# |
Date |
Type |
Current Affairs |
No. Of Views |
Status |
Action |
2351 |
01-05-2022 |
Odia |
- ସୂର୍ଯ୍ୟକୁମାର ଯାଦବଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଚଳିତ ଆଇପିଏଲ୍ରେ ତା’ର ୯ମ ମ୍ୟାଚ୍ରେ ପ୍ରଥମ ବିଜୟ ହାସଲ କରିଛି ମୁମ୍ବଇ ଇଣ୍ଡିଆନ୍ସ। ଶନିବାର ରାଜସ୍ଥାନ ରୟାଲ୍ସକୁ ୫ ୱିକେଟରେ ପରାସ୍ତକରି ତା’ର ଅଧିନାୟକ ମୁମ୍ବଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ୩୫ତମ ଜନ୍ମଦିନର ଉପହାର ଦେଇଛି।
- ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ସେନାବାହିନୀର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ସେନାବାହିନୀ ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେଙ୍କୁ ଆଜି ସାଉଥ୍ ବ୍ଲକଠାରେ ସାମରିକ ଅଭିବାଦନ ଦିଆଯାଇଛି ।
- ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ କଲେ ରାଜ୍ୟ ସରକାର। ମେ’ ୨ ତାରିଖରୁ ସକାଳ ୬ରୁ୯ଟା ପର୍ଯ୍ୟନ୍ତ ହେବ ସ୍କୁଲ। ତୃତୀୟରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସକାଳ ୬ରୁ ସ୍କୁଲ ଆସିବେ।
- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିର୍ଦ୍ଦେଶାଳୟ ଜ୍ୟାକଲିନ୍ଙ୍କ ୭.୨୭ କୋଟିର ସମ୍ପତ୍ତି ଜବତ କରିଛି ।
- ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମେ ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମେ ମାସରେ ଲଘୁଚାପ ହେଲେ ତୀବ୍ରତା ବଢିବାର ସମ୍ଭାବନା ଅଧିକ ଥାଏ। ତେଣୁ ୬ ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଅଧିକ ତୀବ୍ର ହୋଇପାରେ।
- ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ଓ ଉଚ୍ଚନ୍ୟାୟାଳୟଙ୍କ ମୁଖ୍ୟନ୍ୟାୟାଧୀଶମାନଙ୍କ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ବେଳେ ଧରିୱାଲ ଗଣମାଧ୍ୟମ ସହ ଆଲୋଚନା କାଳରେ ରାଜସ୍ଥାନର ଜନତା, କଂଗ୍ରେସର ବିଧାୟକ ଓ ପାର୍ଟିର ହାଇକମାଣ୍ଡ ମଧ୍ୟ ଏଇଆ ଚାହାନ୍ତି ଯେ ଗହଲୋତ ମୁଖ୍ୟମନ୍ତ୍ରୀ ରହନ୍ତୁ ବୋଲି ସେ କହିଛନ୍ତି।
- ଡାକ୍ତର ଓ ସ୍ୱାସ୍ଥ୍ୟ ସେବାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଡାକ୍ତର ଓ ସ୍ୱାସ୍ଥ୍ୟ ସେବା ଉପଭୋକ୍ତା ସଂରକ୍ଷଣ ଅଧିନିୟମ ୨୦୧୯ ପରିସରରୁ ବାହାରେ ନାହିଁ। ଏ ନେଇ ବମ୍ବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାୟମ ରଖିଥିବା ବେଳେ ମେଡିକୋ ଲିଗାଲ ଆକ୍ସନ ଗ୍ରୁପଙ୍କ ପିଟିସନକୁ ନକାଚ କରିଦେଇଛନ୍ତି।
- କେନ୍ଦ୍ର ରାଜପଥ ଓ ପରିବହନ ମନ୍ତ୍ରାଳୟ ୧ ମେରୁ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେରେ ଟୋଲ ଟ୍ୟାକ୍ସ ଅସୁଲ ଆରମ୍ଭ ହେବ। ଏହି ଏକ୍ସପ୍ରେସ ୱେ ୩୪୦ କିଲୋମିଟର ଦୀର୍ଘ। ଏପର୍ଯ୍ୟନ୍ତ ଏଥିରେ ଯିବାକୁ ହେଲେ ବାହନଙ୍କୁ ଗୋଟିଏ ବି ପଇସା ଶୁଳ୍କ ଦେବାକୁ ପଡୁ ନଥିଲା। ଏବେ ଏହି ଏକ୍ସପ୍ରେସ ୱେ ଦେଇ ଗଲେ ପଇସା ଦେବାକୁ ପଡିବ। ଏଣୁ ଲୋକଙ୍କ ଯାତ୍ରା ମହଙ୍ଗା ହେବ। ଏଠାରେ କିଲୋମିଟର ପିଛା ୨ଟଙ୍କା ୪୫ ପଇସା ହାରରେ ଟୋଲ ଟ୍ୟାକ୍ସ ଅସୁଲ ହୋଇପାରେ।
- ଯଦି ୟୁପିଆଇ ମାଧ୍ୟମରେ ଆଇପିଓ କିଣୁଥାନ୍ତି ତେବେ ପୂର୍ବରୁ ଏଥିଲାଗି ଥିବା ଧାର୍ଯ୍ୟ ସୀମା ବଢିବ। ଏପର୍ଯ୍ୟନ୍ତ ଆପଣ ୟୁପିଆଇ ମାଧ୍ୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରୁଥିଲେ। ତେବେ ମେ ୧ ତାରିଖରୁ ଏହାର ଲିମିଟ ବଢି ୫ ଲକ୍ଷ ଟଙ୍କା ହୋଇଯାଇଛି।
- ବର୍ତ୍ତମାନ ଋଷ ଆଇସଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ, ଫାରୋ ଆଇସଲ୍ୟାଣ୍ଡ ଏବଂ ନରୱେର ୩୧ ଜଣଙ୍କୁ ଋଷରେ ପ୍ରବେଶ ଉପରେ ବ୍ୟାନ୍ ଲଗାଇଦେଇଛି । ଏହି ଦେଶର ଲୋକଙ୍କୁ ଭିସା ନଦେବାକୁ ଋଷ ତାର ଦୂତାବାସକୁ ନିର୍ଦ୍ଦେଶ ଦେଇଛି ।
- ଶନିବାର ଚୀନ କମ୍ପାନୀ ସାଓମୀ ଟେକ୍ନୋଲଜି ଇଣ୍ଡିଆ ଲିମିଟେଡର ୫,୫୫୧.୨୭ କୋଟି ଟଙ୍କାର ସମ୍ପତ୍ତିକୁ ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବିଦେଶୀ ମୁଦ୍ରା ପରିଚାଳନା ଆକ୍ଟ ୧୯୯୯ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କେନ୍ଦ୍ରୀୟ ସଂସ୍ଥା କହିଛି ।
- ବାଲେଶ୍ବରରେ ପ୍ରତିଷ୍ଠା ହେବ ରିଜର୍ଭ ବ୍ୟାଙ୍କର ଟଙ୍କା ଛାପା କାରଖାନା । ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ବାଲେଶ୍ୱର ଜିଲ୍ଲାରେ ଟଙ୍କା ତିଆରି ହେବା ସହିତ ସ୍ଥାନୀୟ ଲୋକଙ୍କୁ ମିଳିବ ନିଯୁକ୍ତ ସୁଯୋଗ । ପ୍ରକଳ୍ପ ପାଇଁ ଆବଶ୍ୟକ ଶହେ ଏକରରୁ ଅଧିକ ଜମି ଓ ସ୍ଥାନ ନିରୂପଣ ପାଇଁ ରିଜର୍ଭ ବ୍ୟାଙ୍କର ଏକ ପ୍ରତିନିଧି ଦଳ ବାଲେଶ୍ୱର ଜିଲ୍ଲା ଗସ୍ତ କରିଛନ୍ତି
- ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜିତିବା ପାଇଁ ୧.୨ ପ୍ରତିଶତ ଭୋଟ୍ ଅଭାବ ରହିଛି । ସଂସଦର ଉଭୟ ଗୃହରେ ବିଜେଡିର ୨୧ ସାଂସଦ ଅଛନ୍ତି । ଯାହାର ଭୋଟ୍ ସେୟାର ୩.୨୨ ପ୍ରତିଶତ । ଯଦି ବିଜେଡି ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦିଏ ତ ବିଜେପି ପ୍ରାର୍ଥୀ ସହଜରେ ବିଜୟୀ ହେବେ ।
- ଆରବିଆଇ ୨୦୨୧-୨୦୨୨ ପାଇଁ ମୁଦ୍ରା ଏବଂ ଫାଇନାନ୍ସ (RCF) ଉପରେ ରିପୋର୍ଟ ପ୍ରକାଶ କରିଥିଲା । ସେହିଭଳି ରିପୋର୍ଟରେ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ କରୋନା ମହାମାରୀ ଯୋଗୁଁ ଅର୍ଥନୀତିରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର ପାଇଁ ୧୫ ବର୍ଷ ଲାଗିବ। ଆଉ ଏହି ରିପୋର୍ଟରେ ଭାରତୀୟ ଅର୍ଥନୀତିର ଏକ ସାଙ୍ଘାତି ଚିତ୍ର ଉପସ୍ଥାପିତ ହୋଇଛି।
- ବର୍ଷା ପବନରେ ଉଡ଼ିଗଲା ୧୭୧୦ କୋଟି ଟଙ୍କାରେ ନିର୍ମାଣାଧୀନ ପୋଲ। ପବନରେ ଉଡ଼ିଗଲା ନିର୍ମାଣ ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର ଢ଼ାଞ୍ଚା । ଏମିତି ଏକ ଘଟଣା ଘଟିଛି ବିହାରର ଭାଗଲପୁରରେ। ବିହାରରେ ଭାଗଲପୁର ଏବଂ ଖଗଡ଼ିଆକୁ ଯୋଡ଼ିବା ପାଇଁ ଗଙ୍ଗାନଦୀ ଉପରେ ତିଆରି ହେଉଛି ବିରାଟ ପୋଲ।
|
550 |
Y |
|
2352 |
01-05-2022 |
English |
- India has reported 3,688 new COVID-19 cases in the last 24 hours, taking the total tally of infections in the country since the pandemic started to 4,30,75,864.
- Maharashtra Day commemorates the formation of the state in 1960. On May 1, 1960, the Bombay Reorganisation Act came into effect, creating Maharashtra, following many protests and demonstrations in support of the new state.
- Gujarat Day is observed on May 1 to mark the creation of Gujarat as a separate state. In 1960, two states - Gujarat and Maharashtra - were carved out of Bombay State. Since then, May 1 is celebrated in both the states with great zeal and enthusiasm.
- Union Minister Ashwini Kumar Choubey on Saturday claimed that 'Hindu' is a geographical identity and all people living in the land between the Himalayas and the Indian Ocean are Hindus.
- A freight train carrying coal towards Delhi got derailed on the dedicated freight corridor Track between Barthana and Ekdil stations in Uttar Pradesh on Saturday, officials said.
- Nearly 46,000 unauthorised loudspeakers were removed from religious places and the volume of another 59,000 was set to permissible limits across Uttar Pradesh following a government order, a senior police official said on Saturday.
- The Supreme Court on Friday stated that doctors and healthcare services are not excluded from the ambit of the Consumer Protection Act 2019.
- General Manoj Pande took over as the new Army Chief on Saturday.He took over the charges of the Indian Army from the outgoing Army Chief, Gen MM Narvane in the afternoon.
- After careful consideration, Odisha government has decided to reschedule the timing of teaching hours in all schools from 6.00 a.m. to 9.00 a.m from May 2.
- Unlike other states, Odisha is not facing shortage of coal, said Chief Secretary Suresh Mahapatra
- The Centre has apparently lobbed the ball into the state government’s court for the establishment of benches of Orissa High Court in western and southern Odisha
- Two brothers were arrested with 107 kg ganja in Ganjam district, police said Saturday. The Special Task Force (STF) of Odisha Police arrested the duo from Raghunathsahi village in Buguda police station area, sources said.
- On the lines of Urban Meteorological Services for Delhi-NCR, the India Meteorological Department (IMD) Saturday announced to start similar services for 50 cities in a year's time.
- Amid Twitter’s $44 billion deal saga, tech billionaire Elon Musk has gained approximately 6 million followers on the platform. The Tesla CEO likely had around 83 million followers before the Twitter deal. However, as of now, he has over 89 million followers on the microblogging site
- Amidst a single day rise of 3,688 new coronavirus infections taking the active cases to 18,684, Union Health Minister Mansukh Mandaviya on Saturday said that over 60 per cent of youngsters between the 12-14 age group have received the 1st dose of Covid-19 vaccine.
|
524 |
Y |
|
2353 |
30-04-2022 |
English |
- As many as 65 top super specialty hospitals in 15 states other than Odisha have been empanelled under the Biju Swasthya Kalyan Yojana (BSKY), National Health Mission (NHM) Director Shalini Pandit said in a governing body meeting of State Health Assurance Society (SHAS) here Friday.
- The Higher Education department Friday issued a notification inviting applications for the appointment of Vice Chancellor for Shri Jagannath Sanskrit Vishvavidyalaya (SJSV) in Puri.
- The state government has sanctioned a whopping `38.14 crore in the first phase for land acquisition under the ambitious development and beautification project of Maa Biraja Temple in Jajpur district, an official said Friday.
- Attorney General K.K. Venugopal, citing the pendency of 40 million cases in trial courts and several million cases in the high courts, Friday said that a "pall of gloom settles" and it is a "hopeless situation"
- The Ministry of Fisheries, Animal Husbandry and Dairying has organized the week-long 'Kisan Bhagidari-Prathmikta Hamari' campaign from 25th to 30th of this month.
- PM Modi will participate in the inaugural session of the Joint Conference of Chief Ministers of the States and Chief Justices of High Courts @ 10 AM . He will also address the gathering on the occasion.
- Andhra pradesh court has awarded death sentence to a man who was found guilty of murdering a B. Tech student last year.Court found the accused Kunchala Sasikrishna guilty of murdering Nallapu Ramya, a B.Tech student who was stabbed to death on August 15, 2021.
- Punjab CM Bhagwant Mann ordered an immediate inquiry into the Patiala clashes and directed the police department's top brass that none of the culprits be spared. Tension prevailed after Shiv Sena members and pro-Khalistani activists clashed.
- Tamilnadu CM MK Stalin on Friday urged PM Modi to accord permission to facilitate the early movement of food, essential goods and lifesaving medicines to the people of Sri Lanka.
- Union Minister for Road Transport and Highways Nitin Gadkari on Friday inaugurated 12 National Highway projects worth Rs 8,000 crores and seven CRIF projects in Hyderabad.
- Lieutenant General Baggavalli Somashekar Raju will take over as the Vice Chief of the Army Staff on 01 May (Sunday). An alumnus of Sainik School Bijapur and National Defence Academy, he was commissioned in the JAT Regiment on 15th December 1984.
- The Indian Navy undertakes several deployments titled Mission SAGAR to assist friendly countries. Since May 2020, the Indian Navy has successfully concluded eight such missions, deploying ten ships to 18 Friendly Foreign Countries.
- Japan's planned development aid for India's Andaman and Nicobar Islands carries a "geostrategic overtone," with some security experts saying it is part of initiatives to keep an increasingly assertive China in check.
- The Commissionerate Police Friday arrested a female staff of a private university in Janla area for allegedly misappropriating around `97.54 lakh of varsity funds collected from students and transferring the amount to her boyfriend’s account.
- AAP MLA Atishi has taken the "Kejriwal model of governance" to the United Nations as she addressed the UN General Assembly, where she emphasised that Delhi can be an example for all cities when it comes to ensuring growth, equity, ecological sustainability and fiscal prudence, according to an official statement issued Friday.
- A court in Assam has severely criticised the state police for trying to implicate Gujarat MLA Jignesh Mevani in a "manufactured case" of assault on a woman constable. The Barpeta sessions court in its order granting bail to Mr Mevani requested the Gauhati High Court to take up a petition on its own against recent police excesses in the state.
- IT company Wipro Friday posted a 4 per cent rise in consolidated profit at Rs 3,092.5 crore in the fourth quarter ended March 2022
- In a major political development ahead of next year's Assembly polls in Nagaland, 21 of the 25 MLAs of the Naga People's Front (NPF) on Friday joined the Nationalist Democratic Progressive Party (NDPP).
- India has reported 3,377 new COVID-19 cases in the last 24 hours, taking the total tally of infections in the country since the pandemic startedto 4,30,72,176.
- Delhi Chief Minister Arvind Kejriwal and his West Bengal counterpart Mamata Banerjee held a meeting in the national capital today, the first after their parties contested the assembly elections in Goa recently.
|
611 |
Y |
|
2354 |
30-04-2022 |
Odia |
- ବିଜ୍ଞାନ ଭବନରେ ଆୟୋଜିତ ଏହି ସମ୍ମିଳନୀକୁ ଉଦଘାଟନ୍ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ କୋର୍ଟର ଭିତ୍ତିଭୂମିର ବିକାଶ ଲାଗି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ପ୍ରସ୍ତାବ ଦେବେ ବୋଲି ସୂଚନା ମିଳିଛି । ଏହା ସହ ବିଚାର ବିଭାଗରେ ଖାଲିଥିବା ପଦବୀର ପୂରଣ, ପଡ଼ି ରହିଥିବା ମାମଲାର ବିଚାର, ଇ-କୋର୍ଟ, ଆଇନ ସେବାକୁ ତ୍ୱରିତ କରିବା ଆଦି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
- ମିସେସ୍ ଇଣ୍ଡିଆ -୨୦୨୨ର ଟାଇଟଲ୍ ଜିତିଛନ୍ତି ଓଡ଼ିଆ ମହିଳା ରୂପ୍ସା ନାୟକ । ଏହାକୁ ନେଇ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି ।
- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ବାହାର ରାଜ୍ୟରେ ମାସକୁ ହାରାହାରି ୪୦ ହଜାର ରୋଗୀ ଘରୋଇ ମେଡିକାଲରେ ଚିକିତ୍ସା ସୁବିଧା ପାଉଛନ୍ତି । ୨୦୨୧-୨୨ରେ ପ୍ରାୟ ୨ ଲକ୍ଷ କ୍ଲେମର ସମାଧାନ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୩୮୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଆଜି ଯୋଜନାର ସମୀକ୍ଷା କରି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
- ପଞ୍ଜାବ ପଟିଆଲାରେ ଗୋଷ୍ଠୀ ସଂଘର୍ଷ ମାମଲା । ଘଟଣାରେ ଶିବସେନା ନେତା ହରିଶ ସିଙ୍ଗଲା ଗିରଫ ହୋଇଛନ୍ତି । ତେଣେ ଶିବସେନା ପଞ୍ଜାବ ଶାଖା କାର୍ଯ୍ୟକାରୀ ସଭାପତି ପଦରୁ ତାଙ୍କୁ କରାଯାଇଛି ବହିଷ୍କାର । ଖଲିସ୍ତାନୀ ସଂଗଠନ ବିରୋଧରେ ଶିବସେନା (ବାଲଠାକରେ) ଗୋଷ୍ଠୀର ଏକ ଶୋଭାଯାତ୍ରା ବାହାରିବା ପରେ ଗତକାଲି କେତେକ ଶିଖ ସଂଠଗନ ପକ୍ଷରୁ କରାଯାଇଥିଲା ପ୍ରତିବାଦ ।
- ଜେଲରେ ଥିବା ଅମରାବତୀ ସ୍ୱାଧୀନ ଏମପି ନବନୀତ ରାଣା ଓ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କ ଆବେଦନ ଖାରଜ । ଜେଲରେ ଥିବାବେଳେ ଘରେ ପ୍ରସ୍ତୁତ ଖାଦ୍ୟ ଲାଗି ଅନୁମତି ଦେବା ସକାଶେ ସେମାନେ କରିଥିବା ଆବେଦନକୁ ଖାରଜ କରିଛନ୍ତି ମୁମ୍ବାଇର ଏକ ମାଜିଷ୍ଟ୍ରେଟଙ୍କ କୋର୍ଟ ।
- କିଭ୍ ଅଭିମୁଖେ ମାଡ଼ି ଆସୁଥିବା ଋଷିଆ ସୈନ୍ୟଙ୍କୁ ଅଟକାଇବାକୁ ଜୋରଦାର ଉଦ୍ୟମ କରିଛନ୍ତି ୟୁକ୍ରେନବାସୀ । ୟୁକ୍ରେନ୍ବାସୀ ଜାଣିଶୁଣି ନିଜେ ରହୁଥିବା ଗାଁ ମାନଙ୍କରେ ସୃଷ୍ଟି କରିଛନ୍ତି କୃତ୍ରିମ ବନ୍ୟା ।
- ୟୁକ୍ରେନ୍ରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ କ୍ରୂରତା କଥା କହିବା ବେଳେ ଶୁକ୍ରବାର ଦିନ ପେଣ୍ଟାଗନ୍ର ମୁଖପାତ୍ର ଜନ୍ କିର୍ବି ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ସେ ପଚାରିଥିଲେ, ତାଙ୍କ ପରି ଜଣେ ନୈତିକତାବାଦୀ ବ୍ୟକ୍ତି କିଭଳି ଡାକ୍ତରଖାନା ଉପରେ କରାଯାଉଥିବା ବୋମା ବିସ୍ଫୋରଣକୁ ସମର୍ଥନ କରୁଛନ୍ତି ଏବଂ କେତେ ନିରୀହ ଜନତା ମଲେ ତା’ର ସମୀକ୍ଷା କରୁଛନ୍ତି?
- ଅଘୋଷିତ ବିଦ୍ୟୁତ କାଟ୍: ଚାଷୀ ଆଗରେ ପାଣି ନ ପାଇ ସବୁ ଧାନ ଯାଉଛି ମରି ,ଅନ୍ଧାରରେ ଡାକ୍ତରଖାନା, ହନ୍ତସନ୍ତ ରୋଗୀ, କର୍ତ୍ତୃପକ୍ଷ ନିଦାବିଷ୍ଣୁ ।
- ରାଜଧାନୀର ଘରୋଇ ଇଞ୍ଜିନିୟରିଂ କଲେଜରେ ଅଭାବନୀୟ ଘଟଣା । ବୟଫ୍ରେଣ୍ଡର ଆକାଉଣ୍ଟକୁ ପ୍ରେମିକା ପଠାଇଲେ ୯୭ ଲକ୍ଷ ଟଙ୍କା ।
- ଜାମିନ ପାଇ ଜେଲରୁ ମୁକୁଳିଲେ ବିଧାୟକ ଜିଗ୍ନେଶ ମେୱାନୀ, ଅଧିକାରୀଙ୍କୁ ମାରପିଟ ଅଭିଯୋଗରେ ହୋଇଥିଲେ ଗିରଫ।
- କୋଇଲା ପାଇଁ ପାସେଞ୍ଜର ଟ୍ରେନ୍ ବାତିଲ: ୬୫୭ ଟ୍ରେନ୍ ବାତିଲ କରାଯିବ।
- ନଦିଆ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଣି ୨ ଗିରଫ; ମୁଖ୍ୟ ଅଭିଯୁକ୍ତର ବାପାକୁ ଗିରଫ କଲା ସିବିଆଇ ।
- ସମଗ୍ର ଉତ୍ତରପଶ୍ଚିମ ଭାରତରେ ଅସହ୍ୟ ଗ୍ରୀଷ୍ମଲହରି ହେତୁ ଲୋକ ସନ୍ତୁଳି ହେଉଛନ୍ତି। ପ୍ରତିଦିନ ତାପମାତ୍ରା ରେକର୍ଡ ଭାଙ୍ଗୁଛି। ଗତକାଲି ଗୁରୁଗ୍ରାମରେ ତାପମାତ୍ରା ୪୫ ଡିଗ୍ରି ଟପିଥିବା ବେଳେ ଆଜି ଦିଲ୍ଲୀରେ ସର୍ବାଧିକ ତାପମାତ୍ର ୪୬ ଡିଗ୍ରି ରହିଛି।
- ନ୍ୟାସନାଲ୍ ଟେକନିକାଲ୍ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ୍ (ଏନଟିଏଜିଆଇ) ୧୨-୧୭ ବର୍ଷର ପିଲାଙ୍କ ଟିକାକରଣ ଲାଗି ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଅନୁମୋଦନ ପ୍ରଦାନ କରିଛି।
- ବିଧାୟକ ଓ ସରକାରୀ ଅଧିକାରୀଙ୍କ ରହିବା ପାଇଁ ଭୁବନେଶ୍ବର ୟୁନିଟ-୪ ଅଞ୍ଚଳରେ ନୂଆ ଆପର୍ଟମେଣ୍ଟ ନିର୍ମାଣ ଯୋଜନା କାର୍ଯ୍ୟକାରୀ ପାଇଁ ବାଟ ଫିଟିଛି। ୟୁନିଟ ୪ରେ ନିର୍ଦ୍ଦିଷ୍ଟ ସରକାରୀ କ୍ବାର୍ଟର ତୁରନ୍ତ ଖାଲି କରିବାକୁ ଦିଆଯାଇଥିବା ନୋଟିସକୁ ଚାଲେଞ୍ଜ କରି ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
- ଆଫଗାନିସ୍ତାନର ଖବରକାଗଜ ‘ଆଫଗାନିସ୍ତାନ ଡେଲି’ର ରିପୋର୍ଟ ଅନୁସାରେ, ତାଲିବାନ ମଜାର-ଇ- ସରିଫ୍ରେ ଥିବା ବଲ୍ଖ ବିଶ୍ୱବିଦ୍ୟାଳୟର ୫୦ ଯୋଗ୍ୟ ପ୍ରଫେସରଙ୍କୁ ଛଟେଇ କରିଦେଇଛି। ଏବଂ ଖୁବ୍ଶୀଘ୍ର ସେହିସବୁ ପଦ ପୂରଣ ପାଇଁ ଧର୍ମଗୁରୁମାନଙ୍କୁ ନିଯୁକ୍ତି ଦେବ ବୋଲି ସୂଚନା ମିଳିଛି। ତାଲିବାନର ସଦସ୍ୟ ଓ ଧର୍ମଗୁରୁମାନେ ଏହି ପ୍ରଫେସରଙ୍କ ସ୍ଥାନ ନେବେ।
- ଦେଶରେ ବଢୁଥିବା ଚେକ୍ ବାଉନ୍ସ ମାମଲାକୁ ଦେଖି ସୁପ୍ରିମକୋର୍ଟ ଏକ ଏକ୍ସପର୍ଟ କମିଟି ଗଠନ କରିଥିଲେ। ଏହି କମିଟିଙ୍କ ପରାମର୍ଶ ଆଧାରରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ହାଇକୋର୍ଟଙ୍କ ପରାମର୍ଶ ଲୋଡିଛନ୍ତି।
- ରାଜ୍ୟ ସରକାର ଆଜି କଟକ ଏସସିବିରେ ବହିର୍ବିଭାଗ ରୋଗୀ ସେବା ବା OPD ପାଇଁ ଅନଲାଇନ ବୁକିଂ ବ୍ୟବସ୍ଥା ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥା ଆସନ୍ତା ମେ ମାସ ୯ ତାରିଖରୁ ଆରମ୍ଭ ହେବ। ମେ ୧୦ରୁ ଅନ୍ଲାଇନ୍ ଟିକେଟ୍ର ପ୍ରିଣ୍ଟ ଧରି ରୋଗୀ ଓପିଡିରେ ଡାକ୍ତରଙ୍କୁ ଦେଖାଇପାରିବେ।
- ୧୯୮୮ ବ୍ୟାଚର ଆଇପିଏସ୍ ଡକ୍ଟର ମନୋଜ ଛାବ୍ରାଙ୍କୁ ଜେଲ୍ ବିଭାଗ ମହାନିର୍ଦେଶକ କରାଯାଇଛି । ସେହିପରି ଜେଲ୍ ବିଭାଗ ମହାନିର୍ଦେଶକ ଥିବା ୧୯୮୮ ବ୍ୟାଚର ଆଇପିଏସ୍ ସନ୍ତୋଷ ଉପାଧ୍ୟାୟ ହୋଇଛନ୍ତି ଅଗ୍ନିଶମ ବାହିନୀର ମହାନିର୍ଦେଶକ।
- ଗ୍ରୀଷ୍ମ ପ୍ରବାହ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଇଏମଡି ଓଡ଼ିଶା, ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ମେ ୨ ତାରିଖ ପରେ ଉତ୍ତର-ପଶ୍ଚିମ ଭାରତରେ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡି କହିବା ଅନୁଯାୟୀ ୨୦୨୨ ମାର୍ଚ୍ଚ ମାସର ଖରା ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି। ୨୦୨୨ ମାର୍ଚ୍ଚ ମାସରେ ଦେଶର ହାରହାରି ତାପମାତ୍ରା ୩୩.୧ ଡିଗ୍ରୀ ସେଲସିୟସ୍ ରହିଥିଲା।
|
523 |
Y |
|
2355 |
29-04-2022 |
Odia |
- ଆଜି ଓ ଆସନ୍ତାକାଲି ଆହୁରି କଲବଲ କରିବ ତାତି । ଅଧିକାଂଶ ଜିଲ୍ଲାରେ ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ ତାପମାତ୍ରା । ୨୪ ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ, ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗିରକୁ ସତର୍କତା ଜାରି କରାଯାଇଛି ।
- ଇସ୍ପାତ କାରଖାନା ସବ ଲିଜରେ ଦେଇଥିବା ଜମି ସମସ୍ୟା, ମନ୍ଦିରା ଡ୍ୟାମ ବିସ୍ଥାପିତଙ୍କ ସମସ୍ୟା ସହିତ ରେଲଓ୍ବେ ବିସ୍ଥାପିତଙ୍କ ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ଏଥିପାଇଁ ପାଇଁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଯୁଗ୍ମ ସଚିବ ଅମୀୟ କୁମାର ସାହୁ ରାଉରକେଲା ଗସ୍ତ କରି ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ।
- ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରଠାରେ ‘ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର’ ଲୋକାର୍ପିତ କରିଛନ୍ତି । କେନ୍ଦ୍ର ଲୋକାର୍ପଣ କରିବା ସହ କହିଲେ- ମଧୁ ବାବୁ ଓଡ଼ିଆ ସ୍ବାଭିମାନର ପ୍ରତୀକ, ତାଙ୍କ ଜୀବନୀ ହେଉଛି ଓଡ଼ିଆ ସ୍ବାଭିମାନର ଗୌରବମୟ ଗାଥା ।
- ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ମିଳିଛି ଏକ ବଡ଼ ସଫଳତା । NCB ଡ୍ରଗ୍ସ ଚୋରା ଚାଲାଣର ଏକ ବଡ଼ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛି, ଯେଉଁଥିରେ ଆଫଗାନ, ପାକିସ୍ତାନ୍ ଏବଂ ଭାରତର ମାଫିଆ ସାମିଲ ଅଛନ୍ତି । ଏହା ହେଉଛି ଏକ ଇଣ୍ଡୋ-ଆଫଗାନ୍ ସିଣ୍ଡିକେଟ୍ । ସୂଚନା ଅନୁସାରେ ଏନସିବି ପ୍ରାୟ ୩୫୦ କୋଟିର ହେରୋଇନ୍ ଜବତ କରିଛି ।
- ଆଭିଏସନ କ୍ଷେତ୍ରରେ ସେବାକୁ ଆହୁରି ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଛି ଟାଟା ଗ୍ରୁପ । ଗତ ଡିସେମ୍ବରରେ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପରେ ଏବେ ଏୟାର ଏସିଆର ଶହେ ପ୍ରତିଶତ ଅଂଶଧନ କିଣିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି । ଏ ନେଇ କମ୍ପାନୀ କମ୍ପିଟିସନ କମିସନ ଅଫ୍ ଇଣ୍ଡିଆ ବା CCIର ଅନୁମୋଦନ ଲୋଡ଼ିଛି ।
- କୋଲକାତା ହାତରୁ ମ୍ୟାଚ୍ ଛଡ଼ାଇ ନେଲେ ପାୱେଲ; ୧୯ ଓଭରରେ ଲକ୍ଷ୍ୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ ।
- ଆଗକୁ ବଢ଼ିପାରେ ରାଜ୍ୟର କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଆଗାମୀ ୩ରୁ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ।
- ଜୁନରେ 5G ସ୍ପେକ୍ଟ୍ରମ ନିଲାମୀ, ସରକାର ଦେଲେ ସଂକେତ, TRAIର ରହିଛି ମେଗା ପ୍ଲାନ ।
- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍ ଆସେସ୍ମେଣ୍ଟ-୨ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ୬ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଚଳିତବର୍ଷ ୫,୭୧,୯୦୯ ଜଣ ପରୀକ୍ଷାର୍ଥୀ ମୋଟ ୩୨୦୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ।
- ରିଲିଜ୍ ପୂର୍ବରୁ ୧୨୫କୋଟି ଟଙ୍କାରେ ବିକ୍ରି ହେଲା ଐଶ୍ବର୍ଯ୍ୟା ରାୟଙ୍କ ଫିଲ୍ମ ‘ପୋନ୍ନିୟିନ୍ ସେଲଭନ’ ।
- ୬୪ ଦିନରେ ପହଞ୍ଚିଲା ରୁଷ ଓ ୟୁକ୍ରେନ ଯୁଦ୍ଧ । ୟୁକ୍ରେନକୁ ସାହାଯ୍ୟ କରୁଥିବା ଦେଶଗୁଡିକ ଉପରେ ରୁଷିଆ ଲଗାଇଲା କଟକଣା ।
- ଲୁଚକାଳି ଖେଳୁ ଖେଳୁ ଘଟିଗଲା ଦୁର୍ଘଟଣା । ସୂଚନା ଅନୁସାରେ ମଇଶୁରରେ ନଞ୍ଜନଗୁଡ଼ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । କାବ୍ୟା ନାୟକ ଏବଂ ଭାଗ୍ୟା ନାୟକ ନାମକ ଦୁଇ ପିଲା ଚିରଦିନ ଆଖି ବୁଜିଛନ୍ତି । ଜଣକ ବୟସ ୫ ବର୍ଷ ଏବଂ ଅନ୍ୟ ଜଣଙ୍କର ୧୧ ବର୍ଷ ।
- ଉତ୍କଳଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ : ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ଲୋକାର୍ପିତ ।
- ଜଳବାୟୁ ପରିବର୍ତ୍ତନ ପ୍ରଭାବ: ଦୈନିକ କ୍ଷତି ୨୦୨ ନିୟୁତ ଡଲାର, ମରୁଛନ୍ତି ୧୧୫।
- ୟୁକ୍ରେନ୍କୁ ଆମେରିକାର ହୃଦୟ ଖୋଲା ସମର୍ଥନ । ଋଷର ଆକ୍ରମଣ ପରେ ୟୁକ୍ରେନ ନିଜକୁ କେମିତି ସଶକ୍ତ କରିବ ସେଥିପାଇଁ ଆମେରିକା ସବୁବେଳେ ସହଯୋଗ କରିଆସୁଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍କୁ ୩୩ ବିଲିୟନ ଡଲାରର ସହାୟତା ଘୋଷଣା କରିଛନ୍ତି ।
- ସର୍ଭେ ରିପୋର୍ଟ ଅନୁସାରେ ପାଖାପାଖି ୩୪ ପ୍ରତିଶତ ଭାରତୀୟ ସ୍ୱୀକାର କରିଛନ୍ତି ଯେ ଦେଶରେ କରୋନାର ଚତୁର୍ଥ ଲହର ଏପ୍ରିଲ ମାସରୁ ଆରମ୍ଭ ହୋଇଛି। ଏଥିରୁ ସ୍ପଷ୍ଟ ହୋଇଛିଯେ ୩ଜଣରୁ ଜଣେ ଭାରତୀୟ କହିଛନ୍ତିଯେ ଚତୁର୍ଥ ଲହର ଆସି ସାରିଛି।
- ପାମ ଅଏଲ ରପ୍ତାନୀ ଉପରେ ଇଣ୍ଡୋନେସିଆ କଟକଣା ଲଗାଇବା ପରେ ଖାଇବା ତେଲ ବଜାରରେ ସଙ୍କଟ ଉପୁଜିବା ଆଶଙ୍କା ଦେଖା ଦେଲାଣି । ଖାଇବା ତେଲର ଅଭାବ ଦେଖି କଳାବଜାରୀ ସକ୍ରିୟ ହୋଇଗଲେଣି । ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପଦକ୍ଷେପ ନେଇଛି ।
- ମଧ୍ୟ ପ୍ରଦେଶର ୨୫ ବର୍ଷିୟ ବଂଶିତା । ନିଜର ପ୍ରଥମ ପ୍ରୟାସରେ ହିଁ ବଂଶିତା ସିଭିଲ ଜଜ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ରୋଚକ କଥା ହେଉଛି, ବଂଶିତାଙ୍କ ବାପା ମଧ୍ୟ ପ୍ରଦେଶର ନୀମଚ ଜିଲ୍ଲାରେ ଜଣେ ଜଜଙ୍କ ଗାଡି ଡ୍ରାଇଭର।
- ସରକାରୀ ସଂଖ୍ୟା ଅନୁସାରେ, ୨୦୨୧ ଡିସେମ୍ୱର ତ୍ରୟମାସିକରେ ୯ ପ୍ରମୁଖ ସଂଗଠିତ କ୍ଷେତ୍ର ୪ ଲକ୍ଷ ନୂଆ ନିଯୁକ୍ତି ଦେଇଛନ୍ତି । କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଗୁରୁବାର ତ୍ରୟମାସିକ ସର୍ଭେ ରିପୋର୍ଟ ଜାରି କରି ଏହି ସୂଚନା ଦେଇଛି ।
- ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍ ଆଜି କିବ୍ ଗସ୍ତ କରିଛନ୍ତି। ଗୁଟେରେସ୍ ଏବଂ ତାଙ୍କ ଟିମ୍ ଆଜି ଯୁଦ୍ଧ ପ୍ରବଣ ବୁସା ଏବଂ ବୋରଡିଆଙ୍କା ବୁଲିଛନ୍ତି। ବୁସାରେ ଗଣ କବର୍ ନିକଟରେ ଗୁଟେରେସ୍ କହିଛନ୍ତି, ଯୁଦ୍ଧ ହେଉଛି ସବୁଠୁ ବଡ଼ ଅପରାଧ। ଗୁଟେରେସ୍ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବାଙ୍କ ସହ ବିସ୍ତୃତ ଆଲୋଚନା କାର୍ଯ୍ୟକ୍ରମ ରହିଛି।
|
532 |
Y |
|
2356 |
29-04-2022 |
English |
- India has reported 3,377 new COVID-19 cases in the last 24 hours, taking the total number of infections to 4,30,72,176. According to the Union Health Ministry, the active cases increased to 17,801, with 821 new active cases in a 24-hour time span.
- High Certificate Examination (HSC), State Open School Certificate Examination and Madhyama (Sanskrit) Exam–began at 8 am .While duration of the exams is 8 am-10 am, timing of some of examinations is less than two hours and will be completed by 9 am or 9.30 am. Only Mathematics paper will continue till 10.15 am.
- The State’s Chief Minister Naveen Patnaik is scheduled to leave for New Delhi on a five-day trip. Patnaik will return to Bhubaneswar on May 3. Official sources said Patnaik will leave for the National Capital in a special flight in the afternoon on May 29.
- Heat wave warning has been issued in 11 districts of Odisha – Sambalpur, Subarnapur, Sundargarh, Jharsuguda, Deogarh, Bargarh, Boudh, Balangir, Keonjhar, Mayurbhanj and Angul.
- On the occasion of the 174th birth anniversary of Madhusudan Das, Chief Minister Naveen Patnaik on Thursday inaugurated Utkal Gaurav Madhusudan Museum and Interpretation Centre at the birthplace of the legend.
- Odisha’s first privately -run veterinary hospital for domestic and stray animals and birds was inaugurated here on Thursday.The hospital, which has been set up by the Institute of Veterinary Sciences and Animal Husbandry of Siksha ‘O’ Anusandhan (SOA) at Shanpur on the outskirts of Bhubaneswar,
- Trinamool Congress (TMC)’s former Goa chief Kiran Kandolkar has accused political strategist Prashant Kishor of using the party’s entry into the state’s electoral politics to blackmail the Congress leadership and causing a split in the vote that helped the Bharatiya Janata Party (BJP) to return to power last month.
- Indian Railways Ministry has signed a MoU with Centre for Development of Telematics (C-DOT) to establish a robust collaborative working partnership for coordination and resource sharing with respect to provision of Telecommunication facilities in the delivery and implementation of C-DOT’s Telecom Solutions and services in Railways.
- J&K Police have arrested three terrorists' associates involved in cross Line of Control smuggling and transportation of arms and ammunition in Kupwara.
- Bombay High Court today extended the interim anticipatory bail relief to Bharatiya Janata Party (BJP) leader Kirit Somaiya and his son Neil in the INS Vikrant fraud case. The relief has been extended till 14th of June.
- Google began building its largest campus outside of its US headquarters in Hyderabad's Gachibowli. The 3 million-square- foot building will have a capacity to employ 14,000 people and is located on a 7.3-acre site. Google had acquired the land in 2019 after an agreement was signed between Google and Telangana's IT Minister KT Rama Rao in 2015.
- CM Mamata Banerjee announced on Thursday that her government will accommodate students who returned from Ukraine in state colleges
- US GDP contracted 1.4% in the January-March 2022 quarter, the Department of Commerce said
- India's first indigenous aircraft carrier (IAC) Vikrant being built by the Cochin Shipyard Ltd will be handed over to the Indian Navy by1 August this year.
- PM Modi on Thursday said the Centre is making efforts to remove the entire northeast from the ambit of the Armed Forces (Special Powers) Act (AFSPA), which provides sweeping powers and immunity from criminal prosecution. PM said at a public meeting at Loringthepi in Assam's Karbi Anglong district.
- AAP leader Atishi Marlena’s address at the United Nations General Assembly on Thursday drew praise from Delhi chief minister Arvind Kejriwal as she presented the AAP government’s governance model on a world stage.
- The Supreme Court on Thursday reserved its verdict on the Centre’s plea to refer the issue of control over bureaucracy in the national capital to a five-judge Constitution Bench.
- The government has accepted IAS officer Shah Faesal’s application for withdrawing his resignation and reinstated him in service and his next posting would be announced soon, Home Ministry officials said here on Thursday.
- Chief Justice of India NV Ramana and Chief Justices of all 25 high courts will brainstorm on issues confronting the judiciary here on Friday in the 39th Chief Justices’ Conference, which is taking place after a gap of six years.
- Senior advocate Vikas Singh has been re-elected president of the Supreme Court Bar Association (SCBA).
|
586 |
Y |
|
2357 |
28-04-2022 |
Odia |
- ଯାତ୍ରୀମାନେ ଏବେ ରେଳ ଟ୍ରାଭେଲ ଇନସ୍ୟୁରାନ୍ସର ସୁବିଧା ନେଇପାରିବେ । ଏଥି ପାଇଁ ଯାତ୍ରୀମାନଙ୍କୁ ମାତ୍ର କିଛି ଟଙ୍କା ଦେବାକୁ ହେବ । ଯାହା ଦ୍ୱାରା ରେଳଯାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମିଳିବ ।
- ଗ୍ରୀଷ୍ମ ପ୍ରବାହ। ଖରା ପାଇଁ ଏପ୍ରିଲ ୨୬ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଖରା ଦେଖି ସ୍କୁଲ ଖୋଲିବା ପାଇଁ ପୁଣି ନିଷ୍ପତ୍ତି ନିଆଯିବ ବୋଲି ଆଜି ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି।
- ପିଏମ-ସ୍ବନିଧି ଯୋଜନାର ଅବଧି ୨୦୨୪ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ସମିତି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
- ପ୍ରଧାନମନ୍ତ୍ରୀ ଦେଶର ମୁଖ୍ୟମମନ୍ତ୍ରୀ ମାନଙ୍କୁ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିବାକୁ ଅପିଲ କରିଛନ୍ତି । ତାହାସହ ସେ ଆହୁରି ମଧ୍ୟ କହିଛନ୍ତି କିଛି ରାଜ୍ୟରେ ପେଟ୍ରୋଲ ଡିଜେଲ ଦର ଅନ୍ୟ ରାଜ୍ୟଠାରୁ ଅଧିକ ରହିଛି । କେନ୍ଦ୍ର ଡ୍ୟୁଟି ହ୍ରାସ ପରେ ରାଜ୍ୟ ମାନଙ୍କୁ ଭାଟ୍ ହ୍ରାସ ପାଇଁ ସରକାର କହିଥିଲେ ।
- ଦୁଇ ବର୍ଷ ପରେ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ଅଦାୟ ବୃଦ୍ଧି ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶୁଭଙ୍କର ବୋଲି କହିଛନ୍ତି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)ର ଅଧ୍ୟକ୍ଷ ଜେ.ବି. ମହାପାତ୍ର। ଆୟକର ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀେର କହିଛନ୍ତି।
- ଉତ୍ତର ପ୍ରଦେଶ ସରକାର ଧର୍ମପୀଠରେ ମାଇକ୍ ବଜାଇବା ଉପରେ କଟକଣା ଜାରି କରିବାର ମାତ୍ର ତିନି ଦିନ ମଧ୍ୟରେ ୬୦୩୧ଟି ଧର୍ମପୀଠରୁ ମାଇକ୍ ପ୍ରତ୍ୟାହାର ହୋଇଛି ଓ ୨୯ହଜାର ୬୭୪ଟି ସ୍ଥାନରେ ଶବ୍ଦ ହ୍ରାସ କରାଯାଇଛି।
- ଅଙ୍ଗନବାଡି କର୍ମୀ (ଏଡବ୍ଲ୍ୟୁଡବ୍ଲ୍ୟୁ) ଓ ଅଙ୍ଗନବାଡି ସହାୟକ (ଏଡବ୍ଲ୍ୟୁଏଚ୍) ଗ୍ରାଚୁଇଟି ପାଇବାକୁ ହକ୍ଦାର। ଗ୍ରାଚୁଇଟି ଆଇନ ୧୯୭୨ ଅନୁଯାୟୀ ଦେଶର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟକମାନଙ୍କୁ ଗ୍ରାଚୁଇଟି ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
- ରୁଷୀୟ ରାଷ୍ଟ୍ରପତି ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଦାବି କରିବାରୁ ୟୁରୋପର ୪ଜଣ ଗ୍ୟାସ୍ କ୍ରେତା ରୁଷ୍ରୁ ଖରିଦ କରିଥିବା ଗ୍ୟାସ୍ ବାବଦକୁ ‘ରୁବେଲ୍’ (ରୁଷୀୟ ମୁଦ୍ରା) ପୈଠ କରିଥିବା କଥା ରୁଷୀୟ ଗ୍ୟାସ୍ କମ୍ପାନି ‘ଗାଜ୍ପ୍ରମ୍ ପିଜେଏସ୍ସି’ ସହ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତି କହିଛନ୍ତି।
- ଏଣିକି ଟିକାର ଦ୍ୱିତୀୟ ଡୋଜ ନେବାର ଠିକ୍ ୬ ମାସ ପରେ ନେଇପାରିବେ ବୁଷ୍ଟର ଡୋଜ ।ସମୟ ସୀମା କମାଇବାକୁ ବିଚାର ବିମର୍ଷ କରୁଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ବୁଷ୍ଟର ଡୋଜ ନେବାର ସମୟୀ ସୀମା ଥିଲା ୯ ମାସ ।
- ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳିର ଅନେକ ବିଜ୍ଞାପନ ଲୋକଙ୍କୁ ଭ୍ରମିତ କରୁଛି । କମ୍ପାନୀର ବିଭିନ୍ନ ସାମଗ୍ରୀ ଶରୀରକୁ ସୁସ୍ଥ ରଖିବ ବୋଲି ଦାବି ହେଉଛି । ଏବେ ଏହି ସବୁ ସାମଗ୍ରୀ ଉପରେ ସରକାର ନଜର ରଖିଛନ୍ତି ।
- ଉତ୍ତର ପ୍ରଦେଶ ସରକାର ବଡ ନିଷ୍ପତ୍ତି ନେଇ ଆଇପିଏସ ଅଫିସର ଅଳଙ୍କୃତା ସିଂହଙ୍କୁ ନିଲମ୍ବନ କରିଛନ୍ତି। ଏ ହେଉଛନ୍ତି ସେହି ଅଫିସର ଯିଏ କିଛି ମାସ ଧରି ନିଖୋଜ ଥିଲେ। ଅକ୍ଟୋବର ୧୯ରୁ ଲଗାତାର ଛୁଟିରେ ଥିବା ଅଳଙ୍କୃତାଙ୍କ ବିରୋଧରେ ଏବେ ସରକାର ଏମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
- ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବେ ସରକାର । ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍ ୮୨୦ କୋଟି ଟଙ୍କା ସହାୟତା ଉପରେ ମଞ୍ଜୁରୀ ପ୍ରଦାନ କରିଛି ।
- ଭାରତର ଦ୍ବିତୀୟ ବୃହତ୍ତମ ଆଇଟି କମ୍ପାନୀ ଇନଫୋସିସ୍ ଗତ ସପ୍ତାହରେ ୨୦୨୨ ଆର୍ଥିକ ବର୍ଷ ପାଇଁ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଚତୁର୍ଥ ତ୍ରୈମାସିକ ଫଳାଫଳ ଘୋଷଣା କରିଛି । ସାଇଟ୍ସଇନ୍ପ୍ଲସ୍ର ରିପୋର୍ଟ ଅନୁସାରେ କମ୍ପାନୀ କହିଛି ଯେ, ଆର୍ଥିକ ବର୍ଷ ୨୦୨୨ରେ ଅଫ୍ କ୍ୟାମ୍ପସ୍ ଏବଂ ଅନ୍-କ୍ୟାମ୍ପସରେ ୮୫,୦୦୦ ଫ୍ରେସରଙ୍କୁ ନିଯୁକ୍ତ ଦେଇଛି ।
- ରାଜ୍ୟ ସରକାର କରୋନା ଲଢେଇ ପାଇଁ ପ୍ରସ୍ତୁତ ଅଛନ୍ତି। କାରଣ ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ କରାସରିଛି । ଏହାସହିତ ହସ୍ପିଟାଲକୁ ମଧ୍ୟ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
- ରାଜ୍ୟସଭା ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ । ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ରିଟର୍ଣ୍ଣିଂ ଅଫିସର ଓ ଗଙ୍ଗାଧର ମଲ୍ଲିକଙ୍କୁ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି ନିର୍ବାଚନ କମିଶନ । ଜୁଲାଇ ସୁଦ୍ଧା ଶେଷ ହେବ ରାଜ୍ୟସଭା ନିର୍ବାଚନ । ସାଂସଦ ଏନ ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କର କାର୍ଯ୍ୟକାଳ ଶେଷ ହେଉଛି ।
|
582 |
Y |
|
2358 |
28-04-2022 |
English |
- Actor Deepika Padukone will be a part of the Jury Committee at the 2022 Cannes Film Festival
- After the School & Mass Education and Higher Education departments, the Skill Development and Technical Education department directed Wednesday all engineering colleges and technical institutions to remain shut in Odisha from April 27 to May 2.
- The Ministry of Home Affairs (MHA) has gathered details of more than 10.69 lakh sexual offenders in India and their profiles are available with the lawenforcement agencies on a realtime basis to probe new offences.
- Chief Minister Naveen Patnaik approved Wednesday a master plan of `100 crore for development of the Nilamadhaba temple at Kantilo in Nayagarh district. After discussions with concerned stakeholders, the CM approved the master plan. The project will be completed within 18 months.
- The Higher Education department Wednesday informed the University Grants Commission (UGC) that no fake university in the name of North Orissa University of Agriculture and Technology and Nababharat Shiksha Parisad, Rourkela are functioning and awarding fake/invalid degrees in Odisha.
- Management of tourist facilities by women self-help groups (SHGs) is a win-win arrangement for both government and the local women, said Western Odisha Development Corporation (WODC) Chairman Asit Tripathy, Wednesday.
- Odisha sweltered in the blazing sun Wednesday as a searing heatwave engulfed parts of the state for the third successive day and the maximum temperature breached the 40 degrees Celsius-mark in 24 places, the Met office said.
- The government Wednesday said the share sale of LIC has been trimmed to `20,557 crore to “right-size” it so as not to crowd out capital inflow to the market given the present constrained sentiment, and insisted that the issue is value accretive for all, especially for retail investors.
- The government has set a timeline to commercially roll out the first indigenous chipsets by 2023-24 under the Digital India RISC -V programme launched Wednesday, Union minister Rajeev Chandrasekhar said Wednesday.
- The Orissa High Court Wednesday advanced the date for hearing of the case relating to the heritage corridor project around the 12th century Jagannath Temple in Puri to May 9.
- The state government has so far administered the precautionary Covid vaccine doses to around 18 per cent of eligible population, Health and Family Welfare department Director Bijay Panigrahi said Wednesday.
- World Bank to provide 600 million US dollars financial assistance to Sri Lanka to make payments for essential imports.
- ReNew Power on Thursday said it has signed five power purchase agreements (PPAs) for the supply of around 1,500 MW electricity generated from solar plants.
- Prime Minister Narendra Modi on Thursday said that the Centre's Ayushman Bharat scheme is not only giving free treatment to the citizens, but it is also helping in the early detection of cancer.
- Senior Congress leader Kamal Nath, who was occupying two party posts, has been relieved of one under the party's "One man one post" rule.
|
557 |
Y |
|
2359 |
27-04-2022 |
Odia |
- ଯଶସ୍ୱୀ ସାରସ୍ୱତ ସାଧକ ସ୍ୱର୍ଗତ ମନୋଜ ଦାସଙ୍କର ସ୍ମୃତିରେଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡ଼ିଆ ସାହିତ୍ୟିକମାନଙ୍କୁ ଆନ୍ତର୍ଜାତୀୟ ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା । ନୂତନ ନିଷ୍ପତ୍ତି ଅନୁଯାୟୀ ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଭାରତୀୟ ସାହିତ୍ୟିକ ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।
- ସେହିପରି ଯୁବପିଢ଼ି ମଧ୍ୟରେ ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କୁଲ ସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥି ନିମନ୍ତେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଗୋଟିଏ ଗୋଟିଏ ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।
- ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ, ୧୨ ବର୍ଷରୁ କମ୍ ବୟସର ପିଲାଙ୍କୁ ଟିକା ଦେବାପାଇଁ ସରକାର ସବୁଜ ସଙ୍କେତ ଦେଇ ସାରିଛନ୍ତି । ସୂଚନାଯୋଗ୍ୟ, ୫ରୁ ୧୨ ବର୍ଷ ପିଲାଙ୍କୁ କୋର୍ବେଭାକ୍ସ ଏବଂ ୬ରୁ ୧୨ ବର୍ଷ ପିଲାଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ । ଏଥିପାଇଁ ଜରୁରୀକାଳୀନ ଅନୁମତି ପ୍ରଦାନ କରାଯାଇଛି ।
- ବିଶ୍ୱର ସବୁଠୁ ଧନୀ କୁହାଯାଉଥିବା ଏଲନ ମସ୍କ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟ୍ରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । ବ୍ୟାପକ ମୁଲଚାଲ ପରେ ସେୟାର ହୋଲ୍ଡରଙ୍କୁ ପ୍ରତି ସେୟାର ମୂଲ୍ୟ ବାବଦରେ ସେ ୫୪.୨୦ ଡଲାର ନଗଦ ଦେବାକୁ ପ୍ରସ୍ତାବ ଦେଇଥିଲେ ।
- ବୃହତ ଦେଶ ଋଷିଆ ଉପରେ ଆଟାକ କରିଛି କ୍ଷୁଦ୍ର ରାଷ୍ଟ୍ର ୟୁକ୍ରେନ । ନିଜ ଋଣନିତୀରେ ଅଟଳ ଥିବା ଯୁକ୍ରେନ ଋଷିଆକୁ ପାଣି ପିଆଇଛି । କେତେବେଳେ ମିସାଇଲ ମାଡ଼ କରୁଛି ତ, କେତେବେଳେ ତୈଳ ଡିପୋ ଉପରେ କରୁଛି ଘନାଘନ ଆଟାକ୍ । ଜେଲେନସ୍କିଙ୍କ ଏହି ଜବାବପୂର୍ଣ୍ଣ ଆକ୍ରମଣ ଋଷିଆର ଭିଜନକୁ ମନ୍ଥର କରିଦେଇଛି ।
- ବିଶ୍ବର ସବୁଠୁ ବୟସ୍କା ମହିଳାଙ୍କ ଦେହାନ୍ତ । ୧୯୦୩ ମସିହାରେ ଜନ୍ମିତ କୈନ ତନାକାଙ୍କର ୧୧୯ ବର୍ଷ ବୟସରେ ମୃତ୍ୟୁ ହୋଇଛି ।ଅନ୍ତରାଷ୍ଟ୍ରୀୟ ମିଡିଆ ମୁତାବକ, ୨ ଜାନୁୟାରୀ ୧୯୦୩ରେ କୈନ ଜାପାନର ଫୁକୁଓକା ସିଟିରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କର ୫ଟି ସନ୍ତାନ ମଧ୍ୟ ଅଛନ୍ତି । ୨୦୧୯ରେ ତାଙ୍କ ନାମ ଗିନିଜ ବୁକରେ ସାମିଲ ହୋଇଥିଲା । ତେବେ ୧୯ ଏପ୍ରିଲରେ ଏକ ନର୍ସିଂହୋମରେ କୈନଙ୍କ ମୃତ୍ୟୁ ହୋଇଛି ।
- ଆମେରିକା, ଚୀନ୍ ଓ ଭାରତ ୨୦୨୧ରେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିଛନ୍ତି ।
- ଏଣିକି କୋଭିଡ ଅନାଥ ପିଲାମାନେ କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପାଠ ପଢ଼ିପାରିବେ । ସାଂସଦ କୋଟା ଉଚ୍ଛେଦ ପରେ ଏପରି ଏକ ନୂତନ ନିୟମ ଲାଗୁ କରାଯାଇଛି । କରୋନାରେ ବାପା ମା’ଙ୍କୁ ହରାଇଥିବା ପିଲାମାନେ ପିଏମ କେୟାର ଫର୍ ଚିଲଡ୍ରେନ ଯୋଜନାରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବା ସହ ପ୍ରଥମରୁ ଦ୍ୱାଦଶ ଯାଏ ମାଗଣାରେ ପାଠ ପଢ଼ିବେ ବୋଲି କୁହାଯାଇଛି ।
- ୨୦୧୩ ମସିହା ତୁଳନାରେ ୨୦୨୦ ମସିହାରେ ମାଓବାଦୀମାନଦ୍ରା କରାଯାଉଥିବା ହିଂସା ୪୨ ପ୍ରତିଶତ ଓ ଏହା ଦ୍ୱାରା ହେଉଥିବା ମୃତ୍ୟୁ ୫୪ ପ୍ରତିଶତ କମିଛି।
- ରିସର୍ଚ୍ଚ ଫର୍ମ ଇକ୍ଵିଲରୁ ଜଣା ଯାଇଛି, ଯଦି ପରାଗଙ୍କୁ ଟୁଇଟରରୁ ବାହାର କରାଯାଏ ତେବେ ତାଙ୍କୁ ୪୨ ମିଲିୟନ ଡଲାର ଅର୍ଥାତ ପ୍ରାୟ ୩୧୫ କୋଟି ଟଙ୍କା ମିଳିବ। ଯଦି କମ୍ପାନୀର ମାଲିକାନା ହକ ବଦଳିବାର ୧୨ ମାସ ଭିତରେ ବାହାର କରାଯାଏ ତେବେ ପରାଗଙ୍କୁ ଏହି ଅର୍ଥ ରାଶି ମିଳିବ। ପରାଗ ହେଉଛନ୍ତି ରାଜସ୍ଥାନର ଆଜମେର ଜିଲ୍ଲା ବାସିନ୍ଦା।
- ପୃଥିବୀ ଆଗାମୀ ଦିନମାନଙ୍କରେ ଆହୁରି ଭୀଷଣ ପ୍ରାକୃତିକ ବିପର୍ଯ୍ୟର ସମ୍ମୁଖୀନ ହୋଇପାରେ। ମିଳିତ ଜାତି ସଂଘଙ୍କ ଅଫିସ ଫର ଦି ଡିଜାଷ୍ଟର ରିସ୍କ ରିଡକ୍ସନଙ୍କ ଏକ ରିପୋର୍ଟରେ ଏହିପରି ଚେତାବନୀ ଦିଆଯାଇଛି। ଏକ ଆକଳନ ଅନୁସାରେ ୨୦୧୫ ମସିହାରୁ ପୃଥିବୀ ବାର୍ଷିକ ପ୍ରାୟ ୪ଶହଟି ଏହିପରି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଯାହା ୨୦୩୦ ବେଳକୁ ୫୬୦କୁ ବୃଦ୍ଧିପାଇପାରେ ବୋଲି କୁହାଯାଇଛି।
- ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ପ୍ରାୟ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହରୁ ଅଧିକ ହେବାର ଆଶଂକା ରହିଛି।
- ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁନୀଲ ଜାଖଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦଳ । ଦୁଇ ବର୍ଷ ପାଇଁ ଦଳରୁ ନିଲମ୍ୱନ କରିବ କଂଗ୍ରେସ।
- ମେ’ ୪ରେ ଏଲଆଇସିର ଆଇପିଓ ଜାରି କରାଯିବ ଏବଂ ମେ’ ୯ ଯାଏଁ ସବସ୍କ୍ରିପସନ ଖୋଲା ରହିବ। ଅନ୍ୟପଟେ ଆଙ୍କର ନିବେଶକ ପାଇଁ ମେ’ ୨ ତାରିଖରେ ଆଇପିଓ ଜାରି କରାଯିବ। ତେବେ ଏଲଆଇସି ଆଇପିଓର ପ୍ରାଇସ ବଣ୍ଡ ୯୦୨-୯୪୯ ଟଙ୍କା ପ୍ରତି ସେୟାର ରହିବ।
- ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ଯକାରୀ ହେବାକୁ ଯାଉଛି । ଏଥିମଧ୍ୟରୁ ଚଳିତ ବର୍ଷ ୪ଟି, ୨୦୨୩ରେ ୪ଟି ଏବଂ ୨୦୨୪ରେ ୭ଟି ପ୍ରକଳ୍ପ କାର୍ଯ୍ଯକାରୀ ହେବ । ଏହିସବୁ ପ୍ରକଳ୍ପରେ ପ୍ରଯୁକ୍ତି ବିଦ୍ୟା, ଟିମ୍ ୱାର୍କ, ଦାୟିତ୍ୱବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ କରାଯାଇଛି । ଏହାଦ୍ୱାରା ଓଡ଼ିଶାର ଜଳସମ୍ପଦ କ୍ଷେତ୍ରରେ ଏକ ରୂପାନ୍ତର ଆସି ପାରିବ ।
- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଭାଗିତାରେ ଆୟୁଷ୍ମାନ୍ ଭାରତ ସ୍ବାସ୍ଥ୍ୟ ଓ ସ୍ବସ୍ତି କେନ୍ଦ୍ର (ଏବି-ଏଚ୍ଡବ୍ଲୁସି)ର ୪ର୍ଥ ବାର୍ଷିକ ଉତ୍ସବ ଏପ୍ରିଲ ୧୬ରୁ ୨୨ ମଧ୍ୟରେ ପାଳିତ ହୋଇଯାଇଛି। ଏଥି ସହ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବ୍ଲକ୍-ସ୍ତରୀୟ ସ୍ବାସ୍ଥ୍ୟ ମେଳା ଏପ୍ରିଲ ୧୮ରୁ ଆରମ୍ଭ ହୋଇଛି।
- ଲୋକାଲ ଟ୍ରେନ ମୁମ୍ୱାଇର ଜୀବନ ରେଖା ଏବଂ ଯଦି କୌଣସି ବ୍ୟକ୍ତି ଭିଡ ଥିବା ଟ୍ରେନରେ ଚଢିବା ସମୟରେ ପଡି ଆହତ ହୁଏ ଏଥିପାଇଁ ରେଲୱେକୁ କ୍ଷତିପୂରଣ ଦେବାକୁ ପଡିବ ବୋଲି କହିଛନ୍ତି ବମ୍ୱେ ହାଇକୋର୍ଟ ।
- ଜିଲାବାସୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବା ମେଡିକାଲ କଲେଜ ଓ ହସ୍ପିଟାଲକୁ ଏନ.ଟି.ପି.ସି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଛନ୍ତି ।
- କନ୍ଧମାଳର ଝିଅ ମୀନାକ୍ଷୀ ମଲ୍ଲିକଙ୍କ ସ୍ୱପ୍ନ ସାକାର କରିବ କିସ୍ ଫାଉଣ୍ଡେସନ୍। କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗଇବନ୍ଧ ଗ୍ରାମର ମେଧବୀ ଛାତ୍ରୀ ମୀନାକ୍ଷୀଙ୍କ ପିଲା ଦିନର ସ୍ୱପ୍ନ ଥିଲା ଭବିଷ୍ୟତରେ ଡାକ୍ତରୀ ପାଠ ପଢ଼ି ଲୋକଙ୍କ ସେବା କରିବେ।
- ତୃତୀୟ ବିଶ୍ବଯୁଦ୍ଧର ବାସ୍ତବତା ନେଇ ସତର୍କ କଲେ ରୁଷ୍ ବିଦେଶ ମନ୍ତ୍ରୀ । ରୁଷ୍ର ଚେତାବନୀ ଦେଇ କହିଛି ପରମାଣୁ ଯୁଦ୍ଧ ବିପଦ ଟଳିନାହିଁ।
|
547 |
Y |
|
2360 |
27-04-2022 |
English |
- India reported at least 2,483 new coronavirus cases on Tuesday, bringing the total number of infections to 4,30,62,569. According to the Union Health Ministry, the active cases decreased to 15,536,
- The Supreme Court is scheduled to hear on Wednesday a batch of pleas challenging the constitutional validity of the sedition law. A three-judge bench of Chief Justice N V Ramana and justices Surya Kant and Hima Kohli is likely to take up the matter for hearing.
- Prime Minister Narendra Modi will visit Assam on April 28 where he will lay the foundation stone for several projects.
- Over 86% of the adult population is now fully vaccinated in the country Health and Family Welfare Minister Dr. Mansukh Mandaviya said. India’s COVID vaccination coverage exceeds 187.95 crore; recovery rate stands at 98.75 percent
- CM Jairam Thakur said that Union Home Minister Amit Shah has assured that the Centre will include the state's 'Hatti' community in the Scheduled Tribes list.
- PM Modi addresses programme virtually, to mark 90th anniversary of Sivagiri pilgrimage and Golden Jubilee of Brahma Vidyalaya in Kerala.
- The single member Chandiwal Commission, probing corruption allegations against former Maharashtra home minister Anil Deshmukh, submitted its report to state Chief Minister Uddhav Thackeray.
- Justice (Retired) K U Chandiwal was appointed in March last year to probe corruption charges against Mr. Deshmukh, levelled by former Mumbai Police Commissioner ParamBir Singh.
- The Samaj runs a school, a marriage hall, and another hall for Hindus to perform last rights. The mandapam serves mainly as a bhajan hall and has only the pictures of Shri Rama, Sita Devi, Lakshmana, Shri Krishna, and Radha. In 2014, a person sent a letter to the Hindu Religious and Charitable Endowments Board alleging mismanagement of funds by the Samaj.
- Indian Parliamentary Delegation led by Lok Sabha Speaker Om Birla held a bilateral meeting with Emirates Senior Minister of Singapore Goh Chok Tong. He also said, the India-Singapore Comprehensive Economic Cooperation Agreement is an important milestone for the promotion of bilateral business interests.
- Defence Minister Rajnath Singh held a meeting with UK Minister of Defence Procurement Jeremy Quin and discussed the opportunities available in areas of aviation, ship building and other defence industrial programmes.
- Billionaire Elon Musk has reached an agreement to acquire Twitter for approximately $44 billion, the company said. The outspoken Tesla CEO has said he wants to buy Twitter because he thinks it’s not living up to its potential as a platform for “free speech”.
- The Centre has scrapped the discretionary MP quota for admissions to Kendriya Vidyalayas, according to the revised admission guidelines issued by the Kendriya Vidyalaya Sangathan (KVS). The government has also decided that Covid orphans will be considered for admission over and above the class strength in KVs.
- Union Education, Skill Development and Entrepreneurship Minister Dharmendra Pradhan Tuesday sought the intervention of Union Road Transport Minister Nitin Gadkari for speeding up National Highway (NH) projects in Odisha.
- Union Education Minister Dharmendra Pradhan, while addressing the 35th convocation of IGNOU in New Delhi, said that IGNOU should become the knowledge centre of the world, and called for leveraging technology to reach the unreached.
|
557 |
Y |
|