-
ଆଜି ପବିତ୍ର ଉତ୍କଳ ଦିବସ । ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ୮୮ ବର୍ଷରେ ଓଡ଼ିଶା ଦିବସ। ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଜନ୍ମ ନେଇଥିଲା।
-
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଇଏଏସ ସତ୍ୟବ୍ରତ ସାହୁଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ସାହୁ ନିଜର ପୁରୁଣା ବିଭାଗ ସହ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇବେ ।
-
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୧୦୦ କୋଟି ଟଙ୍କା ପ୍ରଦାନ କରିଛି ଓଡ଼ିଶା ଖଣି ନିଗମ (ଓଏମସି) । ଏହି ଟଙ୍କା ‘ହରିଶ୍ଚନ୍ଦ୍ର’ ଓ ‘ମହାପ୍ରୟାଣ’ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (ସିଏମ୍ଆର୍ଏଫ) ପକ୍ଷରୁ ଖର୍ଚ୍ଚ କରାଯିବ। ସିଏସ୍ଆର୍ ପାଣ୍ଠି ବାବଦକୁ ଓଏମ୍ସି ସିଏମ୍ଆର୍ଏଫ୍ ପାଣ୍ଠିକୁ ଏହି ଅର୍ଥ ପ୍ରଦାନ କରିଛି ।
-
ଓଡିଶା ବିଧାନସଭାର ବଜେଟ ଅଧିବେଶନ। ୬ ଦିନ ପୂର୍ବରୁ ଅର୍ଥାତ ୪ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଚଳିତ ବଜେଟ ଅଧିବେଶନ ଅପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା।
-
ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତାହତ ସଂଖ୍ୟାକୁ ଶୂନ କରିବା ଉଦ୍ଦେଶ୍ୟରେ ସଚେତନତାକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଆସନ୍ତା କାଲି ଏପ୍ରିଲ ୧ ରୁ ୭ ତାରିଖ ପର୍ୟ୍ୟନ୍ତ ସପ୍ତାହ ବ୍ୟାପି ଶୂନ ମୃତାହତ ସଂଖ୍ୟା ସପ୍ତାହ (ଜିରୋ ଫାଟାଲିଟି ଉଇକ) ପାଳନ କରୁଛନ୍ତି ।
-
ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ନେଇ ଦୀପାଳିଙ୍କ ନାଁରେ ମୋହର ମାରିଛନ୍ତି ।
-
ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଜେଲରୁ ମୁକ୍ତ କରାଯିବ। ଏପ୍ରିଲ ୧ ତାରିଖରେ ପଟିଆଲା ଜେଲରୁ ନବଜୋତ ସିଂ ସିଦ୍ଧୁ ମୁକୁଳିବେ।
-
୧ ତାରିଖ ଉତ୍କଳ ଦିବସରେ ଚାଷୀମାନଙ୍କୁ ‘କାଳିଆ’ କିସ୍ତି ଅର୍ଥ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୫୩ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଏହି ଅର୍ଥରାଶି ବଣ୍ଟନ କରାଯିବ।
-
ଚଳିତ ବର୍ଷ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ନୂଆ ଅବକାରୀ ନୀତି ବଳବତ୍ତର ରହିବ।ଆଦିବାସୀଙ୍କ ଜୀବିକାର ଅନ୍ୟତମ ପ୍ରମୁଖ ମାଧ୍ୟମ ଥିବା ମହୁଲ ଫୁଲରୁ ମଦ ପ୍ରସ୍ତୁତି ପ୍ରକ୍ରିୟାକୁ ଆହୁରି ସରଳ କରାଯାଇଛି। କେବଳ ଓଡ଼ିଶାରେ ଉତ୍ପାଦିତ ମହୁଲ ଫୁଲକୁ ମଦ ପ୍ରସ୍ତୁତିରେ ବ୍ୟବହାର କରାଯିବ।ରାଜ୍ୟର ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବନାହିଁ ।
-
ତିଶଗଡ଼ ସରକାର ଏପ୍ରିଲ ୧ରୁ ରାଜ୍ୟରେ ବେରୋଜଗାରି ଭତ୍ତା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାରେ ଛତିଶଗଡ଼ର ବେକାର ଯୁବତୀଯୁବକମାନଙ୍କୁ ରାଜ୍ୟ ସରକାର ମାସିକ ୨,୫୦୦ ଟଙ୍କା ଲେଖାଏ ଯୋଗାଇଦେବେ।
-
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏପ୍ରିଲ ୯ରେ କର୍ନାଟକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ରାହୁଲ ଗାନ୍ଧୀ କୋଲାରରେ ଏକ ରାଲିରେ ସମ୍ବୋଧିତ କରିବେ। ଏହାପରେ ୧୧ ଏପ୍ରିଲରେ ୱାୟନାଡ ଯିବେ ବୋଲି ଜଣାପଡିଛି।
-
ଜଷ୍ଟିଶ ବିରେନ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)କୁ ତାଙ୍କ ଗ୍ରାଜୁଏଶନ ଡିଗ୍ରୀ ପ୍ରମାଣପତ୍ର ଦେବାର ଆବଶ୍ୟକତା ନାହିଁ । କୋର୍ଟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ୨୫,୦୦୦ ଟଙ୍କାର ଜରିମାନା ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ପ୍ରମାଣପତ୍ରର ବିବରଣୀ ମାଗିଥିଲେ ।
-
ଗୁଜରାଟର ଆମ୍ରେଲି ଜିଲାରୁ ଜାଲ୍ ଆଧାର କାର୍ଡ ଜରିଆରେ ଜୀବନ ବୀମା କରୁଥିବା ଏକ ର଼୍ୟାକେଟର ପର୍ଦ୍ଦାଫାସ ହୋଇଛି। ୩୧ଟି ଘରୋଇ ଓ ସରକାରୀ ବୀମା କମ୍ପାନୀରୁ ପାଖାପାଖି ୧୪ କୋଟି ଟଙ୍କା ଠକିଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏମାନେ ୩୧ ମୃତବ୍ୟକ୍ତିଙ୍କ ନାମରେ ୮୭ଟି ଜାଲ୍ ପଲିସି କରି ବୀମା କମ୍ପାନୀଠାରୁ କ୍ଲେମ୍ ଟଙ୍କା ଉଠାଇଥିଲେ।
-
ମୂଳ ଭାରତୀୟ ଅଜୟ ବଙ୍ଗା ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ହେବା ପ୍ରାୟ ନିଶ୍ଚିତ। ବୁଧବାର ଏହି ପଦବୀ ପାଇଁ ନାମାଙ୍କନ ଶେଷ ହୋଇଛି। ଅନ୍ୟ କୌଣସି ଦେଶ ସର୍ବସାଧାରଣରେ ବିକଳ୍ପ ପ୍ରାର୍ଥୀ ପ୍ରସ୍ତାବ ଦେଇନାହାନ୍ତି।
-
ଦେଶର ପ୍ରମୁଖ ଘରୋଇ ଶିଳତପ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ ନବୀନ ଜିନ୍ଦଲଙ୍କୁ ନିକଟରେ ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ’ ସମ୍ମାନ ସମ୍ମାନିତ କରାଯାଇଛି।
-
ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ସର୍ବାଧିକ ଆୟ ଓ ସର୍ବାଧିକ ଦର୍ଶକ ପାଇଁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଇତିହାସ। ରଚିଲା୧୯୯୦ ଜାନୁଆରୀ ୯ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଭୁବନେଶ୍ବର ଠାରେ ଖୋଲା ଯାଇଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସାଧାରଣ ଲୋକଙ୍କ ପାଖରେ ବେଶ୍ ଆଦୃତ ହେବାରେ ଲାଗିଛି ।
-
ଉତ୍ତର କୋରିଆ ଏହାର ଆଣବିକ ଯୁଦ୍ଧାସ୍ତ୍ରକୁ ବିଶ୍ବବାସୀଙ୍କ ଆଗରେ ପ୍ରଦର୍ଶନ କରିଛି। ଦେଶର ଶାସନ ମୁଖ୍ୟ କିମ୍ ଜଙ୍ଗ ଉନ୍ ଆଣବିକ ଯୁଦ୍ଧାସ୍ତ୍ରକୁ ପ୍ରଦର୍ଶନ ପୂର୍ବକ ଏହାର ଫଟୋ ଜାରି କରିଛନ୍ତି।
-
ୟୁକ୍ରେନ ବିରୋଧରେ ଲଢ଼ିବା ପାଇଁ ଉତ୍ତର କୋରିଆ ରୁଷ୍କୁ ୫୦ ହଜାର ସ୍ବେଚ୍ଛସେବୀଙ୍କୁ ସୈନିକ ଭାବେ ଯୋଗାଇ ଦେବ। ଉତ୍ତର କୋରିଆ ଏ ନେଇ ପ୍ରସ୍ତୁତି ଚଳାଇଛି ବୋଲି ରୁଷ୍ର ସରକାରୀ ଟିଭି ଆଧାରରେ ୟୁରେସିଆ ଟାଇମ୍ସ ରିପୋର୍ଟରେ କୁହାଯାଇଛି।
-
ସ୍ବୟଂକ୍ରିୟ ଟେଷ୍ଟିଂ ଷ୍ଟେସନ (ଏଟିଏସ୍) ମାଧ୍ୟମରେ ଫିଟନେସ୍ ପରୀକ୍ଷାକୁ ସରକାର ୨୦୨୨ ଏପ୍ରିଲ୍ ୫ରେ ବାଧ୍ୟତାମୂଳକ କରିଥିଲେ। ଭାରି ମାଲବାହୀ ଓ ଯାତ୍ରୀବାହୀ ଯାନ ପାଇଁ ଏହି ନିୟମକୁ ୨୦୨୩ ଏପ୍ରିଲ୍ ୧ରୁ ଏବଂ ମଧ୍ୟମ ମାଲବାହୀ ଯାନ ଓ ଯାତ୍ରୀବାହୀ ଯାନ ଓ ଲଘୁ ପରିବହନ ଯାନ ଲାଗି ତାହାକୁ ୨୦୨୪ ଜୁନ୍ ୧ରୁ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଥିଲା।
-
ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୬ତମ ସଂସ୍କରଣ ଆରମ୍ଭ ହୋଇଛି। ଶୁକ୍ରବାର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଚେନ୍ନଇ ସୁପରକିଙ୍ଗ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଗୁଜରାଟ ଟାଇଟାନ୍ସ, ଚେନ୍ନଇ ସୁପରକିଙ୍ଗ୍ସକୁ ୫ ୱିକେଟରେ ପରାସ୍ତ କରିଛି।