇକେଲିଂ ଚାମ୍ପିଅନସିପରେ ୬୦ କିମି ରୋଡ୍ ମାସ ଷ୍ଟାର୍ଟରେ ସ୍ୱାତୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସ୍ୱାତୀଙ୍କୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି । 10.COVID-19 ମାମଲାରେ ବୃଦ୍ଧି ଘଟିଥିବା ବେଳେ 10 ଏବଂ 12 ଶ୍ରେଣୀର ଏକ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଆବେଦନପତ୍ରରେ ଦସ୍ତଖତ କରିଛନ୍ତି ଯାହା ମେ ମାସରେ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ କିମ୍ବା ଅନଲାଇନ୍ ମୋଡରେ କରିବାକୁ ସରକାରଙ୍କୁ ଅନୁରୋଧ କରିଛି। 11.ଖୁବ୍ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଓଡ଼ିଶା ମାରିଟାଇମ୍ ବୋର୍ଡ । 12.ମଧ୍ୟପ୍ରଦେଶର ଭୋପାଳସ୍ଥିତ ଫାଉଣ୍ଡେସନ ଅଫ୍ ଆର୍ଟ ଆଣ୍ଡ କଲ୍ଚର ଦ୍ୱାରା ଓଡ଼ିଶାର ଚିତ୍ର ଓ ଭାସ୍କର୍ଯ୍ୟଶିଳ୍ପୀଙ୍କ କଳାକୃତିକୁ ନେଇ ଆୟୋଜିତ ହୋଇଛି ‘ଅନ୍ୱାର୍ଡ ଓଡ଼ିଶା’ ଶୀର୍ଷକ ଅନ୍ଲାଇନ କଳା ପ୍ରଦର୍ଶନୀ । କ୍ୟୁରେଟର ଅନୁପ କୁମାର ଚାନ୍ଦ ଓ ଆସିଷ୍ଟାଣ୍ଟ କ୍ୟୁରେଟର ପୁନମ୍ ଜୈନଙ୍କ ଦ୍ୱାରା ଓଡ଼ିଶାର ୬୧ଜଣ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ କଳାକୃତି ଏଥିରେ ସ୍ଥାନ ପାଇଛି । 13.ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ଆଜି ଠାରୁ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ । 14.ବିଦେଶୀ ମୁଦ୍ରା ବିନିମୟ ବଜାର(ଇଣ୍ଟରବ୍ୟାଙ୍କ)ରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୦୫ ପଇସା ତଳକୁ ଖସିଯାଇଛି। ଫଳରେ ୧ ଡଲାର ମୂଲ୍ୟ ୭୪ ଟଙ୍କା ୪୭ ପଇସା ରହିଛି । 15.ରାଜ୍ୟମାନଙ୍କୁ କେନ୍ଦ୍ରର ତାଗିଦ: ଟିକା ଅଭାବ ନାହିଁ, ଅଯଥା ଭୟ ସୃଷ୍ଟି କରନାହିଁ । 16.ଛତିଶଗଡ଼ ସଂକ୍ରମଣ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଛି। ଦିନକରେ ଛତିଶଗଡ଼ରେ ସର୍ବାଧିକ ୯,୯୨୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । 17.ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଆଲୋଚନା । କେନ୍ଦ୍ରମନ୍ତ୍ରୀ କହିଲେ, ସ୍ୱଚ୍ଛ ଓ ସବୁଜ ଉର୍ଜା ଆପଣାଇବା ଦିଗରେ ଉଭୟ ଦେଶ ସହଯୋଗୀ ହେବେ । 18.କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର 19.ପିପିଲି ଉପନିର୍ବାଚନ: ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ପ୍ରଚାର କରିବେ ନବୀନ । 20.କୋଟିଆ ଗ୍ରାମପୁଞ୍ଜରେ ୧୪୪ ଧାରା ଜାରି । ପ୍ରତି ଗାଁ ଦାୟିତ୍ୱରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ୍ । |
631 | Y | |
3113 | 08-04-2021 | English |
|
701 | Y | |
3114 | 07-04-2021 | English | 1. Certificates on housing, income and property will be available in Odisha within 10 days. Earlier, the period was 15 days. Similarly, caste certificates will be issued within 15 days instead of 30 days. Not only that, the heirs and guardian certificates will be available within 30 days. 2 Odisha State Police DG Abhay has written to all the district SPs, DCPs, Cuttack and Rourkela Railway SPs asking them to launch a 10-day special campaign to strictly adhere to the Covid guidelines and safety from April 7 to 16. 3. On April 6, the Andhra Pradesh government was scheduled to hold district and mandla -level elections in Kotia. The Andhra Pradesh High Court has upheld the order. 4. Five ropeways have been set up in tourist places Kapilas, Nrusinghanath-Harishkar, Dhauligiri, Bhimkunda and Panchalingeswar in the state of Odisha. 5. A curfew has been imposed in Delhi in the wake of the spread of corona . The night curfew will run from 10pm to 5am till on April 30th. There are instructions not to leave the house if there is no urgent work. 6. The next Chief Justice of the Supreme Court will be Justice NV Ramana. The Collegium's recommendation has been signed by the President. Justice NV Ramana will take charge on the 24th. april. 7. The Commissionerate of Police's mission is to make the SCB broker-free. A nursing home has been sealed.Nine brokers were arrested from the SCB premises in the past few days. 8. The corona situation in 10 districts of the country is alarming. There are seven districts in Maharashtra, Karnataka, Chhattisgarh and one district in Delhi. Maharashtra has 54% of the country's total active cases. 9..Among the 22 soldiers killed in the Naxal attack on April 3 in Bijapur, Chhattisgarh, is Subash Nayak, a native of Basaguda, Koksara in Kalahandi district. 10. Kerala has cast its vote to elect its 15th Legislative Assembly, an average voter turnout of 74.02% on Tuesday. 11. The third and final phase Assam polls on Tuesday recorded a voters’ turnout of 82.28%. 12.US President Joe Biden will announce Tuesday that all adults across the United States will be eligible for Covid-19 vaccines by April 19. 13. The United States on Tuesday said that it encourages India and Pakistan to have a direct dialogue between them on issues of concern. 14. The Gujarat government on Tuesday announced a curfew from 8 pm to 6 am in 20 cities in the state, which will come into force from Wednesday, till April 30. 15. Action will be taken against those who were involved in assault on candidates in some constituencies during the third phase of assembly elections in West Bengal on Tuesday, Chief Electoral Officer Ariz Aftab said. 16. India on Tuesday recorded the highest one-day spike of COVID-19 cases at 1.07 lakh even as the Centre cautioned that the next four weeks are "very very critical" and sought people's participation to control the second wave of the pandemic. 17. Fatima Rafiq Zakaria, a Padma Shri awardee, renowned journalist, academician and chairman of Maulana Azad Educational Trust and Khairul Islam Trust Mumbai, passed away in Maharashtra's Aurangabad at the age of 85 on Tuesday. 18. Government officials on Tuesday said they are not keen on vaccinating people below the 45-year age. 19. 'Pariksha Pe Charcha 2021' will be held at 7 pm today and will be held in virtual mode due to restrictions posed by the Covid-19 pandemic 20.. The Odisha government today requested the Centre again to provide at least 15 to 20 lakh doses of Covishield vaccine for smooth vaccination sessions in coming days. |
666 | Y | |
3115 | 07-04-2021 | Odia | 1. ଓଡ଼ିଶାରେ ୧୦ଦିନ ଭିତରେ ବାସଗୃହ, ଆୟ ଓ ସମ୍ପତ୍ତିର ପ୍ରମାଣପତ୍ର ମିଳିଯିବ । ପୂର୍ବରୁ ଏହି ଅବଧି ୧୫ଦିନ ରହିଥିଲା । ସେହିଭଳି ୩୦ଦିନ ପରିବର୍ତ୍ତେ ୧୫ଦିନ ମଧ୍ୟରେ ଜାତିଗତ ପ୍ରମାଣପତ୍ର ମିଳିବ । କେବଳ ଏତିକି ନୁହେଁ, ୩୦ ଦିନ ଭିତରେ ମିଳିବ ଉତ୍ତରାଧିକାରୀ ଓ ଅଭିଭାବକ ପ୍ରମାଣପତ୍ର । 2. ରାଜ୍ୟ ପୁଲିସ ଡିଜି ଅଭୟ ସମସ୍ତ ଜିଲ୍ଲା ଏସପି, ଡିସିପି, କଟକ ଓ ରାଉରକେଲା ରେଳବାଇ ଏସପିଙ୍କୁ ଚିଠି ଲେଖି ଏପ୍ରିଲ ୭ରୁ ୧୬ତାରିଖ ପର୍ଯ୍ୟନ୍ତ କୋଭିଡ୍ ଗାଇଡଲାଇନକୁ ଓ ନିରାପତ୍ତାକୁ କଡ଼ାକଡ଼ି ପାଳନ ନିମନ୍ତେ ୧୦ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 3. ଏପ୍ରିଲ୍ ୮ ତାରିଖରେ ଆନ୍ଧ୍ର ସରକାର ଜିଲ୍ଲାପରିଷଦ ଏବଂ ମଣ୍ଡଳ ସ୍ତରୀୟ ନିର୍ବାଚନ କୋଟିଆରେ କରିବାକୁ ଯାଉଥିଲା । ଆନ୍ଧ୍ରପ୍ରେଦଶ ଉଚ୍ଚନ୍ୟାୟାଳୟ ଏନେଇ ରହିତାଦେଶ ଲଗାଇଛନ୍ତି । 4. ଓଡିଶା ରାଜ୍ୟର ୫ଟି - କପିଳାସ, ନୃସିଂହନାଥ-ହରିଶଙ୍କର, ଧଉଳିଗିରିରେ,ଭୀମକୁଣ୍ଡ, ପଞ୍ଚଲିଙ୍ଗେଶ୍ବରରେ ପର୍ଯ୍ୟଟନସ୍ଥଳୀରେ ରୋପ ୱେ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। 5. କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ରାତ୍ରକାଳୀନ କର୍ଫ୍ୟୁ ଜାରି ହୋଇଛି । ଆଜି ରାତି ୧୦ଟାରୁ ଲାଗୁ ହେବ । ଏପ୍ରିଲ ୩୦ ତାରିଖ ଯାଏ ରାତି ୧୦ଟାରୁ ସକାଳ ୫ଟା ଯାଏ ଏହି ନାଇଟ୍ କର୍ଫ୍ୟୁ ଜାରି ରହିବ । ଜରୁରୀ କାମ ନ ଥିଲେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ରହିଛି। ସୂଚନା 6. ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଏନ୍.ଭି ରମନା । କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତିଙ୍କ ମୋହର ମାରିଛନ୍ତି। ଆସନ୍ତା ୨୪ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି ରମନା। ଜଷ୍ଟିସ୍ । 7.ଏସସିବିକୁ ଦଲାଲମୁକ୍ତ କରିବାକୁ କମିଶନରେଟ ପୋଲିସର ମିଶନ ଜୋରଦାର ଉଦ୍ୟମ । ଗତ କିଛି ଦିନ ଭିତରେ ଏସସିବି ପରିସରରୁ ୯ ଜଣ ଦଲାଲ ଗିରଫ ହେବା ପରେ ଏକ ନର୍ସଂହୋମକୁ ସିଲ୍ କରାଯାଇଛି । 8. ଦେଶରେ ୧୦ଟି ଜିଲ୍ଲାରେ କରୋନା ସ୍ଥିତି ଉଦ୍ବେଗଜନକ। ୭ ଜିଲ୍ଲା ମହାରାଷ୍ଟ୍ରର, କର୍ଣ୍ଣାଟକ, ଛତିଶଗଡ଼, ଦିଲ୍ଲୀର ଗୋଟିଏ ଲେଖାଏଁ ଜିଲ୍ଲା ରହିଛି। ଦେଶର ମୋଟ ଆକ୍ଟିଭ କେସ୍ ୫୮% ମହାରାଷ୍ଟ୍ରରେ ରହିଛି। 9. ଛତିଶଗଡ଼ର ବିଜାପୁରରେ ୩ ଏପ୍ରିଲରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ୨୨ ଜଣ ସୈନିକଙ୍କ ମଧ୍ୟରେ ରହିଛନ୍ତି ବାସାଗୁଡାର ପରିବାର ସହ ବାସକରୁଥିବା କଳାହାଣ୍ଡି ଜିଲ୍ଲା କୋକସରାର ମୂଳ ବାସିନ୍ଦା ସୁବାସ ନାୟକ। 10.କେରଳରେ 15 ତମ ବିଧାନସଭା ନିର୍ବାଚନ ରେ ମଙ୍ଗଳବାର ଦିନ ହାରାହାରି 74.02% ଭୋଟ୍ ହୋଇଛି। 11. ମଙ୍ଗଳବାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଆସାମରେ 82.28% ଭୋଟଦାନ ରେକର୍ଡ ହୋଇଛି। 12. ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଆମେରିକାର ସମସ୍ତ ବୟସ୍କ ବ୍ୟକ୍ତି ଏପ୍ରିଲ 19 ସୁଦ୍ଧା କୋଭିଡ -19 ଟିକା ପାଇବାକୁ ଯୋଗ୍ୟ ହେବେ। 13. ମଙ୍ଗଳବାର ଆମେରିକା କହିଛି ଯେ ଭାରତ ଏବଂ ପାକିସ୍ତାନକୁ ସେମାନଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତା କରିବା ଉଚିତ 14.ମଙ୍ଗଳବାର ଦିନ ଗୁଜୁରାଟ ସରକାର ରାତି 8 ଟାରୁ 6 ଟା ପର୍ଯ୍ୟନ୍ତ ରାଜ୍ୟର 20 ଟି ସହରରେ କର୍ଫ୍ୟୁ ଘୋଷଣା କରିଛନ୍ତି ଯାହା ବୁଧବାର ଠାରୁ ଏପ୍ରିଲ 30 ପର୍ଯ୍ୟନ୍ତ ଲାଗୁ ହେବ। 15. ମଙ୍ଗଳବାର ଦିନ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ କେତେକ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ଉପରେ ଆକ୍ରମଣରେ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆରିଜ ଆଫଫାବ କହିଛନ୍ତି। 16. ଭାରତ ମଙ୍ଗଳବାର ଦିନ COVID-19 ମାମଲାର ସର୍ବାଧିକ ଦିନିକିଆ ରେକର୍ଡକୁ 1.07 ଲକ୍ଷରେ ରେକର୍ଡ କରିଛି, ଏପରିକି କେନ୍ଦ୍ର ଚେତାବନୀ ଦେଇଛି ଯେ ଆସନ୍ତା ଚାରି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଏବଂ ମହାମାରୀର ଦ୍ୱିତୀୟ ତରଙ୍ଗକୁ ନିୟନ୍ତ୍ରଣ କରିବା ପାଇଁ ଲୋକଙ୍କ ସହଯୋଗ ଲୋଡିଛି। 17.ମଙ୍ଗଳବାର ଦିନ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଫାତିମା ରାଫିକ୍ ଜାକରିଆ, ପ୍ରଖ୍ୟାତ ସାମ୍ବାଦିକ, ଏକାଡେମିକ୍ ତଥା ମୌଲାନା ଆଜାଦ ଏଜୁକେସନାଲ୍ ଟ୍ରଷ୍ଟ ମୁମ୍ବାଇର 85 ବର୍ଷ ବୟସରେ ମହାରାଷ୍ଟ୍ରର ଔରଙ୍ଗବାଦ ଦେହାନ୍ତ ହୋଇଛି। 18. ସରକାର ମଙ୍ଗଳବାର କହିଛନ୍ତି ଯେ ସେମାନେ 45 ବର୍ଷରୁ କମ୍ ଲୋକଙ୍କୁ ଟୀକାକରଣ କରିବାକୁ ଆଗ୍ରହୀ ନୁହଁନ୍ତି। 19. 'ପରୀକ୍ଷା ପେ ଚର୍ଚା ୨୦୧୧' ଆଜି ସନ୍ଧ୍ୟା 7 ଟାରେ ଅନୁଷ୍ଠିତ ହେବ ଏବଂ କୋଭିଡ -19 ମହାମାରୀ ଦ୍ୱାରା ପ୍ରତିବନ୍ଧକ ହେତୁ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବ 20. ଆଗାମୀ ଦିନରେ ଓଡିଶା ରାଜ୍ୟରେ ସୁଗମ ଟୀକାକରଣ ପାଇଁ ଅତିକମରେ 15 ରୁ 20 ଲକ୍ଷ ଡୋଜ୍ କୋଭିଶିଲ୍ଡ ଟିକା ପ୍ରଦାନ କରିବାକୁ ଓଡିଶା ସରକାର ଆଜି କେନ୍ଦ୍ରକୁ ଅନୁରୋଧ କରିଛନ୍ତି। |
611 | Y | |
3116 | 06-04-2021 | Odia | 1.ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଚାନ୍ଦା ଆଦାୟ ଘଟଣାରେ ବମ୍ୱେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଅନୀଲ ଦେଶମୁଖ ଇସ୍ତଫା ଦେଇଛନ୍ତି । |
629 | Y | |
3117 | 06-04-2021 | English |
|
668 | Y | |
3118 | 05-04-2021 | Odia | 1.ମହାରାଷ୍ଟ୍ର ସରକାର କୋଭିଡ୍ -୧୯ର ମୁକାବିଲା ପାଇଁ ସୋମବାରଠାରୁ ଏକ ୱିକେଣ୍ଡ୍ ଲକଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ଲାଗୁ କରିବ | |
605 | Y | |
3119 | 05-04-2021 | English |
|
707 | Y | |
3120 | 04-04-2021 | Odia | 1.ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ‘କଳିଙ୍ଗ ରତ୍ନ’ ପୁରସ୍କାର ପ୍ରଦାନ କରାଯାଇଛି। ‘କଳିଙ୍ଗ ରତ୍ନ’ ପୁରସ୍କାରରେ ଦେବୀ ସରସ୍ୱତୀଙ୍କ ଏକ ରୂପା ପ୍ରତିମୂର୍ତ୍ତି ଏବଂ ସାରଳା ସାହିତ୍ୟ ସଂସଦର ଏକ ତମ୍ବା ଫଳକ ରହିଥିଲା। 2.ଉତ୍ତରପ୍ରଦେଶର କାନପୁର ଗ୍ରାମାଞ୍ଚଳର ମାଡୋଲି ସିଏଚ୍ସିରେ କରୋନା ଟିକା ଜାରି ସମୟରେ ଟିକା ଦେଉଥିବା ନର୍ସ ଜଣକ ଫୋନରେ କଥା ହେଉଥିବା ଏଏନଏମ କମଲେଶ ଦେବୀଙ୍କୁ ଗୋଟିଏ ବଦଳରେ ଦୁଇଥର କରୋନା ଟିକା ଲଗାଇଥିଲେ। 3.ଶ୍ରମିକମାନେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋଧ ଗାଁରେମହେନ୍ଦ୍ର ପଣ୍ଡାଙ୍କ ଘରେ ଏକ ପାଇଖାନା ଟାଙ୍କି ମାଟି ଖୋଳୁଥିବା ବେଳେ ଏକ ପୁରୁଣା ଢାଳ ପାଇଥିଲେ । ଉକ୍ତ ନୋଟା ମଧ୍ୟରୁ ବାହାରିଥିଲା ବ୍ରିଟିଶ୍ ଅମଳ ଅର୍ଥାତ ୧୮ଶହ ମସିହାର ଶହ ଶହ ରୂପା ମୁଦ୍ରା । 4.ଏପ୍ରିଲ ୪ ତାରିଖ ପରଠାରୁ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ପ୍ରତି ରବିବାର ଦିନ ମନ୍ଦିର ପରିସରର ସମ୍ପୂର୍ଣ୍ଣ ପରିମଳ କରାଯିବ। 5.ଗଞ୍ଜାମ ଜିଲାପାଳ ଦଣ୍ଡନାଟ ନେଇ କଟକଣା ଜାରି କଲେ । ଦଣ୍ଡନାଟରେ କେବଳ ୨୫ଜଣ ଦଣ୍ଡୁଆଙ୍କୁ ଅନୁମତି ଦିଆଯାଇଛି। 6.ସ୍ବତନ୍ତ୍ର ରିଲିଫ୍ କମିଶନର ରାଜ୍ୟର ୧୦ ଜିଲାରେ ପୁଣିଥରେ ‘ନାଇଟ କର୍ଫ୍ୟୁ’ ଲାଗୁ କରିବାକୁ ନିର୍ଦେଶ ଜାରି କରିଛନ୍ତି। ଅପ୍ରିଲ ୫ରୁ ବରଗଡ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କୋରାପୁଟ ଜିଲାରେ ‘ନାଇଟ୍ କର୍ଫ୍ୟୁ’ ଲାଗୁ କରାଯିବ। 7.କେନ୍ଦ୍ର ସରକାର ଦେଶର ବିଭିନ୍ନ ରାଜ୍ୟରେ ୪୨୨ଟି ଇଥାନଲ୍ ପ୍ରକଳ୍ପ ସ୍ଥାପନକୁ ନୀତିଗତ ମଂଜୁରୀ ପ୍ରଦାନ କରିଛନ୍ତି। 8.ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, ଜଷ୍ଟିସ ସଞ୍ଜୁ ପଣ୍ଡା, ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। 9.ଆସନ୍ତା ୨୦୨୨ ମସିହା ସୁଦ୍ଧା ଭାରତର ସ୍ୱାସ୍ଥ୍ୟସେବା ଶିଳ୍ପ ୩୭୨ ମିଲିୟନ୍ ଡଲାର ଛୁଇଁବ। ଗତ ୫ ବର୍ଷ ମଧ୍ୟରେ ଦେଶରେ ସ୍ୱାସ୍ଥ୍ୟସେବା ଶିଳ୍ପ କ୍ଷେତ୍ରରେ ୨୨ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ନୀତି ଆୟୋଗ ତା’ର ସଦ୍ୟତମ ରିପୋର୍ଟରେ ସୂଚନା ଦେଇଛି। 10.ବ୍ରହ୍ମପୁର, ଏମକେସିଜି ମେଡିକାଲ କଲେଜ ଖେଳ ପଡ଼ିଆ ନିକଟରୁ ଜଣେ ବ୍ୟକ୍ତିଙ୍କଠାରୁ ୩.୪ କିଲୋ ଅଫିମ ଜବତ ହୋଇ ଥିବା ସହ ତାଙ୍କଠାରୁ ୪୦ ହଜାର ଟଙ୍କା ମଧ୍ୟ ଜବତ କରିଛି ଅବକାରୀ ବିଭାଗ। 11.କରୋନା ମହାମାରୀ ସମୟରେ ଉନ୍ନତ ପ୍ରଦର୍ଶନ କରି ଗଂଜାମ ଜିଲ୍ଲାର ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିର ଦୁଇଟି ବ୍ଲକ୍ ହିଞ୍ଜଳିକାଟୁ ଓ ଶେରଗଡ଼ ବ୍ଲକ ଏବଂ ୪ଟି ପଚାଂୟତ ବଡ଼ଖଣ୍ଡି, ରାମଚନ୍ଦ୍ରପୁର, ଆଡ଼ପଡା ଓ ବଡ଼ବୋରସିଙ୍ଗି ପଚାଂୟତକୁ ଜାତୀୟ ପଚାଂୟତ ପୁରସ୍କାରରେ ସମ୍ମାନିତ କରାଯାଇଛି। 12.ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଶନିବାର ଦିନ ଏକ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। 13.ବିପି କାନୁନଗୋ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବାର ସମସ୍ତ ଆଶା ହ୍ରାସ କରି 2 ଏପ୍ରିଲରେ କାର୍ଯ୍ୟକାଳ ଶେଷ ହେବା ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି। 14.କୋଭିଡ୍ -19 ବୃଦ୍ଧି ମଧ୍ୟରେ ଯାତ୍ରୀବାହୀ ଯାତାୟାତକୁ ପରିଚାଳନା କରିବା ପାଇଁ ଭାରତୀୟ ରେଳବାଇ 11 ଏପ୍ରିଲରୁ 14 ଏପ୍ରିଲ ମଧ୍ୟରେ ହରିଦ୍ୱାର ରେଳ ଷ୍ଟେସନରେ କୋଉଣସି ଟ୍ରେନକୁ ଅଟକାଇବାକୁ ନଦେବାକୁ ନିଷ୍ପତ୍ତି ନେଇଛି। 15.ହିମାଚଳ ପ୍ରଦେଶର ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ଶିକ୍ଷାନୁଷ୍ଠାନ 15 ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶନିବାର ଦିନ ରାଜ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି। 16. ଆଦାନୀ ଏଣ୍ଟରପ୍ରାଇଜେସ୍ ଶୁକ୍ରବାର ଦିନ କହିଛି ଯେ ଏହା ଜାତୀୟ ରାଜପଥ ପ୍ରାଧିକରଣ (NHAI) ରୁ ଓଡିଶାରେ 1,169.10 କୋଟି ଟଙ୍କା ରାଜପଥ ପ୍ରକଳ୍ପ ରହିଛି । 17.ତିନିଜଣ ବରିଷ୍ଠ ବିଜେପି ବିଧାୟକ - ଜନନାରାୟଣ ମିଶ୍ର, ମୋହନ ମାଝହି ଏବଂ ବିଷ୍ଣୁ ସେଠୀଙ୍କୁ ବାଚସ୍ପତିଙ୍କ ଜୋତା ଫିଙ୍ଗିଥିବା ଅଭିଯୋଗରେ ଚାଲିଥିବା ବିଧାନସଭା ଅଧିବେଶନରୁ ନିଲମ୍ବିତ କରାଯାଇଛି। 18.ଶନିବାର ନିର୍ବାଚନ ଆୟୋଗର ତଥ୍ୟରୁ ଜଣାପଡିଛି ଯେ ନନ୍ଦିଗ୍ରାମ ମତଦାନ ହାର 88.01 ପଞ୍ଜିକୃତ କରିଥିବାବେଳେ ବୁଥଗୁଡିକର ଏକ ଚତୁର୍ଥାଂଶରୁ ଅଧିକ ମତଦାନ 90 ରୁ ଅଧିକ ପଞ୍ଜିକୃତ ହୋଇଛି। 19.ଦେଶରେ ପରିଚାଳିତ COVID19 ଟିକା ର ମାତ୍ରା 3 ଏପ୍ରିଲ 21 ରେ 7.3 କୋଟି ମାର୍କ ଅତିକ୍ରମ କରିଛି | 20.ଓଡିଶା ଷୋଡଶ ବିଧାନସଭାର ଷଷ୍ଠ ତଥା ବଜେଟ ଅଧିବେଶନ ଶନିବାର ଦିନ ସମାପ୍ତ ହୋଇଛି। ଏଥିରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୭୫ ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍ ଏବଂ ଆଉ ୮ଟି ବିଲ୍ ପାରିତ ହୋଇଛି। |
959 | Y |