# |
Date |
Type |
Current Affairs |
No. Of Views |
Status |
Action |
431 |
24-01-2025 |
Odia |
-
1.ଫେବ୍ରୁଆରି ୧୯ ପରେ ଅଣ ଆମେରିକୀୟ ଅଭିଭାବକଙ୍କଠାରୁ ଜନ୍ମ ନେଉଥିବା ଶିଶୁମାନଙ୍କର ଜନ୍ମଗତ ନାଗରିକତା ଉଚ୍ଛେଦ କରାଯିବ ବୋଲି ଟ୍ରମ୍ପ ଘୋଷଣା କରିଥିଲେ।
-
2.ମଧ୍ୟପ୍ରଦେଶରେ ୧୭ଟି ଧାର୍ମିକ ସହରରେ ମଦ ନିଷେଧାଦେଶ ଲାଗୁ କରାଯିବ।
-
3.ପ୍ରାଥମିକ ବିଦ୍ୟାଳୟ ଉପରେ ଚାପ ବଢ଼ିବାକୁ ଯାଉଛି। ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ପ୍ରାଥମିକ ବିଦ୍ୟାଳୟରେ ଆଉ ଗୋଟିଏ ଶ୍ରେଣୀ ଯଥା ଶିଶୁବାଟିକା-୩ ଆସନ୍ତା ଶିକ୍ଷାବର୍ଷରୁ ଯୋଡ଼ିହେବ।
-
4.ବଉଳା କୁମ୍ଭୀରଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ଭିତରେ ଓ ବାହାରେ ଥିବା ନଦୀନାଳଗୁଡ଼ିକରେ ୧୮୧୧ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଥିଲେ। ଚଳିତବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୧୮୨୬ରେ ପହଞ୍ଚିଛି।
-
5.ରାୟଗଡ଼ାରେ ହେବ ପବନ ଶକ୍ତି ପ୍ରକଳ୍ପ। ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ (ଏମ୍ସିଲ୍) ୮୫୨.୧୨ କୋଟି ଟଙ୍କା ନିବେଶରେ ୯୯ ମେଗାୱାଟ୍ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ସ୍ଥାପନ କରିବ।
-
6.ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାରେ ଏକ ଘରୋଇ କଲେଜର ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ର ପ୍ରକୋଷ୍ଠରେ ପାଠ ପଢ଼ାଯାଉଥିବା ବେଳେ ହଠାତ୍ ବାହାରି ତିନି ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
-
7.ଓସ୍କାର ୨୦୨୫ ପୁରସ୍କାର ଦୌଡ଼ରେ ଭାରତୀୟ ସିନେମାର ପ୍ରତିନିଧିତ୍ବ ‘ଅନୁଜା’ କରିବ। ମିଣ୍ଡି କାଲିଙ୍ଗ, ଗୁନୀତ ମୋଙ୍ଗା ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦ୍ବାରା ନିର୍ମିତ ଏହି ସିନେମାକୁ ସର୍ବଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ଚଳିତବର୍ଷର ଓସ୍କାର ପୁରସ୍କାର ପାଇଁ ମନୋନୟନ କରାଯାଇଛି। ୧୮୦ଟି ସିନେମା ମଧ୍ୟରେ ତୀବ୍ର ପ୍ରତିଯୋଗିତା ପରେ ୫ଟି ସିନେମା ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୟନ କରାଯାଇଛି।
-
8.ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁସାରେ ୨୦୨୪ ନଭେମ୍ବର ମାସରେ ମାତ୍ର ୬ଟି ରାଜ୍ୟରେ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ବଢ଼ିଥିବା ତାଲିକାରେ ଓଡ଼ିଶା ସହିତ କର୍ଣ୍ଣାଟକ, ଉତ୍ତରପ୍ରଦେଶ (ପୂର୍ବ), ବିହାର, ହିମାଚଳପ୍ରଦେଶ ଓ ଦିଲ୍ଲୀ ନାମ ରହିଛି।
-
9.୨୦୨୪ ମସିହାରେ, ଜୋମାଟୋର ୧.୫ ନିୟୁତ ଡେଲିଭରି ପାର୍ଟନରମାନେ ପ୍ରାୟ ୫୦୦୦ ଟଙ୍କାର ଇନ୍ଧନ ଖର୍ଚ୍ଚକୁ ବାଦ ଦେଇ ପ୍ରତି ମାସରେ ହାରାହାରି ୨୮୦୦୦ ଟଙ୍କା ରୋଜଗାର କରିଛନ୍ତି
-
10.ବିପର୍ଯ୍ୟୟ ପରିଚାଳନାରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର ଓସେନ୍ ଇନଫର୍ମେସନ୍ ସର୍ଭିସେସ୍ ‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୫’ ପାଇଁ ‘ସଂସ୍ଥାଗତ’ ବର୍ଗରେ ମନୋନୀତ ହୋଇଛି।
-
11.ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ବାହାରେ ୱାଚ ଟାୱାର ଲଗାଇବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି।
-
12.ଲୋକପ୍ରିୟ କଣ୍ଠଶିଳ୍ପୀ ମୋନାଲି ଠାକୁର ଲାଇଭ୍ ପରଫର୍ମାନ୍ସ ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ । ନିଃଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ ହେବାପରେ ଶୋ’ ଅଧାରୁ ବନ୍ଦ କରି ଡାକ୍ତରଖାନାରେ ଭର୍ତ୍ତି ହେଲେ ଗାୟିକା।
-
13.ତାମିଲନାଡୁ ସରକାର ମହିଳା ଓ ଶିଶୁ ନିରାପତ୍ତା ଦିଗରେ ବଡ଼ ପଦକ୍ଷେପ ନେଇଛି । ସରକାର ନୂଆ ଆଇନ ଆଣିବାକୁ ଯାଉଛନ୍ତି। ଏହି ଆଇନ ଅନୁସାରେ, ନାବାଳିକା ଦୁଷ୍କର୍ମ ଅଭିଯୁକ୍ତମାନଙ୍କୁ ସର୍ବନିମ୍ନ ଦଣ୍ଡ ସ୍ବରୂପ ଆଜୀବନ ଜେଲଦଣ୍ଡ ମିଳିବ।
-
14.ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ନୂତନ ଟ୍ୟାବ୍ ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ପ୍ରାୟ ୨୯ ହଜାର ଶିକ୍ଷକଙ୍କୁ ନୂତନ ଟ୍ୟାବ୍ ମିଳିବ।
-
15.ବାଚସ୍ପତି ସୁରମା ପାଢ଼ୀ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ବାଚସ୍ପତି କହିଛନ୍ତି, ବିଧାନସଭାରେ ବିରୋଧୀ ବିଶୃଙ୍ଖଳା ଆଚରଣ କଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
|
199 |
Y |
|
432 |
24-01-2025 |
English |
-
1.Spanish-language musical crime film written and directed by Jacques Audiard Emilia Pérez has led Oscar nominations, which were revealed Thursday. The film scored 13 noms, setting a record for a non-English-language film.
-
2.The National Company Law Appellate Tribunal (NCLAT) Thursday stayed the five-year ban imposed by Competition Commission of India (CCI) on data-sharing practices between WhatsApp and Meta for advertising purposes, offering a breather to the tech giant.
-
3.The Bhitarkanika National Park in Kendrapara district reopened for tourists Thursday after remaining closed for nine days, an official said. The national park was closed from January 14 to 22 for the annual census of the estuarine crocodiles and migratory birds.
-
4.The Kerala Chief Minister Pinarayi Vijayan Thursday said that while no assistance has come from the Centre till date for rehabilitation of survivors of Wayanad landslide, Rs 712.98 received in the Chief Minister’s Disaster Relief Fund will be used for helping the survivors.
-
5.A Delhi court has refused to direct an FIR on a plea alleging two paintings of late artist and Padma awardee M F Husain hurt religious sentiments and said no further probe was required.
-
6.A court here has sentenced fi lmmaker Ram Gopal Varma to three months imprisonment in a cheque bounce case and issued a non-bailable arrest warrant against him.
-
7.Manipur Chief Minister N Biren Singh Thursday warned social media page handlers who upload posts that violate law and personal space of others.
-
8.The Pentagon Wednesday said it has begun deploying 1,500 active duty troops to help secure the southern border in the coming days, putting in motion plans US President Donald Trump laid out in executive orders shortly after he took offi ce to crack down on immigration.
-
9.Thailand Thursday became the fi rst country in Southeast Asia to hold legal same-sex weddings, with LGBT groups aiming to mark the occasion with more than 1,000 marriage registrations in a single day.
-
10. Palestinians in northern Gaza prepared tent encampments for displaced families Thursday, two days before they were expected to return to their home areas in accordance with the timeline of a ceasefi re deal agreed between Israel and Hamas.
-
11.Open AI has told an Indian court that any order to remove training data powering its Chat GPT service would be inconsistent with its legal obligations in the United States, according to a recent fi ling seen by Reuters.
-
12.Continuing his rapid rise, world champion D Gukesh dethroned compatriot Arjun Erigiasi to become the highest-ranked Indian chess player, at fourth, in the latest FIDE rankings Thursday.
-
13.Ola Electric Thursday said it has started production of its Roadster range of motorcycles at its Chennai-based plant with deliveries expected to commence in March.
-
14.In hyderabad A 45-yearold man allegedly killed his wife, dismembered her body and boiled the parts in a pressure cooker before dumping the remains in a lake last week, police said
-
15.The high-profile return of India's stars in Ranji Trophy ended up as a damp squib with the likes of Rohit Sharma, Rishabh Pant and Shubman Gill falling cheaply Thursday, unable to click in the face of some hostile bowling on the opening day of their respective matches across different venues.
|
200 |
Y |
|
433 |
23-01-2025 |
Odia |
-
1.ବିହାରର ଶିକ୍ଷା ବିଭାଗ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମାନେ ଟୋଲ୍ ଫ୍ରି ନମ୍ବରରେ ଶିକ୍ଷକଙ୍କ ଆଚରଣ, ମଧ୍ୟାହ୍ନ ଭୋଜନ, ଭିତ୍ତିଭୂମି, ପରୀକ୍ଷା ଏବଂ ପ୍ରମାଣପତ୍ର ଇତ୍ୟାଦି ସମ୍ପର୍କରେ ୧୪୪୧୭/୧୮୦୦୩୪୫୪୪୧ କୁ କଲ୍ କରିପାରିବେ।
-
2.ଲାନ୍ସେଟ୍ ଚାଇଲ୍ଡ ଆଣ୍ଡ୍ ଆଡଲସେଣ୍ଟ ହେଲ୍ଥରେ ମଙ୍ଗଳବାର ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁଯାୟୀ ବିଶ୍ୱରେ ପ୍ରତି ୧୨ ଜଣ ଶିଶୁଙ୍କ ମଧ୍ୟରୁ ଜଣେ କୌଣସି ନା କୌଣସି ପ୍ରକାରେ ଅନ୍ଲାଇନ୍ ଯୌନ ଶୋଷଣ କିମ୍ବା ନିର୍ଯାତନାର ଶିକାର ହୋଇଛନ୍ତି।
-
3.ଓଡିଶାରର ୫୮ଟି ସବ୍ଡିଭିଜନରେ ଅତି କମ୍ରେ ଗୋଟିଏ ଲେଖାଏ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏପରିକି ସ୍ଥାୟୀ ପୁଞ୍ଜି ବ୍ୟୟର ୬୦% ବା ସର୍ବାଧିକ ୬.୫୦କୋଟି ପର୍ଯ୍ୟନ୍ତ ସବ୍ସିଡି ଦେବାକୁ ନିଷ୍ପତ୍ତି ହୋଇଛି।
-
4.ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ହ୍ରାସ ପାଇବ। ପିଲାମାନେ ଏବେ ଯେତିକି ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରୁଛନ୍ତି ସେଥିରୁ ୧୫ରୁ ୩୦% କାଟି ଦିଆଯିବ। ପୁରୁଣା ପାଠ୍ୟକ୍ରମ ତଥା ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ନ ଥିବା ବିଷୟଗୁଡ଼ିକ ପାଠ୍ୟପୁସ୍ତକରୁ ବାଦ ପଡ଼ିବ।
-
5.ଭାରତୀୟ ପ୍ରାଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିଛନ୍ତି।
-
6.ଆର୍ଆଇଆର୍ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ପକ୍ଷରୁ ରାଜ୍ୟରେ ସ୍ଥାପନ କରାଯିବାକୁ ଥିବା ସେମିକଣ୍ଡକ୍ଟର ପ୍ରକଳ୍ପ ଲାଗି ପ୍ରୋତ୍ସାହନ ପ୍ୟାକେଜ୍କୁ କ୍ୟାବିନେଟ୍ କମିଟିରେ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପକୁ ୫୦ ପ୍ରତିଶତ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ହୋଇଛି।
-
7.କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡ଼ିଶା-ଛତିଶଗଡ଼ ରାଜ୍ୟରୁ ମାଓବାଦୀ ସମ୍ପୂର୍ଣ୍ଣ ଭାବେ ଦମନ କରାଯିବ। ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ୨୦୨୪ ମସିହାରେ ବହୁସଂଖ୍ୟାରେ ମାଓବାଦୀ ନିପାତ ହେବା ସହ ଯବାନଙ୍କୁ ସଫଳତା ମିଳିଛି।
-
8.ଆସନ୍ତା ଜାନୁଆରୀ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ଶିଳ୍ପ ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
-
9.ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ଆଉ ୫ ବର୍ଷ ପାଇଁ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଅନୁମୋଦନ କରିଛି।
-
10.ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ବାଧୀନ ଆମେରିକା ପ୍ରଶାସନ ବିଶ୍ଵ ସ୍ଵାଥୀ ସଂଗଠନର ସଦସ୍ୟତା ଓ ପ୍ୟାରିସ ଜଳବାୟୁ ରାଜିନାମାରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି। ଆମେରିକାର ଏହି ନିଷ୍ପତ୍ତିକୁ ନେଇ ହୁ’ ଚିନ୍ତାବ୍ୟକ୍ତ କରିଛି।
-
11.ଆମେରିକାରେ ଶିଶୁଟିଏ ଜନ୍ମ ହେଲେ ଆମେରିକାର ନାଗରିକତ୍ବ ପାଇବା ନେଇ ଯେଉଁ ସାମ୍ବିଧାନିକ ଅଧିକାର ରହିଥିଲା ତାକୁ ଉଚ୍ଛେଦ କରିଦିଆଯାଇଛି।
-
12.କ୍ୟାବିନେଟ୍ ବୈଠକରେ ମୋଟ ୧୦ଟି ପ୍ରସ୍ତାବକୁ ମୋହର ଲାଗିଛି । ପ୍ରଥମ ପ୍ରସ୍ତାବ ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ‘ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
-
13.ଶକ୍ତି ବିଭାଗ ଦ୍ୱାରା ଗ୍ରୀଡକୋକୁ ଦିଆଯାଇଥିବା ୩୧୦୮.୨୧କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟିକୁ ମଧ୍ୟ ପିଛିଲା ଭାବେ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।
-
14.କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ମ୍ୟାଚର ପ୍ରଥମ ଟିକେଟ କିଣିଥିଲେ।
-
15.ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଟିମ୍ ଇଣ୍ଡିଆ ୭ ୱିକେଟରେ ଜିତିଛି। କୋଲକାତାରେ ଖେଳାଯାଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଟିମ୍ ଇଣ୍ଡିଆକୁ ୧୩୩ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଟିମ୍ ଇଣ୍ଡିଆ ୩ୱିକେଟ ହରା ୧୨.୫ ଓଭରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଥିଲା।
|
197 |
Y |
|
434 |
23-01-2025 |
English |
-
1.Prime Minister Narendra Modi is scheduled to visit Odisha January 28 to inaugurate a business conclave in the state capital Bhubaneswar, official sources said Wednesday
-
2.The first ticket of the second One-Day International (ODI) match between India and England to be played at Barabati Stadium February 9 was bought by Chief Minister Mohan Charan Majhi.
-
3.An elephant calf that had fallen into a pit in Karanjia Forest Division and was rescued and later shifted to Nandankanan Zoological Park succumbed to its injuries in the wee hours of Wednesday.
-
4.The State Level Single Window Clearance Authority (SLSWCA), chaired by Chief Secretary Manoj Ahuja, approved 17 industrial projects with a combined investment of Rs 3,883.72 crore, Wednesday.
-
5.The Union Cabinet Wednesday approved a minimum support price of Rs 5,650 per quintal for raw jute for marketing season 2025-26, an increase of 6 per cent or Rs315 over the previous MSP.
-
6.One in 12 children around the world has been exposed to some form of online sexual abuse or exploitation in the past year, according to a study published in ‘The Lancet Child and Adolescent Health’ journal.
-
7.The Santali Saonhed Akhada recently submitted a memorandum to the Secretary of the School and Mass Education department, urging the inclusion of the Santali language in Odisha’s education curriculum as part of the National Education Policy (NEP) 2020 implementation.
-
8.The CBI filed an appeal Wednesday before the Calcutta High Court, seeking death sentence for Sanjay Roy, who was sentenced to “life imprisonment until death” by a Sealdah court in the rape cum-murder case of an on-duty doctor at RG Kar Medical College and Hospital, officials said.
-
9.US President Donald Trump Wednesday warned Russian President Vladimir Putin to come to the negotiation table and “stop this ridiculous war” with Ukraine or face a high-level of sanctions and trade tariffs.
-
10.Tata Consultancy Services (TCS) has achieved a major milestone by becoming the second global IT services brand to cross a $20 billion valuation in brand value.
-
11.Retirement fund body EPFO has added 14.63 lakh net members in November 2024, a growth of 4.88 per cent over the same month last year, according to the latest payroll data.
-
12.Odisha's Director General of Police (DGP), YB Khurania, visited Nuapada and Kalahandi districts Wednesday to review Maoist activities along with the Superintendents of Police (SPs) of Chhattisgarh and Nuapada.
-
13.The Indian Space Research Organisation (ISRO) Wednesday released before and after satellite images of the tent city here giving an insight into the grandeur of the Maha Kumbh which is drawing crores of people from across the world to take a holy dip at the Sangam.
-
14.Calling it a “defective” affidavit, the Supreme Court Wednesday slammed the Assam government for not giving in its reply reasons for detaining 270 foreigners at the Matia transit camp.
-
15.The Indian cricket team will adhere to the dress code set by the ICC during the upcoming Champions Trophy, BCCI secretary Devajit Saikia told PTI Wednesday, rejecting speculation that the Board had objected to host Pakistan’s name on the side’s official jersey.
|
201 |
Y |
|
435 |
22-01-2025 |
Odia |
-
1.ଆସନ୍ତା ରାଷ୍ଟ୍ରୀୟ ସାଧାରଣତନ୍ତ୍ର ଦିବସ -୨୦୨୫ ଉତ୍ସବରେ ପ୍ରଥମଥର ପାଇଁ କର୍ତ୍ତବ୍ୟପଥରେ ଓଡ଼ିଶାର ତିନି ଲୋକନୃତ୍ୟ ସମ୍ବଲପୁରୀ, ପଶୁମୁଖା ନୃତ୍ୟ ଓ ବାଘ ନାଚର ୩୦୦ରୁ ଅଧିକ କଳାକାର ଏଥିରେ ସାମିଲ ହେବେ। ବିକଶିତ ଭାରତ, ‘ବିରାସତ ଭି, ବିକାଶ ଭି’ ଓ ଏକ ଭାରତ ଶ୍ରେଷ୍ଠ ଭାରତ ଥିମ୍ରେ କଳାକାରମାନେ ନୃତ୍ୟ ପରିବେଷଣ କରିବେ।
-
2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ଦଶନ୍ଧିରେ ଦ୍ବିତୀୟ ଥର ପାଇଁ ଆମେରିକାକୁ ପ୍ୟାରିସ୍ ଜଳବାୟୁ ଚୁକ୍ତିରୁ ପ୍ରତ୍ୟାହାର କରିନେଇଛନ୍ତି
-
3.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଚୀନ୍ ଉପରେ କଡା ପ୍ରତିବନ୍ଧକ ଲାଗୁ କରିବା ସମ୍ପର୍କରେ କହିଥିଲେ। କିନ୍ତୁ ଶପଥ ନେବା ପରେ ସେ ତୁରନ୍ତ ସେପରି କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଚୀନ୍ ତାଙ୍କର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ସ୍ୱାକ୍ଷରିତ ବାଣିଜ୍ୟ ଚୁକ୍ତିନାମାକୁ ଅନୁସରଣ କରୁଛି କି ନାହିଁ ତାହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
-
4.ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ରୁ ଆମେରିକାର ସଦସ୍ୟତା ଶେଷ କରିବାକୁ ଘୋଷଣା ସହ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମାରେ ସ୍ଵାକ୍ଷର କରିଛନ୍ତି। ୨୦୨୪ ଆମେରିକାର ବିଶ୍ବ ସ୍ଵାସ୍ଥ୍ୟ ରଣନୀତିର ସମୀକ୍ଷା କରାଯିବା ଏବଂ ଏଥିରେ ବଡ଼ ପରିବର୍ତ୍ତନ ଅଣାଯିବ ବୋଲି ଟ୍ରମ୍ପ କହିଛନ୍ତି।
-
5.ତୁର୍କୀର ବୋଲୁ ପର୍ବତରେ ଥିବା ଗ୍ରାଣ୍ଡ କାର୍ତାଲ ହୋଟେଲରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟି ୬୬ ଜଣଙ୍କ ମୃତ୍ୟୁ ଘଟିଛି।
-
6.ଇସ୍ରାଏଲ ଓ ହାମାସ ମଧ୍ୟରେ ଅସ୍ତ୍ରବିରତିକୁ ନେଇ ଇସ୍ରାଏଲ ସେନାରେ ଅସନ୍ତୋଷ ଦେଖିବାକୁ ମିଳିଛି। ଇସ୍ରାଏଲର ଶୀର୍ଷ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହର୍ଜି ହାଲେଭି ନିଜ ପଦରୁ ଇସ୍ତଫା ଦେଇଛନ୍ତି।
-
7.ରାଜ୍ୟ ବାହାରେ ଥିବା ବହୁ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା ବାହାରେ ରହୁଥିବା ମହିଳାମାନେ ତୁରନ୍ତ ଏଥିପାଇଁ ଆବେଦନ କରନ୍ତୁ। ନୂଆ ଆବେଦନ କରିବାକୁ ଚାହୁଁଥିବା ମହିଳାମାନେ ସୁଭଦ୍ରା ପୋର୍ଟାଲ, ସିଏସ୍ସି କେନ୍ଦ୍ରରେ ଏଥିପାଇଁ ଆବେଦନ କରିବେ।
-
8.ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ୍ ଘଟଣା ପରେ ଶ୍ରୀମନ୍ଦିରରେ ମୋବାଇଲ୍ କଟକଣା ଉପରେ ସଚେତନତା ସୃଷ୍ଟି କରାଯାଇଛି। ଚାରିଦ୍ବାରରେ ସୂଚନା ଫଳକ ଓ ପୋଷ୍ଟର୍ ଲଗାଯାଇଛି। ମୋବାଇଲ୍ ଜଗିବାକୁ ଚାରିଦ୍ବାରରେ ୪ଟି ସ୍ବତନ୍ତ୍ର ଟିମ୍ ନିୟୋଜିତ ହୋଇଛନ୍ତି।
-
9.ଆଇଏମ୍ଏମ୍ଟି ପ୍ରେକ୍ଷାଳୟରେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କ ‘କମେଡି ଇନ୍ ଖାକି’ ପୁସ୍ତକକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍ତି।
-
10.ଇଂରାଜୀ ପରେ ପ୍ରଥମ ଭାରତୀୟ ଭାଷା ଭାବେ ଓଡ଼ିଆରେ ଏମ୍ବିଏ ପାଠ୍ୟପୁସ୍ତକ ଉପଲବ୍ଧ ହୋଇଛି।
-
11.ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ୨୦୨୫-୨୬ ଶିକ୍ଷାବର୍ଷରେ ଅଙ୍ଗନାବଡ଼ିରେ ଥିବା ଶିଶୁ ବାଟିକା-୩କୁ ବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ଅଙ୍ଗନବାଡ଼ିକୁ ବିଦ୍ୟାଳୟ ସହ ଯୋଡ଼ି ଦିଆଯିବ। ଏବେ ୨୧ ହଜାର ୧୭୯ଟି ପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସରେ ଅଙ୍ଗନବାଡ଼ି ରହିଛି।
-
12.ଫେବ୍ରୁଆରି ୧୩ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏହା ଦୁଇଟି ପର୍ଯ୍ୟାୟରେ ଚାଲିବ। ଫେବ୍ରୁଆରି ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ।
-
13. ଦେଶର ଟେଲିକମ୍ ଟାୱାରଗୁଡ଼ିକରେ ଆରମ୍ଭ ହୋଇଥିବା ଏବଂ ଡିଜିଟାଲ ଭାରତ ନିଧି ଦ୍ୱାରା ପାଣ୍ଠି ପ୍ରାପ୍ତ ଇଣ୍ଟ୍ରା ସର୍କଲ ରୋମିଂ ସେବା ବିଶେଷ କରି ଗ୍ରାମୀଣ ଏବଂ ଦୁର୍ଗମ ଅଂଚଳରେ ଯୋଗାଯୋଗ ବ୍ୟବଧାନକୁ ଦୂର କରିବ।
-
14.ତେଲୁଗୁ ଚଳଚ୍ଚିତ୍ର ଶିଳ୍ପର ଅନେକ ବଡ଼ ନିର୍ମାତାମାନଙ୍କ ଘର ଏବଂ କାର୍ଯ୍ୟାଳୟରେ ମଙ୍ଗଳବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ତାଲିକାରେ ‘ଗେମ୍ ଚେଞ୍ଜର’ ଓ ‘ପୁଷ୍ପା-୨’ ନିର୍ମାତାଙ୍କ ନାମ ମଧ୍ୟ ସାମିଲ ଅଛି।
-
15.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରେ ଟିକ୍ଟକ୍ ବ୍ୟବହାରର ସମୟସୀମା ବଢାଇ ଦେଇଛନ୍ତି। ଚୀନ୍ର ସର୍ଟ ଭିଡିଓ ଶେୟାରିଂ ପ୍ଲାଟଫର୍ମ ଟିକ୍ଟକ୍ର ବ୍ୟବହାର ୭୫ ଦିନ ପାଇଁ ବୃଦ୍ଧି ହୋଇଛି।
|
199 |
Y |
|
436 |
22-01-2025 |
English |
-
1.Israel’s top general resigns, citing security and intelligence failures related to Hamas’ surprise attack that triggered the war in the Gaza Strip.
-
2.Budget session of state Assembly will start February 13 with Governor Hari Babu Kambhampati's address, and will continue till April 5.
-
3.The government Tuesday announced a 50 per cent hike in the monthly remuneration of cooks and helpers engaged in the mid-day meal (MDM) scheme from Rs2,000 to Rs 3,000.
-
4.Fourteen Naxals, including a top leader of the CPI (Maoists) who was carrying a reward of Rs 1 crore, were killed in a joint operation by Central and state police forces along the Chhattisgarh-Odisha border.
-
5. Deputy Chief Minister Pravati Parida Tuesday urged migrant women living outside the state to enroll in the Subhadra Yojana,scheme to avail benefi ts.
-
6.National Education Policy (NEP), 2020 would help in preparing students and youths for building a modern and empowered India, Chief Minister Mohan Charan Majhi said Tuesday.
-
7.The West Bengal government Tuesday moved the Calcutta High Court to fi le an appeal seeking death penalty of the convict in the RG Kar hospital doctor's rape and murder case and secured the court's necessary permission.
-
8.The second meeting of the joint parliamentary committee examining the two Bills for simultaneous elections will be held January 31, according to schedule posted on the Lok Sabha website.
-
9.Dengue infections and deaths increase when temperatures go above 27 degrees Celsius and rainfall is moderate and spread out over a period, according to a new study.
-
10.A World Bank-appointed neutral expert has backed New Delhi’s position on the framework to resolve certain disputes between India and Pakistan on Kishenganga and Ratle hydroelectric projects.
-
11.A fire raged through a 12-story hotel at a popular ski resort in northwestern Turkey early Tuesday during a school holiday, killing at least 66 people — at least two of them when they jumped from the building to escape the flames, officials said.
-
12.The government Tuesday introduced the Diamond Imprest Authorisation scheme, which allows duty-free import of cut and polished diamonds up to a specified limit, to boost exports and enhance value addition.
-
13.The government has disbursed `1,596 crore under Production-Linked Incentive (PLI) schemes for six sectors, including electronics and pharma, during the April-September this fiscal, an official said.
-
14.Bollywood actor Saif Ali Khan returned home Tuesday, a little wan but smiling broadly as he left a Mumbai hospital five days after an intruder stabbed him inside his apartment with a knife in the neck and spine.
-
15.The Kalinga Warriors suffered a 2-0 loss to Sethu FC at the Kalinga Stadium Tuesday, January 21, 2025.
|
264 |
Y |
|
437 |
21-01-2025 |
Odia |
-
1.ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ବିରୋଧରେ ଦେଇଥିବା ବୟାନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଏର ମାନହାନି ମାମଲାରେ ଚାଲିଥିବା ଆପରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମ୍କୋର୍ଟ ରୋକ୍ ଲଗାଇଛନ୍ତି।
-
2.ଡୋନାଲ୍ଡ ଟ୍ରମ୍ପ ଦେଶର ଦକ୍ଷିଣ ସୀମାରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିବାକୁ ଘୋଷଣା କରିଥିଲେ, ସେତେବେଳେ ଏହାକୁ ବିପୁଳ ସମର୍ଥନ ମିଳିଥିଲା। ଏହା ଟ୍ରମ୍ପଙ୍କ ସବୁଠାରୁ ବଡ଼ ନିଷ୍ପତ୍ତି ବୋଲି କୁହାଯାଉଛି। ମେକ୍ସିକୋ ସୀମାରେ ବେଆଇନ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରାଯାଇଛି। ସେଠାରେ ସେନା ମୁତୟନ ହେବେ।
-
3.ଗତବର୍ଷ କୋଲକାତାର ଆର୍ଜି କର ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଅଦାଲତ ଆଜି ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟକୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।
-
4.ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବାବେଳେ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏବେ ଇମ୍ରାନ ଖାନଙ୍କ ନିକଟବର୍ତ୍ତୀ ଲୋକଙ୍କୁ ମଧ୍ୟ ପାକିସ୍ତାନରେ ଟାର୍ଗେଟ କରାଯାଉଛି।
-
5.ଟେଲିଭିଜନ ଅଭିନେତା ଯୋଗେଶ ମହାଜନଙ୍କର ଜାନୁଆରି ୧୯ ତାରିଖରେ ଅକାଳ ବିୟୋଗ ହୋଇଛି। ତାଙ୍କୁ ତାଙ୍କ ଉମରଗାଓଁ ଫ୍ଲାଟରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି।
-
6.'ବିଗ୍ ବସ୍ ୧୮'କୁ ମିଳିଲା ନୂଆ ବିଜେତା । ସର୍ବାଧିକ ଭୋଟ ପାଇ 'ବିଗ୍ ବସ୍ ୧୮' ସିଜିନର ବିଜୟ ମୁକଟ ପିନ୍ଧିଛନ୍ତି କରଣ ବୀର ମେହେରା ।
-
7.ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଛୁରୀ ମାରିବା ଅଭିଯୋଗରେ ଗିରଫ ହୋଇଥିବା ୩୦ ବର୍ଷୀୟ ବାଂଲାଦେଶୀ ନାଗରିକ ନିଜ ଅପରାଧ ସ୍ବୀକାର କରିଛି। ସେ ସ୍ବୀକାର କରି କହିଛି ଯେ ‘ହଁ ମୈନେ କିୟା ହେ (ହଁ ମୁଁ କରିଛି)’।
-
8.ଭିତରକନିକାରେ ଏବେ ଚାଲିଛି କୁମ୍ଭୀର ଗଣନା। କୁମ୍ଭୀର ଗଣନା ପାଇଁ ସ୍ଥିର ଜଳରାଶି ଓ ଶାନ୍ତ ପରିବେଶର ଆବଶ୍ୟକତା ରହିଛି। ଚଳିତମାସ ୧୪ରୁ ୨୨ ତାରିଖ ଯାଏଁ ୯ଦିନ ଧରି ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି।
-
9.ଇ-କେୱାଇସିରୁ ରାସନ ଦୁର୍ନୀତିର ସାଂଘାତିକ ଗୁମର ଖୋଲୁଛି। ବାଲେଶ୍ବର ଜିଲ୍ଲାର ବାଲିଆପାଳ ପରେ ଏବେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ରେ ମାଳମାଳ ସରକାରୀ ଚାକିରିଆ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ସାଜି ରାସନ ଉଠାଉଥିବା ଜଣାପଡ଼ିଛି।
-
10.ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛନ୍ତି। ସମ୍ପୃକ୍ତ ଶିକ୍ଷାବର୍ଷର ସେପ୍ଟେମ୍ବର 1 ତାରିଖ ସୁଦ୍ଧା ୬ ରୁ ଅଧିକ ବର୍ଷ ବୟସ ପ୍ରାପ୍ତ କରିଥିବା ପିଲାମାନେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଯୋଗ୍ୟ ହେବେ।
-
11.ଏବେ ଇନଷ୍ଟାଗ୍ରାମରେ ୩ ମିନିଟ ପର୍ଯ୍ୟନ୍ତ ରିଲ ଅପଲୋଡ କରାଯାଇପାରିବ।
-
12.ଆମ ସୌର ଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହଜଗତିକ ଦୃଶ୍ୟ ଆସନ୍ତା ଜାନୁଆରି ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ।
-
13.୧୭୬୫ରୁ ୧୯୦୦ ମସିହା ଯାଏ ଉପନିବେଶବାଦ ଶାସନ ସମୟରେ ଇଂରେଜମାନେ ଭାରତରୁ ପ୍ରାୟ ୬୪.୮୨ ଟ୍ରିଲିୟନ ଡଲାରର ବା ୬୪ ଲକ୍ଷ ୮୨ ହଜାର କୋଟି ଡଲାର ନେଇ ଯାଇଛନ୍ତି। ଏହା ମଧ୍ୟରୁ ୩୩.୮ ଟ୍ରିଲିୟନ ଡଲାର ବ୍ରିଟେନର ୧୦% ଧନୀଙ୍କ ପକେଟକୁ ଯାଇଛି।
-
14.ରିଙ୍କୁ ଓ ପ୍ରିୟା ପ୍ରାୟ ଗୋଟିଏ ବର୍ଷରୁ ଅଧିକ ଦିନ ହେଲା ପରସ୍ପରକୁ ଭଲ ପାଉଥିଲେ। ଏବେ ପରିବାର ଲୋକଙ୍କ ଅନୁମତିକ୍ରମେ ସେମାନେ ବାହା ହେବାକୁ ଯାଉଛନ୍ତି।
-
15.ରାଜ୍ୟରେ ୨୨ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ୪ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯିବା ସହ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।
|
222 |
Y |
|
438 |
21-01-2025 |
English |
-
Donald J Trump was sworn in as the 47th President of the United States, marking his remarkable return to power for a second term.
-
The annual Edelman Trust Barometer, now in its 25th year, showed that India ranks low at 13th place when it comes to trust of people in other countries, in companies with Indian headquarters.
-
Russian President Vladimir Putin congratulated US President-elect Donald Trump on taking office hours before Trump’s inauguration in Washington and said he was open to dialogue with the new US administration on Ukraine and nuclear arms.
-
Indian Railway Finance Corporation Ltd (IRFC) Monday reported a 2 per cent increase in net profi t to `1,631 crore for the third quarter ended December 2024.
-
Stock prices of private lenders that have reported an increase in bad loans bear the brunt of investors’ fears of a U-turn.
-
Lok Sabha Speaker Om Birla Monday voiced concern over the declining number of sittings of legislative bodies and urged presiding offi cers to make efforts to address the issue to strengthen democratic institutions.
-
The Left government in Kerala Monday sanctioned two instalments of welfare pensions to be distributed to the underprivileged sections of society.
-
Moody's Ratings Monday projected the Indian economy to grow by 7 per cent in the current fi scal and said robust economic expansion will drive growth in insurance premiums.
-
A Kolkata court sentenced Sanjay Roy, convicted of raping and killing an on-duty doctor at the staterun RG Kar Medical College and Hospital here in August last year, to imprisonment till death .
-
The 14th edition of Indian Film Festival of Bhubaneswar (IFFB), organised by the Film Society of Bhubaneswar (FSB), will kick off from January 22 here at GKCM Odissi Research Centre auditorium.
-
President Donald Trump will once again withdraw the United States from the Paris climate deal, the White House said Monday, removing the world’s biggest historic emitter from global efforts to fight climate change for the second time in a decade.
-
Enrolment age for Class I students has been revised to 6+ years, as the state is going to implement National Education Policy (NEP)-2020. As per new rules, the kid must attend 6 years by September 1 of the respective academic year to get admitted to Class I.
-
The Odisha Renewable Energy Development Agency (OREDA) has signed an MoU with Tata Power Renewable Energy Ltd to accelerate rooftop solar adoption among residential customers under the Pradhan Mantri Surya Ghar Yojana.
-
A dolphin census began at Chilika lake Monday, offi cials said, adding that over 100 people, including retired government officers, researchers, students and experts, have taken part in counting the dolphins in the lake.
-
Palestinians return to ravaged Gaza on the 2nd day of a ceasefi re between Israel and Hamas.
|
182 |
Y |
|
439 |
20-01-2025 |
Odia |
- 1.ଆମେରିକାରେ ସୋମବାରଠାରୁ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବ। ଟ୍ରମ୍ପ ସୋମବାର ଦ୍ବିତୀୟ ବାର ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।
- 2.ରୁଷ୍-ୟୁକ୍ରେନ୍ ମଧ୍ୟରେ ଗତ ୩ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ରୁଷ୍ ସମର୍ଥନରେ ସଂପ୍ରତି ଉତ୍ତରକୋରିଆର ସେନା ସାମିଲ ହୋଇଛନ୍ତି। ତେବେ ଆଧୁନିକ ଯୁଦ୍ଧରେ ପାରଙ୍ଗମ ନଥିବା କିମ୍ ଜଙ୍ଗ୍ ଉନ୍ଙ୍କ ସେନା କ୍ଷୀପ୍ରଗତିରେ ମୃତ୍ୟୁମୁଖରେ ପଡ଼ୁଥିବା ଜଣାଯାଇଛି।
- 3.ଇସ୍ରାଏଲ୍ ଏବଂ ହାମାସ୍ ମଧ୍ୟରେ ବହୁ ପ୍ରତୀକ୍ଷିତ ଅସ୍ତ୍ରବିରତିର ଏକ ଅଂଶ ଭାବରେ ରବିବାର ହମାସ ପକ୍ଷରୁ ତିନି ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରାଯାଇଛି । ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ୩୩ ଜଣ ବନ୍ଧକଙ୍କୁ ମୁକ୍ତ କରିବ ବୋଲି ଆଶା କରାଯାଉଛି। ଆଜି ମୁକ୍ତ ହୋଇଥିବା ୩ ବନ୍ଧକ ହେଲେ ରୋମି ଗୋନ୍, ଏମିଲି ଡାମାରୀ ଏବଂ ଡୋରୋନ୍ ଷ୍ଟେନବ୍ରେଚର ।
- 4. ଆମେରିକୀୟ ସର୍ଟ ସେଲିଂ ସଂସ୍ଥା ହିଣ୍ଡେନ୍ବର୍ଗ ରିସର୍ଚ୍ଚର ମୁଖ୍ୟ ନାଥନ୍ ଆଣ୍ଡରସନ୍ଙ୍କ ପ୍ରତି ବଡ଼ ବିପଦ ମାଡ଼ିଆସୁଛି। ତାଙ୍କ ନାମରେ ଓଣ୍ଟାରିଓର ସୁପରିଅର୍ କୋର୍ଟ ଅଫ୍ ଜଷ୍ଟିସ୍ରେ ଏକ ମାନହାନି ମାମଲା ରୁଜୁ କରାଯାଇଛି।
- 5.ଆମେରିକାରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟିକଟକ୍ ବନ୍ଦ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ଟିକଟକ୍ ଆମେରିକାରେ କାମ କରିବା ବନ୍ଦ କରିଦେଇଥିଲା। ଏହା ଆପଲ୍ ଓ ଗୁଗୁଲ୍ ଆପ୍ ଷ୍ଟୋରରୁ ମଧ୍ୟ ଅଦୃଶ୍ୟ ହୋଇଯାଇଛି। ବର୍ତ୍ତମାନ ଆମେରିକାରେ ଏହି ଆପ୍ ଡାଉନଲୋଡ୍ ହୋଇପାରିବ ନାହିଁ।
- 6.ବାଂଲାଦେଶରେ ବର୍ଷକୁ ବର୍ଷ ଖରାପ ହେଉଥିବା ବାୟୁ ଗୁଣବତ୍ତା ଏବେ ବିନାଶକାରୀ ହେବାରେ ଲାଗିଛି। ଏଠାରେ, ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ଏକ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ୧୦୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର କ୍ଷତି ହେଉଥିବା ଆକଳନ କରାଯାଇଛି।
- 7.ନୟାଗଡ଼ ଜିଲ୍ଲା ମାଟିତଳେ ଲିଥିୟମ୍ ଗଚ୍ଛିତ ଥିବାର ସଙ୍କେତ ମିଳିଥିବାନେଇ କେନ୍ଦ୍ର ଖଣି ସଚିବ ଭି ଏଲ୍ କାନ୍ତା ରାଓ ସୂଚନା ଦେଇଛନ୍ତି।
- 8.ସଡ଼କ ସୁରକ୍ଷା କ୍ଷେତ୍ରରେ ଟ୍ରାଫିକ୍ ବ୍ୟବସ୍ଥାର ପ୍ରମୁଖ ଭୂମିକା ରହିଛି। ଏହାର ପରିଚାଳନା ପାଇଁ ରାଜ୍ୟରେ ଏବେ ୨୧୯୮ ଜଣ ଟ୍ରାଫିକ ପୋଲିସ କାର୍ଯ୍ୟ କରୁଛନ୍ତି। ଚଳିତବର୍ଷ ଆଉ ୨ ହଜାର ନୂଆ ପଦବୀ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
- 9.ରାଜ୍ୟରେ ମୋଟ ୧୯,୦୫,୪୯୦ଟି ଜମିର ସାଟେଲାଇଟ୍ ଫଟୋଚିତ୍ର ମଧ୍ୟରୁ ୧୮,୮୮,୩୫୪ଟି ଜମିର ଫିଲଡ୍ ସର୍ଭେ ଶେଷ ହୋଇସାରିଛି । ବାକି ୧୭୧୩୬ଟି ଜମିର ସାଟେଲାଇଟ୍ ଫଟୋଚିତ୍ରର ଫିଲଡ୍ ସର୍ଭେ ଏବେବି ଶେଷ ହୋଇପାରିନି ।
- 10.ରାଜ୍ୟରେ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲଗେଟ୍ ଦେଇ ଦୈନିକ ପ୍ରାୟ ୩୦ହଜାର ଗାଡ଼ି ଯାତାୟତ କରୁଛି । ଯଦି ମୋଟରଯାନର ବୈଧ ଇନ୍ସ୍ୟୁରାନ୍ସ, ପଲ୍ୟୁସନ୍ ଓ ଫିଟନେସ୍ ନଥିବ ତାହା ଇ-ଡିଟେକ୍ସନ୍ ଆପ୍ଲିକେସନ୍ ମାଧ୍ୟମରେ ସହଜରେ ଚିହ୍ନଟ ହେବ ।
- 11.ଚଳିତ ବର୍ଷ ବନବିଭାଗ ପକ୍ଷରୁ ରାଜ୍ୟରେ ଗୋଟିଏ ଦିନରେ ପକ୍ଷୀ ଗଣତି କରାଯାଇଥିଲା। ରାଜ୍ୟରେ ସଂପ୍ରତି ପ୍ରାୟ ୨୦୦ ପ୍ରଜାତିର ୧୫ ଲକ୍ଷରୁ ଅଧିକ ପକ୍ଷୀଙ୍କ ସମାବେଶ ହୋଇଛି। ପ୍ରଥମକରି ଗହୀରମଥାରେ ଗ୍ରେଟ୍ ବିଟେନ୍ ପକ୍ଷୀ ଦେଖାଦେଇଛି।
- 12.ଚିଲିକାର ସାତପଡାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା। ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ।
- 13.ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ତଥା ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱ ଡ. ଗୋପାଳ ଚନ୍ଦ୍ର କରଙ୍କର ଆଜି (ଜାନୁଆରି ୧୯) ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି।
- 14.ଭାରତୀୟ ଆଥଲେଟିକ୍ସ ପୋଷ୍ଟର ବୟ ନୀରଜ ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରବିବାର ସେ ହିମାନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
- 15.ଖୋ ଖୋର ପ୍ରଥମ ବିଶ୍ୱ ବିଜେତା ଦଳ ପାଲଟିଛି ଭାରତ । ଜାନୁଆରୀ ୧୯ ତାରିଖ ରବିବାର ନୂଆଦିଲ୍ଲୀରେ ଖେଳାଯାଇଥିବା ଫାଇନାଲରେ ଭାରତୀୟ ମହିଳା ଦଳ ଏକତରଫା ଢଙ୍ଗରେ ନେପାଳକୁ ୩୮ ପଏଣ୍ଟ ବ୍ୟବଧାନରେ ସହଜରେ ପରାସ୍ତ କରି ଟାଇଟଲ ଜିତିଥିଲା।
|
199 |
Y |
|
440 |
20-01-2025 |
English |
-
1.Donald Trump is all set to be sworn in as 47th President of the United States in the Rotunda of the Capitol Monday, after the forecast bitter cold prompted planners to move the ceremony under the building’s neoclassical dome for the first time in four decades.
-
2.Foreign investors have pulled out Rs44,396 crore from Indian equities this month, driven by strength of the dollar.
-
3.A recent Geological Survey of India (GSI) study has indicated the presence of lithium – a widely used metal in the production of glass, aluminum products and batteries – in some districts of Odisha, a senior GSI official said Sunday.
-
4.A ceasefire between Israel and Hamas took hold in the Gaza Strip Sunday, ushering in an initial six-week period of calm and raising hopes for the release of dozens of militant-held hostages and an end to the devastating 15-month war.
-
5.In a bid to realise the dream of air taxis and transform urban mobility in India, the country’s first flying taxi prototype, called ‘Shunya’, has been unveiled at the ‘Bharat Mobility Global Expo 2025’ here.
-
6.The Mid-Winter Waterfowl Survey-2025, conducted jointly by Odisha State Wildlife Organisation, Chilika Development Authority (CDA), and Bombay Natural History Society (BNHS), in Chilika Lagoon recorded a total of 11,27,728 of 196 species this year as against 11,37,759 of 187 species of the previous year
-
7. A rare species of bird, Savanna Nightjar (Bhuin Chadhei), has been spotted at the Kuldiha Wildlife Sanctuary in the Nilagiri region of Balasore district.
-
8.A 22-bogie train chugged between Katra and Srinagar railway stations Sunday, officials said, marking the fi rst successful trial run on the newly completed line to connect Kashmir with the rest of the country via rail.
-
9.The Indian Army Sunday provided comprehensive training to Village Defence Guards (VDGs) in a forward area of the Mendhar sector in Jammu and Kashmir’s Poonch district, security officials said.
-
10.Officials in Colombia say about 80 people have been killed in the country’s northeast region following failed attempts to hold peace talks with the National Liberation Army.
-
11.Nate Anderson, ‘activist’ short-seller who has announced shutting down of his almost eight years old research firm Hindenburg, is under cloud for alleged links with hedge funds in preparing reports targeting companies, a Canadian portal said citing documents fi led before a court in Ontario.
-
12.The funding season in the Indian startup ecosystem continued its growth this week as startups cumulatively raised more than $308 million across 24 deals.
-
13.An increase in private investments and employment is expected to keep India’s overall growth around a stable 6.4-6.7 per cent during the current fi nancial year and is likely to drive up the growth to 7.0 per cent in FY26, according to a survey released by apex business chamber CII Sunday.
-
14.Javelin superstar Neeraj Chopra, one of India’s most eligible bachelors, tied the knot with tennis player Himani Mor couple of days back in an intimate ceremony that has taken everyone by surprise.
-
15.The inaugural Kho Kho World Cup in New Delhi concluded on a historic note with India securing the titles in both men’s and women’s competitions.
|
183 |
Y |
|