1.ଗୁରୁବାର ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଦେଶ ସମ୍ମୁଖରେ କରୋନା ଏବଂ ସୀମାରେ ଚୀନ ସହିତ ମୁକାବିଲା କରିବାର ଚ୍ୟାଲେଞ୍ଜ ରହିଛି। ନୌସେନା ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି।
2.ଦେଶର ସମସ୍ତ ଥାନା ହାଜତ, ସିବିଆଇ, ଏନ୍ଆଇଏ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ତଦନ୍ତକାରୀ ସଂସ୍ଥା ଜେରା କରିବାବେଳେ ନାଇଟ୍ ଭିଜନଯୁକ୍ତ ସିସିଟିଭି କ୍ୟାମେରା, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ କରିବାକୁ ଆଜି ସୁପ୍ରିମ୍ କୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି।
3.ଏବେ ‘ମହୁ’ର ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ନିଜ ଶରୀର ପାଇଁ ଉପକାରୀ ବୋଲି ସେବନ କରୁଥିବା ଲୋକେ ଅଜାଣତରେ ବିଷ ପାନ କରୁଥିବା ଜଣାପଡ଼ିଛି। ବହୁ ନାମୀ ଦାମୀ କମ୍ପାନୀ ଅପମିଶ୍ରିତ ମହୁ ବିକ୍ରି କରୁଛନ୍ତି। ନକଲି ମହୁରେ ଚାଇନିଜ୍ ସିରପ ସାଙ୍ଗକୁ ଚିନି ମିଶୁଥିବା ନେଇ ପରୀକ୍ଷା ପରେ ଜଣାପଡ଼ିଛି।
4. ବିନା ସବସିଡି ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଛି। ଦୀର୍ଘ ୫ ମାସ ପରେ ଆଇଓସି ଏହି ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। କମ୍ପାନୀ ଶେଷ ଥର ଜୁଲାଇ ମାସରେ ଗ୍ୟାସ୍ ଦର ପରିବର୍ତ୍ତନ କରିଥିଲେ। ଏ
5.ଏମ୍ସ ନିର୍ଦ୍ଦେଶକ ଡଃ. ରଣଦୀପ ଗୁଲେରିଆ ଆଜି କହିଛନ୍ତି ଯେ ଚଳିତ ମାସ ଶେଷ କିମ୍ବା ଜାନୁଆରି ପ୍ରଥମ ଭାଗ ସୁଦ୍ଧା ଟିକା ଆସିଯିବ ବୋଲି ସେ ଆଶା କରୁଛନ୍ତି ।
6.ଏୟାର ଇଣ୍ଡିଆକୁ କିଣିବେ କର୍ମଚାରୀ। କମ୍ପାନିର କର୍ମଚାରୀମାନେ କମ୍ପାନିକୁ ଏଭଳି ସଂକଟରୁ ରକ୍ଷା କରିବାକୁ କମ୍ପାନିର ୫୧ ପ୍ରତିଶତ ଅଂଶଧନ କିଣିବାକୁ ପ୍ରସ୍ତୁତ ହେଉଛନ୍ତି । ଏଭଳି ସ୍ଥଳେ ପ୍ରତି କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କାରୁ କମ୍ ଦେବାକୁ ପଡିବ । ଏହାସହ ବାକି ୪୯ ପ୍ରତିଶତ ଭାଗିଦାରୀ ଅନ୍ୟଜଣଙ୍କ ପାଖରେ ରହିବ (ଯିଏ କି ଆର୍ଥିକ ଭାଗିଦାରୀ ଭାବେ କର୍ମଚାରୀଙ୍କ ସହ ନିଲାମରେ ଭାଗ ନେବେ) ।
7.ଭଗବାନ ଶ୍ରୀକୃଷ୍ଣଙ୍କ ନାମରେ ଉତ୍ତରପ୍ରଦେଶ ସରକାର ହଜାର ହଜାର ସଂଖ୍ୟାରେ ଗଛ କାଟି ପାରିବେ ନାହିଁ। ଗୋଟିଏ ଚାରା ରୋପଣ କରିବା ଏବଂ ଗୋଟିଏ ଶହେ ବର୍ଷର ଗଛ କାଟିବା ସମାନ କଥା ନୁହେଁ। ତେଣୁ ଉତ୍ତରପ୍ରଦେଶ ସରକାର ଭଗବାନ ଶ୍ରୀକୃଷ୍ଣଙ୍କ ନାମରେ ପ୍ରାୟ ୩ ହଜାର ଗଛ କାଟି ପାରିବେନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।
8.ହାତଘଣ୍ଟା ଠାରୁ ଆରମ୍ଭ କରି ଖେଳନା, ସ୍ମାର୍ଟାଫୋନ୍ ଏବଂ ଗାଡ଼ି ଆଦି ସବୁ କିଛିରେ ସୌର ଶକ୍ତିକୁ ବ୍ୟବହାର କରାଯାଇ ପାରିବ। ବିଶ୍ବର ଅନେକ ସ୍ଥାନରେ ଏହାକୁ ନେଇ ପରୀକ୍ଷାନିରୀକ୍ଷା ଚାଲିଛି। ସୌର ଶକ୍ତିକୁ ନେଇ ବିପୁଳ ସମ୍ଭାବନା ରହିଛି ବୋଲି ଅନ୍ତର୍ଜାତୀୟ ସୋଲାର ଆଲାଏନ୍ସ (ଆଇଏସ୍ଏ)ର ମହାନିର୍ଦେଶକ ଉପେନ୍ଦ୍ର ତ୍ରିପାଠୀ କହିଛନ୍ତି।
9.ମିଳିତ ଜାତିସଂଘ ବିଶ୍ବର ବିପଜ୍ଜନକ ନିଶା (ଡ଼୍ରଗ୍) ତାଲିକାରୁ ଗଞ୍ଜେଇକୁ ବାଦ ଦେଇଛି । ନାରକୋଟିକ୍ସ ସଂକ୍ରାନ୍ତ ୧୯୬୧ କନଭେନସନ ତାଲିକାରୁ ଗଞ୍ଜେଇର ପତ୍ର ଓ ଗଞ୍ଜେଇର କଢ଼କୁ ବାଦ ଦେବା ନିମନ୍ତେ ହୋଇଥିବା ଭୋଟ ୨୭-୨୫ ଭୋଟରେ ଗୃହୀତ ହୋଇଛି । ଫଳରେ ଆନ୍ତର୍ଜାତିକସ୍ତରରେ ଗଞ୍ଜେଇ ଆଉ ବିପଜ୍ଜନକ ନିଶା ତାଳିକାରେ ରହିବ ନାହିଁ ବୋଲି ଭିଏନାସ୍ଥିତ ମିଳିତ ଜାତିସଂଘର ଏଜେନ୍ସି ପକ୍ଷରୁ କୁହାଯାଇଛି ।
10.ଏମଡିଏଚ୍ ମସାଲାର ମାଲିକ ଧର୍ମପାଲ ଗୁଲାଟୀଙ୍କର ଗୁରୁବାର ସକାଳେ ଦେହାନ୍ତ ହୋଇଯାଇଛି। ୫ମ ଶ୍ରେଣୀରେ ଅଧାରୁ ପାଠପଢ଼ା ଛାଡ଼ିଥିଲେ। କିନ୍ତୁ ମୃତ୍ୟୁ ବେଳକୁ ବାର୍ଷିକ ୨୧ କୋଟି ଟଙ୍କା ଦରମା ପାଉଥିଲେ।
11.ମାତୃଭାଷାରେ ବୈଷୟିକ ଶିକ୍ଷାଦାନ ପାଇଁ ଯୋଜନା ରୂପରେଖ ପ୍ରସ୍ତୁତ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି। ଟାସ୍କ ଫୋର୍ସ ଶିକ୍ଷାକ୍ଷେତ୍ର ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ସଙ୍ଗଠନଗୁଡ଼ିକ ସହ ଆଲୋଚନା କରି ମାସେ ମଧ୍ୟରେ ରିପୋର୍ଟ ଦାଖଲ କରିବ।
12.ପରୀକ୍ଷାର୍ଥୀ ମାନେ ୨୦୨୦-୨୧ ପରୀକ୍ଷାକୁ ଲିଖିତ ଆକାରରେ ଦେବେ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନଲାଇନ ପରୀକ୍ଷା ପରିବର୍ତ୍ତେ ଲିଖିତ ଆକାରରେ ପରୀକ୍ଷା କରିବାକୁ ସିବିଏସଇ ସଙ୍କେତ ଦେଇଛି ।
13.ଅକସାଇ ଚୀନକୁ ଚୀନର ଅଂଶବିଶେଷ ଭାବେ ଦର୍ଶାଉଥିବା ମାନଚିତ୍ରକୁ ହଟାଇବା ଲାଗି ଭାରତ ସରକାର ୱିକିପିଡିଆକୁ ନିର୍ଦେଶ ଦେଇଛନ୍ତି। ଆମେରିକାସ୍ଥିତ ଅଣଲାଭଦାୟକ ସଂସ୍ଥା ୱିକିପିଡିଆ।
14.ଏମ୍ସ ନିର୍ଦ୍ଦେଶକ ଡଃ. ରଣଦୀପ ଗୁଲେରିଆ ଆଜି କହିଛନ୍ତି ଯେ ଚଳିତ ମାସ ଶେଷ କିମ୍ବା ଜାନୁଆରି ପ୍ରଥମ ଭାଗ ସୁଦ୍ଧା ଟିକା ଆସିଯିବ ବୋଲି ସେ ଆଶା କରୁଛନ୍ତି ।
15.ସାଢ଼େ ସାତ ଘଣ୍ଟା ଆଲୋଚନାରୁ ମିଳିଲାନି ନିଷ୍କର୍ଷ । ଗୁରୁବାର ଦିନ ୧୨ରୁ ଏବେ ଯାଏଁ ଚାଲିଥିବା କୃଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି। ବୈଠକ ସରିଲା କିନ୍ତୁ ସାମଧାନ ସୂତ୍ର ମିଳିଲାନି। ପୁଣିଥରେ ଡିସେମ୍ବର ୫ରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ବୈଠକ ହେବା ନେଇ ସ୍ଥିର ହୋଇଛି।
16.ଗୁଜରାଟର ଦିଗ୍ଗଜ ଦୁଗ୍ଧ ସମବାୟ ସଂସ୍ଥା ‘ଅମୂଲ’ କାରବାରକୁ ଆନ୍ଧ୍ରପ୍ରଦେଶ ସମ୍ପ୍ରସାରଣ କରିଛନ୍ତି। ଗୁଜରାଟ ଭଳି ଆନ୍ଧ୍ରରେ ମଧ୍ୟ ଅମୂଲ ଦୁଗ୍ଧ ଚାଷୀଙ୍କ ଠାରୁ ଖୀର କିଣିବେ।
17.ରଜନୀକାନ୍ତ ସ୍ବଚ୍ଛ ରାଜନୀତିର ଭରସା ଦେଇ କହିଛନ୍ତି ଯେ, ତାଙ୍କ ପାର୍ଟି ୨୦୨୧ରେ ବିଧାନସଭା ନିର୍ବାଚନ ଲଢ଼ିବ ଏବଂ ବିଜୟୀ ହେବ। ଲୋକଙ୍କ ପ୍ରବଳ ସମର୍ଥନ ସହିତ ତାଙ୍କ ଦଳ ନିର୍ବାଚନରେ ବିଜୟୀ ହେବାରେ ସକ୍ଷମ ହେବ ବୋଲି ରଜନୀ କହିଛନ୍ତି।
18.ଆସନ୍ତା ୪ ତାରିଖରୁ ୩ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହେବ। ତେଣୁ ଷ୍ଟାର୍କ ପ୍ରଥମ ମ୍ୟାଚ୍ରୁ ବାଦ୍ ପଡ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଷ୍ଟାର୍କ ପ୍ରଥମ ୨ଟି ଦିନିକିଆରେ ମୋଟ ୧୪୭ରନ୍ ବ୍ୟୟ କରିଥିବାବେଳେ ମାତ୍ର ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ।
19.ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ(ଏମଓସିଏ) ଘରୋଇ କ୍ଷେତ୍ରରେ ବିମାନ ପରିବହନକରୀଙ୍କୁ ଉଡାଣ ସଂଖ୍ୟା ପ୍ରଚଳିତ ୭୦ରୁ ୮୦ ପ୍ରତିଶତକୁ ବୃଦ୍ଧି ଲାଗି ଅନୁମତି ଦେଇଥିବା ଘୋଷଣା କରିଛନ୍ତି।
20.ହରିୟାଣାର ଜିନ୍ଦ ଜିଲ୍ଲାରେ ୪୦ ଖାପ୍ର ମହାପଞ୍ଚାୟତ ଏକ ହୋଇଛନ୍ତି। ମହାପଞ୍ଚାୟତରେ ଖାପ୍ ନିଷ୍ପତ୍ତି ନେଇଛି ଯେ, ସେମାନେ ହରିୟାଣାରେ ଖଟ୍ଟର ସରକାରକୁ ଧରାଶାୟୀ କରିବା ଲାଗି ଅଭିଯାନ ଆରମ୍ଭ କରିବେ। ନିକଟରେ ହରିୟାଣାରେ ବିଜେପିର ସହଯୋଗୀ ଦଳ ଜେଜେପି ମଧ୍ୟ କୃଷକ ଆନ୍ଦୋଳନ ପାଇଁ କେନ୍ଦ୍ରର ନୀତିକୁ ନେଇ ବଡ ପ୍ରଶ୍ନ ସୃଷ୍ଟି କରିଥିଲା।
(ବିଭିନ୍ନ ଗଣମାଧ୍ୟମରୁ ସଂଗୃହିତ)