-
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ମେ' ୧୦ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ୧୩ ତାରିଖରେ ଭୋଟ୍ ଗଣତି ହେବ।
-
ଜୟପୁର ବୋମା ବିସ୍ଫୋରଣ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ୪ ଦୋଷୀଙ୍କୁ ଦୋଷମୁକ୍ତ କରିଛନ୍ତି ରାଜସ୍ଥାନ ହାଇକୋର୍ଟ । ନିମ୍ନ ଅଦାଲତ ୪ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ସମସ୍ତ ପ୍ରମାଣକୁ ଖାରଜ କରି ହାଇକୋର୍ଟ ୪ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି।
-
ଖାଲିସ୍ତାନ ସମର୍ଥକ ବିଚ୍ଛିନ୍ନତାବାଦୀ ତଥା 'ୱାରିସ୍ ପଞ୍ଜାବ ଦେ' ମୁଖ୍ୟ ପଳାତକ ଅମୃତପାଲ ସିଂହର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, । ଏହି ଭିଡିଓରେ ସେ କହୁଛି ଯେ ତାର କେହି କିଛି କରିପାରିବେ ନାହିଁ ।
-
ସାହାରା ଇଣ୍ଡିଆରେ ଟଙ୍କା ଜମାରଖିଥିବା ଲୋକମାନଙ୍କ ପାଇଁ ବଡ଼ ଖବର । ସେମାନଙ୍କର ବର୍ଷ ବର୍ଷ ଧରି ଫସି ରହିଥିବା ଟଙ୍କା ଫେରସ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
-
ୱାୟନାଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଘୋଷଣା କରିବା ଲାଗି ନିର୍ବାଚନ କମିସନ୍ରେ ତତ୍ପରତା ନ ଥିବା ଭାରତର ମୁଖ୍ୟ ନିର୍ବାଚନ କମିସନର୍ ରାଜୀବ କୁମାର କହିଛନ୍ତି।
-
କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବିରୋଧୀ ନେତାଙ୍କ ବିପକ୍ଷରେ ଲଗାଇ ଆପଣ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କ ମେଣ୍ଟର ନେତୃତ୍ବ ନେଉଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି।
-
ଓଡିଶା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ଲାଗି ରହିଥିବା ବେଳେ 29.03.23 ଅପରାହ୍ଣରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଅଧଘଣ୍ଟା ଭିତରେ ୫ ହଜାରରୁ ଅଧିକ ଥର ବିଜୁଳି ମାରିଥିବା ସୂଚନା ମିଳିଛି । ୩୦ ମିନିଟରେ ବାସୁଦେବପୁର ଅଞ୍ଚଳରେ ୫ ହଜାର ୪ ଶହ ଥର ବିଜୁଳି ମାରିଛି । ତେବେ ଏହି ବିଜୁଳି ଓ ବଜ୍ରପାତରେ ୫ ଜଣଙ୍କ ମୃତ୍ଯୁ ଘଟିଥିବା ସୂଚନା ।
-
ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡି ହୋଇଛି ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଦେଶର ପ୍ରମୁଖ କ୍ରୀଡା କେନ୍ଦ୍ର ଭାବେ ମୁଣ୍ଡ ଟେକିଥିବା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏବେ ଏକ ଆନ୍ତର୍ଜାତିକ ସ୍ତରର ଟେନିସ ସେଣ୍ଟର ଯୋଡି ହୋଇଛି।
-
ଝାରସୁଗୁଡା ସରବାହାଲର ବ୍ୟବସାୟୀ ସୁନିତ ଅଗ୍ରଓ୍ବାଲଙ୍କ ୧୫ ବର୍ଷର ପୁଅ ସମର୍ଥ ଅଗ୍ରଓ୍ବାଲଙ୍କୁ ଗତ ୨୭ ତାରିଖ ଦିନ ସନ୍ଧ୍ୟାରେ ଅପହରଣ କରାଯାଇଥିଲା । ଅପରାଧୀ ମାନେ ନାବାଳକର ପିତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ । ତାହା ନମିଳିବାରୁ ୨୮ ତାରିଖ ରାତିରେ ସମର୍ଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
-
ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ଚିତାଙ୍କ ମଧ୍ୟରୁ ସିୟାୟା ନାମକ ଏକ ଚିତା ଜନ୍ମଦେଇଛି ୪ ଛୁଆ । କିଡନି ସଂକ୍ରମଣ କାରଣରୁ ଏକ ଚିତା ମଧ୍ୟରୁ ତିନିଦିନ ତଳେ ସାସା ନାମକ ଏକ ମାଈ ଚିତାର ମୃତ୍ୟୁ ପରେ ଏହି ଖୁସି ଖବର ଆସିଛି ।
-
ଗତ ୫ ଦଶନ୍ଧି ମଧ୍ୟରେ ୩୫ ଥର ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ସହ ଜୁଝିଛି, ବିପୁଳ କ୍ଷତିର ସମ୍ମୁଖୀନ ହୋଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ୧୦ଟି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ସହ ୬ ବର୍ଷ ମରୁଡ଼ି ଓ ଭୟଙ୍କର ବନ୍ୟା ଯୋଗୁଁ ବିପୁଳ କ୍ଷତିଗ୍ରସ୍ତ ହୋଇଛି।
-
ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରାଜ୍ୟ ସରକାର ଭିତ୍ତିଭୂମିକୁ ଉନ୍ନତ କରୁଥିବା ବେଳେ ଏବେ ବିଶ୍ବବ୍ୟାଙ୍କ ପକ୍ଷରୁ ଓଡ଼ିଶାକୁ ୧୦୦ ମିଲିୟନ ଡଲାର ସହାୟତା ମିଳିଛି।
-
ଏପ୍ରିଲ ପହିଲାଠାରୁ ପେନ୍କିଲର (ଯନ୍ତ୍ରଣା ନିବାରକ)ଠାରୁ ଆରମ୍ଭ କରି ଆଣ୍ଟିବାୟୋଟିକ୍ ସମେତ କିଛି ଜରୁରୀ ଔଷଧ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି।
-
ପୁରୀର ପେଣ୍ଠକଟାରେ ୧୩.୬୭୦ ଏକର ଜମିରେ ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମର ଭିତ୍ତିପ୍ରସ୍ତର ପଡ଼ିଥିଲା। ୨୦୧୮ରେ ଏହି ଷ୍ଟାଡିୟମ କାମ ଆରମ୍ଭ କରାଯାଇଥିଲା।ପ୍ରାରମ୍ଭିକ ଭାବେ ୩୪ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟବରାଦରେ କାମ ଆରମ୍ଭ ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୭୦ କୋଟିରୁ ଊର୍ଦ୍ଧ୍ବ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି।
-
ଭାରତୀୟ ନିର୍ବାଚନ ଆୟୋଗ ଆଜି ଉପନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ଉପ-ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ ଏବଂ ମେ’ ୧୩ରେ ଫଳାଫଳ ପ୍ରକାଶ ପାଇବ। ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର।
-
ଓଡିଶାର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି , ରାଜ୍ୟରେ ଏବେ ୯୭ଟି ଶୀତଳ ଭଣ୍ଡାର ଅଚଳ ହେଇ ପଡିଥିବାବେଳେ, ୩୬ଟି ଶୀତଳ ଭଣ୍ଡାର ସଚଳ ଅବସ୍ଥାରେ ଅଛି । ଅଚଳ ହୋଇ ପଡିଥିବା ଶୀତଳ ଭଣ୍ଡାରକୁ ସଚଳ କରିବା ସମ୍ଭବ ନୁହେଁ । ଅଚଳରୁ ସଚଳ କରିବା ବ୍ୟୟବହୁଳ ତେଣୁ ସେହି ଟଙ୍କାରେ ନୂଆ ଶୀତଳ ଭଣ୍ଡାର ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।
-
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି। ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ ଦେଶର ଏକ କୋର୍ଟ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି।
-
ପୁଣେର ଲୋକସଭା ଏମ୍ପି ତଥା ଭାଜପା ନେତା ଗିରିଶ ବାପଟଙ୍କର ପୁଣେର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।
-
ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତାନାଜୀ ଓସମାନାବାଦରେ ଏକ ସାଧାରଣ ସଭାରେ ଯୋଗ ଦେଇ ମୁଁ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉଦ୍ଧବଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଫଡନଭିସଙ୍କ ନେତୃତ୍ୱରେ ଦୁଇ ବର୍ଷରେ ୧୦୦ ରୁ ୧୫୦ ବୈଠକ କରିଥିଲୁ। ଏହା ପରେ ଫଡନାଭିସଙ୍କ ନିର୍ଦ୍ଦେଶରେ ଶିବସେନା ଏବଂ ଭାଜପା ଓସମାନାବାଦ ଜିଲା ପରିଷଦ ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ସେଠାରୁ ମିଳିତ ମଞ୍ଚ ଆରମ୍ଭ ହୋଇଥିଲା।
-
ଆଇପିଏଲ ସିଜନ ୧୬ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ମୁହାଁମୁହିଁ ହେବେ।