-
୨୦୨୨ ବର୍ଷ ପାଇଁ ୨୩ଟି ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି ।ଏହି ପୁରସ୍କାରଗୁଡ଼ିକରେ ସାତୋଟି କବିତା ସଂଗ୍ରହ, ୬ଟି ଉପନ୍ୟାସ, ଦୁଇଟି କାହାଣୀ ସଂଗ୍ରହ, ଦୁଇଟି ସାହିତ୍ୟ ସମାଲୋଚନା, ତିନୋଟି ନାଟକ ଏବଂ ଗୋଟିଏ ଆତ୍ମଜୀବନୀ ସାମିଲ ରହିଛି ।
-
ହିନ୍ଦୀ ପାଇଁ ବଦ୍ରୀ ନାରାୟଣଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ । ଇଂରାଜୀ ପାଇଁ ଅନୁରାଧା ରାୟଙ୍କୁ ଓ ଉର୍ଦ୍ଦୁ ପାଇଁ ଅନିସ୍ ଆଶଫାକଙ୍କୁ ଚଳିତ ବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ । କବିତା ସଂକଳନ ‘ଦୟାନଦୀ’ ପାଇଁ କବୟିତ୍ରୀ ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ ବୋଲି ସୂଚନା ଦିଆଯାଇଛି।
-
ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ମାସ୍କ ପିନ୍ଧିବା ସହ କୋଭିଡ ପ୍ରୋଟୋକଲ ଅନୁସରଣ କରିବାକୁ ନିବେଦନ କରିଛନ୍ତି। ଏହା ସହ ଜିନୋମ ସିକ୍ୟୁଏନ୍ସିଂ ଏବଂ କୋଭିଡ ପରୀକ୍ଷା ବୃଦ୍ଧି କରିବାକୁ କହିଛନ୍ତି।
-
ଭାରତ-ଚାଇନା କୋର କମାଣ୍ଡର ସ୍ତରର ୧୭ ତମ ବୈଠକ ୨୦ ଡିସେମ୍ବରରେ ଚୁଶୁଲ ମୋଲ୍ଡୋ(ଲଦ୍ଦାଖ)ରେ ଆୟୋଜିତ ହୋଇଯାଇଛି । ଉଭୟ ପକ୍ଷରୁ ପଶ୍ଚିମ ଅଞ୍ଚଳରେ ଏଲଏସି ସହ ବିଚାରର ଆଦାନ ପ୍ରଦାନ କରାଯାଇଛି ।
-
ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ମୋରବି ଝୁଲାପୋଲ ଭୁଶୁଡ଼ିବା ଘଟଣାର ଯାଞ୍ଚ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
-
ରାଜ୍ୟ ସଭାରେ ଆଲୋଚନା ବେଳେ ଗୋଏଲ କହିଥିଲେ ଯେ ଏହି ଲୋକମାନେ ସମଗ୍ର ଦେଶକୁ ବିହାରରେ ପରିଣତ କରିବାକୁ ଚାହୁଁଛନ୍ତି। ବିହାର ଉପରେ ତାଙ୍କର ବିବାଦୀୟ ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଶୁକ୍ରବାର ସଂସଦରେ କହିଛନ୍ତି ଯେ ବିହାର କିମ୍ବା ବିହାର ଲୋକଙ୍କୁ ଅପମାନିତ କରିବାର ମୋର ଉଦ୍ଦେଶ୍ୟ ନାହିଁ। ଯଦି କାହାର ଭାବନା ଏହା ଦ୍ୱାରା ଆଘାତ ପାଇଛି, ମୁଁ ତୁରନ୍ତ ସେହି ମନ୍ତବ୍ୟ ଫେରାଇ ନେଉଛି।
-
ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି।
-
କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଉଚ୍ଚଶିକ୍ଷା ପାଇଁ ପୁସ୍ତକ ୧୨ଟି ଭାରତୀୟ ଭାଷାରେ ତଥା ଆଦିବାସୀ ଭାଷାରେ ଉପଲବ୍ଧ ହେବ।
-
ଚୀନ୍ରେ ଅଭୂତପୂର୍ବ ଭାବେ କୋଭିଡ୍ ଲହର୍ ବୃଦ୍ଧି ପାଉଥିବା ଘଟଣାରେ ଖୁବ୍ ଉଦ୍ବିଗ୍ନ ବୋଲି ବୁଧବାର ଦିନ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି।
-
ମହାକାଶକୁ ଭାରତର ପ୍ରଥମ ମାନବ ମିଶନ ଗଗନୟାନ ୨୦୨୪ ରେ ଉତ୍କ୍ଷେପଣ ହେବାର ସମ୍ଭାବନା ଅଛି ।
-
ଚୀନ, ଆମେରିକା ଓ ଜାପାନ ଆଦି ଦେଶରେ କରୋନାର ଦ୍ରୁତ ସଂକ୍ରମଣ ମଧ୍ୟରେ ଭାରତ ବାୟୋଟେକ ପ୍ରସ୍ତୁତ ନାଜାଲ ଭାକ୍ସିନ ବା ନାକରେ ପଡ଼ୁଥିବା ଟିକା ଇନକୋଭାକକୁ ସରକାର ଅନୁମତି ଦେଇଛନ୍ତି।
-
ଭାରତର ଆଧାର ଏବଂ ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ବ୍ୟବସ୍ଥାକୁ ଗୁଗୁଲ୍ର ସିଇଓ ସୁନ୍ଦର ପିଚାଇ ପ୍ରଶଂସା କରିଛନ୍ତି।
-
୧୮ ବର୍ଷ ବୟସରେ ପୂର୍ଣ୍ଣ ସ୍ବାଧୀନତା ଚାହିବା ସମାଜ ପାଇଁ ଭଲ ନୁହେଁ ବୋଲି କେରଳ ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ କୋଝିକୋଡ ମେଡିକାଲ କଲେଜ ଛାତ୍ରୀମାନଙ୍କ ଏକ ଆବେଦନର ଶୁଣାଣି କରୁଥିବା କେରଳ ହାଇକୋର୍ଟକୁ ଜଣାଇଛନ୍ତି।
-
ଶସ୍ତା ହେଲା କ୍ୟାନସର, ଡାଇବେଟିସ୍, ଜ୍ୱର ଓ ହେପାଟାଇଟିସ୍ ସହିତ ବହୁ ଗମ୍ଭୀର ରୋଗର ମେଡିସିନ୍ । ପୂର୍ବ ଅପେକ୍ଷା ଏହି ରୋଗର ମେଡିସିନ୍ ଏବେ ପ୍ରାୟ ୪୦ ପ୍ରତିଶତ ଶସ୍ତାରେ ମିଳିବ । ସେହିପରି ଜ୍ୱରରେ ପଡିଥିବାବେଳେ କାମରେ ଆସୁଥିବା ପାରାସିଟାମୋଲ ମେଡିସିନ୍ ମଧ୍ୟ ୧୨ ପ୍ରତିଶତ କମ୍ ହୋଇଛି ।
-
ସ୍ୱଚ୍ଛତା, ସମୟାନୁବର୍ତ୍ତିତା ତଥା ଅନଲାଇନ ମାଧ୍ୟମରେ ସୁବିଧାରେ ସମସ୍ତ ସେବା ପ୍ରଦାନ ନିମନ୍ତେ ଓଡିଶା ସରକାରଙ୍କ ଅବକାରୀ ବିଭାଗକୁ “ଇ-ଅବକାରୀ” ପାଇଁ ଚଳିତ ବର୍ଷ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ ନିମନ୍ତେ ଯୋଗ୍ୟ ବିବେଚିତ କରାଯାଇଅଛି । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ୭ ଜାନୁୟାରୀ, ୨୦୨୩ ତାରିଖରେ ଏଥି ନିମନ୍ତେ ପୁରସ୍କାର ପ୍ରଦାନ କରାଯିବ ।
-
ରୁଷ୍ ଆକ୍ରମଣ କରିବାର ୩୦୦ ଦିନ ପରେ ଏହା ହେଉଛି ଜେଲେନ୍ସ୍କିଙ୍କ ପ୍ରଥମ ବିଦେଶ ଗସ୍ତ। ଋଷ-ୟୁକ୍ରେନ୍ ଯୁଦ୍ଧ ମଝିରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି ଜେଲେନ୍ସକି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ସହ ୟୁଏସ ସଂସଦକୁ ସମ୍ବୋଧିତ କରିଛନ୍ତି ଜେଲେନ୍ସକି ।
-
ବାଲେଶ୍ବରରେ ୧୮୦୬ କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କରିଛନ୍ତି ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୫୬୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରି ମିଶନ ଶକ୍ତି ମାଆମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଆହ୍ବାନ ଦେଇଛନ୍ତି।
-
ସୁନା ଛାଉଣି ହୋଇଥିବା ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରର ସୁରକ୍ଷା ନିମନ୍ତେ ସରକାର ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ କରିଛନ୍ତି । ପ୍ରାୟ ୪୦ କିଲୋ ସୁନାରେ ମନ୍ଦିର ଭିତର ପାର୍ଶ୍ବ କାନ୍ଥ ସୁନା ଛାଉଣି କରାଯାଇଛି।
-
ବଢ଼ୁଥିବା ଶୀତକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ସରକାରୀ ସ୍କୁଲ ୧ ଜାନୁଆରୀରୁ ୧୫ ଜାନୁଆରୀ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି ।
-
କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଜରୁରୀ ଖବର । ସରକାର ଫ୍ୟାମିଲି ପେନସନକୁ ନେଇ ନୂଆ ନିୟମ ଜାରି କରିଛନ୍ତି । ଜାରି କରାଯାଇଥିବା ନୂଆ ନିୟମ ଅନୂଯାୟୀ, ମୃତ୍ୟୁ ହୋଇଥିବା ସରକାରୀ କର୍ମଚାରୀଙ୍କ ପିଲା ଯଦି ମାନସିକ ରୋଗରେ ପୀଡ଼ିତ । ତେବେ ସେମାନଙ୍କୁ ମଧ୍ୟ ଫ୍ୟାମିଲି ପେନସନର ଲାଭ ମିଳିବ । ଯେଉଁ ପିଲାମାନେ ମାନସିକ ବିକାରଗ୍ରସ୍ତ ସେମାନେ ମଧ୍ୟ ଫ୍ୟାମିଲି ପେନ୍ସନର ହକଦାର ।