# |
Date |
Type |
Current Affairs |
No. Of Views |
Status |
Action |
201 |
29-05-2025 |
Odia |
-
1.ଆନ୍ତଃସେବା ସଂଗଠନ (ଆଇଏସ୍ଓ)ର ପ୍ରଭାବଶାଳୀ କମାଣ୍ଡ, ନିୟନ୍ତ୍ରଣ ଓ ଦକ୍ଷ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ତିନି ସେନା- ସ୍ଥଳସେନା, ନୌସେନା ଓ ବାୟୁସେନାରେ ୟୁନିଫାଇଡ୍ (ଏକୀକୃତ) କମାଣ୍ଡ ପାଇଁ ନୂତନ ବିଜ୍ଞପ୍ତି ଜାରି କରିଛନ୍ତି।
-
2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ଏବେ ସାର୍ବଜନୀନ ଧମକ ସ୍ତରରେ ପହଞ୍ଚିଛି। ଏପରି ଦେଖାଯାଉଛି ଯେ ଚୁକ୍ତି ପ୍ରସ୍ତୁତକାରୀ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ବନ୍ଧୁତା ଭାଙ୍ଗିବାକୁ ଯାଉଛି।
-
3.ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଖରିଫ ଋତୁ ୨୦୨୫-୨୬ ପାଇଁ ୧୪ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି।
-
4.କେନ୍ଦ୍ର କ୍ୟାବିନେଟ ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) କୁ ୬୯ ଟଙ୍କା ବୃଦ୍ଧି କରି ୨,୩୬୯ ଟଙ୍କା କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ୨ ଲକ୍ଷ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।
-
5.ରାଜ୍ୟରେ ୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ସେଥିମଧ୍ୟରୁ ୪ ଜଣ ରାଜଧାନୀ ଭୁବନେଶ୍ବର ଓ ଜଣେ ଜଟଣୀ ଅଞ୍ଚଳରୁ ରହିଛନ୍ତି।
-
6.ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ରାୟ ୭ ବର୍ଷ ପରେ ଆସିଛି। ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ।
-
7. ପୂର୍ବ ରେଳବାଇ ସମସ୍ତ ବ୍ଲଗର ଏବଂ ୟୁଟ୍ୟୁବରଙ୍କୁ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହାର ଅଧିକାର କ୍ଷେତ୍ର ଅନ୍ତର୍ଗତ ଷ୍ଟେଶନଗୁଡ଼ିକର ବିସ୍ତୃତ ଫଟୋଗ୍ରାଫ କିମ୍ବା ଭିଡିଓ ନ କରିବାକୁ ଅନୁରୋଧ କରିଛି।
-
8.‘ଅପରେଶନ ସିନ୍ଦୂର’ ପରେ ବିଶ୍ୱ ସ୍ତରରେ ଭାରତର ପକ୍ଷ ଉପସ୍ଥାପନ କରିଥିବା ପ୍ରତିନିଧି ଦଳରେ ଶଶି ଥରୁରଙ୍କ ନାମ ମଧ୍ୟ ସାମିଲ ଅଛି। ନ୍ୟୁୟର୍କରେ ସେ ଆତଙ୍କବାଦ ଉପରେ ଭାରତର ନୀତିକୁ ସ୍ପଷ୍ଟ ଭାବରେ ଦେଖାଇଛନ୍ତି। ଶଶି ଥରୁର ୨୦୦୯ ମସିହାରୁ କେରଳର ତିରୁଭାନନ୍ତପୁରମରୁ ଏମପି ଅଛନ୍ତି ଏବଂ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା।
-
9.ଅପରେସନ ସିନ୍ଦୂରର ଏକ ଲୋଗୋ । ମିଳିଥିବା ସୂଚନା ମୁତାବକ ଏହି ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନର ଲୋଗୋ ଲେଫ୍ଟନାଣ୍ଟ କର୍ଣ୍ଣେଲ ହର୍ଷ ଗୁପ୍ତା ଏବଂ ହାବିଲଦାର ସୁରିନ୍ଦର ସିଂହ ଡିଜାଇନ୍ କରିଥିଲେ।
-
10.ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ ରାଜ୍ୟସଭା ଯାଇପାରନ୍ତି |
-
11.ଦେଶରେ ପୁଣି ଥରେ ମକ ଡ୍ରିଲ ପାଇଁ ପ୍ରସ୍ତୁତି ଚାଲିଛି। ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଏବଂ ପାକିସ୍ତାନ ସୀମାବର୍ତ୍ତୀ ଜମ୍ମୁ କଶ୍ମୀରରେ ମକ ଡ୍ରିଲ କରାଯିବ।
-
12.ବୁଧବାର ଅପରାହ୍ନରେ ଆନ୍ଧ୍ରର ଚିମିଡ଼ିପାଲି ରେଳ ଷ୍ଟେଶନ ନିକଟରେ ଏକ ଟନେଲ ଭିତରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ମାଲବାହୀର ୨୫ରୁ ଊଦ୍ଧର୍ବ ବଗି ଲାଇନଚ୍ୟୁତ ହୋଇଛି।
-
13.କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ ଅନାସ୍ଥା ଭୋଟ୍ରେ ହାରିଯାଇଛନ୍ତି। ବୁଧବାର ଆୟୋଜିତ ବୈଠକରେ ୪୯ ଜଣ ସଭ୍ୟାସଭ୍ୟ ଉପସ୍ଥିତ ରହି ଅନାସ୍ଥାକୁ ସମର୍ଥନ କରିଥିଲେ।
-
14.ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍)ର ଉତ୍ପାଦନ ୟୁନିଟ୍ଗୁଡ଼ିକ ଆନ୍ଧ୍ରପ୍ରଦେଶକୁ ସମ୍ପ୍ରସାରିତ ହେବ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଦାବି କରିବା ପରେ କର୍ଣ୍ଣାଟକ ସରକାର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
-
15.ଓଡିଶା ରାଜ୍ୟର ସୁଦୀର୍ଘ ବେଳାଭୂମିକୁ ଅର୍ଥନୈତିକ ବିକାଶ ସହ ଯୋଡ଼ିବା ଲାଗି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ବେଳାଭୂମି ପାର୍ଶ୍ବରେ ବୃହତ୍ ବନ୍ଦରଠାରୁ ଆରମ୍ଭ କରି କ୍ରୁଜ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଅନେକ ଅତ୍ୟାଧୁନିକ ଭିତ୍ତିଭୂମି ବିକାଶ କରିବାକୁ ସରକାର ଚାହୁଛନ୍ତି। ସେଥିପାଇଁ ବିଶ୍ବସ୍ତରୀୟ ପୁଞ୍ଜିନିବେଶକମାନଙ୍କ ପାଖରେ ପହଞ୍ଚିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।
-
16.ଓଡ଼ିଶାର ଏକ କୋଇଲା ଖଣିର ଆବଣ୍ଟନ ବାତିଲ ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ଟାଟା ଷ୍ଟିଲ୍ ଏନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ସହ ସୁଧ ସହିତ ୭୫୭.୧୪ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛି।
-
17.ଓଡ଼ିଶାରେ ମୋବାଇଲ୍ ଗେମିଂର ଗ୍ରହଣୀୟତା ଦୃତ ଗତିରେ ବଢ଼ୁଛି। ଏକ ତଥ୍ୟ ଅନୁସାରେ ୨୦୨୩ ଓ ୨୦୨୪ରେ ଗେମିଂ ପାଇଁ ଉପଭୋକ୍ତା ପଞ୍ଜୀକରଣରେ ବାର୍ଷିକ ୧୮ ପ୍ରତିଶତ ବୃଦ୍ଧି ଘଟିଥିଲା। କିନ୍ତୁ ୨୦୨୪-୨୫ ଆର୍ଥିକ ବର୍ଷରେ ସେଥିରେ ୧୦୦ ପ୍ରତିଶତ ବୃଦ୍ଧି ଘଟିଛି।
-
18.ଫ୍ରାନ୍ସର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲୀ ମଙ୍ଗଳବାର ଏକ ଐତିହାସିକ ବିଲ୍କୁ ଅନୁମୋଦନ କରିଛି। ଏହି ବିଲ୍ ଅନୁଯାୟୀ ଫ୍ରାନ୍ସର ଦୁରାରୋଗ୍ୟ ରୋଗରେ ପୀଡ଼ିତ ବୟସ୍କ ଲୋକମାନଙ୍କୁ ମୃତ୍ୟୁ ବାଛିବାର ଅଧିକାର ମିଳିବ।
-
19.ଆଉଜଣେ ଆଇଏଏସ୍ ଅଧିକାରୀ କେନ୍ଦ୍ରକୁ ଯିବେ। ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ବିନୀଲ କ୍ରିଷ୍ଣା କେନ୍ଦ୍ରୀୟ ଡେପୁଟେସନରେ ଯିବେ। କେନ୍ଦ୍ରରେ ତାଙ୍କୁ କ୍ରୀଡ଼ା ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି।
-
20.ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)-୨୦୨୫ ଅନ୍ତିମ ଚରଣରେ ପହଞ୍ଚିଛି। ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ଟେବୁଲର ପ୍ରଥମ ଦୁଇ ସ୍ଥାନରେ ଥିବା ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ କ୍ବାଲିଫାୟର-୧ ଗୁରୁବାର ଖେଳାଯିବ।
|
152 |
Y |
|
202 |
29-05-2025 |
English |
-
1.The state Cabinet, led by Chief Minister Mohan Charan Majhi, approved fi ve proposals, including the one to raise the upper age limit for various government services in Odisha to 42 years from the existing 32 years, Wednesday.
-
2.Seven years after a ‘parcel bomb’ blast killed a newly-married software engineer and his grandmother, and left his wife grievously wounded in Bolangir’s Patnagarh, a court in the district Wednesday awarded life imprisonment to the accused, Punjilal Meher, after holding him guilty of the crime that sent shockwaves across the nation in 2018.
-
3.The crime branch of Odisha Police has arrested two persons for allegedly duping an individual of Rs1.08 crore through an online cricket betting scam. The accused have been identifi ed as Rohan, alias Sk Wasiul Islam (29), a native of West Bengal, and Jyoti Prakash Pallai (36) from Bhubaneswar, police said.
-
4.The Centre Wednesday raised the Minimum Support Price (MSP) for paddy by 3 per cent (`69) to Rs 2,369 per quintal and for pulses and oilseeds by up to 9 per cent for the 2025-26 Kharif marketing season (KMS).
-
5.Chief Minister Mohan Charan Majhi Wednesday extended heartfelt congratulations to young weightlifter Harshvardhan Sahu for being featured in Prime Minister Narendra Modi’s monthly radio address ‘Mann Ki Baat’. Sahu earned national recognition after winning gold and setting two new records at the 7th Khelo India Youth Games 2025 in Bihar.
-
6.State government Wednesday launched ANKUR, a strategic initiative designed to catalyse urban growth across the state.
-
7. Deputy Chief Minister Pravati Parida Wednesday said men must be educated to help break the stigma on menstrual health.
-
8.Train services were disrupted after over 37 wagons of an iron-ore laden freight train derailed at Kothavalasa-Kirandul (KK) rail line near Chimidipalli in Vishakhapatnam in neighbouring Andhra Pradesh Wednesday.
-
9.PM Modi to visit Sikkim, West Bengal, Bihar, and UP May 29-30 to launch development projects, marking his third term’s fi rst anniversary with a busy two-day tour.
-
10.In a major relief for former SEBI chief Madhabi Puri Buch, anti-corruption ombudsman Lokpal Wednesday disposed of complaints against her based on a Hindenburg Research report, terming the charges as “presumptions and assumptions” not supported by any verifiable material.
-
11.The Supreme Court Wednesday ordered closure of proceedings before the Madhya Pradesh High Court against state minister Vijay Shah for his remarks against Indian Army officer Col Sofiya Qureshi, saying it is now looking into the matter.
-
12. Veteran Akali leader and former Union minister Sukhdev Singh Dhindsa died Wednesday evening following age-related health issues at a private hospital in Mohali. He was 89.
-
13.Forty-four MLAs are ready to form a new government in Manipur, BJP legislator Thokchom Radheshyam Singh claimed Wednesday after meeting Governor Ajay Kumar Bhalla.
-
14.The government Wednesday approved continuation of Modified Interest Subvention Scheme (MISS) for 2025-26 under which farmers get short-term credit at affordable rate through Kisan Credit card (KCC).
-
15.Global makers of surveillance gear have clashed with Indian regulators in recent weeks over contentious new security rules that require manufacturers of CCTV cameras to submit hardware, software and source code for assessment in government labs, offi cial documents and company emails show.
|
125 |
Y |
|
203 |
28-05-2025 |
Odia |
-
1.ଭାରତରେ ନିର୍ମାଣ ହେବାକୁ ଥିବା ପଞ୍ଚମ ପିଢିର ସ୍ଵଦେଶୀ ଲଢୁଆ ବିମାନ ମଡେଲକୁ ମଞ୍ଜୁରି, ଉତ୍ପାଦନରେ ଘରୋଇ କମ୍ପାନୀ ସାହାଯ୍ୟ କରିବେ ।
-
2.ଦେଶର କୋଟି କୋଟି ଆୟକରଦାତା ମାନଙ୍କ ପାଇଁ ଏକ ବଡ଼ ଖବର। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଆୟକର ରିଟର୍ଣ୍ଣ ଫାଇଲ ତାରିଖକୁ ୧୫ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଥିବା ଘୋଷଣା କରାଯାଇଛି।
-
3.ଦେଶରେ ତିଆରି ହେଉଥିବା ସ୍ବଦେଶୀ ଉତ୍ପାଦକୁ ପ୍ରାଥମିକତା ଦେବା ଏବଂ ଆମଦାନି ସାମଗ୍ରୀ ଉପରୁ ନିର୍ଭରଶୀଳତା କମ୍ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।
-
4.ଋଷିଆ ପାକିସ୍ତାନ ସହିତ ଏକ ଆଧୁନିକ ଇସ୍ପାତ କାରଖାନା ର୍ନିମାଣ ପାଇଁ ଏକ ଚୁକ୍ତିନାମାକୁ ଚୂଡ଼ାନ୍ତ କରିଛି। ଏହି ଚୁକ୍ତି ୨୦୧୫ରେ ବନ୍ଦ ହୋଇଯାଇଥିବା ସୋଭିଏତ-ର୍ନିମିତ ଇସ୍ପାତ କାରଖାନାକୁ ପୁନର୍ଜୀବିତ କରିବ।
-
5.ବାଂଲାଦେଶ ସେନାର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି ଯେ ଭାରତୀୟ କର୍ତ୍ତୃପକ୍ଷ ଅବୈଧ ବ୍ୟକ୍ତିଙ୍କୁ ଧକ୍କା ଦେଇ ଦେଶରୁ ତଡ଼ିବା ଗ୍ରହଣୀୟ ନୁହେଁ ଏବଂ ଆବଶ୍ୟକ ପଡ଼ିଲେ ଆମ ସେନା ହସ୍ତକ୍ଷେପ କରିବାକୁ ପ୍ରସ୍ତୁତ ଅଛି।
-
6.ଭାରତୀୟ ଓ ଅନ୍ୟ ବିଦେଶୀ ଛାତ୍ରଛାତ୍ରୀ ମଝିରେ ମଝିରେ କ୍ଲାସ ନ କରିବା କିମ୍ବା ଅଧାରୁ ସେମାନଙ୍କ ପାଠ୍ୟକ୍ରମ ନ ଛାଡ଼ିବାକୁ ଆମେରିକା ଚେତାବନୀ ଦେଇଛି। ଏହାଦ୍ବାରା ଛାତ୍ରଛାତ୍ରୀମାନେ ଭିସା ହରାଇବା ଆଶଙ୍କା ରହିଛି।
-
7.ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍କୋର୍ଟ କଲେଜିୟମ୍ ଅନୁଷ୍ଠିତ ବୈଠକରେ ହାଇକୋର୍ଟର ୨୧ ଜଣ ବିଚାରପତିଙ୍କ ନାମ ବଦଳି ପାଇଁ ସୁପାରିସ କରିଛନ୍ତି। ସୁପ୍ରିମ୍କୋର୍ଟ ଜାରି କରିଥିବା ବିବୃତିରେ ୨୧ ବିଚାରପତିଙ୍କ ନୂତନ ନିଯୁକ୍ତିର ସଂପୂର୍ଣ୍ଣ ତାଲିକା ଦିଆଯାଇଛି।
-
8.ହରିୟାଣାର ପଞ୍ଚକୁଲାରେ ଡେରାଡୁନର ଗୋଟିଏ ପରିବାରର ୭ ଜଣ ସଦସ୍ୟ ଋଣରେ ବୁଡ଼ି ଯାଇଥିବାରୁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।
-
9.ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟ ଉତ୍କଳ ବିଶ୍ବବିଦ୍ୟାଳୟର ନୂଆ ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ।
-
10.ମାଲକାନଗିରିର ୧୮ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି ଯେଉଁ ମାନଙ୍କ ଉପରେ ଥିଲା ୩୯ ଲକ୍ଷ ଟଙ୍କା ପୁରସ୍କାର।
-
11.ନରସିଂହପୁର ର ଓଡ଼ିଶା ଝିଅ ସୋନାଲିକା ଡିଜିସିଏ ଦ୍ୱାରା ଗଠିତ ସମସ୍ତ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ କମର୍ସିଆଲ୍ ପାଇଲଟ୍ ହେଲେ ।
-
12.ଘଡିଆଳଙ୍କୁ ଜଗିବେ 'କୁମ୍ଭୀର ବନ୍ଧୁ', ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଏହି ଯୋଜନାରେ ୧୦୦୦ଟଙ୍କା ମିଳିବ ।
-
13.କ୍ରିଟିକାଲ୍ ମିନେରାଲ୍ ଖଣି ନିଲାମରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଚମ ପର୍ଯ୍ୟାୟରେ ଦେଶରେ ୧୦ଟି କ୍ରିଟିକାଲ୍ ମିନେରାଲ୍ ଖଣି ନିଲାମ କରାଯାଇଥିବା ବେଳେ ସେଥିରେ ଓଡ଼ିଶାର ଗୋଟିଏ ଖଣିର ନାମ ରହିଛି।
-
14.୩ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ,ଏଥର ଅଧିକ ବର୍ଷିବ। ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୩୧ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି ।
-
15.ଭାରତରେ ଜୁନ୍ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି। ଏହି ଅବଧିରେ ଦୀର୍ଘକାଳୀନ ହାରାହାରି ବର୍ଷା ତୁଳନାରେ ୮% ଅଧିକ ବର୍ଷା ରେକର୍ଡ ହୋଇପାରେ ବୋଲି ଆଇଏମ୍ଡି କହିଛି।
-
16.ଦେଶର ଏନ୍ଜିଓଗୁଡ଼ିକ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି କରାଯାଇଛି। ତଦନୁସାରେ ଏଫ୍ସିଆର୍ଏ ଅଧୀନରେ ପଞ୍ଜୀକରଣ ଆବେଦନ କରିବାକୁ ଚାହୁଁଥିବା ଏନ୍ଜିଓଗୁଡ଼ିକୁ ନୂଆ ନିୟମାବଳୀ ମାନି ଚଳିବାକୁ ପଡ଼ିବ।
-
17.ଆଚାର୍ଯ୍ୟ ବିହାରରେ ଥିବା ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)ର ପୁରୁଣା କୋଠାକୁ ଭାଙ୍ଗି ସେଠାରେ ଏକ ଅତ୍ୟାଧୁନିକ ଟେକ୍ନୋଲୋଜି ବିଜନେସ୍ ଟାୱାର ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି।
-
18.ବାଲାନ୍ସ ଅନୁସନ୍ଧାନ, ସ୍ବୟଂକ୍ରିୟ ପେମେଣ୍ଟ, କାରବାର ସ୍ଥିତି ଯାଞ୍ଚ କରିବା ଭଳି କେତେକ ସେବାର ସୀମା ନିର୍ଧାରଣ କରାଯିବ। ଅର୍ଥାତ ଗ୍ରାହକମାନେ ଦିନକୁ ନିର୍ଦ୍ଦିଷ୍ଟ କିଛି ଥର ଏହି ସେବା ବ୍ୟବହାର କରିପାରିବେ। ଫଳରେ ୟୁପିଆଇ କାରବାର ଉପରେ ସୃଷ୍ଟି ହେଉଥିବା ଚାପ କମ୍ ହେବ। ଅଗଷ୍ଟରୁ ଏହି ପରିବର୍ତ୍ତନଗୁଡ଼ିକୁ ଲାଗୁ କରାଯିବ।
-
19.IPLରେ ଲକ୍ଷ୍ନୌକୁ ହରାଇ କ୍ବାଲିଫାୟର-୧ରେ ବେଙ୍ଗାଳୁରୁ।
-
20.ନୂଆଦିଲ୍ଲୀ ଏସୀୟ ଦୈ।ଡ଼କୁଦ ଚମ୍ପିୟାନସିପ୍,ଗୁଲବୀର ସ୍ବର୍ଣ୍ଣ,ସରଭିନଙ୍କୁ କାଂସ୍ୟ ଜିତିଲେ ।
|
200 |
Y |
|
204 |
28-05-2025 |
English |
-
1.The Income Tax department Tuesday extended the due date for fi ling ITRs for Assessment Year (AY) 2025-26 to September 15 from July 3
-
2.Governor and the chancellor of state universities Hari Babu Kambhampati appointed Professor Jagneshwar Dandapat as the in-charge ViceChancellor (VC) of Utkal University in Bhubaneswar .
-
3.The Supreme Court Collegium has recommended transfer of Gauhati High Court judge Manash Ranjan Pathak to Orissa High Court. This is among the transfers or repatriation of 21 judges of several HCs as recommended by the Collegium, headed by Chief Justice of India BR Gavai, Monday.
-
4.Chief Minister Mohan Charan Majhi has invited Prime Minister Narendra Modi and Union Home Minister Amit Shah to a June 12 event marking the BJP government's fi rst anniversary in the state, a minister said.
-
5.Continuing heavy rains threw normal life out of gear in Kerala Tuesday, disrupting rail and road traffic in many places.
-
6. The US Embassy in India Tuesday warned international students studying in the US that if they “drop out, skip classes, or leave your programme of study” without informing the school, then their student visas may be revoked.
-
7.Bollywood star Akshay Kumar Tuesday said that the on-going controversy over the exit of his co-star Paresh Rawal from “Hera Pheri 3” is a “serious matter”, which is being “handled by the court”.
-
8.The BJP Tuesday expelled two of its MLAs in Karnataka, S T Somashekar and A Shivaram Hebbar, for six years for their alleged “anti-party activities,”.
-
9.The Rushikulya river, which is known as the lifeline of Ganjam district, is facing an ecological crisis, a report said. Residents have raised concerns that the river water, supplied through various mega pipeline drinking water projects, has turned increasingly saline.
-
10members of a family, three of them children, were found dead inside a car in Haryana’s Panchkula, while one more died on his way to a hospital, police said Tuesday, suspecting a suicide pact.
-
11.A member of the proscribed CPI (Maoist), who was carrying a cash reward of Rs 4 lakh on his head, surrendered before the Odisha Police .
-
12.Indian Institute of Technology (IIT), Delhi has completely revamped its curriculum after 12 years with concerns about burden on students and changing industry demands being among the major reasons behind the Kami Rita Tuesday scaled Mount Everest for the 31st time, breaking his own record for the most successful massive exercise, according to Director Rangan Banerjee.
-
13.Famed Nepalese Sherpa guide ascents of the world's highest mountain.
-
14.China will turn from a capital provider to a debt collector of 75 developing countries, including the world's poorest and most vulnerable, this year as they are due to pay back a record USD 22 billion loans owed to Beijing, according to data released by an Australian think tank.
-
15.National record holder Gulveer Singh snared India’s fi rst gold with a top fi nish in the men’s 10,000m event while Servin Sebastian clinched the 20km race walk bronze on a reasonably good opening day for the country at the 27th Asian Athletics Championships here Tuesday.
|
119 |
Y |
|
205 |
27-05-2025 |
Odia |
-
1.ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ୧୧ ବର୍ଷ ପୂରଣ କରିଛନ୍ତି। ୨୦୧୪ ମସିହା ରେ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।
-
2.ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଅଧ୍ୟକ୍ଷ ଡ. ସମୀର ଭି. କାମାତଙ୍କ କାର୍ଯ୍ୟକାଳ ଜୁନ୍ ୧ରେ ସରିବାକୁ ଥିବାବେଳେ ଆଉ ବର୍ଷକ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।
-
3.ଆସନ୍ତା ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁରୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିମନ୍ତ୍ରଣ କରିଛନ୍ତି ।
-
4.ଦେଶରେ କେବଳ ଗତ ସପ୍ତାହରେ ଦେଶରେ ୭୫୨ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିସହ ଦେଶରେ ମୋଟ୍ ସକ୍ରିୟ ମାମଲା ୧ ହଜାର ଟପିଯାଇଛି। କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ଭଳି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି।
-
5. ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଆଗୁଆ ଆସିଛି। ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟ ସମେତ ମହାରାଷ୍ଟ୍ରକୁ ଏହା ଛୁଇଁଛି। ପ୍ରଥମ ଦିନର ମୌସୁମୀ ବର୍ଷାରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ବେହାଲ ହୋଇପଡ଼ିଛି।
-
6.ଭାରତୀୟ ସେନା ସିଲିଗୁଡ଼ି କରିଡରରେ ରୁଷ ନିର୍ମିତ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିଛି। ଏହି କରିଡରକୁ ଚିକେନ୍ ନେକ୍ ମଧ୍ୟ କୁହାଯାଏ।
-
7.୧୯୮୫ ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ, ତୁର୍କୀରେ ସରକାରୀ ଭାବରେ ୪୬,୦୦୦ ଏଚଆଇଭି ମାମଲା ରିପୋର୍ଟ କରାଯାଇଥିଲା। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ ଏହି ସଂଖ୍ୟା ପ୍ରକୃତରେ ବହୁତ ଅଧିକ ହୋଇପାରେ।
-
8.ନିର୍ବାଚନ କମିସନ ରାଜ୍ୟସଭାର ଆଠଟି ଆସନ ପାଇଁ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି। ଏହି ନିର୍ବାଚନ ଆସନ୍ତା ଜୁନ୍ ୧୯ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଆସାମ ଏବଂ ତାମିଲନାଡୁର ଆଠଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।
-
9.ଡିଜିସିଏ (ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ) ଏବେ ଏପରି ଏକ ସୁପାରିଶ କରିଛି ଯେ କଳା ଏବଂ ବାଣିଜ୍ୟର ଛାତ୍ରଛାତ୍ରୀମାନେ ମଧ୍ୟ କମର୍ସିୟାଲ ପାଇଲଟ୍ ଲାଇସେନ୍ସ (ସିପିଏଲ୍) ପାଇଁ ତାଲିମ ନେଇପାରିବେ। ଏପର୍ଯ୍ୟନ୍ତ ଏହି ସୁଯୋଗ କେବଳ ଦ୍ୱାଦଶ ଶ୍ରେଣୀରେ ପଦାର୍ଥ ବିଜ୍ଞାନ ଏବଂ ଗଣିତ ପଢ଼ିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ଥିଲା।
-
10.ସୋମବାର ଅପରାହ୍ନରେ ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍ ଭୁଶୁଡିପଡିଛି । ଅଡେଣିଗଡ଼ ନିକଟରେ କୌଣସି କାରଣରୁ ଭୁଶୁଡ଼ି ପଡିଛି ଏହି ନିର୍ମାଣାଧିନ ରେଳ ଟନେଲ ।
-
11.ଦୀଘାରୁ ହଟୁ ‘ଧାମ’ – ଗଜପତି ମହାରାଜା, ଦୀଘା ଜଗନ୍ନାଥ ମନ୍ଦିର ଓ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି।
-
12.ଚୀନ ସହଯୋଗରେ ଆଣବିକ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ କରୁଛି ପାକିସ୍ତାନ। ଯୋଗାଉଛି ସମସ୍ତ ପ୍ରକାର ଜ୍ଞାନ କୌଶଳ ଓ ଆର୍ଥିକ ସହାୟତା, ଗଣବିଧ୍ୱଂଶୀ ଅସ୍ତ୍ରଶସ୍ତ୍ରର ବି ବିକାଶ କରୁଛି ପାକିସ୍ତାନ।
-
13.ସମ୍ପ୍ରତି ବ୍ରାଜିଲର ବାଲ୍ନେରିଓ କାମ୍ବୋରିଉ ସହରରେ ବିଶ୍ୱର ସବୁଠାରୁ ଉଚ୍ଚ ଆପାର୍ଟମେଣ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାର ନାମ ସେନା ଟାୱାର ରଖାଯିବ ବୋଲି ଜଣାପଡ଼ିଛି। ୧୫୪ ମହଲା ବିଶିଷ୍ଟ ଏହି ଆପାର୍ଟମେଣ୍ଟର ଉଚ୍ଚତା ୧,୮୦୦ ଫୁଟ ରହିବ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି।
-
14.ଟିଏମ୍ ଆଡ଼୍ଏକ୍ସ ରିପୋର୍ଟ ଅନୁଯାୟୀ ୨୦୨୪ରେ ଭାରତର ଟେଲିଭିଜନ ବିଜ୍ଞାପନ ପରିମାଣ ଦୀର୍ଘକାଳୀନ ପୁନରୁଦ୍ଧାର ଦେଖାଇଛି, ଯାହା ୨୦୨୦ ତୁଳନାରେ ୧୪% ବୃଦ୍ଧି ପାଇଛି।
-
15.ପୁରୀ ବେଳାଭୂମିରେ ୱାଟର ସ୍ପୋର୍ଟସ ଆକ୍ଟିଭିଟି ବେଳେ ଏହି ଦୁର୍ଘଟଣା ଘଟିଛି। ସ୍ପିଡ୍ ବୋଟରେ ବୋଟିଂ କଲାବେଳେ ବୋଟ୍ ଓଲଟି ଦୁର୍ଘଟଣା ଘଟିଛି। ଉକ୍ତ ବୋଟରେ ଥିଲେ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସେହ୍ନାଶିଷ ଗାଙ୍ଗୁଲି, ଭାଉଜ ଅର୍ପିତା ଗାଙ୍ଗୁଲି । ଉପସ୍ଥିତ ଥିବା ଲାଇଫଗାର୍ଡଙ୍କ ପାଇଁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ ।
|
160 |
Y |
|
206 |
27-05-2025 |
English |
-
1.A portion of the top soil over an under-construction railway tunnel caved in near Adenigarh in Boudh district, an official said Monday.
-
2.The state government has decided to set up a cyber command centre in Bhubaneswar to tackle the increasing menace of cyber crimes, Director General of Police (DGP) Yogesh Bahadur Khurania said Monday.
-
3.Former Indian cricket team captain Sourav Ganguly’s elder brother Snehasish Ganguly and wife Arpita had a narrow escape while enjoying a speedboat ride in Puri sea, prompting the district administration to order an inquiry.
-
4. Puri Gajapati Dibyasingha Deb Monday expressed surprise over ISKCON’s silence regarding the naming of the Jagannath temple in Digha as Jagannath Dham.
-
5.Prime Minister Narendra Modi will launch the ‘Viksit Krishi Sankalp Abhiyan’ virtually from Puri May 29, aiming to boost agricultural innovation and bring Central government initiatives to grassroots levels.
-
6.According to researchers, sleep loss triggered a rise in nearly 90 inflammation-related proteins—many of which are already linked to serious heart conditions. People with poor sleep for just three nights may be at an increased risk of developing heart diseases, according to a study.
-
7.India Monday unveiled a homegrown weather forecasting system with a spatial resolution of six km -- the highest in the world -- that would enable the weather offi ce to issue more localised and accurate forecasts.
-
8.Monsoon arrived in Mumbai with a bang Monday, with heavy downpour leading to suspension of suburban train services on Central Railway's Harbour line, while waterlogging was reported from several areas in the metropolis.
-
9.The Calcutta High Court said pension and other retiralbenefits, one earned by an employee after rendering long and continuous service, cannot be delayed even by a single day.
-
10. A consensual relationship turning sour or partners becoming distant cannot be a ground for invoking criminal machinery and such conduct "not only burdens the courts but also blots the identity of accused", the Supreme Court said Monday.
-
11.India is entering a transformative era in logistics and remains a cornerstone of CJ Logistics' global strategy.
-
12.Microloans portfolio for all lenders de-grew by 14 per cent yearly to Rs 3.81 lakh crore at the end of the March quarter, a report said Monday.
-
13.The Supreme Court Monday ordered a status quo on the liquidation proceedings of Bhushan Power and Steel Ltd (BPSL), giving interim relief to JSW Steel.
-
14.Virgil van Dijk lifted the Premier League trophy after Liverpool’s 1-1 draw with Crystal Palace Sunday as the Reds held a title party with their own fans for the fi rst time in 35 years.
-
15.Reliance Jio has approached the telecom department's Telecommunication Engineering Centre (TEC) to seek approval to use radio waves in a 26 GHz band for WiFi services
|
114 |
Y |
|
207 |
26-05-2025 |
Odia |
-
1.ଆମେରିକାର ଗୁଇନ୍ଦା ରିପୋର୍ଟ ପୁଣି ଥରେ ଚିନ୍ତା ପ୍ରକଟ କରିଛି। ଚୀନ୍ର ବିସ୍ତାରବାଦୀତ ନୀତି ଭାରତ ପାଇଁ ଏକ ବିଶାଳ ଚ୍ୟାଲେଂଜ ହୋଇଛି।
-
2.ରାଜଧାନୀ କିବ୍ ସମେତ ୨୦ରୁ ଅଧିକ ଅଂଚଳରେ ରୁଷ୍ ସେନା ୪୦୦ରୁ ଅଧିକ ଡ୍ରୋନ୍ ଓ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲା ଏହି ଆକ୍ରମଣରେ ଶତାଧିକ ପ୍ରତିଷ୍ଠାନ ନଷ୍ଟ ହୋଇଥିବା ବେଳେ ୩ ଜଣ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି।
-
3.ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ ହାତରେ ପିନ୍ଧୁଥିବା ଏକ ଗ୍ଲୋଭସ୍ ଦେଢ଼ ନିୟୁତ ଡଲାରରୁ ଊର୍ଦ୍ଧ୍ବରେ ନିଲାମ ହୋଇଛି। ଯେଉଁ ରାତିରେ ଲିଙ୍କନଙ୍କୁ ହତ୍ୟା କରାଯାଇଥିଲା ସେହି ଗ୍ଲୋଭସ୍ଟି ତାଙ୍କ ପକେଟରେ ରହିଥିଲା। ସେଥିରେ ଲିଙ୍କନଙ୍କ ରକ୍ତଛିଟା ବର୍ତ୍ତମାନ ସୁଦ୍ଧା ରହିଛି।
-
4.ଏକ ଜାତୀୟ ସ୍ତରୀୟ ଗାଡ଼ି ମାଲିକାନା ସର୍ଭେରେ ଓଡ଼ିଶା ତଳେ ରହିଛି, ଯେଉଁଥିରେ ମାତ୍ର ୨.୭% ପରିବାରରେ କାର ଅଛି, ଯାହା ଜାତୀୟ ହାର ୭.୫% ଠାରୁ ବହୁତ କମ।
-
5.ଜାପାନକୁ ପଛରେ ପକାଇ, ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇପାରିଛି। ଏହି ସୂଚନା ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ ଦେଇଛନ୍ତି। ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲର ଦଶମ ବୈଠକ ପରେ ସେ କହିଥିଲେ ଯେ, ଭାରତ ପାଇଁ ବିଶ୍ୱ ଏବଂ ଅର୍ଥନୈତିକ ପରିବେଶ ଅନୁକୂଳ ରହିଛି।
-
6.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକରେ ‘ଅପରେସନ୍ ସିନ୍ଦୂର’ର ସଫଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି।
-
7.ପାକିସ୍ତାନର ପର୍ଦ୍ଦାଫାସ କରିବା ଅଭିଯାନର ଅଂଶ ସ୍ୱରୂପ ଅନେକ ପ୍ରତିନିଧି ଦଳ ନେତୃତ୍ୱ ନେଉଥିବା କଂଗ୍ରେସ ସାଂସଦ ଶଶି ଥରୁର ୨୦୨୩ ମସିହାରେ ହୋଇଥିବା ଭୂମିକମ୍ପ ସମୟରେ ତୁର୍କୀକୁ ସାହାଯ୍ୟ କରିବା ପାଇଁ କେରଳ ସରକାରଙ୍କୁ ସମାଲୋଚନା କରିଛନ୍ତି।
-
8.ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଅସୁସ୍ଥତା ଯୋଗୁଁ ବର୍ତ୍ତମାନ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଅନ୍ୟପଟେ, କିରୁ ଜଳବିଦ୍ୟୁତ ପ୍ରକଳ୍ପରେ ୨୨୦୦ କୋଟି ଟଙ୍କାର ଦୁର୍ନୀତିରେ ସତ୍ୟପାଲ ମଲିକଙ୍କ ବିରୋଧରେ ସିବିଆଇ ଏକ ଚାର୍ଜସିଟ୍ ଦାଖଲ କରିଛି।
-
9.ଆସ୍ଥା ସିଂହ ମାତ୍ର ୨୧ବର୍ଷ ବୟସରେ ୟୁପିଏସସି ପରୀକ୍ଷାରେ ପାସ୍ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ୟୁପିଏସସି ସିଏସଇ ୨୦୨୪ ପରୀକ୍ଷାରେ ଆସ୍ଥା ସିଂ ୬୧ତମ ସ୍ଥାନ ହାସଲ କରିଛନ୍ତି। ଏହି ରୢାଙ୍କ ଅନୁସାରେ, ତାଙ୍କୁ ଆଇଏଏସରେ ସରକାରୀ ଚାକିରି ପ୍ରଦାନ କରାଯିବ।
-
10.ଡିଆରଡିଓ ଦ୍ୱାରା ବିକଶିତ ଷ୍ଟାର- ସୁପରସୋନିକ୍ ଟାର୍ଗେଟ୍ ମିସାଇଲ୍ ଏହାର ଶେଷ ପର୍ଯ୍ୟାୟ ଅର୍ଥାତ୍ ପର୍ଯ୍ୟାୟ ୩ ରେ ପହଞ୍ଚିଛି। ଏହି ମିସାଇଲର ସୁପରସୋନିକ୍ ବେଗ ପ୍ରାୟ ମାକ ୨.୫ ଅର୍ଥାତ ଏହା ଶବ୍ଦର ୨.୫ ଗୁଣ ବେଗରେ ଗତି କରିବା।
-
11.ଗୁଜରାଟର କାଦି ଏବଂ ବିସାବଦର ବିଧାନସଭା ଆସନ, କେରଳର ନିଲାମ୍ବୁର, ପଞ୍ଜାବର ଲୁଧିଆନା ଏବଂ ପଶ୍ଚିମବଙ୍ଗର କାଲିଗଞ୍ଜ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଉପନିର୍ବାଚନ ପାଇଁ ମତଦାନ ତାରିଖ ଜୁନ୍ ୧୯ ସ୍ଥିର କରାଯାଇଛି।
-
12.ଝାଡ଼ଖଣ୍ଡର ଚାଇଁବାସାସ୍ଥିତ ଏମପି/ଏମଏଲଏ ଅଦାଲତ ଶନିବାର ଏକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିଛନ୍ତି। ଜୁନ ୨୬ରେ ହାଜର ହେବାକୁ ରାହୁଲଙ୍କୁ ନିର୍ଦେଶ ଦିଆଯାଇଛି।
-
13.ହୋଆଟ୍ଜିନ୍ ପକ୍ଷୀ ବିଶ୍ୱର ସବୁଠାରୁ ଦୁର୍ଗନ୍ଧଯୁକ୍ତ ପକ୍ଷୀ ଭାବେ ଜଣାଶୁଣା। ଅନ୍ୟ ପକ୍ଷୀମାନଙ୍କଠାରୁ ଏହାର ଅନେକ ଭିନ୍ନତା ରହିଛି।
-
14.ଓଡ଼ିଶା ଗ୍ରାମୀଣ ଉନ୍ନୟନ ବିଭାଗ କର୍ମଚାରୀଙ୍କ ହାଜିରା ରେକର୍ଡ ବାୟୋମେଟ୍ରିକ ମେସିନ ଜରିଆରେ ବାଧ୍ୟତାମୂଳକ କରିଛି ଏବଂ ସମସ୍ତ କର୍ମଚାରୀଙ୍କୁ ସନ୍ଧ୍ୟା ୫:୩୦ ପୂର୍ବରୁ ଅଫିସ ଛାଡ଼ିବାକୁ ନିଷେଧ କରିଛି।
-
15.ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଟିମ ଇଣ୍ଡିଆର ଘୋଷଣା କରାଯାଇଛି। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ବିନା ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଉଭୟେ ଖେଳାଳି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି।
|
233 |
Y |
|
208 |
26-05-2025 |
English |
-
1.Prime Minister Narendra Modi is set to begin his two-day visit to his home state, Gujarat, on Monday where he will inaugurate several development projects worth Rs 82,000 crore.
-
2."Guyana, stands unequivocally" with India, the nation's Vice-President Bharrat Jagdeo told the visiting delegation of Indian Members of Parliament on Sunday.
-
3.India has surpassed Japan to become the fourth largest economy in the world, NITI Aayog CEO BVR Subrahmanyam confirmed.
-
4.A Liberian vessel carrying 640 containers, including 13 with hazardous cargo, sank off the Kochi coast Sunday, sparking fears of a possible oil spill. All 24 crew members were rescued .
-
5.The Shree Jagannath Temple Administration (SJTA) in Puri and the Archaeological Survey of India (ASI) have agreed to undertake collaborative initiatives to preserve the 12th-century shrine’s architectural heritage and structural integrity.
-
6. Rainfall activity will increase in several parts of the state in the next five days as a low-pressure area is likely to form over the west-central and adjoining Bay of Bengal (BoB) around May 27, the India Metrological Department (IMD) said Sunday.
-
7.The Cyber Police Sunday arrested a 23-year-old Bihar native for allegedly duping a City-based resident of around Rs 20 lakhs under the fake promise of setting up a petrol pump.
-
8.Prime Minister Narendra Modi Sunday praised a 16-year-old weightlifter from Odisha, who set two new national records in weightlifting in the recently concluded Khelo India Youth Games-2025 in Bihar.
-
9.A detailed master plan worth Rs52.93 crore has been prepared for the development of the revered Maa Kichakeswari temple at Khiching in Mayurbhanj district. The project falls under the Central government’s PRASHAD scheme (Pilgrimage Rejuvenation and Spiritual Heritage Augmentation Drive), overseen by the Ministry of Tourism. Reports.
-
10.A total of 301 Bangladeshi infiltrators have been deported from Rajasthan between May 14 and 23, as part of a large-scale crackdown on illegal immigrants in the state.
-
11.RSS chief Mohan Bhagwat has called for unity in the Hindu society and making Bharat so mighty in military power and economy that it cannot be “conquered” even if “multiple powers come” together.
-
12.The security of the iconic Taj Mahal is set to become more high-tech with the installation of an anti-drone system to counter potential aerial threats.
-
13.Balah (Gaza Strip), May 25: Israeli strikes over the past 24 hours killed at least 38 people in Gaza, including a mother and her two children sheltering in a tent, local health offi cials said Sunday, with no data available for a second straight day from now-inaccessible hospitals in the north.
-
14.A massive Russian drone-and-missile attack targeted the Ukrainian capital, Kyiv, and other regions in the country for a second consecutive night, killing at least 12 people and injuring dozens, offi cials said early Sunday.
-
15.More than two months after 18 BJP MLAs were suspended from the Karnataka Legislative Assembly for six months, Speaker U T Khader on Sunday said their suspension has been revoked.
|
133 |
Y |
|
209 |
25-05-2025 |
Odia |
-
1.୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ଆମର ଏକମାତ୍ର ଲକ୍ଷ୍ୟ ହେବା ଦରକାର। ସବୁ ରାଜ୍ୟ, ସହର, ନଗରପାଳିକା ଓ ଗାଁକୁ ବିକଶିତ କରିବା ହେଉଛି ଆମର ଏକମାତ୍ର ଲକ୍ଷ୍ୟ।
-
2.ରୁଷ-ୟୁକ୍ରେନ ଯୁଦ୍ଧ ପୁନର୍ବାର ଘନେଇବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରି ଯୁଦ୍ଧ ରୋକିବାକୁ ଉଦ୍ୟମ ଚଳାଇଥିବାବେଳେ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ।
-
3.ଦିଲ୍ଲୀରେ ଅନୁଷ୍ଠିତ ନିତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସମସ୍ତ ମୁଖ୍ୟମନ୍ତ୍ରୀ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଏକ ସ୍ବରରେ ନିନ୍ଦା କରିବା ସହ ଆତଙ୍କବାଦ ବିରୋଧରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୂର’କୁ ଭୂୟସୀ ପ୍ରଶଂସା କରିଛନ୍ତି।
-
4.ଗତବର୍ଷ ସମ୍ମାନଜନକ ମିସ୍ ଇଂଲଣ୍ଡ ଟାଇଟଲ ଜିତିଥିବା ଏବଂ ଭାରତରେ ମିସ୍ ୱାର୍ଲ୍ଡ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୪ ବର୍ଷୀୟା ମିଲା ମାଗି ବିଶ୍ୱପ୍ରସିଦ୍ଧ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। କାରଣ ସେ ଅନୁଭବ କରିଛନ୍ତି ଯେ ଆୟୋଜକମାନେ ତାଙ୍କୁ ଶୋଷଣ କରୁଛନ୍ତି ଏବଂ ତାଙ୍କୁ ଜଣେ ବେଶ୍ୟା ପରି ଅନୁଭବ କରିବାକୁ ବାଧ୍ୟ କରୁଛନ୍ତି।
-
5.୧୯୬୦ ଜଳ ବଣ୍ଟନ ଚୁକ୍ତିକୁ ଭାରତ ନୁହେଁ, ପାକିସ୍ତାନ ଉଲ୍ଲଂଘନ କରିଛି ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି।
-
6. ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦାରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ଝିଅ, ପାକିସ୍ତାନ ରାଷ୍ଟ୍ରପତି ଏବଂ ସାଂସଦ ଆସିଫା ଭୁଟ୍ଟୋ ଜର୍ଦ୍ଦାରୀଙ୍କ ଉପରେ ଆକ୍ରମଣ ହୋଇଛି । ତାଙ୍କ କାରକେଡ୍ କରାଚୀରୁ ନବାବଶାହ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା ।
-
7.କୋଚି ନିକଟସ୍ଥ ସମୁଦ୍ରରେ ବୁଡ଼ିଯାଇଛି ଏକ ବିଦେଶୀ ମାଲବାହୀ ଜାହାଜ । ଖରାପ ପାଗ ଯୋଗୁଁ ଜାହାଜଟି ବୁଡ଼ିଯାଇଥିବା କୁହାଯାଉଛି । ତେବେ ଭାରତୀୟ କୋଷ୍ଟ ଗାର୍ଡ ଜାହାଜରେ ଥିବା ୨୪ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରିଛି ।
-
8.୨୦୨୪-୨୫ ଆର୍ଥିକବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୨.୬୯ ଲକ୍ଷ କୋଟିର ଲାଭାଂଶ ବାବଦ ପାଣ୍ଠି ପ୍ରଦାନ କରିବ। ଏହା ସର୍ବକାଳୀନ ରେକର୍ଡ ଏବଂ ପୂର୍ବବର୍ଷ ତୁଳନାରେ ୨୮ ପ୍ରତିଶତ ଅଧିକ।।
-
9.କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ସଦସ୍ୟମାନେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେମାନଙ୍କ ଜମାରାଶି ଉପରେ ୮.୨୫ ପ୍ରତିଶତ ସୁଧ ପାଇବେ।
-
10.ଭାରତ ମହାସାଗରରେ ଭାରତର ନିକଟ ପଡ଼ୋଶୀ ଶ୍ରୀଲଙ୍କାରେ ଏକ ଗମ୍ଭୀର ଲୁଣ ସଙ୍କଟ ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁ ଦେଶରେ ଲୁଣ ଉତ୍ପାଦନ ବନ୍ଦ ହୋଇଯାଇଛି। ଯାହା ଫଳରେ ପୂର୍ବରୁ ଉତ୍ପାଦିତ ଲୁଣ ପାଣିରେ ମିଶିଯାଇଛି।
-
11.ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ଗିନିଜ ବିଶ୍ଵ ରେକର୍ଡରେ ନିଜ ନାମକୁ ସାମିଲ କରିଛି। ୨୪ ଘଣ୍ଟାରେ ସର୍ବାଧିକ ପଲିସି ବିକ୍ରି କରି ଏହି ଭାରତୀୟ ସଂସ୍ଥା ଗିନିଜ ରେକର୍ଡରେ ସ୍ଥାନ ପାଇଛି।
-
12.ରୁଷ-ୟୁକ୍ରେନ ଯୁଦ୍ଧ ପୁନର୍ବାର ଘନେଇବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରି ଯୁଦ୍ଧ ରୋକିବାକୁ ଉଦ୍ୟମ ଚଳାଇଥିବାବେଳେ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ।
-
13.କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁା ଶନିବାର ପୂର୍ବାହ୍ନରେ କେରଳ ଛୁଇଁଛି ମୌସୁମୀ ବାୟୁ । ସ୍ୱାଭାବିକ ତାରିଖର ୮ ଦିନ ପୂର୍ବରୁ ମୌସୁମୀ ବାୟୁ କେରଳ ଛୁଇଁଛି ।
-
14.୫୪ବର୍ଷ ବୟସରେ ବଲିଉଡ ଅଭିନେତା ମୁକୁଲ ଦେବଙ୍କ ଦେହାନ୍ତ ହୋଇଛି । ସିନେମା ଓ ଟିଭି ଜଗତରେ ବେଶ ପରିଚିତ ଚେହେରା ମୁକୁଲ ଥିଲେ ।
-
15.ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଶୁବମନ ଗିଲ୍ଙ୍କୁ ନୂତନ ଟେଷ୍ଟ ଅଧିନାୟକ ଭାବରେ ମନୋନୀତ କରାଯାଇଛି। ରିଷଭ ପନ୍ତ ଟେଷ୍ଟରେ ନୂତନ ଉପ-ଅଧିନାୟକ ହୋଇଛନ୍ତି।
|
228 |
Y |
|
210 |
25-05-2025 |
English |
-
1.Life Insurance Corporation of India (LIC) Saturday said it has earned a Guinness World Records (GWR) title for most life insurance policies sold in 24 hours.
-
2.A forest guard was killed allegedly by poachers near Satkosia Tiger Reserve in Dhenkanal district in the early hours of Saturday, offi cials said
-
3.The government has ratifi ed the rate of interest on employees' provident fund at 8.25 per cent for FY25,
-
4.The southwest monsoon hit Kerala Saturday, marking its earliest arrival over the Indian mainland since 2009 when it reached the southern state May 23, the India Meteorological Department (IMD) said.
-
5.Justice BV Nagarathna, in line to become the first woman Chief Justice of India, is set to become a member of the Supreme Court Collegium after the retirement of Justice Abhay S Oka.
-
6.The Chief Justice (CJ) of Punjab and Haryana High Court has withdrawn a case from its judge “in the interest of the institution” and to “protect the reputation” of the judge after receiving “oral and written” complaints, according to an order from the CJ.
-
7.Claiming a water crisis in the national capital, Leader of Opposition Atishi has written a letter to Chief Minister Rekha Gupta seeking immediate time to discuss the pressing issue.
-
8.Trinamool Congress leader Saket Gokhale Saturday urged the Indian Ambassador in Tokyo to “immediately” speak to the Japanese authorities about the “concerning” state of the grave of freedom fighter Rash Behari Bose at the city’s Tama cemetery.
-
9.Cyber police of Keonjhar district arrested 12 persons and produced them in Barbil court Saturday in connection with a cyber fraud involving Rs 38.88 lakh.
-
10.Junior Engineer (JE) Susanta Kumar Sethy was arrested Saturday by the Vigilance on charges of possessing disproportionate assets (DA).
-
11.Most of the Covid cases reported in various states are mild in nature and the patients are under home care, offi cial sources said amid a rise in cases in some countries.
-
12.Russia and Ukraine exchanged hundreds more prisoners Saturday as part of a major swap that amounted to a rare moment of cooperation in otherwise failed efforts to reach a ceasefire.
-
13.US President Donald Trump's push on tariffs on imported iPhones will make the device expensive for Americans due to higher duty along with higher cost of production, analysts and experts said.
-
14.Faced with growing complaints on know-your-customer (KYC)-related matters, the Reserve Bank said it is contemplating to allow banks to take help of the vast network of business correspondents.
-
15.Odisha Women picked up their first gold of the competition after a tough fight from Gujarat in the beach soccer competitions of the Khelo India Beach Games (KIBG) 2025 Friday evening.
|
126 |
Y |
|