Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
151 23-06-2025 Odia
  1. 1.ଅପରେସନ୍‌ ‘ମିଡ୍‌ନାଇଟ୍‌ ହାମର୍‌’ ଅଧୀନରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବୋମାବର୍ଷୀ ବିମାନ ‘ବି-୨’ ଓ ବଙ୍କର ବଷ୍ଟର୍‌ ବୋମା ‘ଜିବିୟୁ-୫୭’ ବ୍ୟବହାର କରି ଆମେରିକା ଏହି ପ୍ରଚଣ୍ଡ ଆକ୍ରମଣ କରିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଏହା ଅତ୍ୟନ୍ତ ସଫଳ ହୋଇଛି।

  2.  2.ଇରାନର ୩ଟି ପ୍ରମୁଖ ପରମାଣୁ ପ୍ରତିଷ୍ଠାନକୁ ଆଜି ଆମେରିକା ଧ୍ବଂସ କରିଦେବା ପରେ  ଇରାନ ଏହାର ପ୍ରତିଶୋଧ  ଏବେ ଇସ୍ରାଏଲ ଉପରେ ନେଉଛି। ଆମେରିକା ଆକ୍ରମଣର କିଛି ଘଣ୍ଟା ପରେ ଇରାନ ତେଲ୍‌ ଅଭିଭ୍‌, ହାଇଫା ସମେତ ସମସ୍ତ ପ୍ରମୁଖ ସହରକୁ ଟାର୍ଗେଟ୍‌ କରି କ୍ଷେପଣାସ୍ତ୍ର ଆକ୍ରମଣ କରିଛି।

  3. 3.ଆମେରିକା ଏହାର ସବୁଠାରୁ ଶକ୍ତିଶାଳୀ ବି-୨ ଷ୍ଟେଲ୍ଥ ବୋମାବର୍ଷୀ ବିମାନ ବ୍ୟବହାର କରିଥିଲା। ମିସୁରୀରୁ ଉଡ଼ାଣ ଆରମ୍ଭ କରି ବି-୨ ବୋମାବର୍ଷୀ ବିମାନ ଇରାନରେ ଆଣବିକ ଟାର୍ଗେଟ ଉପରେ ଆକ୍ରମଣ କରିବାକୁ ଯିବା ଓ ପ୍ରତ୍ୟାବର୍ତ୍ତନ  କରିବାପାଇଁ  ମୋଟ ୩୭ ଘଣ୍ଟା ଯାତ୍ରା କରିଥିଲା।  

  4. 4.ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ - ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନ ଉପରେ ଇତିହାସର ସବୁଠାରୁ ସଫଳ ସାମରିକ ଆକ୍ରମଣ କରିଛି। ଏହା ପରେ ସମଗ୍ର ବିଶ୍ବରେ ଉତ୍ତେଜନା ବଢିଯାଇଛି । ଏଥପାଇଁ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକ ଡକାଯାଇଛି ।

  5. 5.ଇରାନର ସଂସଦ ରଣନୈତିକ ଭାବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ହରମୁଜ୍ ପ୍ରଣାଳୀ ପାରସ୍ୟ ଉପସାଗର ଏବଂ ଓମାନ ଉପସାଗରକୁ ସଂଯୋଗ କରେ। ଏହା ବିଶ୍ୱର ସବୁଠାରୁ ବ୍ୟସ୍ତ ଏବଂ ସମ୍ବେଦନଶୀଳ ତୈଳ ମାର୍ଗ ମଧ୍ୟରୁ ଗୋଟିଏ।

  6. 6.ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ ଆରପଟା ପଞ୍ଚାୟତର ଖିରିପଦା ଓ ପରିଛିପୁର ଗ୍ରାମରେ ଜଣ୍ଡିସ୍‌ ରୋଗ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ସରକାରୀସ୍ତରରେ ଯେତିକି ରୋଗୀ ଚିହ୍ନଟ ହେଉଛନ୍ତି, ତା’ଠାରୁ ଢେର୍‌ ଅଧିକ ରୋଗୀ ଡାକ୍ତରଖାନା ନଯାଇ ଘରୋଇ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି।

  7. 7.ଛତିଶଗଡ଼ର ଜଗଦଲପୁର ଷ୍ଟେସନ୍‌ ଛାଡ଼ିବାର କିଛି ମିନିଟ୍‌ ପରେ ଦୁଇ ଭାଗ ହେଇଯାଇଛି ଦକ୍ଷିଣ ଓଡ଼ିଶାର ଲାଇଫ୍‌ ଲାଇନ୍‌ ହୀରାଖଣ୍ଡ ଏକ୍ସପ୍ରେସ୍‌। ଦୁଇଟି ବଗି ମଧ୍ୟରେ ସିଭିସି କପଲର୍‌ ଜଏଣ୍ଟ୍‌ ଛିଣ୍ଡି ଯିବାରୁ ଇଞ୍ଜିନ୍‌ ଆଗକୁ ଚାଲିଯାଇଥିଲା ବେଳେ ବଗିଗୁଡ଼ିକ ଅଟକି ରହିଥିଲା। ସୌଭାଗ୍ୟରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

  8. 8.କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ଡଙ୍ଗରମୁଣ୍ଡା ନିବାସୀ ଓଡ଼ିଆ ବାଲୁକାଶିଳ୍ପୀ ଓମ୍‌ପ୍ରକାଶ ସାହୁ  ତାଇୱାନର ଜ୍ୟାଓଲ ସହର ନିକଟ ଟଙ୍କସାଇଆଓ ବିଚ୍‌ରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା କର୍ମଶାଳାରେ ଯୋଗଦେଇ ଓଡ଼ିଶାର ଆଦିମ ସଂସ୍କୃତିକୁ ବାଲୁକା କଳାରେ ପ୍ରଦର୍ଶନ କରିଛନ୍ତି।

  9. 9.ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଅସ୍ତ୍ରୋପଚାର ହୋଇଛି। ସର୍ଭିକାଲ୍‌ ଆଥ୍ରାଇଟ୍‌ସରେ ପୀଡ଼ିତ ନବୀନଙ୍କର ଅସ୍ତ୍ରୋପଚାର ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ହୋଇଥିଲା।

  10. 10.ଚଳିତ ବର୍ଷ ନକ୍ସଲଙ୍କ ଯୋଜନାକୁ ଭଣ୍ଡୁର କରିବାକୁ ଯୋଜନା କରିଛି ପୁଲିସ୍‌। ବର୍ଷା ଆରମ୍ଭରୁ ଅପରେସନ୍‌ ‘ମନସୁନ୍’ ଆରମ୍ଭ କରିବାକୁ ହୋଇଛି ନିଷ୍ପତ୍ତି।

  11. 11.ଗୁରୁବାର (ଜୁନ ୧୯) ଚାରିଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନରେ ହୋଇଥିବା ବିଧାନସଭା ଉପନିର୍ବାଚନର ଫଳାଫଳ ସୋମବାର ଆସୁଛି।

  12. 12.ପାକିସ୍ତାନରୁ ଡ୍ରୋନ୍‌ ଯୋଗେ ତୁର୍କୀ ନିର୍ମିତ ପିଏକ୍ସ୫ ପିସ୍ତଲ ପଞ୍ଜାବ ଆସୁଥିବା ଜଣାପଡ଼ିଛି। ଗତ ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ଚାଲିଥିଲାବେଳେ ଇସ୍‌ଲାମାବାଦ ଛାଡ଼ିଥିବା ତୁର୍କୀ ଡ୍ରୋନ୍‌ଗୁଡ଼ିକୁ ଭାରତୀୟ ସେନା ଖସାଇଥିଲା।

  13. 13.ସିରିଆର ରାଜଧାନୀ ଡାମାସ୍କସ୍‌ର ଦ୍ୱେଇଲା ଅଞ୍ଚଳରେ ଥିବା ମାର ଏଲିଆସ୍ ଚର୍ଚ୍ଚରେ ରବିବାର ଏକ ଭୟଙ୍କର ଆତ୍ମଘାତୀ ଆକ୍ରମଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଡଜନେ ଆହତ ହୋଇଛନ୍ତି।

  14. 14.ପାରା ପାଓ୍ବାରଲିଫ୍ଟିଙ୍ଗ ବିଶ୍ୱକପ୍‌ର ପ୍ରଥମ ଦିବସରେ ଭାରତ ୪ ପଦକ (୧ସ୍ବର୍ଣ୍ଣ, ୧ରୌପ୍ୟ ଓ ୨ ବ୍ରୋଞ୍ଜ୍‌) ହାସଲ କରିଛି। ଟୁର୍ନାମେଣ୍ଟରେ ୪୦ରୁ ଊର୍ଦ୍ଧ୍ୱ ଦେଶର ଟପ୍‌ ପାଓ୍ବାରଲିଫ୍ଟରମାନେ ଅଂଶଗ୍ରହଣ କରିଛନ୍ତି। ୨୦୨୬ ବିଶ୍ୱ ଚାମ୍ପିୟନଶିପ୍‌ ଓ ୨୦୨୮ ପାରାଲିମ୍ପିକ୍‌ ଗେମ୍ସ ପାଇଁ ଏହା ଏକ କ୍ୱାଲିଫିକେଶନ ଇଭେଣ୍ଟ।

  15. 15.ଓଡ଼ିଶାର ପ୍ରତିଭାବାନ ସନ୍ତରଣ ଖେଳାଳି ଶ୍ରୀଷ୍ଟି ଉପାଧ୍ୟାୟ ୭୮ତମ ଜାତୀୟ ଜଳକ୍ରୀଡ଼ା ଚାମ୍ପିଅନସିପ ୨୦୨୫ରେ ୧୦୦ ମିଟର ବଟରଫ୍ଲାଇ (ମହିଳା) ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

137 Y
152 23-06-2025 English
  1. 1.The 78th Senior National Aquatic Championship (swimming competition) is being held at the Kalinga Stadium in Bhubaneswar. The competition, which started Sunday, will continue until June 26.

  2. 2.Prime Minister Narendra Modi Sunday conveyed to Iranian President Masoud Pezeshkian India's "deep concern" over Iran's conflict with Israel and called for immediate de-escalation of the situation through "dialogue and diplomacy".

  3. 3.The United States inserted itself into Israel's war against Iran by dropping 30,000-pound bombs on a uranium enrichment site early Sunday, raising urgent questions about what remains of Tehran's nuclear programme and how its weakened military might respond.

  4. 4.Prime Minister Narendra Modi Sunday conveyed to Iranian President Masoud Pezeshkian India's ‘deep concern’ over Iran's conflict with Israel and called for immediate de-escalation of the situation through ‘dialogue and diplomacy’.

  5. 5.Keeping in view footfall of lakhs of devotees in Puri for the Rath Yatra, scheduled for June 27, Odisha Police has unveiled a comprehensive five-layer security arrangement to ensure the smooth and incident-free conduct of the grand event.

  6. 6.Leader of Opposition and BJD president Naveen Patnaik is stable and his spine surgery for cervical arthritis was “successful”, the private hospital in Mumbai where he underwent the procedure said Sunday.

  7. 7.The Odia film industry is grappling with significant setbacks, as the Central Board of Film Certifi - cation (CBFC) office in Cuttack remains directionless, following the retirement of regional officer Girish Chandra Dash, June 1, 2025.

  8. 8.India’s coffee exports have more than doubled to $1.8 billion in the last 11 years, with the country becoming the 5th largest exporter, according to the government data.

  9. 9.The District Consumer Disputes Redressal Commission in Mumbai (Suburban) has directed budget airline SpiceJet to pay `25,000 to a senior citizen for issuing incorrect flight tickets, causing him mental stress and financial loss.

  10. 10.The Delhi University has termed the controversial omission of “Urdu” and the inclusion of “Muslim” as a mother tongue in its undergraduate admission form as an “inadvertent error”, but several professors have alleged communal bias and demanded immediate correction, accountability and a public apology.

  11. 11.Seeking to ensure greater accuracy in electoral rolls in Bihar where assembly polls are due later this year, the Election Commission is mulling intensive houseto-house verifi cation during the revision of the voter list in the state.

  12. 12.The US Air Force's B-2 Spirit stealth bombers were involved in strikes on Iran's nuclear sites Saturday. The B-2 is one of America's most advanced strategic weapons platforms, capable of entering sophisticated air defenses and delivering precision strikes against hardened targets such as Iran's buried network of nuclear research facilities.

  13. 13.Amazon India Sunday announced the launch of Amazon Diagnostics, an at-home service for customers to book lab tests, schedule and track appointments, and access digital reports through the Amazon app.

  14. 14.India has ramped up purchases of Russian oil in June, importing more than the combined volumes from Middle Eastern suppliers such as Saudi Arabia and Iraq, amid market volatility triggered by Israel's dramatic attack on Iran.

  15. 15. Team India won 27 medals at the Asian Para-Badminton Championship 2025 in Thailand, marking its best-ever performance at the event. This includes four gold medals, 10 silver medals and 13 bronze medals.

105 Y
153 22-06-2025 Odia
  1. 1.ପିଲାଙ୍କ ଶାରୀରିକ, ମାନସିକ ଓ ଆବେଗିକ ସୁସ୍ଥତା ପାଇଁ ସ୍କୁଲ ପାଠ୍ୟକ୍ରମ ଏବଂ ଜନସ୍ବାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକରେ ଯୋଗକୁ ସାମିଲ କରାଯିବ। ଏହା ଏକ ସୁସ୍ଥ, ଆତ୍ମନିର୍ଭରଶୀଳ ଓ ସମର୍ଥ ଭାରତ ଗଢ଼ି ତୋଳିବାରେ ସହାୟକ ହେବ।

  2. 2.ନିକଟରେ ବିଶ୍ୱବ୍ୟାପି ୧୬୦୦କୋଟି ଅନଲାଇନ୍‍ ପାସୱାର୍ଡ ଲିକ୍‍ ହୋଇଥିବା ନେଇ ଅଭିଯୋଗ ହୋଇଛି । ସାଇବରନ୍ୟୁଜ୍‍ ଓ ଫୋର୍ବସର ରିପୋର୍ଟ ଅନୁଯାୟୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇ-ମେଲ୍‍, ଗୁଗଲ, ଫେସବୁକ୍‍ ଓ ଟେଲିଗ୍ରାମର ୟୁଜରନେମ୍‍, ଲଗ୍‍ ଇନ୍‍ ପାସୱାର୍ଡ ଭଳି ତଥ୍ୟ ଚୋରି ହୋଇଛି ।

  3. 3.ଶେଷରେ ଯୁଦ୍ଧକୁ ଓହ୍ଲାଇଛି ବିଶ୍ଵର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ପ୍ରବେଶ କରିଛି। ଯାହା ଫଳରେ ବିଶ୍ଵ ଆଉ ଏକ ମହାଯୁଦ୍ଧର ସାମ୍ନା କରିବାକୁ ଯାଉଛି।

  4. 4.ଇସ୍ରାଏଲର ହତ୍ୟା ଧମକ ପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନି ଏକ ବଙ୍କରରେ ଆଶ୍ରୟ ନେଇଥିବା ବେଳେ ତିନି ଜଣ ମୌଲବୀଙ୍କୁ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବେ ନାମିତ କରିଥିବା ଜଣାଯାଇଛି। 

  5. 5.ଭାରତରେ ଦୁଷ୍କର୍ମ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅପରାଧ ମଧ୍ୟରୁ ଅନ୍ୟତମ ବୋଲି ଆମେରିକା ଉଲ୍ଲେଖ କରିବା ସହ ପର୍ଯ୍ୟଟନସ୍ଥଳୀ ଓ ଅନ୍ୟାନ୍ୟ ସ୍ଥାନରେ ଯୌନ ନିର୍ଯାତନା ସମେତ ହିଂସାତ୍ମକ ଅପରାଧ ଘଟୁଥିବା କହିଛି। ଆତଙ୍କବାଦୀମାନେ ବିନା ଚେତାବନୀରେ ଆକ୍ରମଣ କରିପାରନ୍ତି।

  6.  6.ଭାରତୀୟମାନେ ସୁନା ପ୍ରିୟ। ଦେଶର ମନ୍ଦିର ସମେତ ପରିବାରଗୁଡ଼ିକରେ ପ୍ରାୟ ୨୫ ହଜାର ଟନ୍‌ ସୁନା ଗଚ୍ଛିତ ରହିଛି। ଏହି ସୁନାର ବର୍ତ୍ତମାନ ମୂଲ୍ୟ ପ୍ରାୟ ୨.୪ ଲକ୍ଷ କୋଟି ଡଲାର ବୋଲି ୱାର୍ଲଡ ଗୋଲଡ୍‌ କାଉନସିଲ୍‌ ପକ୍ଷରୁ କୁହାଯାଇଛି।

  7. 7.୨୦୨୫-୨୬ରେ ଭାରତର ନାମମାତ୍ର ଜିଡିପିର ଏହା ପ୍ରାୟ ୫୬ ପ୍ରତିଶତ। ତେବେ ଭାରତର ମନ୍ଦିର ଓ ପରିବାରଗୁଡ଼ିକରେ ଗଚ୍ଛିତ ଥିବା ସୁନାର ମୂଲ୍ୟ ପ‌‌‌‌ଡ଼ୋଶୀ ପାକିସ୍ତାନ ଅର୍ଥନୀତିର ଆକାରଠାରୁ ୬ ଗୁଣା ଅଧିକ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଅନୁଯାୟୀ ପାକିସ୍ତାନର ଜିଡିପି ୨୦୨୪-୨୫ ଆର୍ଥିକବର୍ଷରେ ପ୍ରାୟ ୪୧୧ ବିଲିଅନ୍‌ ଡଲାର ରହିଛି। 

  8. 8.ଇରାନ ଇସ୍ରାଏଲ ଯୁଦ୍ଧ ଏବେ ଅଧିକ ଭୟଙ୍କର ହେଉଛି। ଇରାନ ପକ୍ଷରୁ କେନ୍ଦ୍ରୀୟ ଇସ୍ରାଏଲ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ଇସ୍ରାଏଲ ଇରାନର ଇସଫାହାନ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରି ଏକ ବିମାନ ଆକ୍ରମଣ କରିଛି।

  9. 9.କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯୬୦ ମସିହାରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିନାମା କେବେବି ପୂର୍ବଭଳି ଲାଗୁ ହେବ ନାହିଁ।

  10. 10.ହମାସର ଏକ ଚୁକ୍ତି ଦାବିକୁ ଆତ୍ମସମର୍ପଣ ପାଇଁ ଏକ ସର୍ତ୍ତ ବୋଲି କହିଛନ୍ତି। ନେତାନ୍ୟାହୁ କହିଛନ୍ତି, ମୁଁ ହତ୍ୟାକାରୀମାନଙ୍କ ନିକଟରେ ଆତ୍ମସମର୍ପଣ କରିବି ନାହିଁ।

  11. 11.ଓଡ଼ିଶା ଅର୍ଥନୀତିକୁ ଆଗକୁ ନେବା ସହିତ ଲୋକଙ୍କୁ ଉନ୍ନତ ଯାତାୟାତ ସୁବିଧା ଯୋଗାଇ ଦେବାଲାଗି ସରକାର ଭିଜନ ୨୦୩୬ ଏବଂ ୨୦୪୭ରେ ବ୍ୟାପକ ଯୋଜନା କରିଛନ୍ତି। ସଡ଼କ, ରେଳ, ଜଳମାର୍ଗ ଏବଂ ଆକାଶପଥରେ ଯୋଗାଯୋଗ ଭିତ୍ତିଭୂମିକୁ ବଢ଼ାଇବା ପାଇଁ ଏଥିରେ ନକ୍ସା ଅଙ୍କା ଯାଇଛି।

  12. 12.ଓମ୍‌ଫେଡ୍‌ କ୍ଷୀର ଦର ବଢ଼ାଯାଇଛି। ଖାଉଟିମାନେ ଲିଟର ପିଛା ୫୨ ଟଙ୍କା ଦେଉଥିଲା ବେଳେ ଏବେ ୫୪ ଟଙ୍କା ଦେବେ। ଆଜିଠାରୁ ଓମଫେଡ୍ କ୍ଷୀର ଲିଟର ପ୍ରତି ଦାମ୍ ବୃଦ୍ଧି ପାଇଛି ଓ ବଜାରକୁ ଆସିଛି ଓମଫେଡର ନୂଆ ଦର |

  13. 13.କର୍ଣ୍ଣ‌ାଟକ ଭଳି ରାଜ୍ୟ ତୁଳନାରେ ଯଦିଓ ଓଡ଼ିଶାରେ କଫି ଉତ୍ପାଦନ କମ୍ ରହିଛି, କିନ୍ତୁ କୋରାପୁଟ ଅଞ୍ଚଳରେ ହେଉଥିବା କଫି ଚାଷ ବେଶ୍ ଲୋକପ୍ରିୟତା ହାସଲ କରିପାରିଛି। ‘କୋରାପୁଟ କଫି’ ବ୍ରାଣ୍ଡ୍‌ ନାମରେ ତାହା ବିକ୍ରି କରାଯାଉଛି।

  14. 14.ଉତ୍ତରାଖଣ୍ଡରେ ଚାଷ ହେଉଥିବା ‘ଦାମସ୍କ’ ନାମକ ଏକ ଗୋଲାପରୁ ବାହାରୁ ଥିବା ତେଲର ଦାମ୍‌ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଦାମସ୍କ ଗୋଲାପ ତେଲର ଦାମ୍‌ ଲିଟର ପିଛା ଅନ୍ତର୍ଜାତୀୟ ବଜାରରେ ୧୨ରୁ ୧୩ ଲକ୍ଷ ଟଙ୍କା ରହିଛି। ଉତ୍ତରାଖଣ୍ଡର ପାର୍ବତ୍ୟାଞ୍ଚଳରେ ଏହି ଗୋଲାପ ଫୁଲ ଚାଷ କରାଯାଉଛି।

  15. 15.ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ୨୬ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

141 Y
154 22-06-2025 English
  1. 1.US President Donald Trump said that the United States has completed attacks on three nuclear sites in Iran, including "Fordow, Natanz and Esfahan."

  2. 2.Chief Minister Mohan Charan Majhi today stated the diarrhoea outbreak across several districts of Odisha is under control, with a decline in the number of fresh cases. The statement came during a high-level review meeting on the current public health situation.

  3. 3.The Finance Department has removed HDFC Bank, ICICI Bank and Axis Bank from the list of empanelled banks for handling business and deposits of the state government and state government supported organisations including government departments, directorates, HoDs, establishments, agencies, PSUs, societies and universities.

  4. 4.The Odisha government is taking steps for the inclusion of yoga in the school as well as public health programmes, said Chief Minister Mohan Charan Majhi on the occasion of International Day of Yoga (IDY) .

  5. 5.The state government has initiated process for the revival of Bijayananda Cooperative Sugar Mill in Odisha’s Balangir district.

  6. 6.The Delhi Police arrested three members of a pickpocket and cyber fraud gang that stole a mobile  phone on a city bus and siphoned off over Rs 7.2 lakh by creating a fake UPI ID using the victim's Aadhaar details before heading for a pilgrimage to Dehradun, Haridwar and Kedarnath.

  7. 7.Odisha Vigilance has arrested Akrura Majhi, former Panchayat Executive Officer (PEO) of Saramuli Gram Panchayat under Daringbadi block in Kandhamal district, for allegedly misappropriating government funds amounting to over ₹53 lakh.

  8. 8. Safeguarding privacy and security of voters is non-negotiable, and video footage of voting cannot be shared with political parties or any petitioner unless ordered by a competent court, Election Commission of India sources said on Saturday.

  9. 9.After the Directorate General of Civil Aviation (DGCA) launched stringent action against Air India over serious lapses in crew scheduling protocols, directing it to remove three senior officials from rostering department without delay, 

  10. 10.President Droupadi Murmu, who is on a visit to Uttarakhand, inaugurated the Rashtrapati Tapovan and Rashtrapati Niketan in Dehradun on Friday. 

  11. 11.Government-run Oil and Natural Gas Corporation (ONGC) has dug 578 wells in the year 2024-25, which is the highest in 35 years, Union Petroleum Minister Hardeep Singh Puri said on Saturday.

  12. 12.Silver futures for July expiry hit a new all-time high of Rs 1,09,748 per kilogram on MCX, breaking Tuesday’s record.

  13. 13.The ongoing conflict between Israel and Iran has had a significant impact on India’s rice exports, with shipments to Iran coming to a near halt, rice exporters said.. 

  14. 14.In a setback to Odisha’s industrial ambitions, Waaree Energies Limited, India's largest manufacturer of solar PV modules, has withdrawn its proposed ₹25,000-crore solar power equipment manufacturing complex from the state.

  15. 15.Bollywood actor Varun Dhawan unveiled his fresh look on Saturday, as the next schedule of the upcoming film ‘Border 2’ progressed in Pune.

105 Y
155 21-06-2025 Odia
  1. 1.ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିଓ୍ୱାଇ) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଜାତୀୟ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ମୁଖ୍ୟ ସ୍ଥାନରେ ୩ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହିତ ସାଧାରଣ ଯୋଗ ପ୍ରୋଟୋକଲ (ସିଓ୍ୱାଇପି) ପ୍ରଦର୍ଶନ କରିବେ।

  2. 2.ବିହାରର ସିୱାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫,୨୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି।

  3. 3.ଦେଶରୁ ମୂଳପୋଛ ହେବ ନକ୍ସଲବାଦ, ମାଓମୁକ୍ତ ହେବ ଭାରତ । ଆଦିବାସୀ ଇଲାକାରେ ହିଂସା ଘଟିବନି ବରଂ ବିକାଶର ନୂଆ ଗଙ୍ଗା ବହିବ । ଏହା ମୋଦୀର ଗ୍ୟାରେଣ୍ଟି ବୋଲି କହି ପୁଣି ଥରେ ଓଡିଶାରୁ ମାଓବାଦୀଙ୍କୁ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

  4. 4.ତିନିଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ୬୭ତମ ଜନ୍ମଦିନ ଅବସରରେ କିଛି ଦୃଷ୍ଟିହୀନ ପିଲା ଏକ ଗୀତ ଗାଇବା ବେଳେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ।

  5. 5.ପାକିସ୍ତାନକୁ ଚୀନ୍ ୪୦ଟି ଶେନୟାଙ୍ଗ ଜେ-୩୫ ପଞ୍ଚମ ପିଢ଼ିର ଷ୍ଟେଲ୍‌ଥ ଲଢୁଆ ବିମାନ ଯୋଗାଇବ ବୋଲି ଜଣାପଡ଼ିଛି। 

  6. 6.୨୦୨୪ ଲୋକସଭା ଓ  ସମାନ୍ତରାଳ ଭାବେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି  ୧୪୯୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା ରାଜନୈତିକ ଦଳମାନଙ୍କ ଦ୍ଵାରା  ମୋଟ୍‌ ନିର୍ବାଚନ ଖର୍ଚ୍ଚର ୪୪.୫୬ ପ୍ରତିଶତ ।

  7. 7.ତୃତୀୟ ପକ୍ଷ ଗାଡ଼ି ବୀମାର ପ୍ରିମିୟମ୍ ବଢ଼ାଇବା ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆର୍‌ଡିଏଆଇ) ଗୁରୁତ୍ବର ସହ ବିଚାର କରୁଛନ୍ତି। ବିଭିନ୍ନ ପ୍ରକାର ଗାଡ଼ି ପାଇଁ ପ୍ରିମିୟମ୍‌କୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।

  8. 8.ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରି ଖଣି ଓ ବୃହତ୍‌ କାରଖାନାଗୁଡ଼ିକରେ ଦୁର୍ଘଟଣାକୁ ରୋକାଯାଇପାରିବ। କେବଳ ସେତିକି ନୁହେଁ, ଏହା ବିଦ୍ୟୁତ୍‌ ଶକ୍ତି ବ୍ୟବହାର କମ୍ କରିବା ଏବଂ ଉତ୍ପାଦନ ବଢ଼ାଇବାରେ ମଧ୍ୟ ସହାୟକ ହୋଇପାରିବ।

  9. 9.କ୍ୟୁଏସ୍‌ ବିଶ୍ୱବିଶ୍ୱବିଦ୍ୟାଳୟ ranking ୨୦୨୬ ପ୍ରକାଶ ପାଇଛି। ୨୦୨୬ରେ ବିଶ୍ୱର ୧୫ ଶହରୁ ଅଧିକ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ସମଗ୍ର ଭାରତରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ୯ମ ସ୍ଥାନରେ ରହିଛି। ଓଡ଼ିଶାରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି।

  10. 10. ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି। ସଦ୍ୟତମ ଘଟଣାକ୍ରମରେ, ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଶେଖ ହାସିନାଙ୍କୁ ଜୁନ୍ ୨୪ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି।

  11. 11.ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଏହି ଦୁର୍ଘଟଣାକୁ ସମ୍ବୋଧିତ କରି ଚନ୍ଦ୍ରଶେଖରନ ସ୍ପଷ୍ଟ ଭାବପ୍ରବଣତାର ସହିତ କହିଥିଲେ, “ମୁଁ ଗଭୀର ଭାବରେ ଦୁଃଖିତ ଯେ ଏହି ସମ୍ପୂର୍ଣ୍ଣ ଦୁର୍ଘଟଣା ଟାଟା-ମାଲିକାନାଧୀନ ଏୟାରଲାଇନ୍ସରେ ଘଟିଛି ଏବଂ ମୁଁ ବହୁତ ଦୁଃଖିତ।” ସେ ନମ୍ରତାର ସହିତ ଆହୁରି ମଧ୍ୟ କହିଥିଲେ, “ମୁଁ ଜେଆରଡି ନୁହେଁ, ମୁଁ କୌଣସି ଆରଏନଟି ନୁହେଁ, କିନ୍ତୁ ଆମେ ସେମାନଙ୍କ ମୂଲ୍ୟବୋଧ ଦ୍ୱାରା ପରିଚାଳିତ।”

  12. 12.ଫେସବୁକ୍ ଏବେ ଏହାର ଆଣ୍ଡ୍ରଏଡ୍ ଏବଂ ଆଇଓଏସ ଆପ୍‌ରେ ପାସ୍‌କୀ(Passkey) ସପୋର୍ଟ ଆରମ୍ଭ କରିଛି, ଯଦ୍ଵାରା ୟୁଜରଙ୍କୁ ଏଣିକି ଆଉ ପାସ୍‌ୱାର୍ଡ ମନେ ରଖିବାକୁ ପଡ଼ିବ ନାହିଁ। ଏହି ନୂତନ ଫିଚର ଲଗ୍‌ଇନ୍‌ ଏବଂ ମେଟା ପେ’ ମାଧ୍ୟମରେ ପେମେଣ୍ଟକୁ ଅଧିକ ସହଜ ଏବଂ ସୁରକ୍ଷିତ କରିବ।

  13. 13.ଇସ୍ରାଏଲ-ଇରାନ ଯୁଦ୍ଧ ଅଷ୍ଟମ ଦିନରେ ଅତି ଭୀଷଣ ରୂପ ନେଇଛି।   ଶୁକ୍ରବାର ଉଭୟ ଦେଶ  ଶତାଧିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ବିନିମୟ କରିଛନ୍ତି।

  14. 14.ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସାମରିକ କ୍ଷମତାକୁ ନଷ୍ଟ କିମ୍ବା ଦୁର୍ବଳ କରିବା ପାଇଁ ଜୁନ ୧୩ ତାରିଖରେ ଆରମ୍ଭ ହୋଇଥିବା ଇସ୍ରାଏଲର ‘ଅପରେସନ ରାଇଜିଂ ଲାୟନ’ରେ ଅତି କମରେ ୧୪ ଜଣ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

  15. 15.ଆଜି ବିଶ୍ୱ ଯୋଗ ଦିବସ । ଯୋଗ କରିବା ଦ୍ୱାରା ମଣିଷ ରୋଗମୁକ୍ତ ହୋଇଥାଏ। ଯୋଗକୁ ଜୀବନଶୈଳୀ ଭାବେ ଗ୍ରହଣ କରିବା ଆବଶ୍ୟକ। ଏପରିକି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧା ବୟସ୍କ ପର୍ଯ୍ୟନ୍ତ ଏହା କରିବା ଜରୁରୀ ରହିଛି।

122 Y
156 21-06-2025 English
  1. 1.Prime Minister Narendra Modi Friday launched 105 development projects valued at over Rs18,600 crores, unveiled the ‘Odisha Vision Document’ and flagged off new trains during his visit to the state to mark the first anniversary of Odisha's maiden BJP government.

  2. 2.As the world marks the 11th International Yoga Day, this year’s theme—Yoga for One Earth, One Health—has struck a deep chord with practitioners across Odisha. Experts and instructors highlight that yoga not only harmonises the body, mind, soul but now also fosters a stronger connection with the planet.

  3. 3.Opposition parties Friday criticised Home Minister Amit Shah for his reported comments on English saying the language is “not shameful but empowering” and is a tool to break the chains.

  4. 4.The Bharatiya Janata Party (BJP) spent nearly Rs1,494 crore, accounting for 44.56 per cent of the total election expenditure, during the 2024 Lok Sabha election, poll rights body the Association for Democratic Reforms (ADR) said Friday.

  5. 5.Chief Minister Mohan Charan Majhi Friday said that Operation Sindoor proved that India is safe under the leadership of Prime Minister Narendra Modi.

  6. 6.KIIT Deemed to be University has achieved a major milestone by ranking No. 1 among all private universities in Odisha in the QS World University Rankings 2026.

  7. 7.Uttar Pradesh Chief Minister Yogi Adityanath Friday inaugurated the Rs 7,283 crore Gorakhpur Link Expressway, thus making operational the seventh expressway in the state. The 91.352-km expressway connects Gorakhpur to several districts, including Azamgarh in Uttar Pradesh.

  8. 8.The Lakhimpur Kheri district in Uttar Pradesh has registered its name in the India Book of Records by constructing 1,030 water pools in just one month, officials said.

  9. 9.The Supreme Court Friday stayed the demolition of a temple allegedly constructed without valid permission in Tamil Nadu’s Madurai.

  10. 10. In a special gesture, Iran has lifted airspace restrictions for three charter flights to evacuate about 1,000 Indian nationals, mostly students, from the Iranian city of Mashhad.

  11. 11.The Enforcement Directorate (ED) Friday said it has directed its investigating offi cers not to issue summons to any advocate in a money laundering investigation being carried out against their client, adding that exception to this rule can only be made after “approval” by the agency's director.

  12. 12.The Ministry of Education has set up a nine-member panel to examine issues relating to coaching, emergence of 'dummy schools' as well as effectiveness and fairness of entrance examinations, according to officials.

  13. 13.The Central Bureau of Investigation has filed a case against former officials of Jawaharlal Nehru Port Trust (JNPT) and Tata Consulting Engineers (TCE), and two dredging companies over alleged irregularities worth over Rs 800 crore in a project to deepen ship navigational channels near Mumbai, officials said.

  14. 14.If the world continues to release carbon dioxide at the current rate, the carbon budget for limiting global warming to 1.5 degrees Celsius will be exhausted in just over three years, according to an international group of scientists.

  15. 15.The Netherlands has launched Operation Orange Shield to secure next week’s NATO summit in The Hague, deploying over 10,000 security personnel, combat helicopters, sea patrols, bomb squads, and air defences to protect 6,000 delegates from 32 countries, including world leaders.

100 Y
157 20-06-2025 Odia
  1. 1.ହାଇପରସୋନିକ କ୍ଷେପଣାସ୍ତ୍ରକୁ ଆଧୁନିକ ଯୁଗରେ ସବୁଠାରୁ ଘାତକ ଅସ୍ତ୍ରମଧ୍ୟରେ ଗଣାଯାଉଛି । ବିଶ୍ଵର ହାତଗଣତି ଦେଶଙ୍କ ପାଖରେ ଏହି ଟେକନଲୋଜୀ ଅଛି । ଏବେ ଭାରତ ଏପରି କ୍ଷେପଣାସ୍ତ୍ର ତିଆରି କରିବାକୁ ଯାଉଛି । ଆସନ୍ତା ୨-୩ ବର୍ଷରେ ଭାରତ ହାଇପରସେନିକ କ୍ଷେପଣାସ୍ତ୍ରର ପରୀକ୍ଷଣ ଶେଷ କରି ସେନାରେ ସାମିଲ କରିବ ।

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଆସିବେ। ସେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ସହ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

  3. 3.ଏଚଆଇଭି ଏକ ବିପଦପୂର୍ଣ୍ଣ ଭାଇରସ । ଚିକିତ୍ସା ବିଜ୍ଞାନ ଏହି ଭାଇରସକୁ ରୋକିବାରେ ଏକ ବଡ଼ ସଫଳତା ହାସଲ କରିଛି। ଆମେରିକାର ଔଷଧ ନିୟାମକ ୟୁଏସଏଫଡିଏ ଲେନାକାପାଭିରକୁ ପ୍ରି-ଏକ୍ସପୋଜର ପ୍ରୋଫାଇଲାକ୍ସିସ୍ ଭାବରେ ଅନୁମୋଦନ କରିଛି। ଏହା ପ୍ରଥମ ଟୀକା ଯାହା ପ୍ରତି ଛଅ ମାସରେ କେବଳ ଦୁଇଟି ଡୋଜ୍ ନେଇ ଏଚଆଇଭି ସଂକ୍ରମଣକୁ ରୋକିପାରିବ। 

  4. 4.ଭାଷା ବିବାଦ ମଧ୍ୟରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ ଯେଉଁମାନେ ଇଂରାଜି କହୁଛନ୍ତି , ସେମାନେ ଖୁବ୍ ଶୀଘ୍ର ଲଜ୍ଜିତ ହେବେ।

  5. 5.କରୋନାକୁ  ନେଇ ଲୋକ ଆତଙ୍କିତ ଥିବା ବେଳେ ଏବେ ଏକ ଭଲ ଖବର ହସ୍ତଗତ ହୋଇଛି। ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ତଳକୁ ଖସିିଛି।

  6. 6.ଇରାନ୍‌ର ‌କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ୍‌ର ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି ବୋଲି ସୂଚନା ରହିିଛି। କେବଳ‌ ସେତିକି ନୁହେଁ; ଇରାନ୍‌ର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ୍‌ର ଅନେକ ପରମାଣୁ ସାଇଟ୍‌, ହସ୍ପିଟାଲ୍‌ ଆଦି କ୍ଷତିଗ୍ରସ୍ତ ହୋଇଛି।

  7. 7.ରୁଷ୍‌ କହିଛି ଯେ ଇସ୍ରାଏଲକୁ  ଆମେରିକା ସିଧାସଳଖ ସାମରିକ ସହାୟତା ଦେଲେ ଏହାକୁ ବରଦାସ୍ତ କରାଯିବ ନାହିଁ ଏବଂ ଏହାର ପରିଣାମ ଅତ୍ୟନ୍ତ ଭୟାନକ ହେବ।

  8. 8.ଇ-କମର୍ସ କମ୍ପାନୀମାଜ ଆନ ଇଣ୍ଡିଆ ଭାରତରେ ୨୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିବ। ଗୁରୁବାର ଦିନ ଏହା ଘୋଷଣା କରି କମ୍ପାନୀ କହିଛି ଯେ ଆମର ଉଦ୍ଦେଶ୍ୟ ହେଉଛି ସମଗ୍ର ଭାରତରେ ଡେଲିଭରି ନେଟୱାର୍କକୁ ଆହୁରି ମଜବୁତ କରିବା। 

  9. 9.ସଂଘର୍ଷଗ୍ରସ୍ତ ଇରାନରୁ ଉଦ୍ଧାର କରାଯାଇଥିବା ଭାରତୀୟ ଛାତ୍ରମାନେ ଇରାନରେ ସଙ୍କଟର ଏକ ଭୟଙ୍କର ବିବରଣୀ ଦେଇଛନ୍ତି। ଅନେକ ଛାତ୍ର ଇସ୍ରାଏଲର ଆକ୍ରମଣ ସେଠାରେ କିପରି ଧ୍ୱଂସ ଆଣିଥିଲା, ସେ ସମ୍ପର୍କରେ କହିଛନ୍ତି।

  10. 10.ଜୁନ୍‌ ୨୪ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା.. ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଜାରି ରହିବ..

  11. 11.ଓଡିଶା ଆସିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ.. ଜୁଲାଇ ଦ୍ଵିତୀୟ ସପ୍ତାହରେ ଓଡିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ.. ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ.

  12. 12.ଡାଇରିଆ ପାଇଁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲାରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ। ବିଦ୍ୟାଳୟ ସହ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

  13. 13.ଜାପାନରେ ଗୁରୁବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ହୋକ୍କାଇଡୋ ତଟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି ।

  14. 14.ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାବେ ଦାୟିତ୍ବରେ ଥିବା ବେଳେ ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଆଉଟ୍‌ହାଉସ୍ ଭିତରେ ଏକାଧିକ ସାକ୍ଷୀ ନୋଟ୍‌ର ଏକ ବଡ଼ ଗଦା ଦେଖିଥିଲେ। ବିଚାରପତିଙ୍କ ବିରୋଧରେ ବେଆଇନ ଟଙ୍କା ଠୁଳ ଅଭିଯୋଗ ସତ ବୋଲି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ତଦନ୍ତ କମିଟି ଜାଣିବାକୁ ପାଇଛି।

  15. 15.ନୂଆ ପରମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) କାର୍ଡ ଲାଗି ଆବେଦନ କରିବା ବେଳେ ଆଧାର ଦରକାର ପଡ଼ିବ। ଜୁଲାଇ ୧ଠରୁ ପାନ୍ କାର୍ଡ ପାଇଁ ଆଧାର ପ୍ରମାଣୀକରଣ ବାଧ୍ୟତାମୂଳକ କରିବା ଉପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ବିଚାର କରୁଛି।

129 Y
158 20-06-2025 English
  1. 1.Two ‘very smart’ leaders of India and Pakistan decided to end last month’s confl ict that could have turned into a nuclear war, US President Donald Trump said after holding a rare luncheon meeting with Pakistan army chief Field Marshal Asim Munir at the White House.

  2. 2. Israel bombed nuclear targets in Iran Thursday and Iran fi red missiles and drones at Israel after hitting an Israeli hospital overnight, as a week-old air war escalated with no sign yet of an exit strategy from either side.

  3. 3.High court judge Yashwant Varma and his family members had ‘covert or active control’ over the store room where a huge cache of half-burnt cash was found, proving his misconduct which is serious enough to seek his removal, a report of the inquiry panel probing the incident said.

  4. 4.Prime Minister Narendra Modi is set to launch development projects worth over Rs 19,000 crore, including Rs2,750 crore of railway infrastructure works, during his day-long visit to the state Friday, official sources said.

  5. 5.India has decided to evacuate its nationals from Israel who wish to leave in view of the unfolding security situation in that country over the ongoing confl ict with Iran

  6. 6.Bypolls were held in five Assembly segments across Punjab, West Bengal, Gujarat and Kerala Thursday, with the Kaliganj seat in West Bengal registering a polling percentage of nearly 70 by 5 pm.

  7. 7.Novel research conducted by Patanjali’s scientists on C. elegans confirms that the Ayurvedic formulation Neurogrit Gold not only helps improve memory loss caused by Parkinson’s disease but also increases lifespan; however, it does not hamper the growth or progeny of these organisms.

  8. 8.Spain has rejected a NATO proposal to spend 5 per cent of gross domestic product on defence needs that’s due to be announced next week, calling it “unreasonable.”

  9. 9.Amazon will invest over Rs2,000 crore in 2025 to scale up its all-India operations network, the e-commerce giant said Thursday.

  10. 10.Security Exchange Board of India (SEBI) has allowed Investment Advisers (IAs) and Research Analysts (RAs) to use liquid mutual funds and overnight funds as an additional option to the bank fi xed deposit to meet their deposit requirements.

  11. 11.Indian money parked in Swiss banks more than tripled in 2024 to 3.5 billion Swiss francs (nearly Rs37,600 crore) on back of a huge jump in funds held through local branches and other fi nancial institutions, annual data released by Switzerland's central bank showed Thursday.

  12. 12.The Odisha government Thursday declared a half-day holiday in all state-run offices, revenue and executive magistrate courts here in view of the possible traffic congestion during Prime Minister Narendra Modi’s visit June 20.

  13. 13.Unlocking green hydrogen demand at scale is critical to achieving the goal of 5 million metric tonnes production by 2030, said a new joint report by Bain & Company, CII and Rocky Mountain Institute.

  14. 14.Randal Kolo Muani and Francisco Conceicao both scored twice as the young guns of Juventus made a statement in their Club World Cup opener with a dominant 5-0 win over Emirati club Al-Ain Wednesday.

  15. 15.Having breached the 90m mark, twotime Olympic medallist Neeraj Chopra would now be eyeing a top fi nish when he goes up against familiar rivals in the prestigious Paris Diamond League Friday in a star-studded field here.

93 Y
159 19-06-2025 Odia
  1. 1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରୀ କ୍ଷେତ୍ରର ଉଦ୍ୟୋଗଗୁଡ଼ିକୁ ମଜବୁତ କରି ଏବଂ ଘରୋଇ କ୍ଷେତ୍ରର ବିଶେଷଜ୍ଞତାକୁ ସମନ୍ୱିତ କରି ପ୍ରତିରକ୍ଷା କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି।

  2. 2.ବିଶ୍ଵ ର ୯ଟି ଦେଶ ନିକଟରେ ୧୨ ହଜାରରୁ ଅଧିକ ପରମାଣୁ ଅସ୍ତ୍ର ରହିଥିବା ଦି ଷ୍ଟକ୍‌ହୋମ ଇଣ୍ଟରନ୍ୟାସନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆଇପିଆରଆଇ) ତରଫରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି।

  3. 3.ବୁଧବାର ଷଷ୍ଠ ଦିନରେ ପହଞ୍ଚିଥିବା ମଧ୍ୟପ୍ରାଚ୍ୟ ସଂଘର୍ଷରେ ନାଟକୀୟ ବୃଦ୍ଧି ଘଟିଥିବା ବେଳେ ଇରାନ ଇସ୍ରାଏଲ ଉପରକୁ ଫତେହ-୧ ହାଇପରସୋନିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି।

  4. 4. ଇରାନ ସହ ଯୁଦ୍ଧରେ ଇସ୍ରାଏଲ ଦ୍ରୁତ ସଫଳତା ହାସଲ କରିଥିବା ଦାବି କରୁଥିଲେ ମଧ୍ୟ ଇରାନ ନିକ୍ଷେପ କରୁଥିବା ବାଲିଷ୍ଟିକ୍‌ ଓ ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର ଅଟକାଇବାରେ ଇସ୍ରାଏଲ ସକ୍ଷମ ହୋଇପାରୁ ନାହିଁ।

  5. 5.ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ସ୍ପେସ୍ଏକ୍ସ ଡ୍ରାଗନ୍ ମହାକାଶଯାନରେ ଆକ୍ସମ୍-୪ (ଆକ୍ସ-୪) ଅଭିଯାନର ଉତ୍‌କ୍ଷେପଣ ପଞ୍ଚମ ଥର ପାଇଁ ବିଳମ୍ବିତ ହୋଇଛି। ନାସା, ଆକ୍ସମ୍ ସ୍ପେସ୍ ଓ ସ୍ପେସ୍ଏକ୍ସ ଏବେ ରବିବାର (ଜୁନ୍ ୨୨) ପୂର୍ବରୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ (ଆଇଏସ୍ଏସ୍)କୁ ଆକ୍ସମ୍ ମିସନ-୪ର ଚତୁର୍ଥ ଘରୋଇ ମହାକାଶଚାରୀ ଅଭିଯାନ ହେବ ନାହିଁ ।

  6. 6.କାନାଡ଼ା‌ରେ ଜି-୧୭ ସମ୍ମିଳନୀରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ଦିନରେ ୧୦ ଘଣ୍ଟା‌ ମଧ୍ୟରେ ୧୨ଟି ବୈଠକ କରିଛନ୍ତି।

  7. 7.ଭାରତୀୟ ନୌସେନା ବିଶ୍ୱର ସବୁଠାରୁ ଆଧୁନିକ ଏବଂ ଶକ୍ତିଶାଳୀ ସେନା ତାଲିକାରେ ସ୍ଥାନିତ ହୋଇଛି। ଏବେ ସମୁଦ୍ରରେ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ଜୁନ୍ ୧୮ ତାରିଖରେ ନୌସେନା ଆଣ୍ଟି-ସବମେରିନ୍ ଓ୍ଵାର୍ଫେୟାର୍ ଆଇଏନଏସ ଅର୍ଣ୍ଣଲାକୁ ସାମିଲ କରିଛି।

  8. 8.କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବର୍ଷିକିଆ ଫାସ୍‌ଟ୍ୟାଗ୍‌ ପାସ୍‌ ଘୋଷଣା କରିଛନ୍ତି। ଏହି ପାସ୍‌ର ମୂଲ୍ୟ ୩୦୦୦ ଟଙ୍କା ରଖାଯାଇଛି ଯାହା ଆସନ୍ତା ଅଗଷ୍ଟ ୧୫ରୁ ମିଳିବ। ପାସ୍‌ ସକ୍ରିୟ ହେବା ତାରିଖଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ। ସେଥିରେ ୨୦୦ ଥର ଟୋଲ୍‌ବୁଥ୍‌ ଅତିକ୍ରମ କରିହେବ। 

  9. 9.ନାଗରିକମାନଙ୍କୁ ୫୬ଟି ସେବାକୁ ବାଧ୍ୟତାମୂଳକ ଭାବେ ଅନ୍‌ଲାଇନ୍ ମାଧ୍ୟମରେ ପ୍ରଦାନ କରିବାର ବ୍ୟବସ୍ଥା ଥିବା ବେଳେ ଓଡ଼ିଶା ମାତ୍ର ୨୫ଟି ସେବା ପ୍ରଦାନ କରୁଛି। ଫଳରେ ଏକ୍ଷେତ୍ରରେ ରାଜ୍ୟର ସାଚୁରେସନ୍ ଲେବଲ୍‌ (ପରିପୃଷ୍ଠତା ସ୍ତର) ୪୪.୬୫ ପ୍ରତିଶତ ରହିଛି।

  10. 10.କେନ୍ଦ୍ର ସାହିତ୍ୟ ଅକାଦେମିର କାର୍ଯ୍ୟନିର୍ବାହୀ ବୈଠକରେ ଆଜି ୨୦୨୫ ବର୍ଷ ନିମନ୍ତେ ଓଡ଼ିଆ ସମେତ ୨୩ଟି ଭାଷା ପାଇଁ ଯୁବ ପୁରସ୍କାର ଓ ୨୪ଟି ଭାଷା ପାଇଁ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି।

  11. 11.ଗଳ୍ପ ସଂକଳନ ‘କଦମ୍ବବନ’ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର ୨୦୨୫ ପାଇବେ ସୁବ୍ରତ କୁମାର ସେନାପତି। କବିତା ସଙ୍କଳନ ‘କେତେ ଫୁଲ ଫୁଟିଚି’ ପାଇଁ ଶିଶୁ ସାହିତ୍ୟିକ ଡ. ରାଜକିଶୋର ପାଢ଼ୀ ବାଲ୍‌ ସାହିତ୍ୟ ପୁରସ୍କାର ପାଇବେ। ପୁରସ୍କାର ବାବଦକୁ ତାଙ୍କୁ ବି ଏକ ତାମ୍ରଫଳକ ଓ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।

  12. 12.ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଭୋଳାଗଡ଼ିଆ ଗ୍ରାମର ଯୁବ କବି ଫାଗୁ ବାସ୍କେଙ୍କୁ ସାନ୍ତାଳୀ ଭାଷା ବର୍ଗରେ ତାଙ୍କ ସାନ୍ତାଳୀ କବିତା ସଂକଳନ ‘ଆଳା ସାଅଁ ଇଞ୍’ ପାଇଁ ‘କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର-୨୦୨୫’ ପାଇଁ ଚୟନ କରାଯାଇଛି।

  13. 13.ତେହେରାନରେ ଥିବା ଭାରତୀୟ ଦୂତାବାସ ଗତକାଲି ଉତ୍ତର ଇରାନରୁ ୧୧୦ ଜଣ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବରେ ଆର୍ମେନିଆ ପାର କରିବାରେ ସହାୟତା କରିଛି।

  14. 14.ଶ୍ରୀ ଗଡକରୀ କହିଛନ୍ତି, ସଡ଼କ ଦୁର୍ଘଟଣା ରୋକିବା କେନ୍ଦ୍ର ସରକାରଙ୍କ ପାଇଁ ଏକ ପ୍ରମୁଖ ପ୍ରାଥମିକତା।  ୨୦୩୦ ସୁଦ୍ଧା ସଡ଼କ ଦୁର୍ଘଟଣା ମୃତ୍ୟୁକୁ ୫୦ ପ୍ରତିଶତ ହ୍ରାସ କରିବା ପାଇଁ ଭାରତର ପ୍ରତିଶ୍ରୁତି ହାସଲ କରିବା ଅପରିହାର୍ଯ୍ୟ।

  15. 15.ନିର୍ବାଚନ କମିଶନ ଭୋଟରମାନଙ୍କୁ ପରିଚୟ ପତ୍ର ପଠାଇବା କାର୍ଯ୍ୟ ଦ୍ରୁତ ଗତିରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଭୋଟରମାନେ ଭୋଟର ତାଲିକାରେ ଅପଡେଟ୍ ହେବାର ୧୫ ଦିନ ମଧ୍ୟରେ ଭୋଟର ଫଟୋ ପରିଚୟ ପତ୍ର ପାଇବେ।

158 Y
160 19-06-2025 English
  1. 1.Sahitya Akademi has announced the Yuva Puraskar for 23 writers across various languages, including Advait Kottary for his English novel and Parvati Tirkey for her Hindi poetry. Additionally, 24 authors have been selected for the Bal Sahitya Puraskar, with Nitin Kushalappa MP recognized for his English stories and Sushil Shukla for his Hindi work.

  2. 2.Dr. Rajkishore Padhi and Subrat Senapati nominated for Kendra Sahitya Akademi's Bal Sahitya and Yuva Puraskar 2025 for their Odia literary works 'Kete Phula Phutichi' and 'Kadamba Bana', respectively. Each award includes a cash prize of Rs 50,000, a citation plaque (memento), and a shawl.

  3. 3.The Ministry of Education (MoE) has recommended seven states, including Odisha, to adopt a common board for Class X and XII after an analysis by the Centre flagged that these states accounted for 66 per cent of student failures last year, officials said. Andhra Pradesh, Assam, Kerala, Manipur, Telangana and West Bengal are the other six states.

  4. 4.The Election Commission (EC) Wednesday said voter identity cards will now be delivered to electors within 15 days, virtually halving the time taken.

  5. 5.The Maharashtra government has issued an order making Hindi “generally” the third language, and not mandatory, for students of Classes I to V studying in English and Marathi medium schools in the state.

  6. 6.In a bid to ease toll payments on National Highways, the government will bring a Rs 3,000 FASTag-based annual pass from August 15 that would allow up to 200 trips on the highways in one year on a single charge.

  7. 7.India and Canada have agreed to restore High Commissioners to each other’s capitals at an early date, the first in “calibrated steps” to restore stability to the “very important relationship”, Foreign Secretary Vikram Misri said.

  8. 8.Hours after holding a phone conversation with Prime Minister Narendra Modi, US President Donald Trump Wednesday repeated his claim that he stopped a war between India and Pakistan.

  9. 9.Prime Minister Narendra Modi will unveil a comprehensive roadmap for the development of Odisha during his June 20 visit to Bhubaneswar, where he will attend a mega event marking the first anniversary celebrations of the BJP government in the state.

  10. 10.The state government Wednesday declared a holiday for all schools in the twin cities of Bhubaneswar and Cuttack June 20 in the wake of Prime Minister Narendra Modi’s scheduled visit, an official said.

  11. 11. In a significant move to modernise the state's mining sector, Rajasthan will, for the fi rst time, use Artifi cial Intelligence (AI) and Machine Learning (ML) for mineral exploration.

  12. 12.Madhya Pradesh recorded a 526 per cent rise in the number of domestic and foreign tourists who visited the state in 2024 compared to 2020, Chief Minister Mohan Yadav said Wednesday.

  13. 13.The Calcutta High Court Wednesday directed the Centre to implement the MGNREGA, the 100- day job guarantee scheme, prospectively in West Bengal from August 1.

  14. 14.Four Indian schools from Haryana, Maharashtra, Karnataka, and Uttar Pradesh were named among the top 10 finalists for the World’s Best School Prizes, recognising their impact and earning a chance to join the Best School to Work programme.

  15. 15.By significant improvement in energy efficiency and investment capacity, India has been ranked 71st on a global Energy Transition Index released Wednesday by the World Economic Forum.

101 Y