Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 27-10-2025 Odia
  1. 1.ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇଣ୍ଡିଆନ୍‍ ମେଟାଲ୍‍ସ ପବ୍ଲିକ୍‍ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ପ୍ରଦାନ କରାଯାଇଛି।

  2. 2.ସେହିପରି ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ ଓ ପ୍ରସିଦ୍ଧ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କୁ କଳା ସମ୍ମାନ ପ୍ରଦାନ କରାଯାଇଛି । ଗଳ୍ପ ସଂକଳନ ‘ମ୍ୟାଟିନି ଶୋ’ ପାଇଁ ପ୍ରାପ୍ତ ଏହି ପୁରସ୍କାର ବାବଦରେ ଲେଖକଙ୍କୁ ତାମ୍ରଫଳକ, ଉପାୟନ ସହିତ ସାତଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।

  3. 3.ସୁନ୍ଦରଗଡ଼ ଜିଲା ବଣାଇଁ ମୁଖ୍ୟ ସହରରେ ପ୍ରଥମ ଥର ହୋଇଛି ଡକାୟତି। ୪ ଜଣ ସଶସ୍ତ୍ର ମୁଖାଧାରୀ ଡକାୟତ ମାଡ଼ ମାରିବା ସହ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ଲୁଟିନେଲେ।

  4. 4.ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ମଧ୍ୟରେ ଋଷ ଏହାର ନୂତନ ପରମାଣୁଚାଳିତ କ୍ରୁଜ୍ କ୍ଷେପଣାସ୍ତ୍ର ‘ବୁରେଭେଷ୍ଟ୍‌ନିକ୍’ର ପରୀକ୍ଷଣ ସଫଳତାର ସହ ସଂପନ୍ନ କରିଛି।

  5. 5.ଚାରି ବର୍ଷରୁ ଅଧିକ ସମୟ ପରେ ରବିବାର କୋଲକାତା ଏବଂ ଚୀନର ଗ୍ୱାଙ୍ଗଜୋ ମଧ୍ୟରେ ସିଧାସଳଖ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି । କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନବନ୍ଦରର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

  6. 6.ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସିକୁ ମାଡ୍ରାସ ହାଇକୋର୍ଟ ‘ସମ୍ପତ୍ତି’ ମାନ୍ୟତା ଦେଇଛନ୍ତି। ଏଥି ସହିତ ଭାରତୀୟ ଆଇନ ଅଧୀନ‌ରେ କ୍ରିପ୍ଟୋ ସମ୍ପର୍କିତ ବିବାଦଗୁଡ଼ିକର ଫଇସଲା କରିବା ବାଟ ଫିଟିଛି।

  7. 7.ନୂଆଦିଲ୍ଲୀ ପାଣ୍ଠିର ଅଭାବ ଓ ପ୍ରତି‌ଷ୍ଠାତାଙ୍କ ଧୈର୍ଯ୍ୟର ଅଭାବ। ଏହି ଦୁଇ କାରଣ ପାଇଁ ଚଳିତ ବର୍ଷ ଦେଶରେ ୧୧,୨୨୩ଟି ଷ୍ଟାର୍ଟଅପ୍ ବନ୍ଦ ହୋଇଯାଇଛି। କିଛି ସଂସ୍ଥା ଚାରି ପାଞ୍ଚ ବର୍ଷ ଧରି ଉଦ୍ୟମ କରିବା ପରେ ବିଫଳ ହୋଇ ନିଜର ଯାତ୍ରା ଶେଷ କରିଛନ୍ତି।

  8. 8.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବଦେଶୀ ଆହ୍ବାନରେ ଅନୁପ୍ରାଣିତ ହୋଇ କେନ୍ଦ୍ର ମନ୍ତ୍ରୀମାନେ ବିଦେଶୀ ଇମେଲ୍‌ ଓ ସଫ୍ଟୱେର୍‌ ପରିହାର କରି ସ୍ବଦେଶୀ ଜୋହୋ ମେଲ୍‌କୁ ଆପଣାଇଛନ୍ତି। ଉଦ୍ୟୋଗପତି ଶ୍ରୀଧର ଭେମ୍ବୁ ‘ଜୋହୋ’ ସ୍ଥାପନ କରିଛନ୍ତି।

  9. 9.ନୂଆଦିଲ୍ଲୀରେ ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇପଡିଛି। ଏଥିଯୋଗୁଁ ଦୀପାବଳି ପରଠାରୁ ସହରରେ ଶ୍ବାସରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି।

  10. 10.ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ନୀତି ବିରୋଧରେ କାର୍ଯ୍ୟ କରିଥିବାରୁ ଜେଡିୟୁ  ୧୧ ଜଣ ନେତାଙ୍କୁ ବହିଷ୍କାର କରିଛି।

  11. 11.ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଚାଇବାସା ସହରରେ ଚିକିତ୍ସା ଅବହେଳାଜନିତ  ଏକ ସାଂଘାତିକ ମାମଲା ସାମନାକୁ ଆସିଛି।   ଥାଲାସେମିଆରେ ପୀଡ଼ିତ ପାଞ୍ଚ ଜଣ ଶିଶୁ ରକ୍ତ ଗ୍ରହଣ କରିବା ପରେ ଏଚ୍ଆଇଭି (ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍)  ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

  12. 12.ଓଡ଼ିଶାର ବୃହତ୍ତମ ବାଣିଜ୍ୟ ମେଳା କଟକର ବାଲିଯାତ୍ରା ପାଇଁ ଚଳିତ ବର୍ଷ ଇଣ୍ଡୋନେସିଆକୁ ‘ପାର୍ଟନର ଦେଶ’ ଭାବେ ଘୋଷଣା କରାଯାଇଛି। କଟକ ଜିଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି।

  13. 13.ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଗୁରୁଜଙ୍ଗସ୍ଥିତ ଶ୍ରୀଧବଳେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଛି। ରବିବାରଠାରୁ ଟ୍ରଷ୍ଟ ବୋର୍ଡ ଆନୁଷ୍ଠାନିକ ଭାବେ ମନ୍ଦିର ପରିଚାଳନା ଦାୟିତ୍ୱ ନେଇଛି। ମନ୍ଦିର ସଫେଇ ସହିତ ରଙ୍ଗ କାମ ଆରମ୍ଭ ହୋଇଛି। ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣମୀରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି।

  14. 14.ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ନଜରରେ ରଖି କଳିଙ୍ଗା ଘାଟିରେ ଚାଲିଥିବା କାର୍ଯ୍ୟ ୩ ଦିନ ବନ୍ଦ ରଖିବାକୁ କନ୍ଧମାଳ ଜିଲାପାଳ ବେଦଭୂଷଣ ନିର୍ଦ୍ଦେଶ ଦେଇଛନ୍ତି। ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ।

  15. 15.ସମ୍ଭାବ୍ୟ ବାତ୍ୟା ‘ମନ୍ଥା’ର ମୁକାବିଲା ପାଇଁ ଉଭୟ ସରକାର ଓ ଜନସାଧାରଣ ପ୍ରସ୍ତୁତି ଚଳାଇଛନ୍ତି। ବାତ୍ୟା ପରିପ୍ରେକ୍ଷୀରେ ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦେଶ ଦେଇଛନ୍ତି।

31 Y
2 27-10-2025 English
  1. 1.The 46th Sarala Puraskar, instituted by Indian Metals Public Charitable Trust (IMPaCT), offered annually for the best literary achievement, was coffered upon notable poet and writer Devdas Chhotray here Saturday.

  2. 2.The ISRO Sunday said its LVM3 launch vehicle is scheduled to lift off with the CMS-03 communication satellite November 2, from the Satish Dhawan Space Centre, Sriharikota.

  3. 3.The Election Commission of India (ECI) may appoint volunteers to assist booth-level offi cers (BLOs) during the probable special intensive revision (SIR) of electoral rolls in West Bengal, a senior offi cial said Sunday.

  4. 4.The Andhra Pradesh government has prepared an action plan for relief and essential supplies in pre-cyclone preparedness for Cyclone Montha.

  5. 5.The United Kingdom has evinced interest in the e-Courts project that seeks to digitise entire court records, and a delegation from that country would be in the national capital next week to interact with top Union law ministry officials.

  6. 6.According to the Ministry of Education’s statistics, 20,817 teachers were employed in the schools with zero enrolments. In a peculiar case, West Bengal accounted for 17,965 such teachers, along with the highest number of schools without enrolments (3,812).

  7. 7.The Unified District Information System for Education Plus (UDISE+) report for the session released by the ministry revealed that 76.4 lakh students enrolled in 61,565 schools in the state. As per 2023-24 academic session report, Odisha had eight such schools.

  8. 8.Prime Minister Narendra Modi Sunday praised Koraput coffee, saying that the hot beverage is truly delectable and indeed a pride of Odisha. He said this while addressing the 127th episode of his radio programme ‘Mann Ki Baat’.

  9. 9.The Bhubaneswar Municipal Corporation (BMC) has introduced a new mechanism to enhance door-to-door waste collection and road sweeping services across the City.

  10. 10.Amid the dwindling population of bison in Jharkhand’s Palamau Tiger Reserve (PTR), the state authority has sought permission from the Centre to bring the animal from Madhya Pradesh.

  11. 11.Bihar Chief Minister Nitish Kumar's JD(U) expelled 16 leaders, including a sitting MLA and two former ministers, most of whom have entered the fray against official NDA candidates.

  12. 12.President Donald Trump said Saturday that he plans to hike tariffs on imports of Canadian goods by an extra 10 per cent because of an anti-tariff television ad aired by the province of Ontario.

  13. 13.Suspects have been arrested in connection with the theft of crown jewels from Paris' Louvre museum, the Paris prosecutor said Sunday, a week after the heist at the world's most visited museum that stunned the world.

  14. 14.Passenger vehicle (PV) exports from India rose by 18 per cent year-on-year in the April-September period with Maruti Suzuki leading the segment with shipment of over 2 lakh units, according to the The Society of Indian Automobile Manufacturers (SIAM) data.

  15. 15.Weightlifter Priteesmita Bhoi broke the world youth record in clean & jerk on way to clinching gold in the girls' 44kg category at the Youth Asian Games, here Sunday.

18 Y
3 26-10-2025 Odia
  1. 1.ଆନ୍ଧ୍ର ପ୍ରଦେଶରେ କୁର୍ଣ୍ଣୁଲ ବସ୍ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଶୁକ୍ରବାର ସକାଳେ ଦୁର୍ଘଟଣା ଘଟିବା ପରେ ବସ୍ ଭିତରେ ୨୩୪ଟି ସ୍ମାର୍ଟଫୋନ୍‌ ଥିବା ଏକ ପ୍ୟାକେଟ୍‌ ବିସ୍ଫୋରିତ ହୋଇଥିଲା। ଫୋରେନସିକ୍ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଏହି ଫୋନ୍‌ଗୁଡ଼ିକର ବ୍ୟାଟେରି ବିସ୍ଫୋରଣ ଯୋଗୁଁ ବସ୍‌ରେ ଲାଗିଥିବା ନିଆଁର ତୀବ୍ରତା ବୃଦ୍ଧି ପାଇଥିଲା.

  2. 2. ରାଜସ୍ଥାନର କୋଟାରେ  ନିଟ୍‌ ପାଇଁ ପ୍ରସ୍ତୁତି କରୁଥିବା ଓଡ଼ିଶାର ଜଣେ ୨୪ ବର୍ଷୀୟ  ଛାତ୍ର  ଆତ୍ମହତ୍ୟା  କରିଛନ୍ତି। ମୃତ ଛାତ୍ରଙ୍କ ନାମ ରୋଶନ କୁମାର ପାତ୍ର ଏବଂ ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅନ୍ତର୍ଗତ ଅଭୟପୁର ଗ୍ରାମରେ।

  3. 3.ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ନୀତୀଶ କୁମାରଙ୍କ ଦଳ ଜେଡିୟୁ ଏକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିବା ପାଇଁ ଜେଡିୟୁ ୧୧ ଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି।

  4. 4.ମହାରାଷ୍ଟ୍ରର ବୁଲଢାନାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଉତ୍ତ୍ୟକ୍ତ ହୋଇ ତାଙ୍କ ଯମଜ ଝିଅଙ୍କ ଗଳା କାଟି ହତ୍ୟା କରିଛନ୍ତି।

  5. 5.ସରକାର ଛାପା ଗଣମାଧ୍ୟମର ବିଜ୍ଞାପନ ଦରରେ ସରକାର ୨୬ ପ୍ରତିଶତ ବଢ଼ାଇବା ନେଇ ଯୋଜନା କରୁଛନ୍ତି। ଏ ସଂକ୍ରାନ୍ତ ବିଜ୍ଞପ୍ତି ନଭେମ୍ବର ୧୫ ପରେ ପ୍ରକାଶ ପାଇବା ନେଇ ଆଶା କରାଯାଉଛି ବୋଲି ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ରିପୋର୍ଟ କରିଛି।

  6. 6.ଆଦାନୀ ଗ୍ରୁପ୍‌ରେ ନିବେଶ କରିବା ପାଇଁ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଉପରେ ସରକାରୀ ଚାପ ପଡ଼ିଥିଲା। ଆମେରିକାର ୱାସିଂଟନ ପୋଷ୍ଟ୍‌ରେ ଏ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏଲ୍‌ଆଇସି ଏହାକୁ ଖଣ୍ଡନ କରିଛି।

  7. 7.ଜିଏସଟି ହାରକୁ ସରଳ କରିବା ପରେ ଏବେ ସରକାର ଜିଏସଟି ପଂଜୀକରଣ ପ୍ରକ୍ରିୟାକୁ ସରଳ କରିବାକୁ ଯାଉଛନ୍ତି। ନଭେମ୍ବର ୧ରୁ ମାତ୍ର ତିନିଦିନରେ ଜିଏସଟି ପଂଜୀକରଣର ମଂଜୁରୀ ମିଳିପାରିବ ।

  8. 8.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ଆମେରିକା। ଗତ ଏସସିଓ ସମ୍ମିଳନୀ ସମୟରେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଏଭଳି ଯୋଜନା କରିଥିଲା ବୋଲି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି।

  9. 9.ଅଭିନୟ ଜଗତ ୭୪ ବର୍ଷ ବୟସରେ ସତୀଶ ଶାହଙ୍କ ପରଲୋକ ଘଟିବା ପରେ ଶୋକରେ ବୁଡ଼ି ଯାଇଛି ।

  10. 10.ଆମ ଆଦମୀ ପାର୍ଟିର ରାଜ୍ୟ ସରକାରଙ୍କ ତରଫରୁ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଯୋଜନା ଏବେ ସଙ୍କଟରେ ପଡିଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ଯୋଜନାରେ ପଞ୍ଜାବ ରୋଡୱେଜ୍ ଉପରେ ୧୨୦୦ କୋଟି ଟଙ୍କାରୁ ଅଧିକ ବକେୟା ପଡିଛି। ଅନ୍ୟପଟେ ଅନେକ ଡିପୋରେ ବସ୍ ଗୁଡିକ ଠିଆ ହୋଇଛନ୍ତି, ଗଡିବା ପାଇଁ ଡିଜେଲ୍ ବ୍ୟବସ୍ଥା ମଧ୍ୟ ହୋଇପାରୁନି।

  11. 11.ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ନାମରେ ଦୁଇଟି ସରକାରୀ ବାସଭବନ ଆବଣ୍ଟନ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ସେଥିମଧ୍ୟରୁ ଗୋଟିଏ ଭୁବନେଶ୍ବରରେ ଓ ଅନ୍ୟଟି ନୂଆଦିଲ୍ଲୀରେ ଥିବା ଜଣାପଡ଼ିଛି।

  12. 12.ରାଜ୍ୟ କ୍ୟାବିନେଟର ୨୯ ତମ  ବୈଠକରେ ମୋଟ  ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲl। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଗୋଟିଏ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଗୋଟିଏ, ବାଣିଜ୍ୟ ଓ ପରିବହନ ବିଭାଗର ୧ଟି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ୨ଟି ଏହିଭଳି ମୋଟ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା।

  13. 13.ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ହରିଶ୍ଚନ୍ଦ୍ର ମହାପାତ୍ର । ଭରତ ନାୟକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଭରତ ୪୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।

  14. 14.ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଭେଣ୍ଟିଲେଟରରୁ ବାହାରିଲେ ।  ସେ ଗୁରୁତର ହୋଇ ଏମ୍ସ ଭେଣ୍ଟିଲେଟରରେ ଥିଲେ।

  15. 15.ଶେହନାଜ ଗିଲ୍‌ଙ୍କ ଅପ୍‌କମିଙ୍ଗ ପଞ୍ଜାବୀ କମେଡି ଡ୍ରାମା  ‘ଇକ୍‌ କୁଡ଼ି’ର ଟ୍ରେଲର୍‌ ରିଲିଜ୍‌ ହୋଇଛି।

43 Y
4 26-10-2025 English
  1. 1.India’s most celebrated astrophysicist Jayant Narlikar, who passed away in May, was Saturday selected for Vigyan Ratna Puraskar.

  2. 2.The Supreme Court is scheduled to hear a suo motu matter on victims of digital arrest who are defrauded by using forged documents October 27.

  3. 3.A 23-year-old miniature artist from Ganjam district set a new Guinness World Record for crafting the smallest wooden spoon.

  4. 4.Reliance Intelligence Ltd is forming a JV with a Meta subsidiary to market and distribute enterprise AI in India

  5. 5.Veteran Hindi film actor Satish Shah, whose very presence in films such as “Jaane Bhi Do Yaaron” and “Main Hoon Na” and sitcom “Sarabhai vs Sarabhai” elicited smiles and many a laugh, has died. He was 74.

  6. 6.As the BJP government in the state completed its 500 days in offi ce, Chief Minister Mohan Charan Majhi Saturday said that his administration has implemented all the promises made by the party in the 2024 Assembly elections.

  7. 7.The state government Saturday approved Rs 1.46 lakh crore worth 33 industrial projects with a potential to generate 66,000 employment opportunities in Odisha

  8. 8.The Supreme Court is scheduled to hear a suo motu case relating to stray dogs October 27.

  9. 9.The Delhi High Court has ordered removal of an AI-generated video which claimed that guests were poisoned by employees of hotel Taj Lake Palace in Udaipur. The court said it was of the prima facie opinion that the contents of the video were false.

  10. 10.The government has planned a series of initiatives to shield the conventional media from the disruptions expected due to rapid digitisation in the sector.

  11. 11.US President Donald Trump’s administration has authorised oil and gas drilling in Alaska’s Arctic National Wildlife Refuge, effectively disturbing the pristine condition of one of America’s largest wildernesses.

  12. 12.Thailand's Queen Mother Sirikit, who brought glamour and elegance to a postwar revival in the country's monarchy and who, in later years, would occasionally wade into politics, has died aged 93, the Thai Royal Household Bureau said Saturday.

  13. 13.The Reserve Bank Friday came out with draft norms to enable banks to fund acquisitions by Indian companies and raise the loan amount to individuals to purchase shares through IPOs and FPOs.

  14. 14.The Life Insurance Corporation of India (LIC) Saturday denied reports by The Washington Post, reaffirming all investments are made with integrity and due diligence.

  15. 15.Left-wing independent Catherine Connolly is set to become Ireland's next president after her rival conceded defeat in the country's presidential election Saturday.

16 Y
5 25-10-2025 Odia
  1. 1.ଆକାଉଣ୍ଟଧାରୀଙ୍କ ଅନ୍ତେ ତାଙ୍କ ଅଂଶ ନୋମିନୀମାନଙ୍କୁ ମିଳିବ। ସରକାରଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ସିଷ୍ଟମରେ କ୍ଲେମ କରିବା ପାଇଁ ଏଭଳି ସମାନ ଏବଂ ସହଜ ବ୍ୟବସ୍ଥା ଆଣିଛନ୍ତି। ଏଣିକି ବ୍ୟାଙ୍କ ଆକାଉଣ୍ଟରେ ରହିପାରିବେ ୪ ଜଣ ନୋମିନୀ।

  2. 2.ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ୯.୮୫ ଏକର ଜମି ଉପରେ ୧୭୩ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ସର୍ବବୃହତ ଏହି ପ୍ରେକ୍ଷାଳୟ ଇଡ୍‌କୋ ପକ୍ଷରୁ ନିର୍ମାଣ କରାଯାଉଛି। ୨୦୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ ସହିତ ୫୦୦ ସିଟ୍ ବିଶିଷ୍ଟ ଏକ ଓପନ୍ ଏୟାର ଥିଏଟର୍‌ ମଧ୍ୟ ଏହି ପରିସର ମଧ୍ୟରେ ରହିବ। ମୁଖ୍ୟମନ୍ତ୍ରୀ ୨୦୨୬ ମେ ମାସ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

  3. 3.୨୦୨୦ରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ଗଲାୱାଲରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ସ୍ଥାନଠାରୁ ପ୍ରାୟ ୧୧୦ କିଲୋମିଟର ଦୂରରେ ତିବ୍ଦତର ପାଙ୍ଗୋଙ୍ଗ ହ୍ରଦର ପୂର୍ବ ଭାଗରେ  ଚୀନ୍ ଦ୍ବାରା ନିର୍ମାଣ କାର୍ଯ୍ୟକଳାପ ଜୋର୍‌ସୋରରେ ଚାଲିଛି।

  4. 4.ଜମ୍ମୁ କାଶ୍ମୀରର ୪ଟି ରାଜ୍ୟସଭା ଆସନ ପାଇଁ  ଆଜି ହୋଇଥିବା ନିର୍ବାଚନରେ  ଶାସକ ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି)କୁ ବଡ଼ ସଫଳତା ମିଳିଛି।  ତିନୋଟି ଆସନରେ ଏନ୍‌ସି ବିଜୟୀ ହୋଇଥିବା  ବେଳେ ଚତୁର୍ଥ  ଆସନ ବିଜେପିକୁ ଯାଇଛି।

  5. 5. ପାଞ୍ଚ ବର୍ଷର ବିରତି ପରେ ଆସନ୍ତା ୨୬ ତାରିଖରୁ ପୁଣି ଥରେ ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବା (India-China Direct Flight ) ଆରମ୍ଭ ହେବ । Indigo ଘୋଷଣା କରିଛି ଯେ ଏହା ଅକ୍ଟୋବର ୨୬ରୁ କୋଲକାତା-ଗୁଆଙ୍ଗଝୋଉ ବିମାନ ଏବଂ ନଭେମ୍ବର ୧୦ରୁ ଦିଲ୍ଲୀ-ଗୁଆଙ୍ଗଝୋଉ ବିମାନ ସେବା ପୁଣି ଆରମ୍ଭ କରିବ।

  6. 6. ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ମହିଳା ଡାକ୍ତର ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ପୀଡ଼ିତା ଡାକ୍ତର ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ବାମ ହାତ ପାପୁଲିରେ ସୁଇସାଇଡ୍‌ ନୋଟ୍‌ ଲେଖି ୨ ଜଣ ପୁଲିସଙ୍କ ବିରୋଧରେ ଦୁଷ୍କର୍ମ ଓମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

  7. 7.ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ ।

  8. 8.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩୦୨ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି।

  9. 9.ଭାରତୀୟ ରେଳବାଇ ହାଇଦ୍ରାବାଦ-ଭୁବନେଶ୍ୱର ନୂଆ-ହାଇଦ୍ରାବାଦ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନର ସେବାକୁ ପୂର୍ବ ସୂଚିତ ସମୟ, ରହଣି ଏବଂ ସଂରଚନା ସହିତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି।

  10. 10. ଭିଲୱାଡ଼ା ପେଟ୍ରୋଲ ପମ୍ପରେ ରାଜସ୍ଥାନର ଜଣେ ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ (ଏସ୍‌ଡିଏମ୍‌) ଓ ପଟ୍ରୋଲ୍‌ ପମ୍ପ୍‌ କର୍ମଚାରୀ ହାତାହାତି ହେବା ମାମଲା ଆଉ ପାଦେ ଆଗକୁ ବଢ଼ିଛି। ତଦନ୍ତ ପରେ ନିଲମ୍ବିତ ହୋଇଛନ୍ତି ପ୍ରଶାସନିକ ଅଧିକାରୀ।

  11. 11.ତାଲିବାନ ଶାସିତ ଆଫଗାନିସ୍ତାନ ଡ୍ୟାମ ନିର୍ମାଣ କରି ପାକିସ୍ତାନକୁ ପାଣି ସୀମିତ କରିବାକୁ ଯୋଜନା କରୁଛି।

  12. 12.ଜାତିସଂଘ (United Nations) ପ୍ରତିଷ୍ଠାର ୮୦ତମ ବାର୍ଷିକୀ ପାଳନ କରାଯାଉଛି। ଏହି ଅବସରରେ ଭାରତର ରାଜଧାନୀ ଦିଲ୍ଲୀରେ ଅଭିଭାଷଣ ସମୟରେ ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ସଦସ୍ୟମାନଙ୍କୁ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ସୁରକ୍ଷା ଦେବାର ଅଭିଯୋଗ କରିଥିଲେ।

  13. 13.ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ନଭେମ୍ବର ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

  14. 14.ରେଳ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, IRCTC ପ୍ରତିଦିନ ୧.୩ ରୁ ୧.୪ ନିୟୁତ ଟ୍ରେନ ଟିକେଟ୍ ବିକ୍ରୟ କରେ। ତଥାପି, ପର୍ବପର୍ବାଣୀ ଏବଂ ଛୁଟିଦିନ ଭଳି ପିକ୍ ଯାତ୍ରା ଋତୁରେ ଏହି ସଂଖ୍ୟା ବହୁତ ବଢ଼ିଯାଏ।

  15. 15.ବିଜ୍ଞାପନ ଗୁରୁ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେଙ୍କର ୭୦ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇଛି। ସେ ‘ଅବକି ବାର ମୋଦି ସରକାର’ ଏବଂ ‘ଥଣ୍ଡା ମତଲବ କୋକା-କୋଲା’ ସମେତ ଅନେକ ପ୍ରସିଦ୍ଧ ବିଜ୍ଞାପନ ଲେଖିଥିଲେ।

25 Y
6 25-10-2025 English
  1. 1.Gold prices tank to Rs1,25,600 per 10 grams in the national capital amid weak trends in the international markets.

  2. 2.The Indian Space Research Organisation (ISRO) and Indian Institute of Technology (IIT) Bhubaneswar have signed an agreement to foster collaborative research and development.

  3. 3.Growth in India’s private sector eased to a five-month low in October as weaker demand and rising output prices weighed on business optimism, a survey showed Friday

  4. 4.ITC Hotels Friday reported a nearly 74 per cent rise in its consolidated net profi t for the second quarter ended September at Rs 133.29 crore, on higher revenue from operations.

  5. 5.SBI Life Insurance Company Friday reported a 6.6 per cent decline in net profi t to Rs 494.6 crore in the September quarter of the current fiscal.

  6. 6.Federal indictments have detailed a sophisticated poker cheating ring with alleged ties to National Basketball Association (NBA) figures and organised crime October 23, 2025.

  7. 7.Indian refiners are likely to ramp up crude oil purchases from the Middle East, Latin America and the US to compensate for reduced imports from Russia, following Washington’s sanctions on two major Russian producers, sources and analysts said.

  8. 8.US President Donald Trump intensified his criticism of Canada on Friday after terminating trade talks over a Canadian political advertisement that used Republican icon Ronald Reagan saying tariffs cause trade wars and economic disaster.

  9. 9.A woman doctor working at a government hospital in Maharashtra’s Satara district has died by suicide, leaving a note on her palm, accusing a police sub-inspector of rape and mental harassment.

  10. 10.A 16-year-old girl was allegedly raped by her two distant relatives in Puri district, police said Friday.

  11. 11.Piyush Pandey, one of India’s most celebrated advertising minds whose works included 2014 election slogan ‘Ab ki baar, Modi sarkar’, died in Mumbai Friday at the age of 70.

  12. 12.Bollywood singer and music composer Sachin Sanghvi has been arrested for allegedly sexually assaulting a woman after promising her a chance in a music album as well as marriage, police said Friday.

  13. 13.Eminent poet and novelist Rajendra Kishore Panda passed away Friday. He was 81. His notable works include Gaun Devata (1975), Nija Pain Nanabaya (1980), Shailakalpa (1982), Anya (1988), Bahubreehi (1991), and Drohavakya (2003).

  14. 14.Indian Railways has announced extension of the Hyderabad–Bhubaneswar New weekly special train to accommodate rising passenger demand during the festive season.

  15. 15.The India A men’s and women’s hockey teams wrapped up their respective international exposure tours in China on a positive note, showcasing promising performances and gaining valuable experience against competitive local opposition.

14 Y
7 24-10-2025 Odia
  1. 1.ଜଷ୍ଟିସ୍ ସୂର୍ଯ୍ୟକାନ୍ତ ପରବର୍ତ୍ତୀ ସିଜେଆଇ ହେବା ପ୍ରାୟ ନିଶ୍ଚିତ। ଉତ୍ତରାଧିକାରୀଙ୍କ ନାମ ନେଇ ଜଷ୍ଟିସ୍ ଗୱାଇଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ପତ୍ର ଦିଆଯିବ।
  2. 2.ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି। ଷ୍ଟେସନ୍‌ର ପୁନଃବିକାଶ କାର୍ଯ୍ୟ ଜାରି ରହିଥିବା ବେଳେ ଯାତ୍ରୀଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପୂର୍ବତଟ ରେଳପଥ ପାଇଁ ବଡ଼ ଆହ୍ଵାନ ପାଲଟିଛି।ନିୟମିତ ସମୟରେ ଦୈନିକ ହାରାହାରି ୭୦ରୁ ୮୦ ହଜାର ଯାତ୍ରୀ ଯିବା ଆସିବା କରିଥାନ୍ତି।

  3. 3. ଯୁକ୍ତରାଷ୍ଟ୍ର ଆମେରିକା ରୁଷ୍‌ ‌ତେଲ ବିକ୍ରି ଉପରେ ବଡ଼ଧରଣର କଟକଣା ଲଗାଇଛି। ୟୁକ୍ରେନ ଯୁଦ୍ଧ ତୁରନ୍ତ ବନ୍ଦ ପାଇଁ ମସ୍କୋ ଓ ପୁଟିନଙ୍କ ଉପରେ ଚାପ ପ୍ରୟୋଗ ପାଇଁ ଆମେରିକା ଏଭଳି ପଦକ୍ଷେପ ନେଇଛି।

  4. 4.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ, ସେ କୁଆଲାଲମ୍ପୁରରେ ୪୭ତମ ଆସିଆନ୍ ଶିଖର ସମ୍ମିଳନୀରେ ଭର୍ଚୁଆଲ୍ ମାଧ୍ୟମରେ ଅଂଶଗ୍ରହଣ କରିବେ।

  5. 5. ତେହେରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ପକ୍ଷରୁ ଜାରି ଅନେକ ଭିଡିଓରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନୀରଙ୍କୁ ଚ୍ୟାଲେଞ୍ଜ କରାଯାଇଛି। ଏହି ଭିଡିଓରେ ଜଣେ ବରିଷ୍ଠ ଟିଟିପି କମାଣ୍ଡରମାନେ ମୁନିରଙ୍କୁ ଧମକ ଦେଇଛନ୍ତି। ପାକିସ୍ତାନୀ ସେନା ସହିଦ ହେବା ପାଇଁ ସାଧାରଣ ସୈନିକଙ୍କୁ ପଠାଇବା ପରିବର୍ତ୍ତେ ଶୀର୍ଷ ଅଧିକାରୀମାନେ ଯୁଦ୍ଧ ମୈଦାନକୁ ଓହ୍ଲାଇବା ଉଚିତ।

  6. 6.ଭୁବନେଶ୍ବରର ବଡ଼ ସପିଂ ମଲ୍ ‘ନେକ୍ସସ ଏସ୍‌ପ୍ଲାନେଡ୍‌’ରେ ଗ୍ରାହକଙ୍କଠାରୁ ପାର୍କିଂ ଫି’ ନାଁରେ ଶୋଷଣ ଆରମ୍ଭ ହୋଇଯାଇଛି। ବାଇକ୍ ପିଛା ୧୦ ଟଙ୍କା ଓ କାର୍ ପିଛା ୨୦ ଟଙ୍କା ପାର୍କିଂ ଫି’ ଆଦାୟ କରାଯାଉଛି।

  7. 7.ଆର୍‌ଜେଡି (ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ବୀ ଯାଦବଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି।

  8. 8.ଟିଭି ପରଦାର ଚର୍ଚ୍ଚିତ ଅଭିନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଅଭିନିତ ହିନ୍ଦୀ ଧାରାବାହିକ ‘କ୍ୟୋଁକି ସାସ ଭି କଭି ବହୁ ଥି-୨’ର ଦୁଇଟି ଅଧ୍ୟାୟରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କୁ ଦେଖିବାକୁ ମିଳିବ।

  9. 9.ଢେଙ୍କାନାଳଜିଲ୍ଲା ସଦର ବ୍ଲକ ତରଭାର ଶୁଭସ୍ମିତା ସାହୁ ,ପ୍ରଥମେ ଅଳ୍ପ କିଛି କୁକୁଡ଼ା ରଖୁଥିଲେ। ନିଜ ଘର ଅଗଣାରେ କରିଥିବା ନିଜର ଫାର୍ମରେ ଶୁଭସ୍ମିତା ୬୦୦ ରୁ ଅଧିକ ରଙ୍ଗୀନ କୁକୁଡ଼ା ରଖୁଛନ୍ତି । ଯେଉଁଥିରୁ ସେ ଗୋଟିଏ ବ୍ୟାଚରେ ପ୍ରାୟ ୫୦ ହଜାରରୁ ଅଧିକ ଲାଭ ପାଉଥିବା ବେଳେ ବର୍ଷକୁ ସବୁ ଖର୍ଚ ଯାଇ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ପାଇପାରୁଛନ୍ତି ।

  10. 10.ଇଣ୍ଟରନେଟ୍ ଜଗତର ସର୍ବବୃହତ୍‌ ବ୍ରାଉଜର ଗୁଗଲ୍‌ର ଏକଚାଟିଆ ଆଧିପତ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଚାଟ୍‌ଜିପିଟି ଆଣିଥିବା ଆମେରିକୀୟ ସଂସ୍ଥା ଓପନ୍‌ଏଆଇ ନିଜର ବ୍ରାଉଜର ‘ଆଟ୍‌ଲାସ୍‌’ ଉନ୍ମୋଚନ କରିଛି।

  11. 11.ବିନା କୌଣସି ଲ’ସୁଟ୍‌ (ମକଦ୍ଦମା) ରେ ପିତାମାତାଙ୍କ ଦ୍ଵାରା ହୋଇଥିବା ସମ୍ପତ୍ତି ବୁଝାମଣାକୁ ନାବାଳକ ସନ୍ତାନ ସାବାଳକ ହେବା ପରେ ବାତିଲ କରିପାରିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

  12. 12.ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ଘରୋଇ ବିଳାସପୂର୍ଣ୍ଣ ବସ୍‌ ଏକ ମୋଟର ସାଇକେଲ ସହିତ ଧକ୍କା ହେବା ପରେ ନିଆଁ ଲାଗି ସପୂର୍ଣ୍ଣ ଜଳିଯାଇଛି । ଏହି ଦୁର୍ଘଟଣାରେ ୨୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

  13. 13.ମହାରାଷ୍ଟ୍ରରେ ବାଘ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ୨୦୨୨ ଜାନୁଆରୀରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ରାଜ୍ୟରେ ୧୪୨ ବାଘ ଓ ୫୩୭ କଲରାପତରିଆଙ୍କ ମୃତ୍ୟୁ ହୋଇଛି। କେବଳ ୨୦୨୫ ମସିହା ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩୫ ବାଘ ୧୧୫ କଲରାପତରିଆଙ୍କ ମୃତ୍ୟୁ ହୋଇଛି।

  14. 14.ବେଦାନ୍ତ ପକ୍ଷରୁ ଓଡ଼ିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଏହାଦ୍ୱାରା ରାଜ୍ୟରେ ୧ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

  15. 15.ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଦିନିକିଆରେ ପରାଜିତ ହୋଇଛି ଟିମ ଇଣ୍ଡିଆ। ଘରୋଇ ଅଷ୍ଟ୍ରେଲିଆ ଦଳ ୨ ଉଇକେଟରେ ବିଜୟୀ ହୋଇଛି।

28 Y
8 24-10-2025 English
  1. 1.The government Thursday initiated the process to appoint the next Chief Justice of India (CJI) as incumbent BR Gavai demits office November 23. Justice Surya Kant is the seniormost judge after the CJI and is next to become the head of the Indian judiciary.

  2. 2.The Delhi High Court has denied anticipatory bail to a man accused of raping a 17-year old girl while rejecting his contention that both were friends, saying friendship does not give licence to rape the victim repeatedly, confine her, or beat her mercilessly.

  3. 3. The Union Territory of Ladakh is hosting the highest population of about 477 snow leopards out of a total of 718 across India.

  4. 4.Union Minister for Road Transport and Highways, Nitin Gadkari, will attend the 84th annual session of the Indian Roads Congress (IRC) scheduled to be held here from November 7 to 10.

  5. 5.The Opposition INDIA bloc declared RJD leader Tejashwi Yadav its chief ministerial candidate for the Bihar Assembly polls.

  6. 6.US President Donald Trump hit Russia’s two biggest oil companies with sanctions in a sharp policy shift on Moscow’s war in Ukraine, prompting global oil prices to rise by 5 per cent and India to consider cutting Russian imports.

  7. 7.Vedanta Group will invest Rs 1 lakh crore in Odisha, creating over one lakh employment opportunities.

  8. 8.The Odisha Urban Conclave 2025, a flagship two-day event hosted by the Housing & Urban Development department, was inaugurated Thursday here with the vision of steering Odisha’s cities towards a smarter, inclusive, and sustainable urban future.

  9. 9.In a massive crackdown against illegal horns used by vehicles, the Commissionerate Police removed pressure horns from as many as 62 buses in the Capital city and collected penalties to the tune of Rs31,000.

  10. 10.The East Coast Railway (ECoR) has issued a strong advisory urging citizens to prioritise safety over social media stunts and strictly adhere to railway rules during the festive season.

  11. 11.The Delhi government mopped up about Rs600 crore in excise revenue from the sale of liquor from retail stores run by its corporations during Diwali.

  12. 12.Delhi Chief Minister Rekha Gupta Thursday said the city is set to witness its first-ever artificial rain through cloud seeding as preparations for the ambitious pollution-control initiative have been completed.

  13. 13.The defence ministry Thursday cleared proposals to procure weapons and military hardware worth Rs 79,000 crore, including Nag missiles, amphibious warfare ships and electronic intelligence and surveillance systems, to boost the combat capabilities of the three services.

  14. 14.The SIT probing the alleged 'vote chori' (vote theft) in Aland assembly segment in 2023 Assembly elections in Karnataka has discovered that “attempts” were made to delete names from the voters list and zeroed in on at least six suspects involved in the scam.

  15. 15.Smriti Mandhana (105) and Pratika Rawal (122) struck regal hundreds as a reinvigorated India outclassed New Zealand by a sumptuous 53-run margin to power-walk into the Women's World Cup semi-fi nals here Thursday.

26 Y
9 23-10-2025 Odia
  1. 1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିରରେ ପ୍ରବେଶ କରି ଇତିହାସ ରଚିଛନ୍ତି। ୬୭ ବର୍ଷୀୟ ରାଷ୍ଟ୍ରପତି ମୁର୍ମୁ ଏହା ଦ୍ୱାରା ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଏହି ପବିତ୍ର ତୀର୍ଥସ୍ଥଳରେ ପ୍ରାର୍ଥନା କରିଛନ୍ତି।

  2. 2.ଚୀନ୍ ଏପର୍ଯ୍ୟନ୍ତ ବଡ଼ ପରିମାଣରେ ଇ-ସିମ  ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିନାହିଁ। ଏହି କାରଣରୁ ଆପଲ୍ ଚୀନ୍‌ରେ ଆଇଫୋନ୍ ଏଆର  ଲଞ୍ଚ୍‌କୁ ଗୋଟିଏ ମାସ ବିଳମ୍ବ କରିଥିଲା।

  3. 3.ଜାଭେଲିନ ଥ୍ରୋ ତାରକା ନୀରଜ ଚୋପ୍ରାଙ୍କୁ ଏକ ବଡ଼ ସମ୍ମାନ ମିଳିଛି। ଦେଶ ପ୍ରତି ତାଙ୍କର ଅବଦାନ ପାଇଁ, ତାଙ୍କୁ ଟେରିଟୋରିଆଲ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ପ୍ରଦାନ କରାଯାଇଛି।

  4. 4.ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬୩ ଜଣ ଯାତ୍ରୀ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

  5. 5.ଭୋଜପୁରୀ ସିନେମାର ସୁପରଷ୍ଟାର ଖେସାରି ଲାଲ ଯାଦବ ରାଷ୍ଟ୍ରୀୟ ଜନତା ଦଳ (RJD) ଟିକେଟରେ ବିହାର ନିର୍ବାଚନ ଲଢ଼ୁଛନ୍ତି।

  6. 6.ଆଗାମୀ ନଭେମ୍ବର ୬ ଏବଂ ୧୧ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ନଭେମ୍ବର ୧୪ ତାରିଖରେ ଏହାର ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

  7. 7.ନୂଆଦିଲ୍ଲୀ ଲୋକପାଳଙ୍କ ନିକଟରେ ବର୍ତ୍ତମାନ ସାତ ଜଣ ସଦସ୍ୟ ଅଛନ୍ତି, ଯେଉଁଥିରେ ଜଣେ ଅଧ୍ୟକ୍ଷ ଏବଂ ଛଅ ଜଣ ସଦସ୍ୟ ଅଛନ୍ତି। କିନ୍ତୁ ଏହାର ଅନୁମୋଦିତ ସଂଖ୍ୟା ଆଠ। ଦୁର୍ନୀତି ବିରୋଧରେ ପଦକ୍ଷେପ ଗ୍ରହଣ କରୁଥିବା ଲୋକପାଳ ପ୍ରାୟ ୫ କୋଟି ମୂଲ୍ୟର ସାତୋଟି ବିଳାସପୂର୍ଣ୍ଣ BMW କାର କ୍ରୟ କରିବା ପାଇଁ ଏକ ଟେଣ୍ଡର ଜାରି କରିଛନ୍ତି।  

  8. 8.କାନାଡାରେ ପଞ୍ଜାବୀ ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗଷ୍ଟାର୍ ରୋହିତ ଗୋଦାରା ଗ୍ୟାଙ୍ଗ ତାଙ୍କୁ ଗୁଳି ମାରିଥିବା ଜଣାପଡିଛି।

  9. 9.ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଯାହାଫଳରେ ଆମେରିକାର ନୱାର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ- ୧୯୧ ଉଡ଼ାଣ ଭରିବାର କିଛି ସମୟ ପରେ ମୁମ୍ବାଇ ଫେରିଆସିଛି।

  10. 10ପାକିସ୍ତାନ ସହିତ ହୋଇଥିବା ସଂଘର୍ଷ ପଛରେ ଭାରତର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ୟାକୁବ ମୁଜାହିଦ ଓରଫ ମୁଲ୍ଲା ୟାକୁବ୍‌।

  11. 11.ଉଚ୍ଚ ନ୍ୟାୟାଳୟ ଏଫ୍‌ଏମ୍ ମହାବିଦ୍ୟାଳୟ ଛାତ୍ରୀ ସୈାମ୍ୟାଶ୍ରୀ ବିସି ମୃତ୍ୟୁ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜାମିନ ଦେଇଛି । ସୈାମ୍ୟାଶ୍ରୀ ବିସି ଆତ୍ମହୁତି ମାମଲାରେ ମୋଟ ୪ଜଣଙ୍କୁ ଗିରଫ କରାଯାଇଥିଲା ।

  12. 12.ବହୁ ଚର୍ଚ୍ଚିତ ପୋଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସି.ବି.ଆଇ କୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

  13. 13.ଭୁବନେଶ୍ଵର ୟୁନିଟ୍-୧ ପରିବା ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୧୫ରୁ ଅଧିକ ଦୋକାନ ଘର ଜଳିଯାଇଛି।

  14. 14.ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍‌ପି ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ଏବଂ ସାର୍ପ ସୁଟରକୁ ୧୦ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା। ଏହି ମାମଲାରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି। 

  15. 15.ବହୁପ୍ରତୀକ୍ଷିତ ଭାରତ-ଆମେରିକା ବାଣିଜ୍ୟ ଡିଲ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଡିଲ୍‌ ଘୋଷଣା ହେବା ପରେ ଭାରତୀୟ ଦ୍ରବ୍ୟ ଉପରେ ଆମେରିକା ଲାଗୁ କରୁଥିବା ଟାରିଫକୁ ୧୫ରୁ ୧୬% ହ୍ରାସ କରିପାରେ। ଏବେ ଭାରତରୁ ଆମେରିକା ଆମଦାନୀ କରୁଥିବା ଦ୍ରବ୍ୟ ଗୁଡ଼ିକ ଉପରେ ୫୦% ଟାରିଫ ଲାଗୁ କରୁଛି।

38 Y
10 23-10-2025 English
  1. 1.India has climbed to the ninth spot globally in total forest area and retained its third rank in annual forest area gain, according to a new report released by the UN Food and Agriculture Organisation (FAO)..

  2. 2.India has donated 81 school buses to various educational institutions in Nepal, including in disasteraffected districts of Koshi province.

  3. 3.Eknath Vasant Chitnis, who along with Vikram Sarabhai laid the foundation of India's space programme, breathed his last here Wednesday, family members said. Chitnis had turned 100 in July.

  4. 4.A Belgian court has ruled that fugitive diamantaire Mehul Choksi, main accused in a Rs 13,000 crore PNB scam, faces "no risk" of being denied a fair trial or subjected to ill-treatment if he is extradited to India.

  5. 5.BJP leader Pitabas Panda was gunned down by miscreants near his house in the Silk City, Berhampur Police Wednesday claimed to have cracked the gruesome murder by arresting BJD district unit president Bikram Panda and 11 others, and revealing that a Rs50-lakh contract was made for the execution.

  6. 6.State government Wednesday recommended a CBI investigation into alleged irregularities in the recruitment of sub-inspectors (SIs) in various departments, including police, and fire and emergency services.

  7. 7.A fire broke out at Unit-1 Haat, the largest daily market in the state capital, here Wednesday, destroying around 30 shops and damaging properties worth crores of rupees.

  8. 8. Punjab recorded 415 farm fire incidents between September 15 and October 21 this year, down from 1,510 incidents during the same period last year, data showed.

  9. 9.Delhi For many years, permission was not granted to perform Chhath Puja on the Yamuna banks. But this time, the government has allowed it and made preparations for the same.

  10. 10.The Election Commission top brass Wednesday assessed the progress made on mapping the current electors with the voters as per the last SIR in different states.

  11. 11.Russia said Wednesday it had carried out a major training exercise involving nuclear weapons, a day after the United States announced a delay in plans for a second summit between presidents Vladimir Putin and Donald Trump on the Ukraine war.

  12. 12.North Korea fi red what appeared to be multiple short-range ballistic missiles Wednesday, South Korea’s military said, a week before a key Asia-Pacifi c leaders' meeting in South Korea.

  13. 13.In a jolt to Jindal Steel and Power Limited (JSPL), the working permission for its Iron & Manganese mines at Roida in Keonjhar was revoked for allegedly violating forest norms.

  14. 14.A 15-year-old boy died after being hit by a speeding train while attempting to shoot an Instagram reel near a railway track in Puri district, police said Wednesday.

  15. 15.Light rain and thunderstorms are likely in Odisha over the next four days under the impact of two back-to-back low-pressure areas, the IMD said Wednesday.

21 Y