# |
Date |
Type |
Current Affairs |
No. Of Views |
Status |
Action |
1061 |
11-03-2024 |
Odia |
-
୭୧ତମ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ଚେକ୍ ରିପବ୍ଲିକର କ୍ରିଷ୍ଟିନା ପେଜ୍କୋଭା ବିଶ୍ବ ସୁନ୍ଦରୀ ହୋଇଛନ୍ତି। ପୂର୍ବତନ ବିଶ୍ବ ସୁନ୍ଦରୀ କାରୋଲିନା ବିଲାସ୍କା (ପୋଲାଣ୍ଡ) ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ମିସ୍ ଲେବନାନ ୟାସମିନା ଜେତୁନ ଏହି ପ୍ରତିଯୋଗିତାର ପ୍ରଥମ ରନର୍ସ-ଅପ୍ ହୋଇଛନ୍ତି।
-
୨୦୨୩ରେ ଲଗାତାର ଦ୍ବିତୀୟ ଥର ପାଇଁ ଚୀନ୍ର ଜନସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ଚୀନର ଜାତୀୟ ଜନ୍ମ ହାର ହ୍ରାସ ରେକର୍ଡ ସ୍ତରରେ ପହଞ୍ଚିଥିଲା। ଚୀନ୍ରେ ୨୦୨୩ରେ ୯ ନିୟୁତ ଶିଶୁ ଜନ୍ମ ହୋଇଥିବା ବେଳେ ୨୦୨୨ରେ ୯୫ ଲକ୍ଷ ଶିଶୁ ଜନ୍ମ ହୋଇଥିଲେ। ଏବେ ଲୋକଙ୍କୁ ୩ଟି ସନ୍ତାନ ଜନ୍ମ କରିବାକୁ କୁହାଯାଉଛି।
-
ସମସ୍ତ ଫସଲ ପାଇଁ ଏମ୍ଏସ୍ପି ଆଇନ ପ୍ରଣୟନ କରିବା ଦାବିରେ ପଂଜାବରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ମିଳିତ ଚାଷୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଳ ରୋକ କରାଯାଇଥିଲା।
-
ଇଣ୍ଡିଆନ୍ ସେଲ୍ୟୁଲାର ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍ (ଆଇସିଇଏ) ଅନୁସାରେ ଗତ ୧୦ ବର୍ଷ ଭିତରେ ଫୋନ୍ ଉତ୍ପାଦନ ୨୧ ଗୁଣା ବୃଦ୍ଧି ପାଇ ୪.୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଭାରତ ଏବେ ବିଶ୍ବର ଦ୍ବିତୀୟ ବଡ଼ ସ୍ମାର୍ଟଫୋନ୍ ଉତ୍ପାଦନକାରୀ।
-
ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତାବାଘ ଗାମିନି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଛୁଆ ଜନ୍ମ ଦେଇଛି। ଫଳରେ ଏହି ଉଦ୍ୟାନରେ ମୋଟ ବାଘ ସଂଖ୍ୟା ୨୬ରେ ପହଞ୍ଚିଛି।
-
ଅଷ୍ଟାଦଶ ଲୋକସଭା ନିର୍ବାଚନ ତାରିଖ ଓ କାର୍ଯ୍ୟସୂଚୀ ଆସନ୍ତା ୧୪ରେ ଘୋଷଣା ହେବାର ବିଶେଷ ସମ୍ଭାବନା ରହିଛି।
-
ନାଇଜେରିଆର କୁରିଗାରେ ଥିବା ଏକ ସ୍କୁଲ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିବା ପରେ ସ୍କୁଲରେ ପଢୁଥିବା ପ୍ରାୟ ୩୦୦ ଛାତ୍ରଛାତ୍ରୀଙ୍କୁ ଅପହରଣ କରିନେଇଛନ୍ତି।
-
ସାଧ୍ୱୀ ଯୌନ ନିର୍ଯାତନା ଓ ସାମ୍ବାଦିକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାମ ରହିମଙ୍କୁ ୫୦ ଦିନ ପାଇଁ ପାରୋଲରୁ ଜେଲ ପଠାଇ ଦିଆଯାଇଛି।
-
ଭାରତ ଏବଂ ଇଏଫ୍ଟିଏ(ୟୁରୋପିଆନ୍ ଫ୍ରି ଟ୍ରେଡ୍ ଆସୋସିଏଶନ) ମଧ୍ୟରେ ରବିବାର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର ହୋଇଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କମିଟି ମାର୍ଚ୍ଚ ୧୪ରେ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ପର୍କରେ ବୈଠକ କରିପାରନ୍ତି।
-
ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ ଝଟ୍କା ଲାଗିଛି। ହରିୟାଣାର ଭାଜପା ଲୋକ ସଭା ଏମ୍ପି ବ୍ରିଜେନ୍ଦ୍ର ସିଂ ଦଳରୁ ଇସ୍ତଫା ଦେଇଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆଜମଗଡ଼ରୁ ଉତ୍ତରପ୍ରଦେଶକୁ ୪୨,୦୦୦ କୋଟିରୁ ଅଧିକ ଟଙ୍କା ଉପହାର ଦେଇଛନ୍ତି। ସେ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କରଛନ୍ତି।
-
ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ସମାଜସେବୀ ନୀତା ଅମ୍ବାନୀଙ୍କୁ ୭୧ ତମ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ତାଙ୍କ ପ୍ରଭାବଶାଳୀ ଯୋଗଦାନ ପାଇଁ ମାନବବାଦୀ ପୁରସ୍କାରରେ ସମ୍ମାନିତ କରାଯାଇଛି ।
-
ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍ ଆଉଟ ଆଟ୍ ଜୁ’। ଏହି କାର୍ଯ୍ୟକ୍ରମରେ ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏ ନନ୍ଦନକାନରେ ବୁଲିବାକୁ ଅନୁମତି ମିଳିବ । ୨୫୦ ଟଙ୍କା ଦେଇ ପ୍ରଥମେ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ।
-
ଓଡିଶା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନେ ବାର୍ଷିକ ୧୫ ଦିନର ସାମୟିକ ଛୁଟି ପାଇବେ। ଏଥିସହିତ ମହିଳା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କୁ ୧୮୦ଦିନର ମାତୃତ୍ଵ ଛୁଟି ମିଳିବ। ବ୍ଲକ ଗ୍ରାଣ୍ଟ ପାଇବା ଦିନଠାରୁ ୧୬ ବର୍ଷ ପରେ, ଅନୁଦାନ ପ୍ରାପ୍ତ ଶିକ୍ଷକଙ୍କୁ ଉଚ୍ଚତର ବେତନ ହାର ସ୍ତରରେ ଏକ ପ୍ଲେସମେଣ୍ଟ ସ୍କେଲ ସୁବିଧା ପ୍ରଦାନ କରାଯିବ ।
|
361 |
Y |
|
1062 |
11-03-2024 |
English |
-
Odisha Chief Minister Naveen Patnaik Sunday announced various service-related benefits for teaching and non-teaching employees working in various non-government-aided higher educational institutions in the state.
-
A day after BJD president and Chief Minister Naveen Patnaik issued a one line statement saying that "rumour" and "lies" are worst aspect of politics.
-
The Prime Ministerchaired high-powered committee will meet March 15 to finalise the names of new Election Commissioners, top sources said.
-
Acting on the direction of Chief Minister Naveen Patnaik, 5T and Nabin Odisha Chairman Kartik Pandian visited the Millennium City to review the ongoing development works at SCB Medical College and Hospital (SCBMCH), which is being transformed into an AIIMSplus institution.
-
Cheetah ‘Gamini’ Sunday gave birth to five cubs in Kuno National Park in Madhya Pradesh’s Sheopur district, taking the total number of the big cats in the country to 26.
-
Former Supreme Court judge Ajay Manikrao Khanwilkar was administered the oath of office as the chairperson of the anti-corruption ombudsman Lokpal by President Droupadi Murmu here Sunday.
-
The Himachal Pradesh Police Sunday registered a case against an independent MLA and the father of a Congress rebel and others over “electoral offences” related to the recent Rajya Sabha polls in which six party MLAs voted for the BJP candidate from the state.
-
Movement of several trains was affected in Punjab Sunday after agitating farmers squatted on tracks at many places in the state as part of a nationwide ‘rail roko’ protest.
-
Foreign Portfolio Investors (FPIs) are turning steady buyers as they bought Indian equities worth Rs 6,139 crore so far this month driven by strong economic growth, market resilience and decline in US bond yields.
-
The Supreme Court will hear a petition by six rebel Congress MLAs of Himachal Pradesh on Tuesday.
-
Nigeria shocker Nigerian security forces are searching for more than 200 children abducted from their school by gunmen, in the latest mass kidnapping incident.
-
India and EFTA sign a free trade agreement under which New Delhi receives an investment commitment of $100 billion in 15 years
-
The Economic Offences Wing (EOW) of Odisha police crime branch arrests two more persons in connection with a `3.7cr fraud case
-
An application from the State Bank of India, seeking more time to file information on electoral bonds, will be heard by the Supreme Court today. The court had given time till March 6 to file the details. The bank wants time till June 30.
-
Rahul Dravid underlined the importance of staying together and functioning as a unit to be triumphant in the tough world of Test cricket while delivering a motivational dressing room speech after India registered a memorable 4-1 series win over England.
|
368 |
Y |
|
1063 |
10-03-2024 |
Odia |
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅରୁଣାଚଳ ପ୍ରଦେଶରେ ବିଶ୍ୱର ସବୁଠାରୁ ଲମ୍ବା ଦୁଇ ଲେନ୍-ବିଶିଷ୍ଟ ‘ସେଲା ଟନେଲ’କୁ ଉଦ୍ଘାଟନ କରିଛନ୍ତି। ୧୩,୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ତଥା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ସେଲା ଟନେଲ ଅରୁଣାଚଳ ପ୍ରଦେଶର ତୱାଙ୍ଗକୁ ସର୍ବକାଳୀନ ଯୋଗାଯୋଗକୁ ସୁନିଶ୍ଚିତ କରିବ।
-
ଗାଜା ଓ ଇସ୍ରାଏଲ ମଧ୍ୟରେ ପାଞ୍ଚ ମାସର ଯୁଦ୍ଧରେ ୧୦୩ ଜଣ ସାମ୍ବାଦିକଙ୍କ ମୃତ୍ୟୁ ଅତ୍ୟନ୍ତ ବିରଳ ଓ ହୃଦୟ ବିଦାରକ ଘଟଣା ବୋଲି ଅନେକ ମାନବାଧିକାର ସଂଗଠନ ମତ ଦେଇଛନ୍ତି।
-
ଲୋକ ସଭା ନିର୍ବାଚନର ଘୋଷଣା ହେବାର ସପ୍ତାହେ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି।
-
୨୦୦୦ କୋଟି ଟଙ୍କାର ଡ୍ରଗ୍ସ କାରବାରରେ ସଂପୃକ୍ତ ତାମିଲ ଚଳଚ୍ଚିତ୍ର ପ୍ରଯୋଜକ ଜାଫର ସାଦିକଙ୍କୁ ଶନିବାର ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ (ଏନ୍ସିବି) ଗିରଫ କରିଛି।
-
ରୁଷିଆର ଆଉ ଜଣେ ପୁରୁଣା ସାଥୀ ୟୁକ୍ରେନର ପଥକୁ ଅନୁସରଣ କରୁଛି। ଏହି ଦେଶ ରୁଷିଆର ପାରମ୍ପରିକ ବିରୋଧୀ ୟୁରୋପିଆନ ୟୁନିଅନ(ଇୟୁ)ରେ ଯୋଗଦେବା ପାଇଁ ଉଦ୍ୟମ କରୁଛି। ଏହି ଦେଶ ହେଉଛି ଆର୍ମେନିଆ। ଇୟୁର ସଦସ୍ୟତା ଗ୍ରହଣ କରିବା ପାଇଁ ଆର୍ମେନିଆ ପ୍ରସ୍ତୁତି ଆରମ୍ଭ କରିଛି।
-
ସ୍ୱେଚ୍ଛାକୃତ ଅବସର ପାଇଁ ପଶ୍ଚିମବଙ୍ଗ ପୁଲିସର ଆଇଜି ପ୍ରସୁନ ବାନାର୍ଜୀ ରାଜ୍ୟ ସରକାରଙ୍କୁ ଆବେଦନ କରିଛନ୍ତି। ସୂଚନାନୁସାରେ, ଶାସକ ତୃଣମୂଳ କଂଗ୍ରେସ ଲୋକସଭା ନିର୍ବାଚନରେ ପ୍ରସୁନ ବାନାର୍ଜୀଙ୍କୁ ପ୍ରାର୍ଥୀ କରିପାରେ |
-
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ହିଟଲରଙ୍କ ଶାସନ ମଧ୍ୟ ୧୦ ବର୍ଷରୁ ଅଧିକ ରହିପାରିନଥିଲା
-
ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ଓ ଡ଼ିଏମକେ ମିଳିତ ଭାବେ ନିର୍ବାଚନ ଲଢ଼ିବେ | ତାମିଲନାଡୁର ୪୦ଟି ଆସନରେ ସିଟ୍ ଭାଗବଣ୍ଟାକୁ ନେଇ କଂଗ୍ରେସ ଏବଂ ଦ୍ରାବିଡା ମୁନ୍ନେଟ୍ରା କାଡ଼ଗାମ (ଡିଏମକେ) ମଧ୍ୟରେ ସହମତି ପ୍ରକାଶ ପାଇଛି।
-
ଭାରତ ସହିତ ବିବାଦ ମାଳଦ୍ବୀପକୁ ମହଙ୍ଗା ପଡ଼ିଛି। ବିବାଦ ପରେ ମାଳଦ୍ବୀପର ସ୍ଥିତି ସଙ୍କଟଜନକ ହୋଇଛି। ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ କମିବାରୁ ମାଳଦ୍ବୀପର ପର୍ଯ୍ୟଟନ ଶିଳ୍ନ ଭୁଶିଡ଼ିବା ସ୍ଥିତିକୁ ଆସିଛି।
-
ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ନୂତନ ଅବକାରୀ ନୀତିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏହି ନୂଆ ନୀତିର ଉଦେଶ୍ୟ ହେଉଛି ମଦ ବିକ୍ରୟରୁ ୧୦,୦୦୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରିବା।
-
କଂଗ୍ରେସ ସହ ମେଣ୍ଟ ନେଇ ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବହୁଜନ ସମାଜ ପାର୍ଟି(ବିଏସ୍ପି) ସୁପ୍ରିମୋ ମାୟାବତୀ। ଏହି ଖବର ଗୁଜବ। ତାଙ୍କ ଦଳ ଏକାକୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି।
-
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବଲ୍ଲଭ ଭବନର ପ୍ରଥମ, ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ମହଲାରେ ନିଆଁ ଲାଗିଛି।
-
ଆନ୍ଧ୍ରପ୍ରଦେଶ, ଓଡ଼ିଶା, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶ ତଥା ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ଏଥିରେ ୧୭ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣାପଡିଛି। ସ୍ୱାସ୍ଥ୍ୟ, ଶିକ୍ଷା, ଲୋକସମ୍ପର୍କ , ରାଜସ୍ୱ ଓ ସାଧାରଣ ପ୍ରଶାସନ ପରି ବିଭାଗର ବିଭିନ୍ନ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାସହ ନବ ନିଯୁକ୍ତ କର୍ମଚାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି ।
|
384 |
Y |
|
1064 |
09-03-2024 |
Odia |
-
ଭାରତକୁ ସମ୍ମାନଜନକ ମିଜଲ୍ସ ଏବଂ ରୁବେଲା ଚାମ୍ପିୟନ ପୁରସ୍କାର ପ୍ରଦାନ କରାଯାଇଛି। ମିଜଲ୍ସ ଓ ରୁବେଲା ସଂକ୍ରମଣକୁ ନିୟନ୍ତ୍ରଣ ଓ ରୋକିବା ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି।
-
ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇ କହିଛନ୍ତି ଯେ ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ଏକାକୀ ଲଢ଼ିବ।
-
ସମାଜସେବୀ ତଥା ଲେଖିକା ସୁଧା ମୂର୍ତ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜ୍ୟସଭାକୁ ମନୋନୀତ କରିଛନ୍ତି।
-
ଗ୍ଲୋବାଲ ଫାୟାର ପାୱାର (ଜିଏଫ୍ପି)ର ସଦ୍ୟତମ ବାର୍ଷିକ ରିପୋର୍ଟରୁ ଜଣାପଡିଛି ଯେ ୨୦୨୩ରେ ସାମରିକ ମାନ୍ୟତାରେ ପଞ୍ଚମ ସ୍ଥାନ ଦଖଲ କରିଥିବା ବ୍ରିଟେନକୁ ପଛରେ ପକାଇ ଦକ୍ଷିଣ କୋରିଆ ସେହି ସ୍ଥାନକୁ ଉଠିଛି।
-
ନୂଆଦିଲ୍ଲୀର ଆଜି ଭାରତ ମଣ୍ଡପମ୍ରେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ରଚନାକାର ପୁରସ୍କାର (ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ) ‘କର୍ଲି ଟେଲ୍ସ’ର ପ୍ରତିଷ୍ଠାତା କାମିୟା ଜାନିଙ୍କୁ ଶ୍ରେଷ୍ଠ ଟ୍ରାଭେଲ୍ କ୍ରିଏଟର ପୁରସ୍କାର ପ୍ରଦାନ କରଛନ୍ତି।
-
ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଶୁକ୍ରବାର ୩୯ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରାର୍ଥୀ ତାଲିକା ଅନୁଯାୟୀ, ତିରୁବନନ୍ତପୁରମରୁ ଶଶି ଥରୁରଙ୍କ ଉପରେ କଂଗ୍ରେସ ପୁଣିଥରେ ଭରସା କରିଛି।
-
ବ୍ୟାଙ୍କ ଅଫିସର ଓ କର୍ମଚାରୀମାନଙ୍କର ବାର୍ଷିକ ବେତନରେ ୧୭ ପ୍ରତିଶତ ବୃଦ୍ଧି ହେବ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ) ବୈଠକରେ ୭ଟି ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରକଳ୍ପ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକରେ ୮୦,୧୨୫ କୋଟି ଟଙ୍କା ନିବେଶ ହେବ।
-
ବରିଷ୍ଠ ନାଗରିକମାନଙ୍କୁ ପୂର୍ବାପେକ୍ଷା ଅଧିକ ସୁବିଧା ସୁଯୋଗ ମିଳିବ। ସେଥିପାଇଁ ରାଜ୍ୟ ସରକାର ଓଡ଼ିଶା ବରିଷ୍ଠ ନାଗରିକ ନୀତି-୨୦୧୬ରେ ସଂଶୋଧନ କରିବାକୁ ଯାଉଛନ୍ତି। ଏଥିପାଇଁ ଏକ ପରାମର୍ଶଦାତା ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।
-
ଏବେ ଟ୍ରେନ୍ ବିମାନବନ୍ଦର ଭଳି ହାଇଟେକ୍ ହେବାକୁ ଯାଉଛି। ରେଳବାଇ ୪୪ ହଜାର ବଗିରେ ମୁହଁ ଚିହ୍ନଟ କରିପାରୁଥିବା ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ନେଇଛି।
-
ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ ଆକ୍ଟ (ପିଆରପି ନିୟମ), ୨୦୨୩ କାର୍ଯ୍ୟକାରୀ କରିଛନ୍ତି। ସରକାର ଗେଜେଟ ବିଜ୍ଞପ୍ତି ଜାରି କରି ଏହାର ନିୟମାବଳୀ ପ୍ରକାଶ କରିଛନ୍ତି। ଏହା ସହିତ ଆଇନ ୨୦୨୪ ମାର୍ଚ୍ଚ ପହିଲାରୁ ଲାଗୁ ହୋଇଛି ।
-
ଫାସ୍ଟ୍ୟାଗ୍ କେୱାଇସି ଅପଡେଟ୍ କରିବାର ସମୟ ସୀମା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି।
-
ରୁଷ-ୟୁକ୍ରେନ ଯୁଦ୍ଧକୁ ଇତିମଧ୍ୟରେ ଦୁଇ ବର୍ଷ ପୂରିଛି। ୨୦୨୨ ଫେବୃଆରୀ ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବା ପରେ ଉଭୟ ପକ୍ଷ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଏବେ ମଧ୍ୟ ଜାରି ରହିଛି।
-
ଲୋକପ୍ରିୟ ମୋବାଇଲ୍ ପେମେଣ୍ଟ ସିଷ୍ଟମ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ସେବା ଉପରେ କାରବାର ଶୁଳ୍କ ଲାଗୁ କରାଯାଏ, ତେବେ ଅଧିକାଂଶ ଉପଭୋକ୍ତା ପ୍ରାୟ ୭୩% ଉପଭୋକ୍ତା ୟୁପିଆଇ କାରବାର ବନ୍ଦ କରିଦେବେ।
-
ଆଠଟି ପ୍ରମୁଖ ଶିଳ୍ପ ସୂଚକାଙ୍କ ଅନୁଯାୟୀ, ୨୦୨୪ ଜାନୁଆରୀ ମାସରେ ୮ଟି ପ୍ରମୁଖ ଶିଳ୍ପ ମଧ୍ୟରେ କୋଇଲା କ୍ଷେତ୍ର ସର୍ବୋଚ୍ଚ ୧୦.୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି।
-
ଜଳବାୟୁ ପରିବର୍ତ୍ତନ ଉପରେ ଲେଖୁଥିବା ଖ୍ୟାତନାମା ଲେଖକ ଅମିତାଭ ଘୋଷଙ୍କୁ ଚଳିତ ବର୍ଷ ନିମନ୍ତେ ସମ୍ମାନଜନକ ଇରାସ୍ମସ୍ ପୁରସ୍କାର ପ୍ରଦାନ କରାଯାଇଛି।
-
ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ବେଦାନ୍ତ ଗ୍ରୁପ୍ର ବାଲ୍କୋ ମେଡିକାଲ ସେଣ୍ଟର (ବିଏମ୍ସି)କୁ ନିକଟରେ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ‘କ୍ୟାନ୍ସର ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି।
-
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ନିଜ ୱେବସାଇଟରୁ ନିର୍ବାଚନ ବଣ୍ଡ ସହ ଜଡିତ ସୂଚନାଗୁଡ଼ିକୁ ହଟାଇ ଦେଇଛି। ବ୍ୟାଙ୍କ ଏସବୁ ଏପରି ସମୟରେ କରିଛିି ଯେତେବେଳେ ନିର୍ବାଚନ ବଣ୍ଡର ତଥ୍ୟ ଦାଖଲ କରିବାକୁ କୋର୍ଟକୁ ଜୁନ ୩୦ ପର୍ଯ୍ୟନ୍ତ ସମୟ ମାଗିଛି।
-
ଆସନ୍ତା ଲୋକ ସଭା ନିର୍ବାଚନରେ ଭାଜପା କ୍ରିକେଟର ମହମ୍ମଦ ଶାମିଙ୍କୁ ପ୍ରାର୍ଥୀ କରିପାରେ। ରଣଜୀ ଟ୍ରଫିରେ ଶାମି ପଶ୍ଚିମବଙ୍ଗରୁ ଖେଳୁଥିଲେ।
-
ମୁମ୍ବାଇ ଇଣ୍ଡିଆନ୍ସ ୪୨ ରନରେ ୟୁପି ୱାରିଅର୍ଶକୁ ପରାସ୍ତ କରିଛି। ୧୬୧ ରନର ଟାର୍ଗେଟର ଜବାବରେ ୟୁପି ୱାରିଅର୍ଶ ଦଳ ମାତ୍ର ୧୧୮ ରନ୍ କରିପାରିଥିଲା।
|
326 |
Y |
|
1065 |
09-03-2024 |
English |
-
Philanthropist and author Sudha Murthy was nominated to the Rajya Sabha Friday.
-
The Income Tax Appellate Tribunal Friday dismissed the Congress’ appeal against imposition of penalties of `210 crore by the Income Tax department.
-
The Odisha BJP has said it may field candidates in all the 147 Assembly and 21 Lok Sabha constituencies of the state apparently after its pre-poll alliance and seat sharing talks with the BJD in Delhi remained inconclusive.
-
The Delhi Police Friday suspended a subinspector for allegedly kicking a few people offering namaz on a road in north Delhi’s Inderlok area Friday, police said.
-
Congress leader Rahul Gandhi will contest the Lok Sabha polls from Kerala’s Wayanad again, the party announced Friday as it released its first list of 39 candidates.
-
On the International Women’s Day here Friday, Chief Minister Naveen Patnaik urged people of the state to work towards women empowerment by taking a pledge to create more women leaders and ensure that they play a greater role at the highest level of decision making.
-
The government Friday left the interest rates unchanged on various small savings schemes for the first quarter of the next fiscal, beginning April 1, 2024. A notification in this regard has been issued by the finance ministry.
-
Indian author Amitav Ghosh has been awarded the prestigious Erasmus Prize 2024 for his passionate contribution to the theme ‘imagining the unthinkable’ for bringing forth the global crisis of climate change through the written word.
-
Prime Minister Narendra Modi took the elephant and the jeep safari at Assam's Kaziranga National Park and Tiger Reserve this morning, an official said.
-
A Delhi court has directed the authorities concerned to provide healthy and nutritious diet and bottled drinking water to AAP leader and Member of Parliament (MP), Sanjay Singh, arrested in an excise policy case.
-
Former Delhi University professor G N Saibaba demanded that he be reinstated by the varsity and compensated for the lost years of service following his acquittal by the Bombay High Court in a Maoist links case.
-
The Rahul Gandhi-led Bharat Jodo Nyay Yatra will culminate in Mumbai on March 17 with a rally to which Congress chief Mallikarjun Kharge is inviting INDIA bloc leaders, the party announced on Friday.
-
The Trinamool Congress will launch its 2024 election campaign with a huge rally at Kolkata's Brigade Parade ground on Sunday and the party has released a video promo for the event.
-
Shubman Gill on Friday completed 4000 international runs during his 110-run knock against England in the fifth Test match at Himachal Pradesh Cricket Association Stadium in Dharamshala
-
Devdutt Padikkal’s struggles with health over the past two years did not allow him to be at his best but he said Friday that the phase made him hungrier than ever. After making his India debut in 2021 in a T20I against Sri Lanka, Devdutt’s career graph did not go up as expected due to Covid19 and a stomach-related health complication.
|
329 |
Y |
|
1066 |
08-03-2024 |
Odia |
-
ଅଯୋଧ୍ୟାରେ ରାମ ମନ୍ଦିର ପରିସର ନିର୍ମାଣ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ଟ୍ରଷ୍ଟ ଗୁରୁବାର କୁହାଯାଇଛି।
-
ଦେଶର ସର୍ବବୃହତ୍ ବ୍ୟାଙ୍କ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶର ଅବଜ୍ଞା କରି ରାଜନୈତିକ ଦଳଗୁଡ଼ିକୁ ଇଲେକ୍ଟୋରାଲ ବଣ୍ଡ୍ରେ ମିଳିଥିବା ଚାନ୍ଦାର ତଥ୍ୟ ଜାଣିଶୁଣି ଇସିଙ୍କ ନିକଟରେ ଦାଖଲ କରି ନାହିଁ। ତେଣୁ ଅଦାଲତ ଅବମାନନା ନେଇ ଏସ୍ବିଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଇଟି ଏନ୍ଜିଓ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଛି।
-
ମାନବ ଚାଲାଣ ରାକେଟର ପର୍ଦ୍ଦାଫାଶ୍ କରିଛି ସିବିଆଇ । ଦିଲ୍ଲୀ. ମୁମ୍ବାଇ, ଚଣ୍ଡୀଗଡ ସମେତ ୧୩ଟି ସ୍ଥାନରେ ରେଡ୍ କରି ୫୦ ଲକ୍ଷରୁ ଅଧିକ ଟଙ୍କା ସହ ଅନେକ ଡିଜିଟାଲ ଉପକରଣ, ଲାପଟପ୍, ସିସିଟିଭି ଫୁଟେଜ୍ ଜବତ କରିଛି ।
-
ୟୁକୋ ବ୍ୟାଙ୍କରେ ହୋଇଥିବା ୮୨୦ କୋଟି ଟଙ୍କାର ଆଇଏମ୍ପିଏସ୍ ଠକେଇ ଘଟଣାରେ ସିବିଆଇ ପକ୍ଷରୁ ରାଜସ୍ଥାନ ଓ ମହାରାଷ୍ଟ୍ରର ୭ଟି ସହରର ୬୭ଟି ଠିକଣାରେ ଚଢ଼ଉ କରାଯାଇଛି।
-
କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରି ଦିଆଯାଇଛି। କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀମାନେ ପୂର୍ବରୁ ୪୬ ପ୍ରତିଶତ ମହଙ୍ଗା ଭତ୍ତା ପାଉଥିବାବେଳେ ଏବେ ଏହା ୫୦ ପ୍ରତିଶତରେ ପହଞ୍ଚିଛି।
-
ଉଜ୍ଜଳା ଯୋଜନାରେ ଦିଆଯାଉଥିବା ୩୦୦ ଟଙ୍କାର ସବସିଡି ଆସନ୍ତା ୧ ବର୍ଷ ପାଇଁ ଜାରି ରହିବ ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ) ବୈଠକରେ ୭ଟି ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରକଳ୍ପ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକରେ ୮୦,୧୨୫ କୋଟି ଟଙ୍କା ନିବେଶ ହେବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ ୨୪,୫୫୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
-
ଏସିଏମ୍ଇ ଗ୍ରିନ୍ଟେକ୍ ଉର୍ଜା ୩୬୦୦ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧାରେ ଏକ ସୋଲାର ପ୍ୟାନେଲ୍ ଉତ୍ପାଦନ କାରଖାନା ବସାଇବ।
-
୨୦୨୨-୨୩ ଆର୍ଥିକ ବର୍ଷରେ ଜାତୀୟ ଦଳଗୁଡ଼ିକ ଘୋଷଣା କରିଥିବା ଅଜଣା ସୂତ୍ର ଆୟର ୮୨.୪୨% ଇଲେକ୍ଟୋରାଲ ବଣ୍ଡ୍ରୁ ଆସିଥିବା ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର୍) ପକ୍ଷରୁ କୁହାଯାଇଛି।
-
କେନ୍ଦ୍ର ସରକାର ବେଙ୍ଗାଲୁରୁର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ସହଯୋଗରେ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ସେମିକଣ୍ଡକ୍ଟର ପ୍ରଯୁକ୍ତି ପ୍ରଶିକ୍ଷଣ ଯୋଗାଇଦେବେ ବୋଲି ଆଦିବାସୀ ବ୍ୟାପାର ମନ୍ତ୍ରୀ ଅଜୁର୍ନ ମୁଣ୍ଡା କହିଛନ୍ତି।
-
ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜରିୱାଲ ସରକାର ଆସିବା ପରଠାରୁ ଲୋକଙ୍କୁ ଗତ ୯ ବର୍ଷ ଧରି ବିଦ୍ୟୁତ ବିଲ ଉପରେ ରିହାତି ଦିଆଯାଉଛି। ଭବିଷ୍ୟତରେ ୨୦୦ୟୁନିଟ ପର୍ଯ୍ୟନ୍ତ ମାଗଣା ବଦ୍ୟୁତ୍ ମଧ୍ୟ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
-
ନିକଟରେ ଇଲେକ୍ଟ୍ରିକ ଗାଡିକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ପେଟ୍ରୋଲ ଓ ଡିଜେଲ ଠାରୁ ଇଲେକ୍ଟ୍ରିକ ଗାଡି ପରିବେଶକୁ ଅଧିକ ପ୍ରଦୂଷଣ କରୁଥିବା ଅଧ୍ୟୟନରୁ ଜଣାପଡ଼ିଛି । ଏହାର କାରଣ ହେଉଛି ଇଲେକ୍ଟ୍ରିକ ଗାଡିର ବ୍ୟାଟେରୀ ବହୁତ ଓଜନିଆ । ଯେଉଁଥିପାଇଁ ଗାଡ଼ି ଚାଲିଲା ବେଳେ ଏବଂ ବ୍ରେକ ଲଗାଇଲା ବେଳେ ଟାୟାର୍ ଅଧିକ ଖର୍ଚ୍ଚ ହୋଇଥାଏ । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ଏହି ରିପୋର୍ଟ ପ୍ରକାଶ ପାଇଛି ।
-
ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ବିଧିବଦ୍ଧ ଭାବେ ବିଜୟ ମହାପାତ୍ରଙ୍କ ପୁଅ ହେଲେ ସାମିଲ।
-
ଆଶାକର୍ମୀମାନଙ୍କ ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେବା ନିବୃତ୍ତି ସମୟରେ ପୂର୍ବରୁ ସେମାନେ ୫୦ ହଜାର ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧ ଲକ୍ଷ ଟଙ୍କା ପାଇବେ।
-
୧୯୯୨ ବ୍ୟାଚର ଦୁଇ ବରିଷ୍ଠ ଆଇପିଏସ୍ ଅଫିସର ଲଳିତ ଦାସ ଓ ସପ୍ନା ତିୱାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଲଳିତ ଦାସଙ୍କୁ ତାଙ୍କ ପୂର୍ବ ସ୍ଥାନରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଅନ୍ୟପକ୍ଷରେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ସପ୍ନା ତିୱାରୀ।
-
୯ ଓ ୧୦ ତାରିଖରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ ଏବଂ କଟକରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି।
-
କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ଖୋଲା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, “ଜଣେ ବିଜେପି ବାବୁ ବେଞ୍ଚରେ ବସିଥିଲେ। ସେ ଏବେ ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କ ଠାରୁ ଆପଣ କେମିତି ନ୍ୟାୟ ଅପେକ୍ଷା କରିବେ? ତାଙ୍କର ମୁଖା ଖୋଲି ଯାଇଛି।”
-
ଗତବର୍ଷ ୮,୫୩,୦୪୯ ଆଇଏମପିଏସ୍ ଟ୍ରାଞ୍ଜାକସନ ହୋଇଥିଲା। ନଭେମ୍ବର ୧୦ରୁ ୧୩ ମଧ୍ୟରେ ହୋଇଥିବା ନେଣଦେଣ ସମୟରେ ଭୁଲ ବଶତଃ ୮୨୦ କୋଟି ଟଙ୍କା ୟୁକୋ ବ୍ୟାଙ୍କର ୪୧ ହଜାର ଆକାଉଣ୍ଟକୁ ଚାଲି ଆସିଥିଲା। ଏନେଇ ଅଭିଯୋଗ ହେବା ପରେ ସିବିଆଇ ମାମଲା କରିଥିଲା।ଏହା ସାମ୍ନାକୁ ଆସିବା ପରେ ବ୍ୟାଙ୍କ ସହ ଜଡ଼ିତ ୬୭ଟି ସ୍ଥାନରେ ସିବିଆଇ ରେଡ କରିଛି।
-
୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ଦେଇଛି ଏଆଇସିସି। ତାଙ୍କୁ ରାଜ୍ୟ କଂଗ୍ରେସୀ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦିଆଯାଇଛି।
-
ଭାରତୀୟ ଟେଷ୍ଟ କ୍ରିକେଟର ୯୨ ବର୍ଷ ଇତିହାସ ମଧ୍ୟରେ ଯାହା ଘଟି ନଥିଲା, ସେକଥା ଆଜି ଘଟିଛି। ଇଂଲଣ୍ଡ ବିପକ୍ଷ ଧର୍ମଶାଲା ଟେଷ୍ଟରେ କମାଲ କରିଛନ୍ତି କୁଲଦୀପ ଯାଦବ।
|
334 |
Y |
|
1067 |
08-03-2024 |
English |
-
About 82 per cent of the total income from ‘unknown sources’ declared by national political parties in 2022- 23 came from electoral bonds, according to the Association for Democratic Reforms (ADR)
-
In what would bring cheers to 49,522 Accredited Social Health Activists (ASHAs) in Odisha, the state government hiked their monthly remuneration from Rs 4,500 to Rs 7,000, Thursday.
-
The Centre Thursday hiked Dearness Allowance (DA) to 50 per cent of basic pay from the existing rate of 46 per cent effective from January 1 this year, benefitting over one crore employees and pensioners ahead of general elections.
-
Last month was the warmest February on record globally, the ninth straight month of historic high temperatures across the planet as climate change steers the world into ‘uncharted territory’, Europe’s climate monitor said Thursday.
-
Chief Minister Naveen Patnaik Thursday approved as many as 602 projects in Sambalpur and Deogarh districts.
-
The Enforcement Directorate Thursday conducted searches at the premises of Samajwadi Party MLA Irfan Solanki and his family members in Kanpur, Uttar Pradesh, as part of a money laundering investigation, official sources said
-
Odisha Chief Minister Naveen Patnaik’s political opponent and BJP leader Bijoy Mohapatra’s son Arabinda Mohapatra Thursday joined the ruling Biju Janata Dal (BJD).
-
Telugu Desam Party president N Chandrababu Naidu arrived here Thursday and may meet senior BJP leaders amid a buzz that the two parties are likely to revive their alliance for Lok Sabha and assembly polls, which will be held simultaneously in Andhra Pradesh.
-
The Cabinet approves India AI mission with an outlay of `10,372 crore for five years, Union Minister Piyush Goyal said Thursday. The approved corpus will be used to to create a large computing infrastructure.
-
The Central Bureau of Investigation Thursday busted a major human trafficking network that took Indian youngsters to the Russia-Ukraine war zone in the garb of providing them jobs abroad, officials said.
-
Ahead of general elections, the government Thursday announced the extension of `300 per LPG cylinder subsidy to poor women under the Ujjwala Yojana for the next fiscal starting April 1. The government had in October last year hiked the subsidy from `200 per 14.2-kg cylinders for up to 12 refills per year to `300 per bottle.
-
The CBI has conducted searches at 67 locations in seven cities of Rajasthan and Maharashtra in connection with the `820-crore Immediate Payment System (IMPS) scam in UCO bank, officials said Thursday.
-
Sweden Thursday formally joined NATO as the 32nd member of the transatlantic military alliance, ending decades of post-World War II neutrality as concerns about Russian aggression in Europe have spiked following Russia's 2022 invasion of Ukraine.
-
Tata Motors Thursday said it will increase prices of its commercial vehicles by up to 2 per cent from April 1, 2024. The price increase is to offset the residual impact of the past input costs, the auto major said. This is the second increase in CV prices in 2024 announced by Tata Motors.
-
The fragility of England batters against high-quality spin was exposed once again before India showed them how to bat on a flat track by cruising to 135/1 at stumps on day one of the fifth and final Test here Thursday
|
334 |
Y |
|
1068 |
07-03-2024 |
Odia |
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କୋଲକାତାରେ ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ରୁଟ୍ ବା ପାଣି ତଳ ମାର୍ଗର ଉଦଘାଟନ କରି ସହେ ବର୍ଷ ତଳର ସ୍ବପ୍ନକୁ ପୂରଣ କରିଛନ୍ତି। ଗ୍ରୀନ ଲାଇନରେ ଆସୁଥିବା ଏହି ଅଣ୍ଡର ୱାଟର ମେଟ୍ରୋ ଟନେଲର ଲମ୍ବ ପ୍ରାୟ ୧୬ କିଲୋମିଟର । ଏହି ଟନେଲ ଭୁପୃଷ୍ଠରୁ ପ୍ରାୟ ୧୨୦ଫୁଟ ତଳେ ରହିଛି ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର ଗୋଠପାଟଣାଠାରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କରିଛନ୍ତି।
-
୨୦୨୪ ସାଧାରଣ ନିର୍ବାଚନରେ କୃତ୍ରିମ ବୁଦ୍ଧିମତା (ଏଆଇ) ଏକ ବଡ଼ ଅସ୍ତ୍ର ହେବାକୁ ଯାଉଛି। ବୈଷୟିକ ଜ୍ଞାନକୌଶଳକୁ ନେଇ ଏବେ ରାଜନୈତିକ ଦଳମାନେ ନିର୍ବାଚନ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଲେଣି।
-
କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ରାଏବରେଲି ଆସନରୁ ନିର୍ବାଚନରେ ଅବତୀର୍ଣ୍ଣ ହୋଇପାରନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଆମେଥିକୁ ଫେରିପାରନ୍ତି।
-
ସରକାର ଜାପାନରୁ ୬ଟି ବୁଲେଟ୍ ଟ୍ରେନ୍ ଆଣିବେ। ଚଳିତ ମାସ ଶେଷ ସୁଦ୍ଧା ଏଥିପାଇଁ ଡିଲ୍ ଚୂଡ଼ାନ୍ତ ହେବା ସେହି ଅନୁସାରେ ୨୦୨୬ ଜୁନ୍-ଜୁଲାଇ ସୁଦ୍ଧା ପ୍ରଥମ ବୁଲେଟ୍ ଟ୍ରେନ୍ ଚାଲିବ ବୋଲି ରେଳବାଇ ଆଶାବାଦୀ ରହିଛି।
-
ଭାରତ ଗସ୍ତରେ ଥିବା ଇଂଲଣ୍ଡ ଖେଳାଳିମାନେ ଏଭଳି ପଦକ୍ଷେପ ନେଇଛନ୍ତି, ଯାହା ଚୀନକୁ କ୍ରୋଧିତ କରିବ । ଏହାର କାରଣ ହେଉଛି ଇଂଲଣ୍ଡ ଦଳର ଖେଳାଳିମାନେ ତିବ୍ଦତର ସର୍ବୋଚ୍ଚ ଧାର୍ମିକ ନେତା ଦଲାଇ ଲାମାଙ୍କୁ ଭେଟିଛନ୍ତି ।
-
ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟ ଯୋଗୁଁ ୮୦ ରୁ ୮୫ ପ୍ରତିଶତ ପେଟିଏମ୍ ୱାଲେଟ୍ ଗ୍ରାହକ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ବୁଧବାର ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି କଥା କହିଛନ୍ତି।
-
କେରଳରେ ଲାଗି ରହିଥିବା ମଣିଷ-ବନ୍ୟପ୍ରାଣୀ ସଂଘର୍ଷକୁ ରାଜ୍ୟର ପିନାରାୟୀ ବିଜୟନ ସରକାର ବିଶେଷ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି।
-
ଗୁରୁବାର ଠାରୁ ୨.୫୦ ଟଙ୍କା କମ୍ ମୂଲ୍ୟରେ ସିଏନଜି ବିକ୍ରି ହେବାକୁ ଯାଉଛି। ମାର୍ଚ୍ଚ ୭, ୨୦୨୪ ରୁ ଦିଲ୍ଲୀରେ ସିଏନଜିର ମୂଲ୍ୟ ୨.୫୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।
-
କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଘୋଷଣା କରିଛନ୍ତି ଯେ ଖେଲୋ ଇଣ୍ଡିଆ ପଦକ ବିଜେତା ଆଥଲେଟ ମାନେ ଏଣିକି ସରକାରୀ ଚାକିରି ପାଇଁ ଯୋଗ୍ୟ ହେବେ।
-
ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ମାମଲାରେ ଡିଏମ୍କେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍, ପି.କେ ସେରକାର ଏବଂ ଏମ୍ପି ଏ.ରାଜାଙ୍କ ବିରୋଧରେ ଦାଖଲ ପିଟିଶନକୁ ବୁଧବାର ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି।
-
କେରଳର ଥିରୁଭାନନ୍ତପୁରମର ଏକ କ୍ଲାସ୍ରେ ପ୍ରଥମଥର ଏଆଇ ଶିକ୍ଷୟିତ୍ରୀ ଆଇରିସ ପଢାଇବାକୁ ଆସିଥିଲେ। ଏହା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ବୋଲି ବିବେଚନା କରାଯାଉଛି।
-
ଚାରି ବର୍ଷ ପୂର୍ବେ ନମାମି ଗଙ୍ଗେ ପ୍ରୋଜେକ୍ଟ ମ୍ୟାନେଜର ଅଭିନାଭ ସିଙ୍ଗଲଙ୍କୁ ଅପହରଣ କରିନେଇଥିବା ଅଭିଯୋଗରେ ପୂର୍ବତନ ବାହୁବଳୀ ଏମ୍ପି ଧନଞ୍ଜୟ ସିଂଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
-
ଦିଲ୍ଲୀ ହାଇକୋର୍ଟ ୭ ଜଣ ଭାଜପା ବିଧାୟକଙ୍କୁ ଦିଲ୍ଲୀ ବିଧାନସଭାରୁ ନିଲମ୍ବନ ରଦ୍ଦ କରିଛନ୍ତି। ନିଲମ୍ବିତ ବିଧାୟକ ସେମାନଙ୍କ ନିଲମ୍ବନ ରଦ୍ଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
-
କର୍ନାଟକ ହାଇକୋର୍ଟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସମ୍ପୃକ୍ତ ସୁନା ଓ ହୀରା ଅଳଙ୍କାରକୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ପଡୋଶୀ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଉପରେ ରୋକ୍ ଲଗାଇଛନ୍ତି ।
-
ରୁଷିଆର ବୋରିସୋଭ କହିଛନ୍ତି, ୨୦୨୪ରୁ ୨୦୩୫ ମଧ୍ୟରେ ଆମର ଚାଇନା ସହଯୋଗୀଙ୍କ ସହ ମିଳିତ ଭାବରେ ଚନ୍ଦ୍ରରେ ପହଞ୍ଚିବା ଏବଂ ସେଠାରେ ଏକ ଆଣବିକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ଆମେ ଏକ ପ୍ରକଳ୍ପ ବିଷୟରେ ଗମ୍ଭୀର ଭାବରେ ବିଚାର କରୁଛୁ।
-
ରୁଷ୍ ପକ୍ଷରୁ ୟୁକ୍ରେନ ବିରୋଧୀ ଯୁଦ୍ଧରେ ସାମିଲ ହୋଇଥିବା ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ମୃତ ଭାରତୀୟ ହେଉଛନ୍ତି ହାଇଦରାବାଦର ମହମ୍ମଦ ଆଫସାନ। ଆଫସାନ ଚାକିରି ଉଦ୍ଦେଶ୍ୟରେ ରୁଷ୍ ଯାଇଥିବାବେଳେ ତାଙ୍କୁ ବାଧ୍ୟତାମୂଳକ ଭାବେ ଯୁଦ୍ଧରେ ସାମିଲ କରାଯାଇଥିଲା।
-
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୯୪ ଜଣ ବିଶିଷ୍ଟ କଳାକାରଙ୍କୁ ୨୦୨୨ ଓ ୨୦୨୩ ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିଛନ୍ତି। ସଙ୍ଗୀତ, ନୃତ୍ୟ, ନାଟକ, ଲୋକ ଓ ଆଦିବାସୀ କଳା, ପୁତୁଳି କଳା ଓ ଆନୁଷଙ୍ଗିକ ନାଟ୍ୟ କଳା କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
-
ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ନୂଆଦିଲ୍ଲୀରେ ରାଜ୍ୟମାନଙ୍କ ପାଇଁ ଏକ ନୀତି ପ୍ଲାଟଫର୍ମର ଶୁଭାରମ୍ଭ କରିବେ। ନୀତି ଆୟୋଗ ପ୍ଲାଟଫର୍ମ ନୀତି ଏବଂ ସୁଶାସନ ପାଇଁ ଏକ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଭାବରେ ଡିଜାଇନ୍ କରାଯାଇଛି।
-
ଆଧାର କାର୍ଡ଼କୁ ମାଗଣାରେ ଅପଡେଟ୍ କରିବାର ଶେଷ ତାରିଖ ପାଖେଇ ଆସୁଛି। ଗତ ଡିସେମ୍ବର ମାସରେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ(ୟୁଆଇଡିଏଆଇ) ଆଧାରକୁ ମାଗଣା ଅପଡେଟ୍ ପାଇଁ ସମୟସୀମା ବୃଦ୍ଧି କରିଥିଲା। ସମୟସୀମା ବୃଦ୍ଧି ପରେ ମାର୍ଚ୍ଚ ୧୪, ୨୦୨୪ ହେଉଛି ମାଗଣାରେ ଅପଡେଟ୍ କରିବାର ଶେଷ ତାରିଖ।
|
344 |
Y |
|
1069 |
07-03-2024 |
English |
-
The additional district and sessions court of Anandapur in this district has awarded death sentence to five persons in connection with brutal murder of former Anandapur Block chairman Rama Chandra Behera in 2019.
-
Chief Minister Naveen Patnaik Wednesday launched a health scheme - Biju Swasthya Kalyan Yojana (BSKY) Nabin Card - for people of the rural areas of the state.
-
Chief Minister Naveen Patnaik laid the foundation stone for state’s maiden Adivasi Bhawan at Gothapatana here, Wednesday. Estimated to be constructed at an approximate cost of `100 crore, the facility will serve as a versatile centre for deliberation, meetings, conferences, and showcasing of tribal art, culture, and development initiatives.
-
Former Union minister Srikant Jena returned to the Congress Wednesday and asserted that the INDIA bloc will defeat the BJP-BJD's ‘unholy alliance’ in Odisha. Jena had been expelled by the Congress in 2019 for alleged anti-party activities. Congress’ Odisha in-charge Ajoy Kumar welcomed Jena into the party.
-
The CBI Wednesday got the custody of Sandeshkhali Enforcement Directorate (ED) official attack case accused Shahjahan Sheikh from the West Bengal CID, following two orders by the Calcutta High Court to do so on two consecutive days.
-
State Commerce and Transport department Wednesday signed a memorandum of understanding (MoU) with Odisha National Cadet Corps (NCC) Directorate to launch the ‘Junior Rakshak’ initiative.
-
The Enforcement Directorate has filed a fresh complaint before a Delhi court seeking prosecution of Chief Minister Arvind Kejriwal for skipping multiple summonses issued to him in a money laundering case, official sources said Wednesday.
-
A total of 8,565 migrants died on land and sea routes worldwide last year, the UN migration agency said Wednesday, a record high since it began tallying deaths a decade ago.
-
An MP/MLA court here Wednesday sentenced former MP Dhananjay Singh to seven years of imprisonment in a 2020 kidnapping and extortion case.
-
Former CMD of Nalco Tapan Kumar Chand and five other ex-servicemen Wednesday joined the opposition BJP ahead of the elections for the Lok Sabha and Odisha Assembly
-
Former Union minister Srikant Jena returned to the Congress Wednesday and asserted that the INDIA bloc will defeat the BJP-BJD’s unholy alliance in Odisha. Jena had been expelled by the Congress in 2019 for alleged anti-party activities.
-
Crisil Ratings Wednesday projected India’s GDP growth at 6.8 per cent in the next fiscal and said the country will become an upper middle-income nation by 2031 with the economy doubling to $7 trillion.
-
As many as 80-85 per cent Paytm wallet users will not face any disruption because of regulatory actions, and the remaining users have been advised to link their apps to other banks, RBI Governor Shaktikanta Das said Wednesday.
-
The Enforcement Directorate on Thursday raided the premises of Samajwadi Party's jailed MLA Irfan Solanki in Uttar Pradesh's Kanpur.
-
Union minister Kiren Rijiju on Thursday said negotiations are the only means to restore peace in ethnic violence-hit Manipur and returning the state to normalcy will be the Narendra Modi government's next phase of efforts.
-
The ruling Biju Janata Dal (BJD) in Odisha has hinted at a potential alliance with the Bharatiya Janata Party (BJP) ahead of the upcoming Lok Sabha elections.
-
NCP (SP) leader Supriya Sule on Wednesday said if one member of a large family takes a different stance, it does not mean there is a split within the family.
-
A Chinese software engineer was arrested Wednesday for allegedly stealing artificial intelligence technology from Google while secretly working for two Chinese companies, US Attorney General Merrick Garland said.
-
The Supreme Court said on Wednesday the Constitution does not give Parliament the "entire universe" of mineral development and states also have powers to regulate and develop mines and minerals.
-
The Congress on Wednesday removed Himachal Pradesh MLA Sudhir Sharma, who was disqualified by the Assembly Speaker after he cross-voted in the Rajya Sabha polls, from the post of All India National Congress (AICC) Secretary.
|
327 |
Y |
|
1070 |
06-03-2024 |
Odia |
-
ଚଳିତ ବର୍ଷ ଦୃଶ୍ୟମାନ ହେବ ଏକ ବିରଳ ମହାଜାଗତିକ ଦୃଶ୍ୟ। ମାର୍ଚ୍ଚ ୮ରେ ପୃଥିବୀବାସୀ ଦେଖିବେ ପୂର୍ଣ୍ଣ ସୂର୍ଯ୍ୟ ପରାଗ।
-
ବିଶ୍ବ ଧନୀ ତାଲିକାରେ ଶୀର୍ଷ ସ୍ଥାନରୁ ଟେସ୍ଲାର ସିଇଓ ଏଲନ୍ ମସ୍କଙ୍କୁ ଆମାଜନ୍ର ମୁଖ୍ୟ ଜେଫ୍ ବେଜୋସ୍ ହଟାଇ ଦେଇଛନ୍ତି। ବେଜୋସ୍ଙ୍କ ସମ୍ପତ୍ତି ମୂଲ୍ୟ ୨୦,୦୦୩ କୋଟି ଡଲାରକୁ ବୃଦ୍ଧି ପାଇଥିବା ବେଳେ ମସ୍କଙ୍କ ସମ୍ପତ୍ତି ୧୯,୭୭୦ କୋଟି ଡଲାର ରହିଛି।
-
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମ୍କୋର୍ଟରୁ ଏକ ବଡ଼ ବିଜୟ ମିଳିଛି। ଜାନୁଆରି ୬, ୨୦୨୧ରେ ଆମେରିକା ସଂସଦ ଆକ୍ରମଣ ଘଟଣାରେ କଲରାଡୋର ମତଦାନରୁ ତାଙ୍କୁ ବଞ୍ଚିତ କରାଯାଇଥିଲା।
-
ମାଳଦ୍ବୀପ ଓ ଚୀନ୍ ମଧ୍ୟରେ ଏକ ନୂଆ ଚୁକ୍ତି ସ୍ବାକ୍ଷରିତ ହୋଇଛି, ଯାହା ଆଧାରରେ ଚୀନ୍ ଏଣିକି ମାଳଦ୍ବୀପକୁ ମାଗଣା ସୈନ୍ୟ ସହାୟତା ଯୋଗାଇଦେବ।
-
କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗ ସରକାର ନିଲମ୍ବିତ ତୃଣମୂଳ କଂଗ୍ରେସ ନେତା ତଥା ସନ୍ଦେଶଖାଲି ହିଂସା, ଦୁଷ୍କର୍ମ ଓ ଜମି ଜବରଦଖଲ ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିନାହିଁ।
-
ଫେସବୁକ୍, ଇନଷ୍ଟାଗ୍ରାମ, ହ୍ବାଟସ୍ଆପ୍ ଆଦି ସଂସ୍ଥା ପରିଚାଳନା କରୁଥିବା କମ୍ପାନି ମେଟାର ମୁଖ୍ୟ ମାର୍କ ଜକରବର୍ଗ ହାୱାଇ ଦ୍ବୀପରେ ଏକ ବିଶାଳପୂର୍ଣ୍ଣ ଘର ତିଆରି କରୁଛନ୍ତି। ସେହି ପ୍ରକଳ୍ପର ଅଂଶ ଭାବେ ସେ ଏକ ବିଶାଳ ସୁଡ଼ଙ୍ଗ ତିଆରି କରୁଥିବା ଚର୍ଚ୍ଚା ହେଉଛି।
-
ମାଓବାଦୀ ସଂଗଠନ ସହ ସମ୍ପର୍କ ମାମଲାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଜିଏନ୍ ସାଇବାବା ଓ ଅନ୍ୟମାନଙ୍କୁ ଆଶ୍ବସ୍ତି ମିଳିଛି। ସେମାନଙ୍କ ବିରୋଧରେ ଚାଲିଥିବା ମାମଲାକୁ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ଖାରଜ କରିବା ସହ ସେମାନଙ୍କୁ ଖଲାସ କରିଛି।
-
ବିଶ୍ବ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍ଓ) ଏଲ୍ନିନୋକୁ ନେଇ ନୂଆ ତଥ୍ୟ ଜାରି କରିଛି। ଏଲ୍ନିନୋ ଏବେ ଦୁର୍ବଳ ହେବା ସତ୍ତ୍ବେ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପ୍ରାୟ ସମସ୍ତ ସ୍ଥଳଭାଗରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ ବୋଲି ପୂର୍ବାନୁମାନ କରାଯାଇଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ 'ଅଣ୍ଡର ୱାଟର ମେଟ୍ରୋ ଟ୍ରେନ'ର ଉଦଘାଟନ କରିବେ। ହୁଗଳି ନଦୀ ତଳେ କୋଲକାତାର 'ଅଣ୍ଡର ୱାଟର ମେଟ୍ରୋ' ନିର୍ମାଣ କରାଯାଇଛି।
-
ହିମାଚଳ ପ୍ରଦେଶର ୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ବିଧାୟକମାନେ ବାଚସ୍ପତିଙ୍କ ଅଯୋଗ୍ୟତା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି।
-
ଆଫ୍ରିକୀୟ ଦେଶ କେନିଆର ରାଜଧାନୀ ନାଇରୋବିରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଆକାଶରେ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଛି । ନାଇରୋବି ଜାତୀୟ ଉଦ୍ୟାନରେ ଉପରେ ଏହି ବଡ଼ ଦୁର୍ଘଟଣା ଘଟିଛି। ତେବେ ଏହି ଘଟଣାରେ କେହି ମୃତ୍ୟୁବରଣ କରିନଥିବା ଜଣାଯାଇଛି ।
-
ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧୀନରେ ପରିଚାଳିତ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ, ଆଇଆଇଏଫ୍ଏଲ୍ ଫାଇନାନ୍ସ ପରେ ମଙ୍ଗଳବାର ଜେଏମ୍ ଫାଇନାନ୍ସିଆଲ ପ୍ରଡକ୍ଟସ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
-
ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ସାଇଟ୍ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ ସହିତ ଜିମେଲ୍ କାମ କରୁନଥିଲା। ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମରେ ଦେଖାଦେଇଥିଲା। ପୁଣି ଥରେ ସଚଳ ହୋଇଥିଲା।
-
କାଲ୍କାଟା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଗୁରୁବାର ଅପରାହ୍ନରେ ଭାଜପାରେ ଯୋଗଦେବେ ବୋଲି କହିଛନ୍ତି।
-
ନବବର୍ଷ ପାଳନ ପାଇଁ ରୁଷିଆ ଯାଇଥିବା ପଞ୍ଜାବ ଓ ହରିୟାଣାର ଏକ ଯୁବଗୋଷ୍ଠୀଙ୍କୁ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଲଢ଼ିବାକୁ ବାଧ୍ୟ କରାଯାଇଛି। ଏନେଇ ସମ୍ପୃକ୍ତ ୭ ଯୁବକ ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି।
-
କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ମାର୍ଚ୍ଚ ୧୬ରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଶେଷ ହେବ। ପରଦିନ ଅର୍ଥାତ୍ ମାର୍ଚ୍ଚ ୧୭ରେ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ମୁମ୍ବାଇରେ ଏକ ରାଲି କରିବାକୁ ଯାଉଛି।
-
ଚଣ୍ଡିଖୋଲରୁ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ଉପହାର ଦେଇଛନ୍ତି। ରେଳ, ଜାତୀୟ ରାଜପଥ ଆଦି ୧୬ଟି ପ୍ରକଳ୍ପର ଶିଳାନ୍ୟାସ୍ ଓ ଲୋକାର୍ପଣ କରିଛନ୍ତି। ଏଥି ସହିତ ପାରାଦୀପ ରିଫାଇନାରୀରେ ଭାରତୀୟ ତୈଳ ନିଗମ ଲିମିଟେଡ୍ ମୋନୋ ଏଥାଇଲନ୍ ଗ୍ଲାଇକଲ୍ ପ୍ରକଳ୍ପ, ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିମି ଦୈର୍ଘ୍ୟର ପାଇପଲାଇନ ଉଦଘାଟନ କରିଛନ୍ତି।
-
ଭଣ୍ଡାରୀପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଳଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ରାତି ସାରା ଜେରା କରିଛି ଇଡି। ୧୮ ଘଣ୍ଟାର ଜେରା ପରେ ଭୋର୍ ସାଢେ ୪ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ପ୍ରୟାସକାନ୍ତି।
-
ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ କରିବା ପାଇଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଗୁରୁତ୍ୱାରୋପ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍) ପଦରେ ନିଯୁକ୍ତି ଦେବାପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
-
ଲୋକସଭା ନିର୍ବାଚନକୁ ନେଇ ସାରା ଦେଶରେ ରାଜନୀତି ଉଷ୍ମ ହେଉଥିବା ବେଳେ ଖୁବଶୀଘ୍ର ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୧୪ କିମ୍ବା ୧୫ରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।
|
316 |
Y |
|