| # |
Date |
Type |
Current Affairs |
No. Of Views |
Status |
Action |
| 1 |
09-11-2025 |
Odia |
-
1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିସେମ୍ବର ୧ରୁ ଡିସେମ୍ବର ୧୯, ୨୦୨୫ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ପାଇଁ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
-
2.ବିଶ୍ବ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ପକ୍ଷରୁ ପ୍ରକାଶିତ ଆର୍ଥିକ କ୍ଷେତ୍ର ଆକଳନ କାର୍ଯ୍ୟକ୍ରମ (ଏଫ୍ଏସ୍ଏପି) ରିପୋର୍ଟରେ ଏହା କୁହାଯାଇଛି। ୨୦୧୭ ମସିହାରେ କରଯାଇଥିବା ଆକଳନ ତୁଳନାରେ ବର୍ତ୍ତମାନ ଆକଳନରେ ଏହି ଉନ୍ନତି ଆସିଛି।
-
3.ଚନ୍ଦ୍ରୟାନ-୨ର ଅର୍ବିଟର ଚନ୍ଦ୍ରପୃଷ୍ଠର ଉଭୟ ମେରୁ ଅଞ୍ଚଳରୁ କେତେକ ରାଡାର ଫଟୋ ପଠାଇଛି। ୨୦୧୯ରୁ ଅର୍ବିଟର ପ୍ରାୟ ୧୪୦୦ ରାଡାର ଡେଟାସେଟ୍ ପଠାଇଲାଣି। ମିଶନର ଡୁଆଲ୍ ଫ୍ରିକ୍ୟୁଏନ୍ସି ସିନ୍ଥେଟିକ୍ ଆପେର୍ଚର ରାଡାରରୁ ମିଳିଥିବା ଉକ୍ତ ଡେଟାଗୁଡ଼ିକୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଅହମଦାବାଦରେ ଥିବା ସ୍ପେସ୍ ଆପ୍ଲିକେଶନ୍ସ ସେଣ୍ଟର (ଏସ୍ଏସି) ଅନୁଧ୍ୟାନ କରୁଛି।
-
4.ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୪୦୦ ଟପିଛି। ଦିଲ୍ଲୀ ଆଜି ‘ରେଡ୍ ଜୋନ୍’ରେ ପ୍ରବେଶ କରି ଦେଶରେ ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି। ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ)ର ତଥ୍ୟ ଦର୍ଶାଉଛି ଯେ ଦିଲ୍ଲୀର ୨୪ ଘଣ୍ଟାର ହାରାହାରି ଏକ୍ୟୁଆଇ ଅପରାହ୍ନ ୪ଟାରେ ୩୬୧ ରହିଛି।
-
5.ପର୍ଯ୍ୟଟକ କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ୍ୟମଣ୍ଡପ ଉପରକୁ ଆଉ ଚଢ଼ିପାରିବେନି ବନ୍ଦ କଲା ଏଏସ୍ଆଇ ।
-
6.ଜାମ୍ମୁ କଶ୍ମୀରର କୁପୱାଡାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଆତଙ୍କବାଦୀ ନିହତ।
-
7.ସମସ୍ତିପୁରରୁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ସରାଇରଞ୍ଜନ ବିଧାନସଭା ନିର୍ବାଚନ ମଣ୍ଡଳୀର ଶୀତଲପଟ୍ଟି ଗାଁ ନିକଟରେ ହଜାର ହଜାର VVPAT ସ୍ଲିପ୍ ଅଳିଆ ଗଦାରେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି।
-
8.ରଥଯାତ୍ରା ସମୟରେ ପୁରୀ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା ଘଟଣାରେ ଉନ୍ନୟନ କମିସନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିସ୍ କରାଯାଇଛି।
-
9.ଦିନେ ବିଶ୍ୱର ନମ୍ବର ୧ ଖେଳାଳି ଥିବା ତାଇ ଜୁ-ୟିଙ୍ଗ। ଟୋକିଓ ଅଲିମ୍ପିକ୍ରେ ରୌପ୍ୟ ପଦକ ବିଜୟିନୀ ଏବଂ ଚାଇନିଜ୍ ତାଇପେର ମହାନ ମହିଳା ବ୍ୟାଡମିଣ୍ଟନ ଖେଳାଳି ତାଇ ଜୁ-ୟିଙ୍ଗ ଖେଳରୁ ଅବସର ଘୋଷଣା କରିଛନ୍ତି।
-
10.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଆଉ ୪ଟି 'ବନ୍ଦେ ଭାରତ' ଟ୍ରେନ୍ ଉପହାର ଦେଇଛନ୍ତି। ବାରାଣସୀରୁ ୪ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହୋଇଛି।
-
11..ପଶ୍ଚିମ ଉତ୍ତର ପ୍ରଦେଶ ବାଗପତ ଜିଲ୍ଲାରେ ୬୯ ଜଣ ବିବାହିତ ମହିଳାମାନେ ନିଜକୁ ଅବିବାହିତା ଝିଅ ଭାବରେ ପରିଚୟ ଦେବାର ଏକ ଘଟଣା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଗଣ ବିବାହ ଯୋଜନା ଅଧୀନରେ ଉତ୍ତର ପ୍ରଦେଶ ସରକାରଙ୍କ ଠାରୁ ନଗଦ ଏବଂ ଜିନିଷପତ୍ରରେ କନ୍ୟା ପାଉଥିବା ଏକ ଲକ୍ଷ ଟଙ୍କାର ପ୍ରଲୋଭନ ପାଇଁ ସେମାନେ ଏଭଳି କରିଥିଲେ।
-
12.ଦେଶରେ ୪୨ ଦିନ ମଧ୍ୟରେ ଦେଶରେ ୫୨ ଲକ୍ଷ ୩୮ ହଜାର ୪୦୧ଟି ଗାଡ଼ି ବିକ୍ରି ହୋଇଛି ବୋଲି ଫେଡେରେସନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଏଫଏଡିଏ) ରିପୋର୍ଟରୁ ଜଣାଯାଇଛି।
-
13.କଟକ ସହରର ମଣିସାହୁ ଛକରେ ଏକ ଆଜବେଷ୍ଟସ ଘର ଉପରେ କୋଠା ବାଲକୋନୀ ଭୁଶୁଡ଼ି ପଡ଼ିବାରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ୪ ବର୍ଷୀୟ ଶିଶୁ ରହିଥିବା ଜଣାପଡ଼ିଛି। ମୃତକମାନେ ହେଲେ ଅବଦୁଲ ମୁଜାହିଦ(୪), ଅବଦୁଲ ଜଲିଲ(୬୦), ଅବଦୁଲ ଜହିଦ(୩୦)। ଅନ୍ୟ ଜଣେ ମହିଳା ସାଇନା ବେଗମ(୨୯) ଗୁରୁତର ଅଛନ୍ତି।
-
14.ଅକ୍ଷୟ ପରିଜାଙ୍କ ଐତିହାସିକ ଫିଲ୍ମ ‘ପାପା ବୁକା’ ଗୋଆରେ ଅନୁଷ୍ଠିତ ୫୬ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଆଇଏଫଏଫଆଇ)ରେ ପ୍ରତିଷ୍ଠିତ ରେଡ କାର୍ପେଟ ଗାଲା ପ୍ରିମିୟର ପାଇଁ ମନୋନୀତ ହୋଇଛି।
-
15.ଲକ୍ଷେଶ୍ଵର ପ୍ରଡ଼କ୍ସନ ବ୍ୟାନରରେ ପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ ର ପୋଷ୍ଟ ପ୍ରଡ଼କ୍ସନ କାମ ଶେଷ ହୋଇଛି। ଆଗାମୀ ଜାନୁଆରୀରେ ଏହାର ଶୁଭମୁକ୍ତି ପାଇଁ ପ୍ରସ୍ତୁତ ହୋଇସାରିଛି।
-
16.ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସିଷ୍ଟମ୍ରେ ଶୁକ୍ରବାର ସକାଳେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।
-
17.କେବଳ ଦରମା ଓ ପେନସନ ବାବଦରେ ରାଜ୍ୟଗୁଡ଼ିକ ବଜେଟ୍ର ୬୨% ବ୍ୟୟ କରୁଛନ୍ତି। ପିଆର୍ଏସ୍ ଲେଜିସ୍ଲେଟିଭ୍ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ଷ୍ଟେଟ୍ ଅଫ୍ ଷ୍ଟେଟ୍ ଫାଇନାନ୍ସ ୨୦୨୫ ଶୀର୍ଷକ ରିପୋର୍ଟରେ କୁହାଯାଇଛି ।
-
18.ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ ଡିସେମ୍ବର ୩୧ ସୁଦ୍ଧା କରିବାରେ ବିଫଳ ହେଲେ, ୨୦୨୬ ଜାନୁଆରୀ ପହିଲାରୁ ଆପଣଙ୍କର ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ।
-
19.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ସୁନା ଏବଂ ରୁପା ବଦଳରେ ଋଣ ସମ୍ପର୍କରେ ଏକ ନିର୍ଦ୍ଦେଶାବଳୀ ଜାରି କରିଛି।
-
20.ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ କବଜା କରିଛି ଭାରତ। ଶେଷ ମ୍ୟାଚଟି ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବାବେଳେ ଟିମ ଇଣ୍ଡିଆ ୨-୧ରେ ଶୃଙ୍ଖଳା ହାତେଇଛି।
|
21 |
Y |
|
| 2 |
08-11-2025 |
Odia |
-
1..ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ଜାତୀୟ ଗୀତ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ପାଳନ ଲାଗି ଏକ ବର୍ଷବ୍ୟାପୀ ସମାରୋହର ଶୁଭାରମ୍ଭ କରିଛନ୍ତି।
-
2.ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇପିଏସ୍ ଅଧିକାରୀ ତାଦାଶା ମିଶ୍ର ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦବୀରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ଝାଡ଼ଖଣ୍ଡ ପୁଲିସ୍ ଫୋର୍ସର ପ୍ରଥମ ମହିଳା ମୁଖ୍ୟ।
-
3.ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ହସ୍ପିଟାଲ କ୍ୟାମ୍ପସରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ସୁପ୍ରିମକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
4.ଶ୍ରୀ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ନୂତନ ଚଳଚ୍ଚିତ୍ର 'ମହିମା ଅଲେଖ' ଆଗାମୀ ୫୬ତମ ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (IFFI) ର ସମ୍ମାନଜନକ ଭାରତୀୟ ପାନୋରମାରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି।
-
5.ବୈଦ୍ୟୁତିକ ଯାନ ଟେସଲା କମ୍ପାନୀର ଶେୟାର ହୋଲ୍ଡର ବା ଅଂଶୀଦାରମାନେ ନିଜ ସିଇଓ ଏଲନ ମସ୍କଙ୍କ ପାଇଁ ପ୍ରାୟ ୧ ଟ୍ରିଲିଅନ ଡଲାର ପ୍ୟାକେଜର ଦରମାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୮୩୬ ଲକ୍ଷ କୋଟି ଟଙ୍କାରୁ ବି ଅଧିକ।
-
6.ଇମ୍ରାନ ହାସ୍ମି ଓ ୟାମି ଗୌତମ ଅଭିନୀତି ହିନ୍ଦୀ ଚଳଚ୍ଚିତ୍ର ‘ହକ୍’ର ମୁକ୍ତିଲାଭକୁ ବିରୋଧ କରି ଶାହ ବାନୋ ବେଗମଙ୍କ ଝିଅ ସିଦ୍ଦିକା ବେଗମ ଯେଉଁ ପିଟିସନ ଦାଏର କରିଥିଲେ, ତାହାକୁ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଗୁରୁବାର ଖାରଜ କରିଦେଇଛନ୍ତି।
-
7.ଖୋର୍ଦ୍ଧା ଆଦର୍ଶ ଥାନା ବାଟ ମଙ୍ଗଳା ହାଟ ପୋଖରୀ ରାସ୍ତାରୁ ୧୫୦ ଗ୍ରାମ ବ୍ରାଉନ ସୁଗାର ଜବତ। ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି।
-
8.ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତଦେହ ରୁଷିଆର ଏକ ଡ୍ୟାମ୍ରୁ ଉଦ୍ଧାର କରାଯାଇଚି। ରାଜସ୍ଥାନର ଅଲୱାର ନିବାସୀ ୨୨ ବର୍ଷୀୟ ଛାତ୍ର ୧୯ ଦିନ ହେଲା ନିଖୋଜ ଥିଲେ। ତାଙ୍କର ମୃତଦେହ ଗୁରୁବାର ଦିନ ରୁଷିଆର ଉଫା ସହରରୁ ଉଦ୍ଧାର କରାଯାଇଛି।
-
9.କଥାବାର୍ତ୍ତା ସମୟରେ, ଅନ୍ୟ ଏକ ନମ୍ବରରୁ ଏକ କଲ୍ ଆସେ, ଏବଂ ଠକ ଜଣକ ଦାବି କରେ ଯେ ସେ ଆପଣଙ୍କର ବନ୍ଧୁ। ସେମାନେ ଆପଣଙ୍କୁ ଦୁଇଟି କଲ୍ ମର୍ଜ କରିବାକୁ କୁହନ୍ତି ଯାହା ଦ୍ଵାରା ସେମାନେ ତିନିଜଣ କଥା ହୋଇପାରିବେ। କିନ୍ତୁ କଲଟି ପ୍ରକୃତରେ ଏକ ଭଏସ୍ ଓଟିପି କଲ୍। କଲ ଗୁଡିକ ମର୍ଜ ହେବା ମାତ୍ରେ, ଠକ ଜଣକ ଓଟିପି ଶୁଣିଥାଏ, ଏବଂ ବ୍ୟାଙ୍କ କାରବାରରେ କାର୍ଯ୍ୟକାରୀ କରେ, ଏବଂ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ତୁରନ୍ତ ଖାଲି ହୋଇଯାଏ ।
-
10.ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଲୋକସଭା ସାଂସଦ କଲ୍ୟାଣ ବାନାର୍ଜୀଙ୍କ ବ୍ୟାଙ୍କ ଆଉକାଉଣ୍ଟରୁ ସାଇବର ଠକମାନେ ୫୬ ଲକ୍ଷ ଟଙ୍କା ନେଇ ଯାଇଛନ୍ତି । ଏସ୍ବିଆଇର କୋଲକାତା ସ୍ଥିତ ହାଇକୋର୍ଟ ବ୍ରାଞ୍ଚରେ ଥିବା କଲ୍ୟାଣ ବାନାର୍ଜୀଙ୍କ ଆକାଉଣ୍ଟରୁ ଏପରି ଲୁଟ ହୋଇଛି।
-
11.ଭାରତ ଆଫଗାନିସ୍ତାନରେ 'ଆଫଗାନ-ହିନ୍ଦୁ' ଗବେଷଣା କେନ୍ଦ୍ର ଖୋଲିବାକୁ ଯାଉଛି ।
-
12.ଓଡିଶାରେ ଗୋଟିଏ ଲଘୁଚାପ ଲୋପ୍ରେସର ୧୪ ତାରିଖରେ ଅନ୍ୟଟି ୧୯ ତାରିଖରେ ହେବା ସମ୍ଭାବନା ରହିଛି । ପୁଣି ବର୍ଷାରେ ଭିଜିବ ଓଡ଼ିଶା। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
-
13.୨୦୨୯ ସୁଦ୍ଧା ୧ ହଜାର କିମି ରାସ୍ତା କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ' ଅଛି । ୨୦୧୪-୨୪ ମଧ୍ୟରେ ସଡ଼କ ପଥର ବିକାଶ ପାଇଁ ୧୦ହଜାର କୋଟି ମିଳିଛି'।
-
14.ମଧ୍ୟପ୍ରଦେଶର ଉଜ୍ଜୟିନୀରେ ୨୦୦ ବର୍ଷ ପୁରୁଣା ତକିୟା ମସଜିଦ ଭାଙ୍ଗିବା ବିରୋଧରେ ସୁପ୍ରିମ୍କୋର୍ଟରେ ଦାୟର ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହଟାଙ୍କ ଖଣ୍ଡପୀଠ ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି, ଯେଉଁଥିରେ ମସଜିଦ ଭାଙ୍ଗିବା ଓ ଜମି ଅଧିଗ୍ରହଣକୁ ଆଇନଗତ ବୋଲି ଘୋଷଣା କରାଯାଇଛି।
-
15.ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ଜିତିଥିବା ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟମାନେ (୬ ନଭେମ୍ବର, ୨୦୨୫) ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ଭାରତୀୟ ମହିଳା କ୍ରିକେଟ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି
|
28 |
Y |
|
| 3 |
08-11-2025 |
English |
-
1.The Supreme Court Friday took note of the “alarming rise” in dog bite incidents in institutional areas like educational centres, hospitals, bus stands and railway stations, and directed the authorities to move such canines to designated shelters.
-
2. Fraudsters posing as Mumbai Crime Branch officials duped a senior chartered accountant (CA) of `1.5 crore after subjecting him and his wife to a ‘digital arrest’ for 10 days. The victim, identified as Bijay Kumar Sahu, a resident of VSS Nagar Housing Board Colony under Saheed Nagar police limits.
-
3.The Supreme Court Friday said no one blamed the chief pilot of the Air India Dreamliner for the June 12 crash, which claimed 260 lives, and asked his 91-year-old father not to carry any emotional burden.
-
4.Union Minister for Road Transport and Highways Nitin Gadkari Friday inaugurated the 84th Annual Session of the Indian Roads Congress (IRC) in Bhubaneswar and announced an additional Rs 1,000 crore road development package for Odisha.
-
5.The Orissa High Court (HC) Friday directed Berhampur SP Saravana Vivek M to appear in person November 11.
-
6.A large cache of arms, ammunition, and explosives, including sophisticated rifl es, cartridges, and IEDs have been seized following an encounter with Maoists in the Saranda forest along the Odisha-Jharkhand border during a combing operation, security officials said Friday.
-
7.Wedding at Delhi’s several historical sites will no longer be a dream, as the city government is planning to open them to a host of events.
-
8.A 51-yearold fruit seller who doubled as the mastermind of the notorious “Mamu Gang” -- a group of robbers who targeted banks -- has been arrested by the Crime Branch of Delhi Police, an officer said Friday.
-
9.India Friday said that the number of Indian nationals serving in the Russian Army has increased to 44 in view of recruitment in recent months.
-
10The Enforcement Directorate Friday said it has made a fresh and the third arrest in connection with a money laundering probe against businessman Anil Ambani’s group company Reliance Power linked to issuance of an alleged fake bank guarantee of Rs 68 crore.
-
11.The Election Commission Friday said no repoll has been recommended for the over 45,000 polling stations in 121 seats that went to polls in the fi rst phase of the Bihar Assembly election November 6.
-
12.More than half of the registered unrecognised political parties associated with Bihar have failed to make their mandatory financial disclosures public for 2023-24, according to poll rights body the Association for Democratic Reforms (ADR).
-
13.The International Cricket Council (ICC) on Friday announced that the next edition of the Women's ODI World Cup in 2029 will feature 10 teams, expanding from the existing eight-team format.
-
14.US President Donald Trump said he could travel to India next year, emphasising that Prime Minister Narendra Modi “wants” him to visit while calling him a “great man” and a “friend”.
-
15.Nearly 10 kg of plastic was recovered from a cow that died after being hit by a speeding vehicle near here, officials said Friday. The reported incident occurred in neighbouring Thirupuvanam two days ago when the cow was allegedly struck by the vehicle and died on the spot.
|
10 |
Y |
|
| 4 |
07-11-2025 |
Odia |
-
1. ଜାତିସଂଘ ଜଳବାୟୁ ସଙ୍କଟ ଉପରେ ଚେତାବନୀ ଜାରି କରି ୨୦୨୫ ଏ ପର୍ଯ୍ୟନ୍ତ ଉପଲବ୍ଧ ବିଶ୍ବ ରେକର୍ଡରେ ଦ୍ୱିତୀୟ କିମ୍ବା ତୃତୀୟ ଉଷ୍ମତମ ବର୍ଷ ହେବ ବୋଲି ଘୋଷଣା କରିଛି। ୨୦୨୩ ଓ ୨୦୨୪ ସହ ୨୦୨୫ ମଧ୍ୟ ଅଭୂତପୂର୍ବ ରେକର୍ଡ ଭାଙ୍ଗୁଥିବା ଉଷ୍ମ ବର୍ଷର ଶୃଙ୍ଖଳା ଭିତରେ ରହିବ।
-
2.୨୦୨୪ରେ ଗ୍ରୀନହାଉସ ଗ୍ୟାସ୍ ସାନ୍ଦ୍ରତା ବିଶ୍ୱବ୍ୟାପୀ ୨.୩% ବୃଦ୍ଧି ପାଇ ନୂଆ ରେକର୍ଡ ସୃଷ୍ଟି କରିଛି। ଯେଉଁଥିରେ ଭାରତ, ଚୀନ୍, ରୁଷ୍ ଓ ଇଣ୍ଡୋନେସିଆର ନିର୍ଗମନ ଏଥିରେ ବିଶେଷ ଭୂମିକା ନେଇଛି। ଗତ ଦଶନ୍ଧି (୨୦୧୫-୨୦୨୫) ରେକର୍ଡରେ ୧୧ଟି ଉଷ୍ମତମ ବର୍ଷ ରହିଛି ଏବଂ ସମୁଦ୍ରର ଉତ୍ତାପ ଓ ବାୟୁମଣ୍ଡଳୀୟ ଗ୍ୟାସ ନିରନ୍ତର ବୃଦ୍ଧି ପାଇଛି।
-
3.ବଲିଉଡର ପ୍ରସିଦ୍ଧ ଗାୟିକା ଏବଂ ପ୍ରବୀଣ ଅଭିନେତ୍ରୀ ସୁଲକ୍ଷଣା ପଣ୍ଡିତଙ୍କ ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି।
-
4.ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି ଏବଂ ୬୪.୪୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ୧୮ ଜିଲ୍ଲା ମଧ୍ୟରୁ ବେଗୁସରାଇରେ ମତଦାନ ପ୍ରତିଶତ ସର୍ବାଧିକ ୬୭.୩୨ ରହିଛି।
-
5.ଭାରତର ବଡ଼ ବଡ଼ ଧନୀ ଚଳିତବର୍ଷ ୧୦,୩୮୦ କୋଟି ଟଙ୍କା ଦାନ କରିଛନ୍ତି। ଇଡେଲଗିଭ୍ ହୁରୁନ୍ ଇଣ୍ଡିଆ ଫିଲାନ୍ଥ୍ରୋପି ଲିଷ୍ଟ୍ ୨୦୨୫ରୁ ଏହା ଜଣାଯାଇଛି। ଏହି ତାଲିକାରେ ୧୯୧ ଜଣ ଧନୀ ବ୍ୟକ୍ତି ସ୍ଥାନ ପାଇଛନ୍ତି।
-
6.ରାଜ୍ୟ ବିଦ୍ୟୁତ୍ଭାର ପ୍ରେରଣ କେନ୍ଦ୍ର (ଏସ୍ଏଲ୍ଡିସି) ଶିଳ୍ପପତିମାନଙ୍କ ଦ୍ୱାରା ସ୍ଥାପିତ ୧୫ ହଜାର ମେଗାୱାଟ୍ କ୍ଷମତାର ନିଜସ୍ୱ ତଥା ସ୍ୱାଧୀନ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ସେମାନଙ୍କର ୭୨ ହଜାର ନିୟୁତ ୟୁନିଟ୍ ବିଦ୍ୟୁତ୍ ବିନା କରରେ ପ୍ରେରଣ କାର୍ଯ୍ୟ ନିୟନ୍ତ୍ରଣ କରୁଛି। ଫଳରେ ରାଜ୍ୟ ଗ୍ରିଡ୍ ବାର୍ଷିକ ୧୭୨୮ କୋଟି ଟଙ୍କା ରାଜସ୍ୱ ହରାଉଛି।
-
7. ଆୟୁର୍ବେଦ ସାମଗ୍ରୀ ପ୍ରସ୍ତୁତ କରୁଥିବା ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳିକୁ କିଛି ଏଭଳି ଭାଷାରେ ଶୁଣାଇଦେଇଛନ୍ତି କୋର୍ଟ। ବାସ୍ତବରେ ଦିଲ୍ଲୀ ହାଇକୋର୍ଟରେ ଡାବର ଇଣ୍ଡିଆ ଏବଂ ପତଞ୍ଜଳି ଆୟୁର୍ବେଦ ମଧ୍ୟରେ ଏକ ଆଇନଗତ ବିତର୍କ ପରେ, କୋର୍ଟ ତାଙ୍କର ରାୟ ସଂରକ୍ଷିତ ରଖିଛନ୍ତି। ମାମଲାଟି ପତଞ୍ଜଳିର ନୂତନ ସ୍ୱତନ୍ତ୍ର ଚ୍ୟବନପ୍ରାଶ ବିଜ୍ଞାପନ ସହିତ ଜଡିତ, ଯାହା ଅନ୍ୟ ସମସ୍ତ ବ୍ରାଣ୍ଡକୁ ଠକ ବୋଲି ଅଭିହିତ କରିଥିଲା।
-
8. ୨୦୨୩ରେ ୬ ଲକ୍ଷରୁ ଅଧିକ ଭାରତୀୟ ଓଇସିଡି ଅଧୀନରେ ଥିବା ଦେଶଗୁଡ଼ିକୁ କାମ କରିବାକୁ ଯାଇଥିଲେ। ଗତବର୍ଷ ତୁଳନାରେ ଏହା ୮ ପ୍ରତିଶତ ଅଧିକ।
-
9.ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ‘କାଲମେଗି’ର ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ ୧୧୪ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ଶତାଧିକ ନିଖୋଜ ଅଛନ୍ତି। ବୁଧବାର ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ଏହି ଝଡ଼ ଯୋଗୁଁ ସେବୁ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ସେବୁ ପ୍ରଦେଶରେ ୭୧ ଜଣ ପ୍ରାଣ ହରାଇଥିବା କୁହାଯାଇଛି।
-
10.ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବାଜି ମାରିଛି ବାମପନ୍ଥୀ ମେଣ୍ଟ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)କୁ ନିର୍ବାଚନରେ ପରାଜୟବରଣ କରିବାକୁ ପଡ଼ିଛି। ୪ ପ୍ରମୁଖ ପଦବୀ ଯଥା- ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦବୀରେ ବାମପନ୍ଥୀ ମେଣ୍ଟ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି।
-
11.ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପ୍ରାରମ୍ଭିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଏହି ପରୀକ୍ଷାରେ ୨୪୦୫ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।
-
12.ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆ-ପାସିଫିକ୍ ଅର୍ଥନୈତିକ ସହଯୋଗ ଶିଖର ସମ୍ମିଳନୀ ଅବସରରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ।
-
13.ଭାରତର ଆର୍ଥିକ ରାଜଧାନୀ ତଥା ସ୍ୱପ୍ନର ସହର ଭାବେ ପରିଚିତ ମୁମ୍ବାଇକୁ ୨୦୨୫ ମସିହା ପାଇଁ ଏସିଆର ସବୁଠୁ ଖୁସି ସହର ଭାବେ ଘୋଷଣା କରାଯାଇଛି। ‘ଟାଇମ୍ ଆଉଟ୍’ ପକ୍ଷରୁ କରାଯାଇଥିବା ଏକ ବାର୍ଷିକ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
-
14.ପାଶ୍ଚାତ୍ୟ ଜର୍ମାନୀର ଏକ ଅଦାଲତ ଜଣେ ପାଲିଏଟିଭ୍ କେୟାର ନର୍ସଙ୍କୁ ୧୦ ଜଣ ରୋଗୀଙ୍କୁ ହତ୍ୟା ଏବଂ ଅନ୍ୟ ୨୭ ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।
-
15.ଉତ୍ତରାଖଣ୍ଡ ଲାଲପୁରରେ ଜଣେ ଓଡ଼ିଆ ଛାତ୍ରୀ ରାୟଗଡ଼ା ଜିଲା ଜେକେପୁରର ସୃଷ୍ଟି ଶର୍ମା(୨୩)। ସୃଷ୍ଟି ରହୁଥିବା ଭଡ଼ା ଘର ମାଲିକଙ୍କ ପୁଅ ତାଙ୍କୁ ହତ୍ୟା କରି ମୃତଦେହକୁ ଚଦରରେ ଗୁଡ଼ାଇ ଇଟା ଓ ପଥର ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ।
|
30 |
Y |
|
| 5 |
07-11-2025 |
English |
-
1The Kerala High Court has directed that physiotherapists and occupational therapists cannot use the prefix “Dr” without holding a recognised medical degree.
-
2.The Odisha Public Service Commission (OPSC) Thursday released the result of Odisha Civil Services (Preliminary) examination-2024.
-
3.The Khurda district administration imposed prohibitory orders following a clash between residents of two villages over a boundary dispute, officials said Thursday.
-
4.Hundreds of Trained Graduate Teacher (TGT) Sanskrit aspirants from across the state staged a massive protest Thursday in front of the Odisha Staff Selection Commission (OSSC), protesting the delay in the release of the merit list for Sanskrit teacher posts.
-
5.The Enforcement Directorate (ED) has issued fresh summons to Reliance Group chairman Anil Ambani for questioning next week in an alleged bank fraud linked-money laundering case, sources said.
-
6.The Gujarat High Court Thursday granted six-month bail to self-styled godman Asaram in a 2013 rape case in which he is serving a life sentence.
-
7.The Enforcement Directorate (ED) Thursday said it has attached assets worth Rs11.14 crore of former cricketers Shikhar Dhawan and Suresh Raina as part of a money-laundering probe linked to an alleged illegal betting site, involving an amount of more than Rs1,000 crore.
-
8.In the ‘highest-ever’ voter turnout in Bihar, nearly 65 per cent of 3.75 crore electors exercised their franchise Thursday across 121 constituencies in the first phase of the Assembly elections.
-
9.A lady home guard deployed at Chandrasekharpur police station (PS) ended life by consuming poison Wednesday night, police said Thursday. The deceased was identified as Sujata Kar, 30.
-
10.India is projected to generate about 11 million tonnes of solar waste by 2047, largely from crystalline-silicon modules, according to two studies published Thursday.
-
11.Typhoon Kalmaegi slammed into Vietnam Thursday, forcing authorities to cancel hundreds of flights and order people to stay indoors, two days after the storm started sweeping across the Philippines, killing at least 114 people.
-
12.The Supreme Court Thursday asked the Chhattisgarh High Court to consider afresh the CBI’s plea seeking permission to file appeal against the acquittal of Amit Jogi, the son of former Chhattisgarh Chief Minister Ajit Jogi, in a 2003 case linked to National Congress Party leader Ramavatar Jaggi.
-
13.West Bengal government Thursday said that all state-run and state-aided schools will have the prayer song 'Banglar Mati Banglar Jol', penned by Rabindranath Tagore and earlier declared as the state anthem, from now on, along with the national anthem.
-
14.Assam Chief Information Commissioner Bhaskar Jyoti Mahanta, whose brother Shyamkanu has been arrested in Zubeen Garg's death case, on Thursday resigned from his post after an RTI was fi led seeking data related to government funds given to his younger sibling.
-
15.Para-archer Sheetal Devi, the world compound champion born without arms, shattered another barrier Thursday by being picked in the Indian able-bodied junior team for the upcoming Asia Cup Stage 3 in Jeddah.
|
13 |
Y |
|
| 6 |
06-11-2025 |
Odia |
-
1.ଦେଶର ଅନେକ ରାଜ୍ୟର ସରକାର ଏବେ ମହିଳାମାନଙ୍କୁ ସିଧାସଳଖ ମାସିକ ଦେୟ ପ୍ରଦାନ କରୁଛନ୍ତି। ତିନି ବର୍ଷ ପୂର୍ବେ କେବଳ ଦୁଇଟି ରାଜ୍ୟ ଏପରି କରୁଥିଲେ, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ପିଆରଏସ ଲେଜିସଲେଟିଭ୍ ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ, ୨୦୨୫-୨୬ ମସିହାରେ ଏହି ଯୋଜନାଗୁଡ଼ିକର ମୋଟ ଖର୍ଚ୍ଚ ପ୍ରାୟ ₹୧.୬୮ ଲକ୍ଷ କୋଟି(1680000000000)ରେ ପହଞ୍ଚି ବୋଲି ଆକଳନ କରାଯାଇଛି।
-
2.ଭାରତୀୟ ବଂଶୋଦ୍ଭବ ହେଲେ ନ୍ୟୁୟର୍କର ମେୟର । ଜୋହରାନ ମମଦାନୀ ନ୍ୟୁୟର୍କର ମେୟର ପଦ ପାଇଁ ଡେମୋକ୍ରାଟିକ୍ ପାର୍ଟିରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି ।
-
3.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ବାସଭବନରେ ଆଇସିସି ମହିଳା ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ୍ ଦଳକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି।
-
4.ବିଧାନସଭା ନିର୍ବାଚନ-୨୦୨୫ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ପାଇଁ କମିଶନ ବୁଥରେ ୧୦୦ ପ୍ରତିଶତ ୱେବକାଷ୍ଟିଂ, ନୂତନ ଭୋଟର ସୂଚନା ସ୍ଲିପ୍ ସୁବିଧା ଏବଂ ଇଭିଏମ ନେଟ୍ ଆପ୍ ମାଧ୍ୟମରେ ଭୋଟ ରିପୋର୍ଟିଂ ଭଳି ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ କାର୍ଯ୍ୟକାରୀ କରିଛନ୍ତି।
-
5.ଯାତ୍ରାଜଗତର ବର୍ଷୀୟାନ କଳାକାର ଦେବୀପ୍ରସାଦ ରଥଙ୍କ ପରଲୋକ ଘଟିଛି। ୪୨ ବର୍ଷର ଯାତ୍ରା କ୍ୟାରିୟରରେ ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ିଯାଇଛନ୍ତି ଦେବୀପ୍ରସାଦ।
-
6.ରୁଷ୍ ନୂଆ ପିଢ଼ିର ପରମାଣୁ ଶକ୍ତି ଚାଲିତ କ୍ରୁଜ ମିସାଇଲର ବ୍ୟାପକ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛି।
-
7.ବିହାରର ଗୌରାବୌରାମ ନିର୍ବାଚନମଣ୍ଡଳୀର ଏକ ବିବାଦୀୟ ଆସନରେ, ମୁକେଶ ସାହାନିଙ୍କ ଭାଇ ସନ୍ତୋଷ ସାହାନି ନିର୍ବାଚନ ମଣ୍ଡଳିରୁ ଓହରି ଯାଇଛନ୍ତି ଏବଂ ଆରଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛନ୍ତି।
-
8.ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟିରେ ଗୋପାଳଗଞ୍ଜ, ଦାନାପୁର ଏବଂ ବ୍ରହ୍ମପୁରର ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରିନେଲେ।
-
9.ବିହାର୧୮ ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ୬ ନଭେମ୍ବର ଗୁରୁବାର ଦିନ ହେଉଛି ।
-
10.ବଲିଉଡର ସବୁଠାରୁ ସଫଳ ଖଳନାୟକ, ଡାନି କେବଳ ସିନେ ପରଦାରେ ନୁହେଁ ବରଂ ବ୍ୟବସାୟରେ ମଧ୍ୟ ବେଶ ସଫଳତା ପାଇଛନ୍ତି | ଡାନି ଭାରତର ତୃତୀୟ ବୃହତ୍ତମ ବିୟର କମ୍ପାନୀ ପ୍ରତିଷ୍ଠା କରିଛନ୍ତି।
-
11.ଉତ୍ତରପ୍ରଦେଶର ମିର୍ଜାପୁରରେ ଏକ ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ୍ ଧକ୍କାରେ ୪ ଜଣ ମହିଳା ଏବଂ ୧୬ ଓ ୧୨ ବର୍ଷ ବୟସର ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି।
-
12.ନିର୍ବାଚନରେ ଜେନ୍-ଜେଡ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ଜେନ୍-ଜେଡ୍ ହେଉଛନ୍ତି ସେହି ଯୁବପିଢ଼ି ଯେଉଁମାନେ ମୋବାଇଲ ସ୍କ୍ରିନରେ ରାଜନୀତି ଦେଖୁଛନ୍ତି। କିନ୍ତୁ ଏବେ ସେମାନେ ଇଭିଏମ୍ ବଟନ୍ ଦବାଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ।
-
13.ରାହୁଲଙ୍କ ଭୋଟ ଚୋରି ଅଭିଯୋଗର ହାଇଡ୍ରୋଜେନ ବମ୍ (ଏଚ୍ ଫାଇଲ୍ସ) କୁହାଯାଇଛି। ରାହୁଲ ଅଭିଯୋଗ କରିଛନ୍ତି ଯେ ୨୦୨୪ରେ ଅନୁଷ୍ଠିତ ହରିୟାଣା ବିଧାନସଭା ନିର୍ବାଚନରେ ୨୫ଲକ୍ଷ ଭୋଟ ଚୋରି ହୋଇଥିଲା।
-
14.ଖରିଫ୍ ଋତୁ ଲାଗି କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବାବଦକୁ ଅତିରିକ୍ତ ୬୯ ଟଙ୍କା ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଏମ୍ଏସ୍ପି ଅନୁଯାୟୀ, ଏଣିକି ଚାଷୀଙ୍କୁ କୁଇଣ୍ଟାଲ ପିଛା ୨୩୦୦ ବଦଳରେ ୨୩୬୯ ଟଙ୍କା ସାଧାରଣ ଧାନ ବାବଦକୁ ମିଳିବ।
-
15.ଦଶନ୍ଧି ଧରି ‘ସ୍ୱଚ୍ଛ ଭାରତ ମିଶନ’ ଅଭିଯାନ ଚାଲିଥିଲେ ମଧ୍ୟ ସହରୀ ପରିମଳ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ରହିଥିବା ‘ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫’ ରିପୋର୍ଟରୁ ଜଣାପଡ଼ିଛି।
|
27 |
Y |
|
| 7 |
06-11-2025 |
English |
-
1.The Supreme Court has agreed to examine whether a law banning married couples facing secondary infertility from using surrogacy to have a second child amounts to a restriction by the State on the reproductive choices of citizens.
-
2.A total of 12 states across India will collectively spend Rs1.68 lakh crore on unconditional cash transfer (UCT) schemes for women in 2025-26, up from just two states implementing such programmes three years ago, according to a new report by think tank PRS Legislative Research.
-
3.India to cut direct imports of Russian crude from late November, following new US sanctions on Rosneft and Lukoil.
-
4.Chief Minister Mohan Charan Majhi Wednesday announced plans to set up a new port at Bahuda in Ganjam district and a shipbuilding and repair centre at the Mahanadi river mouth near Paradip with a total investment of over Rs46,000 crore.
-
5.Zohran Mamdani, the 34-year-old Indian-origin democratic socialist, pulled off a stunning victory in the fiercely contested New York city mayoral elections.
-
6.Chief Minister Mohan Charan Majhi Wednesday inaugurated the famous Bali Yatra on the banks of the Mahanadi river here and announced an increase in the government grant for the festival from Rs 2 crore to Rs 10 crore.
-
7.Over three lakh devotees witnessed the Suna Besha of Srimandir deities on Kartika Purnima Wednesday.
-
8.Odisha Civil Services (OCS) aspirants have urged Chief Minister Mohan Charan Majhi to include a fair number of Odisha Police Service (OPS–Group A) posts in the upcoming OCS-2025 recruitment notification, citing long-standing stagnation and minimal direct recruitment over the past decade.
-
9.Security forces unearthed an arms manufacturing unit run by Maoists along Odisha–Chhattisgarh border and seized a large cache of sophisticated weapons and materials, offi - cials said Wednesday.
-
10.Following the Central government's decision to hike the paddy minimum support price (MSP) by Rs 69 per quintal, the Odisha government is also going to procure paddy at a MSP of Rs 2,369 per quintal for common variety during the 2025–26 Kharif marketing season
-
11.As part of the Special Intensive Revision (SIR) of electoral rolls in West Bengal, more than 1.10 crore enumeration forms were distributed across the state till 8pm Wednesday.
-
12.Russia said Wednesday that its forces were advancing north inside Pokrovsk in a drive to take full control of the Ukrainian city, but the Ukrainian army said its units were battling hard to try to stop the Russians from gaining new ground.
-
13.Residents of the central Philippines Wednesday began scraping mud from streets and homes that survived after Typhoon Kalmaegi killed at least 85 and left dozens missing as it tore through the region.
-
14.India is set to reduce its direct imports of Russian crude from late November, following new US sanctions on Rosneft and Lukoil, effective November 21.
-
15.Novak Djokovic battled through a tough opening set before pulling away to defeat Chile's Alejandro Tabilo 7-6 (3), 6-1 at the Hellenic Championship, the fi rst top-tier tournament held in Greece in more than 30 years.
|
12 |
Y |
|
| 8 |
05-11-2025 |
Odia |
- 1.କାର୍ତ୍ତିକ ପୂର୍ଣ୍ଣିମା ବୁଧବାର ସନ୍ଧ୍ୟାରେ ଆକାଶରେ ଚଳିତ ବର୍ଷର ଦ୍ୱିତୀୟ ସୁପରମୁନ୍ ଦେଖାଯିବ। ଏହା ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ରଠାରୁ ପ୍ରାୟ ୭% ବଡ଼ ଏବଂ ୧୫% ଉଜ୍ଜ୍ୱଳ ଦେଖାଯିବ।
- 2.ଆଜି କଟକର ଐତିହାସିକ ବାଲିଯାତ୍ରା କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ । ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରିବେ। ସେହିପରି ‘କଟକ ଇନ୍ କଟକ’ରେ ଓଡ଼ିଆ ଭାଷା, ସାହିତ୍ୟ ଥିମ୍ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥର ପାଖାପଖି ୧୬୦୦ ଷ୍ଟଲ୍ ପଡ଼ିଛି।
- 3.ଯାଜପୁରର କଳିଙ୍ଗନଗରରେ ଥିବା ଟାଟା ଷ୍ଟିଲ୍ ଲିମିଟେଡ୍ର ଫେରୋକ୍ରୋମ୍ ପ୍ଲାଣ୍ଟ୍କୁ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବାଧୀନ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ପା) ୬୧୦ କୋଟି ଟଙ୍କାରେ ଅଧିଗ୍ରହଣ କରିଛି।
- 4.ବର୍ଷକ ମଧ୍ୟରେ ରାଜ୍ୟ ସରକାର ଲକ୍ଷେ ୪୫ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କେବଳ ପାରାଦୀପରେ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ସାରେ ପାରାଦୀପରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଉଦ୍ଘାଟନ କରିବା ଅବସରରେ ସୂଚନା ଦେଇଛନ୍ତି।
- 5.ଭାରତ ଦେଶରେ ସର୍ବାଧିକ ଧନ ଥିବା ୧% ବ୍ୟକ୍ତିଙ୍କ ସମ୍ପତ୍ତି ୨ ଦଶନ୍ଧି ମଧ୍ୟରେ ୬୨% ବୃଦ୍ଧି ପାଇଛି। ନୋବେଲ ପୁରସ୍କାର ବିଜେତା ଜୋସେଫ୍ ଷ୍ଟିଗ୍ଲିଟ୍ଜଙ୍କ ଦ୍ୱାରା ପ୍ରସ୍ତୁତ ତଥା ଜି-୨୦ ସମର୍ଥତ୍ତ ଏକ ସଦ୍ୟ ରିପୋର୍ଟରେ ଏହା ପ୍ରକାଶ ପାଇଛି।
- 6.ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍ (Whatsapp) ବ୍ୟବହାର କରୁଥିବା ବିଶ୍ବରେ କୋଟି କୋଟି ୟୁଜର ମଙ୍ଗଳବାର ସଂଧ୍ୟାରେ ଏହି ଆପ ବ୍ୟବହାର କରିବାବେଳେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
- 7.ଛତିଶଗଡ଼ର ନ୍ୟାୟିକ ରାଜଧାନୀ ବିଳାସପୁର ନିକଟରେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଏକ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ରେଳବାଇର ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ଟ୍ରେନ୍ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
- 8.କାନାଡା ସରକାରଙ୍କ ତଥ୍ୟ ଅନୁଯାୟୀ, ଅଗଷ୍ଟ ୨୦୨୫ରେ ଭାରତରୁ କରାଯାଇଥିବା ୭୪% ଷ୍ଟଡି ପରମିଟ୍ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯାହା ଗତ ବର୍ଷ ସମାନ ମାସରେ ୩୨% ଥିଲା। ଏହା ଚଳିତ ବର୍ଷ ଭିସା ପ୍ରତ୍ୟାଖାନ ଠାରୁ ଦୁଇଗୁଣା ଅଧିକ।
- 9.ବିଶ୍ୱର ଏକ ଜଣାଶୁଣା ବ୍ୟବସାୟିକ ସଂସ୍ଥା ମଧ୍ୟରୁ ଗୋଟିଏ ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଏବଂ ପ୍ରସିଦ୍ଧ ଶିଳ୍ପପତି ଗୋପୀଚନ୍ଦ ପି. ହିନ୍ଦୁଜାଙ୍କର ଲଣ୍ଡନରେ ୮୫ ବର୍ଷରେ ପରଲୋକ ହୋଇଛି।
- 10.ସୁପ୍ରିମକୋର୍ଟ ଜଣେ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ବର୍ଦ୍ଧିତ ସେବାକୁ ଅସ୍ୱୀକାର କରି ହାଇକୋର୍ଟର ଆଦେଶକୁ ଖାରଜ କରିଛନ୍ତି। ଯେଉଁଥିରେ ଜଣେ ସମବାୟ ବ୍ୟାଙ୍କ କର୍ମଚାରୀଙ୍କୁ ୫୮ ବର୍ଷ ବୟସ ପରେ ମଧ୍ୟ ପଦବୀରେ ରହିବାକୁ ଅନୁମତି ଦିଆଯାଇଥିଲା।
- 11.ଗୁଜରାଟର ଅମରେଲି ଜିଲ୍ଲାର ସାବରକୁଣ୍ଡଲାରେ ଅବସ୍ଥିତ ଜିରା ଗାଁରେ ଘଟିଛି ଏଭଳି ଘଟଣା। ୩୦ବର୍ଷ ଧରି ଋଣ ଭାର ତଳେ ଚାପି ହୋଇ ଜୀବନ ବିତାଉଥିବା ଚାଷୀଙ୍କ ଦୁଃଖର ଅନ୍ତ ଘଟାଇଛନ୍ତି ହୀରା ବ୍ୟବସାୟୀ। ୩୦୦ଚାଷୀଙ୍କୁ ଋଣମୁକ୍ତ କରିଦେଲେ ଗାଁର ବ୍ୟବସାୟୀ।
- 12.ପାକିସ୍ତାନର ସୁପ୍ରିମକୋର୍ଟ କୋଠାରେ ବିସ୍ଫୋରଣ। ଆଜି ପାକିସ୍ତାନରେ ଥିବା ସୁପ୍ରିମକୋର୍ଟ କୋଠାରେ ବିସ୍ଫୋରଣ ଘଟି ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି।
- 13.ଆମେରିକାର ଲୁଇସଭିଲ୍ ବିମାନବନ୍ଦରରେ ୟୁପିଏସ୍ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ, ୧୧ ଜଣ ଆହତ। ବିମାନଟି ନିଆଁରେ ଜଳି ପାଉଁଶ ହୋଇଗଲା।
- 14.ମୁସଲମାନ ପୁରୁଷଙ୍କ ଦ୍ୱିତୀୟ ବିବାହକୁ କେରଳ ବିବାହ ପଞ୍ଜୀକରଣ (ସାଧାରଣ) ନିୟମ, ୨୦୦୮ ଅନୁଯାୟୀ ପଞ୍ଜୀକରଣ କରିବା ପୂର୍ବରୁ, ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ଶୁଣିବାର ସୁଯୋଗ ଦିଆଯିବା ଜରୁରୀ ବୋଲି କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି।
- 15.ଓଡିଶାର ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ପରେ ଆରମ୍ଭ କରିବାକୁ ସ୍ଥିର ହୋଇଛି।
|
41 |
Y |
|
| 9 |
05-11-2025 |
English |
-
1.Gopichand P Hinduja, chairman of globe-spanning Hinduja Group, died in London at the age of 85, sources close to his family said.
-
2.Asserting that Paradip would soon emerge as the ‘gate way’ to eastern India, Chief Minister Mohan Charan Majhi Tuesday said the port town will have a greenfi eld airport, a cruise terminal and also become a hub of green hydrogen.
-
3.India’s richest 1 per cent expanded its wealth by 62 per cent between 2000 to 2023, according to a report commissioned by the South African Presidency of the G20.
-
4.Election Commission’s Special Intensive Revision (SIR) of voters’ list commenced in nine states and three Union territories.
-
5.Prof Nalini Pati, Australia head of the World Communicators Council (WCC) — a global initiative of the Public Relations Council of India (PRCI) — was felicitated at a ceremony held at Bhubaneswar Club recently.
-
6.The Bombay High Court Tuesday granted bail to a 65-year-old man arrested in connection with the July 2011 triple bomb blasts in the metropolis, taking note of the prolonged trial, the accused's old age and his ailments.
-
7.The Kerala High Court here has ruled that if a Muslim man wants to register his second marriage under the Kerala Registration of Marriages (Common) Rules 2008, while his earlier one is still in existence, his first wife should also be heard on whether she is agreeable to it or not.
-
8.The Supreme Court Tuesday reserved its verdict on whether uniform, nationwide criteria should be framed for determining seniority in the Higher Judicial Service (HJS) to address disparities in career progression for judges across states.
-
9.Typhoon Kalmaegi has left at least 26 people dead in the Philippines, mostly in fl ooding set off by the storm, which barreled across the central part of the country on Tuesday, disaster response officials said. Floodwaters trapped scores of people on their roofs and submerged cars.
-
10.Appellate tribunal NCLAT, Tuesday set aside a section of a Competition Commission of India (CCI) order that had banned WhatsApp from sharing data with Meta Platforms for advertising purposes for five years.
-
11.The rupee recovered from the record low level and settled with a gain of 7 paise at 88.70 against the US dollar, Tuesday, boosted by a correction in global crude oil prices.
-
12.The POCSO act is being misused in cases of marital discord and consensual relationships between adolescents, the Supreme Court said Tuesday while stressing the need to spread awareness in boys and men about its legal provisions
-
13.Delhi was ranked the sixth most polluted city in the country in October, behind neighbouring Ghaziabad and Noida, according to a study. Dharuhera in Haryana was ranked as the most
-
14.At least nine climbers, including two Nepalese guides, have been killed in two separate avalanches in Nepal, offi cials said Tuesday.
-
15.The title-winning Indian stars expectedly dominated the ICC Women’s Cricket World Cup Team of the Tournament with Smriti Mandhana, Jemimah Rodrigues and Deepti Sharma making it to the line-up announced Tuesday
|
14 |
Y |
|
| 10 |
04-11-2025 |
Odia |
-
1.ଉତ୍ତରାଖଣ୍ଡ ରାଜ୍ୟ ପ୍ରତିଷ୍ଠା ହେବାର ୨୫ ବର୍ଷ (ସୁବର୍ଣ୍ଣ ଜୟନ୍ତୀ) ପୂର୍ତ୍ତି ଉପଲକ୍ଷେ ସୋମବାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ସମ୍ବୋଧିତ କରିଛନ୍ତି।
-
2.ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ତଥା ଜୀବନବ୍ୟାପୀ ଅବଦାନ ନିମନ୍ତେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମଭୂଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ।
-
3.ରାଜ୍ୟରେ ଭାଜପା ସରକାର ୨୦୨୪ ଜୁନ୍ରେ ଦାୟିତ୍ୱଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଦ୍ୟାବଧି ୧୭ ମାସରେ ୧୪ ଥର ଲୋକଙ୍କ ଅଭିଯୋଗ ଶୁଣାଣି ପ୍ରତ୍ୟକ୍ଷ ଭାବେ କରିଛନ୍ତି।
-
4.ଦେଶର ୯ ରାଜ୍ୟ ଓ ୩ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକା ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ମଙ୍ଗଳବାରଠାରୁ ଆରମ୍ଭ ହେଉଛି ।
-
5.ଟ୍ରମ୍ପ କହିଛନ୍ତି ଯେ ରୁଷ୍, ଚୀନ୍, ଉତ୍ତର କୋରିଆ ଓ ପାକିସ୍ତାନ ସମେତ ଅନେକ ଦେଶ ପରମାଣୁ ପରୀକ୍ଷଣ କରୁଛନ୍ତି। କିନ୍ତୁ ସେମାନେ ଏ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ।
-
6.ଭାରତର ତ୍ରି-ସେବା (ସେନା, ନୌସେନା ଏବଂ ବାୟୁସେନା) ମିଳିତ ସାମରିକ ଅଭ୍ୟାସ "ତ୍ରିଶୁଳ"କୁ ନେଇ ପାକିସ୍ତାନ ଚିନ୍ତାରେ ପଡ଼ିଯାଇଛି । ଏପରି ସମୟରେ ଭାରତର ସମରାଭ୍ୟାସ ପାକିସ୍ତାନକୁ ଭୟଭୀତ କରିଛି ।
-
7.ଆଫ୍ରିକୀୟ ଦେଶ ସୁଦାନରେ ଜଣେ ଓଡ଼ିଆ ଯୁବକଙ୍କୁ ଅପହରଣ କରିନେଇଛନ୍ତି । ଅପହୃତ ଯୁବକଙ୍କ ନାଁ ଆଦର୍ଶ ବେହେରା । ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି ।
-
8.ଭାରତ କେବଳ ରୁଷରୁ ତେଲ ଆମଦାନି ବଜାୟ ରଖିନାହିଁ, ବରଂ ଅକ୍ଟୋବରରେ ଆମଦାନି ମଧ୍ୟ ବୃଦ୍ଧି ପାଇଛି। ଆଶ୍ଚର୍ଯ୍ୟଜନକ ଭାବରେ, ଭାରତ ବର୍ତ୍ତମାନ ତାଜିକିସ୍ତାନ ମାର୍ଗକୁ ସକ୍ରିୟ କରିଛି, ଯାହା ନିଶ୍ଚିତ କରୁଛି ଯେ ତେଲ ସିଧାସଳଖ ରୁଷରୁ ନ ଆସି ଏକ ବିକଳ୍ପ ରାସ୍ତା ଦେଇ ଆସିବ।
-
9.୧୪ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଦ୍ୱାରା ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ଆଗତ ଏକ ଜନସ୍ୱାର୍ଥ ମାମଲା କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
-
10.ଗତ ଅକ୍ଟୋବର ମାସରେ ରେକର୍ଡ ୨୭.୨୮ ଲକ୍ଷ କୋଟି ଟଙ୍କାର ୟୁପିଆଇ କାରବାର ହୋଇଛି। ସେପ୍ଟେମ୍ବରରେ ହୋଇଥିବା ୨୪.୯ ଲକ୍ଷ କୋଟି ଟଙ୍କାର କାରବାର ତୁଳନାରେ ଏହା ୧୬ ପ୍ରତିଶତ ଅଧିକ।
-
11.ଧୀରୁଭାଇ ଅମ୍ବାନୀଙ୍କ ସାନ ପୁଅ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ସହ ଜଡ଼ିତ ୭୫୦୦ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଛି। କମ୍ପାନି ବିରୋଧରେ ଇଡି ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଛି।
-
12.ଗଜପତି ଜିଲା ଗୋଷାଣି ବ୍ଲକ ଲାବଣ୍ୟଗଡ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଦୀପାବଳି ଦିନ ବିଳମ୍ବିତ ରାତ୍ରରେ ଘଟିଥିବା କାଜୁଫେକ୍ଟ୍ରି ପୋଡି ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ମାଲିକଙ୍କ ମୃତ୍ୟୁ
-
13.ଦେଶରେ ବୁଲା କୁକୁର ପ୍ରସଙ୍ଗ ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ବିଶେଷକରି ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପରିସରରେ ଯେଉଁଠି କର୍ମଚାରୀ ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି ଏବଂ ସେମାନଙ୍କୁ ଉତ୍ସାହିତ କରୁଛନ୍ତି ସେ ନେଇ ନିର୍ଦ୍ଦେଶନାମା ଆସିବ।
-
14.ତେଲଙ୍ଗାନାର ରଙ୍ଗା ରେଡ୍ଡି ଜିଲାରେ ସୋମବାର ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨୪ ଜଣ ପ୍ରାଣ ହରାଇଛନ୍ତି।
-
15.ଓଡ଼ିଶାକୁ ଚଳିତ ବର୍ଷ ଶୀତ ବିଳମ୍ବରେ ଆସିବ ଏବଂ ଆଗୁଆ ଫେରିଯିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୋମବାର ପୂର୍ବାନୁମାନ କରିଛି।
|
56 |
Y |
|