୧. ଚାଇନା ଚନ୍ଦ୍ରକୁ ପ୍ରଥମ ମାନବବିହୀନ ମହାକାଶଯାନ ପ୍ରେରଣ କରିଛି । ଚନ୍ଦ୍ରରୁ ପୃଥିବୀକୁ ଲୁନର ରକର ସାମ୍ପୁଲ ଆଣିବାକୁ ଏହି ମହାକାଶଯାନ ପ୍ରେରଣ କରାଯାଇଥିବା ସୂଚନା ମିଳିଛି ।
୨ .ଚୀନ କେବଳ ଭାରତ ସୀମାନ୍ତ ଭୁଟାନର ଦୁଇ କିଲୋମିଟର ଆଭ୍ୟନ୍ତରରେ, ଡୋକଲାମ୍ଠାରୁ ପ୍ରାୟ ୯ କିଲୋମିଟର ଦୂର ପାଙ୍ଗଡ଼ାଠାରେ ଚୀନ ଏକ ଗ୍ରାମ ପ୍ରତିଷ୍ଠା କରି ନାହିଁ; ବରଂ ସୀମାନ୍ତ ନିକଟବର୍ତ୍ତୀ ଆଉ କିଛି ଅଞ୍ଚଳରେ ସାମରିକ ଘାଟି ପ୍ରତିଷ୍ଠା କରିଛି।
୩ .ଲଣ୍ଡନସ୍ଥିତ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ କରୋନା ଟିକା ଆଷ୍ଟ୍ରାଜେନିକା ଟିକାର ଦୁଇଟି ମଧ୍ୟବର୍ତ୍ତୀକାଳୀନ ପରୀକ୍ଷା ରିପୋର୍ଟକୁ ଆଧାର କରି ୭୦.୪ ପ୍ରତିଶତ ପ୍ରଭାବଶାଳୀ ରହିଥିବା ଦାବି କରାଯାଇଛି।
୪ .ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ୬୯ଏ ଅନୁଯାୟୀ ୪୩ଟି ମୋବାଇଲ୍ ଆପକୁ ବ୍ଲକ କରାଯାଇଛି କରାଜାଇଛି
୫ .ସଡକ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଭବିଷ୍ୟତରେ ଅଧିକ ବୈଦ୍ୟୁତିକ ଯାନ ବ୍ୟବହାର କରିବା ପାଇଁ ଲୋକଙ୍କୁ ପ୍ରତି ୬୯୦୦୦ ପେଟ୍ରୋଲ ପମ୍ପ ପାଇଁ ଅତି କମରେ ଗୋଟିଏ ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ କେନ୍ଦ୍ର ଯୋଜନା କରିଛି।
୬ .ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆଜିଠାରୁ ବାହାରିନ୍, ସଂଯୁକ୍ତ ଆରବ ଇମିରେଟ୍ ଓ ସେସେଲ୍ସକୁ ୬ ଦିନିଆ ଗସ୍ତରେ ଯାଉଛନ୍ତି। ଆସନ୍ତା ୨୫ ଓ ୨୬ ତାରିଖରେ ସେଠାରୁ ସେ ସଂଯୁକ୍ତ ଆରବ ଇମିରେଟ୍କୁ ଗସ୍ତ କରିବେ।
୭ .ସଂସଦ ଓ ବିଧାନସଭା ବାଚସ୍ପତିମାନଙ୍କ ଦୁଇ ଦିନିଆ ସମ୍ମିଳନୀ ଆସନ୍ତାକାଲି ଗୁଜୁରାଟର କେବାଡ଼ିଆ ସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ଆରମ୍ଭ ହେବ।
୮ .ଆସନ୍ତା ୩୦ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଦୀ-ପୋଖରୀ କୂଳରେ ଏକାଠି ମିଶି ଡଙ୍ଗା ଭସାଇବା ଓ ସ୍ନାନ ଉପରେ ଓଡିଶା ରାଜ୍ୟ ସରକାର କଟକଣା ଲଗାଇଛନ୍ତି।
୯ .କେନ୍ଦ୍ର ସରକାରୀ ପେନ୍ସନଭୋଗୀମାନଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାର ସମୟସୀମାକୁ ସରକାର ଆସନ୍ତା ବର୍ଷ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି।
୧୦. ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ)ର ନିର୍ଦ୍ଦେଶକ ଡଃ ଅଜୟ କୁମାର ପରିଡା କହିଛନ୍ତି - ଏପ୍ରିଲ ସୁଦ୍ଧା ଟୀକା ମିଳିବା ନେଇ ଆମେ ଆଶାବାଦୀ ରହିବା। ଅକ୍ସଫୋର୍ଡ ଦ୍ୱାରା ବିକଶିତ ହେଉଥିବା ଟୀକା ମାତ୍ରା ୧ ହଜାର ଟଙ୍କାରେ ଦୁଇଟି ଡୋଜ ମିଳିବା ସମ୍ଭାବନା ଥିବା ସେ କହିଛନ୍ତି।
୧୧. ହିମାଚଳ ପ୍ରଦେଶ ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
୧୨. ଉତ୍ତରପ୍ରଦେଶ, ଜାମ୍ମୁ ଓ ଦିଲ୍ଲୀରେ ଥିବା ୩୪ଟି ସରକାରୀ ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ରାଇନା ଘୋଷଣା କରିଛନ୍ତି।
୧୩. ଭାରତର ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବ୍ୟବହାର କରାଯିବା ପାଇଁ ଆମେରିକା ଠାରୁ ଭାରତ କିଣିଥିବା ସ୍ବତନ୍ତ୍ର ବିମାନ ଏୟାର ଇଣ୍ଡିଆ ୱାନକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍ଘାଟନ କରିଛନ୍ତି।
୧୪. ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ଆଶିଷ ରାୟଙ୍କ ପରଲୋକ ହୋଇଛି। ‘ଶଶୁରାଲ ସିମର କା’, ‘ବନେଗୀ ଅପନି ବାତ’, ‘ବ୍ୟୋମକେଶ ବକ୍ସି’, ‘ୟେସ ବସ’, ‘ବା ବହୁ ଔର ବେବି’, ‘କୁଛ ରଙ୍ଗ ପ୍ୟାର କେ ଐସେ ଭି’ ଓ ‘ଆରମ୍ଭ’ ଭଳି ଟିଭି ଶୋ’ରେ ଅଭିନୟ କରିଥିଲେ ଆଶିଷ ରାୟ। ୫୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।
୧୫. ଭାରତ ସମେତ ଅନକେ ଦେଶରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏଥର ଲକ୍ଉଡ।ଉନ୍ ଆଉ ଲୋକଙ୍କର ହଜମ ହେଉନାହିଁ। ସରକାରଙ୍କ ବିରୋଧରେ ରାଜ ରାସ୍ତା ଉପରେ ଜୋରଦାର ପ୍ରଦର୍ଶନ ଆରମ୍ଭ କରିଛନ୍ତି ଇଂଲଣ୍ଡ, ଜର୍ମାନୀ ସମେତ ଅନେକ ଦେଶର ଲୋକେ।
୧୬. ଏୟାରଏସିଆ ଇଣ୍ଡିଆରେ ୫୧ ପ୍ରତିଶତ ଅଂଶଧନ ଥିବା ଟାଟା ସନ୍ସ ପ୍ରାୟ ୫୦ ନିୟୁତ ଡଲାର୍ ନିବେଶ କରିବ ।
୧୭. ଜାନୁୟାରୀ ୧, ୨୦୨୧ରୁ ସାରା ଦେଶରେ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ଫୋନକୁ କଲ କରିବା ପାଇଁ ଗ୍ରାହକଙ୍କୁ ନମ୍ବର ପୂର୍ବରୁ ‘ଶୂନ'(୦) ଲଗାଇବା ବାଧ୍ୟତାମୂଳକ ହେବ |
୧୮. ଭାରତ ସବୁଠାରୁ ଶକ୍ତିଶାଳୀ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଲ୍ୟାଣ୍ଡ ଆଟାକ୍ ଭର୍ସନ ବା ଭୂପୃଷ୍ଠରୁ ଭୂପୃଷ୍ଠକୁ ଆକ୍ରମଣ କରୁଥିବା କ୍ଷେପଣାସ୍ତ୍ରର ୨୪ ନଭେମ୍ବରରେ ସକାଳ ୧୦ଟାରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରୁ ସଫଳତାର ସହ ପରୀକ୍ଷଣ କରିଛି। ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ଶବ୍ଦର ତିନିଗୁଣ ବେଗରେ ଗତି କରିବା ସହ ୨୯୦ କିଲୋମିଟର ଦୂର ଲକ୍ଷ୍ୟକୁ ଭେଦ କରିପାରିବ।
୧୯. ଆସନ୍ତା ଜାନୁଆରି ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି କୁମ୍ଭମେଳା। କୁମ୍ଭ ମେଳା ଅଫିସର ଦୀପକ ରାୱତ କହିଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଅଧିକାଂଶ କାର୍ଯ୍ୟ ସମ୍ପାଦନ ହୋଇଯିବ। କୁମ୍ଭମେଳା ପାଇଁ ୮ଟି ଘାଟ ଏବଂ ୮ଟି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।
୨୦. ଲଭ୍ ଜିହାଦ ଉପରେ ଅଧ୍ୟାଦେଶ ପାସ୍ କଲା ଉତ୍ତର ପ୍ରଦେଶ କ୍ୟାବିନେଟ୍। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅଧ୍ୟାଦେଶ ପାରିତ ହୋଇଥିବା ଜଣାପଡ଼ିଛି। ଅଧ୍ୟାଦେଶ ଅନୁସାରେ ଧୋକା ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍ ଦଣ୍ଡ ମିଳିବ। ଏହା ବ୍ୟତୀତ ଧର୍ମ ପରିବର୍ତ୍ତନ ପାଇଁ ଜିଲ୍ଲାଧିକାରୀଙ୍କୁ ଦୁଇ ମାସ ପୂର୍ବରୁ ସୂଚନା ଦେବାକୁ ପଡ଼ିବ।