1.ଅକ୍ଷୟ କୁମାର ପରିଜାଙ୍କ ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ପାଇକ ବିଦ୍ରୋହ’ ଚଳିତ ବର୍ଷ ମୁମ୍ବାଇ ଆନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ସ୍ୱତନ୍ତ୍ର ଜୁରି ପୁରସ୍କାର ଲାଭ କରିଛି। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ନିୟମ ବିରୁଦ୍ଧରେ ବକ୍ସି ଜଗବନ୍ଧୁଙ୍କ ଦ୍ୱାରା ପାଇକ ବିଦ୍ରୋହ ହୋଇଥିଲା। 2.ବିଶ୍ୱର ସବୁଠାରୁ ବଡ଼ ତୈଳ ବିଶୋଧନ ବା ରିଫାଇନାରୀ ପ୍ଲାଣ୍ଟ ଭାରତର ଜାମନଗରରେ ରହିଛି | ଗୁଜୁରାଟର ଜାମନଗରରେ ଥିବା ଏହି ପ୍ଲାଣ୍ଟ ରିଲାଏନ୍ସ ଇଣ୍ଡଷ୍ଟ୍ରି ଦ୍ୱାରା ପରିଚାଳନା ହେଉଥିବାବେଳେ ଭାରତରେ ବ୍ୟବହୃତ ହେଉଥିବା ସମୁଦାୟ ଏକ ତୃତୀୟାଂଶ ପେଟ୍ରୋଲ-ଡିଜେଲ ଏଠାରୁ ହିଁ ଆସିଥାଏ | 3.୬୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ (ବୁଧବାର) ହାଇଦ୍ରାବାଦର ଅଗ୍ରଣୀ ଟିକା ପ୍ରସ୍ତୁତକାରୀ କମ୍ପାନୀ – ଭାରତ ବାୟୋଟେକ ଏବଂ ବାୟୋଲୋଜିକାଲ ଇ ପରିଦର୍ଶନ କରିବେ। ଏହି କମ୍ପାନୀ କରୋନା ଭାଇରସ ପ୍ରତିରୋଧି ଟିକା ପ୍ରସ୍ତୁତ କରୁଛି। ସେମାନେ ପ୍ରଥମେ ଭାରତ ବାୟୋଟେକ ପରିଦର୍ଶନ କରିବା ପରେ ଅନ୍ୟାନ୍ୟ ସହରରେ ଥିବା କରୋନା ଟିକା ବିକାଶକାରୀ କମ୍ପାନୀ ପରିଦର୍ଶନ କରିବେ। 4.ବିଶ୍ୱର ସର୍ବବୃହତ୍ତ ଔଷଧ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କରୋନା ଟିକାର ମୂଲ୍ୟକୁ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷର ହେବାକୁ ଯାଉଛି। ଯେଉଁଥିରେ କରୋନା ଟିକାର ଗୋଟିଏ ଡୋଜ ଏବେ ୨୫୦ଟଙ୍କାରେ ମିଳିବ ବୋଲି ସମ୍ଭାବନା ରହିଛି। 5.ଡ଼େରାଡ଼ୁନରେ ପ୍ରାଥମିକ ଶିକ୍ଷା ପରେ ଦିଲ୍ଲୀରେ ସ୍ନାତକ ଓ ସ୍ନାତକୋତ୍ତର ପାଠ ଶେଷ ପରେ ୨୦୦୮ ମସିହାରେ ଏକ ବହୁରାଷ୍ଟ୍ରୀୟ ପ୍ରକାଶନ ସଂସ୍ଥାରେ ପାଇଥିଲେ ନିଯୁକ୍ତି । ମାତ୍ର ଏହି ସମୟରେ ତାଙ୍କର ବାପାଙ୍କର ପରଲୋକ ଘଟିଲା । ୬ ବର୍ଷର ଚାକିରି ଛାଡ଼ି ସେ ଫେରି ଆସିଲେ ଗାଁକୁ । ଆଉ ଗାଁରେ ଆରମ୍ଭ କଲେ ଫଳ, ପନିପରିବାର ପ୍ରକ୍ରିୟାକରଣ । ଆଉ ଏବେ ତାଙ୍କ ରୋଜଗାର ବାର୍ଷିକ ୩୦ ଲକ୍ଷ ଟଙ୍କା । 6.ଦକ୍ଷିଣ କୋରିଆ, ଚୀନ ଏବଂ ଆମେରିକାରେ 5-G ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଗଲାଣି। ଚୀନ 6-G ଉପରେ କାର୍ଯ୍ୟ ଆରମ୍ଭ କଲାଣି। କିନ୍ତୁ ଭାରତରେ ଏବେ ବି 4-G ଇଣ୍ଟରନେଟ୍ ସେବା ଜାରି ରହିଛି। 5-G ଲଞ୍ଚ କରାଯିବା ନେଇ ବହୁ ଆଗରୁ ଘୋଷଣା ହୋଇଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ତାହା ଏଯାଏ ହୋଇପାରି ନାହିଁ। ତେବେ ରିଲାଏନ୍ସ ଜିଓର ମାଲିକ ତଥା ଶିଳ୍ପପତି ମୁକେଶ ଅମ୍ବାନୀ ଭାରତରେ 5-G ଇଣ୍ଟରନେଟ୍ ସେବାର ଶୁଭାରମ୍ଭ ନେଇ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। 7.ବେଙ୍ଗାଲୁରୁ ସହର ବାହ୍ୟ ଅଞ୍ଚଳରେ ନିର୍ମିତ ଏକ ହନୁମାନ ମନ୍ଦିରର ବିସ୍ତାର ପାଇଁ ଜଣେ ମୁସଲିମ ବ୍ୟବସାୟୀ ୧୬୩୪ ବର୍ଗଫୁଟ୍ ଜମି ଦାନ କରିଛନ୍ତି। ଏହି ଜମିର ମୂଲ୍ୟ ୮୦ ଲକ୍ଷରୁ ନେଇ ଏକ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। 8.ବିଶ୍ବର ଉଚ୍ଚତମ ଗିରି ଶୃଙ୍ଗ ମାଉଣ୍ଟ୍ ଏଭରେଷ୍ଟ୍ର ଉଚ୍ଚତା ୮୮୪୮.୮୬ ମିଟର ରହିଛି । ମାଉଣ୍ଟ୍ ଏଭରେଷ୍ଟର ନୂଆ ଉଚ୍ଚତା ବିଷୟରେ ସୂଚନା ଦେଇଛନ୍ତି ନେପାଳର ବିଦେଶ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାଓ୍ବାଲୀ । 9.ଚୀନ୍ ର କଡା ଚେତାବନୀ ସତ୍ତ୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ତାଇଓ୍ବାନକୁ ଅସ୍ତ୍ରଶସ୍ତ୍ରର ନୂତନ ବିକ୍ରି ପାଇଁ ମଞ୍ଜୁରୀ ପ୍ରଦାନ କରିଛି । ଆମେରିକାର ବୈଦେଶିକ ମନ୍ତ୍ରଳାଳୟ ସୋମବାର ଦିନ କହିଛି ଯେ, ସେ ତାଇଓ୍ବାନକୁ ୨୮ କୋଟି ଡଲାରର ଉନ୍ନତ ସୈନ୍ୟ ସଞ୍ଚାର ଉପକରଣ ବିକ୍ରି ପାଇଁ ମଞ୍ଜୁରୀ ପ୍ରଦାନ କରିଛି। 10.ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତୀୟ ନାଗରିକ ଅନିଲ ସୋନୀଙ୍କୁ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବେ ନିଯୁକ୍ତ କରିଛି । ଅନିଲଙ୍କୁ ୨୦୨୩ ଯାଏଁ ୧ ବିଲିୟନ ଡଲାର ସଂଗ୍ରହ କରିବାକୁ ଦାୟିତ୍ୱ ଦିଆଯାଇଛି । 11.ବାଇକ୍ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଜାନୁଆରୀ ପହିଲାରୁ କଡାକଡି ହେବ ଟ୍ରାଫିକ୍ ନିୟମ 12.ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୮୪କୁ ବୃଦ୍ଧି ପାଇଛି । 13.ପିଣ୍ଟେରେଷ୍ଟ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଜଣାପଡିଛି । ଏହାକୁ ନେଇ ସେବାୟତ ମହଲରେ ପୁଣି ନିନ୍ଦା କରାଯାଇଥିବା ବେଳେ ସମ୍ପୃକ୍ତ ସଂସ୍ଥା ବିରୋଧରେ ଏତଲା ଦେବା ପାଇଁ ଯୋଜନା କରାଯାଉଥିବା ଜଣାପଡିଛି । 14.ଓସିଏସ୍ ମେନ ପରୀକ୍ଷାକୁ ଜାନୁଆରୀ ୨କୁ ଘୁଞ୍ଚାଯାଇଛି। 15.ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ଘରୋଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୧୮୬ ରନ୍ କରିଛି । ଏହାସହ ଭାରତକୁ ୧୮୭ ରନର ଟାର୍ଗେଟ୍ ଦେଇଛି । 16.ବିରାଟ କୋହଲିଙ୍କ ଅର୍ଦ୍ଧଶତକ ନିଷ୍ଫଳ, ଶେଷ ଟି-୨୦କୁ ୧୨ ରନରେ ଜିତି ସମ୍ମାନ ରଖିଲା ଅଷ୍ଟ୍ରେଲିଆ, ୨-୧ରେ ସିରିଜ୍ ଜିତିଲା ଭାରତ 17.କେପଟାଉନରେ ଥିବା ଏକ ବିଳାସପୂର୍ଣ୍ଣ ହୋଟେଲରେ କୋଭିଡ୍ ମାମଲା ସାମ୍ନାକୁ ଆସିବା ପରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜରୁ ରବ୍ଦ କରିଦିଆଯାଇଛି । ଉଭୟ ଦଳ ହୋଟେଲରେ ରହିଥିଲେ । ଦଳର କିଛି ସଦସ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ଏପରିକି ହୋଟେଲର କିଛି କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଥିଲେ । 18.ସୋମବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ଘୋଷଣା କରିଛନ୍ତି ଯେ, ଚୀନ୍, ଏରିଟ୍ରିଆ, ଇରାନ୍, ନାଇଜେରିଆ, ମିଆଁମାର, ଉତ୍ତର କୋରିଆ, ପାକିସ୍ତାନ, ସାଉଦି ଆରବ, ତାଜକିସ୍ତାନ ଏବଂ ତୁର୍କମେନିସ୍ତାନକୁ ଆମେରିକା ‘ଆନ୍ତର୍ଜାତିକ ଧାର୍ମିକ ସ୍ବାଧୀନତା ଆଇନ୍ ୧୯୯୮’ ଆଧାରରେ ଧାର୍ମିକ ସ୍ବାଧୀନତା ଉଲ୍ଲଂଘନକାରୀ ଦେଶ ଭାବେ ଘୋଷଣା କରିଛି। 19.ବିନା ହେଲମେଟରେ ବାଇକ ରାଲି କରିଥିବା ବନ୍ଦ ସମର୍ଥନକାରୀଙ୍କର କଟିବ ଚାଲାଣ। ବିନା ହେଲମେଟରେ ଭାରତ ବନ୍ଦରେ ସାମିଲ ହୋଇ ବାଇକ ରାଲି କରିଥିବା ବିକ୍ଷୋଭକାରୀଙ୍କ ଚାଲଣ କାଟିବ ଓଡ଼ିଶାର କମିସନରେଟ୍ ପୁଲିସ । 20.ପାଇଲଟ୍ ଚକ୍ ୟେଜର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନିଜର ସାହସ ଏବଂ ବୀରତ୍ୱ ପାଇଁ ବେଶ ଜଣାଶୁଣା। ଯୁଦ୍ଧ ପରେ ଜଣେ ପରୀକ୍ଷଣ ପାଇଲଟ୍ ଭାବରେ ତାଙ୍କର କାରନାମା ଏଭଳି ଥିଲା, ଯାହା ତାଙ୍କ ପାଇଁ ଅନେକ ଖ୍ୟାତି ଆଣିଥିଲା |୯୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବାବେଳେ ସେ ଆମେରିକାର ବାସିନ୍ଦା ଥିଲେ।