Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 23-10-2025 Odia
  1. 1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିରରେ ପ୍ରବେଶ କରି ଇତିହାସ ରଚିଛନ୍ତି। ୬୭ ବର୍ଷୀୟ ରାଷ୍ଟ୍ରପତି ମୁର୍ମୁ ଏହା ଦ୍ୱାରା ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଏହି ପବିତ୍ର ତୀର୍ଥସ୍ଥଳରେ ପ୍ରାର୍ଥନା କରିଛନ୍ତି।

  2. 2.ଚୀନ୍ ଏପର୍ଯ୍ୟନ୍ତ ବଡ଼ ପରିମାଣରେ ଇ-ସିମ  ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିନାହିଁ। ଏହି କାରଣରୁ ଆପଲ୍ ଚୀନ୍‌ରେ ଆଇଫୋନ୍ ଏଆର  ଲଞ୍ଚ୍‌କୁ ଗୋଟିଏ ମାସ ବିଳମ୍ବ କରିଥିଲା।

  3. 3.ଜାଭେଲିନ ଥ୍ରୋ ତାରକା ନୀରଜ ଚୋପ୍ରାଙ୍କୁ ଏକ ବଡ଼ ସମ୍ମାନ ମିଳିଛି। ଦେଶ ପ୍ରତି ତାଙ୍କର ଅବଦାନ ପାଇଁ, ତାଙ୍କୁ ଟେରିଟୋରିଆଲ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ପ୍ରଦାନ କରାଯାଇଛି।

  4. 4.ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬୩ ଜଣ ଯାତ୍ରୀ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

  5. 5.ଭୋଜପୁରୀ ସିନେମାର ସୁପରଷ୍ଟାର ଖେସାରି ଲାଲ ଯାଦବ ରାଷ୍ଟ୍ରୀୟ ଜନତା ଦଳ (RJD) ଟିକେଟରେ ବିହାର ନିର୍ବାଚନ ଲଢ଼ୁଛନ୍ତି।

  6. 6.ଆଗାମୀ ନଭେମ୍ବର ୬ ଏବଂ ୧୧ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ନଭେମ୍ବର ୧୪ ତାରିଖରେ ଏହାର ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

  7. 7.ନୂଆଦିଲ୍ଲୀ ଲୋକପାଳଙ୍କ ନିକଟରେ ବର୍ତ୍ତମାନ ସାତ ଜଣ ସଦସ୍ୟ ଅଛନ୍ତି, ଯେଉଁଥିରେ ଜଣେ ଅଧ୍ୟକ୍ଷ ଏବଂ ଛଅ ଜଣ ସଦସ୍ୟ ଅଛନ୍ତି। କିନ୍ତୁ ଏହାର ଅନୁମୋଦିତ ସଂଖ୍ୟା ଆଠ। ଦୁର୍ନୀତି ବିରୋଧରେ ପଦକ୍ଷେପ ଗ୍ରହଣ କରୁଥିବା ଲୋକପାଳ ପ୍ରାୟ ୫ କୋଟି ମୂଲ୍ୟର ସାତୋଟି ବିଳାସପୂର୍ଣ୍ଣ BMW କାର କ୍ରୟ କରିବା ପାଇଁ ଏକ ଟେଣ୍ଡର ଜାରି କରିଛନ୍ତି।  

  8. 8.କାନାଡାରେ ପଞ୍ଜାବୀ ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗଷ୍ଟାର୍ ରୋହିତ ଗୋଦାରା ଗ୍ୟାଙ୍ଗ ତାଙ୍କୁ ଗୁଳି ମାରିଥିବା ଜଣାପଡିଛି।

  9. 9.ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଯାହାଫଳରେ ଆମେରିକାର ନୱାର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ- ୧୯୧ ଉଡ଼ାଣ ଭରିବାର କିଛି ସମୟ ପରେ ମୁମ୍ବାଇ ଫେରିଆସିଛି।

  10. 10ପାକିସ୍ତାନ ସହିତ ହୋଇଥିବା ସଂଘର୍ଷ ପଛରେ ଭାରତର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ୟାକୁବ ମୁଜାହିଦ ଓରଫ ମୁଲ୍ଲା ୟାକୁବ୍‌।

  11. 11.ଉଚ୍ଚ ନ୍ୟାୟାଳୟ ଏଫ୍‌ଏମ୍ ମହାବିଦ୍ୟାଳୟ ଛାତ୍ରୀ ସୈାମ୍ୟାଶ୍ରୀ ବିସି ମୃତ୍ୟୁ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜାମିନ ଦେଇଛି । ସୈାମ୍ୟାଶ୍ରୀ ବିସି ଆତ୍ମହୁତି ମାମଲାରେ ମୋଟ ୪ଜଣଙ୍କୁ ଗିରଫ କରାଯାଇଥିଲା ।

  12. 12.ବହୁ ଚର୍ଚ୍ଚିତ ପୋଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସି.ବି.ଆଇ କୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

  13. 13.ଭୁବନେଶ୍ଵର ୟୁନିଟ୍-୧ ପରିବା ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୧୫ରୁ ଅଧିକ ଦୋକାନ ଘର ଜଳିଯାଇଛି।

  14. 14.ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍‌ପି ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ଏବଂ ସାର୍ପ ସୁଟରକୁ ୧୦ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା। ଏହି ମାମଲାରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି। 

  15. 15.ବହୁପ୍ରତୀକ୍ଷିତ ଭାରତ-ଆମେରିକା ବାଣିଜ୍ୟ ଡିଲ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଡିଲ୍‌ ଘୋଷଣା ହେବା ପରେ ଭାରତୀୟ ଦ୍ରବ୍ୟ ଉପରେ ଆମେରିକା ଲାଗୁ କରୁଥିବା ଟାରିଫକୁ ୧୫ରୁ ୧୬% ହ୍ରାସ କରିପାରେ। ଏବେ ଭାରତରୁ ଆମେରିକା ଆମଦାନୀ କରୁଥିବା ଦ୍ରବ୍ୟ ଗୁଡ଼ିକ ଉପରେ ୫୦% ଟାରିଫ ଲାଗୁ କରୁଛି।

9 Y
2 23-10-2025 English
  1. 1.India has climbed to the ninth spot globally in total forest area and retained its third rank in annual forest area gain, according to a new report released by the UN Food and Agriculture Organisation (FAO)..

  2. 2.India has donated 81 school buses to various educational institutions in Nepal, including in disasteraffected districts of Koshi province.

  3. 3.Eknath Vasant Chitnis, who along with Vikram Sarabhai laid the foundation of India's space programme, breathed his last here Wednesday, family members said. Chitnis had turned 100 in July.

  4. 4.A Belgian court has ruled that fugitive diamantaire Mehul Choksi, main accused in a Rs 13,000 crore PNB scam, faces "no risk" of being denied a fair trial or subjected to ill-treatment if he is extradited to India.

  5. 5.BJP leader Pitabas Panda was gunned down by miscreants near his house in the Silk City, Berhampur Police Wednesday claimed to have cracked the gruesome murder by arresting BJD district unit president Bikram Panda and 11 others, and revealing that a Rs50-lakh contract was made for the execution.

  6. 6.State government Wednesday recommended a CBI investigation into alleged irregularities in the recruitment of sub-inspectors (SIs) in various departments, including police, and fire and emergency services.

  7. 7.A fire broke out at Unit-1 Haat, the largest daily market in the state capital, here Wednesday, destroying around 30 shops and damaging properties worth crores of rupees.

  8. 8. Punjab recorded 415 farm fire incidents between September 15 and October 21 this year, down from 1,510 incidents during the same period last year, data showed.

  9. 9.Delhi For many years, permission was not granted to perform Chhath Puja on the Yamuna banks. But this time, the government has allowed it and made preparations for the same.

  10. 10.The Election Commission top brass Wednesday assessed the progress made on mapping the current electors with the voters as per the last SIR in different states.

  11. 11.Russia said Wednesday it had carried out a major training exercise involving nuclear weapons, a day after the United States announced a delay in plans for a second summit between presidents Vladimir Putin and Donald Trump on the Ukraine war.

  12. 12.North Korea fi red what appeared to be multiple short-range ballistic missiles Wednesday, South Korea’s military said, a week before a key Asia-Pacifi c leaders' meeting in South Korea.

  13. 13.In a jolt to Jindal Steel and Power Limited (JSPL), the working permission for its Iron & Manganese mines at Roida in Keonjhar was revoked for allegedly violating forest norms.

  14. 14.A 15-year-old boy died after being hit by a speeding train while attempting to shoot an Instagram reel near a railway track in Puri district, police said Wednesday.

  15. 15.Light rain and thunderstorms are likely in Odisha over the next four days under the impact of two back-to-back low-pressure areas, the IMD said Wednesday.

5 Y
3 22-10-2025 Odia
  1. 1.ଜାପାନର ସଂସଦ ମଙ୍ଗଳବାର ଅତିରକ୍ଷଣଶୀଳ ସାନେ ତାକାଇଚିଙ୍କୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛି।

  2. 2.ଅନ୍ତର୍ଜାତୀୟ ବଜାରରେ ‌ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୬୦ ଡଲାରକୁ ହ୍ରାସ ପାଇଛି। ବଜାରରେ ଚାହିଦା ତୁଳନାରେ ଅଧିକ ତେଲ ରହିଥିବାରୁ ଦାମ୍ କମ୍ ହୋଇଛି।

  3. 3.ଟାଟା ଟ୍ରଷ୍ଟ୍‌ସ ପକ୍ଷରୁ ବେଣୁ ଶ୍ରୀନିବାସନଙ୍କୁ ଟ୍ରଷ୍ଟି ଭାବେ ଆଜୀବନ ନିଯୁକ୍ତି ପ୍ରଦାନ କରାଯାଇଛି।

  4. 4.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ତାହା ଭାରତୀୟ ଅର୍ଥନୀତିର କୌଣସି କ୍ଷତି କରିପାରିବନି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଅକ୍ଟୋବର ମାସ ବୁଲେଟିନ୍‌ରେ ଏଭଳି କହିଛି।

  5. 5.ଭାରତ ରୁଷଠୁ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ପାଇଁ ବଡ ସଂଖ୍ୟାରେ ମିସାଇଲ୍ କ୍ରୟ କରିବାକୁ ପ୍ରସ୍ତୁତ ହେଉଛି। ପ୍ରାୟ ୧୦ ହଜାର କୋଟି ଟଙ୍କାରେ ଏହି ଚୁକ୍ତି ହେବ ବୋଲି ସୂଚନା ରହିଛି।

  6. 6.ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ତଳନଗର ପଞ୍ଚାୟତ ବେହେରା ସାହିରେ ପୁଲିସ ବେଆଇନ ଜବତ ବାଣ ବିସ୍ଫୋରଣ କରାଇବା ଯୋଗୁ ଏଭଳି ଅଘଟଣ ଘଟିଛି। ଛଅ ଗାଁରେ ଶତାଧିକ ପରିବାରର ଛାତ ଖସିବା, କାନ୍ଥ ଫାଟିବା, କାଚ ଝରକା ଭାଙ୍ଗିଥିବା ଚିତ୍ର ସାମ୍ନାକୁ ଆସିଛି।

  7. 7.ବେଲଗାମ ହୋଇପଡ଼ିଥିବା ରୁପା ମୂଲ୍ୟ ଦ୍ରୁତ ଗତିରେ କମ୍ ହେବାରେ ଲାଗିଛି। ଗତ ୬ ଦିନରେ ରୁପା ମୂଲ୍ୟ ୨୫ ହଜାର ଟଙ୍କା କମ୍ ହୋଇଛି।

  8. 8.କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ର ଏକ ବିସ୍ତୃତ ରିପୋର୍ଟରୁ ଜଣାପଡିଛି ଯେ, ଭାରତ ଚଳିତ ପାର୍ବଣ ଋତୁରେ ରେକର୍ଡ ଭାଙ୍ଗି ୬.୦୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ କରିଛି।

  9. 9.ବାଣଫୁଟାଜନିତ ଭାରତର ପ୍ରଦୂଷିତ ବାୟୁ ପଡ଼ୋଶୀ ଦେଶକୁ ପ୍ରବାହିତ ହୋଇ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ତଥା ଏହାର ରାଜଧାନୀ ଲାହୋରରେ ବାୟୁ ଗୁଣବତ୍ତାରେ ତୀବ୍ର ହ୍ରାସ ଘଟାଇଛି।

  10. 10.ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ବାଧ୍ୟତାମୂଳକ ସମୟସୀମାକୁ ଉଲ୍ଲଂଘନ କରି କ୍ରମାଗତ ବାଣ ଫୁଟାଯିବା ଦ୍ଵାରା ଦୀପାବଳିର ଗୋଟିଏ ଦିନ ପରେ ମଙ୍ଗଳବାର ଦିଲ୍ଲୀର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ‘ଗମ୍ଭୀର’ ବର୍ଗକୁ ଚାଲିଯାଇଛି।

  11. 11.ସମ୍ପ୍ରତି ସାରା ବିଶ୍ୱରେ ବିରଳ ଧାତୁ(Rare Earth) ଏଳିମେଣ୍ଟଗୁଡ଼ିକ ବିଷୟରେ ବ୍ୟାପକ ଆଲୋଚନା ହେଉଛି। କୁହାଯାଉଛି ଯେ, ବିରଳ ଧାତୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଏବଂ ରାଷ୍ଟ୍ରଗୁଡ଼ିକର ଶକ୍ତି ଗତିଶୀଳତାକୁ ପରିବର୍ତ୍ତନ କରିବ। ବିରଳ ଧାତୁକୁ ୨୧ ଶତାବ୍ଦୀର "ନୂତନ ତେଲ" ମଧ୍ୟ କୁହାଯାଉଛି।

  12. 12.ମହାରାଷ୍ଟ୍ରର ଶାନିବାର ୱାଡା ଦୁର୍ଗରେ କିଛି ମହିଳା ନମାଜ ପାଠ କରିବା ପରେ ବିଜେପି ରାଜ୍ୟସଭା ସାଂସଦ ମେଧା କୁଲକର୍ଣ୍ଣି, ହିନ୍ଦୁ ସଂଗଠନର କର୍ମୀମାନଙ୍କ ସହିତ, ପୁଣେର ଐତିହାସିକ ଶାନିବାର ୱାଡା ଦେଇ ଶୋଭାଯାତ୍ରା କରିଥିଲେ ଏବଂ ମୁସଲିମ ମହିଳାମାନେ ନମାଜ ପାଠ କରିଥିବା ସ୍ଥାନକୁ ଶୁଦ୍ଧିକରଣ କରିଥିଲେ।

  13. 13.ବ୍ୟବସାୟୀମାନେ ପୂର୍ବ ବର୍ଷ ତୁଳନାରେ ଭାରତୀୟ ନିର୍ମିତ ସାମଗ୍ରୀର ବିକ୍ରୟରେ ୨୫% ବୃଦ୍ଧି ଘଟିଥିବା ରିପୋର୍ଟ କରିଛନ୍ତି।

  14. 14.ଆସନ୍ତା ୨୬ରେ ଦକ୍ଷିଣ ବଙ୍ଗୋପସାଗର ଏବଂ ୨୯ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ୨୬ ଓ ୨୯ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପାଇଁ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସମ୍ଭାବ୍ୟ ଲଘୁଚାପ ଉପରେ ଅଧିକ ସ୍ପଷ୍ଟ ଆକଳନ କରାଯାଇ ପାରିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

  15. 15.ମାଆ ହେଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମାଆ ହେଲେ। ଦିଲ୍ଲୀରେ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ତାଙ୍କ ସ୍ଵାମୀ ତଥା ଆମ ଆଦମୀ ପାର୍ଟୀ ନେତା ରାଘବ ଚଡ୍ଢା ନିଜେ ସୋସିଆଲ ମିଡିଆ ପୋଷ୍ଟରେ ଦେଇଛନ୍ତି।

39 Y
4 22-10-2025 English
  1. 1.Japan's parliament elected ultraconservative Sanae Takaichi as the country's first female prime minister Tuesday.

  2. 2.According to reports, the Air Quality Index (AQI) of Bhubaneswar and Cuttack was 657 and 582 respectively Monday evening, which is considered as hazardous. The visibility in both cities was significantly reduced in many areas, according to residents as they faced inconvenience while commuting.

  3. 3.Pakistan's Punjab government this month deported around 22,000 Afghan nationals residing in the province illegally besides closing down the last Afghan refugee camp, a Punjab police spokesperson said Tuesday.

  4. 4.The Reserve Bank sold $7.7 billion in August to check exchange rate volatility as well as to arrest the decline in value of the rupee against the American currency.

  5. 5.India has succeeded in diversifying its export market with overseas shipments recording a yearon-year growth in over 20 countries across Europe, the Middle East, Africa and Latin America which has helped to offset the adverse impact of the US tariff turmoil.

  6. 6.In a shocking development, mosquitoes have been found in Nordic island nation Iceland for the first time as global heating makes the country more hospitable for insects.

  7. 7.Cuttack, A self-styled godman was arrested in Cuttack district for allegedly sexually assaulting a seven-year-old girl, police said Monday.

  8. 8.Thousands of devotees gathered near the Srimandir here Monday to perform ‘Paya Shraddha’, a ritual to honour ancestors on ‘Diwali’.

  9. 9.Elephant incursions into human habitats have become a daily concern across several blocks of Keonjhar district.

  10. 10.Paradip Port is going to sign Memorandum of Understandings (MOUs) worth Rs1.5 lakh crore at the upcoming India Maritime Week scheduled to be held in Mumbai from 27 to 31 October.

  11. 11.Berhampur A team of researchers from the Estuarine Biology Regional Centre of the Zoological Survey of India have discovered a new fish species in the Bahuda estuary in Ganjam district, a report said.

  12. 12.Keonjhar district police here Monday busted a sex racket operating from a three-storied building at Gobindpur village under Town police limits as it arrested six persons including a woman and rescued fi ve other women.

  13. 13.The National Green Tribunal (NGT) has been urged to take a "holistic" approach to tackle the alarming loss of forest cover in the northeast region.

  14. 14.New Delhi More than 250 people reported burn wounds in Delhi, and over 100 in Jaipur, while properties worth crores were gutted in Shimla Diwali night.

  15. 15.The Kerala High Court expanded the scope of the SIT probe into the loss of gold from the Sabarimala temple, directing investigators to examine a possible wider conspiracy and the role of Travancore Devaswom Board .

17 Y
5 21-10-2025 Odia
  1. 1.ଜାପାନର ଶାସକ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ଏବଂ ଜାପାନ ଇନୋଭେସନ୍ ପାର୍ଟି ଏକ ମେଣ୍ଟ ଚୁକ୍ତିକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରିଛନ୍ତି। ଏହି ଚୁକ୍ତି ଫଳରେ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ନେତା ତାକାଇଚି ସାନାଏଙ୍କୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ବାଟ ଫିଟିଛି।
  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଏନ୍‌ଏସ୍‌ ବ୍ରିକ୍ରାନ୍ତରେ ଦୀପାବଳି ପାଳନ କରିବା ସହ ଦେଶବାସୀଙ୍କୁ ଦୀପାବଳୀର ଶୁଭେଚ୍ଛା ଦେଇଛନ୍ତି ।

  3. 3.‘ଅପରେସନ ସିନ୍ଦୂର’ ସମୟରେ ଭାରତୀୟ ବୈଷୟିକ ଜ୍ଞାନକୌଶଳର ପରାକାଷ୍ଠା ପ୍ରଦର୍ଶନ କରିଥିବା ସମ୍ବଲପୁର ଜିଲା ବୁର୍ଲା ଭିସୁଟ୍‌ର ଜଣେ ପୂର୍ବତନ ଛାତ୍ରଙ୍କ ଦ୍ବାରା ନିର୍ମିତ ଡ୍ରୋନ୍‌ ଏବେ ଚୀନ୍‌ ସୀମାରେ ନିୟୋଜିତ ହେବ।

  4. 4.ଆସ୍ରାନି ଭାବରେ ପରିଚିତ ବର୍ଷିଆନ ହିନ୍ଦୀ ଚଳଚ୍ଚିତ୍ର ହାସ୍ୟ ଅଭିନେତା ଗୋବର୍ଦ୍ଧନ ଆସରାନିଙ୍କର ସୋମବାର ୮୪ ବର୍ଷ ବୟସରେ ପରଲୋକ ଘଟିଛି।

  5. 5.ଯଦି ଭାରତ ରୁଷୀୟ ତୈଳ କ୍ରୟକୁ ସୀମିତ ନ କରେ, ତେବେ ଭାରତକୁ ଭାରୀ ଶୁଳ୍କ ଦେବାକୁ ପଡିବ। ଗତ ଗୁରୁବାର ଦିନ କରିଥିବା ତାଙ୍କ ଦାବିକୁ ଦୋହରାଇ ଟ୍ରମ୍ପ୍ କହିଛନ୍ତି।

  6. 6.ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ବୋମା ପକାଇ ଧ୍ୱଂସ କରିଥିବା ନେଇ ଆମେରିକାର ଦାବିରେ କୌଣସି ସତ୍ୟତା ନାହିଁ ।

  7. 7.ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ସମ୍ପର୍କ ପୁଣି ଥରେ ତିକ୍ତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ହ୍ୱାଇଟ୍ ହାଉସରେ ସାକ୍ଷାତ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ବୈଠକ ସମୟରେ ଟ୍ରମ୍ପ୍ ଜେଲେନ୍ସକିଙ୍କୁ ରୁଷର ସର୍ତ୍ତ ଗ୍ରହଣ କରିବାକୁ ଚାପ ପକାଇଥିଲେ।

  8. 8.ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକରେ ଅଭିଯୋଗ କରିଛନ୍ତି ଯେ, ମହାରାଷ୍ଟ୍ର ଭୋଟର ତାଲିକାରେ ୯୬ ଲକ୍ଷ ନକଲି ଭୋଟର ଯୋଡ଼ା ଯାଇଛି ଏବଂ ନିର୍ବାଚନ କମିସନଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ଭୋଟର ତାଲିକାକୁ ଠିକ୍ ନକରି ସେମାନେ କିପରି ସ୍ଥାନୀୟ ସଂସ୍ଥା ନିର୍ବାଚନ କରିବେ।

  9. 9.କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଚଳିତବର୍ଷ ଦୀପାବଳିକୁ ଏକ ଅନନ୍ୟ ଉପାୟରେ ପାଳନ କରିବା ପାଇଁ ପୁରୁଣା ଦିଲ୍ଲୀର ଏକ ପ୍ରସିଦ୍ଧ ମିଠା ଦୋକାନରେ ଯାଇ ପହଞ୍ଚି ମିଠା ଓ ଜିଲେପି ତିଆରି କରିବା ଆରମ୍ଭ କରିଥିଲେ।

  10. 10.ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି କହିଛନ୍ତି ଯେ, ଯଦି ଜଣେ ପତ୍ନୀ ଆର୍ଥିକ ଭାବରେ ସ୍ୱାବଲମ୍ବୀ ଏବଂ ସ୍ୱାଧୀନ। ସେ ରୋଜଗାର କରୁଛନ୍ତି ତେବେ ତାଙ୍କୁ ସ୍ଵାମୀଙ୍କ ପକ୍ଷରୁ ଭରଣପୋଷଣ ଦିଆଯାଇପାରିବ ନାହିଁ।

  11. 11. ରାଷ୍ଟ୍ରୀୟ ଜନତା ଦଳ ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ମୋଟ ୧୪୩ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। 

  12. 12. ଦିଲ୍ଲୀର ବାୟୁମଣ୍ଡଳ ବିଷାକ୍ତ ହୋଇପଡିଛି। ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ରେକର୍ଡ କରାଯାଇଥିଲା। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୦୦ ଅତିକ୍ରମ କରିଥିଲା।

  13. 13.IMF ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା ତୁରନ୍ତ ଉତ୍ତେଜନା ହ୍ରାସ କରିବାକୁ ଆହ୍ୱାନ ଦେଇଛନ୍ତି। ସେ ଆଶା ପ୍ରକାଶ କରିଛନ୍ତି ଯେ, ଆମେରିକା ଏବଂ ଚୀନ୍ ବାଣିଜ୍ୟ ଉତ୍ତେଜନାକୁ କମ କରିବେ ଏବଂ ବିରଳ ପୃଥିବୀ ଉପାଦାନର ବିଶ୍ୱ ପ୍ରବାହରେ ବାଧା ଏଡାଇବେ।

  14. 14.ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ପିଣ୍ଟୁ ପଲେଇ ନାମକ ଯୁବକ ବାଣ ବିସ୍ଫୋରଣ ପରେ ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

  15. 15.ହାଇଦ୍ରାବାଦର କୋମ୍ପାଲି ଅଞ୍ଚଳରେ ଜଣେ ଓଡ଼ିଆ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସଙ୍ଗୀନ ଅଭିଯୋଗ ହୋଇଛି। ମୃତକ ଭୁବନେଶ୍ୱରର ଭରତପୁର ଅଞ୍ଚଳର ବାସିନ୍ଦା ଥିଲେ ଏବଂ ସ୍ୱାମୀ ଓ ୪ ବର୍ଷର ପୁଅ ସହିତ ଗତ ଛଅ ମାସ ହେବ ସେଠାରେ ରହୁଥିଲେ।

  16. 16.ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଶକ୍ତିଶାଳୀ ହେବ । ଆଗାମା ଦିନରେ ଏହା ଅବପାତରେ ପରଣିତ ହେବ । ଏହାର ପ୍ରଭାବରେ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

  17. 17.ଚାଇନା ଭାରତର ଇଲେକ୍ଟ୍ରିକ୍ ଯାନ (ଇଭି) ଓ ବ୍ୟାଟେରୀ ପାଇଁ ଦିଆଯାଉଥିବା ସବସିଡି ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଅଭିଯୋଗ କରିଛି। ଚାଇନା ବାଣିଜ୍ୟ ମନ୍ତ୍ରଣାଳୟ କହିଛି, ଭାରତର ଏହି ଯୋଜନା ଡବ୍ଲ୍ୟୁଟିଓ ନିୟମ ଉଲ୍ଲଙ୍ଘନ କରୁଛି।

  18. 18.ସୋମବାର କ୍ରମାଗତ ଚତୁର୍ଥ ଦିନ ପାଇଁ ଷ୍ଟକ୍ ବଜାରରେ ବୃଦ୍ଧି ଘଟିଛି। ଏହି ବୃଦ୍ଧି ଯୋଗୁଁ ଷ୍ଟକ୍ ବଜାର ନିବେଶକଙ୍କୁ ଗତ ୪ଟି ସେସନରେ ୧୦ ଲକ୍ଷ କୋଟିରୁ ଅଧିକ ଲାଭ ମିଳିଛି। ଏହି ସମୟ ମଧ୍ୟରେ, ଷ୍ଟକ୍ ବଜାରରେ ୨.୭୫% ରୁ ଅଧିକ ବୃଦ୍ଧି ହୋଇଛି। 

  19. 19.ଦେଶର ଅନ୍ୟତମ ସର୍ବପୁରାତନ ତଥା ୧୧୭ ବର୍ଷ ପୁରୁଣା କଲିକତା ଷ୍ଟକ୍ ଏକ୍ସଚେଞ୍ଜ ସବୁଦିନ ପାଇଁ ବନ୍ଦ ହୋଇଯିବ। ଦଶନ୍ଧିରୁ ଅଧିକ ସମୟ ଧରି ଏହା ଆଇନଗତ ଓ ନିୟାମକ ଲଢ଼େଇ ଲଢ଼ୁଥିଲା। ଶେଷରେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଅଯାଇଛି। ଏମିତିରେ ୨୦୧୩ ଏପ୍ରିଲରୁ ଷ୍ଟକ୍ ବଜାରରେ କାରବାର ବନ୍ଦ ହୋଇଯାଇଥିଲା।

  20. 20.ଆଇସିସି ମହିଳା ଏକ ଦିବସୀୟ କ୍ରିକେଟ ବିଶ୍ୱକପରେ, ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ସୋମବାର ଅନୁଷ୍ଠିତ ମ୍ୟାଚରେ ଶ୍ରୀଲଙ୍କା ମହିଳା ଦଳ ୭ ରନରେ ବାଂଲାଦେଶ ମହିଳା ଦଳକୁ ପରାସ୍ତ କରିଛି।

46 Y
6 21-10-2025 English
  1. 1.Two new world records were set at this year's Deepotsav in Ayodhya: 26.17 lakh diyas lit at the same place as 2,128 people performed 'aarti' together for the grand celebrations in the temple town.

  2. 2.The Supreme Court has modified the standard operating procedure (SOP) for payment of bail amount of poor undertrial prisoners by state governments through district legal services authority (DLSA).

  3. 3.Bollywood veteran Govardhan Asrani, known by his stage name, Asrani, has passed away at the age of 84.

  4. 4.Noted Odia NRI Dr. Arun Kumar Praharaj, residing in the Kingdom of Bahrain, has been conferred with the prestigious ‘Odisha Sevaratna Award – 2025’ by the Bright Odisha Foundation in collaboration with the Ministry of Culture, Government of Odisha.

  5. 5.The Rashtriya Janata Dal (RJD) Monday announced its list of 143 candidates for the Bihar assembly polls..

  6. 6.US President Donald Trump said India will continue to pay “massive tariffs” if it keeps buying oil from Russia.

  7. 7.China's economy expanded at the slowest annual pace in a year in July- September, growing 4.8 per cent, 

  8. 8.19 candidates filed nomination papers for the November 11 bypoll to Nuapada assembly constituency.

  9. 9.Delhi's air quality deteriorated on Diwali, with 34 out of 38 monitoring stations recording pollution levels in the 'red zone' on Monday.

  10. 10.Hemant Soren's Jharkhand Mukti Morcha or JMM has announced that it would not contest the assembly elections in Bihar.

  11. 11.The number of stubble burning incidents in Punjab has reached 308.

  12. 12.A low-pressure area has formed over the southwest Bay of Bengal early on Tuesday, according to the India Meteorological Department (IMD).

  13. 13.US President Donald Trump once again claimed to have resolved the war between India and Pakistan, saying that seven planes were shot down in the firing between the two countries without specifying to which nation they belonged.

  14. 14.Congress leader Rahul Gandhi on Monday put out a video of him trying his hand at making 'imarti' and 'besan laddoo' at the famous Ghantewala sweet shop in old Delhi, as he greeted people on Diwali.

  15. 15.Heavy rain (7-11 cm) is very likely to occur at one or two places over Nicobar Islands. Thunderstorms likely to occur at one or two places over Andaman and Nicobar Islands on October 21, 22 and 23," an official said.

22 Y
7 20-10-2025 Odia
  1. 1.ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ)-ସହରାଞ୍ଚଳ ଓ ପିଏମ୍‌ଏୱାଇ-ସହରାଞ୍ଚଳ ୨.୦ରେ ଓଡ଼ିଶା ପାଇଁ ୨.୨ ଲକ୍ଷ ଘର ମଞ୍ଜୁର କରାଯାଇଥିଲା। ସେଥିରୁ ୧.୭ ଲକ୍ଷ ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଅର୍ଥାତ ମଞ୍ଜୁର ହୋଇଥିବା ଘରର ୭୪ ପ୍ରତିଶତ ନିର୍ମାଣ ହୋଇସାରିଛି।

  2. 2.ବ୍ରିଟେନର ଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେରାଇନ୍‌ ଇଞ୍ଜିନିୟରିଂ, ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି (ଆଇମାର୍‌‌ଇଏସ୍‌ଟି)ର ଭାରତ ଶାଖା ଭୁବନେଶ୍ବରଠାରେ ଉଦ୍‌ଘାଟିତ ହୋଇଯାଇଛି।

  3. 3.ପ୍ୟାରିସରେ ରବିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ମୁଖାପିନ୍ଧା ଚୋରମାନେ ସ୍କୁଟରରେ ଆସି ବିଖ୍ୟାତ ଲୁଭ୍ର ସଂଗ୍ରହାଳୟରେ ପହଞ୍ଚିଥିଲେ ଏବଂ ଡିସ୍କ କଟର ବ୍ୟବହାର କରି ଏକ ବହୁମୂଲ୍ୟ ସୁନା ମୁକୁଟ ସମେତ ଆଉ ନେପୋଲିୟନ ବୋନାପାର୍ଟଙ୍କ ସମୟର ଅମୂଲ୍ୟ ଅଳଙ୍କାର ଲୁଟି ଫେରାର ହୋଇଯାଇଛନ୍ତି।

  4. 4.ଆସନ ବଣ୍ଟନକୁ ନେଇ ଆରଜେଡି ସହିତ ମତଭେଦ ପରେ, ଜେଏମ ବିହାରରେ ମେଣ୍ଟ ଭାଙ୍ଗି ଦେଇଛି ଏବଂ ଏକାକୀ ଛଅଟି ଆସନରେ ଲଢ଼ିବ ବୋଲି ଘୋଷଣା କରିଛି। 

  5. 5.ଗିନିଜ୍ ରେକର୍ଡ ଉପରେ ଅଯୋଧ୍ୟାର ନଜର। ପ୍ରଜ୍ବଳିତ ହେବ ୨୬ଲକ୍ଷରୁ ଅଧିକ ଦୀପ। ଆଜିଠାରୁ ଅଯୋଧ୍ୟାରେ ଦୀପୋତ୍ସବ ପାଳନ ହେବାକୁ ଯାଉଛି।

  6. 6. ମନ୍ତ୍ରୀ ପ୍ରିୟାଙ୍କ ଖଡ଼ଗେଙ୍କ ନିର୍ବାଚନମଣ୍ଡଳୀ ଚିତ୍ତପୁରରେ, ଶାନ୍ତି ଏବଂ ଆଇନ ଶୃଙ୍ଖଳା ଭଙ୍ଗ ହେବାର ସମ୍ଭାବନା ଦର୍ଶାଇ କର୍ତ୍ତୃପକ୍ଷ ରବିବାର ଦିନ ଆରଏସଏସର ପଦଯାତ୍ରା ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ। ତଥାପି, କୋର୍ଟ ଆରଏସଏସକୁ ଅନୁମତି ପ୍ରଦାନ କରିଛନ୍ତି।

  7. 7.କର୍ଣ୍ଣାଟକର ପୂର୍ବତନ ବିଜେପି ବିଧାୟକ ସୁଭାଷ ଗୁଟ୍ଟେଦାରଙ୍କ ବାସଭବନ ନିକଟରେ ପୋଡ଼ା ଭୋଟର ତାଲିକା ମିଳିଛି। ୨୦୨୩ ବିଧାନସଭା ନିର୍ବାଚନ ସମୟରେ ଆଲାନ୍ଦ ବିଧାନସଭା କ୍ଷେତ୍ରରେ ହୋଇଥିବା ଅଭିଯୋଗରେ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଏହାର ତଦନ୍ତକୁ ଜୋରଦାର କରିଛି।

  8. 8.ଉତ୍ତରପ୍ରଦେଶର ବରେଲିରେ ଏକ ଛୋଟ ଚା ଦୋକାନରେ କାମ କରୁଥିବା ହିମାଂଶୁ ଗୁପ୍ତା ୟୁପିଏସସି ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଏବେ ସେ ଜଣେ ଆଇଏଏସ ଅଧିକାରୀ ଭାବେ କାମ କରୁଛନ୍ତି।

  9. 9.ପିଏଫ୍ ଆକାଉଣ୍ଟ ପାଇଁ ନୂତନ ନିୟମ ଅନୁଯାୟୀ, କର୍ମଚାରୀମାନେ ଚାକିରି ଛାଡିବାର ଗୋଟିଏ ବର୍ଷ ପରେ ବିବାହ, ଘର ନିର୍ମାଣ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଏବେ ସେମାନଙ୍କ ପିଏଫ୍ ଆକାଉଣ୍ଟରୁ ପାଣ୍ଠି ଉଠାଇପାରିବେ। ଏହାର ଅର୍ଥ ହେଉଛି ସେମାନଙ୍କୁ ଆଉ ୨ ମାସ ଅପେକ୍ଷା କରିବାକୁ ପଡ଼ିବ ନାହିଁ, ବରଂ ସମ୍ପୂର୍ଣ୍ଣ ୧୨ ମାସ ଅପେକ୍ଷା କରିବାକୁ ପଡ଼ିବ।

  10. 10.ଗାଜାରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତି ସତ୍ବେ ରବିବାର ଉଭୟଙ୍କ ପକ୍ଷରୁ ଆକ୍ରମଣ ପ୍ରତିଆକ୍ରମଣ କରାଯାଇଛି। ହମାସ ପ୍ରଥମେ ଆକ୍ରମଣ କରିବା ପରେ ଇସ୍ରାଏଲ ପକ୍ଷରୁ ଏହାର ଜବାବରେ ଏୟାରଷ୍ଟ୍ରାଇକ କରାଯାଇଛି। 

  11. 11.ରାଜ୍ୟର ୪୮ ହଜାର ୬୯୩ ଜଣ ହିତାଧିକାରୀଙ୍କୁ ରବିବାର ଗୃହ ନିର୍ମାଣ ପାଇଁ କିସ୍ତି ପ୍ରଦାନ କରାଯାଇଛି।

  12. 12.ରାଜ୍ୟରେ ୪୭୧ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

  13. 13.ଦେଶର ବିଭିନ୍ନ ବଡ଼ ଇଲେକ୍ଟ୍ରିକାଲ ଦୋକାନରେ ଦୀପାବଳି ଆଲୋକକୁ ଦେଖି ଏବଂ ରିପୋର୍ଟରୁ ଜଣାପଡିଛି ଯେ ଚାଇନାରେ ତିଆରି ୧୦ ମିଟର ଏଲଇଡି ଲାଇଟ ୯୫-୧୧୦ ଟଙ୍କାରେ ମିଳୁଛି, କିନ୍ତୁ ଭାରତୀୟ ଲାଇଟ ଦାମ ଦୁଇଗୁଣ, ଅର୍ଥାତ୍‌ ୨୨୦ ଟଙ୍କା। ଭାରତୀୟ ଲାଇଟ୍ କ୍ୱାଲିଟି ଭଲ ହେଲେ ମଧ୍ୟ ଏହାର ପ୍ଲଗ ଚାଇନା କନେକ୍ଟରରେ ଫିଟ୍‌ ହେଉନାହିଁ। 

  14. 14.ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ଅକ୍ଟୋବର ୨୧ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

  15. 15.ଭାରତ-ଚାଇନା ସମ୍ପର୍କ ସ୍ବାଭାବିକ କରିବା ସହିତ, ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ନଭେମ୍ବର ୯, ୨୦୨୫ରୁ ସାଂଘାଇ ଏବଂ ନୂଆଦିଲ୍ଲୀ ମଧ୍ୟରେ ରାଉଣ୍ଡ-ଟ୍ରିପ ବିମାନ ଚଳାଚଳ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। 

45 Y
8 20-10-2025 English
  1. 1.The Chandrayaan-2 mission, launched in 2019, has made the fi rst-ever observation of the effects of the Sun's Coronal Mass Ejection (CME) on the Moon using its onboard scientifi c instruments, ISRO said Saturday.

  2. 2.Chief Minister Mohan Charan Majhi performed on virtual mode the groundbreaking ceremonies for 471 gram panchayat (GP) offi ces in 28 districts, except for Nuapada and Kalahandi, and distributed the first installment under Antyodaya Gruha Yojana across the state.

  3. 3. Two new world records were set at this year's Deepotsav in Ayodhya: 26.17 lakh diyas lit at the same place as 2,128 people performed 'aarti' together for the grand celebrations in the temple town, the Uttar Pradesh government said.

  4. 4.Prime Minister Narendra Modi's pledge on Independence Day 2024 to create 75,000 new medical seats over five years, the National Medical Commission (NMC) has approved 10,650 new MBBS seats for the academic year 2024-25.

  5. 5.The Karnataka High Court on Sunday asked the RSS representatives to fi le a fresh application seeking permission to hold its route march in Chittapur of Kalaburagi district November 2.

  6. 6.The US State Department said Saturday that it has "credible reports" that Hamas could violate the ceasefire with an attack on Palestinian civilians in Gaza.

  7. 7.The government Sunday extended the due date for filing the monthly GSTR-3B tax payment form by 5 days till October 25.

  8. 8.The Supreme Court has expressed serious concern over non-implementation of more than 82 lakh judgements passed by courts across the country in civil disputes, terming the situation as “highly disappointing” and “alarming”.

  9. 9.Under the ‘NIOS Project,’ an average of 70 per cent of students who took the 10th grade examination have failed in the last four years — this was revealed by the Delhi's Directorate of Education (DoE) in response to a Right to Information (RTI) application fi led by PTI.

  10. 10.Uttar Pradesh Chief Minister Yogi Adityanath Sunday hit out at the opposition parties over their stance on the Ram Janmabhoomi movement, and said now “lamps are being lit where bullets were once fired”.

  11. 11.The 'Toshkhana' (treasury) of the Banke Bihari temple in Mathura, which had been locked since 1971, was opened Saturday on the orders of a high-powered committee constituted by the Supreme Court.

  12. 12.Railway Protection Force (RPF) personnel seized Rs90 lakh in cash from two trains during a special operation between Kesinga and Titilagarh railway stations and detained three individuals, sources said Sunday.

  13. 13.The state government has started discussions with High Court officials to set up fast-track courts across the state to speed up trials in cases related to crimes against women, thus ensuring speedy justice.

  14. 14.Thieves broke into Paris’ Louvre museum through a window Sunday, stealing “priceless” items of jewellery, including nine pieces from the jewellery collection of Napoleon and the Empress, before escaping on motorbikes, the French government said.

  15. 15.Large crowds of protesters marched and rallied in cities across the US Saturday for “No Kings” demonstrations decrying what participants see as the government’s swift drift into authoritarianism under President Donald Trump.

9 Y
9 19-10-2025 Odia
  1. ୧୧୩ଟି ଇଲେକ୍ଟ୍ରିକ୍ ବସ୍ ଭାରତୀୟ ସେନାରେ ସାମିଲ ହେଲା । ସେନାଙ୍କ ପାଇଁ ଏହା ଏକ ବଡ଼ ପଦକ୍ଷେପ।

  2. ପାକିସ୍ତାନର ପ୍ରତିଟି ଇଞ୍ଚ ଜମି ବ୍ରହ୍ମୋସ ମିସାଇଲର ରେଞ୍ଜରେ ରହିଛି। ଅପରେସନ ସିନ୍ଦୂର କେବଳ ଗୋଟିଏ ଟ୍ରେଲର ଥିଲା। ଏହି ଟ୍ରେଲର ପାକିସ୍ତାନକୁ ସବୁ କିଛି ବୁଝାଇ ଦେଇଛି ବୋଲି ଶ୍ରୀ ସିଂହ କହିଛନ୍ତି।

  3. ସୁପ୍ରିମ୍‌କୋର୍ଟ ନିକଟରେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ତ୍ୱରିତ ସମାଧାନ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସାରା ଦେଶରେ ୮.୮ ଲକ୍ଷରୁ ଅଧିକ ଏକ୍‌ଜିକ୍ୟୁସନ ପିଟିସନ (କାର୍ଯ୍ୟାନ୍ୱୟନ ଆବେଦନ) ପଡ଼ିରହିଛି।

  4. ଇସ୍କନ ଅଦିନିଆ ରଥଯାତ୍ରା ନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୋକ୍ତି ରଖିଲା । ଗଜପତି ମହାରାଜାଙ୍କ ତାଗିଦ ପରେ ଇସ୍କନ ଅଦିନିଆ ରଥଯାତ୍ରା କରିନାହିଁ କି ଆଗକୁ କରିବ ନାହିଁ।

  5.  ବାଂଲାଦେଶର ଢାକା ବିମାନବନ୍ଦରରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ବିମାନ ବନ୍ଦରର କାର୍ଗୋ ଟର୍ମିନାଲରେ ନିଆଁ ଲାଗିଯାଇଛି।

  6. ଦିଲ୍ଲୀରେ ସାଂସଦ ରହୁଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ନିଆଁ ଲାଗି ବହୁ ଗାଡି ପୋଡି ପାଉଁଶ ହୋଇଯାଇଛି।

  7. ବିହାର ବିଧାନସଭା ନିର୍ବାଚନ ପାଇଁ ବିରୋଧୀ ମହାମେଣ୍ଟରେ ଆସନ ବୁଝାମଣା ଚୂଡାନ୍ତ ହୋଇପାରି ନଥିବାବେଳେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି। ଶୁକ୍ରବାର କଂଗ୍ରେସ ଦଳ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି।

  8. ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ  କମିଟି ଗଠନ କରିଛନ୍ତି ଯାହା ଦ୍ୱାରା କାର୍ଯ୍ୟକ୍ଷେତ୍ରରେ ସମାନ ସୁଯୋଗ, ଅନ୍ତର୍ଭୁକ୍ତ ଚିକିତ୍ସା ସେବା ସହିତ ସୁରକ୍ଷା  ଟ୍ରାନ୍ସଜେଣ୍ଡରଙ୍କୁ ପ୍ରଦାନ କରାଯାଇପାରିବ।

  9. ଜିଏସଟି (GST) ହ୍ରାସର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିଛି। ତେବେ ସରକାର ୫୪ଟି ସାମଗ୍ରୀର ଦର ଉପରେ ନଜର ରଖିଛନ୍ତି, ଯେପରିକି ଦର ହ୍ରାସର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ ।

  10. ସିରସା କଲାର ପୋଲିସ ଷ୍ଟେଶନ ଅଧୀନରେ ଥିବା କରହିଆ ଗ୍ରାମରେ, ଶୁକ୍ରବାର ବିଳମ୍ବିତ ସାରେ, ପତ୍ନୀ ଉତ୍ସବ ପାଇଁ ତାଙ୍କ ପସନ୍ଦର ଅଳଙ୍କାର ଏବଂ ଅନ୍ୟାନ୍ୟ ଜିନିଷ କିଣିବାକୁ ଜିଦ ଧରିଥିଲେ। ଯୁକ୍ତିତର୍କ ଏତେ ବଢ଼ିଗଲା ଯେ ପତ୍ନୀ ନିଜ କୋଠରୀରେ ନିଜକୁ ବନ୍ଦ କରି ନିଜ ଶାଢ଼ିରେ ଫାଶି ଦେଇଥିଲେ।

  11. ୧୯୮୪ ମସିହାରେ ହରିୟାଣାରେ ହୋଇଥିବା ଶିଖ ଦଙ୍ଗାରେ ମୃତ୍ୟୁବରଣ କରିଥିବା ୧୨୧ ଜଣଙ୍କ ପରିବାରକୁ ଦେବ ଦୀପାବଳି, ନଭେମ୍ବର ୫ ତାରିଖରେ ସରକାରୀ ଚାକିରିର ନିଯୁକ୍ତି ପତ୍ର ମିଳିବ।

  12. ପଞ୍ଜାବର ଅମୃତସରରୁ ବିହାରର ସହରସା ଅଭିମୁଖେ ଯାଉଥିବା ଗରିବ ରଥ ଟ୍ରେନ୍ (୧୨୨୦୪)ରେ ପଞ୍ଜାବର ସିରହିନ୍ଦ ଷ୍ଟେସନ୍ ନିକଟରେ ୧୯ ନମ୍ବର ଏସି ବଗିରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଲୁଧିଆନାର ଅନେକ ବ୍ୟବସାୟୀ ଏହି ବଗିରେ ଯାତ୍ରା କରୁଥିଲେ। ରେଳବାଇ ଓ ଅଗ୍ନିଶମ ବିଭାଗର ତତ୍ପରତା ବଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

  13. ମୁଦ୍ରାସ୍ଫୀତି ଗତ ୮ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଖୁଚୁର‌ା ମୁଦ୍ରାସ୍ଫୀତି ମାତ୍ର ୧.୫୪%ରେ ପହଞ୍ଚିଥିବାବେଳେ ଖାଦ୍ୟ ମୁଦ୍ରାସ୍ଫୀତି ନକାରାତ୍ମକ (-୨.୩%) ହୋଇଛି। ଏହା ସାଧାରଣ ପରିବାରଗୁଡ଼ିକୁ ବଡ଼ ଉତ୍ସବ ପାଳନ କରିବାର ଆର୍ଥିକ ସ୍ୱାଧୀନତା ଦେଇଛି।

  14. ଆସନ୍ତା ସୋମବାର ଦୀପାବଳି ପାଇଁ ସ୍କୁଲ ଛୁଟି। ସେପଟେ ସୋମବାର କଲେଜ ଓ ବିଶ୍ଵ ବିଦ୍ୟାଳୟ ମଧ୍ୟ ଛୁଟି ଘୋଷଣା ହୋଇଛି । ଦୀପାବଳି ପାଇଁ ଅତିରିକ୍ତ ଛୁଟି ଭାବେ ଘୋଷଣା କରାଯାଇଛି।

  15. ୱାଟରମ୍ୟାନ ଭାବେ କାମ କରୁଥିଲେ। ତାଙ୍କ ମାସିକ ଦରମା ୫ ହଜାର ଟଙ୍କା ଥିଲା। ଦୀର୍ଘ ୨୭ ମାସ ହେଲା କାମ କରୁଥିଲେ ହେଁ ଠିକ ଭାବରେ ଦରମା ମଳୁ ନଥିଲା  । ନିଜର ଦରମା ମାଗିଲେ ସ୍ଥାନୀୟ ଅଧିକାରୀମାନେ ମାନସିକ ନିର୍ଯାତନା ଦେଉଥିଲେ। ସମୟକ୍ରମେ ଏହା ଅସହ୍ୟ ହେବାରୁ କର୍ଣ୍ଣାଟକର ଚାମରଜାନଗର ଜିଲ୍ଲା ସ୍ଥିତ ପଞ୍ଚାୟତ ଅଫିସରେ ଜୀବନ ହାରିଛନ୍ତି ଜଣେ ବ୍ୟକ୍ତି।

27 Y
10 19-10-2025 English
  1. 1.Eminent vocalist and activist T M Krishna has been selected for the fifth edition of the PG National Award, instituted in memory of CPI(M) ideologue and writer the late P Govinda Pillai. The award, which carries a cash prize of Rs3 lakh, a citation, and a statue, is conferred by P G Samskrithi Kendram, a statement said.

  2. 2.Afghanistan and Pakistan have agreed to an immediate ceasefire following more than a week of intense fighting that left dozens dead and hundreds injured, Qatar's Foreign Ministry announced on Sunday. 

  3. 3.The state government has declared a two-day holiday for Diwali this year, according to a notification issued Saturday. The government had earlier declared October 21 as the Diwali holiday.

  4. 4.At least three Afghan cricketers were killed in a Pakistani airstrike in Afghanistan’s Paktika province, the Afghanistan Cricket Board (ACB) confirmed.

  5. 5.Every inch of Pakistan’s territory lies within range of BrahMos and what happened during Operation Sindoor was just a trailer, Defence Minister Rajnath Singh said here Saturday, in a stern warning to Pakistan.

  6. 6.Chief Minister Mohan Charan Majhi Saturday announced that at least 20 new cybercrime police stations will soon become operational in the state. In addition, steps will be taken to modernise the existing 14 cyber police stations, he said.

  7. 7.Under its Affordable Housing Project (AHP), Bhubaneswar Municipal Corporation (BMC) allotted housing units to 44 families through a transparent lottery system, selected from a total of 274 families currently residing along the left parallel road of Salia Sahi in Ward No. 21.

  8. 8.The Similipal Tiger Reserve (STR) in Odisha's Mayurbhanj reopened for tourists Saturday, after remaining shut during the monsoon months, an official notification said. The STR, spread over 2,759 sq km, was closed from June 30 to October 17.

  9. 9.A record number of 31,187 pilgrims have visited Adi Kailash so far this year, beating its previous year’s record, an official said Saturday.

  10. 10.Jammu and Kashmir Chief Minister Omar Abdullah Saturday strongly asserted that his party National Conference would never join hands with the Bharatiya Janata Party to hasten the return of statehood to the Union territory.

  11. 11.A massive fire broke out at an apartment complex, housing residences of several Lok Sabha and Rajya Sabha MPs, opposite Delhi’s Ram Manohar Lohia Hospital Saturday afternoon, an official said.

  12. 12.The Indian Space Research Organisation (ISRO) announced that its lunar orbiter Chandrayaan-2 has made the first-ever observation of the effects of Coronal Mass Ejections (CMEs) from the Sun on the Moon’s exosphere.

  13. 13.The Odisha Government has decided to enforce a ‘No Gift Policy’ across all state government offices and public sector undertakings during festive occasions, following an Office Memorandum issued by the Central Government.

  14. 14.The National Highways Authority of India's (NHAI) 'Rajmargyatra' app enables users to gift the FASTag annual pass, the government said on Saturday, urging citizens to consider this “perfect gift for travellers” during the Diwali and festive season.

  15. 15.Prime Minister Narendra Modi on Friday highlighted the development of India’s waterways into crucial river transport infrastructure projects that have strengthened the country’s logistics and tourism in recent years.

14 Y