# |
Date |
Type |
Current Affairs |
No. Of Views |
Status |
Action |
2661 |
25-11-2021 |
Odia |
- ସ୍ବିଡେନ ଦେଶକୁ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ମିଳିଛନ୍ତି । ଡେମୋକ୍ରାଟ ନେତ୍ରୀ ମ୍ୟାଗଡାଲେନା ଆଣ୍ଡରସନଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ମଞ୍ଜୁରୀ ମିଳିସାରିଛି।
- ବିବାଦୀୟ କୃଷି ଆଇନ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।
- ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟେଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ବୁଡାଜାହାଜର ମୁତୟନ ଯୋଗୁ ବଢିବ ଦେଶର ପ୍ରତିରକ୍ଷା। ସମୁଦ୍ର ଅଞ୍ଚଳରେ ଚୀନର ପ୍ରଭାବ ବଢୁଥିବାରୁ ଏହାକୁ ଚାଲେଞ୍ଜ ଦେବା ଲାଗି ପ୍ରସ୍ତୁତ ହୋଇଛି ଭାରତ।
- ଅତ୍ୟାଧୁନିକ ଯୁଦ୍ଧଜାହାଜ ଆଇଏନଏସ ବେଲା ଶତ୍ରୁ ପକ୍ଷର ବିମାନ ଓ କ୍ଷେପଣାସ୍ତ୍ରକୁ କରିପାରିବ ଟାର୍ଗେଟ । ଭାରତୀୟ ନୌସେନାର ୧୭୦ରୁ ଅଧିକ ଯୁଦ୍ଧଜାହାଜକୁ ସାମିଲ କରିବା ଲାଗି ଯେଉଁ ପ୍ରକ୍ରିୟା ଜାରି ରହିଛି ତାହା ଯୋଗୁ ଭାରତର ପ୍ରତିରକ୍ଷା ଶକ୍ତିଶାଳୀ ହେବ ।
- ନୂଆ କରି ନିଯୁକ୍ତି ପାଇବାକୁ ଥିବା ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୮୧ଟି ପଦବୀରୁ ଅନୁସୂଚୀତ ଜାତି ପାଇଁ ୪୭ଟି ଓ ଅନୁସୂଚୀତ ଜନଜାତି ପାଇଁ ୩୪ଟି ପଦବୀ ସଂରକ୍ଷିତ । ଓ.ପି.ଏସ୍.ସି ଦ୍ବାରା ପ୍ରାର୍ଥୀ କୃତକାର୍ଯ୍ୟ ହୋଇସାରିବା ପରେ ସାଧାରଣ ପ୍ରଶାସନ ବିଭାଗର ନିୟମ ଅନୁସାରେ ପ୍ରାର୍ଥୀ ମାନେ ଇ-କାଉନସେଲିଂରେ ଯୋଗ ଦେଇଥିଲେ ।
- ଡିସେମ୍ବର ମାସରେ ହେବାକୁ ଥିବା ଗଣତନ୍ତ୍ର ସମ୍ବନ୍ଧୀୟ ଏକ ଭର୍ଚ୍ୟୁଆଲ୍ ଶିଖର ସମ୍ମିଳନୀକୁ ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତ ସମେତ ପ୍ରାୟ ୧୧୦ଟି ଦେଶଙ୍କୁ ନିମନ୍ତ୍ରଣ କରିଛନ୍ତି।
- ଦେଶରେ କୋଭିଡ୍ ଲକଡାଉନ୍ ଯୋଗୁଁ ମାର୍ଚ୍ଚ ବେଳକୁ ଭାରତକୁ ଯାତାୟତ କରୁଥିବା ସମସ୍ତ ଯାତ୍ରୀବାହୀ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଚଳିତ ବର୍ଷ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ୱାଭାବିକ ଅବସ୍ଥାକୁ ଫେରିବ ।
- ଜୁନିୟର ହକି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଜର୍ମାନୀର ବୃହତ ବିଜୟ। ପାକିସ୍ତାନ ବିପକ୍ଷରେ ଜର୍ମାନୀ ହାସଲ କରିଛି 5-2 ବିଜୟ ।
- ଆଉ ୪ମାସ ଜାରି ରହିବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । ପୁଣି ୪ ମାସ ରାସନ ଯୋଗାଇବେ କେନ୍ଦ୍ର ସରକାର । ୨୦୨୨ ମାର୍ଚ୍ଚ ଯାଏ ଗରିବଙ୍କୁ ମିଳିବ ମାଗଣା ରାସନ ।
- କୋଭାକ୍ସିନର ଗୁଣବତ୍ତା ଉପରେ ଉଠିଲା ପ୍ରଶ୍ନ । ଲକ୍ଷଣଯୁକ୍ତ କୋଭିଡ ସଂକ୍ରମଣ ବିରୋଧରେ କୋଭାକ୍ସିନ ମାତ୍ର ୫୦ ପ୍ରତିଶତ ସଫଳ ବୋଲି ରିପୋର୍ଟ ଦେଇଛି ଲାନସେଟ.
- ପୁଣି ଚିନ୍ତାଜନକ ଖବର ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଆସନ୍ତା ମାର୍ଚ୍ଚ ସୁଦ୍ଧା ୟୁରୋପ ଓ ଏସିଆର ଆଂଶିକ ଅଞ୍ଚଳରେ ଆଉ ୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇପାରେ ଭୂତାଣୁ । ବର୍ତ୍ତମାନ ସୁଦ୍ଧା ୟୁରୋପର ୫୩ଟି ରାଷ୍ଟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫ ଲକ୍ଷ ପାର୍ ହୋଇଥିବାବେଳେ ଏବେବି ସଂକ୍ରମଣ ଜାରି ରଖିଛି।
- ‘ବିଜେପି’ର ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟ୍ ଖେଳାଳି ଗୌତମ ଗମ୍ଭୀରଙ୍କ ପାଖକୁ ୨୪ ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର ହତ୍ୟା ଧମକ ଆସିଛି। ଏହି ଧମକ ତାଙ୍କୁ ବୁଧବାର ଦ୍ବିପହର ସମୟରେ ଇମେଲ ଜରିଆରେ ଆସିଛି। ଏହା ପୂର୍ବରୁ ଗତ ମଙ୍ଗଳବାର ବିଳମ୍ବିତ ରାତି ତାଙ୍କୁ ଏଭଳି ଇମେଲ ଜରିଆରେ ହତ୍ୟା ଧମକ ଆସିଥିଲା।
- ନିଖୋଜ ଥିବା ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂଙ୍କ ପତ୍ତା ମିଳିଛି । ସେ ଚଣ୍ଡିଗଡ଼ରେ ଥିବା ନିଜେ ଗଣମାଧ୍ୟମକୁ ଜଣାଇଛନ୍ତି । ଇଣ୍ଡିଆ ଟୁଡେକୁ ସେ କହିଛନ୍ତି ଯେ ସେ ଦେଶଛାଡ଼ି ଯାଇନାହାନ୍ତି । ଚଣ୍ଡିଗଡ଼ରେ ହିଁ ଅଛନ୍ତି
- ଆଇନଷ୍ଟାଇନ ଥିଓରି ଅଫ ରିଲେଟିଭିଟି ଯେଉଁ ପାଣ୍ଡୁଲିପିରେ ପ୍ରଥମ ଥର ପାଇଁ ଲେଖିଥିଲେ ତାହାକୁ ନିଲାମ କରାଯାଇଛି । ଫ୍ରାନ୍ସର ନିଲାମକାରୀ ସଂସ୍ଥା କ୍ରିଷ୍ଟିଜ୍ ଅକ୍ସନ ପକ୍ଷରୁ ଏହାକୁ ପ୍ରାୟ ୧୩.୩ ନିୟୁତ ୟୁରୋ (୧୫ ନିୟୁତ ଡଲାର) ମୂଲ୍ୟରେ ନିଲାମ କରାଯାଇଛି ।
- ଅଭିନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ପୁସ୍ତକ ‘ଲାଲ ସଲାମ’ର ପ୍ରମୋସନ ପାଇଁ କପିଲ ଶର୍ମାଙ୍କ ସୋ’କୁ ଯାଇଥିଲେ।ଏହି ସମୟରେ ଗେଟରେ ଥିବା ଗାର୍ଡ ସ୍ମୃତି ଇରାନୀଙ୍କୁ ଚିହ୍ନି ପାରି ନଥିଲେ। ଫଳରେ ତାଙ୍କୁ ଭିତରକୁ ଯିବାକୁ ଦେଇ ନଥିଲେ।
- ଦିଲ୍ଲୀ ବାୟୁ ଗୁଣବତ୍ତା ସଙ୍କଟ ତୃତୀୟ ସପ୍ତାହରେ ପହଞ୍ଚିଥିବା ବେଳେ ବୋଲି ଆଜି ସକାଳେ ଆଜି ସୁପ୍ରିମ୍ କୋର୍ଟ ସରକାରଙ୍କୁ କହିଛନ୍ତି, ସମ୍ପ୍ରତି ପ୍ରଦୂଷଣ ମାତ୍ରା ହ୍ରାସ ପାଇଥିଲେ ବି ଆମେ ମାମଲା ବନ୍ଦ କରିବୁ ନାହିଁ।
- ଦେଶର ୧୩ଟି ସହରାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟସେବାର ବିକାଶ ଲାଗି ଭାରତ ସରକାର ଏସିୟା ବିକାଶ ବ୍ୟାଙ୍କ(ଏଡିବି)ଠାରୁ ୩୦୦ ନିୟୁତ ଡଲାର ଋଣ ନିମନ୍ତେ ସ୍ୱାକ୍ଷର କରିଛନ୍ତି।
- ଦୁନିଆର ସମସ୍ତ ଦେଶକୁ ଛାଡ଼ିଦେଲେ ମାତ୍ର ଦୁଇଟି ଦେଶରେ କୋକାକୋଲା ବିକ୍ରି ହୁଏନାହିଁ । ଉତ୍ତର କୋରିଆ ଓ କ୍ୟୁବାରେ ଏହି ମୃଦୁ ପାନୀୟ ବିକ୍ରି ପାଇଁ ଅନୁମତି ନାହିଁ।
- କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଆରପିଏଫ) ଯବାନଙ୍କୁ ଡ୍ୟୁଟିରେ ଯବାନ ଗୁରୁତର ହେଲେ ୨୫ ଲକ୍ଷ ଟଙ୍କା ମିଳିବାକୁ ଥିବା ବେଳେ ଯବାନଙ୍କ ଝିଅ କିମ୍ବା ଭଉଣୀ ବାହାଘର ପାଇଁ ଲକ୍ଷେ ଟଙ୍କା ସହାୟତା ଦେବେ ସରକାର । ତେବେ ସହିଦଙ୍କ ପରିବାରକୁ ୩୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରସ୍ତାବକୁ ଗୃହ ମନ୍ତ୍ରାଳୟ ମଞ୍ଜୁରୀ ଦେଇଛି।
- ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି, ଭାରତ ୬ଜି ଟେକ୍ନୋଲୋଜି ବିକଶିତ କରିବା ଦିଗରେ କାମ କରୁଛି। ୨୦୨୩ ଶେଷ ସୁଦ୍ଧା କିମ୍ବା ୨୦୨୪ ଆରମ୍ଭରେ ଭାରତରେ ୬ଜି ଲଞ୍ଚ ପାଇଁ ପ୍ରସ୍ତୁତି କରାଯାଉଥିବା ମନ୍ତ୍ରୀ କହିଛନ୍ତି।
|
602 |
Y |
|
2662 |
24-11-2021 |
Odia |
- ନୂତନ କୃଷି ଆଇନ ପ୍ରତ୍ୟାହାର ପାଇଁ କେବେ ତାଲିକାଭୁକ୍ତ ହେବ ବୋଲି ପଚରାଯିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିସାରିଛନ୍ତି, ସଂସଦୀୟ ପ୍ରକ୍ରିୟା ଅନୁଯାୟୀ ଏହା ତାଲିକାଭୁକ୍ତ ହେବ। ସେ କହିଛନ୍ତି, କୃଷି ମନ୍ତ୍ରଣାଳୟ ହେଉଛି ନୋଡାଲ ମନ୍ତ୍ରଣାଳୟ, ସେମାନେ ଇତି ମଧ୍ୟରେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି।
- ଭାରତୀୟ ଜନତା ପାର୍ଟି(ବିଜେପି)ର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର। ସାମାଜିକ ଗଣମାଧ୍ୟମରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନକଲି ଭିଡିଓ ପୋଷ୍ଟ କରିବା ଅଭିଯୋଗରେ ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଛନ୍ତି ଦିଲ୍ଲୀର ଏକ ଅଦାଲତ।
- ଦୀପାବଳିର ୩ ସପ୍ତାହ ପରେ ଦଶରୁ କରୋନା ସଂକ୍ରମଣ ହାର ହ୍ରାସ ହେଉଥିବା ଦେଖା ଯାଇଛି। ଏଣୁ କରୋନା ତୃତୀୟ ଲହର ନେଇ କରାଯାଇଥିବା ପୂର୍ବାନୁମାନ ହୁଏତ ଭୁଲ ହୋଇପାରେ ବୋଲି ଏବେ ବିଶେଷଜ୍ଞ କହୁଛନ୍ତି।
- ଭାରତୀୟ ସ୍ଥଳ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଭାବେ ଦ୍ୱାୟିତ୍ୱରେ ଥିବା ଓଡ଼ିଆ ପୁଅ ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ଏହି ପଦକ ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଚଣ୍ଡି ପ୍ରସାଦଙ୍କୁ ସେନାରେ ଉଲ୍ଲେଖନୀୟ ସେବା ପ୍ରଦାନ କ୍ଷେତ୍ରରେ ଏହି ପଦକ ପ୍ରଦାନ କରିଛନ୍ତି ।
- ପୂର୍ବତନ କେନ୍ଦ୍ର ପ୍ରସାରଣ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନିଷ ତିୱାରୀଙ୍କ ଆଗାମୀ ପୁସ୍ତକ ‘ଟେନ୍ ଫ୍ଲାସ୍ ପଏଣ୍ଟସ୍, ଟ୍ୱେଣ୍ଟି ଇୟର୍ସ’ କୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। ଏହି ପୁସ୍ତକ ବଜାରକୁ ଆସିନି। ତେବେ ଏହାର କିଛି ବିଷୟବସ୍ତୁ ଏବେ ଚର୍ଚ୍ଚାର କାରଣ ପାଲଟିଛି। ଏଥିରେ ମୁମ୍ବାଇ୨୬/୧୧ ପ୍ରସଙ୍ଗରେ ସେ ମନମୋହନ ସିଂହଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି ତିୱାରୀ।
- ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଜନଧନ ଯୋଜନାରେ ଖାତାଧାରୀଙ୍କୁ ଡିଜିଟାଲ ଦେୟ ପୈଠ ଲାଗି ଅସୁଲ କରିଥିବା ଶୁଳ୍କ ବାବଦ ୧୬୪ କୋଟି ଟଙ୍କା ଏପର୍ଯ୍ୟନ୍ତ ସେମାନଙ୍କୁ ଫେରାଇ ନାହାନ୍ତି। ମୁମ୍ବାଇସ୍ଥିତ ଭାରତୀୟ ପ୍ରଯୁକ୍ତି ସଂସ୍ଥା (ଆଇଆଇଟି) ପକ୍ଷରୁ ଜନଧନ ଯୋଜନା ଲାଗି ପ୍ରସ୍ତୁତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।
- ବିଶ୍ୱ ବ୍ୟାଙ୍କ ଅନୁସାରେ, ସାରା ବିଶ୍ୱରେ ବିଦେଶରୁ ସ୍ୱଦେଶକୁ ଟଙ୍କା ପଠାଇବାରେ ଭାରତ ସବୁଠାରୁ ଆଗରେ । ୨୦୨୧ରେ ଭାରତକୁ ବିଦେଶରୁ ୮୭ ଆରବ ଡଲାର ପଠାଯାଇଛି । ଯେଉଁଥିରେ ୨୦ ପ୍ରତିଶତରୁ ଅଧିକ ଟଙ୍କା ଆମେରିକାରୁ ପଠାଯାଇଛି ।
- ୨୦୧୭ ବିଧାନସଭା ନିର୍ବାଚନ ଓ ଉପ ନିର୍ବାଚନରେ ବିଜୟୀ ହୋଇଥିବା ୟୁପିର ସମସ୍ତ ବିଧାୟକଙ୍କ ଦ୍ୱାରା ଦାଖଲ କରାଯାଇଥିବା ଶପଥ ପତ୍ରକୁ ବିଶ୍ଳେଷଣ କରି ଏଡିଆର ଏକ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟ ମୁତାବକ ଏବେ ୟୁପି ବିଧାନସଭାରେ ଥିବା ବିଧାୟକଙ୍କ ମଧ୍ୟରୁ ୩୫ ପ୍ରତିଶତ ବିଧାୟକଙ୍କ ଉପରେ ଅପରାଧିକ ମାମଲା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୬ ଜଣ ବିଜେପି ବିଧାୟକ ରହିଛନ୍ତି
- ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ମିଳିଲା ପରମ ବିଶିଷ୍ଟ ସେବା ପଦକ । ଏବେ ସ୍ଥଳ ସେନା ଉପମୁଖ୍ୟ ଭାବେ ଦାୟିତ୍ବ ତୁଲାଉଛନ୍ତି ଲେଫ୍ଟନାଣ୍ଟ ଜେନାରାଲ ଚଣ୍ଡିପ୍ରସାଦ ମହାନ୍ତି
- ବେଆଇନ ଅର୍ଥ ଆଦାୟ ମାମଲାରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂଙ୍କୁ ଏବେ ସ୍ଥାନୀୟ ଅଦାଲତ ପଳାତକ ଘୋଷଣା କରିଛନ୍ତି । ଅଦାଲତର ଆଦେଶ ପରେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ ଲଗାଯାଇଛି
- କେନ୍ଦ୍ର ସରକାର ଖୁବଶୀଘ୍ର ପିଏମ-କିଶାନ ଯୋଜନାରେ ଆଉ ୨୨ ହଜାର କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଇବେ । ଚଳିତ ଆର୍ଥକ ବର୍ଷର ଡିସେମ୍ବର-ମାର୍ଚ୍ଚ ସମୟ ପାଇଁ ଏହି କିସ୍ତି ପ୍ରେରଣ କରାଯିବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି ।
- ଲ୍ୟୁଟେନ୍ସ ଦିଲ୍ଲୀରେ ନିର୍ମାଣ ହେଉଥିବା ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ସଂପର୍କିତ ଏକ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।
- ୨୦୦୦ ବ୍ୟାଚର ଭାରତୀୟ ବିଦେଶ ସେବା ଅଧିକାରୀ ମନୋଜ କୁମାର ମହାପାତ୍ର କେନ୍ଦ୍ରୀୟ ଆମେରିକୀୟ ଦେଶ ଗୁଆଟେମାଲା ପାଇଁ ଭାରତୀୟ ରାଷ୍ଟ୍ରଦୂତ ନିଯୁକ୍ତ ହୋଇଛନ୍ତି ।
- ମୁମ୍ବାଇର ଜଣେ ଅବସରପ୍ରାପ୍ତ ଏସିପି ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସମୀର ୱାଙ୍ଖେଡେ ମିଥ୍ୟା ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଶ୍ରେୟସକୁ ଫସାଇଥିବା କହିଛନ୍ତି ଅବସରପ୍ରାପ୍ତ ଏସିପି ଅନନ୍ତ କେଞ୍ଜଲେ। ଏଥିପାଇଁ ସେ ଏକ ଆଫିଡେଭିଟ ଦାଖଲ କରିଛନ୍ତି।
- ଶେଷଥର ପାଇଁ ନଭେମ୍ବର ୩ରେ ହିଁ ପେଟ୍ରୋଲ ୨୧ ପଇସା ଓ ଡିଜେଲ ୧୮ ପଇସା ବଢିଥିଲା । କିନ୍ତୁ ସେବେଠାରୁ ତେଲ କମ୍ପାନିମାନେ ତେଲଦର ବୃଦ୍ଧି କରିନାହାନ୍ତି ।
- ରାଜ୍ୟରେ ୮ଟି ଶିଳ୍ପ ପ୍ରକଳ୍ପରେ ୧୮୭୨.୧୧ କୋଟି ଟଙ୍କା ନିବେଶ ହେବ। ଆଜି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ପ୍ରଦାନ କରାଯାଇଛି।
- ୨୦୧୮ ପୁରୁଷ ହକି ବିଶ୍ବକପ୍୍ରେ କଳିଙ୍ଗ ଷ୍ଟାଡିୟମ୍ରେ ମ୍ୟାଚ ଦେଖିବାକୁ ଦର୍ଶକଙ୍କ ଉତ୍ସାହ କମ୍ ନଥିଲା। ଏଭଳି ଉତ୍ସାହକୁ ଏଫ୍ଆଇଏଚ୍ଠାରୁ ଆରମ୍ଭକରି ବିଭିନ୍ନ ଦେଶର ଖେଳାଳିମାନେ ମଧ୍ୟ ପ୍ରଶଂସା କରିଥିଲେ। ଏବେ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଲାଗି ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି।
- ଚଳିତ ମାସ ୨୬ରେ ହେବାକୁ ଥିବା ସମ୍ବିଧାନ ଦିବସରେ ଲୋକସଭା ସଚିବାଳୟ ଦ୍ୱାରା ଆୟୋଜିତ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଘୋଷଣା କରିଛନ୍ତି।ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସମ୍ବିଧାନ ଦିବସରେ ସଂସଦର କେନ୍ଦ୍ରୀୟ କକ୍ଷରେ ଏକ କାର୍ଯ୍ୟକ୍ରମରେ ସମ୍ବିଧାନର ମୁଖବନ୍ଧ ପାଠ କରିବେ।
- ନାଏବ ସୁବେଦାର ସହିଦ ନୁଦୁରାମ ସୋରେନଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ସାମରିକ ସମ୍ମାନ ‘ବୀର ଚକ୍ର’ରେ ସମ୍ମାନିତ କରାଯାଇଛି।
- କଂଗ୍ରେସ ନେତା କୀର୍ତ୍ତି ଆଜାଦ ଏବଂ ଅରିଆଣା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅଶୋକ ତନୱର, ଜେଡିୟୁର ପୂର୍ବତନ ମହାସଚିବ ପବନ ବର୍ମା ଆଜି ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ଯୋଗ ଦେଇଛନ୍ତି।
|
599 |
Y |
|
2663 |
24-11-2021 |
English |
- Chief minister Naveen Patnaik on Monday announced that a medical college and hospital will be set up in the underdeveloped Kandhamal district with an investment of Rs 504 crore. Around 100 students will be enrolled in the medical college every year, while the hospital will have 500 beds, the chief minister said.
- The Dhanbad district administration has ordered fuel outlets to refill only to people who show a proof of Covid-19 vaccination, a move meant to ramp up inoculation in the coal hub of Jharkhand which is lagging behind.
- Students of Ursuline Convent, Ranchi, take part in a drill during the inaugural ceremony of the 21st anniversary celebration of the Jharkhand Assembly in Ranchi on Monday. Internationally acclaimed archers Komalika Bari and Ankita Bhagat and cricketer Indrani Rai were also felicitated on the occasion.
- Police on Tuesday registered an FIR against Bollywood actor Kangana Ranaut here for allegedly using derogatory language against the Sikh community in a social media post, an official said.
- Samajwadi Party president Akhilesh Yadav and Rastriya Lok Dal chief Jayant Chowdhury on Tuesday met here to discuss seat-sharing for the 2022 Uttar Pradesh assembly polls.
- Anil Ghanwat, one of the members of the Supreme Court-appointed panel on farm laws, on Tuesday wrote to Chief Justice of India, urging him to consider releasing the report on the three agri laws in the public domain at the earliest or authorise the committee to do so.
- A 30-member joint parliamentary committee on Monday finalised its report on the contentious Personal Data Protection Bill 2019 after tossing out amendments proposed by Opposition members that were designed to stymie the government and its agencies from overriding an individual’s right of consent before processing his personal data.
- Union Power Minister RK Singh on Tuesday handed over a cheque of ₹ 22.5 crore to Uttarakhand Cabinet Minister Dhan Singh Rawat as financial assistance for disaster-hit people in the state.
- Civil Aviation Minister Jyotiraditya Scindia today flew on SpiceJet's special flight between Delhi and Gwalior using Boeing's 737 Max plane that has been allowed to return to service after two-and-a-half years.
- The Orissa High Court today directed for regularization of data entry operators appointed on contractual basis in four departments of the state government– Local Fund Audit, Sub Registrar, Loka Seva Bhavan and Gopabandhu Academy.
- The High Court has asked to regularize the data entry operators within three months with provision of other benefits.
- The Central Government is planning to establish a Greenfield Airport at Puri and make two more small airports operational in Odisha, said Jyotiraditya M Scindia, Union Minister for Civil Aviation.
- : The State Level Single Window Clearance Authority (SLSWCA) today cleared eight projects worth Rs 1,872.11 crore in steel, food processing and petroleum sectors.
- The Cabinet also approved 550 new projects under the Biju Setu Yojana scheme in addition to completion of 396 ongoing projects. The scheme will be implemented with an outlay of Rs 5,182 crore over a period of three years i.e. from 2021-22 to 2023-24. The Rural Development Department will execute the projects.
- The State Cabinet decided to formulate the Odisha Artisan Grade Stone Policy 2021. The policy will ease the difficulties of artisans of the State in getting grade stone.
- Indian Army Vice Chief Lieutenant General Chandi Prasad Mohanty was awarded the Param Vishisht Seva Medal by President Ram Nath Kovind during a special function at Rashtrapati Bhavan, New Delhi.
- The ‘Odisha Electronics Policy 2021’ will remain in force till March 31, 2026 or substituted by another scheme. In order to promote electronics system design and manufacturing (ESDM) industry in Odisha, the State government today formulated an electronic policy.
- A Delhi court on Tuesday ordered the police to register FIR against BJP national spokesperson Sambit Patra for allegedly sharing a doctored video of Delhi Chief Minister Arvind Kejriwal, news agency ANI reported.
- Union Minister for Road Transport and Highways Nitin Gadkari will lay foundation stone for 25 National Highway projects of total length 257 Km with an investment of Rs1 1 ,721 crore in Jammu.
- As per the new policy, all land, irrespective of extent of area, under occupation of standalone government degree colleges (including autonomous and non- autonomous government colleges) and standalone government higher secondary schools will be recorded in the name of Higher Education Department and School & Mass Education Department respectively with marfat of the concerned institutes.
|
643 |
Y |
|
2664 |
23-11-2021 |
Odia |
- ବିବାଦୀୟ ୩ କୃଷି ଆଇନ ପ୍ରତ୍ୟାହାର କଲେ ଚଳିବନି । ଦିଲ୍ଲୀ ହରିୟାଣା, ଚଣ୍ଡିଗଡ଼, ୟୁପି ଆଦି ସ୍ଥାନରେ ଆନ୍ଦୋଳନ ବେଳେ ଚାଷୀଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର, ଏମଏସପି ଗ୍ୟାରେଣ୍ଟ, ଲଖିମପୁର ଚାଷୀ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଆଦି ଦାବିରେ ହଲ୍ଲାବୋଲ ଜାରି ରଖିଛନ୍ତି ହଜାର ହଜାର ଚାଷୀ ।
- ବାଲାକୋଟ ହିରୋ ବାୟୁସନୋ ୱିଙ୍ଗ କମାଣ୍ଡର ଅଭିନନ୍ଦନ ୱର୍ଥମାନଙ୍କୁ 'ବୀର ଚକ୍ର' ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
- ମଧ୍ୟ ପ୍ରଦେଶର ବୁରହାନପୁରର ଜଣେ ବ୍ୟକ୍ତି ନିଜ ଧର୍ମପତ୍ନୀଙ୍କ ପାଇଁ ଅବିକଳ ତାଜମହଲ ପରି ବିଳାସପୂର୍ଣ୍ଣ ଘର ତିଆରି କରି ଉପହାର ଦେଇଛନ୍ତି
- କୋଭିଡ-୧୯ ବିରୋଧରେ ଆମେରିକାର ବୁଷ୍ଟର ଡୋଜ । ସମ୍ପୂର୍ଣ୍ଣ ଡୋଜ ନେଇସାରିଥିବା ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକ ଏବେ ନେଇପାରିବେ ବୁଷ୍ଟର ଡୋଜ ।
- ଏଣିକି ପ୍ରାକୃତିକ ସମ୍ପଦ ଓ ପଞ୍ଚାୟତ-ପୌର ନିର୍ବାଚନର ଅଡିଟ କରିବ , ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଭୁବନେଶ୍ୱରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ।
- ତିନୋଟି ଯାକ ମ୍ୟାଚ୍ରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରି ୩-୦ରେ ବିଜୟ ହାସଲ କରିଛି । ନୂଆ କୋଚ୍ ରାହୁଲ ଦ୍ରାବିଡ ଏବଂ ନୂଆ ଟି-୨୦ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି।
- ମୁମ୍ବଇର ପୂର୍ବତନ ପୁଲିସ ଆୟୁକ୍ତ ପରମବୀରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିକଟରେ ହାଜର ହେବାକୁ ସୁଯୋଗ ଦିଆଯିବ । ସେ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ଆଶ୍ୱସ୍ତିବାଣୀ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।
- ‘ଟିକା ନିଅ, ନୋଚେତ ମର’ ନିଜ ଦେଶବାସୀଙ୍କୁ ଏପରି କଠୋର ଚେତାବନୀ ଶୁଣାଇଛନ୍ତି ଜର୍ମାନିର ସ୍ବାସ୍ଥ୍ୟମନ୍ତ୍ରୀ ଜେନ ସ୍ପାନ । ଲୋକମାନଙ୍କୁ ସତର୍କ କରି ସେ କହିଛନ୍ତି ଯେ ଚଳିତ ଶୀତଋତୁ ଶେଷସୁଦ୍ଧା ଜର୍ମାନୀରେ ଟିକା ନେଇ ସୁସ୍ଥ ହୋଇଥିବା ଲୋକ ଥିବେ ଅଥବା ଟିକା ନ ନେଇ ମୃତ୍ୟୁବରଣ କରିଥିବା ଲୋକ ଥିବେ ।
- ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ନୂଆ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି । ତେବେ ସେ ନିଜ ପାଖରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗ ଅର୍ଥ ଓ ଗୃହ ବିଭାଗ ରଖିଛନ୍ତି । ବିଶ୍ବେନ୍ଦ୍ର ସିଂ ରାଜସ୍ଥାନ ନୂଆ ପର୍ଯ୍ୟଟନ ମନ୍ତ୍ରୀ ହେବେ ।
- ଏସବିଆଇ ବ୍ୟାଙ୍କ ନିଜର ପାଖାପାଖି ୪୦ କୋଟି ଗ୍ରାହକଙ୍କୁ ସତର୍କ କରାଇଛି । ୨୦୨୨ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଅଧାର ସହ ନିଜ ପ୍ୟାନ କାର୍ଡ ଲିଙ୍କ କରିବାକୁ ନୋଟିସ୍ ଜାରି କରିଛି
- ମିଆଁମାରରେ ଭାରତ ତୁଳନାରେ ଜିନିଷପତ୍ରର ମୂଲ୍ୟ ସାଧାରଣତ କମ ରହିଥାଏ । ଭାରତରେ ଯେତେବେଳେ ଭାରତରେ ପେଟ୍ରୋଲ ୧୦୦ରୁ ୧୧୦ ଟଙ୍କାରେ ବିକ୍ରି ହେଉଛି, ମିଆଁମାରରେ ଏହାର ମୂଲ୍ୟ ୭୦ରୁ ୮୦ ଟଙ୍କା ରହିଛି । ସେଠାରୁ ଚୋରାରେ ଭାରତ ଭିତରକୁ ଶସ୍ତାରେ ପେଟ୍ରୋଲ ଆସି ଏଠାରେ ଚଢ଼ା ଦରରେ ବିକ୍ରି କରାଯାଉଛି।
- ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣକୁ ପ୍ରାଥମିକତା ଦେଇ ସ୍ବତନ୍ତ୍ର ନୀତି ଆପଣାଇଛନ୍ତି। ଏଥିଲାଗି ଜବରଦଖଲ ଉଚ୍ଛେଦ ସହିତ ଶ୍ରୀଲିଙ୍ଗରାଜ ମନ୍ଦିରର ଭିତ୍ତିଭୂମି ଓ ଶ୍ରୀବୃଦ୍ଧି କରାଯାଉଛି। ଐତିହ୍ୟ ବିକାଶ କାର୍ଯ୍ୟକ୍ରମରେ ବିନ୍ଦୁସାଗର, ପାପନାଶିନୀ, ଦେବୀ ପାଦହରା, ଗଙ୍ଗାଯମୁନା ଓ କୋଟିତୀର୍ଥର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯିବ।
- ରାଜ୍ୟ ମନ୍ତ୍ରିପରିଷଦ ବୈଠକ ସହିତ କ୍ୟାବିନେଟ୍ ବୈଠକ ମଙ୍ଗଳବାର(ଆଜି) ଅନୁଷ୍ଠିତ ହେବ। ବୈଠକରେ ୨୧ଟିରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ସୂଚନା ମିଳିଛି।
- ଓଡ଼ିଶାରେ ଆଉ ୩ଟି ନୂଆ ବିମାନ ବନ୍ଦର ସ୍ଥାପନ କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି।
- ତୃତୀୟ ଲହର ଟଳିଯିବା ପରେ ଏବେ ଲୋକେ ଟିକା ନେବାକୁ ଅନାଗ୍ରହ ପ୍ରକାଶ କରୁଛନ୍ତି। ସର୍ଭେ ଅନୁଯାୟୀ ଦେଶର ୧୧.୫କୋଟି ଲୋକ ଏବେ କରୋନା ଟିକା ନେବାକୁ ଆଗ୍ରହୀ ନୁହନ୍ତି। ଅକ୍ଟୋବର ପ୍ରାରମ୍ଭରରେ ଏହି ଲୋକଙ୍କ ସଂଖ୍ୟା ୭.୦୪ କୋଟି ଥିବାବେଳେ ନଭେମ୍ବର ବେଳକୁ ଏହି ସଂଖ୍ୟା ୧୧.୫କୋଟିରେ ପହଞ୍ଚିଛି।
- ଆନ୍ଧ୍ରପ୍ରଦେଶ ସରକାର ବିବାଦୀୟ ଆନ୍ଧ୍ରପ୍ରଦେଶର କ୍ଷମତା ବିକେନ୍ଦ୍ରୀକରଣ ଏବଂ ସମସ୍ତ ଅଞ୍ଚଳର ବିଲ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଡଭୋକେଟ ଜେନେରାଲ ସୁବ୍ରମଣ୍ୟମ ଶ୍ରୀରାମ ସୋମବାର ଦିନ ଏକ ଆଫିଡେଭିଟରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କୁ ସୂଚନା ଦେଇଥିବା ବେଳେ ଅମରାବତୀ ରାଜ୍ୟର ଏକମାତ୍ର ରାଜଧାନୀ ହେବ ବୋଲି କହିଛନ୍ତି।
- ଲକ୍ଷ୍ନୌରେ ଆଜି କୃଷକମାନେ ‘ମହାପଞ୍ଚାୟତ’ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ ସୁଦ୍ଧା ଆନ୍ଦୋଳନରତ କୃଷକ ଆନ୍ଦୋଳନରୁ ହଟିନାହାନ୍ତି।
- ପଂଜାବରେ ଚରଣଜିତ ସିଂହ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଥିବାବେଳେ ଏହି ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବ ବୋଲି ଘୋଷଣା କରିଛନ୍ତି।
- ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମେଜର ବିଭୂତି ଶଙ୍କର ଧୌଣ୍ଡିୟାଲ, ନାଏବ ସୁବେଦାର ସୋମବୀର (ଉଭୟଙ୍କୁ ମରେଣୋତ୍ତର ଭାବେ) ଏବଂ ମେଜର ମହେଶ କୁମାର ଭୁରେଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି।
- ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ପାନ ମସାଲା ଉତ୍ପାଦନକାରୀ କମଲା ପସନ୍ଦକୁ ଆଇନଗତ ନୋଟିସ ପଠାଇଛନ୍ତି । ଏହି କମ୍ପାନି ସହିତ ତାଙ୍କ ଚୁକ୍ତିକୁ ରଦ୍ଦ କରାଯାଇଥିଲେ ବି ପାନ ମସାଲା ବିଜ୍ଞାପନ ଦେଖାଇଚାଲିଥିବାରୁ ବିଗ ବି ଏହି ପଦକ୍ଷେପ ନେଇଛନ୍ତି ।
|
626 |
Y |
|
2665 |
23-11-2021 |
English |
- India logged 8,488 new coronavirus infections on Monday, taking the country's total tally of COVID-19 cases to 3,45,18,901, the lowest in 538 days, according to the Union Health Ministry data.
- Rakesh Tikait accused the government of trying to divide the farmers, and said it should talk to them to resolve their issues or else "we are not going away".
- Anti-drugs officer Sameer Wankhede's father Dnyandev Wankhede was today refused interim relief in a defamation case against Maharashtra minister Nawab Malik on his tweets about Mr Wankhede's family.
- China and India's Covid vaccines have been approved by the U.K. for travel into the country, clearing the way for tourists and foreign students who have been fully immunized with them to enter.
- An all-party meeting -- attended by Prime Minister Narendra Modi -- will be held at the beginning of the Winter Session of Parliament. The meeting will be held at 11 am on Sunday, sources said.
- The Maharashtra government has reduced excise duty on imported liquor by 50 per cent.The excise duty will be reduced from 300 per cent to 150 per cent of the manufacturing cost. Reducing excise duty will help in curbing smuggling and supply of illicit liquors, said an official statement.
- Indian Air Force pilot group Captain Abhinandan Varthaman was accorded the Vir Chakra on Monday by President Ram Nath Kovind, for shooting down a Pakistani F-16 fighter aircraft during aerial combat on February 27, 2019.
- Union Minister for Education and Skill Development Dharmendra Pradhan inaugurated the newly constructed building of Kendriya Hindi Sansthan at Mawdiangdiang, East Khasi Hills.
- Joint bank account is not mandatory for spouse pension, Union Minister Dr Jitendra Singh clarified today.
- There is no scientific evidence so far to support the need for a booster vaccine dose against COVID-19, ICMR Director General Dr Balram Bhargava said on Monday underlining the completion of second dose for India's adult population is the priority for the government for now.
- The Andhra Pradesh Legislative Assembly on Monday passed a Bill to repeal the controversial AP Decentralisation and Inclusive Development of All Regions Act, 2020, that was intended to establish three capitals for the state.
- The Delhi government has lifted the ban on construction and demolition activities in view of an improvement in the air quality and inconvenience caused to workers, Environment Minister Gopal Rai said on Monday.
- The All India Football Federation (AIFF) has barred Jharkhand teams from taking part in the prestigious Santosh Trophy and the women’s championship.
- A 32-year-old prisoner, under trial for murder, allegedly committed suicide in a cell at the hospital of the Birsa Munda Central Jail in Ranchi on Saturday.
- The Election Commission had last month announced bypoll to one Rajya Sabha seat in West Bengal following the resignation of TMC MP Arpita Ghosh from the Upper House earlier this year.
- “This is a very unfortunate decision for the farmers of India and the country. The farm laws had given some market freedom to the farmers and the agriculture produce marketing,” Anil Ghanwat said.
- Indian Venom Research Institute (IVRU) will facilitate the advancement of snakebite therapy in India and act as an incubation centre for startups on venom research. It will also have a serpentarium with around 500 snakes, besides other venomous creatures.
- Stalin said the government will enter into MoUs with major industries bringing in more investment, giving lakh of employment opportunities, during the industrial conclave scheduled on Tuesday.
- The court said that Malik should conduct reasonable verification before releasing information or posting on social media.
- The Supreme Court today asked the centre to gather information from the states on the progress made on disbursal of compensation of ₹ 50,000 to the families of COVID-19 victims
|
613 |
Y |
|
2666 |
22-11-2021 |
Odia |
- ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ରାଜ୍ୟପାଳ କଲରାଜ ମିଶ୍ର ୧୫ ନୂଆମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି। ୧୧ଜଣ କ୍ୟାବିନେଟ ମନ୍ତ୍ରୀ ଓ ୪ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
- ଭାରତ ସରକାରଙ୍କର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଗୋପାଳନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ମତ୍ସ୍ୟ ଦିବସ-୨୦୨୧ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲାକୁ ଶ୍ରେଷ୍ଠ ସାମୁଦ୍ରିକ ଜିଲା ଭାବେ ପୁରସ୍କୃତ କରାଯାଇଛି ।
- କ୍ରୁଜ୍ ଡ୍ରଗ୍ସ ମାମଲାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । କିଙ୍ଗ ଖାନ୍ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଜାମିନ ମିଳିଥିବା ବେଳେ ସେ ଏବେ ଘରେ ଅଛନ୍ତି । ହେଲେ ବିବାଦ ଓ ଆରୋପ ପ୍ରତ୍ୟାରୋପ ଥମିବାର ନାଁ ନେଉନି ।
- ଏମ୍ଏସ୍ପି (ସର୍ବନିମ୍ନ ସହାୟକ ମୂଲ୍ୟ) ଏବଂ ଅନ୍ୟ ଦାବି ନେଇ ଆନ୍ଦୋଳନ ଚାଲିବ ଏବଂ ପୂର୍ବ ଘୋଷଣା ମୁତାବକ ସମସ୍ତ ରୢାଲି ଏବଂ ମହାପଂଚାୟତ ଅନୁଷ୍ଠିତ ହେବ ବୋଲି ଏସ୍କେଏମ୍ କହିଛି। ଆଜି ଆନ୍ଦୋଳନକାରୀ କୃଷକମାନେ ସିଂଘୁ ସୀମାରେ ଏକ ବୈଠକରେ ଏ ବାବଦ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି।
- ଲଗାଣ ବର୍ଷରେ ରେଳ ଧାରଣା ନିକଟରେ ପାଣି ଜମି ରହିବା ଯୋଗୁଁ ଦକ୍ଷିଣ ଭାରତ ଅଭିମୁଖେ ଯାତ୍ରା କରୁଥିବା କିଛି ଟ୍ରେନକୁ ବାତିଲ କିମ୍ବା ଆଂଶିକ ବାତିଲ କରାଯାଇଛି।
- ପାରାଦୀପ ହେବ ବୃହତ୍ ମଛଧରା ବନ୍ଦର ଓଡ଼ିଶାର ୯୪% ଲୋକ ମାଛ ଖାଆନ୍ତି ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୯ ଗୁଣ ବୃଦ୍ଧି ଭୁବନେଶ୍ବର : ମାଛ ଉତ୍ପାଦନରେ ଓଡ଼ିଶା ଦେଶରେ ୪ର୍ଥ ସ୍ଥାନରେ ରହିଛି।
- ଦେଶର ଶ୍ରେଷ୍ଠ ୧୦ଟି ବିଦ୍ୟାଳୟ (ସରକାରୀ ଡେ ସ୍କୁଲ୍) ତାଲିକାରେ ସ୍ଥାନ ପାଇଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅଧୀନ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ଓଡ଼ିଶାର ଏକମାତ୍ର ବିଦ୍ୟାଳୟ ଭାବେ ଏହି ଅନୁଷ୍ଠାନକୁ ସ୍ଥାନ ମିଳିବାପରେ ସାରା ଗଞ୍ଜାମ ଜିଲ୍ଲାରେ ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି।
- ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ କିଭଳି ଦ୍ବିଗୁଣିତ ହୋଇ ପାରିବ ଏଥିପାଇଁ ସମାଜର ସବୁ ବର୍ଗର ସହଭାଗିତା ଜରୁରୀ। ସମନ୍ବିତ କୃଷି ପଦ୍ଧତି ଓ ନିରନ୍ତର ଜୀବିକା ବିକାଶ ମାଧ୍ୟମରେ ଚାଷୀଙ୍କ ଦ୍ବିଗୁଣିତ ଆୟ ଶୀର୍ଷକ ଆଲୋଚନାରେ ଏହି ମତ ଦେଇଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା।
- ବିଶ୍ବକପ୍ ଉପବିଜେତା ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ର ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ଘରୋଇ ଭାରତ ୩-୦ରେ ଜିତିଛି। ରବିବାର ଇଡେନ୍ ଗାର୍ଡେନ୍ସରେ ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୭୩ ରନ୍ରେ ଭାରତ ପରାସ୍ତ କରିଛି।
- ଲଦାଖର ହାନଲେ ଉପତ୍ୟକାରେ ଭାରତୀୟ ସେନା ୭୬ଉଚ୍ଚର ତ୍ରିରଙ୍ଗା ପତାକା ଉଡାଇଛି। ସମୁଦ୍ର ପତନ ଠାରୁ ୧୫ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଏହି ପାର୍ବତ୍ୟ ଉପତ୍ୟକାରେ ରବିବାର ସେନା ପକ୍ଷରୁ ଏହି ବିରାଟକାୟ ତ୍ରିରଙ୍ଗା ପତାକା ଉଡାଯାଇଛି।
- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ବିଧିବଦ୍ଧ ଭାବେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ପରିବହନକାରୀ ଯୁଦ୍ଧ ଜାହାଜ ଆଇଏନଏସ୍ ବିଶାଖାପାଟଣାକୁ ନୌସେନାରେ ସାମିଲ କରିଛନ୍ତି। ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ଏହି ଯୁଦ୍ଧଜାହାଜ ଆତ୍ମନିର୍ଭରତାକୁ ପ୍ରତିପାଦିତ କରିଛି ବୋଲି ରାଜନାଥ କହିଛନ୍ତି।
- ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୱାଇଡ ୨୦୨୧ରେ ପ୍ରଥମ ରନର୍ସ ଅପ୍ ଏବଂ ମିସେସ୍ ମ୍ୟାଗ୍ନିଫିସେଣ୍ଟ ୨୦୨୧ର ଟାଇଟେଲ ହାସଲ କରି ନିଜର ସ୍ୱପ୍ନ ପୂରଣ କରିଛନ୍ତି ସାଇପ୍ରସନ୍ନା ବେହେରା।
- କଳିଙ୍ଗ ଷ୍ଟାଡ଼ିୟମରେ ବୁଧବାରଠାରୁ ଖେଳାଯିବାକୁ ଥିବା କନିଷ୍ଠ ପୁରୁଷ ହକି ବିଶ୍ବକପ ଲାଗି ଭୁବନେଶ୍ବରରେ ଏବେ ସୁଦ୍ଧା ୧୨ଟି ଦଳ ପହଞ୍ଚି ସାରିଲେଣି। ଶନିବାର ୩ଟି ଦଳ ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି।
- କୃଷକମାନେ ଚଳାଇଥିବା ବିକ୍ଷୋଭ ସମାବେଶ ସମୟରେ ପ୍ରାୟ ୭୫୦ କୃଷକଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି । ସେମାନଙ୍କର ପରିବାର ବର୍ଗଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି ।
- ଆହୁରି ୮ ମାସ ପାଇଁ ହିତାଧିକାରୀଙ୍କୁ ମାଗଣା ଚାଉଳ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
- ତିନି କୃଷି ଆଇନ ପ୍ରତ୍ୟାହାର ନେଇ ୨୪ରେ ଲାଗିପାରେ କ୍ୟାବିନେଟ୍ ମୋହର । ଆନ୍ଦୋଳନ ପ୍ରତ୍ୟାହାର ନେଇ ୨୭ରେ ନିଷ୍ପତି ନେବେ ଚାଷୀ ସଂଗଠନ ।
- କୋଟିଆ ପରେ ଏବେ ଦେଓମାଳି; ବଣଭୋଜି ବାହାନା, ଓଡ଼ିଶାରେ ପଶିଲେ ଆନ୍ଧ୍ରର ୬ ଆଇଏଏସ୍ଙ୍କ ସମେତ ୫୭ ଅଧିକାରୀ ।
- ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ଆଠଗଡ଼ ବ୍ଲକର କୁଲାଇଲୋ ଠାରେ ନବନିର୍ମିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରବିବାର ଉଦ୍ଘାଟିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ନବୋଦୟ ବିଦ୍ୟାଳୟ ଢ଼ାଞ୍ଚାରେ ଆଠଗଡ଼ର ଏହି ଆଦର୍ଶ ବିଦ୍ୟାଳୟର ନିର୍ମାଣ ଦାୟିତ୍ୱ ଟାଟା କମ୍ପାନୀ ନେଇଥିଲେ ।
- କୃଷି ଆଇନ ପ୍ରତ୍ୟାହାର ଦାବି ପୂରଣ ପରେ କୃଷକ ସଂଗଠନଗୁଡିକ ସରକାରଙ୍କ ନିକଟରେ ଆଉ କେତେକ ନୂଆ ଦାବି ଉପସ୍ଥାପନ କରିଛନ୍ତି। ରବିବାର ଆନ୍ଦୋଳନକାରୀ କୃଷକ ସଂଗଠନଗୁଡିକ ପକ୍ଷରୁ ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସକେଏମ୍) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ୬ଟି ଦାବି ଉପସ୍ଥାପନ ପୂର୍ବକ ଚିଠି ଲେଖିଛି।
- ବୈଜ୍ଞାନିକଙ୍କ ମତରେ, ହୃଦଘାତ ଆଶଙ୍କା ହ୍ରାସ କରିବା ପାଇଁ ରାତିରେ ୧୦ରୁ ୧୧ଟା ମଧ୍ୟରେ ଶୋଇବା ଶୋଇବା ଉପଯୁକ୍ତ ସମୟ। ସେମାନଙ୍କ କହିବାନୁସାରେ, ମଣିଷର ଶୋଇବା ସମୟ ଓ ହୃଦୟ ରୋଗ ମଧ୍ୟରେ ଏକ ସମ୍ପର୍କ ରହିଛି ।
|
629 |
Y |
|
2667 |
22-11-2021 |
English |
- India recorded 8,488 new coronavirus infections, the lowest in 538 days, taking the country's total tally of COVID-19 cases to 3,45,18,901, while the active cases declined to 1,18,443, according to the Union Health Ministry data updated on Monday.
- Odisha logged one more Covid-19 death7 in the last 24 hours, confirmed the Health & Family Welfare Department on Monday.
- Union Cabinet is likely to take up the withdrawal of the three Farm Laws for approval offically on 24 Nov.
- Union Education Minister Dharmendra Pradhan inaugurated the state-of-the-art Centre for Nanotechnology (CNT) and Centre for Indian Knowledge System (CIKS) at IIT Guwahati on 21 Nov.
- Home Minister Amit Shah to lay Foundation Stone of Rani Gaidinliu Tribal Freedom Fighters Museum in Manipur today
- All Delhi schools are to remain shut until further notice due to city's high air pollution levels, the Directorate of Education ordered.,
- Kerala Chief Minister Pinarayi Vijayan on Sunday expressed thanks to Union Transport Minister Nitin Gadkari for sanctioning the six-laning work of National Highway-66 from Kodungallur in Thrissur to Edappally in Ernakulam, which is expected to cost Rs 3,465.82 crore.
- Rajasthan cabinet reshuffled; 15 ministers inducted in the new cabinet. Governor Kalraj Mishra administered the oath of office and secrecy to 11 MLAs as cabinet ministers and four MLAs as ministers of state in a ceremony held at Raj Bhavan.
- Telegan Chief Minister K. Chandrashekar Rao announced Rs 3 lakh ex gratia each to the family members of north Indian farmers, who died during the agitation against the Centre’s contentious farm laws.
- Indian Panorama Section opens at IFFI in Goa; I&B Minister calls upon international filmmakers to come and shoot in India.
- Delhi Sikh Gurdwara Management Committee (DSGMC) wrote a letter to the President of India, Ram Nath Kovind, appealing that the Padma Shri awarded to Bollywood actress Kangana Ranaut be withdrawn.
- China has already integrated theatre commands with mixed element brigades and is now helping Pakistan to also reform its warfighting systems with theatre commands.
- INS Visakhapatnam was commissioned by Defence Minister Rajnath Singh at the Naval Dockyard in Mumbai on 21 Nov. It is the first stealth-guided missile destroyer ship of Project 15B and a crucial step for the Navy to demonstrate its indigenous capability to build complex combat platforms.
- Pakistan's PM Imran Khan on Saturday said that his government will support Chinese businesses in Pakistan on a priority basis. Khan also directed the authorities to immediately resolve the issues related to road connectivity and provision of utilities being faced by investors from China. Khan made the remarks during his meeting with a Chinese business delegation.
- Air Marshal Dilip Kumar Patnaik from Odisha received Ati Vishisht Seva Medal Medal in 2020 from President Ram Nath Kovind during a programme at Rashtrapati Bhavan in New Delhi.
- At a time when the dispute between Odisha and Andhra Pradesh over Kotia panchayat in Koraput district is far from getting resolved, visit of more than 50 officials of the neighbouring state to Deomali area.
- Odisha achieved another milestone when the state received yet another prestigious national level fisheries award on the occasion of ‘World Fisheries Day’ 2021.
- Odisha Chief Minister Naveen Patnaik today wrote to Prime Minister Narendra Modi urging the latter for additional allocation of rice at least for the next 8 months under Pradhan Mantri Garib Kalyan Anna Yojana (PMGKAY)
- Without having ice skating rink or proper infrastructure, Odisha team has managed to debut at National Ice Skating Camp for the upcoming National Ice Skating Championship, to be held in Haryana.
- Union Health Minister Mansukh Mandaviya will chair a review meeting on Monday with Manipur, Meghalaya, Nagaland and Puducherry to discuss the progress of COVID-19 vaccination in these states.
|
647 |
Y |
|
2668 |
21-11-2021 |
English |
- Rashtriya Swayamsevak Sangh (RSS) affiliate organisation Swadeshi Jagran Manch (SJM) has welcomed the Centre's decision of repealing the three farm laws.
- Union Home Minister Amit Shah, Director Generals of Police of all states and union territories, central police organisations and 350 other senior police officers attended the second day of the three-day conference.The prime minister sat through the deliberations in the entire session on Saturday, an official said.
- Tamil Nadu Chief Minister MK Stalin today said he wishes to see MS Dhoni play for Chennai Super Kings (CSK) for more seasons.
- Punjab Chief Minister Charanjit Singh Channi on Saturday asked farmers to be cautious till the Centre's farm laws are repealed, saying Prime Minister Narendra Modi has just made an announcement on it.
- The Telangana government on Saturday announced ₹ 3 lakh as compensation each to the families of the 750 farmers who died while protesting against the Centre's farm laws at Delhi borders.
- Maharashtra minister Nawab Malik has consistently accused the anti-drugs agency, particularly its zonal director Sameer Wankhede, of foisting false charges against Aryan Khan and others in the drugs-on-cruise case. In his latest blow, Mr Malik used pointers from the high court's order to target the agency's probe.
- Five Sachin Pilot loyalists will be among the 30 ministers in Rajasthan Chief Minister Ashok Gehlot's refreshed cabinet, it was revealed Saturday night. Mr Gehlot's new-look cabinet will also have 15 new faces, four of whom will be junior ministers.
- Senior BJP leader Tathagata Roy, who has been lashing out at the party's West Bengal leadership since the assembly poll debacle, on Saturday said he has decided to bid "farewell" to the state unit of the saffron camp for the time being.
- Indore was adjudged India's 'cleanest city' for the fifth time in a row and Noida emerged as the country's "cleanest medium city" in the Central government's annual cleanliness survey, the results of which were announced.
- Iraq said Saturday it has received 1.2 million doses of Pfizer-BioNTech's COVID-19 vaccine through the Covax sharing scheme, amid fears of a fourth wave in the country.
- The Odisha government on Saturday allowed all jatras, open-air theatres and other cultural platforms to perform as the cases of Covid have declined in the state.
- The government has kicked off its asset monetisation programme by inviting bids to sell six assets of Bharat Sanchar Nigam Ltd (BSNL) and Mahanagar Telephone Nigam Ltd (MTNL) through its new asset monetisation portal at a reserve price of around Rs 1,100 crore.
- Under the existing notified investment pattern, the EPFO invests between 45-50 per cent of its incremental deposits in government securities, 35-45 per cent in debt instruments, between 5-15 per cent in equities and up to 5 per cent in short-term debt instruments. EPFO’s monthly deposits range between Rs 15,000 crore and Rs 16,000 crore. The annual figure is around Rs 1.8 lakh crore to Rs 1.9 lakh crore.
- Only 15.3 per cent school students in Jharkhand used online mediums of education at home in 2021, a year when in-person classes remained suspended owing to the Covid-19 pandemic,
- Chief Minister Naveen Patnaik today sanctioned Rs 500 crore for repair and development of roads and drains in urban areas across the state. Roads, footpaths and drains that have bene damaged in rural areas due to heavy rain
- The results of Plus II Offline Examination-2021 conducted by the Council of Higher Secondary Education (CHSE) were announced today.Total pass percentage of students stood at 68.66 as 8460 students cleared the examination.
- Union Minister Jitendra Singh, who is In-charge of the Department of Pensions, today clarified and reiterated that joint bank account is not mandatory for spouse pension.
- Odisha team has managed to debut at National Ice Skating Camp for the upcoming National Ice Skating Championship, to be held in Haryana. The national camp will be held at ISKATE, Gurugram from 22nd-26th November, informed Odisha Ice Skating Association (OISA) Secretary Partha Sarathi Jena.
- Berhampur Municipal Corporation bagged Swachh Survekshan 2021 Award for Innovation and Best Practices in a function held at New Delhi on November 20.
- A man from Bhubaneswar has lost Rs 2 lakh after calling a customer care desk on Saturday. Cyber fraudsters have duped the amount after he dialed a fake site hosted in the name of SBI.
|
607 |
Y |
|
2669 |
21-11-2021 |
Odia |
- କୋଭିଡ-୧୯ ବିରୋଧରେ ଆମେରିକାର ମହାମୁକାବିଲା । ସମ୍ପୂର୍ଣ୍ଣ ଡୋଜ ନେଇସାରିଥିବା ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକ ଏବେ ନେଇପାରିବେ ବୁଷ୍ଟର ଡୋଜ ।.
- ୟୁରୋପରେ ଆହୁରି ଖରାପ ସ୍ଥିତି ସୃଷ୍ଟି କଲା କରୋନା । ଆସନ୍ତା ସୋମବାରରୁ ଅଷ୍ଟ୍ରିଆରେ ଦେଶବ୍ୟାପୀ ଜାରି ହେବ ଲକଡାଉନ ।
- ଉପରାଷ୍ଟ୍ରପତି କମଲା ହାରିଶଙ୍କୁ କ୍ଷମତା ହସ୍ତାନ୍ତର କରିବେ ଜୋ ବାଇଡେନ୍ । ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଏପରି କରିବେ ବୋଲି ହ୍ବାଇଟ ହାଇସ ପକ୍ଷରୁ କୁହାଯାଇଛି । କମଲା ହାରିସଙ୍କୁ ରାଷ୍ଟ୍ରପତି ପଦ ହସ୍ତାନ୍ତର କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଶୁକ୍ରବାର ବାଇଡେନ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଓ୍ବାସିଂଟନ ଉପକଣ୍ଠରେ ଥିବା ଏକ ହସ୍ପିଟାଲକୁ ଯାଇଥିଲେ ।
- ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ ମାମଲାରେ ବେଲ୍ ଅର୍ଡରର ସବିଶେଷ ନକଲ ପ୍ରକାଶ ପାଇଛି । ବମ୍ୱେ ହାଇକୋର୍ଟଙ୍କ ପକ୍ଷରୁ ପ୍ରଦାନ ଜାମିନ ଆଦେଶରେ, ଆର୍ଯ୍ୟନ ଡ୍ରଗ୍ସ ସମ୍ପର୍କିତ କୌଣସି ବେଆଇନ କାର୍ଯ୍ୟ କରିବା ନେଇ ଏକଜୁଟ୍ ହୋଇଥିବା ପ୍ରମାଣ ନଥିବା କହିଛନ୍ତି । ଆର୍ଯ୍ୟନ ଖାନ, ଅରବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସ୍ ଆପ୍ ଚାଟ୍ରେ କୌଣସି ପ୍ରକାର ଆପତ୍ତଜନିକ ବିଷୟ ନଥିବା କହିଛନ୍ତି କୋର୍ଟ।
- ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରାଯିବ ନାହିଁ ବୋଲି ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲ କହିଛନ୍ତି । ତିନି କୃଷି ଆଇନକୁ ନେଇ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଅକାଳୀ ଦଳର ଏକମାତ୍ର ମନ୍ତ୍ରୀ ହରସିମରତ କୌର ବାଦଲଙ୍କୁ ଦଳ ପ୍ରତ୍ୟାହାର କରି ନେଇଥିଲା ।
- 5T ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ୟକ୍ରମର ପଞ୍ଚମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୪୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ଜଗତସିଂହପୁରର ୧୪ଟି ସ୍କୁଲ, ଦେବଗଡ଼ର ୩୨ଟି, ପୁରୀର ୪୮ଟି, ବଲାଙ୍ଗିରର ୨୪ଟି ଓ କେନ୍ଦ୍ରାପଡ଼ାର ୩୦ଟି ସ୍କୁଲ ସାମିଲ୍ ହୋଇଛି । ଆଜି ସୁଦ୍ଧା ୮୩୮ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ।
- ଗୁଗଲରେ କଷ୍ଟମର କେୟାର ନମ୍ବର ସର୍ଚ୍ଚ କରିବା ଜଣେ ଗ୍ରାହକଙ୍କୁ ମହଙ୍ଗା ପଡ଼ିଛି । ଗୁଗଲ୍ ସର୍ଚ୍ଚରୁ ମିଳିଥିବା ନମ୍ବରରେ କଲ୍ କରିବା ପରେ ଜଣେ ବ୍ୟକ୍ତି ୨ ଲକ୍ଷରୁ ଅଧିକ ଟଙ୍କାର ଠକେଇର ଶିକାର ହୋଇଛନ୍ତି । ଏନେଇ ଖଣ୍ଡଗିରି ଥାନା ଓ ସାଇବର କ୍ରାଇମ୍ ହେଲ୍ପ ଡେସ୍କରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ବ୍ୟକ୍ତି ।
- କୋଭିଡ୍ କଟକଣା ମଧ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାମାନେ ମଧ୍ୟ ଅଫଲାଇନ୍ କ୍ଲାସ କରିବାରେ ବର୍ତ୍ତମାନ ସ୍ଥିତିରେ କୌଣସି ଅସୁବିଧା ନଥିବା କହି ରାଜ୍ୟ ସରକାରଙ୍କୁ ଏଦିଗରେ ନିଷ୍ପତି ନେବାକୁ ଚିଠି ଳେଖିଛି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ।
- ଚଳିତ ବର୍ଷ ଅଫଲାଇନ୍ ପରୀକ୍ଷାରେ ୬୮.୬୬ ପ୍ରତିଶତ ପାସ୍ ହାର ରହିଛି । ମୋଟ୍ ୮ ହଜାର ୪୬୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । କଳାରେ ମୋଟ୍ ପାସ୍ ହାର ୭୦,୭୨, ବାଣିଜ୍ୟରେ ୬୮.୬୧, ବିଜ୍ଞାନରେ ୬୪.୩୯ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫୧.୫୯ ପ୍ରତିଶତ ରହିଛି । କଳାରେ ଛାତ୍ରୀଙ୍କ ପାସ୍ ହାର ଛାତ୍ରଙ୍କ ତୁଳନାରେ ସର୍ବାଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ୬୮.୫୨ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୬୨.୯୦ ପ୍ରତିଶତ ରହିଛି । ବିଜ୍ଞାନରେ ଛାତ୍ରୀଙ୍କ ପାସ୍ ହାର ୬୭.୭୩ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୬୨.୪୪ ପ୍ରତିଶତ।
- ସମସ୍ତ କରୋନା କଟକଣା ଯଥା ସାମାଜିକ ଦୂରତା, ସାନିଟାଇଜ୍ କରିବା ,ମାସ୍କ ପିନ୍ଧିବା, ଅଳ୍ପ କିଛି ଲୋକଙ୍କୁ ନେଇ କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ଦିଆଯାଇଛି । ସୁଚନା ଅନୁସାରେ କରୋନା ଭୁତାଣୁ ର ସଂକ୍ରମଣ କାରଣରୁ ଅନେକ ଦିନରୁ ବନ୍ଦ ଥିଲା ଯାତ୍ରା ,ଡ଼୍ରାମା ଭଳି କାର୍ଯ୍ୟକ୍ରମ ।
- “ଅପରେସନ ଗ୍ରୀନ୍ କ୍ଲିନ୍” ରେ ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ କାରବାର ବଢିଚାଲୁଥିବା ବେଳେ ବିଭିନ୍ନ ଯାଗାରେ ମାଫିଆମାନେ ଆଦିବାସୀଙ୍କୁ ହାତ କରି କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ କରୁଥିବା ବେଳେ ଏହାକୁ ନଷ୍ଟ କରିବାରେ ଲାଗିଛି ଅବକାରୀ ବିଭାଗ ।
- ଗତ କିଛି ଦିନ ପୂର୍ବରୁ ସଞ୍ଜୀବ ସାହୁ ବିଜେଡ଼ି ଛାଡି ଥିବା ବେଳେ ଆଜି ବିଦ୍ଧିବଦ୍ଧ ଭାବରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।
- ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ପୁରୁଷ କ୍ରିକେଟ୍ କମିଟିର ସଭାପତି କରାଯାଇଛି। ସେ ଅନିଲ କୁମ୍ବଲେଙ୍କ ସ୍ଥାନ ନେବେ।
- ମହାସାଗରରୁ ବି ଚୀନ ପକ୍ଷରୁ ବିପଦର ଆଶଙ୍କା କରୁଛି ଭାରତ । ଏହାକୁ ଦୃଷ୍ଟିରେ ରଖି ଦ୍ରୁତ ଗତିରେ ଭାରତୀୟ ନୌସେନାର ଆଧୁନିକୀକରଣ ଚାଲିଛି ।
- ବାର୍ଷିକ ପରିଚ୍ଛନ୍ନତା ସର୍ବେକ୍ଷଣରେ ପୁଣି ଥରେ ମଧ୍ୟପ୍ରଦେଶର ଇନ୍ଦୋର ଭାରତର ସବୁଠୁ ପରିଚ୍ଛନ୍ନ ସହର ମାନ୍ୟତା ପାଇଛି। କ୍ରମାଗତ ୫ମ ଥର ପାଇଁ ଆଜି କେନ୍ଦ୍ର ସରକାର ଇନ୍ଦୋରକୁ ଭାରତର ପରିଚ୍ଛନ୍ନତମ ସହର ବୋଲି ଘୋଷଣା କରିଛନ୍ତି।
- ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ଡ଼ିଜିଟାଲ କରେନ୍ସି । ଏଥିପାଇଁ ବ୍ୟାଙ୍କ କାର୍ଯ୍ୟକୁ ତ୍ୱରିତ କରିଥିବା ଜଣାପଡ଼ିଛି । ଏଥିପାଇଁ RBI ଏକ ପ୍ଲାନ ପ୍ରସ୍ତୁତ କରିଥିବା ଏକ ରିପୋର୍ଟରୁ ଜଣା ପଡ଼ିଛି ।
- ବ୍ରାଜିଲରେ ଜଣେ ପୁରୁଷ ଗୋଟିଏ କିମ୍ବା ଦୁଇଜଣ ନୁହେଁ ବରଂ ୯ ଜଣ ମହିଳାଙ୍କୁ ବିବାହ କରିଛନ୍ତି । ଏହି ବିବାହ ସାଓ ପାଉଲୋ ସହରର କ୍ୟାଥୋଲିକ ଚର୍ଚ୍ଚରେ ଆୟୋଜିତ ହୋଇଥିଲା।
- କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପୁଞ୍ଜି ବଜାରରେ କରିଥିବା ନିବଶେରୁ ଭଲ ଲାଭ ଉଠାଇଛି। ସୂଚନାନୁଯାୟୀ, ଇପିଏଫ୍ ଓ ପୁଞ୍ଜି ବଜାରରେ ୧୨୩ ଲକ୍ଷ କୋଟି ଟଙ୍କା ନିବେଶ କରିଛି। ଏହି ନିବେଶରୁ ଇପିଏଫ ଓ ବାର୍ଷିକ ହାରରେ ୧୪୬ ପ୍ରତିଶତ ରିଟର୍ଣ୍ଣ ମିଳିଛି। ଏହାଦ୍ଵାରା ଦେଶରେ ରହିଥିବା ଇପିଏଫଓର ୬ କୋଟି ସଦସ୍ୟ ଲାଭବାନ ହେବେ ।
- ଲଣ୍ଡନ ସ୍ଥିତ ଓଡିଆ ବୈଷୟିକ ଉଦ୍ୟୋଗୀ ଅରୁଣ କର ଙ୍କ ବହୁ-ରାଷ୍ଟ୍ରୀୟ ଡିଜିଟାଲ ଇନୋଭେସନ୍ କମ୍ପାନୀ ‘ଏକ୍ସପର୍ଟନେଷ୍ଟ’ କୁ ଆନ୍ତର୍ଜାତୀୟ ପତ୍ରିକା-ଏସିୟା ୱାନ ଏବଂ ୟୁନାଇଟେଡ ରିସର୍ଚ ସର୍ଭିସେସ୍(ୟୁଆରଏସ୍) ଙ୍କ ଦ୍ୱାରା ଆୟୋଜିତ ହୋଇଥିବା ‘ଗ୍ଲୋବାଲ୍ ଇଣ୍ଡିଆନ୍ ଅଫ୍ ଦି ଇୟର ଆୱାର୍ଡ ୨୦୨୦-୨୧’ରେ ସମ୍ମାନୀତ କରାଯାଇ ସିଏନ୍ବିସି ରେ ପ୍ରଦର୍ଶିିତ କରାଯାଇଥିଲା।
- ୨୦୧୯ ଲୋକସଭା ନିର୍ବାଚନ ସମୟରେ ବିଜେପି-ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ମିଥ୍ୟା ଖବର ପ୍ରଚାରପ୍ରସାର କରିଥିଲେ ବୋଲି କୁହାଯାଇଛି। ନିର୍ବାଚନ ସମୟରେ ‘ସଂଖ୍ୟାଲଘୁ ବିରୋଧୀ’ ଏବଂ ‘ମୁସଲମାନ ବିରୋଧୀ’ ମନ୍ତବ୍ୟ ଦିଆଯାଇଥିଲା। ୨୦୨୦ର ଏକ ରିପୋର୍ଟରେ ଏହା ଲୋକଙ୍କ ସମ୍ମୁଖକୁ ଅଣାଯାଇଛି।ଏବେ ଫେସବୁକ ଗତ ଦୁଇ ବର୍ଷର ମଲ୍ଟିପୁଲ ଇଣ୍ଟରନାଲ ରିପୋର୍ଟସରେ କିଛି ଚକିତ କଲାଭଳି ଖୁଲାସା କରିଛି।
|
573 |
Y |
|
2670 |
20-11-2021 |
Odia |
- ଭାରତ ତଥା ସମଗ୍ର ବିଶ୍ୱରେ ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ନେଇ ସାମାଜିକ ସଂଗଠନ ‘ପ୍ରଥମ’ କାମ କରେ। ବର୍ଷ ବର୍ଷ ଧରି ଏକାଧିକ ପିଲାଙ୍କ ଭବିଷ୍ୟତ ଉଜ୍ବଳ କରିଥିବା ଏହି ସଂଗଠନକୁ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାରରେ ପୁରସ୍କୃତ କରାଯାଇଛି।
- ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ କୋଭିଡ ଟିକାର ଗୋଟିଏ ଡୋଜ ଦିଆଯିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ନଭେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥିବା ହର ଘର ଦସ୍ତକ ଅଭିଯାନ ଆଦାରରେ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା ଦିଆଯିବ ।
- ଆସନ୍ତା ମାସରେ ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବିଶ୍ୱ ସ୍ତରରେ ରଣନୈତିକ ସ୍ଥିରତା ଉପରେ ପ୍ରଭାବ ପକାଉଥିବା ନୂତନ ଆହ୍ୱାନ୍ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ସମ୍ନାସାମ୍ନି ଦ୍ୱିପାକ୍ଷିକ ବୈଠକ ପାଇଁ ଆୟୋଜନ କରିବେ ଏବଂ ତା’ପରେ ଡିସେମ୍ବର ୬ ରେ ତାଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ରାତ୍ରୀ ଭୋଜନ କରିବେ।
- ଭାରତର ସବୁଠାରୁ ଲୋକପ୍ରିୟ ପାସୱାର୍ଡ ଆଜି ମଧ୍ୟ ‘Password’ ଶବ୍ଦ ଅଟେ। କେବଳ ଭାରତରେ ନୁହେଁ, ବରଂ ବିଶ୍ବବ୍ୟାପୀ ଲୋକପ୍ରିୟତା ଅର୍ଜନ କରିଛି। ଅଧିକାଂଶ ଭାରତୀୟ ନିଜର ନାମ ଓ ଭଲ ପାଉଥିବା ଶବ୍ଦକୁ ପାସ୍ୱାର୍ଡସ ଭାବେ ବ୍ୟବହାର କରିଥାନ୍ତି। ଭାରତରେ ସାଧାରଣ ପାସୱାର୍ଡସ ଅଧିକାଂଶ iloveyou, Krishna, Sairam ଏବଂ omsairam ଭଳି ଶବ୍ଦକୁ ବ୍ୟବହାର କରାଯାଉଛି।
- ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ କହିଛନ୍ତି, ଓ୍ବାଇଏସଆର କଂଗ୍ରେସ ଦଳର ସଦସ୍ୟ ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଅପମାନିତ କରିଛନ୍ତି। ଏହି କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଘଟଣା ପରେ ସେ ଏହି ସଭାରେ ଯୋଗଦେବେ ନାହିଁ। ପୁଣିଥରେ ମୁଖ୍ୟମନ୍ତ୍ରୀ ହେଲେ ଗୃହକୁ ଫେରିବେ।
- ଉତ୍ତରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି। ଆଜି ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀ ବୁନ୍ଦେଲଖଣ୍ଡର ମହୋବାରେ ପହଞ୍ଚିଛନ୍ତି। ଏହା ପରେ ସେ ଝାନ୍ସିକୁ ଯାଇ ‘ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’ରେ ଭାଗ ନେବେ।
- ସିଙ୍ଗାପୁରରେ ଆୟୋଜିତ ‘ବ୍ଲୁମ୍ବର୍ଗ ନିୟୁ ଇକୋନୋମିକ୍ ଫୋରମ୍’ରେ ‘ଗ୍ରେଟର୍ ପାୱାର୍ କମ୍ପିଟିସନ୍: ଦି ଏମର୍ଜିଙ୍ଗ୍ ୱାର୍ଲଡ୍ ଅର୍ଡର୍’ ପାନେଲ୍ରେ ଏକ ପ୍ରଶ୍ନର ଉତ୍ତର ଦେଇ ଜୟଶଙ୍କର କହିଲେ, ଆମ ସମ୍ପର୍କର କେଉଁ ସ୍ଥାନରେ ଆମେ ଉପସ୍ଥିତ ହୋଇଛୁ ଏବଂ ଏଥିରେ କ’ଣ ତ୍ରୁଟି ହୋଇଛି ଚୀନ୍ର ସନ୍ଦେହ ଥିବ ବୋଲି ମୋର ମନେହୁଏ ନାହିଁ। ଅନେକ ଥର ମୁଁ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ୟିଙ୍କୁ ଭେଟିଛି।
- ଓଡ଼ିଶାର ଏକମାତ୍ର ଥାନା ଭାବେ ଗାଙ୍ଗପୁର ଥାନା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଧାର୍ଯ୍ୟ କରିଥିବା ସମସ୍ତ ମାନଦଣ୍ଡ ପୂରଣ କରି ଦେଶର ଶ୍ରେଷ୍ଠ ଦ୍ବିତୀୟ ଥାନା ଭାବେ ଘୋଷାଣା ହେବା ପରେ ଆଜି ଥାନା ଧିରେଶ କୁମାର ଦାସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଠାରୁ ଟ୍ରଫି ଓ ମାନପତ୍ର ଗ୍ରହଣ କରିଛନ୍ତି।
- ସୋନୀ ଟିଭିର ଚର୍ଚିତ ରିଏଲଟି ସୋ’ ‘ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟ’ରେ ମାଲକାନଗିରି ଜିଲ୍ଲାର ୧୨ ଜଣ ବଣ୍ଡା, କୋୟା, ପରଜା, କନ୍ଧ ଆଦିବାସୀ ସଂପ୍ରଦାୟର ଛାତ୍ରଛାତ୍ରୀମାନେ ଭାଗ ନେବାକୁ ମୁମ୍ବାଇ ଯାତ୍ରା କରିଛନ୍ତି। ଆସନ୍ତା ୨୪ ତାରିଖରେ ଏହି ଛାତ୍ରଛାତ୍ରୀ ନିଜର କଳା ପ୍ରଦର୍ଶନ କରିବେ।
- ବିହାର ମଗଧ ବିଶ୍ୱବିଦ୍ୟାଳୟ କୁଳପତି ଡ.ରାଜେନ୍ଦ୍ର ପ୍ରସାଦଙ୍କ ଘରେ ଏସଭିୟୁ ରେଡ କରିଛି। ଏସଭିୟୁ ଅନୁଯାୟୀ ଗୋରଖପୁର ସ୍ଥିତ ଘରୁ ବୁଧବାର ରାତିରେ ରେଡ କରି ୨୫ ଲକ୍ଷ ଟଙ୍କା ଜବତ ହେବାପରେ ଏବେ ଯାଏଁ ନଗଦ ୯୫ ଲକ୍ଷ ଟଙ୍କା ଜବତ ହୋଇସାରିଲାଣି। ଏହା ପୂର୍ବରୁ ସେଠାରୁ ୭୦ ଲକ୍ଷ ଟଙ୍କା ଜବତ ହୋଇଥିଲା। ଟଙ୍କା ଛଡା ୫ ଲକ୍ଷ ମୂଲ୍ୟର ବିଦେଶୀ ମୁଦ୍ରା ମଧ୍ୟ ଜବତ ହୋଇଛି।
- ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଏବଂ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରିହର ହୋତାଙ୍କ ଉପସ୍ଥିତିରେ ଉଭୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି।
- ରାକେଶ ଟିକାୟତ କହିଛନ୍ତି ସଂଘ ସେହିଦିନକୁ ଅପେକ୍ଷା କରିଛି, ଯେଉଁଦିନ ସରକାର ସଂସଦରେ ୩ ଟି କୃଷି ଆଇନକୁ ନିରସ୍ତ୍ର କରିବେ। ସେ କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟତୀତ କୃଷକଙ୍କ ସହ ଜଡ଼ିତ ଅନ୍ୟାନ୍ୟ ସମସ୍ୟା ସଂପର୍କରେ ସରକାର କୃଷକ ସଂଘ ସହ ଆଲୋଚନା କରିବା ଆବଶ୍ୟକ।
- ଦେଶରେ ଏକକ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ) ଲାଗୁ ବହୁ ବିଳମ୍ବିତ ହୋଇଥିôବାବେଳେ ଭାରତୀୟ ସମ୍ବିଧାନର ଧାରା ୪୪ ଅନୁଯାୟୀ ଦେଶରେ ଏକକ ନାଗରିକ ସଂହିତା ପ୍ରଚଳନ ପାଇଁ ଏକ ମଣ୍ଡଳୀ ଗଠନ ସମ୍ପର୍କରେ ବିଚାର କରିବାକୁ ଆଲ୍ଲାହାବାଦ ହାଇକୋଣର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
- ଅଷ୍ଟ୍ରିଆରେ ପୁଣି ଫେରିଲା କରୋନା କୋପ। ଏହି ୟୁରୋପୀୟ ରାଷ୍ଟ୍ରରେ ସୋମବାର ଠାରୁ ସଂପୂର୍ଣ୍ଣ ତାଲାବନ୍ଦ ଜାରି କରିବାକୁ ଅଷ୍ଟ୍ରିଆ ସରକାର ଘୋଷଣା କରିଛନ୍ତି। ଟିକା ନେଇ ନ ଥିବା ବ୍ୟକ୍ତି ଘରୁ ବାହାରି ପାରିବେନି। ଦେଶବାସୀଙ୍କୁ କରୋନା ଟିକା ନେବାକୁ ବାଧ୍ୟତାମୁଳକ କରିବା ସହ ଫେବୃଆରୀ ସୁଦ୍ଧା
ଟୀକାକରଣ ସମ୍ପୂଣ୍ଣ କରିବାକୁ ଅଷ୍ଟ୍ରିଆ ସରକାରଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
- ଉଗାଣ୍ଡାର କାମ୍ପାଲାରେ ଚାଲିଥିବା ଉଗାଣ୍ଡା ପାରା ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବିଭାଗର ସେମିଫାଇନାଲରେ ପ୍ରମୋଦ ଭଗତ ପ୍ରବେଶ କରିଛନ୍ତି।
- ପୂର୍ବରୁ ଫ୍ରାନ୍ସ ଜାତୀୟ ପତାକାର ରଙ୍ଗ ଲାଲ-ଧଳା ଏବଂ ନୀଳର ସମ୍ମିଶ୍ରଣ ଥିବାବେଳେ ସଂପ୍ରତି ସେଥିରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଥିବା ଉଜ୍ଜ୍ୱଳ ନୀଳ ରଙ୍ଗ ସ୍ଥାନରେ ଗାଢ ନେଭି ବ୍ଲୁ ରଖାଯାଇଛି ।
- ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସଂପୂର୍ଣ୍ଣ ଅନୁଚିତ ଏବଂ ଦେଶ ସ୍ବାର୍ଥରେ ନୁହେଁ ବୋଲି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ କହିଛନ୍ତି। କୃଷି ଆଇନ ଉଚ୍ଛେଦ ଘୋଷଣା ପରେ କଙ୍ଗନା ତୀବ୍ର ଅସନ୍ତୋଷ ପ୍ରକାଶ କରି ଇନଷ୍ଟାଗ୍ରାମରେ ନିଜ ମତ ରଖିଛନ୍ତି।
- ଆରଏସଏସ୍ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ) ସହ ଅନୁବନ୍ଧିତ ବିକେଏସ୍ ( ଭାରତୀୟ କିଷାାନ ସଂଘ) ଆଜି କହିଛି କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର ନେଇ ଯେଉଁ ନିଷ୍ପତ୍ତି ନେଲେ ତାହା ଦ୍ବାରା କୃଷକମାନଙ୍କର କିଛି ଲାଭ ହେବନାହିଁ।
- ସମୀର ୱାଙ୍ଖେଡେଙ୍କ ଉପରେ ଅନେକ ଆରୋପ ଲଗାଇଥିବା ନବାବ ମଲିକ ଏବେ ଦାବି କରିଛନ୍ତି ଯେ, ଏନସିବି ଅଧିକାରୀ ଚାକିରିରେ ଥାଇ ମଧ୍ୟ ବ୍ୟବସାୟ ଚଳାଇ କେନ୍ଦ୍ରୀୟ ନାଗରିକ ସେବା (ଆଚରଣ) ନିୟମକୁ ୧୯୬୪ର ଉଲଂଘନ କରିଛନ୍ତି।
- ଯଦିଓ କ୍ରିପ୍ଟୋକରେନ୍ସିକୁ ଦେଶରେ ଆଇନଗତ ମାନ୍ୟତା ମିଳିନାହିଁ, ତଥାପି ଯୁବପିଢ଼ିଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବଢ଼ିବାରେ ଲାଗିଛି। ଏଥିରୁ ହେଉଥିବା ଆୟ ଉପରେ ଟିକସ ଲଗାଇବା ବିଷୟରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ସେଥିପାଇଁ ଆୟକର ନିୟମରେ ଆବଶ୍ୟକ ସଂଶୋଧନ କରାଯିବ। ଏବିଷୟରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ରେ ଘୋଷଣା ହେବାର ସମ୍ଭାବନା ରହିଛି।
|
804 |
Y |
|