Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1051 20-03-2024 Odia
  1. ବିଶ୍ଵ ପାଣିପାଗ ସଂଗଠନ କହିଛି ଯେ ଗତ ବର୍ଷ ହାରାହାରି ଭୂପୃଷ୍ଠର ତାପମାତ୍ରା ପ୍ରାକ୍-ଶିଳ୍ପ ସ୍ତରଠାରୁ ୧.୪୫ ଡିଗ୍ରି ସେଲସିୟସ ଅଧିକ ଥିଲା। ଏହା ବିପଜ୍ଜନକ ଭାବରେ ୧.୫ ଡିଗ୍ରି ସୀମାର ନିକଟତର ଥିଲା ଏବଂ ୨୦୧୫ ପ୍ୟାରିସ ଜଳବାୟୁ ଚୁକ୍ତିରେ ଏଭଳି ସ୍ଥିତିକୁ ଏଡ଼ାଇବା ନିମନ୍ତେ ପଦକ୍ଷେପ ପାଇଁ ସଦସ୍ୟ ରାଷ୍ଟ୍ରମାନେ ସଂକଳ୍ପବଦ୍ଧ ହୋଇଥିଲେ।
  2. ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣର ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଯେ ଚନ୍ଦ୍ରଗ୍ରହଣ ସମୟରେ ନକାରାତ୍ମକ ଶକ୍ତି ବ୍ରହ୍ମାଣ୍ଡରେ ବିସ୍ତାର ହୋଇଥାଏ। ତେଣୁ ଏହି ସମୟ ମଧ୍ୟରେ ପାକକ୍ରିୟା ଓ ଧାର୍ମିକ କାର୍ଯ୍ୟକଳାପ ନିଷେଧ ରହିଥାଏ।
  3. ଦେଶର ରୋଗୀଙ୍କ ଉପରେ ମହଙ୍ଗା ମାଡ଼ ହେବାକୁ ଯାଉଛି। ଜୀବନ ରକ୍ଷାକାରୀ ୮୦୦ ଔଷଧର ଦର ବୃଦ୍ଧି ହେବାକୁ ଯାଉଛି। ଚଳିତ ୨-୨୪ ବର୍ଷ ଏପ୍ରିଲ୍ ମାସରୁ ଏସବୁ ଔଷଧର ଦର ବୃଦ୍ଧି ହେବାକୁ ଯାଉଛି।
  4. ଶରଦ ପାୱାର ଗୋଷ୍ଠୀକୁ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ନାମ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-ଶରଦ ଚନ୍ଦ୍ର ପାୱାର’ ଏବଂ ଦଳର ଚିହ୍ନ ‘ତୁରୀ ବଜାଉଥିବା ମନୁଷ୍ୟ’ ବ୍ୟବହାର କରିବାକୁ ସୁପ୍ରିମ କୋର୍ଟ ଅନୁମତି ଦେଇଛନ୍ତି।
  5. ବ୍ରିଟେନ୍ ସହିତ ବିଶ୍ଵର ବହୁ ଦେଶରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ପରିଲକ୍ଷିତ ହେବାରେ ଲାଗିଛି। ଜାପାନ ଏଭଳି ସ୍ଥିତିରୁ ଅଳ୍ପକେ ଦୂରେଇ ରହିଛି। ଏବେ କାନାଡ଼ା ଉପରେ ଆର୍ଥିକ ମାନ୍ଦାବସ୍ଥାର ସଙ୍କଟ ଦୃଷ୍ଟିଗୋଚର ହେବାରେ ଲାଗିଛି।
  6. ନାଗରିକତା ସଂଶୋଧନ ଆଇନ (ସିଏଏ)ର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ୩ ସପ୍ତାହ ମଧ୍ୟରେ ସରକାରଙ୍କୁ ଜବାବ ମାଗିଛନ୍ତି କୋର୍ଟ ।
  7. ଆୟୁ‌ର୍ବେଦିକ କମ୍ପାନି ପତଞ୍ଜଳି ଆୟୁର୍ବେଦ ଲୋକଙ୍କୁ ଭ୍ରମିତ କଲା ଭଳି ବିଜ୍ଞାପନ ଦେଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ସୁପ୍ରିମ‌କୋର୍ଟ ଯୋଗଗୁରୁ ବାବା ରାମଦେବଙ୍କୁ ନୋଟିସ ଜାରି କରି ଅଦାଲତରେ ହାଜର ହେବାକୁ ନି‌ର୍ଦ୍ଦେଶ ଦେଇଛନ୍ତି।
  8. କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ଦେବା ସହ କହିଛନ୍ତି, ‘‘ଆସନ ବଣ୍ଟନ ନେଇ ଆମ ଦଳ ଅନ୍ୟାୟର ସମ୍ମୁଖୀନ ହୋଇଛି।"
  9. ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ହାଜତରେ ଥିବା ଆପ୍ ନେତା ସଞ୍ଜୟ ସିଂହ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଗିରଫ ହେବା ପୂର୍ବରୁ ତାଙ୍କୁ କୌଣସି ସମନ ଜାରି କରାଯାଇ ନାହିଁ।
  10. ଟେସଲାର ପ୍ରତିଷ୍ଠାତା ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । କିଛି ଦିନ ପୂର୍ବରୁ ସେ ଅବସାଦକୁ ଦୂର କରିବା ପାଇଁ କେଟାମାଇନ୍ ଭଳି ଔଷଧ ବ୍ୟବହାର କରିବା ନେଇ ଚର୍ଚ୍ଚାରେ ଥିଲେ ।
  11. ନ୍‌ସିପିର ନିର୍ବାଚନୀ ଚିହ୍ନ 'ଘଣ୍ଟା'କୁ ବ୍ୟବହାର କରିବାକୁ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
  12. ବିଜେପିରେ ସାମିଲ ହେଲେ ଜେଏମ୍‌ଏମ୍‌(ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା)ର ପ୍ରମୁଖ ଶିବୁ ସୋରେନ୍‌ଙ୍କ ବଡ ବୋହୂ ସୀତା ସୋରେନ୍‌।
  13. ୧୭ଶହ ଶତାବ୍ଦୀରେ ବ୍ରିଟିଶ ଜାହାଜ ମର୍ଚାଣ୍ଟ ରୟାଲ ଗଭୀର ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୁଏ। ୪୦୦ କୋଟି ପାଉଣ୍ଡର ଧନ-ସମ୍ପତ୍ତି ନେଇ ଯାତ୍ରା କରୁଥିବା ଏହି ଜାହାଜକୁ ଶହେ ବର୍ଷ ଧରି ଖୋଜାଖୋଜି କରିବା ସତ୍ତ୍ୱେ କୌଣସି ସନ୍ଧାନ ମିଳିନଥିଲା। ବର୍ତ୍ତମାନ, ବ୍ରିଟେନର ଏକ କମ୍ପାନୀ ଟେକ୍ନୋଲୋଜି ସହାୟତାରେ ଦୁର୍ଘଟଣାଗ୍ରସ୍ତ ଜାହାଜକୁ ଖୋଜି ପାଇଯିବ ବୋଲି ଦାବି କରୁଛି।
  14. ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀର କ୍ଷେପଣାସ୍ତ୍ର ଆକ୍ରମଣରେ ହମାସ୍‌ ଆତଙ୍କବାଦୀ ସଂଗଠନର ଅନ୍ୟତମ ପ୍ରମୁଖ କମାଣ୍ଡର ମାରୱାନ୍‌ ଇସା ନିହତ ହୋଇଛି। ମାରୱାନ୍‌ର ମୃତ୍ୟୁ ସମ୍ପର୍କରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକ୍‌ ସୁଲିଭାନ୍‌ ସୂଚନା ଦେଇଛନ୍ତି।
  15. ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟ ଆଗକୁ ଭୀଷଣ ରୂପ ନେଇପାରେ ବୋଲି ଜାତିସଂଘ ସତର୍କ କରାଇ ଦେଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମୁଦ୍ର ଓ ଗ୍ଲେସିୟରରେ ରେକର୍ଡ ପରିମାଣର ବରଫ ନଷ୍ଟ ହୋଇଥିବାରୁ ୨୦୨୩ ସବୁଠାରୁ ଉତ୍ତପ୍ତ ବର୍ଷ ପାଲଟିଥିଲା। ଅନ୍ୟପକ୍ଷରେ ୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ କ୍ରମାଗତ ଉତ୍ତାପ ବଢ଼ି ଚାଲିଥିବାରୁ ଏହା ସବୁଠାରୁ ଉତ୍ତପ୍ତ ଦଶନ୍ଧି ଭାବେ ବିବେଚିତ ହୋଇଛି।
  16. ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ଶାହି ମସ୍‌ଜିଦ୍‌ ଇଦ୍‌ଗା ଟ୍ରଷ୍ଟ ଦାଖଲ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।
  17. ପ୍ରଦୂଷିତ ଦେଶ ତାଲିକାର ତୃତୀୟ ସ୍ଥାନରେ ରହିଛି ଭାରତ। ଭାରତରେ PM2.5 ର ପରିମାଣ ୫୪.୪ ମାଇଗ୍ରୋଗ୍ରାମ ପ୍ରତି କ୍ୟୁବିକ୍ ମିଟର। ୧୩୪ ଦେଶ ମଧ୍ୟରୁ ବାଂଲାଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ପାକିସ୍ତାନ। ତୃତୀୟ ସ୍ଥାନରେ ରହିଛି ଭାରତ।
  18. ‘ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ । ରାଇଜିଂ ଭାରତ ମଞ୍ଚରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।
  19. ଭବିଷ୍ୟତର ସମ୍ଭାବ୍ୟ ଉଚ୍ଚ ବୈଷୟିକ କୌଶଳଯୁକ୍ତ ଓ କୃତ୍ରିମ ବୁଦ୍ଧିମତା ନିୟନ୍ତ୍ରିତ ଯୁଦ୍ଧର ମୁକାବିଲା ନିମନ୍ତେ ଭାରତୀୟ ସେନା ବାହିନୀ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ହାଇଟେକ୍‌ ଯୁଦ୍ଧ ନିମନ୍ତେ ହାଇଟେକ୍‌ ସେନା ୟୁନିଟ୍‌ ‘ଷ୍ଟିଆଗ୍‌’ (ସିଗନାଲ୍‌ ଟେକ୍‌ନଲୋଜି ଇଭାଲ୍ୟୁସନ୍‌ ଆଣ୍ଡ ଆଡାପ୍‌ଟେସନ୍‌ ଗ୍ରୁପ୍‌) ଗଠନ କରାଯାଇଛି।
  20. ଲୋକ ସଭା ନିର୍ବାଚନରେ ଡାକ ଭୋଟ ବା ପୋଷ୍ଟାଲ ଭୋଟ ସମ୍ପର୍କରେ ନିର୍ବାଚନ ଆୟୋଗ ଏକ ନୂତନ ବିଜ୍ଞପ୍ତି ଜାରି କରିଛନ୍ତି। ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଡାକ ବାଲାଟର ସୁବିଧା ବର୍ତ୍ତମାନ ନିର୍ବାଚନ ଆୟୋଗ ଉପଲବ୍ଧ କରିଛି।
364 Y
1052 20-03-2024 English
  1. The Supreme Court refused to stay the operation of the Rules that would give effect to the CAA, as sought by a battery of senior advocates representing the petitioners

  2. Bihar's Begusarai emerged as the world's most polluted metropolitan area while Delhi was identified as the capital city with the poorest air quality, according to a new report.

  3. India had the third worst air quality out of 134 countries in 2023 after Bangladesh (79.9 micrograms per cubic metre) and Pakistan (73.7 micrograms per cubic metre), according to the World Air Quality Report 2023 by Swiss organisation IQAir.

  4. The Congress’ manifesto for the Lok Sabha polls would focus on ‘Paanch Nyay, Pachees Guarantee’, and the party Tuesday resolved to take its promises to the people with a ‘ghar ghar guarantee’ mantra.

  5. Congress MLA from Khariar in Nuapada district Adhiraj Panigrahi resigned from the party Tuesday.

  6. Mediapersons covering “polling day activities” carrying authorisation letters of the Election Commission and those part of essential services such as metros, Railways and healthcare can vote using postal ballots in the Lok Sabha and four state Assembly polls.

  7. The repair work of the beam on the Nata Mandap of Shree Jagannath temple in Puri has been completed, ASI informed Tuesday.

  8. With the polls approaching, the DCP Traffic issued strong action against red signal violators, which will lead to seizure of vehicles as well suspension of driving license for next three months.

  9. A group of 40 students from the 2023-24 batch, enrolled in advanced courses at the World Skill Centre (WSC), departed for Singapore here Tuesday as part of the annual ‘student exchange programme’ organised by the institute.

  10. Two members of the Forest department’s anti-poaching squad were injured inside the Kuldiha range when poachers fired at them in this district in the early hours of Tuesday, Principal Chief Conservator of Forests (PCCF) Wildlife, Susanta Nanda said on ‘X’.

  11. Bastina Singh, a tribal woman in Kandhamal district has carved a niche for herself as a social reformer by challenging conventions and breaking barriers. Her fight against liquor consumption by men at the expense of family welfare has been hailed by all and sundry.

  12. Over 71,000 candidates have lost their security deposits since the first Lok Sabha polls in 1951 for failing to secure a minimum of one sixth of the total valid votes polled in their respective constituencies, according to an analysis of the Election Commission data. In the 2019 elections, a staggering 86 per cent of candidates suffered this fate.

  13. Former Indian ambassador to the United States Taranjit Singh Sandhu joined the BJP Tuesday, amid a possibility that he may be fielded in the Lok Sabha polls from Amritsar in Punjab.

  14. The Supreme Court Tuesday allowed the Sharad Pawar faction to use 'Nationalist Congress Party Sharadchandra Pawar' as its name for the upcoming Lok Sabha and Assembly polls in the country.

  15. Shiv Sena (UBT) leader Uddhav Thackeray Tuesday accused the BJP of trying to ‘steal’ a ‘Thackeray’ to win elections, a remark coming in the wake of a meeting between MNS chief Raj Thackeray and Union Home Minister Amit Shah.

  16. JMM legislator Sita Soren, the sister-in-law of former Jharkhand Chief Minister Hemant Soren, joined the BJP Tuesday, saying she is becoming a part of "Modi's Parivaar" to save the state and ensure justice for its people.

  17. Rajya Sabha Chairman Jagdeep Dhankhar Tuesday administered the oath of office to jailed Aam Aadmi Party leader Sanjay Singh after his re-election to the Upper House from Delhi for a second term.

  18. Former Supreme Court judge Indira Banerjee on Tuesday underlined the "gender imbalance in the higher judiciary" and said her appointment to the top court in 2018 made her only the 8th woman there in 68 years after the Constitution coming into force.

  19. The Union Public Service Commission (UPSC) on Tuesday postponed the civil services preliminary examination to June 16 from May 26 due to the Lok Sabha elections.

  20. RCB skipper Smriti Mandhana feels it’s not right for people to undermine Virat Kohli’s achievements for the Bangalore franchise in the wake of her side’s Women’s Premier League (WPL) title triumph here recently.

372 Y
1053 19-03-2024 Odia
  1. ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନିର୍ବାଚନୀ ବଣ୍ଡ୍‌ ମାମଲାରେ ସମସ୍ତ ତଥ୍ୟ ଦେଇ ନଥିବାରୁ ପୁଣି ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୨୧ ତାରିଖ ଅପରାହ୍‌ଣ ୫ଟା ସୁଦ୍ଧା ବଣ୍ଡ୍‌ର ଆଲ୍‌ଫା ନ୍ୟୁମରିକ୍‌ ସଂଖ୍ୟା ସହ ନିର୍ବାଚନୀ ବଣ୍ଡ୍‌ ସମ୍ପର୍କିତ ସମସ୍ତ ତଥ୍ୟ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

  2. ପାକିସ୍ତାନ ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିଛି । ପାକିସ୍ତାନର ଏହି ଏୟାରଷ୍ଟ୍ରାଇକରେ ୭ ଜଣ ତାଲିବାନ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି ।

  3. ଗୌତମ ଅଦାନୀ ଙ୍କ କମ୍ପାନୀ ୫ଜି ଇଣ୍ଟରନେଟ୍ କୁ ନେଇ କାମ କରୁଛି ।

  4. ନିର୍ବାଚନ ଆୟୋଗ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ୬ଟି ରାଜ୍ୟରେ ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପଶ୍ଚିମବଙ୍ଗର ପୁଲିସ ମହାନିର୍ଦ୍ଦେଶକଙ୍କୁ ବି ବଦଳାଯାଇଛି ।

  5. ବିହାରରେ ଏନଡିଏ ଏବଂ ଏହାର ସହଯୋଗୀ ଦଳମାନେ ଆସନ ବୁଝାମଣା ରେ ପହଞ୍ଚିଛନ୍ତି।  ବିଜେପି ୧୭ଟି ଆସନରେ ନିର୍ବାଚନ ଲଢ଼ିବ ଏବଂ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଜେଡିୟୁ ୧୬ଟି ଆସନରେ ଲଢ଼ିବ ।

  6. ଦେଶର ନିଃସନ୍ତାନହୀନ ଦମ୍ପତିମାନଙ୍କ ମଧ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାରେ ଏକ ନୂଆ ଚିନ୍ତାଧାରା ଦେଖିବାକୁ ମିଳୁଛି। ସେମାନେ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି

  7. ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଦ୍ଵାରା ମାର୍ଚ ୧୫, ୨୦୨୪ରେ ନୂତନ ନିୟମ ଜାରି କରାଯାଇଛି, ଯାହା ଜୁଲାଇ ୧, ୨୦୨୪ରୁ ସାରା ଦେଶରେ ଲାଗୁ ହେବ। ନୂତନ ନିୟମ ଅନୁଯାୟୀ, ମୋବାଇଲ୍ ବ୍ୟବହାରକାରୀ ଯେଉଁମାନେ ନିଜର ସିମ୍ କାର୍ଡ ଅଦଳବଦଳ (ସ୍ବାଇପ୍‌) କରିଛନ୍ତି ସେମାନେ ଆଉ ମୋବାଇଲ୍ ନମ୍ବର ପୋର୍ଟ କରିପାରିବେ ନାହିଁ ।

  8. ଇନଫୋସିସ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ତାଙ୍କର ଚାରି ମାସର ନାତି ଏକାଗ୍ର ରୋହନ ମୁର୍ତ୍ତୀଙ୍କୁ ୨୪୦ କୋଟିରୁ ଅଧିକ ମୂଲ୍ୟର ଶେୟାର ଉପହାର ଦେଇଛନ୍ତି।

  9. ସିଏମ ଷ୍ଟାଲିନଙ୍କ ସୁପାରିଶ ସତ୍ତ୍ୱେ ବିଧାୟକ ଭାବେ ପୁନଃସ୍ଥାପିତ ହୋଇଥିବା କେ. ପୋନମୁଡିଙ୍କୁ ରାଜ୍ୟପାଳ ଆର.ଏନ ରବି ଶପଥ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ।

  10. ଏପ୍ରିଲ ୨୦୧୮ରୁ ମେ’୨୦୧୯ମଧ୍ୟରେ ଆମ ଆଦମୀ ପାର୍ଟି (ଏଏପି) ପାଞ୍ଚଟି କମ୍ପାନୀ ଏବଂ ଦୁଇ ଜଣବ୍ୟକ୍ତିଙ୍କ ଠାରୁ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ୫.୭୫କୋଟି ଟଙ୍କା ମିଳିଛି। ଏହି ୫.୭୫ କୋଟି ଟଙ୍କା ମଧ୍ୟରୁ ୩ କୋଟି ଟଙ୍କା ବଜାଜ ଗ୍ରୁପ ପ୍ରଦାନ କରିଛି ।

  11. ପ୍ରସିଦ୍ଧ କବି ପ୍ରଭା ବର୍ମା ମାଲାୟାଲମ ଭାଷାରେ ଉଲ୍ଲେଖନୀୟ କୃତ୍ତି ନିମନ୍ତେ ୨୦୨୩ ବର୍ଷ ପାଇଁ ସରସ୍ୱତୀ ସମ୍ମାନ ପାଇବେ। ତାଙ୍କର ମାଲାୟାଲମ ଭାଷାର କବିତା କୃତି ‘ରୁଦ୍ର ସାଥୱିକମ୍’ ଏବଂ ୨୦୧୩ରୁ ୨୦୨୨ ମଧ୍ୟରେ ସାହିତ୍ୟରେ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

  12. ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ଅର୍ଥ ଠକେଇ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ଅଙ୍କୁଶ ଓ ବୈଭବ ଜୈନଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ସେମାନଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

  13. ୨୦୨୧-୨୨ରୁ ପରବର୍ତ୍ତୀ ୩ ବର୍ଷରେ ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ୍‌ସ କମ୍ପାନିର ମୂଳ ଲାଭ ୨୧୫ କୋଟି ଟଙ୍କା। ଏହି ସମୟରେ ସେହି କମ୍ପାନି ୧୩୬୦ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି।

  14. କଂଗ୍ରେସ ନେତ୍ରୀ ପ୍ରିୟା ଦତ୍ତ କଂଗ୍ରେସ ଛାଡି ଶିବସେନା ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି । ପ୍ରିୟା ଦତ୍ତ ହେଉଛନ୍ତି ଦିବଙ୍ଗତ ଅଭିନେତା ତଥା କଂଗ୍ରେସ ନେତା ସୁନୀଲ ଦତ୍ତଙ୍କ ଝିଅ ଏବଂ ଅଭିନେତା ସଞ୍ଜୟ ଦତ୍ତଙ୍କ ଭଉଣୀ

  15. ‘ସୈତାନ’ ଫିଲ୍ମରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ତାମିଲ ଅଭିନେତ୍ରୀ ଅରୁନ୍ଧତୀ ନାୟାର ଦୁର୍ଘଟଣାରେ ଗୁରୁତର ହୋଇ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି।

  16. ଦିନକୁ ଦିନ ସାଇବର ଅପରାଧର ଆଶଙ୍କା ବଢ଼ୁଥିବାବେଳେ ଆଗାମୀ ଦିନରେ କେତେକ ଭାରତୀୟ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ ବୃଦ୍ଧି ପାଇପାରେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଆଶଙ୍କା କରୁଛି।

  17. ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ମ ସିଙ୍ଗଲ୍‌ ୱିଣ୍ଡୋ କମିଟି(ଏସ୍‌ଡବ୍ଳ୍ୟୁସି) ବୈଠକରେ ମୋଟ ୮୨.୪୨ ମେଗାୱାଟ୍‌ ଅକ୍ଷୟ ଶକ୍ତି ଉପତ୍ାଦନ ପାଇଁ ଆସିଥିବା ୫୫୬.୪୯କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଅନୁମୋଦିତ ହୋଇଛି।

  18. ଓଡ଼ିଶା ଖଣି ନିଗମ (ଓଏମ୍‌ସି), ରେଡ୍‌ ସ୍ବସ୍ତିକ ସୋସାଇଟି, ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଇନାଲି ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ରାଜ୍ୟର ୪୦ଜଣ ଭିନ୍ନକ୍ଷମ ମହିଳାଙ୍କୁ ବୈଦ୍ୟୁତିକ ହାତ ଯୋଗାଇ ଦିଆଯାଇଛି।

  19. ପେଟିଏମ୍‌ ଥାର୍ଡ ପାର୍ଟୀ ଆପ୍‌ ଭାବେ କାମ କରିବ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ) ପେଟିଏମ୍‌ର ମୂଳ କମ୍ପାନୀ ୱାନ୍‌ ୯୭ କମ୍ୟୁନିକେସନ ଲିମିଟେଡକୁ ମଲ୍ଟି ବ୍ୟାଙ୍କ ମଡେଲ ଜରିଆରେ ୟୁପିଆଇରେ ଥାର୍ଡ ପାର୍ଟୀ ଆପ୍ଲିକେସନ ପ୍ରୋଭାଇଡର ଭାବେ ଭାଗ ନେବା ଲାଗି ଅନୁମତି ଦେଇଛି ।

  20. କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ୧୧ ଲକ୍ଷ ଯବାନଙ୍କ ପାଇଁ ଖୁସି ଖବର ଆସିଛି। ସିଏପିଏଫ କ୍ୟାଣ୍ଟିନ ଅର୍ଥାତ କେନ୍ଦ୍ରୀୟ ପୁଲିସ କଲ୍ୟାଣ ଭଣ୍ଡାର (କେପିକେବି)ରୁ ମିଳୁଥିବା ସାମଗ୍ରୀ ଉପରେ ୫୦ ପ୍ରତିଶତ ଜିଏସ୍‌ଟି ରିଆତି ଦିଆଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।

377 Y
1054 19-03-2024 English
  1. Russia’s Central Election Commission said Monday that President Vladimir Putin has won his fifth term with a record number of votes.

  2. Pakistan carries out airstrikes inside Afghanistan killing eight civilians, including children and women.

  3. In a third tongue-lashing to the State Bank of India (SBI), the Supreme Court told it to Monday stop being ‘selective’ and make ‘complete disclosure’ of all details related to the electoral bonds scheme (EBS) by March 21.

  4. Seeking to ensure a level-playing field in the Lok Sabha elections, the Election Commission (EC) ordered Monday the removal of the home secretaries of Gujarat, Uttar Pradesh, Bihar, Jharkhand, Himachal Pradesh and Uttarakhand. It also directed the shunting out of West Bengal DGP Rajeev Kumar.

  5. The Judicial Magistrate First Class (JMFC) Court here Monday awarded rigorous imprisonment (RI) of 18 months to a priest of Lingaraj Temple after holding him guilty of sexually harassing a 28-year-old Swedish woman outside the 11th century shrine in the City, February 19 this year.

  6. The Supreme Court Monday stayed the Orissa High Court’s order setting aside the election of Congress leader Mohammed Moquim as MLA from BarabatiCuttack Assembly constituency in Cuttack in 2019.

  7. The Shree Jagannath Temple Administration (SJTA) deposited `39 crore Srimandir funds in two nationalised banks here, Monday.

  8. Ganja worth over `1.50 crore was seized in Boudh district, police said Monday.

  9. Sporadic nesting of endangered Olive Ridley turtles has started at the beaches within Gahirmatha Marine Sanctuary.

  10. Assam Chief Minister Himanta Biswa Sarma has claimed that about three-five lakh people will apply for Indian citizenship under the CAA in the state, asserting that the applicants will comprise only those who were excluded from the updated National Register of Citizens (NRC). He also said that 7 lakh Muslims and 5 lakh HinduBengalis, among others, were left out of the NRC list.

  11. Three of four millet-growing farmers in Uttarakhand have seen a 10- 20 per cent increase in their annual income owing to the push to millet farming by the Centre and state government, according to a study by the Indian Institute of Management, Kashipur.

  12. Around 3.35 crore people, including 1.65 crore women, will exercise their franchise at 37,809 polling stations in the upcoming Lok Sabha and Assembly polls in Odisha, an official said Monday.

  13. Delhi Chief Minister Arvind Kejriwal Monday skipped the Enforcement Directorate summons in a money laundering case linked to alleged irregularities in the Delhi Jal Board, with the Aam Aadmi Party terming the notice “illegal”.

  14. The Enforcement Directorate Monday raided multiple locations in Delhi-NCR as part of a money laundering investigation linked to a case of manufacture and sale of spurious cancer medicines, official sources said. The federal agency searched 10 locations and recovered about `65 lakh in cash from two locations.

  15. Sri Lanka's government-backed traditional astrologers have failed to unanimously agree on dates for New Year rituals, with squabbling seers warning of "disaster" and accusing rivals of misinterpreting the position of stars.

  16. North Korea fired multiple short-range ballistic missiles toward its eastern waters Monday morning, its neighbours said, days after the end of the South Korean-US military drills that the North views as an invasion rehearsal.

  17. According to a regulatory filing, Narayana Murthy has gifted shares worth more than `240 crore to his grandson. Ekagrah Murty received 15 lakh shares, or 0.04 per cent stake, in Infosys.

  18. The Supreme Court Monday dismissed a plea of Adani Power Rajasthan Ltd seeking over `1,300 crore as late payment surcharge from the Jaipur Vidyut Vitran Nigam Limited, a Rajasthan government owned power distribution firm.

  19. Lucknow Super Giants skipper KL Rahul is all set to play for his franchise from the opening IPL game after getting all clear from the National Cricket Academy but he has been advised against wicket-keeping in the first few games.

425 Y
1055 18-03-2024 Odia
  1.  ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ନିର୍ବାଚନରେ ହୋଇଥିବା ଭୋଟ୍ ଗଣତିକୁ ଜୁନ୍ ୪ ତାରିଖ ପରିବର୍ତ୍ତେ ଜୁନ୍‌ ୨ ତାରିଖରେ କରାଯିବ।

  2. କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ସମାପନ ହୋଇଛି। ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ପରିସମାପ୍ତି ମୁମ୍ବାଇରେ ହୋଇଛି।

  3. କିଛି କିଛି ଦଳ ନିର୍ବାଚନୀ ବଣ୍ଡ୍‌ ଜରିଆରେ କୋଟି କୋଟି ଟଙ୍କା ଆଦାୟ କରିଥିବା ବେଳେ ଅଧିକାଂଶ ଦଳଙ୍କୁ ବଣ୍ଡ୍‌ ଜରିଆରେ ଚାନ୍ଦା ମିଳିନାହିଁ। ସିପିଏମ୍ ସମେତ ସମସ୍ତ ବାମପନ୍ଥୀ ଦଳ ନିର୍ବାଚନୀ ବଣ୍ଡ୍‌ ଜରିଆରେ ଚାନ୍ଦା‌ ନେବାକୁ ମନା କରିଥିବା ବେଳେ ମାୟାବତୀଙ୍କ ବିଏସ୍‌ପି ସମେତ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା, ଅୱେସୀଙ୍କ ଅଲ ଇଣ୍ଡିଆ ଇତ୍ତେହାଦୁଲ ମୁସଲେମିନ୍ ଏବଂ ଆସାମ ଗଣ ପରିଷଦ ଭଳି ଅଧିକାଂଶ ଦଳଙ୍କୁ ବଣ୍ଡ୍ ଚାନ୍ଦା ମିଳିନାହିଁ।

  4. ୬ହଜାର କୋଟିର ବେଟିଂ ଆପ୍‌ ଦୁର୍ନୀତି ମାମଲାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବିରୋଧରେ ଛତିଶଗଡ଼ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଛି।

  5. ହାଇଦ୍ରାବାଦର ପ୍ରସିଦ୍ଧ ନେହରୁ ପ୍ରାଣୀ ଉଦ୍ୟାନରେ ଏକ ବିଶାଳ ୧୨୫ ବର୍ଷୀୟ ବୃଦ୍ଧ କଇଁଛ ‘ଚାଣକ୍ୟ’ର ମୃତ୍ୟୁ ଘଟିଛି।

  6. ଗୁଜରାଟ ବିଶ୍ବବିଦ୍ୟାଳୟର ୫ ଜଣ ବିଦେଶୀ ଛାତ୍ରଙ୍କୁ କିଛି ଦୁର୍ବୃତ୍ତ ନିସ୍ତୁକ ମାଡ଼ ମାରିବା ସହ ଛାତ୍ରାବାସରେ ପଶି ଭଙ୍ଗାରୁଜା କରିଛନ୍ତି।

  7. ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ବିଜେଡିକୁ ନିର୍ବାଚନୀ ବଣ୍ଡ୍‌ ବାବଦରେ ମୋଟ ୯୪୪.୫ କୋଟି ଟଙ୍କା ମିଳିଛି।

  8. ଆଇଏସ୍‌ଆଇଏସ୍‌ ‘ମଡ୍ୟୁଲ୍‌’ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଏନ୍‌ଆଇଏ) ୧୧ ଜଣ ଅଭିଯୁକ୍ତଙ୍କ ୪ଟି ସ୍ଥାବର ସମ୍ପତ୍ତି ଜବତ କରିଛି।

  9. ୨୦୧୯ ଏପ୍ରିଲ ୧୨ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜନୈତିକ ଦଳଗୁଡ଼ିକ ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲେ। ଉକ୍ତ ତଥ୍ୟ ଅନୁଯାୟୀ ୨୦୧୮ରେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା କାର୍ଯ୍ୟକାରୀ ହେବାଠାରୁ ଭାଜପା ଏଥିରୁ ସର୍ବାଧିକ ୬,୯୮୬.୫ କୋଟି ଟଙ୍କା ଚାନ୍ଦା ପାଇଛି।

  10. ଭାରତୀୟ ସୂଚନା ସେବା (ଆଇଆଇଏସ୍‌)ର ବରିଷ୍ଠ ଅଧିକାର ଶେଫାଳୀ ବି ସରନ୍‌ କେନ୍ଦ୍ର ସରକାରଙ୍କ ନୂଆ ମୁଖପାତ୍ର ନିଯୁକ୍ତ ହୋଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

  11. ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ମୁଖ୍ୟାଳୟ ମହାରାଷ୍ଟ୍ରର ନାଗପୁରରେ ଅନୁଷ୍ଠିତ ୩ ଦିନିଆ ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଦତ୍ତାତ୍ରେୟ ହୋସାବଲେ ଆଉ ୩ ବର୍ଷ ପାଇଁ ସରକାର୍ଯ୍ୟବାହ (ସାଧାରଣ ସମ୍ପାଦକ) ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି।

  12. ନୋଏଡାର ଏକ ରେଭ୍‌ ପାର୍ଟିରେ ସାପ ବିଷ ଯୋଗାଇବା ମାମଲାରେ ସମ୍ପୃକ୍ତ ଥିବା ୟୁଟ୍ୟୁବର ଏଲ୍‌ଭିଶ୍‌ ଯାଦବଙ୍କୁ ସ୍ଥାନୀୟ ପୋଲିସ ପଚରାଉଚରା ପରେ ରବିବାର ଗିରଫ କରିଛି।

  13. ଝାଡ଼ଖଣ୍ଡର ଚାଇବାସାଠାରେ ଅବସ୍ଥିତ ଏମପି-ଏମଏଲଏ ସ୍ବତନ୍ତ୍ର କୋର୍ଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ୨୭ମାର୍ଚ୍ଚ ୨୦୨୪ରେ ଶଶରୀର ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଷୟଟି ୨୦୧୮ ବର୍ଷର।

  14. ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ନବମ ଥର କେଜରୀୱାଲ୍ଲା ୨୧ମାର୍ଚ୍ଚ ୨୦୨୪ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

  15. ଭାରତ ମହାସାଗରରେ ଭାରତୀୟ ନୌସେନା ୪୦ଘଣ୍ଟାର କଠିନ ଅପରେସନ୍ ପରେ ୧୭ ଜଣ ନାବିକଙ୍କୁ ଉଦ୍ଧାର କରିବା ସହ ୩୫ ଜଣ ସୋମାଲିଆ ଜଳଦସ୍ୟୁଙ୍କୁ କାବୁ କରିଛି ।

  16. ଢେଙ୍କାନାଳ ଜିଲ୍ଲା ସ୍ଥାନୀୟ ଦୋଳମଣ୍ଡପ ସାହିର ଦୁଇ ଭାଈ ନିଜକୁ ଇଡିର ଅଧିକାରୀ ବୋଲି ନିଜକୁ ପରିଚୟ ଦେଇ ବିଭିନ୍ନ ସହକାରୀ ଅଧିକାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ କ୍ରାଇମ ବ୍ରାଞ୍ଚ ସ୍ପେସାଲ ଟାକ୍ସ ଫୋର୍ସ ଘଟଣାର ତଦନ୍ତ କରି ୨ ଭାଈଙ୍କୁ ଗିରଫ କରିବା ସହିତ ବିଭିନ୍ନ ସାମଗ୍ରୀ ଜବତ କରିଥିବାର ଜଣାପଡିଛି।

  17. ଓଡ଼ିଶାରେ ମୋଟ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ, ମେ ୨୦ରେ ୨ୟ ପର୍ଯ୍ୟାୟ, ମେ ୨୫ରେ ୩ୟ ଓ ଜୁନ ୧ ତାରିଖରେ ୪ର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଓଡ଼ିଶାରେ ଜୁନ ୪ ତାରିଖରେ ହେବ ଭୋଟ ଗଣତି । ଏଥି ସହିତ ଜୁନ ୪ରେ ଉଭୟ ଲୋକସଭା ସହ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

  18. ଓଡିଶାରେ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଏଥର ୧ କୋଟି ୨୯ ଲକ୍ଷ ୭ ହଜାର ୯୫୪ ଭୋଟର ଅଧିକ ଯୋଡି ହୋଇଛନ୍ତି। ଓଡ଼ିଶାରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ କୋଟି ୬୩ ଲକ୍ଷ ୮୨ ହଜାର ୦୩୧ ଅଛି। ସେହିପରି ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ରହିଛି ୩ ହଜାର ୩୮୦।

  19. ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣବିଧି ଘୋଷଣା ହୋଇଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରକିୟା ସମ୍ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ବନ୍ଦ ରହିବ।

  20. ଆରସିବି ୱମେନ ପ୍ରଥମ ଥର ପାଇଁ ଆଇପିଏଲ ଚାମ୍ପିୟନ ହୋଇଛି। ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ ୱମେନକୁ ହରାଇ ଚାମ୍ପିଅନ ହୋଇଛି।

  21. ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଡବ୍ଲୁପିଏଲ ( ମହିଳା ପ୍ରିମିୟର ଲିଗ) ବିଜୟୀ ହୋଇଛି । ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ପରାସ୍ତ କରିଛି।

364 Y
1056 18-03-2024 English
  1. The Election Commission Sunday advanced the date of the counting of votes for the Arunachal Pradesh and Sikkim Assembly polls to June 2 from June 4.

  2. The First National Lok Adalat was held on the premises of Orissa High Court in Cuttack, Sunday. A total of 133 cases were disposed downtown of during the hearing.

  3. The district administrations were asked by the Odisha government to pause the weekly public grievance hearings till the elections are complete.

  4. Odisha Mining Corporation (OMC) in collaboration with Red Swastik Society, an NGO, and Inali Foundation distributed for the first time 40 electronic prosthetic hands to differently-abled women in the state.

  5. Over 1 lakh people residing in urban areas of the state do not have a pucca house to live in. The Centre sponsored Pradhan Mantri Awas Yojana (PMAY) is one among the many housing schemes launched by the Centre and the state government to facilitate access to affordable housing for the low and moderate income residents in the country.

  6. The Trinamool Congress (TMC) has challenged senior BJP leaders to engage in an open debate with party national general secretary Abhishek Banerjee regarding the issues of MGNREGA and PM Awas Yojana funding.

  7. Adani group plans to invest more than `1.2 lakh crore (about $14 billion) across its portfolio companies 

  8. Russia witnesses protests outside polling stations at midday Sunday on the last day of a three-day presidential election.

  9. Two brothers were arrested in Odisha’s Dhenkanal district for allegedly posing as Enforcement Directorate officers, and extorting money from government officials, police said Sunday.

  10.  Established in 1774 by the then Governor General of Bengal, Warren Hastings, Kolkata GPO holds the distinction of being India’s first general post office. Over its 250-year history, it has served as a testament to the evolution of postal services in the country.

  11. Kerala has filed a fresh plea in the Supreme Court seeking a stay on the implementation of the Citizenship (Amendment) Rules, 2024, contending it was discriminatory, arbitrary and contravened the principles of secularism.

  12. The Economic Offences Wing (EOW) in Chhattisgarh has registered a case against former Chief Minister Bhupesh Baghel and others in the alleged Mahadev online betting scam based on a probe report submitted by the ED, officials said Sunday.

  13. FPIs came back strongly to invest in the Indian equity markets, buying shares worth ` 40,710 crore in the first fortnight of the month amid an improvement in the global economic landscape and robust domestic macroeconomic outlook.

  14. E-commerce firm Flipkart’s valuation has declined by $5 billion or around `41,000 crore as of January 2024 compared to that in January 2022, according to equity transactions carried out by its US-based parent firm Walmart.

  15. A spirited women’s team washed away Royal Challengers Bangalore’s 16 years of hurt and disappointment, landing their maiden title which came through an eight-wicket win over Delhi Capitals in front of a cheering full house in the Women’s Premier League final here Sunday.

377 Y
1057 17-03-2024 Odia
  1. ଭାରତର ନିର୍ବାଚନ କମିସନ ୧୮ ତମ ଲୋକସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।

  2. ଓଡ଼ିଶାରେ ମେ ୧୩ ଓ ମେ ୨୦, ମେ ୨୫ ଓ ଜୁନ ୧ରେ ଉଭୟ ୪ଟି ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ ।

  3. ଓଡ଼ିଶାର ମୋଟ ୨୧ ଲୋକସଭା ଆସନ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୩ ଓ ଜନଜାତିଙ୍କ ପାଇଁ ୫ ଆସନ ସଂରକ୍ଷିତ ରହିଛି । ମୋଟ ୧୪୭ ବିଧାନସଭା ଆସନରୁ ଅନୁସୂଚିତ ଜାତିଙ୍କ ପାଇଁ ୨୪ ଓ ଜନଜାତିଙ୍କ ପାଇଁ ୩୩ ଆସନ ସଂରକ୍ଷିତ ।

  4. ରାଜ୍ୟ ସରକାର ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା ବୃଦ୍ଧି କରିଛନ୍ତି । ୭୫୦୦ରୁ ୯୫୦୦ ଟଙ୍କାକୁ ଦରମା ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦରମା।

  5. ରାଜ୍ୟରେ ଯାନବାହନ ବିକ୍ରି ସହିତ ତତ୍‌‌ସମ୍ପର୍କିତ ସେବାର ଆବଶ୍ୟକତା ଢେର୍‌ ବୃଦ୍ଧି ପାଇଛି। ରାଜ୍ୟରେ ୫୪ଟି ଆରଟିଓ କ୍ୟାମ୍ପ୍‌‌ ଅଫିସ୍‌‌ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆରଟିଓ ଭଳି କ୍ୟାମ୍ପ୍‌‌ ଅଫିସ୍‌‌ରେ ପରିବହନ ସମ୍ପର୍କିତ ସେବା ଉପଲବ୍ଧ ହେବ।

  6. ରୁଷିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଜାରି ରହିଛି।  ଶନିବାର ଦ୍ୱିତୀୟ ଦିନ ଥିବାବେଳେ ରବିବାର ଭୋଟିଂ ପାଇଁ ଶେଷ ଦିନ ରହିଛି । ଦୁଇ ଦିନ ମଧ୍ୟରେ ବହୁ ସଂଖ୍ୟକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

  7. ତାଳଚେର ଫର୍ଟିଲାଇଜର ଲିମିଟେଡକୁ ୮୫୬ ଏକର ଜାଗା ପଞ୍ଜିକରଣ ହେବ। ଷ୍ଟାମ୍ପ ଭେଣ୍ଡରଙ୍କ କମିସନ ବୃଦ୍ଧି। କଟକ ଚାଉଳିଆଗଞ୍ଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ। ଅଢେଇ ଏକର ଜମି ବିନା ପ୍ରିମିୟମରେ ପ୍ରଦାନ କରାଯିବି। ୨୯ କୋଟି ୩୭ ଲକ୍ଷ ପ୍ରିମିୟମ ଛାଡ ପାଇଁ କ୍ୟାବିନେଟରେ ନଷ୍ପତ୍ତି ହୋଇଛି।

  8. ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱାଣ୍ଡିସ୍ଥିତ ଏକ ମାଜିଷ୍ଟ୍ରେଟ୍ କୋର୍ଟ ରାହୁଲ ଗାନ୍ଧିଙ୍କ ବିରୋଧରେ ହୋଇଥିବା ମାନହାନି ମାମଲାର ଶୁଣାଣିକୁ ମେ’ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

  9. ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ୨୦୨୪ ଜୁନ୍ ୧୬ରେ ଶେଷ ହେଉଛି। ୯୭ କୋଟି ପଞ୍ଜୀକୃତ ଭୋଟର ଅଛନ୍ତି। ୧୮ରୁ ୨୯ ବର୍ଷର ଯୁବ ଭୋଟର ସଂଖ୍ୟା  ୨୧ କୋଟି ରହିଛି । ସେହିପରି ଦେଶରେ ୨ ଲକ୍ଷ ୧୮ ହଜାର ଶତାୟୁ ଭୋଟର ରହିଛନ୍ତି । ୮୫ ବର୍ଷରୁ ଅଧିକ ବୟସର ଭୋଟର ଘରେ ବସି ଭୋଟ ଦେଇପାରିବେ ।

  10. ଦିଲ୍ଲୀର ଇନୋଭେଟର ଉଦୟ ଭାଟିଆ ଏବଂ ହରିୟାଣାର ମାନସିକ ସ୍ବାସ୍ଥ୍ୟ ପ୍ରଚାରକ ମାନସୀ ଗୁପ୍ତା, ଡାଏନା ମେମୋରିଆଲ ପୁରସ୍କାରରେ ସମ୍ମାନିତ ବିଶ୍ୱର ୨୦ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି।

  11. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ବାରା ଜାରି ହୋଇଥିବା ଆୟୁଷ୍ମାନ କାର୍ଡ ‌‌‌‌‌‌‌‌ମାର୍ଚ୍ଚ ୧୬ଠାରୁ ହରିୟାଣାରେ କାର୍ଯ୍ୟ କରିବା ବନ୍ଦ ହୋଇଛି। ଫଳରେ ଏହା ଅନ୍ତର୍ଗତ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଆଉ ମିଳିବ ନାହିଁ।

  12. ପାକିସ୍ତାନ ଦ୍ୱାରା ଆଗତ ଏବଂ ଚୀନ୍ ଦ୍ବାରା ସମର୍ଥିତ ଇସଲାମୋଫୋବିଆ(ଇସ୍‌ଲାମ ପ୍ରତି ଭୟ) ଉପରେ ଏକ ଚିଠା ପ୍ରସ୍ତାବ ଉପରେ ଜାତିସଂଘ ସାଧାରଣ ପରିଷଦରେ ଭୋଟ୍ ଦେବାରୁ ବିରତ ରହିଛି ଭାରତ।

  13. ବିଆର୍‌ଏସ୍ ନେତ୍ରୀ କେ କବିତାଙ୍କୁ ମନିଲଣ୍ଡରିଂ ମାମଲାରେ ଗିରଫ କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି ଯେ ବିଆର୍‌ଏସ୍ ଅନ୍ୟ ଦୁର୍ନୀତିଗ୍ରସ୍ତ ଦଳ ସହ ଭାଗୀଦାରି କରିଛି ଏବଂ କୌଣସି ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଖସି ପାରିବେ ନାହିଁ।

  14. ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତ୍ରୀ କେ କବିତା ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ହେପାଜତରେ ରହିବେ ବୋଲି ରାଉଜ୍ ଆଭେନ୍ୟୁ କୋର୍ଟ ଶନିବାର ନିର୍ଦ୍ଦେଶ ଦେଇଛନ୍ତି।

  15. ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ୫ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି।

422 Y
1058 17-03-2024 English
  1. The state government Saturday decided to construct a `128-crore bridge over Mahanadi in Cuttack district.

  2.  The sevenphase Lok Sabha polls, the world’s biggest election exercise, will kick off April 19 with the counting of votes set to take place June 4. The elections will begin April 19 followed  by subsequent phases April 26, May 7, May 13, May 20, May 25 and June 1, Kumar said at a press conference

  3. Chief Minister Naveen Patnaik Saturday said the people of the state are going to create a new record in the political history of the country in the next Assembly elections.

  4. A Delhi court Saturday granted bail to Chief Minister Arvind Kejriwal in two complaints filed by the Enforcement Directorate (ED) against him for skipping summons in a money laundering case linked to the alleged Delhi Excise policy scam.

  5. The state Cabinet, chaired by Chief Minister Naveen Patnaik, Saturday approved a proposal for construction and upgradation of 21 transmission projects by Odisha Power Transmission Corporation Limited (OPTCL) within five years.

  6. Thunderstorms with lightning accompanied by gusty surface wind speed reaching 30-40 kmph is very likely to occur at one or two places over the districts of Odisha during the next five days, India Meteorological Department (IMD) said, Saturday.

  7. As many as 10,000 unemployed youths from 20 blocks of Kandhamal Parliamentary Constituency received employment letters here recently through an initiative by Kandhamal MP and KIIT & KISS founder Achyuta Samanta.

  8. Noted Bollywood singer Anuradha Paudwal, who is also known for singing devotional songs, joined the BJP Saturday ahead of the Lok Sabha elections.

  9.  Bharat Rashtra Samithi (BRS) leader K Kavitha was Saturday remanded in ED custody till March 23 in a money laundering case linked to the Delhi excise policy "scam".

  10. The CBI Saturday arrested three people, including the brother of suspended TMC leader Shajahan Sheikh, for being allegedly involved in the January 5 attack on an Enforcement Directorate team at Sandeshkhali in West Bengal, officials said.

  11. Retired bureaucrat Navneet Kumar Sehgal has been appointed as the new Prasar Bharati chairman, a post that was vacant for four years.

  12. Twenty-two historic artefacts that were looted following the Battle of Okinawa in World War II have been returned to Japan after a family from Massachusetts discovered them in their late father's personal items, the FBI said Friday.

  13. Indian patent office has granted over 1 lakh patents in the past year on account of steps taken by the government to further strengthen the intellectual property rights ecosystem, an official statement said Saturday.

  14. Commonwealth Games gold medallist weightlifter Achinta Sheuli has been expelled from the Paris Olympics preparatory camp after he was caught entering the women’s hostel at night in NIS Patiala.

  15. IPL chairman Arun Dhumal dismissed speculation Saturday that the league would be shifted to the UAE due to the upcoming general elections in the country from April 19 to June 1.

357 Y
1059 16-03-2024 Odia
  1. ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ।

  2. ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ଲକ୍ଷ୍ମୀନାରାୟଣ ରାମଦାସଙ୍କର ଗୁରୁବାର ସିକନ୍ଦରାବାଦରେ ପରଲୋକ ହୋଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା।

  3. କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ ସାରା ଶର୍ମା। ସିବିଆଇରେ ଡିଆଇଜି ଭାବେ ସାରା ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। ୫ବର୍ଷ ପାଇଁ ସିବିଆଇରେ ଡିଆଇଜି ଭାବେ ଦାୟିତ୍ୱ ତୁଲାଇବେ।

  4. ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୪୮୮ ବର୍ଗ (୨) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ପାଇଁ ୨୩ ଗୋଟି ବିଭିନ୍ନ ବିଷୟରେ ୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ ନିମନ୍ତେ ରାଜ୍ୟ ପ୍ରବରଣ ମଣ୍ଡଳୀ (SSB) ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଉଅଛି ।

  5. କେନ୍ଦ୍ର ସରକାର ଆଜି ନୂଆ ଇଲେକ୍ଟ୍ରିକ ଭେଇକିଲ (ଇଭି) ନୀତି ଘୋଷଣା କରିଛନ୍ତି।ନୂଆ ନୀତିରେ ସରକାର ଯେଉଁ କମ୍ପାନି ଭାରତରେ ଅତିକମ୍‌ରେ ୫୦୦ ନିୟୁତ ଡଲାର (୪୧୫୦ କୋଟି ଟଙ୍କା) ନିବେଶ ସମେତ କାରଖାନା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେବ ସେହି କମ୍ପାନିକୁ ବିଦ୍ୟୁତ୍‌ ଯାନ ଉପରେ ଆମଦାନୀ ଶୁଳ୍କ ହ୍ରାସ ସୁବିଧା ଦିଆଯିବ।

  6. ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଛି। ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ର ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ‌କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ଆଜି ଅପରାହ୍‌ଣରେ ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ ଗିରଫ କରିଛି।

  7. ଗାଜାରେ ଥିବା ଏକ ରିଲିଫ୍‌ ବିତରଣ କେନ୍ଦ୍ର ଉପରେ ଗତକାଲି ହୋଇଥିବା ଇସ୍ରାଏଲ୍‌ ଆକ୍ରମଣରେ ଖାଦ୍ୟ ବଣ୍ଟନ କରୁଥିବା କେତେକ କର୍ମଚାରୀଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୫୫ ଜଣ ଆହତ ହୋଇଛନ୍ତି।

  8. ମାଳଦ୍ୱୀପରେ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ଉଡ଼ାଉଥିବା ଭାରତୀୟ ସେନା ତା’ର ପ୍ରଥମ ସାମରିକ ଦଳକୁ ଏହି ଦ୍ୱୀପଦେଶରୁ ସ୍ୱଦେଶକୁ ଫେରାଇ ଆଣିଛି ବୋଲି ଶୁକ୍ରବାର ଦିନ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି।

  9. ଆମ୍ ଆଦମୀ ପାର୍ଟି (ଆପ) ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ। ଆଉ ଦଳୀୟ କର୍ମୀମାନେ ଏଥର ପ୍ରଚାର କରୁଥିବା ଦେଖାଯିବ ନାହିଁ |

  10. ଆସନ୍ତା ୧୮ ତାରିଖରେ ତାମିଲନାଡୁର କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌ ସୋ’ ପାଇଁ ମାଡ୍ରାସ ହାଇକୋର୍ଟ ଅନୁମତି ଦେଇଛନ୍ତି।

  11. ଅନ୍ତର୍ଜାତୀୟ ଖବରକାଗଜ ସଂସ୍ଥା ଫୋର୍ବସ ପକ୍ଷରୁ ଦେଶର ୨୩ଜଣ ଶକ୍ତିଶାଳୀ ମହିଳାଙ୍କୁ ଚୟନ କରାଯାଇଛି। ଓଡ଼ିଶାରୁ ଏକମାତ୍ର ମହିଳା ଭାବେ ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା ଏହି ତାଲିକାରେ ସାମିଲ ହୋଇଛନ୍ତି।

  12. ୮୧ ବର୍ଷୀୟ ଅଭିନେତା ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅସୁସ୍ଥ ହୋଇପଡ଼ିଛନ୍ତି। ହଠାତ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ ବିଗିଡିଛି। ଏଥିପାଇଁ ତାଙ୍କୁ ସକାଳେ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲେ ଭର୍ତ୍ତି କରାଯାଇଛି।

  13. ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ବିରୋଧରେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

  14. ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସିଏଏ ବିରୋଧରେ ସୁପ୍ରିମକୋର୍ଟରେ ସମୁଦାୟ ୧୯୨ଟି ଆବେଦନ ବିଚାରାଧୀନ ରହିଛି। ଏଭଳି ପରିସ୍ଥିତିରେ ସମସ୍ତ ପିଟିସନର ଏକାଠି ଶୁଣାଣି କରାଯାଉଛି।

  15. ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ପରିଚାଳନାରେ ଅନିୟମିତତା ହେଉଥିବା ଅଭିଯୋଗ କରି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି।

  16. ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ନୂଆ ସ୍ଲୋଗାନ ଦେଇଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବାର ଠିକ୍‌ ପୂର୍ବରୁ କଂଗ୍ରେସ ‘ହାଥ୍‌ ବଦ୍‌ଲେଗା ହାଲାତ୍‌’ ଅର୍ଥାତ ଦେଶର ସ୍ଥିତି ବଦଳାଇବାକୁ ସ୍ଲୋଗାନ ଦେଇଛି।

  17. କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ମୁମ୍ବାଇରେ ଭାରତୀୟ ମାନକ ସମୟ ବୃଦ୍ଧି ପାଇଁ ଜାତୀୟ ସମୟ ପ୍ରୋଟୋକଲ୍ (ଏନଟିପି)କୁ ଉଦଘାଟନ କରିଛନ୍ତି। ଏହା ମିଲିସେକେଣ୍ଡ ସଠିକତା ସହିତ ସମାନ ଏବଂ ସଠିକ୍ ସମୟ ସୂଚନା ପ୍ରଦାନ କରିବ ଏବଂ ସାଇବର ନିରାପତ୍ତା ମଧ୍ୟ ବୃଦ୍ଧି କରିବ।

  18. ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ୍‌ ବଣ୍ଡ୍‌ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନକରି ନ ଥିବାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ଶୁକ୍ରବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି।

  19. ମାଲକାନଗିରି ଜିଲା ପୋଲିସକୁ ମିଳିଛି ବଡ ସଫଳତା। ମାଲକାନଗିରି ଏସପି ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ନିକଟରେ ଶୁକ୍ରବାର ଦୁଇଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

  20. ଓଲିଉଡ଼ ଅଭିନେତା ଅରିନ୍ଦମ ରାୟ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଶୁକ୍ରବାର ସେ ଦଳରୁ ଇସ୍ତଫା ଦେବାର ମାତ୍ର ୧ ଘଣ୍ଟା ମଧ୍ୟରେ ସେ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟକୁ ଯାଇ ପଦ୍ମ ଧରିଛନ୍ତି।

348 Y
1060 16-03-2024 English
  1. Odisha government awards habitat rights under the Forest Rights Act, 2006 to Paudi Bhuyan community in Deogarh district.

  2. The Enforcement Directorate (ED) Friday arrested BRS leader K Kavitha after a daylong raid on her premises in Hyderabad and took her to Delhi for questioning in a money laundering case linked to the now-scrapped Delhi excise policy, agency sources said

  3. Neurological conditions such as e pile psy, Alzheimer's disease and dementia are now the leading cause of ill health and disability globally, affecting 4 billion people in 2021, according to a major new analysis published in The Lancet Neurology journal.

  4. As many as 2,630 Agniveers, including 396 women, of the Indian Navy graduated from INS Chilka in a ceremonial Evening Passing out Parade Friday under the aegis of Southern Naval Command.

  5. The government Friday approved an electric-vehicle policy, under which import duty concessions will be given to companies setting up manufacturing units in the country with a minimum investment of $500 million, a move aimed at attracting major global players like US-based Tesla.

  6. He might be drawing comparisons with Mahendra Singh Dhoni, but wicketkeeper-batter Dhruv Jurel said Friday nobody can quite match up to the former India captain. Jurel asserted that he would rather focus on carving his own niche in international cricket.

  7. Union Railways Minister Ashwini Vaishnaw Friday announced the sanction of two new railway line projects for Odisha.

  8. The Special Vigilance Court here awarded a three-year rigorous imprisonment (RI) to four persons, including former Odisha Rural Housing Development Corporation (ORHDC) Managing Director (MD) Vinod Kumar, for corruption.

  9. State government Friday decided to transfer the land of Bargarh Sugar factory to IDCO for setting up industries in future, an official at the Chief Minister's Office said.

  10. Himachal Pradesh Chief Minister Sukhvinder Sukhu Thursday inaugurated the state’s first outdoor escalators at the hilltop Hanuman temple Jakhu in Shimla at a height of 2,455 metres above sea level

  11. The Bahujan Samaj Party (BSP) will contest the Hyderabad and Nagarkurnool (SC) Lok Sabha seats, out of the total 17 constituencies in Telangana, as part of its alliance with the K Chandrasekhar Rao-led Bharat Rashtra Samithi (BRS).

  12. Senior BJP leader and former Karnataka Chief Minister BS Yediyurappa has been booked under the POCSO Act based on a complaint by the mother of a 17- year-old girl, police said here.

  13. The Congress Friday demanded a high-level probe by the Supreme Court against the ruling BJP and freezing of its bank accounts for alleged corruption in the electoral bonds scheme, as it claimed the party got 50 per cent of the money received through these bonds.

  14. India Friday said its first team of military personnel that was operating an advanced light helicopter in the Maldives has returned from the island nation. The military team has been replaced by civilian technical experts.

  15. The Supreme Court Friday refused to stay the appointments of new Election Commissioners (ECs) under a 2023 law that excluded the chief justice of India from the selection panel.

  16. The first ship carrying food aid reached the coast of the Gaza Strip Friday, where hopes for a ceasefire to rescue the population from starvation suffered a new blow after Israel rejected the latest truce counterproposal from Hamas.

  17. A rubber dinghy carrying migrants sank off Turkey’s northern Aegean coast Friday, killing at least 21 people, officials said.

  18. The United States and allies warned Iran Friday that major Western economies will pile new sanctions on Tehran if it moves forward with an advancing plan to provide ballistic missiles to Russia for its war with Ukraine.

  19. South African pacer Lungi Ngidi, who was signed by the Delhi Capitals, has been ruled out of IPL 2024 due to an injury, the franchise said in a release Friday. In place of Ngidi, the Delhi side have roped in Australian allrounder Jake Fraser-McGurk. The 21-year-old Australian is a hardhitting opener and leg-spinner from Melbourne.

  20. Income Tax 2024 Alert: The Income Tax Department urges all taxpayers to settle their advance tax dues before the deadline. Failure to do so can lead to interest charges under sections 234B and 234C of the Income Tax Act.

367 Y