Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
141 03-07-2025 Odia
  1. .1.ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୁଧବାର କହିଛି ଯେ, କୋଭିଡ୍-୧୯ ଟିକା ଓ ହୃଦ୍‌ଘାତଜନିତ ହଠାତ୍ ମୃତ୍ୟୁସଂଖ୍ୟା ବୃଦ୍ଧି ମଧ୍ୟରେ କୌଣସି ସମ୍ପର୍କ ନାହିଁ।

  2. 2. ଜୁଲାଇ ମାସ ପାଇଁ ପାକିସ୍ତାନକୁ ମିଳିତ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍‌ଏସ୍‌ସି)ର ଅଧ୍ୟକ୍ଷତା ଦାୟିତ୍ବ ମିଳିଛି। ଯାହା ୨୦୨୫ ଜାନୁଆରିରୁ ଆରମ୍ଭ ହୋଇଥିଲା । ପାକିସ୍ତାନ ଅଧ୍ୟକ୍ଷ ହେବା ମାତ୍ରେ ଭାରତ ବିପକ୍ଷରେ ଷଡ୍‌ଯନ୍ତ୍ରପୂର୍ଣ୍ଣ ପଦକ୍ଷେପ ନେବା ଆରମ୍ଭ କରିଛି ।

  3. 3.ସୋମବାର ସାଂଘାଇରୁ ଟୋକିଓ ଯାଉଥିବା ସ୍ପ୍ରିଙ୍ଗ ଏୟାର୍‌ଲାଇନ୍ସର ବିମାନରେ ମଝି ଆକାଶରେ ଆତଙ୍କ ଦେଖାଦେଇଥିଲା। ବିସ୍ଫୋରଣ ପରି ଏକ ବିରାଟ ଶବ୍ଦ କରି ବିମାନଟି ହଠାତ୍ ୨୬,୦୦୦ ଫୁଟ୍‌ ତଳକୁ ଖସିଆସିଥିଲା। ତେବେ ପାଇଲଟ୍‌ମାନେ ସୁରକ୍ଷିତ ଭାବେ ବିମାନର ଜରୁରୀ ଅବତରଣ କରାଇବାରେ ସଫଳ ହୋଇଥିଲେ। 

  4. 4.(ଇଡି) ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍‌ଜି) ଭି ରାଜୁ ଦାବି କରିଛନ୍ତି ଯେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ୨୦ କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରିବାକୁ ଷଡ଼୍‌ଯନ୍ତ୍ର କରିଥିଲେ।

  5. 5.ନିର୍ବାସିତ ତିବ୍ବତୀୟ ଆଧ୍ୟାତ୍ମିକ ନେତା ଦଲାଇଲାମା କହିଛନ୍ତି ଯେ, ତାଙ୍କ ମୃତ୍ୟୁ ପରେ ୬୦୦ ବର୍ଷର ପୁରୁଣା ଅନୁଷ୍ଠାନ ଜାରି ରହିବ। ତାଙ୍କ ଉତ୍ତରାଧିକାରୀ ତଥା ପଞ୍ଚଦଶ ଦଲାଇଲାମାଙ୍କୁ ନିଯୁକ୍ତି ଦେବାରେ ଚୀନ୍‌ର କୌଣସି ଭୂମିକାକୁ ସେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

  6. 6.ଦିଲ୍ଲୀ ରାସ୍ତାରୁ ପୁରୁଣା ଗାଡି ହଟାଇବା ନେଇ ଦିଲ୍ଲୀ ସରକାରଙ୍କ ନୂଆ ନିୟମ ଉପରେ ବର୍ଷିଲେ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଆତିଶୀ । ୧୦ ବର୍ଷ ପୁରୁଣା ହୋଇଥିବା ୬୨ ଲକ୍ଷ ଗାଡି ରାଜଧାନୀ ରାସ୍ତାରୁ ହଟାଇ ବିଜେପି ସରକାର ପରୋକ୍ଷରେ ୬୨ ଲକ୍ଷ ନୂଆ ଗାଡ଼ି କିଣିବା ପାଇଁ ଲୋକଙ୍କୁ  ବାଧ୍ୟ କରିବା ସହ ଷଡଯନ୍ତ୍ର ରଚିଛି । 

  7. 7.ଦିଲ୍ଲୀ ସରକାର ମହିଳାକର୍ମଚାରୀମାନଙ୍କୁ ରାତି ସିଫ୍ଟରେ କାମ କରିବାକୁ ଅନୁମତି ଦେବା ପାଇଁ ଶ୍ରମ ବିଭାଗକୁ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। 

  8. 8.ମୁସଲିମ ସମ୍ପ୍ରଦାୟର ପ୍ରଭାବଶାଳୀ ନେତା ଏବଂ ପୂର୍ବତନ ଜେଡିୟୁ ଏମଏଲସି ସଲମାନ ରାଗିବ ମୁନ୍ନା ଜୁଲାଇ ୯ରେ ଆରଜେଡିରେ ଯୋଗ ଦେବାକୁ ଯାଉଛନ୍ତି । ସଲମାନ ରାଗିବ ମୁନ୍ନା ୱାକଫ ଆଇନ ବିରୁଦ୍ଧରେ ଅସନ୍ତୋଷ ପ୍ରକାଶ କରି ଏହି ନିଷ୍ପତ୍ତି ନେଇଛନ୍ତି । 

  9. 9.ବଜେଟ୍‌ରେ ଆୟକରକୁ ନେଇ ବଡ଼ ଘୋଷଣା କରିଥିବା କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ହ୍ରାସ କରିବାକୁ ଯାଉଛନ୍ତି। ଏହାର ପ୍ରଭାବରେ ସାଧାରଣ ଜନତାଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯଥା ଟୁଥ୍‌ପେଷ୍ଟ, ବାସନକୁସନ, ପୋଷାକ, ଜୋତା, ଘିଅ, ସାବୁନ, ସ୍ନାକ୍ସ ଆଦି ଶସ୍ତା ହେବାର ସମ୍ଭାବନା ରହିଛି।

  10. 10.ଗଭୀର ଜଳ ଭିତରେ କାମ କରୁଥିବା ରୋବୋଟିକ୍ସ ଓ ପ୍ରତିରକ୍ଷା ପ୍ରଯୁକ୍ତି ବିକାଶ କରୁଥିବା ସଂସ୍ଥା କୋରାସିଆ ଟେକ୍ନୋଲୋଜିସ୍‌ ପକ୍ଷରୁ ସେବି ପଞ୍ଜୀକୃତ ଭେଞ୍ଚର କ୍ୟାପିଟାଲ୍ ଫଣ୍ଡ୍‌ ଏମ୍‌ଜିଏଫ୍‌ କବଚଠାରୁ ପ୍ରି-ସିରିଜ୍ ଏ ଫଣ୍ଡିଂ ପର୍ଯ୍ୟାୟରେ ୧୭ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି।

  11. 11.ବିଳମ୍ବିତ ରାତିରେ ବିନା ସୂଚନାରେ କେନ୍ଦୁଝରଜିଲ୍ଲା ହାଟଡ଼ିହି ବ୍ଲକ୍‌ ହଦଗଡ଼ ଡ୍ୟାମ୍‌ର ଫାଟକ ଖୋଲିଦିଆଗଲା। ଫଳରେ ସାଳନ୍ଦୀ ନଦୀରେ ଅଚାନକ ବନ୍ୟା ଆସିଛି। ଏହି କାରଣରୁ ଭଦ୍ରକ ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଜଳମଗ୍ନ ହୋଇଯାଇଛି।

  12. 12.ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଆସିଥିବ‌ା ବାଘୁଣୀ ‘ଜୀନତ୍‌’ ମା’ ହେବାକୁ ଯାଉଛି। 

  13. 13.ରାଜ୍ୟରେ ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା)କୁ ସଶକ୍ତ କରାଯିବ। ‌କେଉଁ ସହରାଞ୍ଚଳରେ କେଉଁଠି କେତେ ଜମି ବିକ୍ରି ହେଲା, ଏହା ଓରେରା ଅନୁମୋଦନ ପାଇଛି କି ନାହିଁ, ଯେଉଁ ରିଅଲ ଇଷ୍ଟେଟ୍ ପ୍ରକଳ୍ପ ପାଇଁ ପ୍ଲାନିଂ କର୍ତ୍ତୃପକ୍ଷ ଅନୁମୋଦନ ଦେଉଛନ୍ତି ସେଥିପାଇଁ ସମସ୍ତ ନିୟମ କଡ଼ାକଡ଼ି ପାଳନ ହୋଇଛି କି ନାହିଁ ତାହା ଏବେ ଓରେରା ନଜରରେ ରହିବ।

  14. 14. ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀମାନେ ଅର୍ଥ ଫେରସ୍ତ ପାଇବେ। ଏଥି ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ ମୋହନ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି।

  15. 15.ମୌସୁମୀ ଯୋଗୁ ବାହୁଡ଼ାରେ ବି ବର୍ଷା ହେବ। ଆସନ୍ତା ୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

145 Y
142 03-07-2025 English
  1. 1.With official work across Odisha paralysed for two days because of a ‘cease work’ by Odisha Administrative Service (OAS) and Odisha Revenue Service (ORS) offi cers, the state government Wednesday appealed to the agitating offi cers to resume duty.

  2. 2.Chief Minister Mohan Charan Majhi Wednesday directed authorities to compensate an additional 5 lakh small depositors who were duped by different chit fund companies in the state.

  3. 3.The elderly Dalai Lama assured his followers Wednesday that upon his death he would be reincarnated as the next spiritual leader of Tibetan Buddhism and spelt out a succession process that sets up a renewed clash with China.

  4. 4. The state government Wednesday formed a four-member team to assist Development Commissioner (DC) Anu Garg to complete an inquiry into the Puri stampede within 30 days.

  5. 5.The Biju Janata Dal (BJD) Wednesday demanded immediate arrest of BJP’s Nilgiri MLA Santosh Khatua alleging his involvement in the killing of an elephant and theft of its tusks in Nilgiri area June 1

  6. 6.As the monsoon continues its journey across the country, the Indian Meteorological Department (IMD) Wednesday predicted light to heavy rainfall in Delhi and several other regions over the next week.

  7. 7.Following the recent attack on BMC Additional Commissioner Ratnakar Sahoo, the Bhubaneswar Municipal Corporation (BMC) convened a high-level meeting Wednesday to review security protocols and assess the situation.

  8. 8.The East Coast Railway (ECoR) has announced to temporarily add extra AC-3 Tier coaches to the Rajdhani and Puri-Gunupur Express trains to handle the surge in passengers.

  9. 9.Tigress Zeenat, which escaped from Similipal National Park and roamed across Odisha, West Bengal, and Jharkhand, is now suspected to be pregnant.

  10. 10.Kanjipani Ghat, one of the most known tourist destinations in Keonjhar district, is captivating nature lovers with its unique charm and breathtaking monsoon scenery.

  11. 11.The trial run on the Bandikui-Jaipur Link Expressway, connecting the Delhi-Mumbai Expressway to Jaipur, started Wednesday.

  12. 12. Leaders of several INDIA bloc parties met the Election Commission over the Special Intensive Revision (SIR) of electoral rolls in Bihar and raised concerns over its timing, alleging that over two crore voters of the state may be disenfranchised by this mammoth exercise being done just ahead of Assembly elections.

  13. 13.The railways will prepare seat reservation charts at 9 pm for trains starting journeys between 5 am and 2 pm the next day, while for the rest, the list will be prepared eight hours in advance.

  14. 14.Siddaramaiah Wednesday asserted that he will be the Chief Minister of Karnataka for a full fi ve-year term, following which a reconciled D K Shivakumar, said he will support him as he has “no option”, indicating a truce between the two for the time being.

  15. 15.Word from US President Donald Trump that Israel has agreed to the conditions needed to fi nalise a 60-day ceasefire in Gaza raised hopes Wednesday in the enclave, where health offi cials said at least 20 people had been killed in Israeli attacks.

119 Y
143 02-07-2025 Odia
  1. 1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆ ଏକ ଜନ ଆନ୍ଦୋଳନ ପାଲଟିଛି ।  ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଦଶ ବର୍ଷ ପୂର୍ତ୍ତି ଅବସରରେ ଏକ ବ୍ଲଗରେ, ସେ କହିଛନ୍ତି ଯେ ଭାରତ ଡିଜିଟାଲ ଶାସନରୁ ବିଶ୍ୱ ଡିଜିଟାଲ ନେତୃତ୍ୱ ଆଡକୁ ଗତି କରୁଛି।

  2. 2.କେନ୍ଦ୍ର କ୍ୟାବିନେଟ୍ ସମସ୍ତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ଏବଂ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ନିଯୁକ୍ତି-ସଂଯୁକ୍ତ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରୀ ଦେଇଛି। ଏହି ଯୋଜନା ଅଧୀନରେ ପ୍ରଥମ ଥର ପାଇଁ କର୍ମଚାରୀମାନେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଏକ ମାସର ମଜୁରୀ ପାଇବେ।

  3. 3.ଜାତିସଂଘର ସାଂସ୍କୃତିକ ସଂଗଠନ ୟୁନେସ୍କୋ (UNESCO) ଏକ ସାମ୍ପ୍ରତିକ ରିପୋର୍ଟରେ ଚେତାବନୀ ଦେଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମରୁଡ଼ି ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ହେତୁ ବିଶ୍ୱର ଅଧିକାଂଶ ଐତିହ୍ୟ ସ୍ଥଳ ଗୁରୁତର ବିପଦରେ ଅଛି।

  4. 4.ଦିଲ୍ଲୀରେ ସରକାର ନୂଆ ନିୟମ ଲାଗୁ କରିଛନ୍ତି। ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯଦି କେହି ପୁରୁଣା ଗାଡ଼ି ଧରି ବାହାରକୁ ବାହାରୁଛନ୍ତି ତେବେ ସେମାନଙ୍କୁ ତଣ୍ଡ ଗଣିବାକୁ ପଡିବ । କାର ଚାଳକଙ୍କୁ ୧୦ ହଜାର ଟଙ୍କା ଫାଇନ୍ ଦେବାକୁ ଥିବା ବେଳେ ବାଇକ୍ ଚାଳକ ୫ ହଜାର ଟଙ୍କା ଫାଇନ୍ ଗଣିବେ ।

  5.  5.ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିଛନ୍ତି । ସେମାନେ ବନ୍ଧୁକ ଓ ରକେଟ ଧରି ପ୍ରଥମେ ଏକ ପୁଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ ଓ ପରେ ୨ଟି ବ୍ୟାଙ୍କ ଲୁଟିବା ପରେ ନିଆଁ ଲଗାଇଦେଇଥିଲେ । 

  6.  6.ନିଜକୁ ଆଇଆଇଟି ବମ୍ବେର ଛାତ୍ର ବୋଲି ଉପସ୍ଥାପନ କରି କଲେଜ କ୍ୟାମ୍ପସ୍‌ରେ ରହିଥିବା ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଥିଲା।

  7. 7.ପାକିସ୍ତାନ ମଙ୍ଗଳବାର ଜୁଲାଇ ୨୦୨୫ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିବାକୁ ଯାଉଛି। ପାକିସ୍ତାନର ସରକାରୀ ଗଣମାଧ୍ୟମ ଏ ବିଷୟରେ ସୂଚନା ଦେଇଛି। 

  8. 8. ଶିଳ୍ପପତି ଏଲନ ମସ୍କ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟର ତିକ୍ତତା ଆହୁରି ବଢିଯାଇଛି । ସଂପର୍କ ଏତେ ଖରାପ ହୋଇଯାଇଛି ଯେ ମସ୍କଙ୍କୁ ତାଙ୍କ ମୂଳ ଦେଶ ଦକ୍ଷିଣ ଆଫ୍ରିକାକୁ ପ୍ରତ୍ୟାର୍ପଣ କରିବାକୁ ଧମକ ଦେଇଛନ୍ତି ଟ୍ରମ୍ପ । ଏହାର ଜବାବରେ ଏକ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି ମସ୍କ ।

  9. 9.ଅତୀତରେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ୭୦ ଘଣ୍ଟା କାର୍ଯ୍ୟସପ୍ତାହ ଉପରେ ମନ୍ତବ୍ୟ ଦେଇ ବିବାଦରେ ରହିଥିଲେ। ଏବେ ଇନଫୋସିସ୍ ତାର କର୍ମଚାରୀମାନଙ୍କୁ ବୃତ୍ତି ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ପରାମର୍ଶ ଦେଇଛି। 

  10. 10.ଭାରତୀୟ ରେଳବାଇ ପ୍ରଯୁକ୍ତି ଓ ଯାତ୍ରୀ ସୁବିଧାରେ ଏକ ବଡ଼ ପାଦ ଆଗକୁ ରଖି ମଙ୍ଗଳବାର ନୂଆ ‘ରେଲ୍‌ଓ୍ଵାନ୍‌’(RailOne) ଆପ୍ ଲଞ୍ଚ କରିଛି।

  11. 11.ରାୟଗଡ଼ା ଜଳ ବିଭାଜିକା ପ୍ରକଳ୍ପର ପୂର୍ବତନ ନିର୍ଦ୍ଦେଶକ (ପିଡି) ତଥା ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ମଙ୍ଗଳବାର ଗିରଫ ହୋଇଛନ୍ତି।

  12. 12.ଗାଜାରେ ଇସ୍ରାଏଲର ସେନାର ଆକାଶ ମାର୍ଗରୁ ଆକ୍ରମଣରେ ପ୍ରାୟ ୭୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସମୁଦ୍ର କୂଳରେ ଥିବା ଏକ କାଫେରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖାଦ୍ୟ ସହାୟତା ପାଇବାକୁ ଯାଇଥିବା ଅନେକ ଲୋକଙ୍କ ମଧ୍ୟରୁ ଗୁଳିବିନିମୟରେ ପ୍ରାୟ ୨୩ ଜଣଙ୍କ ମୃତ୍ୟୁ ଘଟିଛି ।

  13. 13. ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆସନ୍ତା ୧୧ ତାରିଖରେ ଓଡ଼ିଶା ଆସିବେ। ଭୁବନେଶ୍ବରର ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ‘ସମ୍ବିଧାନ ବଞ୍ଚାଅ ସମାବେଶ’ରେ ରାହୁଲ ଉଦ୍‌ବୋଧନ ଦେବେ। 

  14. 14.ଆଇଏମ୍‌ଡି ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ସମେତ ଅନେକ ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକରେ ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି।  ଆଇଏମ୍‌ଡି ଅନୁଯାୟୀ ଉତ୍ତରପଶ୍ଚିମ, କେନ୍ଦ୍ରୀୟ ଏବଂ ପୂର୍ବ ଭାରତର ଏକ ବିଶାଳ ଅଂଶରେ ମୌସୁମୀ ସକ୍ରିୟ ରହିବ।

  15. 15.ସରକାରୀ ଜନକଲ୍ୟାଣକାରୀ ଯୋଜନାରେ ନୈରାଶ୍ୟଜନକ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ପ୍ୟାନେଲ୍‌ରୁ ହଟିବା ଭଳି କାର୍ଯ୍ୟାନୁଷ୍ଠାନ ସାମ୍ନା କରିବା ପରେ ତିନି ଘରୋଇ ବ୍ୟାଙ୍କ ଆସିଆଇସିଆଇ, ଆକ୍ସିସ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଚେତିଛନ୍ତି।

  16. 16. ଆଧାରକୁ ବ୍ୟବହାର କରି ରାଜ୍ୟଗୁଡ଼ିକ କଲ୍ୟାଣମୂଳକ ଯୋଜନାର ଲାଭ ଲୋକମାନଙ୍କ ପାଖରେ ପହଞ୍ଚାଯାଉଛନ୍ତି। ସେମାନେ ଆଧାରକୁ ନଜରରେ ରଖି ଯୋଜନାଗୁଡ଼ିକୁ ପ୍ରସ୍ତୁତ କରୁଛନ୍ତି। ଆଧାର ଗ୍ରହଣୀୟତାରେ ଓଡ଼ିଶା ଅଗ୍ରଣୀ ରହିଛି ବୋଲି ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ର ସିଇଓ ଭୁବନେଶ କୁମାର କହିଛନ୍ତି।

  17. 17.ଗତ ଜୁନ ମାସରେ ବେଙ୍ଗାଲୁରୁରେ ହୋଇଥିବା ଦଳାଚକଟା ଘଟଣାରେ ବରିଷ୍ଠ ଆଇପିଏସ୍ ଅଧିକାରୀ ବିକାଶ କୁମାରଙ୍କ ବିରୋଧରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ କର୍ଣ୍ଣାଟକ ସରକାରଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରିଛନ୍ତି।

  18. 18.ବାଂଲାଦେଶରେ, ଜଣେ ୨୫ ବର୍ଷୀୟ ହିନ୍ଦୁ ମହିଳା, ଯିଏକି ଏକ ଜଘନ୍ୟ ଦୁଷ୍କର୍ମର ଶିକାର ହୋଇଥିଲେ, ତାଙ୍କ ସ୍ୱାମୀ ଏବଂ କିଛି ସ୍ଥାନୀୟ ବାସିନ୍ଦାଙ୍କ ଚାପ ପରେ ପ୍ରଥମେ ସେ ପ୍ରତ୍ୟାହାର କରିବାକୁ ଚିନ୍ତା କରିଥିଲେ, ତଥାପି ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି।

  19. 19.ପରୋକ୍ଷ ଟିକସ ବ୍ୟବସ୍ଥାକୁ ଏକୀକୃତ ଏକୀକୃତ କରି ଦେଶରେ ଲାଗୁ ହୋଇଥିବା ସାମଗ୍ରୀ ଏବଂ ସେବା କର ଆଠ ବର୍ଷ ପୂରଣ କରିଛି। ଆର୍ଥିକ ସମନ୍ୱୟ ଏବଂ ଟିକସ ସଂସ୍କାର ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ୨୦୧୭ରେ ଜିଏସଟି ପ୍ରଚଳନ କରାଯାଇଥିଲା।

  20. 20.ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଟେଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚ୍‌‌ ବୁଧବାରଠାରୁ ଖେଳାଯିବ। ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ମ୍ୟାଚ। 

156 Y
144 02-07-2025 English
  1. 1.In a first, the Supreme Court has introduced a formal reservation policy for the direct appointment and promotion of its staffers belonging to Scheduled Castes and Scheduled Tribes.

  2. 2.The Central government Tuesday approved an Employment Linked Incentive (ELI)scheme with an outlay of Rs1.07 lakh crore to create 3.5 crore jobs over the next two years through social security schemes run by the retirement fund body EPFO.

  3. 3.Pensions are being given to 13 per cent of people and Andhra Pradesh is the one and only such state. Per month Rs 2,750 crore pensions are being given and nearly Rs 33,000 crore are being spent (annually)  said  N chandrababu Naidu , Andhra Pradesh C M .

  4. 4.The central government Tuesday approved an Employment Linked Incentive scheme with an outlay of Rs 1.07 lakh crore to create 3.5 crore jobs over the next two years through social security schemes run by the retirement fund body EPFO.

  5. 5.The flood situation in Balasore remained critical Tuesday, as people of around 100 villages in northern parts of the district grapple with inundated roads and fields, officials said.

  6. 6.Chief Minister Mohan Charan Majhi Tuesday asked major private banks to extend more credit to poor people of the state under various welfare schemes.

  7. 7.Employees of the Bhubaneswar Municipal Corporation (BMC), including sanitation workers, Tuesday launched a ‘ceasework’ protest over the alleged assault on an on-duty senior colleague the previous day.

  8. 8.The state unit of the BJP Tuesday suspended fi ve of its workers, including corporator Jeevan Rout, from the preliminary membership of the party for their alleged involvement in the violence in the BMC office.

  9. 9.Congress leader Rahul Gandhi would visit Odisha July 11 to address a public meeting here, OPCC president Bhakta Charan Das said Tuesday.

  10. 10.The Higher Education (HE) department has officially announced the commencement of the e-Admission process for the three year LLB course for 2025-26 academic year under Students Academic Management System (SAMS).

  11. 11.The toll in the explosion at the Sigachi Industries' pharma plant in Sangareddy District of Telangana rose to 36 

  12. 12.With monsoon drenching the capital, Delhi’s pilot cloud seeding project to curb air pollution was deferred to the end of August, Delhi Environment Minister Manjinder Singh Sirsa said Tuesday.

  13. 13.In a unique record in the country, 14 judges have refused to hear a criminal defamation case filed by Indian Forest Service officer Sanjeev Chaturvedi against Central Administrative Tribunal (CAT) judge Manish Garg.

  14. 14.Indian and French militaries carried out a two week wargame in France that focused on boosting joint operational preparedness to deal with security challenges.

  15. 15.US President Donald Trump suggested Tuesday that the government effi ciency department should take a look at the subsidies that Tesla CEO Elon Musk’s companies have received in order to save money.

139 Y
145 01-07-2025 Odia
  1. 1.ପାକିସ୍ତାନ, ଚୀନ୍ ଓ ବାଂଲାଦେଶ ଏକ ନୂତନ ଆଞ୍ଚଳିକ ସଂଗଠନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ଯାହା ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ (ସାର୍କ)କୁ ବଦଳାଇବ। ବର୍ତ୍ତମାନର ଆଞ୍ଚଳିକ ଗୋଷ୍ଠୀରେ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଭାରତ, ମାଳଦ୍ୱୀପ, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କା ସାମିଲ ଅଛନ୍ତି। 

  2. 2. ଚୀନ୍ ଗୁରୁବାର (ଜୁନ୍ ୨୬) ଏକ ନୂଆ ପ୍ରକାରର ଗ୍ରାଫାଇଟ୍ ବୋମା ବା ବ୍ଲାକ୍ଆଉଟ୍ ବୋମା ପ୍ରଦର୍ଶନ କରିଛି। ଦାବି କରାଯାଇଛି ଯେ ଏହା ଶତ୍ରୁର ଶକ୍ତିକେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିପାରେ ଏବଂ ଟାର୍ଗେଟ୍ ଅଞ୍ଚଳକୁ ସମ୍ପୂର୍ଣ୍ଣ ବିଜୁଳିବିହୀନ କରିଦେଇପାରେ।

  3. 3.୧ କୋଟିରୁ ଅଧିକ ଟଙ୍କାର ଯୌତୁକ ନେଇ ୨୭ ବର୍ଷୀୟା ରିଧାନ୍ୟା ବାପ ଘରୁ ଶାଶୁ ଘରକୁ ଗଲା। ନିର୍ଯାତନା ଅସହ୍ୟ ହେବାରୁ ଶେଷରେ କୀଟନାଶକ ଖାଇ ନବବଧୂ ଜୀବନ ହାରିଲା। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ତାମିଲନାଡୁର ତିରୁପୁର ଅଞ୍ଚଳରୁ।  ପୁଲିସ ଏହି ଘଟଣାରେ ନବବଧୂର ଶାଶୁ, ଶ୍ଵଶୁର ଏବଂ ସ୍ଵାମୀକୁ ଗିରଫ କରିଛି।

  4. 4.ମଣିପୁରରେ ପୁଣି ହିଂସା ଉପୁଜି ୪ ଜଣଙ୍କ ଜୀବନ ଯାଇଛି। ଚୁରାଚାନ୍ଦପୁର ଜିଲ୍ଲାରେ ଆଜି ଦୁର୍ବୃତ୍ତ ଏକ କାର୍‌ରେ ଯାଉଥିବା ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଏହି ଘଟଣାରେ କୁକିର ଜଣେ ଶୀର୍ଷ କମାଣ୍ଡରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। 

  5. 5.ଇରାନର ଫୋର୍ଡୋ ପରମାଣୁ କେନ୍ଦ୍ର ଉପରେ ଆମେରିକା ଜିବିୟୁ-୫୭/ମାସିଭ୍ ଅର୍ଡନାନ୍ସ ପେନିଟ୍ରେଟର ମାଡ଼ କରିବା ପରେ ଭାରତ ଅତ୍ୟାଧୁନିକ ବଙ୍କର-ବଷ୍ଟର କ୍ଷମତା ବିକଶିତ କରିବା ପାଇଁ ନିଜର ପ୍ରୟାସକୁ ତ୍ୱରାନ୍ୱିତ କରୁଛି।

  6. 6.ଭାରତ ନିଜର କେ-୬ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଛି। ସମୁଦ୍ରରେ ପରୀକ୍ଷଣ କରାଯିବାକୁ ଥିବା ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଦ୍ଵାରା ବିକଶିତ କରାଯାଇଛି।

  7. 7.ଜୁଲାଇ ୧ରୁ ବର୍ଦ୍ଧିତ ରେଳଭଡ଼ା ଲାଗୁ ହେବ । ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ରିଜର୍ଭେସନ୍ ଫି, ସୁପରଫାଷ୍ଟ ସରଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି। ବିଜ୍ଞପ୍ତି ଅନୁସାରେ ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇନାହିଁ । ତେବେ ୫୦୧ରୁ ୧୫୦୦ କିଲୋମିଟର ଦୂରତା ପାଇଁ ୫ ଟଙ୍କା ଏବଂ ୨୫୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ପାଇଁ ୧୦ ଟଙ୍କା ଏବଂ ୨୫୦୧ ରୁ ୩୦୦୦ କିଲୋମିଟର ଦୂରତା ସ୍ଲାବ୍ ପାଇଁ ୧୫ ଟଙ୍କା ବୃଦ୍ଧି କରାଯାଇଛି । 

  8. 8.ତୈଳ ବିପଣନ କମ୍ପାନିଗୁଡ଼ିକ ଦ୍ୱାରା ପ୍ରକାଶିତ ନୂତନ ଦର ତାଲିକା ଅନୁଯାୟୀ, ମଙ୍ଗଳବାର ଜୁଲାଇ ୧ ଠାରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ୧୭୨୩.୫୦ ଟଙ୍କା ପରିବର୍ତ୍ତେ ୧୬୬୫ ଟଙ୍କା ହେବ। 

  9. 9. ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଅକାଳମୃତ୍ୟୁ ନେଇ ଆଜି ପୁଲିସ ନୂଆ କଥା କହିଛି। ଯଦିଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି, ତେବେ ତାଙ୍କ ଘରୁ ଜବତ ବାକ୍ସରୁ ଏକ ସାଂଘାତିକ ସୁରାକ୍‌ ମିଳିଛି।  ଜଣେ ଅଧିକାରୀ କହିଛନ୍ତି ଯେ ଜରିୱାଲା ଚର୍ମ ଚିକ୍କଣ ଦେଖାଯିବା ଓ ବୟସ କମ୍ ଦେଖାଯିବା (ଆଣ୍ଟି-ଏଜିଂ) ଔଷଧ ବ୍ୟବହାର କରୁଥିଲେ। 

  10. 10.ତେଲଙ୍ଗାନାର ବିଜେପି ବିଧାୟକ ଟି. ରାଜା ସିଂହ ଓରଫ ଟାଇଗର ରାଜା ଦଳରୁ ଇସ୍ତଫା ଦେଇଛନ୍ତି। ଅଧିକାଂଶ ସମୟରେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଗୋସାମହଲ ବିଧାୟକ ରାଜା ସିଂହ ଚର୍ଚ୍ଚାରେ ରୁହନ୍ତି।

  11. 11. ଉତ୍ତର ଓଡ଼ିଶାରେ ବଡ ବନ୍ୟା ଆଶଙ୍କା.. ଆସନ୍ତା ୨୪ ଘଣ୍ଟା ସହ ବର୍ଷା ଉପରେ ବନ୍ୟା ସ୍ଥିତି ନିର୍ଭର କରେ ବୋଲି କହିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ..

  12. 12.ଭାରତର ଜନଗଣନା ୨୦୧୧ରେ ଶେଷଥର ପାଇଁ ହୋଇଥିଲା ଓ ସେହି ଅନୁଯାୟୀ ଦେଶର ଲୋକ ସଂଖ୍ୟା ପାଖାପାଖି ୧୨୧ କୋଟି ଥିଲା। ଜାତିସଂଘ ତଥ୍ୟ ଅନୁଯାୟୀ, ଏହି ସଂଖ୍ୟା ୧୪୨ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚତ୍ କେବେଠାରୁ ଚାଇନାକୁ ଟପିଗଲାଣି।

  13. 13.ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ମହାବିଦ୍ୟାଳୟର ପ୍ରିନ୍ସିପାଲ ତଥା ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀମାନଙ୍କୁ ୭ ଘଣ୍ଟିଆ କର୍ତ୍ତବ୍ୟ ନିୟମକୁ କଡ଼ାକଡ଼ି ମାନିବାକୁ ନିର୍ଦ୍ଦେଶ ଦେଇଛି।

  14. 14.ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ସୋମବାର ନିଜ ଅଫିସରେ କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ସାହୁ ଗ୍ରୀଭାନ୍ସ ରିଡ୍ରେସାଲ ବୈଠକରେ ବ୍ୟସ୍ତ ଥିଲେ।

  15. 15.କ୍ରିକେଟ ମ୍ୟାଚ ସମୟରେ ଜଣେ ବ୍ୟାଟ୍ସମ୍ୟାନ ହୃଦଘାତର ଶିକାର ହୋଇ ଘଟଣାସ୍ଥଳରେ ଟଳିପଡ଼ିଛନ୍ତି। ଗୁରହର ସହାୟର ବାସିନ୍ଦା ହରଜିତ ସିଂହ ନାମକ ଏହି ଖେଳାଳି ହଠାତ୍‌ ଛକା ମାରିବା ପରେ ତଳେ ପଡ଼ିଗଲେ। ପ୍ରଥମେ ସାଥୀ ଖେଳାଳି ଭାବିଲେ ସେ ଖୁସି ହୋଇ ବୋଧେ ତଳେ ଗଡ଼ିଯାଉଛନ୍ତି। ମାତ୍ର କିଛି ସମୟ ପରେ ସେ ନ ଉଠିବାରୁ  ସେମାନେ ଦୌଡିଯାଇ ଦେଖନ୍ତି ତ ତାଙ୍କ ଆଖିଆଗରେ ସବୁ ଶେଷ ହୋଇଯାଉଛି।

150 Y
146 01-07-2025 English
  1. 1.The railway ministry issued an offi cial circular on Monday, increasing the fares of the non-air-conditioned class in mail and express trains by 1 paisa and all air-conditioned classes by 2 paise per kilometre from July 1

  2. 2.Astronaut Shubhanshu Shukla is set to interact with school students and scientists at the Indian Space Research Organisation (ISRO) from his orbital post on the International Space Station via ham radio Friday evening.

  3. 3.The Election Commission officials Monday defended the move to conduct a Special Intensive Revision (SIR) of electoral rolls in Bihar, saying many "non-eligible persons " have been able to procure voter cards as the ongoing exercise was not held periodically since 2004.

  4. 4.Pakistan and China are working on a proposal to establish a new regional organisation that could potentially replace the now-defunct South Asian Association for Regional Cooperation (SAARC), according to a media report Monday

  5. 5.In an audacious attack on a senior government official in the Capital city that raises serious questions on the law and order situation, a group of hooligans allegedly assaulted Odisha Administrative Service (OAS) offi cer and Bhubaneswar Municipal Corporation (BMC) Additional Commissioner Ratnakar Sahoo before dragging him from his offi ce Monday.

  6. 6.Fifteen people died and 34 persons suffered injuries in the explosion at Sigachi Industries’ pharma plant in Telangana’s Sangareddy district, state Health Minister C Damodar Rajanarasimha said Monday night.

  7. 7.The state government will suspend ration cards of nearly 20.58 lakh people for not doing e-KYC verification, Food Supplies and Consumer Welfare Minister Krushna Chandra Patra said here Monday.

  8. 8.Expressing concern over the death of three persons and injuries to about 50 people in a stampede during the Rath Yatra in Puri, Odisha Human Rights Commission (OHRC) Monday asked the district administration and the police to take appropriate measures to prevent occurrence of similar incidents in the future.

  9. 9.The Odisha Human Rights Commission (OHRC) has taken suo motu cognizance of a complaint alleging the illegal detention of 19 migrant labourers from Malda district, West Bengal, by the Mahanga Police in Cuttack district. The matter was mentioned by complainant Pradipta Nayak, who based his plea on media reports.

  10. 10.In a major move towards strengthening agricultural infrastructure and safeguard farmers’ produce, the state government has decided to construct cold storages in every sub-division. This was revealed by Deputy Chief Minister and Minister of Agriculture, Farmers Empowerment and Energy, Kanak Vardhan Singh Deo at a meeting held at Lok Seva Bhavan Monday.

  11. 11.Kandhamal district police achieved a signifi cant breakthrough Monday in their anti-Maoist operations as they neutralised two hardcore Maoists in a gunfi ght deep inside a forest under Baliguda police limits.

  12. 12.Bhopal’s much-anticipated Aishbagh Railway Overbridge (ROB), intended to ease traffi c congestion after the closure of a key railway crossing, has become the centre of controversy following revelations of a dangerously sharp 90-degree turn in its design.

  13. 13.The prime accused in the Kolkata law college gangrape case, Monojit Mishra, is a history-sheeter having a slew of pending cases of sexual harassment and violent crimes registered against him, police said Monday.

  14. 14.India's industrial production growth slowed to a nine-month low of 1.2 per cent in May 2025 due to poor performance of manufacturing, mining and power sectors caused by the early onset of Monsoon, according to offi - cial data released Monday.

  15. 15. Gross GST collections doubled in five years to reach an all-time high of Rs22.08 lakh crore in the 2024-25 fiscal years, from Rs11.37 lakh crore in FY21, government data showed Monday.

131 Y
147 30-06-2025 Odia
  1. 1.ପ୍ରତିବର୍ଷ ସାଧାରଣତଃ ଜୁଲାଇ ୮ରେ ସାରାଦେଶରେ ମୌସୁମୀ ପହଞ୍ଚିଥାଏ । ଏବର୍ଷ ମଧ୍ୟ ମୌସୁମୀ ପ୍ରାୟ ଏକ ସପ୍ତାହ ପୂର୍ବରୁ କେରଳ ଛୁଇଁଥିଲା।

  2. 2.ଦେଶର ଜନଗଣନା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଘରକୁ ତାଲିକାଭୁକ୍ତ ଘର ଗଣନା କରିବାକୁ ଧାର୍ଯ୍ୟ ହୋଇଥିବାବେଳେ ଏଥିପାଇଁ ଆବଶ୍ୟକ କାର୍ଯ୍ୟ ୨୦୨୬ ଏପ୍ରିଲ ପହିଲାରୁ କାର୍ଯ୍ୟ ଆରମ୍ଭ ହେବ।

  3. 3.ରୁଷ କିଭ ଉପରେ ମୋଟ ୪୭୭ ଡ୍ରୋନ୍ ଏବଂ ୬୦ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ତଥାପି, ୟୁକ୍ରେନୀୟ ସେନା ଏହି ଡ୍ରୋନ୍ ମଧ୍ୟରୁ ୨୪୯ଟିକୁ ଖସାଇ ଦେଇଥିବା ଦାବି କରିଛି। ଯେତେବେଳେ ୨୨୬ଟି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଇଲେକ୍ଟ୍ରୋନିକ୍ ସିଷ୍ଟମ ଦ୍ୱାରା ଜାମ୍ କରାଯାଇଥିବା କୁହାଯାଉଛି।

  4.  4.ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ବଡ଼ ପୁରୁଣାପାଣି ନିକଟ ୧୪୩ ନମ୍ୱର୍ ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣାରେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣ ମହିଳା, ଦୁଇ ଶିଶୁ ଏବଂ ୪ ଜଣ ପୁରୁଷ ଅଛନ୍ତି।

  5. 5.ଭାରତୀୟ ରେଳ ଏକ ନୂଆ ସଂରକ୍ଷଣ ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛି ଯାହାକୁ ‘କ୍ରିସ୍‌’ ପକ୍ଷରୁ ଚଳିତ ବର୍ଷ ଶେଷ ସୁଦ୍ଧା ଲାଗୁ କରାଯିବ। ଏହି ବ୍ୟବସ୍ଥାରେ ଟିକଟ ସଂରକ୍ଷଣ କ୍ଷମତା ବର୍ତ୍ତମାନର ମିନିଟ୍ ପିଛା ୩୨ ହଜାରରୁ ବୃଦ୍ଧି ପାଇ ଦେଢ଼ ଲକ୍ଷରୁ ଅଧିକ ହେବ।

  6. 6.ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ ଅଧିକାରୀ ଶାଶ୍ବତ ମିଶ୍ରଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି। ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।

  7. 7.ରାଜ୍ୟ ସରକାର ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦେଇଛନ୍ତି। ଏନେଇ  ରାଜ୍ୟ ପୁଲିସ ମୁଖ୍ୟାଳୟ ଦ୍ୱାରା ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେ ଚଳିତ ବର୍ଷର ପୁରୀ ରଥଯାତ୍ରାର ପରିଚାଳନା ଦାୟିତ୍ୱରେ ରହିବେ।

  8. 8.ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ଅନ୍ୟ ଅଧିକାରୀ। ଆଜିର ଏହି ଅଭାବନୀୟ ଘଟଣା ପରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କୁୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦିଆଯାଇଛି। 

  9. 9.ପରଲୋକଗତ ଭକ୍ତମାନଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି।

  10. 10.ଆଇଆରସିଟିସି ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି। ୧ ଜୁଲାଇ, ୨୦୨୫ଠାରୁ, ଯେଉଁ ଆଇଆରସିଟିସି ୟୁଜର୍ସମାନଙ୍କର ଆକାଉଣ୍ଟରେ ଆଧାର ପ୍ରମାଣୀକରଣ ରହିବ ନାହିଁ, ସେହି ଲୋକମାନେ ତତ୍କାଳ ଟିକେଟ୍ ବୁକିଂ ସୁବିଧାର ଲାଭ ଉଠାଇପାରିବେ ନାହିଁ।

  11. 11.ବର୍ଷା ଋତୁ ଯୋଗୁ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ଜୁଲାଇ ୧ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ଏନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପରବର୍ତ୍ତୀ ବିଜ୍ଞପ୍ତି ଯାଏଁ ଏହା ବଳବତ୍ତର ରହିବ। ତେବେ ପର୍ଯ୍ୟଟକମାନେ ଜାମୁଆଣି, ଗୁଡ଼ୁଗୁଡ଼ିଆ, କୁମାରୀ, ବରେହିପାଣି ଓ ରାମତୀର୍ଥ ଇକୋ ଟୁରିଜିମ୍‌ ପ୍ରକଳ୍ପ ବୁଲିପାରିବେ। 

  12. 12.ଯାଜପୁର ଗରାମିଆଁ ସରକାରୀ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କନକଲତା ଦେହୁରୀ। ଗ୍ରୀଷ୍ମଛୁଟିରେ ଦୁର୍ଗମ ଗ୍ରାମାଞ୍ଚଳରେ ଦେଢ଼ଶହ ମହିଳାଙ୍କୁ ସାନିଟାରି ପ୍ୟାଡ୍‌ ବାଣ୍ଟି ସେମାନଙ୍କୁ ସ୍ବାସ୍ଥ୍ୟ ସଚେତନ କରାଇଛନ୍ତି।

  13. 13.ଭ‌ାରତୀୟ ମହିଳା ଫୁଟ୍‌ବଲ୍‌ ଦଳ ଚଳିତ ଏଏଫ୍‌ସି ମହିଳା ଏସୀୟ କପ୍‌ ଯୋଗ୍ୟତା ପର୍ଯ୍ୟାୟରେ ବିଜୟ ଧାରା ଜାରି ରଖିଛି। ମଙ୍ଗୋଲିଆକୁ ୧୩-୦ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ରବିବାର ନିଜର ଦ୍ବିତୀୟ ମ୍ୟାଚ୍‌ରେ ଟିମର ‌ଲିଷ୍ଟେକୁ ୪-୦ ଗୋଲ୍‌ରେ ମାତ୍‌ ଦେଇଛି। 

  14. 14ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା (ଦ୍ୱିତୀୟତୀୟ) ଆଜି ଠାରୁ ଆରମ୍ଭ ହେବ। ରାଜ୍ୟ ବିଭିନ୍ନ ଜିଲାରେ ମୋଟ ୯୮ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।

  15. 15.ସମ୍ମାନଜନକ ୟୁଏସ୍ ଓପନ୍ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ଭାରତୀୟ ଲଳନା ତନ୍ବୀ ଶର୍ମା ଜୟଯାତ୍ରା ଜାରି ରଖି ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ସେହିଭଳି ପୁରୁଷ ଏକକରେ ଆୟୁଷ ସେଟ୍ଟୀ ଐତିହାସିକ ସଫଳତା ସହ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।

120 Y
148 30-06-2025 English
  1. 1.The houselisting operations for the forthcoming Census will begin from April 1, 2026, marking the start of the first phase of the decennial exercise, the Registrar General of India has said.

  2. 2.Similipal Tiger Reserve (STR) will be closed for tourists and visitors from July 1 because of monsoon, an offi cial order said Sunday.

  3. 3.Russia launches its biggest aerial attack against Ukraine, part of an escalating bombing campaign.

  4. 4.Indian Railways has initiated the redevelopment of key railway stations in Odisha under Amrit Bharat Station Scheme (ABSS).

  5. 5.The government Sunday decided to appoint ‘sevikas' to take care of children in all 'sishu vatikas' across the state to support pre-primary education and reduce the non-teaching workload of school teachers.

  6. 6.The Maharashtra government’s decision to start 10 new Deputy Regional Transport Offices in the past two years has come in for criticism from some quarters over the need and timing of the expansion, especially at a time when 77 per cent of services are available online.

  7. 7. Law Minister Prithiviraj Harichandan Sunday said that an administrative inquiry into the Puri stampede incident that left three people dead and 50 others injured would be completed within 30 days.

  8. 8.In the backdrop of curbs over the use of loudspeakers, half-a-dozen mosques in Mumbai have registered on a dedicated mobile phone application which relays the 'azan', or call to prayer, directly to the faithful in real-time.

  9. 9. In a major breakthrough under ‘Operation “Yatri Surakshya’, the Detective Wing of the Railway Protection Force (RPF) arrested a six-member criminal gang from the Coaching Complex in Puri.

  10. 10.Odisha is witnessing a worrying rise in heart-related ailments among its younger population, mirroring a nationwide trend that experts are calling a silent epidemic. According to state government data, heart attacks account for 282 deaths per lakh population.

  11. 11.Union Home Minister Amit Shah Sunday ruled out any talks with Maoists and said the cadre of the proscribed outfi t should give up arms, surrender before police, and join the mainstream.

  12. 12.The Election Commission will soon upload the 2003 Bihar electoral roll on its website to facilitate the nearly 4.96 crore voters whose names figure on it extract the relevant portion to be attached with the enumeration form for the special intensive revision of the voters’ list.

  13. 13.Facing mounting Opposition to the introduction of Hindi language in Maharashtra schools from Classes I to V, the state cabinet Sunday decided to withdraw two GRs (government orders) on the implementation of the three-language policy.

  14. 14.Deepinder Goyal, founder of Zomato, is now eyeing the regional air travel segment with LAT Aerospace, according to a LinkedIn post by the aerospace startup co-founder Surobhi Das.

  15. 15.Indian IT majors are aggressively repositioning themselves as AI-native fi rms, focusing on high-margin applications and integration over high-risk, capital-intensive foundational research.

110 Y
149 29-06-2025 Odia
  1. 1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍‌ଟେନ୍‌ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହୋଇଛନ୍ତି। ଶୁଭାଂଶୁ ବର୍ତ୍ତମାନ ଆକ୍ସମ୍-୪ ମିସନ୍‌ର ଏକ ଅଂଶ ଭାବରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅଛନ୍ତି। ୧୪୦ କୋଟି ଭାରତୀୟଙ୍କ ତରଫରୁ ମୋଦୀ ମହାକାଶଚାରୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଆପଣ ମାତୃଭୂମିରୁ ସବୁଠାରୁ ଦୂରରେ ଅଛନ୍ତି।

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (ର)ର ନୂତନ ମୁଖ୍ୟଙ୍କୁ ନିଯୁକ୍ତ କରିଛନ୍ତି। ସରକାର ଏହି ପଦବୀ ପାଇଁ ଆଇପିଏସ ଅଧିକାରୀ ପରାଗ ଜୈନଙ୍କୁ ବାଛିଛନ୍ତି। ପରାଗ ଜୈନ ପଞ୍ଜାବ କ୍ୟାଡରର ୧୯୮୯ ବ୍ୟାଚ୍ ଆଇପିଏସ ଅଧିକାରୀ।

  3. 3.ଇଥିଓପିଆ ରାଜଧାନୀ ଆଡିସ୍ ​​ଆବାବାରୁ ମୁମ୍ବାଇ ଯାଉଥିବା ଇଥିଓପିଆନ୍ ଏୟାରଲାଇନ୍ସର ବିମାନ ଇଟି-୬୪୦କୁ ଶୁକ୍ରବାର-ଶନିବାର ବିଳମ୍ବିତ ରାତିରେ ଏକ ଗୁରୁତର ଯାନ୍ତ୍ରିକ ସମସ୍ୟା ଯୋଗୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା।

  4. 4.ପାକିସ୍ତାନରେ ଆଜି ଏକ ଆତ୍ମଘାତୀ ବିସ୍ଫୋରଣରେ ୧୬ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି ଏବଂ ସାଧାରଣ ନାଗରିକଙ୍କ ସମେତ  ୨୯ ଜଣ ଆହତ ହୋଇଛନ୍ତି।  ପାକିସ୍ତାନୀ ତାଲିବାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

  5. 5.ନିଷିଦ୍ଧ ସଂଗଠନ ‘ଷ୍ଟୁଡେଣ୍ଟସ୍ ଇସ୍‌ଲାମିକ୍ ମୁଭମେଣ୍ଟ  ଇନ୍ ଇଣ୍ଡିଆ (ସିମି)ର ପୂର୍ବତନ କର୍ମକର୍ତ୍ତା ତଥା ପୁଣେ ଆଇଏସ୍ଆଇଏସ୍ ମଡ୍ୟୁଲ୍‌ର ମୁଖ୍ୟ ସଂଚଳକ ସାକିବ ନାଚନ୍‌ର ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ଘଟିଛି। ୫୭ ବର୍ଷୀୟ ନାଚନ୍‌ର ମସ୍ତିଷ୍କଘାତ ହୋଇଥିଲା।

  6. 6.ହିମାଚଳପ୍ରଦେଶରେ ଚଳିତ ବର୍ଷ ଆଗୁଆ ମୌସୁମୀ ଆସିଛି।  ପ୍ରବଳ ବର୍ଷା ଏବଂ ଅଚାନକ ବନ୍ୟା ଯୋଗୁଁ ରାଜ୍ୟବ୍ୟାପୀ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋଟିଏ ସପ୍ତାହ ବର୍ଷାରେ ହିମାଚଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। 

  7. 7.ଆମେରିକାର କଲୋରାଡୋରେ ଏକ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଅଭିଯୁକ୍ତଙ୍କୁ କଲୋରାଡୋ ଫେଡେରାଲ କୋର୍ଟ ଷଡ଼ଯନ୍ତ୍ର, କୋଭିଡ୍-୧୯ ପାଇଁ ମିଳିଥିବା ଆର୍ଥିକ ସହାୟତାରୁ ପ୍ରାୟ ୯ ଲକ୍ଷ ଡଲାର ଠକେଇ ଏବଂ ୧୯୧ ମୃତଦେହର ଅପବ୍ୟବହାର ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଷଡ଼ଯନ୍ତ୍ର ପାଇଁ ତାଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ କରାଯାଇଛି।

  8. 8.ମୁମ୍ବାଇରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜୁନ ୨୨ମଧ୍ୟରାତ୍ରିରେ ଜଣେ କର୍କଟ ପୀଡିତ ବୃଦ୍ଧାଙ୍କୁ ଅଳିଆ ଗଦାରେ ଫିଙ୍ଗି ଦେଇ ନାତି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବାର ଅଭିଯୋଗ ହୋଇଥିଲା। ନାଗପୁରର ‌ଲୋକପ୍ରିୟ କର୍କଟ ହସ୍ପିଟାଲ ନ୍ୟାସନାଲ କ୍ୟାନସର ଇନଷ୍ଟିଚ୍ୟୁଟ୍ ମଧ୍ୟ ଏହି ପୀଡିତାଙ୍କ ମାଗଣା ଚିକିତ୍ସା କରିବାକୁ ପ୍ରସ୍ତାବ ଦେଇଛି।

  9. 9.ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ତିନି ବର୍ଷ ଧରି ଯୁଦ୍ଧ ଚାଲିଛି। ଏହି ସମୟରେ, ପୂର୍ବ ୟୁକ୍ରେନର ପୋକରୋଭସ୍କ ସହର ଦୁଇ ଦେଶ ମଧ୍ୟରେ ସଂଘର୍ଷର ସବୁଠାରୁ ବଡ଼ କ୍ଷେତ୍ର ପାଲଟିଛି। ରୁଷିଆ ଏଠାରେ ୧ ଲକ୍ଷ ୧୦ ହଜାର ସୈନିକଙ୍କୁ ମୁତୟନ କରିଛି। ଏହା କୌଣସି ଛୋଟ ସାମରିକ ସମାବେଶ ନୁହେଁ, ବରଂ ଏହା ଏକ ସ୍ପଷ୍ଟ ସୂଚନା ଯେ,  ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଯେକୌଣସି ମୂଲ୍ୟରେ ଏହି ସହରକୁ ତାଙ୍କ ମାନଚିତ୍ରରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛନ୍ତି।

  10. 10.ପଦ୍ମଶ୍ରୀ ପ୍ରାପ୍ତ ସନ୍ନ୍ୟାସୀଙ୍କ ବିରୋଧରେ ଲାଗିଲା ଦୁଷ୍କର୍ମ ଆରୋପ। ପଶ୍ଚିମବଙ୍ଗର ଜଣେ ମହିଳା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସାଧୁ ସ୍ୱାମୀ ପ୍ରଦୀପ୍ତାନନ୍ଦଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ସ୍ୱାମୀ ପ୍ରଦୀପ୍ତାନନ୍ଦ ତାଙ୍କୁ ଏକ ସ୍କୁଲରେ ଚାକିରି କରାଇ ଦେବା ବାହାନାରେ ୨୦୧୩ ମସିହାରୁ ଅନେକ ଥର ଦୁଷ୍କର୍ମ କରିଥିଲେ।

  11. 11.ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର ଆସିଛି। ୱାନ୍ ବିଗ୍ ବିଉଟିଫୁଲ୍ ବିଲ୍ ଆକ୍ଟର ନୂତନ ଡ୍ରାଫ୍ଟରେ, ରେମିଟେନ୍ସ ଟ୍ୟାକ୍ସକୁ ୩.୫% ରୁ  ୧%କୁ ହ୍ରାସ କରାଯାଇଛି। ପୂର୍ବରୁ, ଏହି ବିଲରେ ୫% ଟିକସର ବ୍ୟବସ୍ଥା ଥିଲା, ପରେ ଏହାକୁ ୩.୫% କୁ ହ୍ରାସ କରାଯାଇଥିଲା ଏବଂ ବର୍ତ୍ତମାନ ସେନେଟର ସଦ୍ୟତମ ସଂସ୍କରଣରେ, ଏହାକୁ  ୧%କୁ  ହ୍ରାସ କରାଯାଇଛି।

  12. 12.ସକାଳୁ ସକାଳୁ ପୁରୀରେ ଘଟିଛି ବଡ଼ ଅଘଟଣ । ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ। କାଳିକା ଦର୍ଶନ କରିବାକୁ ଆସି ଠେଲାପେଲାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଛି। ୩ଜଣଙ୍କ ମୃତ୍ୟୁ ହେବା ସହ ୫୦ ଆହତ ହୋଇଛନ୍ତି।.

  13. 13.ଏକ ସମାରୋହରେ ଭାରତର ମୁଖ୍ୟ ବିଚାରପତି (CJI) ଭୂଷଣ ରାମକୃଷ୍ଣ ଗଭାଇ ଭାବପ୍ରବଣ ହୋଇପଡ଼ିଛନ୍ତି। CJI ତାଙ୍କ ଜୀବନର ବ୍ୟକ୍ତିଗତ ଅଭିଜ୍ଞତା ଏବଂ ତାଙ୍କ ମାତାପିତାଙ୍କ ସଂଘର୍ଷ ବିଷୟରେ କହିଥିଲେ। CJI ଭାବପ୍ରବଣ ହୋଇ କହିଲେ, ମୋ ବାପା ଜଣେ ଓକିଲ ହେବାକୁ ଚାହୁଁଥିଲେ, କିନ୍ତୁ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିବା ପାଇଁ ତାଙ୍କୁ ଗିରଫ କରାଯାଇଥିଲା ତେଣୁ ସେ ତାଙ୍କର ସ୍ବପ୍ନ ପୂରଣ କରିପାରିଲେ ନାହିଁ।

  14. 14.ଭାରତ ବାଂଲାଦେଶରୁ ଝୋଟ ଏବଂ ଫାଇବର ଉତ୍ପାଦ ଆମଦାନୀକୁ ତୁରନ୍ତ ପ୍ରଭାବରୁ ନିଷେଧ କରିଛି। ଦୁଇ ପଡ଼ୋଶୀଙ୍କ ମଧ୍ୟରେ ସାମଗ୍ରିକ ସମ୍ପର୍କରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି।

  15. 15.୭ ଅକ୍ଟୋବର ୨୦୨୩ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ପ୍ରାୟ ୨୫୦ ଜଣଙ୍କୁ ବନ୍ଧକ ରଖାଯାଇଥିଲା, ଯାହା ପରେ ଯୁଦ୍ଧ ୨୧ ମାସ ଧରି ଚାଲିଥିଲା। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଯୁଦ୍ଧରେ ୫୬ ହଜାରରୁ ଅଧିକ ପାଲେଷ୍ଟାଇନୀ ନିହତ ହୋଇଛନ୍ତି।

135 Y
150 29-06-2025 English
  1. 1.At least 60 people have been killed across Gaza by Israeli strikes, as ceasefire prospects inch closer.

  2. 2.The chariots of sibling deities - Lord Balabhadra, Devi Subhadra and Lord Jagannath - Saturday reached the destination Gundicha Temple, a day after the Rath Yatra began in Puri.

  3. 3.Parag Jain, one of the brains behind the meticulous planning of 'Operation Sindoor', has been appointed as the new Chief of the Research and Analysis Wing (R&AW), according to an offi - cial order issued here Saturday.

  4. 4.The Union government Saturday extended the tenure of CBDT Chairman Ravi Agrawal by one year, till June 2026.

  5. 5.Adani Group Chairman Gautam Adani and his family members attended the Rath Yatra here and offered prayers to the sibling deities Saturday.

  6. 6.Renowned Balasore-based artist Kesu Das has been selected for this year’s prestigious Asit Mukherjee Memorial Honour. The award will be presented July 5 during the observance of the death anniversary of celebrated artist Asit Mukherjee, to be held at Sri Ramachandra Bhawan in Cuttack.

  7. 7.Ahead of the high-stakes Bihar Assembly elections, the Election Commission of India (ECI) has commenced a Special Intensive Revision (SIR) of the electoral rolls, aimed at verifying the eligibility of every voter in the state.

  8. 8.More than 21,000 newly recruited police personnel in Bihar Saturday received their appointment letters at a function here, where Chief Minister Nitish Kumar said that the state now has the “highest number of women in uniform”.

  9. 9.Chief Justice of India BR Gavai Saturday said Dr BR Ambedkar envisioned one Constitution for the country to keep it united and never favoured the idea of a separate constitution for a state.

  10. 10.The Election Commission’s special intensive revision of the electoral roll is a “sinister move” to bring the National Register of Citizens (NRC) through the backdoor, Trinamool Congress leader Derek O’Brien claimed Saturday and compared it to ‘ancestor passes’ in Nazi Germany.

  11. 11.In a ceremony refl ecting the glorious traditions of the Indian Army, Commander-in Chief of Andaman and Nicobar Command, Lt Gen Dinesh Singh Rana, has taken charge as the 23rd Colonel of the Regiment of Garhwal Rifles.

  12. 12.The Supreme Court has ordered immediate release of a law student in Madhya Pradesh from preventive detention after being booked under the National Security Act (NSA), saying it is “wholly untenable”.

  13. I13.ndia imposed restrictions on the import of jute and allied fibre products from Bangladesh in view of its “unfair trade” practices including circumvention of anti-dumping duty that harmed Indian farmers, people familiar with the matter said Saturday.

  14. 14.France has struggled to kick its smoking habit. A new public health decree published Saturday aims to change that. In the coming days, smoking will be banned in all French parks and sports venues, at beaches and bus stops, in a perimeter around all schools, and anywhere children could gather in public.

  15. 15.The US Senate has proposed to reduce remittance transfer tax from 3.5 per cent to just 1 per cent, offering considerable relief to non-resident Indians (NRIs).

97 Y