# |
Date |
Type |
Current Affairs |
No. Of Views |
Status |
Action |
1191 |
05-01-2024 |
Odia |
-
ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ଚଳିତ ବର୍ଷ ଆଜିର ଗଣନା ରିପୋର୍ଟ ଅନୁସାରେ, ଚିଲିକାରେ ଅଛନ୍ତି ୧୮୯ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ । ଏ ନେଇ ଚିଲିକା ବନ୍ୟପ୍ରାଣୀ ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।
-
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଂଚିଛି । ଖୁବଶୀଘ୍ର ଏହାର ଲୋକାର୍ପଣ କରାଯିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ।
-
ହାତୀଗୁଡ଼ା ନିକଟ ଇନ୍ଦ୍ରାବତୀ ବ୍ରିଜ୍ ଉପରେ ଲକ୍ଷାଧିକ ଟଙ୍କା ସହ ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରୀଙ୍କୁ ଭିଜିଲାନ୍ସ ଧରିଛି। ଫରେଷ୍ଟ ଗାର୍ଡ ବିନାୟକଙ୍କ ବାଇକରେ ୧ ଲକ୍ଷ ୫୩ ହଜାର ଟଙ୍କା ନେଇ ଯାଉଥିଲେ ।
-
ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ଚିଠି । ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡ଼ାନ୍ତ ନେଇ ଚିଠିରେ ଉଲ୍ଲେଖ ରହିଛି ।
-
ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ଶିଶିର ସରସ-୨୦୨୪ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ଆୟୋଜନ ହେବାକୁ ଥିବା ଜାତୀୟ ସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ଏହି ମେଳା ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ ।
-
ନିର୍ବାଚନୀ ବର୍ଷରେ ଏଥର ବେତନଭୋଗୀ କରଦାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କଠାରୁ ଟିକସ ସ୍ଲାବ୍ରେ ରିଆତି ଆଶା କରୁଛନ୍ତି। ସୂଚନାନୁଯାୟୀ, ଏଥର ବେତନଭୋଗୀଙ୍କୁ ତୋଷୀକରଣ କରିବା ପାଇଁ କେନ୍ଦ୍ର ସରକାର କର ମୁକ୍ତ ଟିକସ ସ୍ଲାବ୍ ୭ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି।
-
ମୟୂରଭଞ୍ଜ ଶିମିଳିପାଳ ସଂଲଗ୍ନ ଆଦିବାସୀଙ୍କ ଖାଦ୍ୟ କାଇ ପିମ୍ପୁଡି ଚଟଣିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ । ମୟୂରଭଞ୍ଜ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର(୨) ଯଶିପୁର ପକ୍ଷରୁ ଆରମ୍ଭ ହୋଇଥିବା ପ୍ରୟାସ ସଫଳ ହୋଇଛି ।
-
ଜାନୁଆରି ୧୪ ତାରିଖରୁ ଉତ୍ତର-ପୂର୍ବ ଭାରତରୁ ଆରମ୍ଭ ହେବାକୁ ଥିବା ‘ଭାରତ ନ୍ୟାୟ ଯାତ୍ରା’ର ନାମ ପରିବର୍ତ୍ତନ କରିଛି କଂଗ୍ରେସ। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଏହି ପଦଯାତ୍ରାକୁ ଏବେ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ କୁହାଯିବ।
-
ଅକ୍ଟୋବର ୭ରେ ଦକ୍ଷିଣ ଇସ୍ରାଏଲ୍ରେ ହମାସର ଆତଙ୍କବାଦୀ ଆକ୍ରମଣ ଠାରୁ ଆରମ୍ଭ ହୋଇଥିବା ଇସ୍ରାଏଲ୍-ହାମାସ୍ ଯୁଦ୍ଧ ଆଜି ସୁଦ୍ଧା ୯୦ ଦିନ ଅତିବାହିତ ହୋଇଛି। ବୁଧବାର, ପଶ୍ଚିମ ଗାଜାର ଖାନ୍ ୟୁନିସ୍ର ଅଲ୍-ମାୱାସି ଉପରେ ହୋଇଥିବା ଇସ୍ରାଏଲ୍ର ରକେଟ୍ ମାଡ଼ରେ ୯ ଜଣ ଶିଶୁଙ୍କ ସହ ୧୪ଜଣଙ୍କ ମୃତ୍ୟୁ ଘଟିଛି।
-
ବିଜେପିର ମିସନ ୨୦୨୪ରେ ତୃଣମୂଳସ୍ତରରୁ ଲୋକମାନଙ୍କୁ ଯୋଡ଼ିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ବିଜେପିର ଶୀର୍ଷ ନେତୃତ୍ବ ପ୍ରତ୍ୟେକ ଲୋକସଭା କ୍ଷେତ୍ରର ଲୋକମାନଙ୍କ ସହିତ ସିଧାସଳଖ ଯୋଡ଼ିହେବା ପାଇଁ ‘ମୋଦୀ ସମ୍ବାଦ କେନ୍ଦ୍ର’ ଖୋଲିବ।
-
୨୦୨୪ ନିର୍ବାଚନ ପାଇଁ ଏକଜୁଟ୍ ହେଉଛି କଂଗ୍ରେସ। ଦଳରେ ଅନେକ ନେତାଙ୍କୁ ସାମିଲ କରିବା ପାଇଁ ଯୋଜନା ଚାଲିଛି। ଏପରିକି ଯେଉଁମାନେ ଦଳରୁ ନିଲମ୍ବିତ ହୋଇଛନ୍ତି ସେମାନଙ୍କ ଉପରୁ ମଧ୍ୟ ନିଲମ୍ବନ ହଟିବ।
-
ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ କହିଛନ୍ତି କି, ‘ମୋଦୀ ଉଦଘାଟନ କରିବେ, ମୂର୍ତ୍ତି ସ୍ପର୍ଶ କରିବେ। ମୁଁ କ’ଣ ସେଠାରେ ତାଳି ବଜାଇ ଜୟଜୟକାର କରିବି। ମୋର ପଦର ବି ମର୍ଯ୍ୟାଦା ରହିଛି। ମୁଁ ସେଥିରେ ଆଞ୍ଚ ଆସିବାକୁ ଦେବି ନାହିଁ। ରାମମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଶାସ୍ତ୍ର ଅନୁଯାୟୀ ହେବା ଆବଶ୍ୟକ। ଏମିତି ଆୟୋଜନରେ ମୋର ଯିବା କ’ଣ ଆବଶ୍ୟକ?
-
ନିୟୁଜର୍ସି ଅନ୍ତର୍ଗତ ନେୱାର୍କ ନଗରୀରେ ଅବସ୍ଥିତ ଏକ ମସ୍ଜିଦ୍ ବାହାରେ ବୁଧବାର ସକାଳେ ଗୁଳି ଚୋଟ ଲାଗିଥିବା ଜଣେ ଇମାମ୍ଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ଆମେରିକୀୟ ସରକାରୀ କର୍ତ୍ତୃପକ୍ଷ ନିଉଜ୍ ଏଜେନ୍ସି ‘ଏଏଫ୍ପି’କୁ କହିଛନ୍ତି।
-
ଜିଏସ୍ଏଟି-୨୦’ ନାମକ ଓଜନିଆ ଯୋଗାଯୋଗ ସାଟେଲାଇଟ୍ ଉତ୍କ୍ଷେପଣ କରିବା ଲାଗି ପ୍ରଥମ ଥର ପାଇଁ ‘ଇସ୍ରୋ’ ‘ସ୍ପେସ୍ଏକ୍ସ୍’ର ରକେଟ୍ ବ୍ୟବହାର କରିବ ବୋଲି ବୁଧବାର ଦିନ ‘ନିୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍’ କହିଛି।
-
ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁସାରେ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ଭାରତର ଖେଳଣା ଆମଦାନି ୫୨ ପ୍ରତିଶତ କମିଥିବା ବେଳେ ରପ୍ତାନି ୨୩୯ ପ୍ରତିଶତ ବଢ଼ିଛି। ଦେଶ ଭିତରେ ଖେଳଣା ଉତ୍ପାଦନ ବଢ଼ାଇବା ଉପରେ ସରକାର ଧ୍ୟାନ ଦେବାରୁ ୨୦୧୪ରୁ ୨୦୨୨ ମଧ୍ୟରେ ଖେଳଣା ନିର୍ମାଣକାରୀ କାରଖାନା ସଂଖ୍ୟା ଦ୍ବିଗୁଣିତ ହୋଇଛି।
-
ଭାରତର ମୋଷ୍ଟଓ୍ବାଣ୍ଟେଡ୍ ଆତଙ୍କବାଦୀ ଦାଉଦ୍ ଇବ୍ରାହିମ୍ଙ୍କ ପରିବାର ନାଁରେ ମହାରାଷ୍ଟ୍ରର ରତ୍ନଗିରି ଜିଲାର ମୁମ୍ବାକେ ଗ୍ରାମରେ ଥିବା ୪ଟି ଚାଷଜମି ଶୁକ୍ରବାର ନିଲାମ ହେବ।
-
ଭାଇସ୍ ଆଡମିରାଲ ଦିନେଶ ତ୍ରିପାଠୀ ଗୁରୁବାର ଦେଶର ନୌସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
-
ଚଳିତ ବର୍ଷ ୯ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୬୮ ରାଜ୍ୟ ସଭା ସଦସ୍ୟଙ୍କ ୬ ବର୍ଷିଆ କାର୍ଯ୍ୟକାଳ ଶେଷ ହେବ। ୬୮ ଆସନ ମଧ୍ୟରୁ ଦିଲ୍ଲୀର ୩ ଆସନ ଲାଗି ନିର୍ବାଚନ ଘୋଷଣା କରାଯାଇଛି।
-
ନଭେମ୍ବର ୨୦୦୫ ପରେ ସେବାରେ ଯୋଗ ଦେଇଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ ସ୍କିମ (ଓପିଏସ) ସୁବିଧା ପ୍ରଦାନ କରିବାର ବିକଳ୍ପ ପ୍ରଦାନ କରିବାକୁ ମହାରାଷ୍ଟ୍ର କ୍ୟାବିନେଟ ଗୁରୁବାର ଏକ ପ୍ରସ୍ତାବକୁ ଅନୁମୋଦନ କରିଛି।
-
କେପଟାଉନ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ଓ୍ବିକେଟରେ ପରାସ୍ତ କରିଛି ଭାରତ। ଏହା ଫଳରେ ଟେଷ୍ଟ ସିରିଜ ୧-୧ରେ ବରାବର ହୋଇଛି । ଭାରତ ଆଗରେ ବିଜୟ ପାଇଁ ୭୯ ରନର ଲକ୍ଷ୍ୟ ଥିବାବେଳେ ଭାରତ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୨୮ ରନ କରିଥିବାବେଳେ ରୋହିତ ଶର୍ମା ୧୭ ରନ କରିଥିଲେ ।
|
383 |
Y |
|
1192 |
05-01-2024 |
English |
-
Three Rajya Sabha members from Odisha, including Union Minister of Railways, Communications, Electronics and Information Technology Ashwini Vaishnaw, are completing their tenure in April this year. Apart from Vaishnaw, Biju Janata Dal (BJD) MPs Prasanta Nanda and Amar Patnaik are completing their tenure this year.
-
As many as 68 Rajya Sabha members, including nine Union ministers, are completing their tenure in 2024.
-
The beautifully crafted Odisha tableau showcasing women empowerment in Raghurajpur heritage village has been selected for the Republic Day parade in New Delhi this year, the Ministry of Defence said, Thursday
-
The Odisha Real Estate Regulatory Authority (ORERA) has issued show-cause notices before imposing penalty on 285 builders in the state on their failure to submit quarterly progress reports (QPRs) in respect of their ongoing real estate plotting and housing projects.
-
In order to ensure equity and promotion of Higher Education in uncovered blocks, the state government has decided to open Government Degree (Plus III) colleges, in Arts stream, in 18 blocks of the state from 2024-25 academic session.
-
The results of annual bird census conducted in Chilika Lake were out Thursday revealing presence of altogether 11,37,759 birds in the largest brackish water lagoon of Asia. Significantly, the census saw appearance of Pallas fish eagle after a gap of about 10 years.
-
The second leg of Rahul Gandhi’s ‘Bharat Jodo Nyay Yatra’ will enter Odisha in the month of February and cover a distance of 341 km in around four days.
-
Chief Minister Naveen Patnaik urged Thursday the newly-appointed junior engineers (Civil) to serve the people in a proper manner. A total of 441 junior engineers joined the Water Resources department of the state government.
-
The 12- hour bandh called by the BJP in Kalahandi district in support of farmers hit normal life Thursday, with markets and educational institutions remaining shut and vehicles off the roads, police said.
-
For the first time, Artificial Intelligence (AI) surveillance will be introduced for the security of the Ram temple, where pilgrim footfalls are expected to increase sizeably after the January 22 inauguration.
-
Y S Sharmila, the daughter of former Andhra Pradesh Chief Minister Y S Rajasekhara Reddy and founder of YSR Telangana Party, joined the Congress here Thursday.
-
The eight jailed former Indian Navy personnel in Qatar have been given 60 days’ time to appeal against the varying prison terms handed by a Qatari court last week that came following commutation of their death sentences, the Ministry of External Affairs said Thursday.
-
Four days after a Punjab Armed Police (PAP) deputy superintendent was found dead in Jalandhar, the police have arrested an autorickshaw driver for his murder, officials said Thursday.
-
President Vladimir Putin issued a decree Thursday allowing foreign nationals who fight for Russia in Ukraine to obtain Russian citizenship for themselves and their families.
-
The United States and 12 allies issued what amounted to a final warning to Houthi rebels Wednesday to cease their attacks on vessels in the Red Sea or face potential targeted military action. The Yemen-based militants have carried out at least 23 attacks in response to the Israel-Hamas war in Gaza since December 19.
-
Equity benchmark indices Sensex and Nifty rebounded nearly 1 per cent Thursday after sliding for the past two sessions, propped up by bargain hunting in realty, power and financial stocks
-
Polling for the Karanpur Assembly seat in Rajasthan's Sriganganagar district began at 7 am on Friday, an official said.
-
India's "celestial surya namaskar" is about to reach its climax. India's first space-based solar observatory -- the Aditya-L1 satellite -- is going to check-in to the home it is likely to occupy for the next five years.
-
Backing Delhi Chief Minister Arvind Kejriwal over Enforcement Directorate summoning him, Nationalist Congress Party president Sharad Pawar said Centre was misusing power to discourage those who do not have similar political views.
-
Uttar Pradesh Chief Minister Yogi Adityanath and Union Minister Dharmendra Pradhan on Thursday launched PM SHRI schools in the state under which 928 schools will be upgraded.
|
359 |
Y |
|
1193 |
04-01-2024 |
Odia |
-
ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍ । ଏ ନେଇ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦିଆଯାଇଛି । ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି , ମୟୂରଭଞ୍ଜ ଜିଲ୍ଲାର କାଇ ଚଟଣୀ , ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍, କେନ୍ଦ୍ରାପଡ଼ାର ରସାବଳୀ, କୋରାପୁଟର କଳାଜିରା ଧାନ ଓ ଲାଞ୍ଜିଆ ସଉରା ଚିତ୍ରକଳାକୁ ଭୌଗଳିକ ସଂକେତ ଟ୍ୟାଗ୍ ମାନ୍ୟତା ମିଳିଛି।
-
ଇରାନର କେରମାନ ସହରର ଏକ କବରସ୍ଥାନ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ଘଟିଥିବା ବେଳେ ୧୭୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।
-
ଆରମ୍ଭ ହେବ ଯୁକ୍ତ ଦୁଇ କଲେଜରେ NEET ଓ JEE କୋଚିଂ। ଭର୍ଚୁଆଲରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ପାଇବେ କୋଚିଂ। ସବୁ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଆରମ୍ଭ ହେବ କୋଚିଂ ।
-
କମିଶନରେଟ ପୁଲିସ ହାତରେ ତିନ୍ ପାହାଡି ଗ୍ୟାଙ୍ଗ। ୮ଜଣଙ୍କୁ ବାନ୍ଧିଲା କମିଶନରେଟ ପୁଲିସ। ସବୁ ଡକାୟତ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି। ମୋ ବସ୍ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ଧରି ଲୁଟପାଟ୍ କରୁଥିଲେ।
-
ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ। ଷ୍ଟାଇପେଣ୍ଡ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ହୋଇଛି। ଡି.ଫାର୍ମା ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୨୫୦ରୁ ୫୦୦ ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ଏଏନଏମଙ୍କ ଷ୍ଟାଇପେଣ୍ଡ ୧ ହଜାରରୁ ୨ହଜାର, ବିଏସସି ନର୍ସିଂ(ଇଣ୍ଟର୍ନସିପ) ଷ୍ଟାଇପେଣ୍ଡ ୨୫୦୦ରୁ ୫ହଜାର, ଏମ.ଫିଲ୍ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୭ହଜାରରୁ ୧୦ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।
-
ନୂଆବର୍ଷରେ କୁନୋ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନାମିତ ଚିତା ‘ଆଶା’ ତିନୋଟି ଛୁଆଙ୍କୁ ଜନ୍ମ ଦେଇଛି। ଭାରତୀୟ ଜଳବାୟୁରେ ବିଲୁପ୍ତ ଚିତାଙ୍କ ବଂଶବୃଦ୍ଧି ନେଇ ଆଶାର ସଂଚାର କରିଛି ‘ଆଶା’।
-
ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ତାରିଖ ପାଖେଇ ଆସିଲାଣି। ରାମଲାଲାଙ୍କ ଉଦ୍ଦେଶ୍ୟରେ କିଏ ବିଶାଳ ଧୂପକାଠି ପ୍ରସ୍ତୁତ କରୁଛି ତ ଆଉ କିଏ ସୁନାର କଲମ, ସୁନାର ଧନୁ ତୀର ଆଦି ତିଆରି କରୁଛନ୍ତି।
-
ଶ୍ରୀ ରାଜପୁତ କରନି ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ତାଙ୍କ ବାସଭବନରେ ନିର୍ମମ ଭାବେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଶୋକ ମେଘୱାଲକୁ ଗିରଫ କରାଯାଇଛି। ତାକୁ ଏନଆଇଏ ଗିରଫ କରିଛି ।
-
କୁସ୍ତି ଜୀବନର ଏକ ମହତ୍ବପୂର୍ଣ୍ଣ ବର୍ଷ ନଷ୍ଟ ହୋଇଯାଇଥିବାରୁ ଏହାକୁ ବିରୋଧ କରି ସ୍ଥାନୀୟ ଜନ୍ତରମନ୍ତରଠାରେ ଶହ ଶହ କନିଷ୍ଠ କୁସ୍ତିଯୋଦ୍ଧା ମେଳି ହୋଇଛନ୍ତି। ଏହି କୁସ୍ତିବିତ୍ମାନେ ଉତ୍ତରପ୍ରଦେଶ, ହରିୟାଣା ଓ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଆସିଛନ୍ତି।
-
ଦୀର୍ଘ ୨୦ ମାସ ଧରି ଅପରିବର୍ତ୍ତିତ ରହିଥିବା ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟରେ ଆଗାମୀ ଦିନରେ କୌଣସି ହ୍ରାସ ହେବ ନାହିଁ। ବିଶ୍ବ ବଜାରରେ ଅଶୋଧିତ ତେଲ ଦାମ୍ କମିବା ଏବଂ ବିକ୍ରିରେ କଂପାନିଗୁଡ଼ିକ ଲାଭ କରୁଥିବା ସତ୍ତ୍ବେ ସାଧାରଣ ଖାଉଟିଙ୍କ ଲାଗି ପୂର୍ବ ଦର ବଳବତ୍ତର ରହିଛି।
-
ଫୋର୍ବସ୍ ଅନୁସାରେ ୧୭ଟି ଋଣ ଆପ୍ ହେଉଛି ବିପଜ୍ଜନକ। ଏହି ଆପ୍ଗୁଡ଼ିକ ସହଜ ଓ ସୁବିଧାରେ ଋଣ ଦେବାର ପ୍ରତିଶ୍ରୁତି ଦେଇ ଲୋକମାନଙ୍କ ଗୋପନୀୟ ତଥ୍ୟ ଚୋରାଉଛନ୍ତି। ସେହି ଆପ୍ଗୁଡ଼ିକୁ ତୁରନ୍ତ ଫୋନ୍ରୁ ଡିଲିଟ୍ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
-
ବିପଜ୍ଜନକ କୁହାଯାଉଥିବା ଋଣ ଆପ୍ଗୁଡ଼ିକ ହେଉଛି ଏଏ କ୍ରେଡିଟ୍, ଆମର୍ କ୍ୟାସ୍, ଗୁୟାବାକ୍ୟାସ, ଇଜିକ୍ରେଡିଟ୍, କ୍ୟାସ୍ୱାଓ, କ୍ରେଡିବସ୍, ଫ୍ଲାସ୍ଲୋନ୍, ପ୍ରେଷ୍ଟାମୋସ୍କ୍ରେଡିଟୋ, ପ୍ରେଷ୍ଟାମୋସ ଡି କ୍ରେଡିଟୋ-ୟୁମିକ୍ୟାସ, ଗୋ କ୍ରେଡିଟୋ, ଇଷ୍ଟାଣ୍ଟନିଓ, କାର୍ଟେରା ଗ୍ରାଣ୍ଡେ, ରାପିଡୋ କ୍ରେଡିଟୋ, ଫିନ୍ଅପ୍ ଲେଣ୍ଡିଂ, ୪ଏସ୍ କ୍ୟାସ୍, ଟ୍ରୁନାଇରା ଓ ଇଜି କ୍ୟାସ୍।ଯେଉଁମାନଙ୍କ ଫୋନ୍ରେ ଏଥିରୁ କୋଣସି ଗୋଟିଏ ବି ଆପ୍ ରହିଛି ତାହାକୁ ତୁରନ୍ତ ଡିଲିଟ୍ କରି ଡିଭାଇସ୍ର ପାସ୍ୱାର୍ଡ ବଦଳାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
-
ଆଦାନି-ହିଣ୍ଡେନ୍ବର୍ଗ ମାମଲାରେ ‘ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ’ (ସେବି) ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବା ଲାଗି ଆଜି ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି।
-
୨୦୨୨-୨୩ରେ ରାଜନୈତିକ ଦଳଗୁଡ଼ିକ ଇଲେକ୍ଟୋରାଲ୍ ବଣ୍ଡ୍ରୁ ଯେଉଁ ପାଣ୍ଠି ପାଇଛନ୍ତି, ସେଥିରୁ ଭାଜପା କେବଳ ୭୦% ଚାନ୍ଦା ପାଇଛି ବୋଲି ଆସୋସିଏଶନ ଫର୍ ଡେମୋକ୍ରାଟ୍ରିକ ରିଫର୍ମର୍ସ(ଏଡିଆର୍) ପକ୍ଷରୁ ପ୍ରକାଶ ପାଇଛି।
-
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଇସ୍ତଫା ଦେବା ନେଇ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲାଗିଛି। ବର୍ତ୍ତମାନ ସେ ଇସ୍ତଫା ଦେବେ ନାହିଁ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ଆବାସରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।
-
ଗତ ୨୪ ଘଣ୍ଟାରେ ଦେଶରେ ୬୦୨ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସହିତ ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୪୪୪୦ରେ ପହଞ୍ଚିଛି।
-
ରାଜ୍ୟର ବିଭିନ୍ନ ବେସରକାରୀ ମହାବିଦ୍ୟାଳୟରେ ଚଳିତ ମାସ ଶେଷ ସୁଦ୍ଧା ୧୦୬୫ଅଧ୍ୟାପକ ନିଯୁକ୍ତି ପାଇବେ।
-
ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍ଜେଟିଏ) ପକ୍ଷରୁ ରାଜ୍ୟବାସୀଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଛି। ଭକ୍ତମାନଙ୍କୁ ପୁରୀ ନେବା ଆଣିବା, ପ୍ରତ୍ୟେକ ପଞ୍ଚାୟତରେ ପରିକ୍ରମା ପାର୍ବଣ ପାଳିବା ପାଇଁ ଅନୁଦାନ ପ୍ରଦାନ କରାଯାଇଛି
-
ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ଲୋୟର ସୁକ୍ତେଲ ପ୍ରକଳ୍ପକୁ ଲୋକାର୍ପଣ କରିବେ। ଏହି ପ୍ରକଳ୍ପ ଦ୍ୱାରା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୮୦ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ଲକ୍ଷାଧିକ ଏକର ଜମି ଜଳସେଚିତ ହୋଇ ପାରିବ ଏବଂ ବଲାଙ୍ଗୀର ଜିଲ୍ଲାର ଦୁଇଟି ସହରାଞ୍ଚଳର ଲକ୍ଷାଧିକ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ।
-
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ୍ ଆଜିଠୁ ଖେଳାଯାଉଛି। ଭାରତୀୟ ବୋଲର ଏହି ମ୍ୟାଚ୍ରେ ଫର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତୀୟ କ୍ରିକେଟ ଟିମର ଘାତକ ବୋଲିଂରେ ପ୍ରଥମ ପାଳିରେ ମାତ୍ର ୫୫ ରନରେ ଅଲଆଉଟ ହେଲା ଘରୋଇ ଦଳ ଦକ୍ଷିଣ ଆଫ୍ରିକା ।
|
363 |
Y |
|
1194 |
04-01-2024 |
English |
-
Eight more Odisha products have received Geographical Indication (GI) tag. They include Kai Chutney ( Mayurbhanj) , Magji sweet (Dhenkanal) , Kanteimundi brinjal (Nayagarh), Kalajeera Rice (Koraput ), Date Palm Jaggery (Gajapati), Dungaria Kondh Embroidered Shawl (Rayagada), and Idital painting of Lanjia Saura Odisha, the Micro, Small & Medium Enterprises(MSME) department informed Wednesday
-
The Bharatiya Janata Party (BJP) bagged 70.69 per cent of total donations received by all political parties from electoral trusts in 2022-23, according to the Association for Democratic Reforms (ADR), the NGO working for electoral reforms.
-
A three judge bench of the Supreme Court, headed by Chief Justice DY Chandrachud Wednesday issued notice to the Union government and 10 states, including Odisha on a petition alleging that the jail manuals of these states encourage caste based discrimination.
-
In a big relief to the embattled Adani Group, a Supreme Court bench Wednesday ruled that the fraud allegations against the apples-toairport conglomerate do not need more probes either by a special investigation team or CBI, as it gave capital market regulator SEBI three more months to conclude its over twoyear-old investigation.
-
Bringing an end to 23-year-long wait, Chief Minister Naveen Patnaik Wednesday inaugurated the Rs2,723 crore worth Lower Suktel Irrigation Project in Bolangir district which will help irrigate over one lakh acre of agriculture land and benefit over 80,000 farmers, besides providing drinking water to 70,000 people in Bolangir and Subarnapur districts.
-
Two bombs exploded minutes apart Wednesday at a commemoration for a prominent Iranian general slain in a US drone strike in 2020, officials in Iran said, killing at least 103 people and wounding at least 188 as the Middle East remains on edge over Israel's war on Hamas in the Gaza Strip.
-
Chief Minister Naveen Patnaik Wednesday approved a hike in the stipend amount for students of nursing, pharmacy other related categories, officials said. Students of Diploma in Pharmacy will now get `500 per month from the earlier amount of `250, ANM `2,000 from `1,000, BSc (Nursing) internship course `5,000 from `2,500, M. Phil in Clinical Psychology and M.Phil in Psychiatric Social Work `10,000 from `7,000, an official release said.
-
An interstate gang that stole mobile phones and then transferred money from the victims’ accounts using SIM cards in them was busted in Odisha with the police arresting its eight members Wednesday, officials said.
-
Keeping in view non-compliance of guidelines issued by the Supreme Court by several school buses, the state Transport department Wednesday issued a fresh set of regulations. As per the department, the Supreme Court has issued these rules but these are being largely flouted across the country.
-
In deference to an order issued by the Orissa High Court, about 70 deer from Tulsipur Deer Park in Cuttack have already been relocated to Chandaka Wildlife Sanctuary on Bhubaneswar outskirts, even as the facility is heading for a closure.
-
The Odisha Protection of Interest of Depositors (OPID) court Wednesday ordered competent authorities to confiscate and sell movable and immovable properties of a firm associated with the Artha Tatwa (AT) Group which was involved in fraudulent revenue schemes.
-
Odisha Orthopaedics Association (OOA) got the first prize in the annual conference of the Indian Orthopaedics Association (IOA) held in Luckow recently. For the first time, OOA bagged first prize in two events.
-
The New Year began with good news for Kuno National Park (KNP) in Madhya Pradesh as the Namibian cheetah Aasha gave birth to three cubs Wednesday. All three cubs are reported to be healthy.
-
The standoff between Kerala Governor Arif Mohammed Khan and Chief Minister Pinarayi Vijayan continues unabated, as the latter did not invite the former for the customary Christmas-New Year lunch here Wednesday.
-
The Madhya Pradesh government has removed Kishor Kanyal from the post of Shajapur district collector after he questioned the ‘aukat’ (status) of a driver amid a protest by truckers.
-
Delhi Chief Minister Arvind Kejriwal Wednesday skipped for the third time the summons issued by the ED in the Delhi excise policy case with the AAP alleging that the repeated notices were part of a conspiracy to arrest him to stop him from campaigning in the Lok Sabha polls.
-
The Supreme Court Wednesday sought a reply from the Lok Sabha secretary general on Trinamool Congress leader Mahua Moitra’s plea challenging her expulsion from the Lower House.
-
The Enforcement Directorate Wednesday raided premises of Jharkhand Chief Minister Hemant Soren's press advisor, officials of Sahibganj district and a former MLA as part of a money laundering probe into alleged illegal mining in the state, sources said.
-
India registered about 12 lakh new cancer cases and 9.3 lakh deaths in 2019, becoming the second highest contributor to the disease burden in Asia for that year, according to a new study published in The Lancet Regional Health Southeast Asia journal
-
A court here Wednesday directed AAP leader Sanjay Singh to pay `1 lakh in damages to former Uttar Pradesh minister Mahendra Kumar Singh in a defamation case.
|
370 |
Y |
|
1195 |
03-01-2024 |
Odia |
-
କେନ୍ଦ୍ର ସରକାରଙ୍କ ହିଟ୍-ଆଣ୍ଡ-ରନ୍ ଆକ୍ଟକୁ ନେଇ ଗାଡ଼ି ମାଲିକ ଓ ଡ୍ରାଇଭର ସଂଘର ବିରୋଧ ପ୍ରଦର୍ଶନ । ଉତ୍ତର ପ୍ରଦେଶ ଠାରୁ ଆରମ୍ଭ କରି ସାରା ଦେଶରେ ଚକା ଜାମ୍ । ଜାତୀୟ ରାଜପଥ ଉପରେ ବସ୍, ଟ୍ରକ୍ ରଖି ବିରୋଧ ପ୍ରର୍ଦଶନ କରାଯାଉଛି ।
-
ମନଇଚ୍ଛା ଆଇସିୟୁରେ ଆଡମିଶନ୍ ଉପରେ ଅଙ୍କୁଶ ଲାଗିବ। କେବଳ ଅତି ଗୁରୁତର ରୋଗୀଙ୍କୁ ଆଇସିୟୁରେ ଆଡମିଶନ୍ କରାଯାଇ ପାରିବ। ସେହିପରି ଆଇସିୟୁରେ ଚିକିତ୍ସାଧୀନ ରୋଗୀଙ୍କୁ ଡିସ୍ଚାର୍ଜ କରିବା ସମୟରେ ମଧ୍ୟ ଧାର୍ଯ୍ୟ ନିୟମର ପାଳନ କରିବା ଜରୁରୀ ହେବ।
-
ରାମଲାଲାଙ୍କ ମନ୍ଦିରକୁ ଏମିତିରେ ଦିବ୍ୟ ଓ ଭବ୍ୟ କୁହାଯାଉ ନାହିଁ। ୭୦.୫ ଏକର ପରିମିତ ଜମିରେ ନିର୍ମିତ ମନ୍ଦିରରେ ୪୪ଟି ଦ୍ୱାର ରହିବ। ସେଥିମଧ୍ୟରୁ ୧୮ଟି ଦ୍ବାରରେ କବାଟ ଲାଗିବ। ୧୪ଟି କବାଟରେ ସୁନାଛାଉଣି ହେବ।
-
୨୦୨୪ ନୂଆବର୍ଷ ଦିନ ଜାପାନରେ ଅନୁଭୂତ ହୋଇଥିବା ୭.୬ ତୀବ୍ରତାର ଭୂକମ୍ପ ଓ ପରେପରେ ଅଦ୍ୟାବଧି ଅନୁଭୂତ ହୋଇଥିବା ପ୍ରାୟ ୧୫୫ଟି ଭୂକମ୍ପରେ ପ୍ରାୟ ୫୦ ଲୋକଙ୍କ ମୃତ୍ୟୁ ଘଟିବା ସହ ବହୁ ଲୋକ ଆହତ ହୋଇଛନ୍ତି ଏବଂ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି।
-
ଭାରତର ମୋଷ୍ଟ୍ ୱାଣ୍ଟେଡ଼ ପାକିସ୍ତାନୀ ଆତଙ୍କବାଦୀ ମୌଲାନା ମସୁଦ ଆଝାର ବୋମା ବିସ୍ଫୋରଣରେ ପ୍ରାଣ ହରାଇଛି। ଏଭଳି ଏକ ପୋଷ୍ଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
-
ସ୍ୱାମୀଙ୍କ ବିରୋଧରେ ବ୍ୟଭିଚାର ସଂପର୍କର ଭିତ୍ତିହୀନ ଅଭିଯୋଗ ଆଣିବା ଏବଂ ସାର୍ବଜନୀନ ସ୍ଥାନରେ ତାଙ୍କୁ ଜଣେ ଲମ୍ପଟ ଭାବେ ଚିତ୍ରିତ କରିବା ଅତ୍ୟନ୍ତ ନିଷ୍ଠୁର କାର୍ଯ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।
-
ମନି ଲଣ୍ଡରିଂ ମାମଲାରେ ଫସିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କୌଣସି ମୂହୁର୍ତ୍ତରେ ଗିରଫ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ବାରମ୍ବାର ସମନ ପଠାଯିବା ପରେ ସେ ହାଜର ହେଉନଥିବାରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ସେ ଗିରଫ ହେଲେ ପତ୍ନୀ କଳ୍ପନା ସୋରେନଙ୍କୁ ଦାୟିତ୍ବ ଦେଇ ଜେଲକୁ ଯିବେ ବୋଲି କିଛି ଦିନ ହେବ ଚର୍ଚ୍ଚା ଚାଲିଛି।
-
ଆନ୍ଦୋଳନରୁ ଓହରିଛନ୍ତି ଟ୍ରକ ଡ୍ରାଇଭର ସଂଘ। ହିଟ୍ ଆଣ୍ଡ ରନ୍ ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା ଟ୍ରକ୍ ଡ୍ରାଇଭରଙ୍କ ସହ କେନ୍ଦ୍ର ସରକାର ଆଲାଚନା କରିଛନ୍ତି।
-
ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ଆଦାନି-ହିଣ୍ଡେନବର୍ଗ ମାମଲାର ରାୟ ପ୍ରକାଶ କରିବେ। ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ ବିରୋଧରେ ଆମେରିକାର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଆଣିଥିବା ଗମ୍ଭୀର ଅଭିଯୋଗଗୁଡ଼ିକର ତଦନ୍ତ କୋର୍ଟଙ୍କ ତତ୍ତ୍ବାବଧାନରେ କରିବା ଲାଗି ବହୁ ଆବେଦନ କରାଯାଇଥିଲା।
-
ଓୟୋ କମ୍ପାନିର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ କହିଛନ୍ତି, ‘ଆମ ଟିମକୁ ଡିସେମ୍ବର ୩୧ ତାରିଖରେ ଏକ ସ୍ବତନ୍ତ୍ର ସୂଚନା ମିଳିଛି। ଅଧିକାଂଶଲୋକ ୨୦୨୪ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରହିବା ପାଇଁ ରୁମ ସର୍ଚ୍ଚ କରୁଛନ୍ତି। ଏହି ଗ୍ରାହକଙ୍କ ସଂଖ୍ୟା ୮୦ ପ୍ରତିଶତକୁ ବୃଦ୍ଧି ପାଇଛି।
-
ନୂଆବର୍ଷ ୨୦୨୪ ଫୁଡ ଡେଲିଭରି ଆପ ଜୋମାଟୋ ପାଇଁ ସ୍ବତନ୍ତ୍ର ରହିଛି। ଏହି ଆପ ନୂଆବର୍ଷରେ ଅର୍ଡର ନୂଆ ରେକର୍ଡ ସୃଷ୍ଟି କରିଥିବା ବେଳେ ଡେଲିଭରି ପାର୍ଟନରଙ୍କୁ ପାଖାପାଖି ୯୭ଲକ୍ଷ ଟଙ୍କାର ଟିପ୍ସ ବି ମିଳିଛି।
-
ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର ଚାରି ବର୍ଷ ପୂରଣ କରିଛି। ଏହି ଅବସରରେ ରାଞ୍ଚିରେ ଆୟୋଜିତ ଏକ ସମାରୋହରେ ଶ୍ରୀ ସୋରେନ ୪୫୪୭ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ୩୪୩ଟି ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି।
-
ଗତବର୍ଷ ଡିସେମ୍ବରରେ ଓଡ଼ିଶାରେ ୪୩୫୧ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ହୋଇଛି।
-
ଦେଶରେ ମୋଟ ୩୧୨ ଜଣ କୋଭିଡ୍-୧୯ର ସବ୍ଭାରିଆଣ୍ଟ ଜେଏନ୍.୧ରେ ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ସେଥିରୁ ୪୭ ପ୍ରତିଶତ କେରଳରୁ ବୋଲି ଆଇଏନ୍ଏସ୍ଏସିଓଜି ତଥ୍ୟରୁ ଜଣାପଡ଼ିଛି।
-
ଦେଶରେ ଜାତୀୟ ରକ୍ତହୀନତା ବିଲୋପ ଅଭିଯାନ ଅଧୀନରେ ୧ କୋଟିରୁ ଅଧିକ ଲୋକଙ୍କ ରକ୍ତ ପରୀକ୍ଷା କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।
-
ଏଣିକି ଆଡମିଶନବେଳେ ପିଲାଦେବେ ନିଶାମୁକ୍ତି ଘୋଷଣାନାମା। ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ନାମଲେଖାବେଳେ ପିଲାମାନେ ଏନେଇ ଘୋଷଣାନାମା ବା ଡିକଲାରେଶେନ ଦାଖଲ କରିବେ।
-
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି । ରିପୋର୍ଟ ଅନୁଯାୟୀ, ସେ ଏହି ସପ୍ତାହ ଶେଷ ସୁଦ୍ଧା ଦିଲ୍ଲୀରେ କଂଗ୍ରେସରେ ଯୋଗଦେବେ ବୋଲି କୁହାଯାଉଛି।
-
ଦିଲ୍ଲୀର ୩ଟି ରାଜ୍ୟସଭା ଆସନ ଏବଂ ସିକ୍କିମରୁ ଗୋଟିଏ ଆସନ ନିମନ୍ତେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯାଇପାରିବ ଏବଂ ଜାନୁଆରୀ ୧୯ରେ ମତଦାନ ଗ୍ରହଣ କରାଯିବ।
-
ଡକ୍ଟର ମାଣ୍ଡବ୍ୟ ନବୀକରଣ ହୋଇଥିବା ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ଉଦଘାଟନ କରିଛନ୍ତି। ସେ ଆସାମରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ଆଞ୍ଚଳିକ ଶାଖା ଏବଂ ହରିୟାଣା, ତାମିଲନାଡୁ, କର୍ଣ୍ଣାଟକ, ଓଡିଶା, ପଶ୍ଚିମବଙ୍ଗ ଏବଂ ମିଜୋରାମରେ ୬ଟି ରାଜ୍ୟ ଶାଖା ପାଇଁ ଶିଳାନ୍ୟାସ କରିଛନ୍ତି।
-
ଅଷ୍ଟ୍ରେଲିଆ ମହିଳା କ୍ରିକେଟ ସିରିଜ ବିଜୟୀ ହୋଇଛି। ଆଜି ମୁମ୍ବାଇର ୱାନଖଡେ ଷ୍ଟାଡିଅମରେ ଅନୁଷ୍ଠିତ ତୃତୀୟ ଏକ ଦିବସୀୟରେ ଅଷ୍ଟ୍ରେଲିଆ ୧୯୦ ରନରେ ଭାରତକୁ ପରାସ୍ତ କରିଛି। ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ୫୦ ଓଭରରେ ୭ ଉଇକେଟ ହରାଇ ଅଷ୍ଟ୍ରେଲିଆ ୩୩୮ ରନ ସ୍କୋର କରିଥିଲା।
|
375 |
Y |
|
1196 |
03-01-2024 |
English |
-
Oil prices rise more than 2% boosted by potential disruption to Middle East supply amid Red Sea crisis
-
Russia fires scores of missiles and drones at Ukrainian capital Kyiv and the northeastern city of Kharkiv.
-
Union Law and Justice Minister Arjun Ram Meghwal Tuesday said the demand for setting up a permanent bench of the Orissa High Court in the state’s western region has lost its importance after the introduction of e-Court facilities.
-
Twenty-two days after her rescue from an abandoned bore-well in a forested area of Sambalpur district, the police Tuesday said the biological parents of the baby girl were identified.
-
Social activist Sandeep Pandey has announced his decision to return the prestigious Ramon Magsaysay Award, bestowed upon him in 2002, as a mark of protest against the ‘role’ of the US in the Israeli attack in Gaza.
-
The Orissa High Court Tuesday asked the state government to show cause as to why a probe by the Central Bureau of Investigation (CBI) should not be ordered into the sensational murder of Vishwa Hindu Parishad (VHP) leader Swami Laxmanananda Saraswati at his Jalespata ashram in Kandhamal in August 2008 that triggered riots in the district killing at least 38 people.
-
Asia's largest brackish water lagoon Chilika will remain closed for visitors January 3 and 4 for the annual bird census, officials said here Tuesday. The midwinter survey of birds in the lake will be carried out by the Chilika Wildlife Division January 4, while training will imparted to enumerators on January 3, they informed.
-
Himachal Pradesh, which witnessed massive destruction due to heavy rains during the monsoon season, recorded 45 percent raindeficit in the post-monsoon period from October 1 to December 31, the weather office said Monday.
-
The Himachal Pradesh Cabinet, under the chairmanship of Chief Minister Sukhvinder Sukhu, Monday decided to start Rajiv Gandhi Swarozgar Start Up Yojna Phase (II), for setting up solar power projects for those aged between 21 and 45 years, besides achieving the government’s ‘clean energy’ initiatives.
-
Hospitals cannot admit critically ill patients in the intensive care unit in case of refusal by them and their relatives, the Union Health Ministry has said in its recent guidelines on ICU admissions.
-
The Supreme Court Tuesday asked the Bihar government to put in the public domain the breakup of the caste survey data to enable those aggrieved to challenge the findings.
-
The BRICS bloc of top emerging economies, including India, Russia and China, has announced induction of five full members into it in an attempt to expand its strategic heft against the backdrop of Western dominance in world affairs.
-
Making unsubstantiated allegations of extramarital relationship against a husband and portraying him as a womaniser in public space are acts of extreme cruelty that merit dissolution of marriage, the Delhi High Court has held.
-
British Prime Minister Rishi Sunak on Tuesday declared he had met his target to clear the country’s “legacy” asylum backlog by the end of 2023 and also bucked the trend across Europe by cutting down arrivals of illegal migrants via small boats by 36 per cent.
-
Chennai Quick Guns played out another exciting 30-30 draw against defending champions Odisha Juggernauts in the Ultimate Kho Kho tournament here Tuesday. The earlier meeting between the two teams had also resulted in a tie.
|
411 |
Y |
|
1197 |
02-01-2024 |
Odia |
-
ନୂଆ ବର୍ଷ ୨୦୨୪ର ପ୍ରଥମ ଦିନରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ଆଜି ସକାଳ ୯ଟା ୧୦ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରର ୧ନମ୍ବର ଲଞ୍ଚ ପ୍ୟାଡ୍ରୁ ସଫଳତାର ସହିତ ଉତ୍କ୍ଷେପଣ ହୋଇଛି ଭାରତର ପ୍ରଥମ ପୋଲାରିମେଟ୍ରି ମିଶନ୍ ‘ଏକ୍ସପୋସାଟ୍’ ବା ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍।
-
ଜାନୁଆରୀ ୬ ତାରିଖରୁ BSKY ନବୀନ କାର୍ଡ ଲାଗି ଅନ୍ଲାଇନ୍ ପଞ୍ଜୀକରଣ । ଜାନୁୟାରୀ ୧୬ ତାରିଖ ଅନ୍ଲାଇନ୍ ପଞ୍ଜୀକରଣର ଶେଷ ତାରିଖ ।
-
ନୂଆବର୍ଷରେ ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସର ମାଷ୍ଟରପ୍ଲାନ । ପୋଲିସ ସହ କାମ କରିବେ ପବ୍ଲିକ ଭଲ୍ୟୁଣ୍ଟର । ବିଭିନ୍ନ ସଫ୍ଟୱର କମ୍ପାନୀର ୨୫ ସାଇବର ଏକ୍ସପର୍ଟ ପୋଲିସ ସହ ଯୋଡି ହୋଇଛନ୍ତି ।
-
ସମ୍ବଲପୁର ରେଂଗାଲି ଲାରିପାଲି ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ହୋଇଛି ନାମକରଣ । ବୁର୍ଲା ଭୀମସାର ପକ୍ଷରୁ ଏକୋଇଶିଆରେ ନାମକରଣ କରାଯାଇଛି । ଶିଶୁକନ୍ୟାର ନା ବିଜୟନୀ ରଖାଯାଇଛି ।
-
ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ ରେକର୍ଡ । ଜାପାନର ଉତ୍ତର-ପଶ୍ଚିମ ତଟବର୍ତ୍ତୀ ଇସିକାଓ୍ବା ଅଞ୍ଚଳରେ ଝଟକା ଲାଗିଛି ।
-
ନବୀନ ଓଡ଼ିଶାରେ ନୂଆ ଇତିହାସ। ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ‘ମେଟ୍ରୋ’ ଭେଟି। ସାକାର ହୋଇଛି ରାଜ୍ୟବାସୀଙ୍କ ‘ମେଟ୍ରୋ’ ରେଳ ସ୍ୱପ୍ନ। ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
-
ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହୃତ କରିଛନ୍ତି।
-
ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ଆଜି ଅର୍ଥାତ୍ ଇଂରାଜୀ ନବବର୍ଷ ୨୦୨୪ଠାରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ମନ୍ଦିର ଭିତର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ପ୍ଲାଷ୍ଟିକ୍, ପିଲିଥିନ୍, ଗୁଟ୍ଖା, ପାନ, ସିଗାରେଟ୍ ଭଳି ତମାଖୁ ଜାତୀୟ ପଦାର୍ଥ ନେବା ଉପରେ କଟକଣା ଲାଗୁ ହୋଇଛି।
-
ଜମ୍ମୁ-କଶ୍ମୀର ନିର୍ବାଚନ ସମେତ ଏକାଧିକ ରାଜ୍ୟ ନିର୍ବାଚନ ୨୦୨୪ ଶେଷ ପର୍ଯ୍ୟନ୍ତ ରାଜନୀତିକୁ ସରଗରମ ରଖିବ। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମରେ ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ସହ ନିର୍ବାଚନ ହେବାର ସମ୍ଭାବନା ଥିବା ବେଳେ ବର୍ଷ ଶେଷରେ ହରିୟାଣା ଓ ମହାରାଷ୍ଟ୍ରରେ ନିର୍ବାଚନ ହେବ।
-
ଏକଦା ସମଗ୍ର ବିଶ୍ବରେ ମାଇକ୍ରୋ ଫାଇନାନ୍ସରେ ନୂତନ ବ୍ୟବସ୍ଥା ସୃଷ୍ଟି କରି ସମାଜର ଆର୍ଥିକ ଅନଗ୍ରସର ଲୋକଙ୍କ ସ୍ଥିତି ସ୍ବଚ୍ଛଳ କରିଥିବା ବାଂଲାଦେଶର ମହମ୍ମଦ ୟୁନୁସଙ୍କୁ ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଛି।
-
ଲୋହିତ ସାଗରରେ ଏକ ମାର୍ସ୍କ କଣ୍ଟେନର ଜାହାଜ ଉପରେ ଇରାନ୍ ସମର୍ଥିତ ହାଉତି ବିଦ୍ରୋହୀଙ୍କ ଆକ୍ରମଣକୁ ଆମେରିକାର ହେଲିକପ୍ଟର ସଫଳତାର ସହ ପଣ୍ଡ କରିଛି। ଫଳରେ ୩ଟି ବିଦ୍ରୋହୀ ଜାହାଜ ବୁଡ଼ିଯିବା ସହ ୧୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
-
ପଛରେ ଗୋଡ଼ାଇ ଗାଳିଗୁଲଜ କରିବା ଧାରା ୩୫୪ ଅନୁସାରେ ମହିଳାଙ୍କ ଶାଳୀନତା ହାନି ହେଲା ବୋଲି ଧରି ନିଆଯିବନାହିଁ ବୋଲି ଏକ ସମ୍ବେଦନଶୀଳ ମାମଲାରେ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ମତ ରଖିଛନ୍ତି।
-
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ଅଧୀନରେ ମଜୁରି ପ୍ରଦାନ ଏବେ କେବଳ ଆଧାର ଆଧାରିତ ଦେୟ ବ୍ୟବସ୍ଥା (ଏବିପିଏସ୍) ମାଧ୍ୟମରେ କରାଯିବ।
-
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୋମବାର କହିଛି ଯେ ମେ ୧୯, ୨୦୨୩ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୩୮ ପ୍ରତିଶତ ନୋଟ ବ୍ୟାଙ୍କ୍କୁ ଫେରସ୍ତ ଆସିଯାଇଛି।
-
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସୋମବାର (ଜାନୁଆରୀ ୧) ରାମ ମନ୍ଦିର ମାମଲାର ନିଷ୍ପତ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ଯେ ଅଯୋଧ୍ୟା ମାମଲାର ବିଚାରପତିମାନେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲେ ଯେ କିଏ ରାୟ ଲେଖିଛି ତାହା ଉଲ୍ଲେଖ କରାଯିବ ନାହିଁ।
-
ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀରେ ଜାରି କରାଯାଇଥିବା ପର୍ଯ୍ୟାୟ-୩ ନିୟନ୍ତ୍ରଣକୁ ଆଜି ପ୍ରାୟ ୧ ସପ୍ତାହ ପରେ ହଟାଇ ଦିଆଯାଇଛି। ଦିଲ୍ଲୀର ବାୟୁମାନ ୩୪୬ ରହିଛି, ଯାହା ପୂର୍ବଦିନ ତୁଳନାରେ ୫୫ ପଏଣ୍ଟ କମ୍।
-
ଭାରତରେ ବର୍ତ୍ତମାନ ସୁଦ୍ଧା କୋଭିଡ୍-୧୯ର ସବ୍ଭାରିଆଣ୍ଟ ଜେଏନ୍.୧ ସଂକ୍ରମଣ ୧୯୬ରେ ପହଞ୍ଚତ୍ଛି। ଆଇଏନ୍ଏସ୍ଏସିଓଜି ତଥ୍ୟରୁ ଏହା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିିତ ଅଞ୍ଚଳକୁ ଉକ୍ତ ଭାରିଆଣ୍ଟ ସଂକ୍ରମଣ କଲାଣି।
-
ସୋମବାର କେନ୍ଦ୍ର ସରକାର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍ଙ୍କୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ (ୟୁଏପିଏ) ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି।
-
ଇଣ୍ଡିଆ ଗଠବନ୍ଧନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ଆଲାଇନ୍ସର ସଂଯୋଜକ ହୋଇପାରନ୍ତି।
-
ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କେବଳ ରାମ ଭକ୍ତଙ୍କ ପାଖକୁ ପଠାଯାଇଛି।
|
403 |
Y |
|
1198 |
02-01-2024 |
English |
-
Israel shifts thousands of soldiers out of the Gaza Strip to concentrate on other fronts.
-
Chief Minister Naveen Patnaik laid the foundation stone Monday for the `6,225 crore Bhubaneswar Metro Rail project.
-
The administration of Shree Jagannath Temple (SJTA) made dress code mandatory Monday for devotees wishing to enter the 12th century shrine. The SJTA also put a complete ban on chewing gutkha and paan in the shrine premises and use of plastic and polythene from the New Year’s Day of 2024.
-
Biju Janata Dal president and Odisha Chief Minister Naveen Patnaik revoked Monday the expulsion order of veteran leader and former minister Damodar Rout.
-
About 3.5 lakh people thronged the Pilgrim City on the New Year’s Day (NYD) Monday even as the district administration and Shree Jagannath Temple Administration (SJTA) made elaborate arrangements for smooth darshan of the presiding deities of Srimandir.
-
A day after a man died during treatment following an explosion at Hi-Tech Medical College and Hospital in Bhubaneswar, his wife died by suicide at Nuagaon Gandhinagar under Jatni Municipality, Monday.
-
Odisha Tourism Development Corporation (OTDC) marked the beginning of the New Year by inaugurating an exclusive pure vegetarian restaurant at Purusottam Bhakta Nivas in the Holy City. This culinary initiative without use of onion and garlic is aimed at providing a delightful dining experience to pilgrims.
-
Odisha has recorded 15 per cent year-onyear growth in goods and services tax (GST) collection during April-December period of financial year (FY) 2023-24 in contrast to the same period last year at pre-settlement.
-
Health and Family Welfare (H&FW) commissioner-cum-secretary Shalini Pandit Monday directed all district Collectors to hold campaigns to create awareness about the BSKY Nabin Card and prompt the public to register under the scheme.
-
Meta-owned WhatsApp banned a record over 71 lakh bad accounts in India in November 2023, in compliance with the new IT Rules 2021, the company said Monday.
-
Rashtriya Swayamsevak Sangh (RSS) chief Mohan Bhagwat arrived here Monday, on a five-day visit to the Steel City, during which he is expected to preside over several meetings of the outfit.
-
Noted Odia surgeon Dr Dillip Kumar Samal, known for his works in the field of community healthcare, received the prestigious Panini Samman from the Geriatric Care and Research Organisation (GeriCaRe) at Bhubaneswar.
-
Uttar Pradesh is perhaps the only state in the country that will witness a perfectly heady mix of religion and politics in 2024.
-
Canada-based gangster Satinderjit Singh alias Goldy Brar, who was the alleged mastermind of the murder of Punjabi singer Sidhu Moosewala, was Sunday designated terrorist by the government under the anti-terror law UAPA.
-
A total of 197 cases of COVID-19 sub-variant JN.1 have been detected in the country so far, with Odisha joining the list of states that have detected the presence of the variant, according to INSACOG’s data updated Monday.
-
With an Aadhaar-based system becoming mandatory for MGNREGA payments, the Congress Monday said the Modi government should “stop weaponising technology”, especially Aadhaar, to deny the most vulnerable Indians their social welfare benefit.
-
Air India will start operating India’s first A350 aircraft on the domestic routes from January 22, with the first flight from Bangalore to Mumbai. The A350-900 aircraft will have a three-class cabin configuration with 316 seats. There will be 28 business class, 24 premium economy and 264 economy seats.
-
Goods and Services Tax (GST) collections jumped 10 per cent to about `1.64 lakh crore in December compared to `1.49 lakh crore in the same month a year ago, the finance ministry said Monday.
-
The Reserve Bank of India (RBI) Monday said that nearly 97.38 per cent of the `2,000 bank notes have been returned to the banking system, and only about `9,330 crore worth of the notes are still with the public.
-
Printing the ‘date of manufacturing’ and ‘unit sale price’ has become mandatory on all packaged commodities effective from Monday, according to Consumer Affairs Secretary Rohit Kumar Singh.
|
375 |
Y |
|
1199 |
01-01-2024 |
Odia |
-
ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା। ନୂଆ ଉତ୍ସାହ, ନୂଆ ସମ୍ଭାବନା ନେଇ ଆସିଛି ବର୍ଷ ୨୦୨୪ । ନୂଆବର୍ଷ ମଙ୍ଗଳମୟ ହେଉ। ବିଶ୍ବର ପ୍ରଥମ ଦେଶ ଭାବରେ ନ୍ୟୁଜିଲାଣ୍ଡରେ ନୂତନ ବର୍ଷ ପ୍ରବେଶ କରିବା ପରେ କ୍ରମାନୁସାରେ ଅନ୍ୟ ଦେଶମାନେ ନୂଆବର୍ଷକୁ ପାଳନ କରିଛନ୍ତି।
-
ଆମେ ଯାହା କରୁ, ଯାହାକିଛି ନିଷ୍ପତ୍ତି ନେଉ ତାହାର ପ୍ରଥମ ମାନଦଣ୍ଡ ହେବା ଉଚିତ ଦେଶ କ’ଣ ପାଇବ। ‘ରାଷ୍ଟ୍ର ପ୍ରଥମ’ ଠାରୁ ଆଉ ବଡ଼ ମନ୍ତ୍ର କିଛି ନାହିଁ। ଉକ୍ତ ମନ୍ତ୍ରକୁ ଅନୁସରଣ କରି ଆମେ ଭାରତୀୟମାନେ ଆମ ଦେଶକୁ ବିକଶିତ ଏବଂ ଆତ୍ମନିର୍ଭରଶୀଳ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
-
ରୁଷ୍-ୟୁକ୍ରେନ୍ ଯୁଦ୍ଧ ଓ ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧକୁ ନେଇ ଉପୁଜିଥିବା ସଙ୍କଟ ଜାତିସଂଘର ବହୁତ ବଡ଼ ବିଫଳତାକୁ ପ୍ରତିପାଦିତ କରିଛି।
-
ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ମିଲାନରୁ ପ୍ରକାଶିତ ଏକ କଠୋର ଦକ୍ଷିଣପନ୍ଥୀ ଦୈନିକ ସମ୍ବାଦପତ୍ର ଲିବେରୋ କ୍ୱାଟିଡିଆନୋ ‘ମ୍ୟାନ୍ ଅଫ୍ ଦି ଇୟର’ ଭାବେ ମନୋନୀତ କରିଛି।
-
ରୁଷ୍ର ବେଲଗୋରୋଡ୍ରେ ଗୋଳା ଆକ୍ରମଣ ଫଳରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୩ ଜଣ ପିଲା ରହିଛନ୍ତି। ଏଥିସହିତ ୧୧୦ ଜଣ ଆହତ ହୋଇଛନ୍ତି।
-
ଷୋଡ଼ଶ ଅର୍ଥ ଆୟୋଗ ମୁଖ୍ୟ ଭାବେ ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିୟାଙ୍କୁ ନିଯୁକ୍ତି ଦିଆଯାଇଛି। ରିତ୍ବିକ ରଞ୍ଜନମ୍ ପାଣ୍ଡେଙ୍କୁ ଆୟୋଗର ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।
-
ନୂଆବର୍ଷରେ ମାନବଜାତି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ୨୦୨୪ ଜାନୁଆରି ପହିଲା ମଧ୍ୟରାତ୍ରରେ ବିଶ୍ୱର ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮ ବିଲିୟନ (୮୦୦ କୋଟି) ଅତିକ୍ରମ କରିବ ବୋଲି ଗୁରୁବାର ଆମେରିକୀୟ ଜନଗଣନା ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି।
-
ସରକାର ରବିବାର ‘ତେହେରିକ-ଏ-ହୁରିୟତ ଜାମ୍ମୁ କାଶ୍ମୀର’କୁ ବେଆଇନ ସଂଗଠନ ଘୋଷଣା କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
-
୨୦୨୩ରେ ଭିଜିଲାନ୍ସ ବିଭାଗକୁ ଅନେକ ଅଭୂତପୂର୍ବ ସଫଳତା ମିଳିଛି। ଚଳିତବର୍ଷ ୨୬୫ ଅପରାଧିକ ମାମଲା ପଞ୍ଜିକୃତ ହୋଇଥିବାବେଳେ ୧୬୬ ଅଫିସର ଓ ଅନ୍ୟାନ୍ୟ ଅଧିକାରୀ ଗିରଫ । ୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ପଞ୍ଜିକୃତ ହୋଇଥିବାବେଳେ ୧୨୪ କୋଟି ଟଙ୍କାର ସମ୍ପତ୍ତି ଜବତ । ଲାଞ୍ଚ ନେବା ବେଳେ ୯୮ଟି ଘଟଣା ଧରାଯାଇଛି ।
-
୨୦୨୧ରୁ ୨୦୨୨ ପର୍ଯ୍ୟନ୍ତ ମେସିନ୍ ଲର୍ଣ୍ଣିଂଠାରୁ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ) ପର୍ଯ୍ୟନ୍ତ ଅନେକ ବଡ଼ ପରିବର୍ତ୍ତନ ଦେଖୀବାକୁ ମିଳିଛି। ତେବେ ବର୍ଷ ୨୦୨୩ ମଧ୍ୟ ନୂତନ ଟେକ୍ନୋଲୋଜି ଦୃଷ୍ଟିରୁ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି। ବର୍ଷ ୨୦୨୩ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ଚାଟ୍ଜିପିଟି ସବୁଠାରୁ ଲୋକପ୍ରିୟ ଥିଲା।
-
ରବିବାର ରାଜ୍ୟରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ଅନ୍ୟପକ୍ଷେ ଦେଶରେ ମଧ୍ୟ କରୋନା ପଜିଟିଭଙ୍କ ସଂଖ୍ୟା ବଢିଚାଲିଛି। ରାଜ୍ୟର ୧୯ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଆକ୍ଟିଭ କେସ ସଂଖ୍ୟା ୧୮ ରହିଛି ।
-
ଜାନୁୟାରୀ ପହିଲାଠାରୁ ଦୀର୍ଘ ଏକ ବର୍ଷ ହେବ ବନ୍ଦ ରହିଥିବା ୟୁପିଆଇ ଆକାଉଣ୍ଟଗୁଡିକୁ ବନ୍ଦ କରାଯିବ। ପେଟିଏମ୍, ଫୋନ୍ ପେ ଏବଂ ଗୁଗୁଲ୍ ପେ ଭଳି ବ୍ୟାଙ୍କ ଏବଂ ତୃତୀୟ ପକ୍ଷ ଆପ୍ ମଧ୍ୟ ଜାନୁଆରୀ ପହିଲାରୁ ଏହିପରି ୟୁପିଆଇ ଆଇଡିଗୁଡିକୁ ନିଷ୍କ୍ରିୟ କରିବ।
-
ନୂଆ ବର୍ଷ ଆରମ୍ଭରୁ ପାର୍ସଲ ପଠାଇବା ମହଙ୍ଗା ହୋଇପାରେ। ଓଭରସିଜ୍ ଲଜିଷ୍ଟିକ୍ ବ୍ରାଣ୍ଡ ବ୍ଲୁ ଡାର୍ଟ ପାର୍ସଲ ମୂଲ୍ୟରେ କୁ ୭ପ୍ରତିଶତକୁ ବୃଦ୍ଧି କରିଛି।
-
ଗୁଗୁଲ୍ରେ ଚଳିତବର୍ଷ ବିଶ୍ୱକପ୍ ସର୍ଚ୍ଚ ଦୃଷ୍ଟିରୁ ନୂତନ ରେକର୍ଡ ଛୁଇଁଛି। ଗୁଗୁଲ୍ ଦ୍ବାରା ଶେୟାର କରାଯାଇଥିବା ସୂଚନାରେ ଚଳିତବର୍ଷ ଭାରତର ଲୋକମାନେ କ’ଣ ସବୁ ସର୍ବାଧିକ ସର୍ଚ୍ଚ ଖୋଜିଛନ୍ତି ସେ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଗୁଗୁଲ୍ ଟପ୍ ଟେନ୍ ସର୍ଚ୍ଚ ଲିଷ୍ଟରେ ସ୍ଥାନ ପାଇଛି।
-
ନୂଆବର୍ଷରେ ନୂଆ ଅନୁଭୂତି ବଖାଣିବ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ (ଆଇଏସ୍ବିଟି)। ଏହି ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିସାରିଛି। ଶେଷ ସ୍ପର୍ଶ ଦିଆଯାଉଥିବା ଏହି ବସ୍ଷ୍ଟାଣ୍ଡକୁ ୨୦୨୪ ଜାନୁଆରୀରେ ଉଦ୍ଘାଟନ କରାଯିବା ନେଇ ଯୋଜନା ରହିଛି। ଓଡ଼ିଶାର ପ୍ରଥମ ବିଶ୍ୱସ୍ତରୀୟ ଟ୍ରାନ୍ଜିଟ୍ ସିଷ୍ଟମ ବସ୍ ଟର୍ମିନାଲ ଭାବେ ବରମୁଣ୍ଡାକୁ ବିକଶିତ କରାଯାଉଛି।
-
୧୯୬୦ ମସିହାରେ ପ୍ରତିଷ୍ଠା କରାଯାଇ ୧୯୭୯ମସିହାରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା ନନ୍ଦନକାନନ। ଏହାର ମୋଟ ୪୦୦ ହେକ୍ଟର (୯୦୦ଏକର) ଜମିରେ ରହିଛି ଚିଡ଼ିଆଖାନା ଓ ବଟାନିକାଲ୍ ଗାର୍ଡେନ। ଏଠାରେ ଏସିଆ ମହାଦେଶର ସବୁଠୁ ବଡ଼ ଚିଡ଼ିଆଖାନା ଓ ପୃଥିବୀର ସବୁଠୁ ବଡ଼ ବିରଳ ଧଳାବାଘ ପ୍ରଜନନ କେନ୍ଦ୍ର ରହିଛି।
-
ବିନା ଅନୁମତିରେ ପ୍ରାୟ ୧୨୬ଟି ଗଛ କାଟିବା ସହିତ କର୍ଣ୍ଣାଟକର ହସନ୍ ଜିଲ୍ଲାସ୍ଥିତ ଏକ ଗାଁକୁ ସେ କାଠ ଚୋରାଚାଲାଣ କରିଥିବା ଅଭିଯୋଗରେ ‘ବିଜେପି’ ସାଂସଦ ପ୍ରତାପ ସିମ୍ହାଙ୍କ ଭାଇ ବିକ୍ରମି ସିମ୍ହାଙ୍କ ନାମରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି
-
‘ଇନ୍ଷ୍ଟାଗ୍ରାମ୍’ରେ ପ୍ରେମ ବ୍ୟାପାରକୁ ନେଇ ବୁଧବାର ରାତିରେ ଉତ୍ତରପୂର୍ବ ଦିଲ୍ଲୀର ଭାଗିରଥୀ ବିହାର ଅଞ୍ଚଳର ଏକ ଅଣଓସାରିଆ ଗଳିରେ ଜଣେ ୧୮ ବର୍ଷିୟ ଯୁବକ ଜଣେ ୨୦ ବର୍ଷିୟ ଯୁବକଙ୍କୁ ୫୦ ଥର ଛୁରି ଭୁସି ହତ୍ୟା କରିଥିବା କଥା ପୁଲିସ କହିଛି।
-
ଦେଶରେ ୮୪୧ଜଣ ନୂଆ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍ସାଇଟ୍ ସୂଚନାରୁ ଜଣାପଡ଼ିଛି। ଗତ ୨୨୭ ଦିନ ବା ୭ ମାସରେ ଏହା ହେଉଛି ସର୍ବାଧିକ ସଂକ୍ରମଣ ବୃଦ୍ଧି ରିପୋର୍ଟ।
-
ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଦୁଇ ପ୍ରତିଯୋଗୀ ପଦକ ହାସଲ କରିଛନ୍ତି। ବରିଷ୍ଠ ମହିଳା ୫୫କେଜି ବର୍ଗରେ ସ୍ନେହା ସୋରେନ୍ଙ୍କୁ ଦୁଇଟି ପଦକ ମିଳିଛି।
|
367 |
Y |
|
1200 |
01-01-2024 |
English |
-
India will usher in the New Year 2024 in a grand manner launching its first X-ray Polarimeter Satellite (XPoSat), which would offer insights into celestial objects like black holes, along with 10 other payloads Monday morning, said the Indian space agency.
-
Tripura Chief Minister Manik Saha Sunday claimed that Prime Minister Narendra Modi’s ‘Mann Ki Baat’ programme was more popular among the masses than ‘Mahabharat’ and ‘Ramayan’ mega TV serials of the 1980s.
-
A cancer care centre will come up in Western Odisha’s Veer Surendra Sai Institute of Medical Sciences and Research (VIMSAR), Burla by the end of 2024, an official source said.
-
The Indian Navy has deployed task groups comprising frontline destroyers and frigates in the central and north Arabian Sea and augmented its force levels in the region to undertake maritime security operations in view of recent attacks on commercial vessels in key shipping lanes.
-
For all the changes that technology has brought about, one thing will stay the same in 2024. Generation Alpha, kids born in the 2010s, are going to want to be “different” from their parents. For them, that means spending less time online.
-
Twenty-six-yearold SR Toshali, who secured eighth rank in the Odisha Judicial Service (OJS) Examination, said Sunday she was shaken by the 2012 ‘Nirbhaya’ gangrape case and it motivated her to pursue law to provide justice to women and children who are victims of such incidents.
-
A “bullishness” greets the skies as more passengers are set to step into airports and more aircraft, including A350s, are ready to carry them in expanding routes in 2024 even as the fate of two bankrupt airlines remain uncertain.
-
Delhi Chief Minister and AAP convener Arvind Kejriwal Sunday said his party has gained popularity for its "work-centric politics" and asserted the party workers should be ready "to go to jail for the paths we have chosen for the public good".
-
Bihar Chief Minister Nitish Kumar owns assets worth ₹ 1.64 crore, according to his latest public disclosure.
-
Jammu and Kashmir Police on Sunday announced cash rewards ranging from ₹ 1 lakh to ₹ 12.5 lakh will be given to people who provide information that will lead to tangible action against terrorism and drug trade.
-
With four Master's degrees and a PhD to his name, a man in Punjab is selling vegetables to make ends meet. Dr. Sandeep Singh, 39, was a contractual professor at Punjabi University in Patiala.
-
Shivraj Singh Chouhan said that schemes like 'Ladli Behna' have changed the lives of women of the state and he will continue to actively cooperate in connecting them and making them aware of the benefits of the scheme.
-
The central government on Sunday appointed Arvind Panagariya as the chairman of the new Finance Commission that will recommend how federal taxes will be shared with states.
-
The government on Sunday declared pro-Pakistan separatist amalgam Tehreek-e-Hurriyat (TeH) Jammu and Kashmir a banned organisation for fomenting terrorism and spreading anti-India propaganda in the Union territory.
-
Shubman Gill has managed to score only one fifty-plus score in the traditional format in 10 innings in 2023, a hundred against Australia at home in March.
|
384 |
Y |
|