Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
11 30-09-2025 Odia
  1. 1.ଧରାବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା । ମାଆଙ୍କ ଆଗମନରେ ଗାଁଠୁ ସହର ଉତ୍ସବମୁଖର ହୋଇଛି। ମଣ୍ଡପରେ ଆଜି ମାଙ୍କ ମହାଅଷ୍ଟମୀ ପୂଜା ଚାଲିଥିବା ବେଳେ ଶକ୍ତିପୀଠରେ ଚାଲିଛି ମହାନବମୀ ପୂଜା ।

  2. 2.୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ବାଜି ମାରିଛି ଏକାଧିକ ଓଡ଼ିଆ ଫିଲ୍ମ। ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ସମେତ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’ ଓ ‘ମୋ ବୋଉ, ମୋ ଗାଁ’କୁ ଜାତୀୟ ପୁରସ୍କାର ମିଳିଛି। ଏହାବ୍ୟତୀତ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।

  3. 3.ସୋସିଆଲ ନେଟୱାର୍କିଂ ଓ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ ସରକାରଙ୍କ ‘ସହଯୋଗ ପୋର୍ଟାଲ’କୁ ସମର୍ଥନ କରିବା ପାଇଁ ସେପ୍ଟେମ୍ବର ୨୪ରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରି ଏହାକୁ ଭାରତରେ ମୁକ୍ତ ଅଭିବ୍ୟକ୍ତି ପାଇଁ ଏକ ଝଟକା ବୋଲି କହିଛି। ଏଥିସହିତ ଏହି ଆଦେଶକୁ ଚ୍ୟାଲେଞ୍ଜ କରିବ ବୋଲି ନିଶ୍ଚିତ କରିଛି।

  4. 4.ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆତ୍ମଜୀବନୀ ‘ଆଇ ଆମ୍ ଜର୍ଜିଆ- ମାଇଁ ରୁଟ୍ସ, ମାଇଁ ପ୍ରିନ୍ସିପଲ୍ସ’ର ଭାରତୀୟ ସଂସ୍କରଣର ମୁଖବନ୍ଧ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୁଖବନ୍ଧରେ ମୋଦୀ କହିଛନ୍ତି ଯେ, ମେଲୋନି ଜଣେ ଦେଶପ୍ରେମୀ, ଉଲ୍ଲେଖନୀୟ ସମସାମୟିକ ନେତା ଏବଂ ଏହି ଆତ୍ମଜୀବନୀକୁ ତାଙ୍କର ‘ମନ୍ କୀ ବାତ୍’ କୁହାଯାଇପାରେ।

  5. 5.ଅନ୍ତର୍ଜାତୀୟ ଡାକ୍ତରୀ ପତ୍ରିକା ‘ଦ ଲାନ୍‌ସେଟ୍‌’ରେ ସଦ୍ୟ ପ୍ରକାଶିତ ଏକ ଗବେଷଣାତ୍ମକ ତଥ୍ୟରୁ ଜଣାପଡ଼ିଛି ଯେ, ଭାରତରେ ୧୯୯୦ରୁ ୨୦୨୩ ମଧ୍ୟରେ କ୍ୟାନସର ବା କର୍କଟ ରୋଗୀଙ୍କ ସଂଖ୍ୟା ୨୬ ପ୍ରତିଶତ ବୃଦ୍ଧି ପାଇଛି।

  6. 6.ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସୋମବାର ରେକର୍ଡ ହ୍ରାସ ପାଇଛି। ଟଙ୍କା ମୂଲ୍ୟ ୭ ପଇସା କମି ୧ ଡଲାର ମୂଲ୍ୟ ୮୮ ଟଙ୍କା ୭୯ ପଇସାରେ ପହଞ୍ଚିଛି।

  7. 7.ସୋସିଆଲ ନେଟୱାର୍କିଂ ଓ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ ସରକାରଙ୍କ ‘ସହଯୋଗ ପୋର୍ଟାଲ’କୁ ସମର୍ଥନ କରିବା ପାଇଁ ସେପ୍ଟେମ୍ବର ୨୪ରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରି ଏହାକୁ ଭାରତରେ ମୁକ୍ତ ଅଭିବ୍ୟକ୍ତି ପାଇଁ ଏକ ଝଟକା ବୋଲି କହିଛି। ଏଥିସହିତ ଏହି ଆଦେଶକୁ ଚ୍ୟାଲେଞ୍ଜ କରିବ ବୋଲି ନିଶ୍ଚିତ କରିଛି।

  8. 8.ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଜନସାଧାରଣ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବାରୁ ଆୱାମୀ ଆକ୍ସନ କମିଟି (ଏଏସି) ପକ୍ଷରୁ ଶେହବାଜ ସରିଫ ସରକାରଙ୍କ ବିରୋଧରେ ଆନ୍ଦୋଳନ ହୋଇଛି। ଏହି ହିଂସାତ୍ମକ ଆନ୍ଦୋଳନରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଜଣ ଆହତ ହୋଇଛନ୍ତି।

  9. 9.ଲେହକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଚାଲିଥିବା ଆନ୍ଦୋଳନ ସେପ୍ଟେମ୍ବର ୨୪ରେ ହିଂସାତ୍ମକ ରୂପ ନେଇଥିଲା। ଗୁଳିଚାଳନାର ନିରପେକ୍ଷ ବିଚାର ବିଭାଗୀୟ ତଦନ୍ତ ଦାବିରେ ଏଲ୍‌ଏବି ଆଜି ଆଲୋଚନାକୁ ବର୍ଜନ ଘୋଷଣା କରିଛି।  ଆନ୍ଦୋଳନ ସମୟରେ ଅଟକ ଥିବା ସମସ୍ତଙ୍କୁ ତୁରନ୍ତ ବିନା ସର୍ତ୍ତରେ ମୁକ୍ତ କରିବାକୁ କେଡିଏ କହିଛି। ଲଦାଖରୁ ଭୟ, ଦୁଃଖ ଓ  କ୍ରୋଧର ପରିବେଶ ଦୂର କରିବାକୁ ଏଲ୍‌ଏବି ଅଧ୍ୟକ୍ଷ ଥୁପ୍‌ସ୍ଥାନ୍‌ ଛିୱାଙ୍ଗ ସରକାରଙ୍କୁ କହିଛନ୍ତି।

  10. 10.ରାଜ୍ୟରୁ ଓଡ଼ିଶା କ୍ୟାଡରର ଆଉ ଦୁଇ ଜଣ ଆଇଏଏସ୍‌ ଅଫିସର୍‌ କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସମର୍ଥ ବର୍ମା ଏବଂ ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସ୍ବାଧାଦେବ ସିଂ କେନ୍ଦ୍ରୀୟ ଡେପୁଟେଶନରେ ଯିବେ।

  11. 11.ବଙ୍ଗୋପସାଗରରେ ନୂଆ ଲଘୁଚାପ ସୃଷ୍ଟି ହେବାରୁ ଓଡ଼ିଶାରେ ଦୁର୍ଗାପୂଜା ଉତ୍ସବ ମଳିନ କରିପାରେ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ଅକ୍ଟୋବର ୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବ।

  12. 12.କେନ୍ଦ୍ର ସରକାର ଓଡ଼ିଶାର ଶିରିଷ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରିଛନ୍ତି।

  13. 13.ଏମ୍‌ଏସଏମ୍‌ଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟ ଅର୍ଥ ନିଗମରେ ୫୦୮୯ଟି ଋଣ ଆକାଉଣ୍ଟ ଉପରେ ୨୪୪ କୋଟି ଟଙ୍କାର ମୂଳ ଅର୍ଥ ବିନିଯୋଗ ହୋଇଥିବା ବେଳେ ସୁଧ ଆସି ୯୬୧୬ କୋଟି ଟଙ୍କାରେ ପହଞ୍ଚିଲାଣି।

  14. 14.ପବିତ୍ର ଦୁର୍ଗା ପୂଜା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ପବିତ୍ର ଦୁର୍ଗା ପୂଜା ଆମ ସଂସ୍କୃତି, ଆସ୍ଥା ଓ ଆଧ୍ୟାତ୍ମିକ ଗୌରବର ପ୍ରତୀକ।

  15. 15.ଆର୍ୟନ ଖାନ୍ ଡ୍ରଗ୍ ମାମଲାର ଯାଞ୍ଚ ଅଧିକାରୀ ସମୀର ୱାନଖେଡେ ଶାହରୁଖ ଓ ଗୌରୀ ଖାନଙ୍କ ପ୍ରଡକ୍ସନ କମ୍ପାନୀ ରେଡ୍ ଚିଲିଜ୍ ଉପରେ ୨ କୋଟି ଟଙ୍କାର ମାନହାନି ମାମଲା କରିଛନ୍ତି।

53 Y
12 30-09-2025 English
  1. 1.The Union government has appointed Odisha-born Shirish Chandra Murmu as Deputy Governor of the Reserve Bank of India (RBI) for a three-year term. Murmu would replace M Rajeshwar Rao, whose extended tenure is coming to an end October 8.

  2. 2.National Institute of Technology (NIT), Rourkela researchers have developed a model based on artifi cial intelligence (AI) that aims to improve how vehicles communicate with each other in vehicular adhoc networks (VANETs).

  3. 3.Rupee consolidated in a narrow range and settled for the day lower by 3 paise at 88.75 against the US dollar Monday.

  4. 4.The state Cabinet Monday approved an outlay of Rs12,000 crore to set up 2,200 primary schools under Godabarish Adarsha Vidyalaya (GAV) scheme in three years from 2025-26, Chief Minister Mohan Charan Majhi said.

  5. 5.The twin city Commissionerate Police has deployed over 60 platoons of personnel each in Bhubaneswar and Cuttack to ensure the smooth conduct of Durga Puja festivities, offi cials said Monday.

  6. 6.Panic has gripped locals with as many as 52 elephants reportedly present in the North Ghumsur forest division of Ganjam district Monday. When night falls, the elephant herds leave the forest and cause extensive damage in nearby villages, residents said.

  7. 7.The Jammu and Kashmir administration Monday threw open seven tourist spots in the valley that were closed in the wake of the April 22 Pahalgam terror attack.

  8. 8.The final electoral roll of Bihar is set to be published Tuesday, with the Election Commission likely to follow it up with the announcement of the poll schedule of the key state next week.

  9. 9.Police Monday arrested 29 more people including a close aide of cleric Tauqeer Raza Khan in connection with last week's violence in Bareilly after Friday prayers, even as internet suspension in the district was extended till Tuesday midnight, officials said.

  10. 10.The Delhi High Court has restrained Rupa Publications India Pvt. Ltd. from publishing or selling its red-and-black coat-pocket edition of the Constitution of India, after fi nding it "prima facie" similar to the same book published by Eastern Book Company.

  11. 11.Canada Monday said it has listed the Bishnoi Gang as a terrorist entity for creating a “climate of fear and intimidation”. “Acts of violence and terror have no place in Canada.

  12. 12.Singapore’s total population hit a new high of 6.11 million as of June 2025, an increase of 1.2 per cent in a year, mainly due to the growth in the non-resident population, mostly foreigners and migrants.

  13. 13.US President Donald Trump hosted Israeli Prime Minister Benjamin Netanyahu for pivotal talks Monday to press him to back a Gaza peace proposal aimed at ending a nearly two-year-old war that has seen Israel face growing international isolation.

  14. 14. Silver prices Monday soared by Rs7,000 to hit an all-time high of Rs1.5 lakh per kilogram in the national capital, while gold also scaled a fresh peak of Rs 1,19,500 per 10 grams amid strong global trends.

  15. 15.Courier services provider Blue Dart Express Monday said it will increase the prices of its shipments between 9-12 per cent from January 1, 2026.

30 Y
13 29-09-2025 Odia
  1. 1.ନ୍ୟୁୟର୍କରୁ ସାରା ଦୁନିଆ ଦେଖିଲା ପେଡ୍ ପିରିୟଡ଼ ଲିଭ ଉପରେ ବିଶ୍ବର ପ୍ରଥମ ପ୍ରାମାଣିକ ଚଳଚ୍ଚିତ୍ର । ଜାତିସଂଘର ଚର୍ଚ୍ଚ ସେଣ୍ଟରରେ ପ୍ରଦର୍ଶିତ ଓଡ଼ିଆ ସିନେମା । ‘ପେଡ୍ ପିରିୟଡ଼ ଲିଭ’ ନେଇ ନିର୍ମିତ ହୋଇଥିବା ଏହି ସିନେମା ନ୍ୟୁୟର୍କରେ ପ୍ରଦର୍ଶିତ ହୋଇଥିବା ବେଳେ ସମସ୍ତଙ୍କ ମନମୋହିଛି ଏବଂ ପ୍ରଶଂସା ସାଉଁଟିଛି । 

  2. 2.ଚୀନ୍ ସେନା ପରୀକ୍ଷାଗାରରେ ଏକ ଘାତକ ପରୀକ୍ଷଣ କରିଛି। ପିଏଲଏ ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ "ଟ୍ରିପଲ-ନ୍ୟୁକ୍ଲିୟର ଷ୍ଟ୍ରାଇକ୍" ପରୀକ୍ଷଣ କରିଛନ୍ତି। ଏହାର ଅର୍ଥ ହେଉଛି ବିସ୍ଫୋରଣ ଗୋଟିଏ ଯୁଦ୍ଧାସ୍ତ୍ର ଦ୍ୱାରା ନୁହେଁ, ବରଂ ଗୋଟିଏ ପରେ ଗୋଟିଏ କିମ୍ବା ଏକକାଳୀନ ଫାୟାର କରାଯାଇଥିବା ଛୋଟ, କମ୍ ଉତ୍ପାଦନକ୍ଷମ ଯୁଦ୍ଧାସ୍ତ୍ର ଦ୍ୱାରା ହେବ, ଯାହା ଏକ ଗତିଶୀଳ କ୍ଲଷ୍ଟର ଗଠନ କରିବ।

  3. 3.ବର୍ତ୍ତମାନ ଦେଶରେ ଚଳାଚଳ କରୁଥିବା ଇଲେକ୍ଟ୍ରିକ୍ ଯାନ (ଇଭି)ଗୁଡ଼ିକରୁ କୌଣସି ଶବ୍ଦ ବାହାରୁ ନ ଥିବାରୁ ତାହା ଆସୁଥିବା ବିଷୟରେ ଲୋକମାନେ କିଛି ଜାଣିପାରୁନାହାନ୍ତି। ଫଳରେ ଦୁର୍ଘଟଣାର ଆଶଙ୍କା ରହୁଛି। ସେଥିପାଇଁ ଇଭିରେ ଅକୋଷ୍ଟିକ୍ ଭେଇକିଲ୍ ଆଲର୍ଟିଂ ସିଷ୍ଟମ୍ (ଏଭିଏଏସ୍‌) ଲଗାଇବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଇଭି ନିର୍ମାତାମାନଙ୍କୁ କହିଛନ୍ତି।

  4. 4.ୟୁଏଇର ସାର୍‌ଜାରେ ୧୦ କିଗ୍ରାରୁ ଅଧିକ ସୁନାରେ ପ୍ରସ୍ତୁତ ‌ଡ୍ରେସ୍‌ ଏବେ ‌ସାମ୍‌ନାକୁ ଆସିଛି। ଡ୍ରେସ୍‌ଟି ଗିନିଜ୍‌ ୱାର୍ଲଡ୍‌ ରେକର୍ଡରେ ସବୁଠୁ ଅଧିକ ଓଜନ ସୁନାରେ ନିର୍ମିତ ‌ପୋଷାକ ମାନ୍ୟତା ବି ପାଇଛି। ଉକ୍ତ ଡ୍ରେସ୍‌ର ଡିଜାଇନ୍‌ ଓ ନିର୍ମାଣ ଅଲ୍‌ ‌ରୋମାଇଜାନ୍‌ ଗୋଲ୍‌ଡ ଆଣ୍ଡ୍‌ ଜୁଏଲାରି ନାମକ ସାଉଦି ଆରବ କମ୍ପାନି ପକ୍ଷରୁ କରାଯାଇଛି। 

  5. 5.ଦେଶର ୨୯ଟି ବଡ଼ ସହରରେ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି ଯେ  ୧୦୦ ଟଙ୍କାର ଖର୍ଚ୍ଚରେ ୭୪ ଟଙ୍କା ଡିଜିଟାଲ୍‌ ଜରିଆରେ ପୈଠ ହେଉଛି।

  6. 6.ଓଡିଶା ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ ପାରିତ ହୋଇଛି । କାରଖାନା ୧୯୪୯ର ସଂଶୋଧନ ଆଇନ ମଧ୍ୟ ପାରିତ ହୋଇଛି । ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ସପ୍ତାହକରେ ୪୮ଘଣ୍ଟାରୁ ଅଧିକ କାମ କରିଲେ ଓଭରଟାଇମ୍‍ ମିଳିବ । ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ ।

  7. 7.ଭାରତରେ ନିର୍ମିତ ବିଦେଶୀ ମଦ (IMFL) ବିକ୍ରିରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଆଧିପତ୍ୟ ବଜାୟ ରଖିଛନ୍ତି। ଅର୍ଥନୈତିକ ବର୍ଷ ୨୦୨୫ (FY25)ରେ ଦକ୍ଷିଣ ଭାରତ ସମୁଦାୟ ଦେଶୀୟ ଆୟର ୫୮% ଅଂଶ ଅର୍ଜନ କରିଛି, ଯେଉଁଥିରେ କର୍ଣ୍ଣାଟକ ୧୭% ଅଂଶ ସହିତ ଜାତୀୟ ସ୍ତରରେ ଶୀର୍ଷ ସ୍ଥାନରେ ରହିଛି।

  8. 8.ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନକୁ ପରାଜିତ କରି ନବମ ଥର ପାଇଁ ଭାରତ ଏସିଆ କପ୍ ହାସଲ କରିଛି। ଏଥିଲାଗି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଭାରତୀୟ କ୍ରିକେଟ୍ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

  9. 9.ତାମିଲନାଡ଼ୁର କରୁରରେ ଗତକାଲି ତାମିଲାଗା ଭେଟ୍ଟ୍ରି କାଜାଗମ୍‌ (ଟିଭିକେ) ଦଳର ମୁଖ୍ୟ ବିଜୟଙ୍କ ରାଲିରେ ହୋଇଥିବା ଦଳାଚକଟା ଘଟଣାରେ ମୃତ୍ୟୁସଂଖ୍ୟା ୪୦କୁ ବୃଦ୍ଧି ପାଇଛି।

  10. 10.ଆମେରିକାରେ ପୁଣି ଏକ ଗୁଳିକାଣ୍ଡ ହୋଇଛି । ରବିବାର ମିସିଗାନର ଗ୍ରାଣ୍ଡ ବ୍ଲାଙ୍କରେ ଥିବା ଚର୍ଚ୍ଚ ଅଫ୍ ଜିସସ୍ ଖ୍ରୀଷ୍ଟ ଅଫ୍ ଲାଟର-ଡେ ସେଣ୍ଟସ୍ (ମୋରମନ୍ ଚର୍ଚ୍ଚ)ରେ ଏହି ଗୁଳିକାଣ୍ଡ ଘଟିଛି।

  11. 11.ସେପ୍ଟେମ୍ବର ୩୦ ତାରିଖରେ ବିହାର ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଅକ୍ଟୋବର ୬ କିମ୍ବା ୭ ତାରିଖରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ (ଇସି) କାର୍ଯ୍ୟସୂଚୀ ଘୋଷଣା କରିବାର ସମ୍ଭାବନା ରହିଛି।

  12. 12.ହୀରାକୁଦ ଡ୍ୟାମର  ବର୍ତ୍ତମାନ ୬ଟି ଗେଟ୍‍ ଖୋଲାଯାଇଛି । ବାମ ପଟର ୪ଟି ଗେଟ୍‍ ଓ ଡାହାଣ ପଟର ୨ଟି ଗେଟ୍‍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୯.୩୭ ରହିଛି । ପ୍ରତି ସେକେଣ୍ଡରେ ୧ଲକ୍ଷ ୯୬ହଜାର ୪୯୪ କ୍ୟୁସେକ୍‍ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୧ଲକ୍ଷ ୩୩ହଜାର ୭୫୮କ୍ୟୁସେକ୍‍ ଜଳ ନିଷ୍କାସିତ ହେଉଛି ।

  13. 13.ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପ୍ରଶାସନିକ ସେବା ପରୀକ୍ଷାରେ କିସ୍‌ର ୨ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ହେଲେ ପ୍ରଦୀପ କୁମାର ଭତ୍ରା ଓ ପୁଷ୍ପରାଣୀ କୁଜୁର।

  14. 14.ଶିକ୍ଷା ବିଭାଗରେ କାର୍ଯ୍ୟରତ କିରାଣି(ମିନିଷ୍ଟେରିଆଲ ଷ୍ଟାଫ୍‌)ଙ୍କର ୩ ବର୍ଷରେ ବଦଳି ବାଧ୍ୟତାମୂଳକ କରାଯାଇଛି।

  15. 15.ସରକାରୀ ଟେଲିକମ କମ୍ପାନୀ BSNL ଆଉ ଏକ ଦମଦାର ରିଚାର୍ଜ ପ୍ଲାନ ଲଞ୍ଚ କରିଛି। ଏହି ଯୋଜନା ୩୦ ଦିନର ଭ୍ୟାଲିଡିଟି ସହିତ ଆସିଥାଏ ଏବଂ ଘରୋଇ କମ୍ପାନୀଗୁଡ଼ିକ ତୁଳନାରେ ପ୍ରାୟ ୪୦% ଶସ୍ତା।

56 Y
14 29-09-2025 English
  1. 1.The toll in the stampede during a rally by Tamilaga Vettri Kazhagam (TVK) in Karur’s Veluchamypuram rose to 40 after a man succumbed to injuries at a government hospital, a Health offi cial said Sunday.

  2. 2.Odisha is likely to experience a wet Dussehra October 2, as a low-pressure area is expected to form over the Bay of Bengal the previous day, bringing heavy rainfall in the eastern state, the IMD said.

  3. 3. A 32-year-old visually challenged teacher from Jajpur district cleared the Odisha Civil Services (OCS) examination, securing 300th rank in his third attempt.

  4. 4.Kerala Infrastructure and Technology for Education (KITE), the technology wing of the state General Education Department, has successfully implemented comprehensive online management portals to fully digitise the activities of the NSS across the higher secondary and vocational higher secondary schools in the state.

  5. 5.As per a government  survey In societal attitudes towards marriage, 62.5 per cent of girls in Madhya Pradesh are now preferring to marry after the age of 21, compared to 56 per cent in 2020.

  6. 6.Delhi Chief Minister Rekha Gupta Sunday fl agged off 300 new DTC electric buses, saying their routes have been rationalised for better connectivity.

  7. 7.A Delhi court Sunday remanded Chaitanyananda Saraswati, a selfstyled godman and a sexual harassment accused, to fi ve days’ police custody for questioning.

  8. 8.Union Home Minister Amit Shah Sunday rejected the ceasefire offer given by Maoists, saying if the extremists want to surrender and lay down arms, they are most welcome to do so and security forces would not fi re a single bullet on them.

  9. 9.US President Donald Trump said he was directing the US military to deploy to Portland, Oregon and to protect federal immigration facilities against "domestic terrorists", saying he was authorizing them to use "full force, if necessary."

  10. 10.The Centre has issued operational guidelines for the deployment of about 72,300 public EV charging stations across the country with Rs 2,000-crore outlay under the Rs 10,900 crore PM E-DRIVE scheme.

  11. 11.The UK government has announced a 1.5-billion pound ($2 billion) loan guarantee for Jaguar Land Rover (JLR) to stabilise its supply chain following a cyberattack that halted production for nearly a month.

  12. 12.The Commissionerate Police has tightened security in the twin cities of Bhubaneswar and Cuttack for smooth organisation Dussehra festival. This year, altogether 193 Puja pandals have come up in the capital city and 160 in the Silver City.

  13. 13.The Central Government has appointed Shirish Chandra Murmu as the new Deputy Governor of the Reserve Bank of India (RBI) for a tenure of three years, effective October 9.

  14. 14.The Odisha Cabinet on Monday approved a landmark proposal to establish Adarsha Vidyalayas (model schools) in every Gram Panchayat under the Godabarisha Mishra Adarsha Prathamika Vidyalaya Yojana.

  15. 15.  Former Delhi captain Mithun Manhas was elected the president of the Board of Control for Cricket in India (BCCI) unopposed along with other members, including board’s secretary Devajit Saikia, during its 94th Annual General Meeting (AGM) at its headquarters here Sunday.

45 Y
15 28-09-2025 Odia
  1. 1.ବିଶ୍ୱର ୮୦ ପ୍ରତିଶତ ସମସ୍ୟାର ମୂଳ ହେଉଛି ବୃଦ୍ଧମାନେ କ୍ଷମତାରେ ରହିବା। ସେମାନେ ପିରାମିଡ୍ ନିର୍ମାଣ କରନ୍ତି ଏବଂ ସବୁକିଛି ଉପରେ ସେମାନଙ୍କର ନାମ ରଖନ୍ତି ବୋଲି ୬୪ ବର୍ଷୀୟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଶୁକ୍ରବାର ଲଣ୍ଡନରେ ବ୍ରିଟିସ ଐତିହାସିକ ଡେଭିଡ୍ ଓଲୁସୋଗାଙ୍କୁ କହିଛନ୍ତି।

  2. 2.ଅଭିନେତାରୁ ରାଜନେତା ପାଲଟିଥିବା ତାମିଲନାଡ଼ୁର ଥାଲାପତି ବିଜୟଙ୍କ ଜନସଭା ରୢାଲିରେ ଆଜି ବଡ଼ଧରଣର ଦଳାଚକଟା ହୋଇଛି। ଏଥିରେ ୧୦ ଶିଶୁ ଓ ୧୬ ମହିଳାଙ୍କ ସମେତ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ୭୦ରୁ ଅଧିକ ଲୋକ ଅସୁସ୍ଥ ଓ ଗୁରୁତର ଆହତ ‌ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

  3. 3.ଦିଲ୍ଲୀସ୍ଥିତ ଶ୍ରୀ ଶାରଦା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କୁ ଗିରଫ କଲା ପୁଲିସ। ଆଗ୍ରାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

  4. 4.ସୋନମ ୱାଙ୍ଗଚୁକ୍‌ ଦୀର୍ଘ ଦିନ ଧରି ଲଦାଖକୁ ରାଜ୍ୟ ମାନ୍ୟତା ଦେବା ଏବଂ ଆଦିବାସୀ ଅଧିକାର ସଂରକ୍ଷଣ ପାଇଁ ଷଷ୍ଠ ଅନୁସୂଚୀ ଅଧୀନରେ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ୱୀକୃତି ଦେବା ପାଇଁ ଲଢ଼େଇ କରିଆସୁଛନ୍ତି। ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍‌ଙ୍କୁ ଗିରଫ ପରେ ଯୋଧପୁର କେନ୍ଦ୍ରୀୟ କାରାଗାରରୁ ପଠାଇ ଦିଆଯାଇଛି।

  5. 5.ଦେଶର ସହରାଞ୍ଚଳଗୁଡ଼ିକରେ ‌ଦୈନନ୍ଦିନ କିଣାକିଣି ସମୟରେ ଅଧିକରୁ ଅଧିକ ଅର୍ଥ ନଗଦ ବଦଳରେ ଡିଜିଟାଲ୍‌ ଆକାରରେ ପୈଠ କରାଯାଉଛି। ଦେଶର ୨୯ଟି ବଡ଼ ସହରରେ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି ଯେ  ୧୦୦ ଟଙ୍କାର ଖର୍ଚ୍ଚରେ ୭୪ ଟଙ୍କା ଡିଜିଟାଲ୍‌ ଜରିଆରେ ପୈଠ ହେଉଛି।

  6. 6.ବିଲ୍‌ ଗେଟ୍‌ସଙ୍କ କମ୍ପାନି ମାଇକ୍ରୋସଫ୍ଟ ଏହାର ୱିଣ୍ଡୋଜ୍‌ ୧୦ ଅପରେଟିଂ ସିଷ୍ଟମକୁ ନିୟମିତ ଅପ୍‌ଡେଟ୍‌ ଦେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ଅକ୍ଟୋବର ୧୪ରୁ ଏହା କୌଣସି ଅପ୍‌ଡେଟ୍‌ ଦେବ ନାହିଁ। ଫଳରେ ୱିଣ୍ଡୋଜ୍‌ ୧୦ରେ ଚାଲୁଥିବା କମ୍ପ୍ୟୁଟରଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିବ ଓ ସେଥିରେ ସାଇବର ଆକ୍ରମଣ ଆଶଙ୍କା ବଢ଼ିଯିବ।

  7. 7.ଆଗାମୀ ବିହାର ବିଧାନସଭା ନିର୍ବାଚନ ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ନିର୍ବାଚନ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିସନ  ଅକ୍ଟୋବର ୪ ଏବଂ ୫, ୨୦୨୫ରେ ବିହାର ଗସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

  8. 8.ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ପରିବାର ଧୂଲେ ଜିଲ୍ଲାରେ ମହାରାଷ୍ଟ୍ର ମନ୍ତ୍ରୀ ଜୟକୁମାର ରାୱଲଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଛନ୍ତି | ଜୟକୁମାର ସେମାନଙ୍କ ପୈତୃକ ଜମି ବେଆଇନ ଭାବରେ ଦଖଲ କରିଥିବା ଅଭିଯୋଗ କରିଛନ୍ତି।

  9. 9.ଆଟର୍ଣ୍ଣି ଜେନେରାଲ ଭାବରେ ବରିଷ୍ଠ ଆଇନଜୀବୀ ଆର. ଭେଙ୍କଟରମଣିଙ୍କ କାର୍ଯ୍ୟକାଳକୁ ଆହୁରି ୨ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି କେନ୍ଦ୍ର ସରକାର। ଅକ୍ଟୋବର ୧, ୨୦୨୫ ରୁ ଆହୁରି ଦୁଇ ବର୍ଷ ପର୍ଯ୍ୟନ୍ତ ତ‌ାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବା ପରେ ସେ ସେପ୍ଟେମ୍ବର ୩୦, ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।

  10. 10.ଚୈତନ୍ୟାନନ୍ଦଙ୍କ ବିରୋଧରେ ଏଫଆଇଆର ଦାୟର ହେବା ପରଠାରୁ 'ବାବା'ଙ୍କ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ମଧ୍ୟରେ, କର୍ତ୍ତୃପକ୍ଷମାନେ ଜାଣିବାକୁ ପାଇଛନ୍ତି ଯେ ଚୈତନ୍ୟାନନ୍ଦ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ପାଇଁ ଭିନ୍ନ ଭିନ୍ନ ନାମ ଏବଂ ପ୍ରମାଣପତ୍ର ବ୍ୟବହାର କରିଥିଲେ। ତଦନ୍ତକାରୀମାନେ କହିଛନ୍ତି ଯେ ଏଫଆଇଆର ଦାୟର ହେବା ପରେ ବାବା ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଉଠାଇ ନେଇଥିଲେ।

  11. 11.ଦେଶ ଭିତରେ ସ୍ପିଡ୍ ପୋଷ୍ଟର ଶୁଳ୍କ ଶେଷ ଥର ପାଇଁ ୨୦୧୨ ଅକ୍ଟୋବରରେ ସଂଶୋଧିତ ହୋଇଥିବା ବେଳେ ସଂଶୋଧିତ ଦର ନେଇ ଡାକ ବିଭାଗ ସୂଚନା ଦେଇଛି। ଦସ୍ତାବିଜ ଏବଂ ପାର୍ସଲ ପାଇଁ ସ୍ପିଡ୍ ପୋଷ୍ଟ ଅଧୀନରେ ପଞ୍ଜିକରଣର ମୂଲ୍ୟଯୁକ୍ତ ସେବା ପାଇଁ ୫ ଟଙ୍କା ଲାଗୁ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁଳ୍କ ଉପରେ ୧୦% ଓ ନୂଆ ଗ୍ରାହକଙ୍କ ପାଇଁ ୫% ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯିବ।

  12. 12.ରାହୁଲ ବ୍ରାଜିଲ ଓ କଲମ୍ବିଆରେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବେ। ଏହା ସହ କିଛି ଦେଶର ରାଷ୍ଟ୍ରପତି ଓ ବରିଷ୍ଠ ନେତାଙ୍କ ସହ ବୈଠକ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହି ସମୟରେ ରାହୁଲ ଆମେରିକା ଶୁଳ୍କ ବୃଦ୍ଧି ମାମଲାରେ ମଧ୍ୟ ଅନ୍ୟ ଦେଶର ନେତାଙ୍କ ସହିତ ବିଚାର ବିମର୍ଶ କରିବେ।

  13. 13.ଜାତୀୟ ରାଜପଥରେ ଗୋରୁଙ୍କ ପ୍ରାଦୁର୍ଭାବ ହ୍ରାସ ପାଇଁ ଆରମ୍ଭ ହେବ ଅଭିଯାନ। ଏହା ପୂର୍ବରୁ ଭାରତୀୟ ରାଜମାର୍ଗ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଗାଈଗୋରୁଙ୍କ ପାଇଁ ସର୍ବାଧିକ ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ କରାଯିବ।

  14. 14.ହୀରାକୁଦ ଜଳ ଭଣ୍ଡାରରୁ ୨୦ଟି ଫାଟକ ଦେଇ ନିଷ୍କାସିତ ବନ୍ୟାଜଳ ଶନିବାର ମୁଣ୍ଡଳିରେ ଶୀର୍ଷ ଛୁଇଁଛି। ଗତକାଲି ସନ୍ଧ୍ୟା ୬ଟା ବେଳକୁ ମୁଣ୍ଡଳିରେ ବନ୍ୟାପାଣି ୫.୭୩ ଲକ୍ଷ କ୍ୟୁସେକ୍ ପ୍ରବାହିତ ହେଉଥିବା ବେଳେ ଶନିବାର ରାତି ୯.୩୦ ସୁଦ୍ଧା ତାହା ବୃଦ୍ଧି ପାଇ ୫ଲକ୍ଷ ୯୨ ହଜାର ୨୫୫ କ୍ୟୁସେକ୍‌ରେ ପହଞ୍ଚିଛି।

  15. 15.ଚଳିତବର୍ଷ ଶେଷଆଡକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନେତୃତ୍ବରେ ନିର୍ବାଚନ କମିଶନ (ଇସି) ଟିମ୍‌ ଅକ୍ଟୋବର ୪ରେ ବିହାର ଗସ୍ତ କରିବେ ବୋଲି ଜଣାପଡିଛି।

77 Y
16 28-09-2025 English
  1. 1.Prime Minister Narendra Modi laid the foundation stone and inaugurated development projects worth over Rs50,000 crore across telecommunications, railways, higher education, healthcare, skill development and rural housing sectors at an event in Jharsuguda, Saturday.

  2. 2.Thirty-six people, including eight children, died in a stampede at actor-politician Vijay’s rally in Karur, about 400 km away from Chennai, Saturday, Tamil Nadu Chief Minister TN Chief Minister MK Stalin said.

  3. 3. Nestled in the heart of the Indian Himalayas, the Cold Desert Biosphere Reserve in Himachal Pradesh’s Lahaul-Spiti district has earned a prestigious new title as India’s latest UNESCO Biosphere Reserve, taking the country’s total UNESCO-recognised biosphere reserves to 13.

  4. 4.The third day at the 6th Indian Documentary Film Festival Bhubaneswar(IDFFB) organised by Film Society of Bhubaneswar (FSB) opened with Flanders Di Zameen Vich by Sachin. The day followed with screening of Prachee Bajania’s Here Lies Makhfi based on the story of 17th century Indian princess Zebun-nissa who wrote persian poet.

  5. 5. In a major boost to telecommunication infrastructure, Prime Minister Narendra Modi Saturday inaugurated BSNL’s ‘swadeshi’ 4G stack, marking India’s entry into a coveted league of nations that manufacture telecom equipment.

  6. 6.The Sun Temple in Odisha’s Konark attracted 3.57 million domestic visitors in the financial year 2024-25, according to data published in a compendium released by the Ministry of Tourism at an event held here to mark World Tourism Day Saturday.

  7. 7.The Crime Branch of Odisha Police fi led a second chargesheet at the SDJM court here in the alleged self-immolation case of Soumyashree Bishi, an Integrated BEd student of Fakir Mohan Autonomous College, Saturday.

  8. 8.Paradip Port Authority (PPA), Odisha’s lone major port, Saturday announced that it clocked an unprecedented 75 Million Metric Tonnes (MMT) of cargo throughput in the current fi scal year, making it the fastest 75 MMT ever handled in the history of all Indian major ports.

  9. 9.Passengers from Mahatma Gandhi Bus Station (MGBS) in Hyderabad were rescued by Disaster Response Force teams as fl oods in the Musi River inundated the biggest bus station in Telangana.

  10. 10.The Telangana government Friday issued an order reserving 42 per cent seats and positions in local bodies for the Backward Classes (BCs).

  11. 11.Assam Chief Minister Himanta Biswa Sarma said Saturday that lookout notices have been issued against North East India Festival organiser Shyamkanu Mahanta and Zubeen Garg’s manager Siddharth Sharma in the singer’s death case.

  12. 12.The Election Commission, led by CEC Gyanesh Kumar, will visit Patna October 4 and 5 to take stock of poll preparedness in Bihar. The term of the 243-member legislative assembly ends November 22,

  13. 13.Tensions between the United States and Colombia have escalated with the State Department announcing it was revoking a visa for Gustavo Petro, president of the Latin American country, after he participated in a New York protest where he called on American soldiers to disobey President Donald Trump's orders.

  14. 14.Shailesh Kumar and Varun Singh Bhati opened hosts India's account at the World Para Athletics Championships, winning the gold and bronze medals respectively in the men's high jump T63 event here Saturday.

  15. 15.Indian shooters dominated the 10m air pistol mixed team event, clinching the top-two podium finishes while skeet exponent Raiza Dhillon pocketed a silver as the hosts continued to shine in the ISSF Junior World Cup at the Dr Karni Singh Ranges, here Saturday.

49 Y
17 27-09-2025 Odia
  1. 1.ଦେଶରେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଲାଗୁ କରିବାକୁ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। 

  2. 2.ଚଳିତ ବର୍ଷ ମେ’ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିରେ କୌଣସି ତୃତୀୟ ପକ୍ଷର ହାତ ନାହିଁ ବୋଲି ଭାରତ ବାରମ୍ବାର ଦାବି କରି ଆସିଥିଲେ ସୁଦ୍ଧା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ମାନି ନାହାନ୍ତି। ବାରମ୍ବାର ସେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିର ଶ୍ରେୟ ନେବାକୁ ଚେଷ୍ଟା‌ କରିଛନ୍ତି।

  3. 3.ନାରାୟଣପୁର ଜିଲ୍ଲାରେ ଏକ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଥିବା ଶୀର୍ଷ ମାଓବାଦୀ କମାଣ୍ଡର କାଥା ରାମଚନ୍ଦ୍ର ରେଡ୍ଡୀର ମୃତଦେହକୁ ସଂରକ୍ଷଣ କରିବାକୁ ଶୁକ୍ରବାର ସୁପ୍ରିମ୍‌କୋର୍ଟ ଛତିଶଗଡ଼ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

  4. 4.୬ ଦଶନ୍ଧିରୁ ଅଧିକ ସମୟ ଧରି, ମିଗ୍‌-୨୧ ଭାରତୀୟ ବାୟୁସେନାର ମେରୁଦଣ୍ଡ ହୋଇ ରହିଥିଲା। ୧୯୬୫ ମସିହାର ଭାରତ-ପାକ୍ ଯୁଦ୍ଧରେ, ନୂତନ ଭାବରେ ସାମିଲ ହୋଇଥିବା ମିଗ୍‌-୨୧ ଯୁଦ୍ଧ ପାଟ୍ରୋଲ୍ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାୟୁ ପ୍ରତିରକ୍ଷା ଯୋଗାଇଥିଲା। ୧୯୭୧ ସୁଦ୍ଧା ଏହା ନିର୍ଣ୍ଣାୟକ ହୋଇଥିଲା। 

  5. 5.ଦିଲ୍ଲୀସ୍ଥିତ ଶ୍ରୀ ଶାରଦା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଛାତ୍ରୀମାନଙ୍କୁ କିପରି ପ୍ରଲୋଭିତ କରୁଥିଲେ।  ସହରର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଅନୁଷ୍ଠାନରୁ ବହିଷ୍କୃତ ଛାତ୍ରୀ ଜଣକ କହିଛନ୍ତି, ଭଣ୍ଡ ବାବା ଛାତ୍ରୀମାନଙ୍କୁ ମାଗଣା ବିଦେଶ ଯାତ୍ରା, ଆଇଫୋନ୍, କାର୍ ଓ ଲାପ୍‌ଟପ୍ ଅଫର କରୁଥିଲେ।

  6. 6.ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶୁକ୍ରବାର ଦାବି କରିଛନ୍ତି ଯେ  ଚଳିତ ବର୍ଷ ସାମରିକ ସଂଘର୍ଷ ସମୟରେ ଭାରତର ୭ଟି ଯୁଦ୍ଧ ବିମାନକୁ  ପାକିସ୍ତାନ ଖସାଇ ଦେଇଛି। ଜାତିସଂଘ ସାଧାରଣ ଅଧିବେଶନରେ ଉଦ୍‌ବୋଧନ ଦେବା ଅବସରରେ ସରିଫ ତାଙ୍କ ଦେଶର ବାୟ‌ୁସେନାକୁ ପ୍ରଶଂସା କରି ଏହି ଟିପ୍ପଣୀ ଦେଇଛନ୍ତି।

  7. 7.ଭାରତ କହିଛି ଯେ ଯଦି ଇରାନ ଓ ଭେନିଜୁଏଲାରୁ ତେଲ କିଣାକୁ ଅନୁମତି ଦିଆଯାଏ, ତେବେ ରୁଷରୁ ତେଲ କିଣା ବନ୍ଦ କରିବାକୁ ବିଚାର କରାଯିବ ।

  8. 8.ବରେଲୀରେ ନମାଜ ପାଠ ପରେ ଗଣ୍ଡଗୋଳ ପରିସ୍ଥିତି । ‘ଆଇ ଲଭ ମହମ୍ମଦ’ ପୋଷ୍ଟର ବିବାଦକୁ ନେଇ ହଙ୍ଗାମା । ରାସ୍ତାରେ ଉତ୍ତେଜନା ମୂଳକ ପରିସ୍ଥିତି ।  ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିବା ପରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯିବ ସହ ଦୋକାନ ବଜାର ବନ୍ଦ କରାଯାଇଛି ।

  9. 9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାରସୁଗୁଡ଼ାରୁ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ୪ଜି ସେବା ଆରମ୍ଭ କରିବେ।ଡିଜିଟାଲ୍‌ ଭାରତ ନିଧି ଅଧୀନରେ ବିଏସ୍‌ଏନ୍‌ଏଲ୍‌ ଦ୍ବାରା ୧୪,୧୮୦ଟି ୪ଜି ସାଇଟ୍‌ କାର୍ଯ୍ୟକ୍ଷମ କରାଯାଇଛି।

  10.  10. ଓଡ଼ିଆ ସିନେମା ଇତିହାସରେ ଭୋର୍‌ ସମୟରୁ ମୁକ୍ତିଲାଭ କରିବା ଭଳି ଘଟଣା ପ୍ରଥମ ଥର କଟକରେ ଦେଖିବାକୁ ମିଳିଛି। ଅନୁଭବ ମହାନ୍ତି ଅଭିନୀତ ସିନେମା ‘ଚାରିଧାମ’ ଭୋର ସାଢ଼େ ୫ଟାରେ କଟକ ବୃନ୍ଦାବନ ସିନେମା ହଲରେ ମୁକ୍ତିଲାଭ କରିଛି।

  11. 11.ଟାଟା ମୋଟର୍ସ ଆସନ୍ତା ଅକ୍ଟୋବର ୧ରୁ ଶୈଳେଶ ଚନ୍ଦ୍ରଙ୍କୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଛି। କମ୍ପାନୀର ଗୋଷ୍ଠୀ ମୁଖ୍ୟ ଆର୍ଥିକ ଅଧିକାରୀ ପିବି ବାଲାଜୀ ଇସ୍ତଫା ଦେଇଛନ୍ତି ଏବଂ ସେ ନଭେମ୍ବର ୧୭ରେ ପଦ ଛାଡିବେ। 

  12. 12.ନାଟୋ ମୁଖ୍ୟ ମାର୍କ ରୁଟ୍‌ଙ୍କ ଦାୟିତ୍ଵହୀନ ମନ୍ତବ୍ୟର ଦୃଢ଼ ନିନ୍ଦା କରିଛି ଭାରତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଶୁଳ୍କ ଲାଗୁ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ କରିଥିବା ରୁଟ୍‌ କହିଥିଲେ। ରୁଟଙ୍କ ଏହି ମନ୍ତବ୍ୟ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ଏବଂ ତ୍ରୁଟିପୂର୍ଣ୍ଣ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କଡ଼ା ଶବ୍ଦରେ କୁହାଯାଇଛି।

  13. 13.ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ସରକାରୀ ଉଦ୍ୟୋଗ (State PSUs)ର କର୍ମଚାରୀମାନଙ୍କ ପାଇଁ ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏହାଦ୍ୱାରା ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ସମୁଦାୟ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି।

  14. 14.ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମୋଟ ୩୮୯ ଜଣ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରିୟାଂଶୁ ପାଲ୍‌ ଓସିଏସ ଟପ୍ପର ହୋଇଛନ୍ତି।

  15. 15.ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ପତ୍ନୀ ଗୌରୀ ଖାନଙ୍କ ପ୍ରଯୋଜନା ସଂସ୍ଥା ରେଡ୍‌ ଚିଲିଜ ଏଣ୍ଟରନେଟନମେଣ୍ଟ ବିରୋଧରେ ମାନହାନୀ ମାମଲା ଦାୟର କରିଛନ୍ତି ମୁମ୍ବଇର ପୂର୍ବତନ ଏନସିବି(ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଅଧିକାରୀ ସମୀର ଓ୍ବାଙ୍ଖେଡେ। ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ନିର୍ଦେଶିତ ପ୍ରଥମ ଓ୍ବେବରେ ତାଙ୍କ ଚରିତ୍ର ସଂହାର କରାଯାଇଛି, ଯାହା ତାଙ୍କ ସମ୍ମାନହାନୀ କରିଛି ବୋଲି ସମୀର ଦର୍ଶାଇଛନ୍ତି। ନେଟଫ୍ଲିକ୍ସ ଏବଂ ଅନ୍ୟ କିଛି ଓଟିଟି ପ୍ଲାଟଫର୍ମକୁ ମଧ୍ୟ ସେ ପକ୍ଷଭୁକ୍ତ କରିଛନ୍ତି।

72 Y
18 27-09-2025 English
  1. 1.As many as 398 candidates, including 144 women, cleared the state civil services examination-2023, the result of which was announced by the Odisha Public Service Commission Friday. Priyanshu Pal of Angul topped the merit list.

  2. 2.US President Donald Trump has announced a steep 100 per cent tariff on imported branded and patented pharmaceutical products, effective October 1, 2025.

  3. 3.Prime Minister Narendra Modi Friday launched Bihar’s Mukhya Mantri Mahila Rojgar Yojana, and transferred Rs10,000 each to the bank accounts of 75 lakh women.

  4. 4.Chief Minister Mohan Charan Majhi Friday announced a 2 per cent hike in Dearness Allowance (DA) for employees of staterun Public Sector Undertakings (PSUs), an offi cial statement said. With this revision, the DA has increased from 53 per cent to 55 per cent.

  5. 5.The state government Friday launched a unified WhatsApp chatbot that will make 120 services accessible like obtaining birth and income certificates to the people across the state.

  6. 6.Tamil Nadu Chief Minister MK Stalin Thursday hailed the International Union for Conservation of Nature’s (IUCN) formal recognition of India’s first Dugong Conservation Reserve in Palk Bay, calling it a “signifi cant global endorsement” of the state’s marine conservation efforts.

  7. 7.Tamil Nadu’s Greater Chennai Corporation (GCC) has fl oated a tender worth Rs 7.67 crore to build two specialised shelters for rabies-affected and aggressive stray dogs in Velachery and Madhavaram, aiming to strengthen the city’s stray dog management and public safety measures.

  8. 8.Chief Minister Rekha Gupta Friday launched a project to generate 55 MW electricity through the installation of rooftop solar plants on 1000 government buildings, at Rithala in North West Delhi.

  9. 9.The Calcutta High Court Friday granted bail to former West Bengal minister Partha Chatterjee in connection with the teacher recruitment irregularities case under investigation of the CBI.

  10. 10.Over 2,400 Indians have been deported from the US since January, the Ministry of External Affairs (MEA) said Friday.

  11. 11.The Supreme Court Friday allowed certified manufacturers to produce green crackers on the condition that their sale is not carried in Delhi-NCR without approval.

  12. 12.The Armed Forces (Special Powers) Act was Friday extended for six months in entire Manipur, except the jurisdiction of 13 police stations, in view of the prevailing law and order situation there.

  13. 13.The legendary Mikoyan-Gurevich MiG-21 fighter jets, the backbone of the Indian Air Force’s combat fleet for more than six decades.

  14. 14.Israeli Prime Minister Benjamin Netanyahu sharply denounced Western countries Friday for embracing Palestinian statehood, accusing them of sending the message that “murdering Jews pays off.”

  15. 15.US President Donald Trump met with Pakistani Prime Minister Shehbaz Sharif and Army Chief Asim Munir at the White House, where they discussed regional security, counter-terrorism cooperation and other issues.

56 Y
19 26-09-2025 Odia
  1. 1.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କିତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଔଷଧ କ୍ଷେତ୍ର ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି।

  2. 2.ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ରୁଷ ସହିତ ଯୁଦ୍ଧ ଶେଷ ହେବା ପରେ ସେ ରାଷ୍ଟ୍ରପତି ପଦ ଛାଡିଦେବେ ଏବଂ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ।

  3. 3.କର୍ଣ୍ଣାଟକରେ ଚାଲିଥିବା ସାମାଜିକ-ଆର୍ଥିକ ଓ ଶିକ୍ଷାଗତ ସର୍ଭେ ତଥା ଜାତି ଗଣନା  କାର୍ଯ୍ୟକ୍ରମରେ ଜନସାଧାରଣ ତଥ୍ୟ ପ୍ରଦାନ କରିବା   ସମ୍ପୂର୍ଣ୍ଣ ସ୍ୱେଚ୍ଛାକୃତ ବୋଲି  ଉଚ୍ଚ ନ୍ୟାୟାଳୟ ଏକ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ସର୍ଭେ କର୍ମଚାରୀମାନେ ବ୍ୟକ୍ତିଗତ ତଥ୍ୟ ପ୍ରଦାନ ପାଇଁ କାହାକୁ ବାଧ୍ୟ କରିପାରିବେ ନାହିଁ।

  4. 4.ଭାରତୀୟ ବାୟୁସେନା ପାଇଁ ୯୭ଟି ହାଲୁକା ଲଢୁଆ ବିମାନ (ଏଲ୍‌ସିଏ) ତେଜସ୍ ଏମ୍‌କେ୧ଏ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଗୁରୁବାର ହିନ୍ଦୁସ୍ତାନ ଏରୋନଟିକ୍ସ (ହାଲ୍) ସହିତ ୬୨,୩୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଚୁକ୍ତିନାମା ସ୍ୱାକ୍ଷର କରିଛି।

  5. 5.ଭାରତର ନିର୍ବାଚନ କମିସନ (ଇସିଆଇ) ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଭୋଟ ଗଣତି  ନିୟମରେ ପରିବର୍ତ୍ତନ ଆଣିଛନ୍ତି। ଯେଉଁ କେନ୍ଦ୍ରରେ ପୋଷ୍ଟାଲ୍‌ ବାଲଟ୍‌ (ଡାକ ମତପତ୍ର) ଗଣତି ଚାଲିଥିବ, ସମସ୍ତ ପୋଷ୍ଟାଲ୍‌ ବାଲଟ୍‌ ଗଣତି ସରିବା ପରେ ହିଁ ଇଭିଏମ୍‌ ଗଣତି ପ୍ରକ୍ରିୟା ଶେଷ କରାଯିବ।

  6. 6.ସରକାର ଲଦାଖ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅଣଲାଭକାରୀ ସଂଗଠନର ଏଫସିଆରଏ ପଂଜୀକରଣକୁ ରଦ୍ଦ କରିଦେଇଛନ୍ତି । ଏହା ବିରୋଧରେ ବିଦେଶୀ ପାଣ୍ଠି ନିୟନ୍ତ୍ରଣ କରୁଥିବା ଆଇନର ବାରମ୍ବାର ଉଲ୍ଲଂଘନ ଅଭିଯୋଗ ରହିଛି।

  7. 7.ବାବା ବିଶୁଦ୍ଧାନନ୍ଦ ମହାରାଜ। ହିନ୍ଦୁମାନେ ‌ଗୋଟାଏ ପିଲା ଜନ୍ମ କରିବା ସହ ସେମାନଙ୍କ ପିଲାଙ୍କୁ ବଡ଼ କରି ବିଦେଶ ପଠାଇବା ନୀତିରେ ବିରକ୍ତ ଭାବ ପ୍ରକାଶ କରି ବାବା ସେଭଳି ମାତାପିତାଙ୍କୁ ‌ଦେଶଦ୍ରୋହୀ ବୋଲି କହିଛନ୍ତି। ସେ ଏହି ବଡ଼ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି।

  8. 8.ବିଜେପି ବିହାର ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବରେ ନିଯୁକ୍ତ କରିଥିବା ବେଳେ ସି.ଆର. ପାଟିଲ ଏବଂ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସହ-ପ୍ରଭାରୀ ଭାବରେ ନିଯୁକ୍ତ କରିଛି। ସେହିଭଳି ତାମିଲନାଡୁର ନିର୍ବାଚନ ପ୍ରଭାରୀ ଦାୟିତ୍ବ ମିଳିଛି ଦଳର ନାମୀ ନେତା ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ।

  9. 9.ଏସିଆର ପ୍ରଥମ ମହିଳା ଲୋକୋମୋଟିଭ୍ ପାଇଲଟ୍, ସୁରେଖା ଯାଦବ, ଏହି ମାସ ୩୦ ତାରିଖରେ ଅବସର ନେବାକୁ ଯାଉଛନ୍ତି। ସେ ପ୍ରାୟ ୩୬ ବର୍ଷ ଧରି ଲୋକୋମୋଟିଭ୍ ପାଇଲଟ୍ ଭାବରେ କାର୍ଯ୍ୟ କରିଛନ୍ତି।

  10. 10.ଖୋର୍ଦ୍ଧା କୁମ୍ଭାରବସ୍ତର ୱଣ୍ଡରଲା ଆମ୍ୟୁଜମେଣ୍ଟ ପାର୍କ ଏକ ବର୍ଷ ପୂରଣ କରିଛି। ଏହି ବର୍ଷକ ଭିତରେ ପାର୍କକୁ ୨.୬୪ ଲକ୍ଷ ଲୋକ ପରିଦର୍ଶନ କରିଥିଲେ। ପ୍ରଥମ ୧୦ ମାସରେ କମ୍ପାନିର ମୋଟ୍ କାରବାର ୨୦ କୋଟି ଟଙ୍କା ରହିଥିଲା। ତାହାକୁ ଆସନ୍ତା ବର୍ଷ ଦ୍ବିଗୁଣିତ କରି ୪୦ କୋଟି ଟଙ୍କା କରିବାକୁ ଲକ୍ଷ୍ୟ ରଖାଯାଇଛି।

  11. 11.ଆସନ୍ତା ବର୍ଷ ଏପ୍ରିଲ୍‌ରୁ ଡିଜିଟାଲ୍ ପେମେଣ୍ଟ୍‌ ପ୍ରମାଣୀକରଣ ପାଇଁ ନୂଆ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି। ବର୍ତ୍ତମାନ ସମୟରେ ମୋବାଇଲ୍‌ ନମ୍ବରରେ ଏସ୍‌ଏମ୍‌ଏସ୍‌ ଜରିଆରେ ଆସୁଥିବା ୱାନ୍ ଟାଇମ୍ ପାସ୍‌ୱାର୍ଡ (ଓଟିପି) ଦେଇ ଗ୍ରାହକମାନେ ପେମେଣ୍ଟ୍‌ କରିପାରୁଛନ୍ତି। କିନ୍ତୁ ଆସନ୍ତା ବର୍ଷରୁ ଦୁଇ ପ୍ରକାର ପ୍ରମାଣୀକରଣ ବ୍ୟବସ୍ଥା ଲାଗୁ ହେବ। ସାଇବର ଠକେଇରୁ ଲୋକମାନଙ୍କୁ ସୁରକ୍ଷା ଦେବା ଲାଗି ଏହି ବ୍ୟବସ୍ଥା କରାଯାଉଛି।

  12. 12.ଦୀର୍ଘ ଛଅ ଦଶନ୍ଧି ଧରି ସେବା ଯୋଗାଇବା ପରେ ଭାରତୀୟ ବାୟୁସେନାର ଅନ୍ୟତମ ଲଢୁଆ ବିମାନ ମିଗ୍‌-୨୧ ବିଦାୟ ନେଇଛି ।

  13. 1.ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରା ପାଇଁ ସେପ୍ଟେମ୍ବର ୨୬ରୁ ପ୍ଲଟ ଲାଗି ଆବେଦନ ଆରମ୍ଭ ହେବ।

  14. 14.ମହାନଦୀ ଉପରମୁଣ୍ଡରେ ଅତି ପ୍ରବଳ ବର୍ଷା ଦ୍ବାରା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଛି। ଜଳଭଣ୍ଡାରରୁ ୨୦ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି।

  15. 15.ଏସିଆ କପ୍‌ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟରେ ଗୁରୁବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ସୁପର-୪ ମ୍ୟାଚ୍‌ରେ ପାକିସ୍ତାନ ୧୧ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଛି।

92 Y
20 26-09-2025 English
  1. 1.India has successfully test-fired the Agni-Prime, or Agni-P, missile with a range of 2,000km from a rail-based mobile launcher system, demonstrating its capability to deploy the missile across the country.

  2. 2.The Ministry of Defence Thursday sealed a Rs 62,370-crore deal with the Hindustan Aeronautics Ltd (HAL) to procure 97 Tejas MK1A light combat aircraft for the Indian Air Force.

  3. 3.Trump has already slapped 50 per cent tariffs on Indian imports, which also includes a 25 per cent 'penalty' for continued purchase of Russian oil.

  4. 4.Self-styled godman Chaitanyananda Saraswati has been charged with sexually harassing 17 students at his private management institute in Delhi.

  5. 5.Telangana is fighting for an equitable share of Krishna River waters before the Krishna Water Disputes Tribunal-II and placed a claim for nearly 70 per cent of the water earlier allocated to the united Andhra Pradesh, Irrigation Minister N Uttam Kumar Reddy said Tuesday.

  6. 6.The rupee moved in a tight range and slipped 1 paisa to close at a lifetime low of 88.76 against the American currency Thursday amid a strong US dollar and weak domestic markets.

  7. 7. In a major move to honour Odisha’s cultural and historical heritage, the state government has decided to construct 75 new statues of eminent personalities across various districts. Rs14cr approved for 75 new statues by 2026

  8. 8.Amid concerns over US President Donald Trump's proclamation imposing a $1,00,000 fee on H1B visas, a famous Balaji temple on the outskirts of Hyderabad is in focus.

  9. 9.The Karnataka High Court Thursday declined to stop the state’s socio-economic and educational survey, widely referred to as the caste survey, but imposed strict safeguards on how it is conducted and how the collected data is handled.

  10. 10.Silver prices rallied Rs 1,000 to hit a lifetime high of Rs 1.40 lakh per kilogram in the national capital on Thursday following strong global cues, according to the All India Sarafa Association.

  11. 11.Chief Minister Mohan Charan Majhi Thursday called upon people to make Odisha one of the top three states in the country in terms of cleanliness.

  12. 12.The State Transport Authority (STA), Odisha, During the three-day operation, enforcement teams conducted intensive checks across key locations, issuing a total of 3,494 e-challans for various offences. The drive also led to the collection of fi nes amounting to Rs54.82 lakh.

  13. 13.The Ministry of Home Affairs (MHA) Thursday cancelled the Foreign Contribution (Regulation) Act, or FCRA, licence of Students’ Educational and Cultural Movement of Ladakh (SECMOL) – NGO founded by climate activist Sonam Wangchuk – with immediate effect.

  14. 14. The Income Tax department Thursday extended the deadline for submission of audit reports for the 2024-25 fiscal year by one month till October 31.

  15. 15.US President Donald Trump's move to levy higher fees for granting the H1B visas will impact Indian IT majors' profit margins by only 0.20 per cent, an arm of a domestic rating agency said, Thursday.

70 Y