# |
Date |
Type |
Current Affairs |
No. Of Views |
Status |
Action |
1681 |
27-04-2023 |
Odia |
-
ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ । ଆକ୍ରମଣରେ ସହିଦ ହୋଇଛନ୍ତି ୧୧ ଯବାନ । ୧୧ ସହିଦଙ୍କ ମଧ୍ୟରେ ଅଛନ୍ତି ୧୦ ଡିଆରଜି ଯବାନ ଓ ଜଣେ ଡ୍ରାଇଭର । ଦନ୍ତେୱାଡା ଜିଲ୍ଲା ଅରଣପୁରରେ ହୋଇଥିଲା ଭୟଙ୍କର ଆଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୧ ଯବାନ ସହିଦ ହୋଇଥିଲେ ।
-
ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଇଲେକ୍ଟ୍ରିକ ଯାନର କାରବାରକୁ ଦିଆଯାଉଛି ଅଧିକ ପ୍ରୋତ୍ସାହନ। ପୂର୍ବରୁ ଦୁଇଚକିଆ ଯାନ କ୍ରୟ ଉପରେ ୫ହଜାର, ତିନି ଚକିଆ ଯାନରେ ୧୨ହଜାର ଓ ଚାରି ଚକିଆ ଯାନରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ଦିଆଯାଉଥିଲା। ବର୍ତ୍ତମାନ କ୍ୟାବିନେଟ ବୈଠକ ନିଷ୍ପତ୍ତି ପରେ ଦୁଇ ଚକିଆ ଯାନରେ ୨୦ହଜାର, ତିନି ଚକିଆ ଯାନରେ ୩୦ହଜାର ଓ ୪ ଚକିଆ ଯାନରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ମିଳିବ।
-
କଟକ ସାଇବର ଥାନା ରାଜସ୍ଥାନରୁ ୨ ଜଣ ସାଇବର ବ୍ଲାକମେଲର ଏମ ଡି. ଇଝାରଉଦ୍ଦୀନ ଅନସାରୀ ଓ ସାକିର ଖାନ ଙ୍କୁ ଗିରଫ କରିବାରେ ସଫଳ ହୋଇଛି । କଟକର ଜଣେ ବରିଷ୍ଠ ନାଗରିକଙ୍କୁ ହ୍ୱାଟ୍ସଆପରେ ନ୍ୟୁଡ୍ ଭିଡିଓ କଲ୍ କରି ବ୍ଲାକମେଲ କରି ପାଖାପାଖି ୯ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଏହି ଲୁଟେରା।
-
ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୧ରୁ ୧୦ ମଧ୍ୟରେ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁନ୍ ୨୩ରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ହେବ । ହଲ ଟିକେଟ ୯ ଜୁନ୍ ଅପରାହ୍ନା ୨ଟା ପରେ ଅଫିସିଆଲ ୱେବସାଇଟକୁ ଯାଇ ଡାଉନଲୋଡ କରିପାରିବେ ଛାତ୍ରାଛାତ୍ରୀ ।
-
କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରୁ ଏହି ଏକ୍ସପ୍ରେସ୍ ଆରମ୍ଭ କରିବା ଯୋଜନା ରହିଛି। ଏହି ଟ୍ରେନ୍ଟି ପୁରୀରୁ ହାୱଡ଼ା ମଧ୍ୟରେ ଚାଲିବ। ପୂର୍ବରୁ ପୁରୀରୁ କୋଲକାତା ମଧ୍ୟରେ ୧୩ ଯୋଡ଼ା ସିଧାସଳଖ ଟ୍ରେନ୍ ଚାଲୁଛି.
-
ଆସନ୍ତା ମଇ ମାସ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ପାଳନ କରିବ ୫ମ ପାଳିର ୪ର୍ଥ ବର୍ଷ ପୂର୍ତ୍ତି। ରାଜ୍ୟବାସୀ କ୍ରମାଗତ ଭାବରେ ବିଜେଡିକୁ ଆଶୀର୍ବାଦ ପ୍ରଦାନ କରି ଆସିଛନ୍ତି। ଏହାହିଁ ସରକାରଙ୍କୁ ଅଧିକ ଦାୟିତ୍ୱବାନ କରିଛି।
-
ଡ. ଶୈଲି ଓବରୟ ଦ୍ୱିତୀୟ ଥର ମେୟର ଓ ଆଲେ ମହମ୍ମଦ ଇକବାଲ ଦ୍ୱିତୀୟ ଥର ଡେପୁଟି ମେୟର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଟୁଇଟ କରି ଲେଖିଛନ୍ତି, ଏଥର ନିର୍ବିରୋଧରେ ମେୟର ଓ ଡେପୁଟି ମେୟର ହୋଇଥିବା ଶୈଲି ଓ ଏଲେଙ୍କୁ ଶୁଭକାମନା। ଲୋକଙ୍କର ଆମ ଉପରେ ଅନେକ ଆଶା ରହିଛି। ସେମାନଙ୍କ ଆଶା ପୂରଣ କରିବାକୁ କଠିନ ପରିଶ୍ରମ କରନ୍ତୁ।
-
ମହାନଦୀ ଜଳବିବାଦ ମାମଲାରେ ଗଠିତ ଟ୍ରିବ୍ୟୁନାଲ ଛତିଶଗଡ଼ରେ କ୍ଷେତ୍ର ପରଦର୍ଶନ ପରେ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ପରେ ଖୋଲିଲା କଲମା ଡ୍ୟାମ୍ । ମୋଟ ୬୬ଟି ଗେଟରୁ ୨୦ଟି ଗେଟ୍ ଦେଇ ଛଡ଼ାଯାଉଛି ପାଣି ।
-
ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ପୁଣି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦେଶ ବହୁତ ଖରାପ ଲୋକ ହାତରେ ଅଛି ବୋଲି କହିଛନ୍ତି। ଯଦି କୃଷକ ଏକାଠି ନ ହୁଅନ୍ତି ଏବଂ କେନ୍ଦ୍ରରେ ଥିବା ସରକାର ପୁଣି କ୍ଷମତାକୁ ଆସନ୍ତି ତେବେ କୃଷକ ବଞ୍ଚିବେନି।
-
ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି (ଏମ୍ଟିପି) ଆଇନ୍ କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ସଫଳତା ପାଇଁ ଜାତୀୟ ସ୍ତରରେ ସମ୍ମାନିତ ହୋଇଛି ଓଡ଼ିଶା। ନୂଆଦିଲ୍ଲୀଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଆନୁକୂଲ୍ୟରେ ଆୟୋଜିତ ସମନ୍ୱିତ ଗର୍ଭପାତ ସେବା ଜାତୀୟ ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସମ୍ମାନିତ କରାଯାଇଛି।
-
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍)କୁ ମିଳିଛି ବଡ଼ ସଫଳତା। ନକଲି ଔଷଧ ଯୋଗାଉ ଥିବା ଅଭିଯୋଗରେ ଏସ୍ଟିଏଫ୍ ଉତ୍ତର ପ୍ରଦେଶର ବାରାଣସୀରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୫ ଲକ୍ଷ ଟଙ୍କା ମୂଲ୍ୟର ନିମ୍ନମାନର ଔଷଧ ଜବତ କରିଛି। ଅଭିଯୁକ୍ତଙ୍କ ଠାରୁ ପୁଲିସ ୧ କୋଟି ଟଙ୍କା ଔଷଧ କାରବାରର ପ୍ରମାଣ ମଧ୍ୟ ମିଳିଛି।
-
ମହାରାଷ୍ଟ୍ର, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ଗୁଜରାଟ ଓ କର୍ଣ୍ଣାଟକରେ ମୋଟ ସିଏସ୍ଆର୍ ବ୍ୟୟର ୩୫ ପ୍ରତିଶତ ରାଶି ଖର୍ଚ୍ଚ ହୋଇଛି।
-
ଦକ୍ଷିଣ ଆଫ୍ରିକାରେ ଥିବା ବିଶ୍ୱର ସବୁଠୁ ବଡ଼ ଗଣ୍ଡା ଫାର୍ମ ନିଲାମ ହେବାକୁ ଯାଉଛି। ପାଖାପାଖି ୨୦୦୦ ଗଣ୍ଡା ଏଠାରେ ବାସ କରୁଛନ୍ତି।
-
ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ଚନ୍ଦନ ରାମ ଦାସଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ବୁଧବାର ତାଙ୍କର ଦେହାନ୍ତ ହୋଇଛି।
-
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି(ଏଏପି) ନେତା ମନୀଷ ସିସୋଡିଆଙ୍କ ଜାମିନ ଉପରେ ଶୁଣାଣି ଚାଲିଛି। ଏହି ସମୟରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି (ସିବିଆଇ) ଦିଲ୍ଲୀ ହାଇକୋର୍ଟରେ ସିସୋଡିଆଙ୍କ ଜାମିନ ଆବେଦନକୁ ବିରୋଧ କରିଛି।
-
ମଙ୍ଗଳବାର ୟୁପିରେ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା। ଏବେ ପ୍ରକାଶିତ ଫଳାଫଳରେ ବୋର୍ଡ ଅଧିକାରୀଙ୍କ ଏକ ବଡ଼ ଅବହେଳା ସାମ୍ନାକୁ ଆସିଛି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୪ପ୍ରତିଶତ ମାର୍କ ପାଇଥିବା ଜଣେ ଛାତ୍ରୀଙ୍କୁ ଫେଲ୍ କରାଯାଇଛି।
-
କାବେରୀ ଅଭିଯାନ ଅଧୀନରେ ଆଜି ଜେଦ୍ଦାହ ବିମାନବନ୍ଦରରୁ ନୂଆଦିଲ୍ଲୀକୁ ୩୬୦ ଜଣ ଭାରତୀୟ ଆସୁଛନ୍ତି। ସୁଦାନ ସେନା ଏବଂ ବିରୋଧୀ ଗୋଷ୍ଠୀ ମଧ୍ୟରେ ଜୋରଦାର ସଂଘର୍ଷ ଚାଲିଥିବାରୁ ସେଠାରେ ଅଟକି ରହିଥିବା ଭାରତୀୟ ମାନଙ୍କୁ ଦେଶକୁ ଆଣିବା ପାଇଁ ସରକାର ଅପରେସନ କାବେରୀ ଆରମ୍ଭ କରିଛନ୍ତି।
-
ଆଇଏଏସ୍ ପ୍ରଣତି ଛୋଟରାୟଙ୍କୁ ରାଜ୍ୟ ସରକାର ବୟନିକାର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି। ଶ୍ରୀମତୀ ଛୋଟରାୟ ଏବେ ଟ୍ରେଜେରୀ ଆଣ୍ଡ ଇନ୍ସପେକ୍ସନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।
-
ଟ୍ବିଟରର ନୂଆ ମାଲିକ ଏଲନ୍ ମସ୍କ ନିଜ ଆକାଉଣ୍ଟ୍ ଜରିଆରେ ବର୍ଷକୁ ପ୍ରାୟ ୮.୨ କୋଟି ଟଙ୍କା ଆୟ କରୁଛନ୍ତି। ଟ୍ବିଟର ୱେବସାଇଟ୍ ଅନୁସାରେ ଆମେରିକାରେ ସବ୍ସ୍କ୍ରିପନ୍ସନ୍ ସେବା ଲାଗି କଂପାନି ମାସିକ ୪.୯୯ ଡଲାର ସଂଗ୍ରହ କରୁଛି ଯାହା ଭାରତୀୟ ମୁଦ୍ରାରେ ହେଉଛି ୪୦୮ ଟଙ୍କା।
-
ଦୀର୍ଘ ୬୪ ବର୍ଷ ପରେ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ବୁଧବାର ତାଙ୍କ ବାସଭବନରେ ୧୯୫୯ର ରାମୋନ ମାଗାସେସେ ପୁରସ୍କାର ପ୍ରଦାନ କରାଯାଇଛି।
|
495 |
Y |
|
1682 |
27-04-2023 |
English |
-
Odisha is all set to get its first Vande Bharat Express train in May, sources said here Wednesday. The new Vande Bharat train will originate from Howrah in the morning and travel to Puri via Bhubaneswar. Similarly it will begin its downward journey from Puri and reach Howrah late evening. The exact timings of the train are being worked out, sources added.
-
Ten policemen and the driver of the van they were travelling in, were killed Thursday when the vehicle was blown up by an improvised explosive device (IED) in Dantewada district of Chhattisgarh, officials said. The policemen were returning from an anti-Maoist operation which was launched after intelligence inputs, they said.
-
The first batch of Indian evacuees from Sudan, 360 to be precise arrived here Wednesday evening, External Affairs Minister S Jaishankar said in a tweet. “India welcomes back its own.
-
As per the notification, the government will provide subsidy of `5,000 per kWh for registration of EV in Odisha. The maximum subsidy of `20,000 will be provided on the purchase of electric-powered twowheelers. Similarly, `30,000 subsidy will be provided for three-wheelers. The government will provide `10,000 per kWh for EV four-wheelers with a maximum subsidy amount of `1.5 lakh.
-
In a bid curb the use of fake certificates, the Centre will roll out a unique identity system for students, said National Educational Technology Forum (NETF) chairman Anil Sahasrabudhe, Wednesday.
-
The Union Cabinet Wednesday approved the establishment of 157 nursing colleges at a cost of `1,570 crore in co-location with existing medical colleges, Union Health Minister Mansukh Mandaviya said. He said the aim is to provide quality, affordable and equitable nursing education in the country and enhance the number of nursing professionals.
-
A Gujarat High Court judge Wednesday recused herself from hearing Congress leader Rahul Gandhi's appeal challenging the order of the Surat sessions court that declined to stay his conviction in a criminal defamation case over his "Modi surname" remark.
-
Aam Aadmi Party's Shelly Oberoi was Wednesday reelected Delhi mayor without contest after her rival Shikha Rai withdrew her nomination.
-
The Enforcement Directorate (ED) Wednesday arrested Trinamool Congress strongman Anubrata Mondal’s daughter Sukanya Mondal in connection with the West Bengal cattle smuggling scam case.
-
Students in Kerala are likely to be taught the portions that the NCERT had deleted from its class 11 and 12 textbooks, including those pertaining to the assassination of Mahatma Gandhi and the ban on RSS. The State Council of Education Research and Training (SCERT), an autonomous body of the General Education Department, is considering a decision by its curriculum steering committee to include these deleted portions in the state syllabus.
-
1959 Ramon Magsaysay Award, being presented to Tibetan spiritual leader the Dalai Lama by members of the Ramon Magsaysay Award Foundation at his residence in Dharamsala, Himachal Pradesh.
-
Meta-owned WhatsApp has announced that users will now be able to use the same WhatsApp account on more than one phone via its multi-device login feature. Users can now link their phone as one of up to four additional devices. This update has started rolling out to users globally and will be available to everyone in the coming weeks, the company said.
-
The Union Cabinet Wednesday approved National Medical Devices Policy 2023 to promote domestic manufacturing and help the sunrise sector grow from the present $11 billion to $50 billion in the next five years and reduce import dependence.
-
Former Bihar MP, Anand Mohan Singh, released from jail after controversial prison rules change.
-
The Badrinath Dham shrine reopened for pilgrims at 7.10 am today amidchants of Vedic shlokas (hymns). One of Uttarakhand's Char Dhams, the temple dedicated to Lord Vishnu was decorated with 15 quintals of flowers ahead of its re-opening.
-
Tripura Police on Wednesday said it contraband drugs worth ₹ 2.5 crores, arrested 245 persons, and registered 50 cases during the weeklong 'Anti Narcotics Special Drive' across the state.
-
A case of rape cannot be cancelledmerely because the victim granted her consent to do so, the Bombay High Court said on Wednesday while expressing its disinclination to cancelan FIR of rape registered against T-Series owner Bhushan Kumar.
-
Defence Minister Rajnath Singh will chair the Shanghai Cooperation Organisation (SCO) Defence Ministers Meeting on April 28 in New Delhi.
-
Shreekant M Bhandiwad has become the new Chairman of Karnataka Vikas Grameena Bank (KVGB).
-
Microsoft India president Anant Maheshwari appointed Nasscom chairperson for the period 2023-24, succeeding Krishnan Ramanujam.
|
513 |
Y |
|
1683 |
26-04-2023 |
Odia |
-
’ସୁପ୍ରିମକୋର୍ଟ କହିଛନ୍ତି, ସମ୍ବିଧାନ ଅନୁଯାୟୀ ବାଧ୍ୟତାମୂଳକ ଭାବେ ନାଗରିକଙ୍କ ଅଧିକାର ତଥା ସ୍ବାଧୀନତାର ସୁରକ୍ଷା ପାଇଁ ରାଜ୍ୟ ଦାୟିତ୍ୱ ଗ୍ରହଣ କରିବା ଆବଶ୍ୟକ।
-
୨୦୫୦ ସୁଦ୍ଧା ଭାରତରେ ସହରାଞ୍ଚଳରେ ୮୫-୯୦ କୋଟି ଜନସଂଖ୍ୟା ବାସ କରିବେ ବୋଲି ଆଶା କରାଯାଉଛି। ଦେଶରେ ସହରୀକରଣ ଏକ ଦ୍ରୁତ ଗତିରେ ଘଟୁଛି।
-
ଦୀର୍ଘ ୬ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଲା କେଦାରନାଥ ଧାମ । ପାଲିଙ୍କି ଯାତ୍ରାରେ କେଦାରବାବାଙ୍କୁ ଅଣାଯିବା ପରେ ଆଜି ନୀତି ମୁତାବକ କେଦାରନାଥଙ୍କ ଦ୍ବାର ଫିଟିଛି। ଏହି ଅବସରରେ ସେନା ପକ୍ଷରୁ ବ୍ୟାଣ୍ଡ ପ୍ରଦର୍ଶନ ହୋଇଥିଲା।
-
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳିଦଳ ନେତା ପ୍ରକାଶ ସିଂ ବାଦଲଙ୍କ ୯୫ ବର୍ଷ ବୟସରେ ପରଲୋକ ହୋଇଛି । ମୋହାଲିର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଥିଲା ।
-
ସମଲିଙ୍ଗୀ ବିବାହ ମାମଲାରେ ବରିଷ୍ଠ ଆଡଭୋକେଟ ଗୀତା ଲୁଥ୍ରା ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ହାଜର ହୋଇ କହିଛନ୍ତି, ବିବାହ ଏକ କୁହୁକ ଶବ୍ଦ ଏବଂ ଏହାର ଯାଦୁକରୀ ପ୍ରଭାବ ସମଗ୍ର ବିଶ୍ୱରେ ରହିଛି।
-
ଏଣିକି ଆପଣ ଗୋଟିଏ ନମ୍ବରରୁ ଏକସଙ୍ଗେ ୪ଟି ମୋବାଇଲରେ ବ୍ୟବହାର କରିପାରିବେ ହ୍ବାଟସ୍ଆପ୍। ଏନେଇ ମେଟା ସିଇଓ ମାର୍କ ଜୁକରବର୍ଗ ବଡ଼ ଘୋଷଣା କରିଛନ୍ତି। ମେଟା ମାଲିକାନାରେ ଥିବା ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସ୍ଆପ୍ରେ ନୂଆ ଅପଡେଟ୍ ଆସୁଛି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।
-
ମେ ପହିଲାରୁ ଛେନା ,ପନିର,କଞ୍ଚା ଖୁଆର ପାଇକାରୀ ଦର ବୃଦ୍ଧି କରିବାକୁ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । କ୍ଷୀର ଦର ବଢ଼ିଥିବାରୁ ଦୁଗ୍ଧଜାତ ଦ୍ରବ୍ୟ ଦର ବୃଦ୍ଧି ନିଷ୍ପତ୍ତି ନିଆଯାଇଥିବା କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ସାଧାରଣ ସଂପାଦକ ପ୍ରଦୀପ ବେହେରା କହିଛନ୍ତି। ଛେନା କେଜିପ୍ରତି ୨୦ଟଙ୍କା, ପନିର କେଜିପ୍ରତି ୩୦ ଟଙ୍କା ଏବଂ ଖୁଆ କେଜିପ୍ରତି ୬୦ ଟଙ୍କା ଲେଖାଏଁ ବୃଦ୍ଧି ପାଇବ।
-
ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ପଡିଆକୁ ଓହ୍ଲାଇବ । ପୁଣିଥରେ ଆଜିଙ୍କ୍ୟ ରାହେଣେ ଟେଷ୍ଟ ଦଳକୁ ଫେରିଛନ୍ତି।
-
ସୁମାତ୍ରା ଦ୍ବୀପରେ ଜୋରଦାର ଭୂକମ୍ପ ଝଟକା ଲାଗିଛି । ଇଣ୍ଡୋନେସିଆ ଜିୟୋଫିଜିକ୍ସ ରିପୋର୍ଟ ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି ।
-
ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ପାଇଁ ଆରମ୍ଭ ହୋଇଥିବା ବେଳେ ସର୍ବନିମ୍ନ ସମୟସୀମା ମଧ୍ୟରେ ଡିପିଆର ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି।
-
ବିହାରର ପୂର୍ବତନ ସାଂସଦ ତଥା ଗ୍ୟାଙ୍ଗଷ୍ଟର ଆନନ୍ଦ ମୋହନକୁ ଜାମିନ ମିଳିଛି। ତା’ ପୁଅର ନିର୍ବନ୍ଧ ପାଇଁ ସେ ପାରୋଲରେ ଆସିଥିବା ବେଳେ ଏହି ଖୁସି ଖବର ତାକୁ ମିଳିଛି। ଆଇଏଏସ୍ ଅଧିକାରୀ ଜି. କ୍ରିଷ୍ଣୟିଆଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିବା ବେଳେ ଜେଲରେ ୧୫ବର୍ଷ ରହିବା ପରେ ଏବେ ବାହାରକୁ ଆସିଛି ଆନନ୍ଦ।
-
କେରଳର କୋଚିଠାରେ ଦେଶର ପ୍ରଥମ ୱାଟର ମେଟ୍ରୋକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ଏହା ପ୍ରଥମ ୱାଟର ମେଟ୍ରୋ। କୋଚି ସହରରେ ୧୧୩୬.୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଉକ୍ତ ୱାଟର ମେଟ୍ରୋ ପ୍ରକଳ୍ପ କୋଚି ଏବଂ ଏହାର ଆଖପାଖ ଅଞ୍ଚଳର ୧୦ଟି ଦ୍ବୀପକୁ ସଂଯୋଗ କରିଛି।
-
ଦେଶର ଦୁଇ ଘରୋଇ ବୀମା କଂପାନି ବଜାଜ ଆଲିଆଞ୍ଜ୍ ଲାଇଫ୍ ଇନ୍ସ୍ୟୁରାନ୍ସ ଓ ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ଲାଇଫ୍ ଇନ୍ସ୍ୟୁରାନ୍ସକୁ ଆୟକର ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୨୦୧୭ ପରଠାରୁ ସେମାନେ ଟିକସକୁ ଜାଣିଶୁଣି ଏଡ଼ାଇଯାଉଥିବା ଅଭିଯୋଗ ରହିଛି। ଏନେଇ ୧୬ଟି ବୀମା କଂପାନି ବିରୋଧରେ ତଦନ୍ତ ଚାଲିଛି।
-
ଜଙ୍ଗଲ ଜମି ଅଧିକାର ଦେବାରେ ନବୀନ ସରକାରଙ୍କ ରେକର୍ଡ । ୨୦୨୩ ଫେବ୍ରୁଆରୀ ସୁଦ୍ଧା ୪ ଲକ୍ଷ ୬୩ ହଜାର ୭୨୩ଟି ପଟ୍ଟା ବଣ୍ଟନ । ଆଦିବାସୀଙ୍କୁ ବ୍ୟକ୍ତିଗତ, ଗୋଷ୍ଠୀଗତ ଓ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର ନେଇ ୪ ଲକ୍ଷ ୬୩ ହଜାର ୭୨୩ଟି ପଟ୍ଟା ବଣ୍ଟନ କରାଯାଇଛି ।
-
ଦୈନିକ ୧୫୦ କୁକୁରଙ୍କର ହେବ ବନ୍ଧ୍ୟାକରଣ । ଭୁବନେଶ୍ବରରେ ବି ଏମ ସି କରିବ କୁକୁର ଗଣନା । ସର୍ଭେ ପରେ ନିଆଯିବ ଆବଶ୍ୟକ ପଦକ୍ଷେପ । ଦିନକୁ ଦିନ ହିଂସ୍ର ହେଉଛନ୍ତି ବୁଲା କୁକୁର ।
-
୫ଜି ସାଟେଲାଇଟର ସଫଳପୂର୍ବକ ଲଞ୍ଚ୍ କରିଛି ଏଲନ ମସ୍କଙ୍କ ସ୍ପେସ୍-ଏକ୍ସ । ଏବେ ସାରା ବିଶ୍ୱରେ ୫ଜି ଇଣ୍ଟରନେଟ ସର୍ଭିସ ପ୍ରଦାନ କରିବା ପାଇଁ ମହାକାଶରେ ୨୫୦ ସାଟେଲାଇଟସର ଜାଲ ବିଛାଇ ଦିଆଯାଇଛି । ପ୍ରଥମଥର ପାଇଁ ପୃଥିବୀର ନିମ୍ନ କକ୍ଷରେ ୫ଜି ଇଣ୍ଟରନେଟ ସେବା ପ୍ରଦାନକାରୀ ସାଟେଲାଇଟକୁ ଛଡାଯାଇଛି ।
-
ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ସେ ଆଗାମୀ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ।
-
ଓଡ଼ିଶାରେ ୧୨ ଦିନ ଧରି ଥିଲା ଗୁଡୁ ମୁସଲିମ୍ । ଏପ୍ରିଲ ୨ରୁ ୧୩ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ବରଗଡ଼ରେ ଲୁଚିଥିଲା ଗୁଡୁ ମୁସଲିମ୍ । ୟୁପିରେ ଉମେଶ ପାଲ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗୁଡ୍ଡୁ ମୁସଲିମ ଆସି ଓଡ଼ିଶାରେ ଲୁଚିଥିଲା
-
ତାମିଲନାଡୁର ଏକ ମନ୍ଦିରରୁ ଚୋରି ହୋଇଥିବା ପ୍ରଭୁ ବଜରଙ୍ଗବାଲୀଙ୍କ ପ୍ରାୟ ୫୦୦ ବର୍ଷ ପୁରୁଣା ପ୍ରତିମାକୁ ଭାରତ ଫେରାଇ ଦେଇଛି। ଏହାକୁ ଅଷ୍ଟ୍ରେଲିଆ ଭାରତକୁ ଅଷ୍ଟ୍ରେଲିଆରେ ଥିବା ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯାଇଛି।
|
478 |
Y |
|
1684 |
26-04-2023 |
English |
-
Fivetime former Punjab CM and Shiromani Akali Dal patriarch Parkash Singh Badal, who was admitted to a hospital in Mohali over a week ago, died Tuesday. He was 95.
-
The Supreme Court Tuesday issued notices to the Delhi Police and others on a plea by seven women wrestlers seeking registration of an FIR against Wrestling Federation of India (WFI) chief Brij Bhushan Sharan Singh, who is also a BJP MP, over allegations of sexual harassment, saying the matter is ‘serious’ and requires its consideration.
-
President Joe Biden Tuesday launched his 2024 re-election bid along with his deputy Kamala Harris and appealed to Americans to give them four more years to ‘finish the job’ and defend democracy, raising the possibility of a rematch with their 2020 Republican rival Donald Trump.
-
At a time when the issue of missing Ratna Bhandar keys is still shrouded in mystery, the Orissa High Court Tuesday asked the state government to file its response by July 10 on a petition that seeks direction to make the report of Justice Raghubir Das Commission of Inquiry public.
-
On World Malaria Day, reaffirming his government’s commitment to eliminate the mosquito-borne disease by 2030, Chief Minister Naveen Patnaik Tuesday informed that the state has successfully reduced Malaria cases by 95 per cent in the last five years, a feat that has earned applauses from the World Health Organisation (WHO).
-
The Supreme Court Tuesday said Karnataka's earlier regime granting four per cent reservation to Muslims will continue to hold the field till May 9.
-
The National Investigation Agency (NIA) Tuesday conducted searches at 16 locations in Bihar, Goa, Uttar Pradesh and Punjab as part of its investigation against a suspected module of the banned Islamist organisation PFI in Bihar's Phulwari Sharif, officials said.
-
CCTV cameras installed in Uttar Pradesh prisons have been equipped with artificial intelligence (AI) system.
-
Prime Minister Narendra Modi Tuesday flagged off Kerala’s first Vande Bharat Express and dedicated to the nation various developmental projects, including the Kochi Water Metro, and said as states develop, the country will develop faster.
-
Personal income tax as a percentage of GDP has gone up from 2.11 per cent in 2014- 15 to 2.94 per cent in 2021-22 fiscal, indicating that taxpayer base is widening as a result of the steps taken by the present government led by Prime Minister Narendra Modi.
-
The BJP on Tuesday claimed that about ₹ 45 crore was spent on the "beautification" of Delhi Chief Minister Arvind Kejriwal's official residence in the city's Civil Lines area and demanded his resignation on "moral" grounds.
-
More Indians consider upskilling key to futureproofing careers as compared to their global counterparts, said a report by edtech platform Great Learning, which also found 71 per cent Indian professionals surveyed confident of retaining their jobs versus 59 per cent, globally.
-
Gujarat Titans produced a clinical performance to outclass Mumbai Indians by 55 runs in a completely lopsided IPL match here Tuesday. Set a stiff target of 208, MI were stopped at 152/9.
-
Milk products including chhena, paneer and khua are to become costlier from May 1. The dairy products traders’ association in Cuttack decided today to hike the retail prices, a source said.
-
Prime Minister Narendra Modi on Tuesday said he was eagerly awaiting the 100th episode of his radio programme 'Mann Ki Baat', scheduled to be broadcast on April 30.
|
478 |
Y |
|
1685 |
25-04-2023 |
Odia |
-
ରାଜ୍ୟ କ୍ୟାବିନେଟ ୨୦୨୩-୨୪ ବର୍ଷରେ ୫୨୬ଟି ନୂତନ ବିଜୁ ସେତୁ ନିର୍ମାଣ କରାଯିବାକୁ ୧୯ଶହ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ବିଜୁ ସେତୁ ଯୋଜନାରେ ଆଉ ୮୬୬ଟି ସେତୁ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି।
-
ରାଜ୍ୟ କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏଥିରେ କୃଷି, ଶିଳ୍ପ, ଭିନ୍ନକ୍ଷମ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟଜଳ ଓ ରାଜସ୍ବ ବିଭାଗ ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ରହିଛି।
-
୬ ଲେନ୍ ବିଶିଷ୍ଟ କଟକ ରିଙ୍ଗ ରୋଡ୍ ଆହୁତ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ଦେଇଛନ୍ତି। ଏଥି ସହିତ ଆହୁରି ୧୦ବର୍ଷ ପାଇଁ ଓଡ଼ିଶା ରହିବ ଭାରତୀୟ ହକି ଟିମର ପ୍ରାୟୋଜକ । ୨୦୨୩-୩୩ ପର୍ଯ୍ୟନ୍ତ ହକି ଟିମ୍ ପାଇଁ ପ୍ରାୟୋଜକ ରହିବ ଓଡ଼ିଶା ।
-
୨୦୨୨-୨୩ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୩୫ ଲକ୍ଷ ଚଷୀଙ୍କୁ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି । ରାଜ୍ୟର ସମସ୍ତ ସମବାୟ ବ୍ୟାଙ୍କ ଓ ୨୪୦୯ଟି ପ୍ରାଥମିକ କୃଷି ସମବାୟ ସମିତିକୁ ଏହି ରିହାତି ପରିମାଣ ପ୍ରଦାନ କରାଗଲା ।
-
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୨୦୨୫ ସୁଦ୍ଧା ରାଜ୍ୟରେ ୨୦ ପ୍ରତିଶତ ଇଭି ପଞ୍ଜିକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ବିଦ୍ୟୁତ ଚାଳିତ ଯାନ (ଇଭି) ବ୍ୟବହାର ପାଇଁ ଲୋକଙ୍କ ଆଗ୍ରହ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଇଭି ଉପରେ ରିଆତି ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
-
ଓଡ଼ିଶା ସରକାର ବର୍ତ୍ତମାନ କରୋନା ଟେଷ୍ଟିଂକୁ ବୃଦ୍ଧି କରାଯାଇଥିବା ବେଳେ ରାଜ୍ୟ ସରକାର ହସ୍ପିଟାଲରେ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି ସରକାର।
-
ଗତ କିଛି ଦିନ ହେବ ସୁଦାନରେ ସେନା ଏବଂ ଅଦ୍ଧସାମରିକ ବାହିନୀ ମଧ୍ୟରେ ଚାଲିଥିବା ବିବାଦ ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିସହ ୩ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ଭାରତ ସମେତ ଅନେକ ଦେଶ ନିଜ ନାଗରିକମାନଙ୍କୁ ହିଂସା ପ୍ରଭାବିତ ଦେଶରୁ ବାହାର କରିବା ଆରମ୍ଭ କରିଛନ୍ତି।
-
ସିବିଆଇର ଯାଞ୍ଚ ପରିସର କେବଳ କେନ୍ଦ୍ରଶାସିତ ଅଞ୍ଚଳ କିମ୍ବା ରେଳବାଇ ସୀମା ମଧ୍ୟରେ ସୀମିତ ରହିଛି। ଗତ ୭ ବର୍ଷରେ ୯ ରାଜ୍ୟ ସରକାର ସିବିଆଇଠାରୁ ସାଧାରଣ ସହମତି ପ୍ରତ୍ୟାହାର କରି ନେଇଛନ୍ତି। ଏଥିରେ ଅଧିକାଂଶ ଅଣ-ବିଜେପି ଶାସିତ ରାଜ୍ୟ ରହିଛନ୍ତି।
-
କୋଭିଡ୍-୧୯ ମହାମାରୀ ପରେ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନ୍ସିଇଆର୍ଟି) ପିଲାଙ୍କ ଉପରୁ ଶିକ୍ଷାବୋଝ କମାଇବା ପାଇଁ ପାଠ୍ୟକ୍ରମରୁ କେତେକ ଅଂଶ ହ୍ରାସ କରିଛି। ଫଳତଃ ସେମାନେ ୧୦ମ ଶ୍ରେଣୀ ବିଜ୍ଞାନ ପାଠ୍ୟ ପୁସ୍ତକର ୯ମ ଅଧ୍ୟାୟ ‘ହେରିଡିଟି ଆଣ୍ଡ୍ ଇଭଲ୍ୟୁସନ’ ସ୍ଥାନରେ ‘ହେରିଡିଟି’ ବିଷୟ ସନ୍ନିବେଶିତ କରିଛନ୍ତି। ସେଥିରୁ ଡାରୱିନଙ୍କ ବିବର୍ତ୍ତନ ତତ୍ତ୍ବ ପ୍ରସଙ୍ଗଟି ବାଦ୍ ପଡ଼ିଛି।
-
କର୍ଣ୍ଣାଟକରେ ରାଜ୍ୟ ଲୋକାୟୁକ୍ତ ପୁଲିସ ଆଜି ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି)ର ଟାଉନ ପ୍ଲାନିଂ ବିଭାଗ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଚଢ଼ଉ କରି ବିପୁଳ ପରିମାଣର ନଗଦ ଅର୍ଥ, ଗହଣା ଏବଂ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିଛି। ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗ ରହିଥିଲା।
-
ଟାଟା ସନ୍ସର ସେବାନିବୃତ୍ତ ଅଧ୍ୟକ୍ଷ ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ପ୍ରଦାନ କରାଯାଇଛି।
-
ସାଧାରଣ ଭବିଷ୍ୟନିଧି ପାଣ୍ଠି (ଓଡ଼ିଶା) ଅଧିନିୟମର ବିଭିନ୍ନ ନିୟମରେ ହୋଇଥିବା ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ର ମଞ୍ଜୁରି ମିଳିଛି। ନିୟମରେ ହୋଇଥିବା ସଂଶୋଧନ ଅନୁସାରେ ଉଭୟ ପୁରୁଷ ଓ ମହିଳା ସବ୍ସ୍କ୍ରାଇବର (ସଦସ୍ୟ)ଙ୍କ ପାଇଁ ପରିବାର ସଂଜ୍ଞାରେ ପରିବାରର ଅନ୍ୟ ସମସ୍ୟମାନଙ୍କୁ ମଧ୍ୟ ଗ୍ରହଣ କରାଯିବ।
-
ତିନିଟି ଖଣିଜ ପଦାର୍ଥ ଉତ୍ତୋଳନରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ୨୦୨୧-୨୨ରେ ଦେଶରେ ଉତ୍ତୋଳିତ ବକ୍ସାଇଟ ମଧ୍ୟରୁ ଓଡ଼ିଶାର ଅଂଶ ଥିଲା ୭୩.୧୩ ପ୍ରତିଶତ।
-
ବିଶ୍ବର ୧୩୯ଟି ଦେଶ ମଧ୍ୟରୁ ଲଜିଷ୍ଟିକ୍ସ ସୂଚୀରେ ଭାରତ ୩୮ତମ ସ୍ଥାନରେ ରହିଛି। ବିଶ୍ବବ୍ୟାଙ୍କର ଲଜିଷ୍ଟିକ୍ସ ସୂଚୀ ଅନୁସାରେ ଭାରତର ସ୍ଥିତିରେ ଛଅ ପାହାଚ ଉନ୍ନତି ହୋଇଛି। ୨୦୧୮ରେ ଭାରତ ୪୪ତମ ସ୍ଥାନରେ ରହିଥିଲା।
-
ଜିଓ ଗ୍ରାହକମାନେ ଗୋଟିଏ ମାସରେ ୧୦ ଏକ୍ସାବାଇଟ୍ (୧୦ ବିଲିଅନ ଜିବି) ଡାଟା ବ୍ୟବହାର କରି ଇତିହାସ ରଚିଛନ୍ତି ।
-
ଏୟାର ଇଣ୍ଡିଆ ଅଧିଗ୍ରହଣ ପରେ ଟାଟା ଗ୍ରୁପ୍ କ୍ରମାଗତଭାବେ ନୂତନ ଟେକ୍ନୋଲୋଜିରେ ବିନିଯୋଗ କରୁଛି। ଏୟାର ଇଣ୍ଡିଆ ସୋମବାର କହିଛି ଯେ ବିମାନ ଚଳାଚଳ ଆଧୁନିକୀକରଣ ପାଇଁ କମ୍ପାନି 'ଚାଟ୍ ଜିପିଟି ଚାଟବଟ୍' ବ୍ୟବହାର କରିବ।
-
ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ୨୦୩୦ ସୁଦ୍ଧା ମେଲେରିଆ ମୂଳୋତ୍ପାଟନ ପାଇଁ ଲକ୍ଷ୍ୟ ରଖିଛି। ରାଜ୍ୟ ସ୍ଵାସ୍ଥ୍ୟବିଭାଗ ଆଉ ପାଦେ ଆଗକୁ ଯାଇ କେନ୍ଦ୍ର ସରକାରଙ୍କ ଆହ୍ବାନକ୍ରମେ ୨୦୨୭କୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛି।
-
୨୦୨୧-୨୨ ଆର୍ଥତ୍କ ବର୍ଷରେ ଦେଶର ୨୬ଟି ଆଞ୍ଚଳିକ ଦଳଙ୍କୁ ମୋଟ ୧୮୯ କୋଟି ଟଙ୍କା ଚାନ୍ଦା ମିଳିଛି। ସେଥିରୁ ୮୫ ପ୍ରତିଶତ ଚାନ୍ଦା କେବଳ ୫ଟି ଦଳକୁ ଯାଇଛି। ତେବେ ବିଜେଡି, ଏଆଇଏଡିଏମ୍କେ, ଏନ୍ଡିପିପି, ଏସ୍ଡିଏଫ୍, ଏଆଇଏଫ୍ବି, ପିଏମ୍କେ ଏବଂ ଜେକେଏନ୍ସି ପାଇଥିବା ଚାନ୍ଦା ସମ୍ପର୍କରେ ଘୋଷଣା କରି ନ ଥିବା ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର୍) ରିପୋର୍ଟରେ କୁହାଯାଇଛି।
-
ମଙ୍ଗଳବାର ଚଳିତ ଆଇପିଏଲ୍ର ୩୫ତମ ମ୍ୟାଚ୍ ଖେଳାଯିବ। ଏଠାରେ ବିଶ୍ଵର ସର୍ବବୃହତ୍ ଷ୍ଟାଡିୟମ୍ରେ ଘରୋଇ ଦଳ ଗୁଜରାଟ ଟାଇଟାନ୍ସ ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ।
-
ଆଇପିଏଲର ୩୪ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଅକ୍ଷର ପଟେଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ(୩୪ ରନ୍ ଓ ୨ ଉଇକେଟ) ବଳରେ ଚଳିତ ସିଜନର ଦ୍ୱିତୀୟ ବିଜୟ ହାସଲ କରିଛି ଦିଲ୍ଲୀ।
|
439 |
Y |
|
1686 |
25-04-2023 |
English |
-
Wrestler Vinesh Phogat and other protesting wrestlers have moved the Supreme Court seeking a direction for registration of an FIR against Wrestling Federation of India (WFI) chief Brij Bhushan Sharan Singh.
-
The state government Monday decided to make use of masks mandatory in all healthcare institutions in state in the wake of a surge in Covid-19 cases.
-
The state Cabinet headed by Chief Minister Naveen Patnaik approved a total of 15 proposals, Monday, including implementation of Revamped Distribution Sector Scheme with an outlay of `6,284 crore as many parts of the rural areas are facing power outages this summer season.
-
Odisha State to implement scheme to strengthen power supply network with an outlay of `6,284 crore .
-
The Revamped Distribution Sector Scheme will be implemented in three years n BSY will be extended up to 2025-26 .
-
`3,597 crore n Cuttack Ring Road will be upgraded to 6-lane standard.
-
The state Cabinet led by Chief Minister Naveen Patnaik Monday approved extension of sponsorship agreement of both men and women Indian national hockey teams (senior and junior) by another 10 years—from 2023 to 2033.
-
Chief Minister Naveen Patnaik Monday disbursed interest subvention of `441.76 crore on farm loans benefitting 35 lakh farmers in the state. Patnaik disbursed the amount at a function held in Lok Seva Bhawan here.
-
Union Minister of State for Skill Development and Entrepreneurship, and Electronics & Information Technology Rajeev Chandrasekhar Monday said that the country has exported ‘Made in India’ Apple and Samsung phones to the tune of about $11 billion this year alone.
-
On the eve of World Malaria Day, the World Health Organisation (WHO) has urged the countries affected by the vector-borne disease globally to accelerate the reach of high-impact tools and strategies to prevent, detect and treat malaria, with a focus on reaching the most vulnerable, ensuring that no person is left behind.
-
If things go well, London will have a majestic temple of Lord Jagannath, with global Indian investor Biswanath Patnaik recently pledging Rs 250 crore for the noble initiative, sources said Monday.
-
A recent crop survey conducted by civil society organsiations (CSOs) has revealed the significant impact the state government’s Rashtriya Krishi VikasYojana (RKVY) scheme has achieved on second crop farming in the state.
-
Five persons were critically injured Monday when a wild boar attacked them in Sambalpur district, police said. The injured also included a 16- year-old girl and a nine-year-old girl. The wild boar attacked them inside the Kayakud forest in Jujumura block where they had gone to pluck kendu leaves.
-
Nearly 23 crore people tune in to Prime Minister Narendra Modi's 'Mann ki Baat' programme on the last Sunday of every month with 65 per cent listeners preferring to hear the talk in Hindi, according to a survey conducted by the Indian Institute of Management-Rohtak.
-
Twenty-six regional parties received `189 crore in donations in 2021-22 with 85 per cent of it going to just five of them, including JDU and SP, the ADR said Monday.
-
The National Investigation Agency (NIA) Monday attached a house and two kanals of land belonging to Hizbul Mujahideen chief Syed Salahudeen's two sons in Jammu and Kashmir's Budgam and Srinagar districts, officials said.
-
The Supreme Court Monday closed contempt proceedings against ex-IPL commissioner Lalit Modi after he tendered an unconditional apology for his remarks against the judiciary in social media posts.
-
Observing that judges have no business granting interviews on pending matters, the Supreme Court Monday sought a report within four days from the Registrar General of the Calcutta High Court on whether Justice Abhijit Gangopadhyay gave an interview to a news channel about the case related to the school job-for-bribe case in West Bengal.
-
Adani Ports and Special Economic Zone (APSEZ) Monday started the first debt buyback programme since billionaire Gautam Adani’s conglomerate was targeted by a US short-seller in January.
-
Washington Sundar’s all-round effort (3/28; 24 n o) went in vain as Sunrisers Hyderabad made heavy weather of a below-par chase to go down to Delhi Capitals by seven runs, their third defeat in a row in the IPL, here Monday.
|
478 |
Y |
|
1687 |
24-04-2023 |
Odia |
-
1.କେନ୍ଦ୍ର ସରକାର ସାରା ଦେଶରେ ୨୫୦ ରୁ ଅଧିକ ରୋପୱେ ଚଳାଇବାକୁ ପ୍ରସ୍ତୁତ ହେଉଛନ୍ତି। ସମସ୍ତ ପାହାଡ଼ିଆ ଅଞ୍ଚଳ ଏବଂ ତୀର୍ଥସ୍ଥାନଗୁଡିକ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସମସ୍ତ ରୋପୱେରେ ନିର୍ମାଣ ହେବାକୁ ଥିବା ପ୍ରଥମ ରୋପୱେ ବାରାଣାସୀରେ ହେବ।
-
2.ଗତ ଏକ ମାସରୁ ଉର୍ଦ୍ଧ୍ବ ଦିନ ଧରି ଫେରାର ଥିବା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂକୁ ରବିବାର ସକାଳ ପ୍ରାୟ ୬.୪୫ରେ ପଞ୍ଜାବ ମୋଗା ଜିଲ୍ଲାର ରୋଡେ ଗ୍ରାମରୁ ଗିରଫ କରାଯାଇଛି । ପଞ୍ଜାବ ପୁଲିସର ଆଇଜିପି (ମୁଖ୍ୟାଳୟ) ସୁଖଚେନ ସିଂ ଗିଲ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗିରଫ ପରେ ଅମୃତପାଲ ସିଂଙ୍କୁ ଆସାମର ଦିବ୍ରୁଗଡ ଜେଲକୁ ପଠାଯାଇଛି।
-
3.କାନାଡାର ସବୁଠାରୁ ବଡ଼ ଟରଣ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୪.୮ ମିଲିୟନ ଅର୍ଥାତ୍ ୧୨୧ କୋଟି ଟଙ୍କାର ସୁନା ଏବଂ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଛି। ସୋମବାର ବିଳମ୍ବିତ ସନ୍ଧ୍ୟାରେ ବିମାନବନ୍ଦରରେ ପହଞ୍ଚିଥିବା ଏକ ସ୍ବତନ୍ତ୍ର କଣ୍ଟେନରରେ ଏହି ସବୁ ସାମଗ୍ରୀ ଥିଲା। ଏହାକୁ ସୁରକ୍ଷିତ ଭାବେ କଣ୍ଟେନର ରହୁଥିବା ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗୁରୁବାର ଏହା ଚୋରି ହୋଇଯାଇଥିବା ଜଣାପଡିଥିଲା।
-
4.ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ସମୁଦ୍ର ମହଲ ବର୍ଲିରେ ଜବତ ହୋଇଥିବା ତିନିଟି ବିଳାସପୂର୍ଣ୍ଣ ଫ୍ଲାଟକୁ ନେଇ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱନ୍ଦ୍ୱରେ ପଡିଛି। କିଛି ଆଇନଗତ ପ୍ରତିବନ୍ଧକ ଯୋଗୁ ଇଡି ଏସବୁର ନିଲାମରୁ ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୧୦ କୋଟି ଟଙ୍କା ପାଇବାର ମଧ୍ୟ ସମ୍ଭାବନା ନାହିଁ।
-
5.ଏନ୍ସିଇଆର୍ଟି ପୁସ୍ତକର ଦଶମ ଶ୍ରେଣୀ ବିଜ୍ଞାନ ପାଠ୍ୟକ୍ରମରୁ ଡାର୍ଓ୍ବିନ୍ଙ୍କ ଜୈବ ବିବର୍ତ୍ତନ ତତ୍ତ୍ୱକୁ ବାଦ୍ ଦିଆଯାଇଥିବାରୁ ବୈଜ୍ଞାନିକମାନେ ଏହାର ନିନ୍ଦା କରିଛନ୍ତି।
-
6.ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ଅନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ପୁଣି ଅଲୋଚନାକୁ ଅସିଛି।
-
7.ଚଳନ୍ତା ହେଲିକପ୍ଟର ବାହାରେ ସେଲଫି ନେବା ଉତ୍ତରାଖଣ୍ଡର ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣର ଅର୍ଥିକ ନିୟନ୍ତ୍ରକ ଜିତେନ୍ଦ୍ର କୁମାର ସାଇନି ମୃତ୍ୟୁର କାରଣ ହୋଇଛି। ସେ ହେଲିକପ୍ଟରର ବ୍ଲେଡ୍ରେ ମାଡ଼ ହେବା ପରେ ତଳେ ପଡ଼ି ପ୍ରାଣ ହରାଇଛନ୍ତି।
-
8.ଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଆଉ ଏକ ଚିତା ଉଦୟର ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଥିବା ମୁଖ୍ୟ ବନ ସଂରକ୍ଷକ ଜେଏସ୍ ଚୌହାନ ପ୍ରକାଶ କରିଛନ୍ତି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
-
9.ଗ୍ୟାଙ୍ଗ୍ଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ସପକ୍ଷରେ କିଛି ଲୋକ ସ୍ଲୋଗାନ ଦେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ଶନିବାର ଏହାକୁ ନିନ୍ଦା କରିଛନ୍ତି। ଏପରି ଲୋକଙ୍କୁ ଦେଖିବା ମାତ୍ରେ ଗୁଳି କରିଦେବା ଉଚିତ ବୋଲି ସେ କହିଛନ୍ତି।
-
10.୯୯.୯ ପ୍ରତିଶତରୁ ଅଧିକ ଲୋକ ସମଲିଙ୍ଗୀ ବିବାହକୁ ବିରୋଧ କରୁଛନ୍ତି, ସୁପ୍ରିମକୋର୍ଟ ନିକଟରେ ଏହି ଦାବି ଜଣାଇଲା ବାର କାଉନସିଲ ଅଫ ଇଣ୍ଡିଆ
-
11.ଜର୍ମାନୀସ୍ଥିତ ରୁଷ୍ ଦୂତାବାସ କର୍ମଚାରୀମାନଙ୍କୁ ବହିଷ୍କାର କରାଯିବା ପରେ ମସ୍କୋ ୨୦ ଜଣ ଜର୍ମାନ୍ କୂଟନୀତିଜ୍ଞଙ୍କୁ ନିଜ ଦେଶରୁ ବହିଷ୍କାର କରିଛି। ବର୍ଲିନ ରୁଷ୍ ସହ ସମସ୍ତ କୂଟନୈତିକ ସମ୍ପର୍କ ଛିନ୍ନ କରିବାକୁ ଚାହେ ବୋଲି ରୁଷ୍ ଅଭିଯୋଗ କରିଛି।
-
12.ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏକ ଜାପାନୀ ବାଣିଜ୍ୟିକ ପୋତ ୮୬୪ ଜଣ ଅଷ୍ଟ୍ରେଲୀୟ ସୈନିକଙ୍କୁ ନେଇ ଯାଉଥିବା ସମୟରେ ସମୁଦ୍ରରେ ବୁଡ଼ିଯାଇଥିଲା। ଏବେ ଦକ୍ଷିଣ ଚୀନ୍ ସାଗରରେ ଗଭୀର ସାଗର ସର୍ବେକ୍ଷଣ ବିଶେଷଜ୍ଞମାନଙ୍କ ଦ୍ବାରା ଏହାକୁ ଠାବ କରାଯାଇଛି।
-
13.କେନ୍ଦ୍ରୀୟ ମାଲିର ଏକ ସାମରିକ ବେସ ନିକଟରେ ହୋଇଥିବା ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି।
-
14.ଜାପାନରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ ଦେଶରେ ପ୍ରଥମ ଥର ପାଇଁ ଗର୍ଭପାତ ଔଷଧକୁ ଅନୁମୋଦନ କରିଛି।
-
15.ଗୋଟିଏ ଆର୍ଟିକିଲ୍ ପାଇଁ ନିବେଶକ ତଥା ସିଡ୍ଫଣ୍ଡର ସହପ୍ରତିଷ୍ଠାତା ମହେଶ ମୂର୍ତ୍ତି ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ସିଙ୍ଗାପୁରର ଫ୍ୟାଶନ୍ ଟେକ୍ନୋଲୋଜି କମ୍ପାନୀ ଜିଲିଙ୍ଗୋର ସହପ୍ରତିଷ୍ଠାତା ଅଙ୍କିତି ବୋଷ ମହେଶଙ୍କ ନଁାରେ ୧୦୦ ନିୟୁତ ଡଲାରର ଏକ ମାନହାନି ମକଦ୍ଦମା କରିଛନ୍ତି। ମାର୍ଚ୍ଚ ୧ ତାରିଖରେ ଆଉଟ୍ଲୁକ୍ ବିଜ୍ନେସ୍ ମାଗାଜିନ୍ରେ ମହେଶଙ୍କ ଦ୍ୱାରା ଲିଖତ ଏକ ନିବନ୍ଧ ସ୍ଥାନ ପାଇଥିଲା। ଅଙ୍କିତି ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକଠାରୁ ବେଆଇନ ଭାବେ ଟଙ୍କା ନେଉଥିବା ମେହଶ ଉକ୍ତ ଆର୍ଟିକିଲ୍ରେ ଉଲ୍ଲେଖ କରିଥିଲେ।
-
16.ସୁଦାନ ସମୁଦ୍ର ସୀମାରେ ସି-୧୩୦ଜେ ଯୁଦ୍ଧବିମାନ ସାଙ୍ଗକୁ ଜଳସେନା ଯୁଦ୍ଧ ଜାହାଜ ପ୍ରସ୍ତୁତ ରହିଛି। ବିକଳ୍ପ ଉଦ୍ଧାର କାର୍ଯ୍ୟ କରିବା ନିମନ୍ତେ ଭାରତ ପକ୍ଷରୁ ସୁଦାନର ଜେଡ୍ଡାରେ ସି-୧୩୦ଜେ ଯୁଦ୍ଧ ବିମାନ ଅପେକ୍ଷା କରିଥିବା ବେଳେ ଆଇଏନ୍ଏସ୍ ସୁମେଧା ସୁଦାନ ବନ୍ଦରରେ ପହଞ୍ଚିଛି।
-
17.ଅକ୍ଷୟ ତୃତୀୟା ଦିନରେ ବିଜେଡିର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଲୋକାର୍ପିତ ହୋଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ପାର୍ଟି ଅଫିସ୍କୁ ଲୋକାର୍ପଣ କରିଛନ୍ତି। ବିଜେଡିର ଏହି ନୂଆ ଅଫିସ୍ କୌଣସି ଫାଇଭ୍ ଷ୍ଟାର ହୋଟେଲ୍ଠାରୁ କମ୍ ନୁହେଁ। ତିନି ମହଲା ବିଶିଷ୍ଟ ଏହି କୋଠାର ବେସ୍ମେଣ୍ଟରେ ୪୦ରୁ ଅଧିକ କାର୍ ରହିପାରିବା ଭଳି ବଡ଼ ପାର୍କିଂ ଏରିଆ ରହିଛି।
-
18.ଏଏପି ଏମ୍ପି ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରା ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବହୁ ଦିନରୁ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି।
-
19.ଝାରସୁଗୁଡାର ଅନେକ ଅନ୍ୟ ଦଳର କର୍ମୀ ବିଜେଡିରେ ସାମିଲ । ଶଙ୍ଖ ଭବନରେ ଆଜି ବିଜେପିର ସକ୍ରିୟ ନେତା ତ୍ରିନାଥ ଗୁଆଲ ବିଜେଡିରେ ସାମିଲ ହୋଇଛନ୍ତି । ଟଙ୍କଧର ତ୍ରିପାଠୀଙ୍କୁ ଟିକେଟ ମିଳିବା ପରେ ଅସନ୍ତୁଷ୍ଟ ଥିଲେ ତ୍ରିନାଥ । ଝାରସୁଗୁଡ଼ା ପୌର ପରିଷଦ ନିର୍ବାଚନରେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ଥିଲେ ତ୍ରିନାଥ ।
-
20.ରାଜ୍ୟରେ ଜାରି ରହିଛି କୋହଲା ପାଗ । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେଉଛି । ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୫ଡିଗ୍ରୀ କମ ରହିବା ସହ ବର୍ଷା ଲାଗିରହିବ ।
|
470 |
Y |
|
1688 |
24-04-2023 |
English |
-
Three months after they first staged a sit-in protest against WFI chief Brij Bhushan Sharan Singh, the wrestlers are back at Jantar Mantar, spending the night at the historic site. Wrestlers Vinesh Phogat, Bajrang Punia and Sakshee Malikkh spent Sunday night at Jantar Mantar, seeking action on the fresh police complaints filed with the Delhi Police against Singh.
-
Two Indian Air Force C-130J aircraft have been positioned on standby in Saudi Arabia's Jeddah as part of the contingency plans to evacuate stranded Indians from violence-hit Sudan, the Ministry of External Affairs said on Sunday, adding that the naval ship, INS Sumedha has already reached Port Sudan.
-
On the occasion of Akshaya Tritiya, Chief Minister and BJD supremo Naveen Patnaik Sunday inaugurated a grand Biju Janata Dal office named ‘Sankha Bhawan’
-
One of the cheetahs translocated to Madhya Pradesh’s Kuno National Park (KNP) from South Africa died Sunday, a senior forest official said. The deceased cheetah ‘Uday’ was six years old.
-
A crucial meeting between West Bengal Chief Minister Mamata Banerjee and her Bihar counterpart Nitish Kumar will likely take place on April 25.
-
The Bar Council of India (BCI) Sunday expressed its concern on same-sex marriage issue being heard in the Supreme Court, saying it would be "catastrophic" to overhaul something as fundamental as the conception of marriage by the court and the matter should be left to the legislature.
-
The registration of pilgrims for the Kedarnath yatra was Sunday suspended till April 30 in Rishikesh and Haridwar due to rain and snowfall in the upper reaches of the Garhwal Himalayas, officials said.
-
Prime Minister Narendra Modi, who is scheduled to visit Kerala on a two-day trip on April 24, will lay the foundation stone for the country's first Digital Science Park, a Rs-1,500-crore project, here Tuesday, April 2
-
The government will be issuing a special commemorative `100 coin to mark the completion of 100 episodes of Prime Minister Narendra Modi’s radio show Mann ki Baat April 30. The coin is to weigh 35 grams and is to be 50% silver. The rest of its composition will include copper (40%), Nickel (5%), and Zinc (5%) .
-
Reliance Industries, Tata Consultancy Services (TCS), HDFC Bank and ICICI Bank were among the eight companies that suffered a decline in their valuation. ITC and State Bank of India were the only gainers. Last week, the 30-share BSE Sensex fell by 775.94 points or 1.28 per cent.
-
Madhya Pradesh Chief Minister Shivraj Singh Chouhan's mass wedding scheme for women from economically weaker sections has landed in controversy after some of the brides were made to take pregnancy tests.
-
To suddenly say Amul is being brought to Karnataka to kill Nandini is "brazen", Union Finance Minister Nirmala Sitharaman said on Sunday, as she alleged that the Gujarat-based dairy cooperative had entered the state when Congress was in power in Karnataka.
-
Nationalist Congress Party (NCP) MP Supriya Sule on Sunday backed Ajit Pawar over his statement that he is prepared for the Chief Minister's post in the state and said that there is nothing wrong to have ambition in politics.
-
"It is unfair to blame me for the lack of a safe environment within the Congress party for female workers. Please advise the accused to cooperate with the legal process," Mr Sarma tweeted.
-
Shiv Sena (UBT) leader Sanjay Raut on Sunday claimed the "death warrant" of the Eknath Shinde-led Maharashtra government has been issued and it will collapse in the next 15-20 days.
|
485 |
Y |
|
1689 |
23-04-2023 |
Odia |
-
1.ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟୁତ୍ କାଟ ନ କରିବା ନିର୍ଦ୍ଦେଶକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଆଜି ସମସ୍ତ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କୁ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ କଡ଼ା ତାଗିଦ କରିଛନ୍ତି ।
-
2.ଓଡିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଏଗ୍ରିଗେଟର୍ସ ନିର୍ଦ୍ଦେଶାବଳୀ-୨୦୨୩ ଲାଗୁକଲା ରାଜ୍ୟ ପରିବହନ ବିଭାଗ। ଯାତ୍ରୀ ସେବାକୁ ସୁଗମ ଓ ସହଜ କରିବା ପାଇଁ ରାଜ୍ୟରେ ଲାଗୁ ହେଲା ଏହି ନିୟମ। ଏଗ୍ରିଗେଟର ଭାବେ କାର୍ଯ୍ୟ କରୁଥିବା ସଂସ୍ଥା ଏହି ନିୟମର ଅନ୍ତର୍ଭୁକ୍ତ ଓ ପରିଚାଳିତ ହେବେ। ଓଲା, ଉବେର ଓ ରାପିଡୋ ଭଳି ଯାତ୍ରୀ ପରିବହନ ସଂସ୍ଥା ଏହି ନିୟମର ହେବେ ଅନ୍ତର୍ଭୁକ୍ତ।
-
3.ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଅଧିନରେ ରହିଥିବା ମଙ୍ଗାନାସୀଠାରେ ଅବସ୍ଥିତ ବଡ଼ମୂଳ ସାଉଥ୍ ସ୍ୟାଣ୍ଡ ରିସୋର୍ଟ ତଥା ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ରାଜ୍ୟରେ ରେକର୍ଡ଼ ସୃଷ୍ଟି କରିଛି । ରାଜ୍ୟର ଅନ୍ୟ ଇକୋ ଟୁରିଜିମ୍ ପ୍ରକଳ୍ପ ମଧ୍ୟରୁ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ସବୁଠାରୁ ଅଧିକ ଆୟ ଦେଇଛି ।୨୦୧୬-୧୭ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା ୬ କୋଟିରୁ ଉର୍ଦ୍ଧ୍ୱ ଆୟ ଦେଇଥିବା ସୂଚନା ମିଳିଛି ।
-
4.ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ବିଡ଼ିଓ ଦେବଜାନୀ ଭୁଁୟାଙ୍କ କଥା ।ପେଶାରେ ପ୍ରଶାସନ ଅଧିକାରୀ ହୋଇ ଥିଲେ ବି ନିଶା କିନ୍ତୁ ଚିତ୍ର ଅଙ୍କିବା । ଚିତ୍ର ମାଧ୍ୟମରେ ଅନ୍ୟ ମାନଙ୍କୁ ପ୍ରେରଣା ଦେବା ସହ ସମାଜରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା । ଏପରିକି ଵ୍ୟସ୍ତ ବହୁଳ ଜୀବନ ମଧ୍ୟରେ ୨୦୦ ରୁ ଉର୍ଦ୍ଧ ଚିତ୍ରପଟ କରିପାରିଛନ୍ତି ।
-
5.କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ୧୨ ତୁଗଲକ୍ ଲେନରେ ଥିବା ତାଙ୍କ ସରକାରୀ ବାସଭବନ ସମ୍ପୂର୍ଣ୍ଣ ରୂପେ ଖାଲି କରିଛନ୍ତି। ସାଂସଦ ଭାବରେ ତାଙ୍କୁ ଏହି ବଙ୍ଗଳା ମିଳିଥିଲା । ରାହୁଲ ପ୍ରାୟ ଦୁଇ ଦଶନ୍ଧି ଧରି ଏହି ଘରେ ରହୁଥିଲେ।
-
6.ସେନାବାହିନୀରେ ଯୋଗ ଦେବା ପାଇଁ ହେଉଥିବା ନିଯୁକ୍ତି ପ୍ରକ୍ରିୟାରେ ଢାଞ୍ଚାଗତ ପରିବର୍ତ୍ତନ କରାଯାଇଛି। ପରୀକ୍ଷାର୍ଥୀମାନେ ପ୍ରଥମେ ଅନ୍ଲାଇନ୍ରେ ନିଜର ପଞ୍ଜୀକରଣ କରିବା ପରେ ବୈଧ ଥିବା ଆବେଦନଗୁଡ଼ିକୁ ବିଚାରକୁ ନିଆଯାଇ ପ୍ରଥମେ କମ୍ପ୍ୟୁଟର ମାଧ୍ୟମରେ ଲିଖିତ ପରୀକ୍ଷା ଅନୁଷ୍ଠିତ କରାଯିବ। ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ଶାରୀରିକ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ। ପରେ ଅନ୍ତିମ ପର୍ଯ୍ୟାୟରେ ଡାକ୍ତରୀ ପରୀକ୍ଷା ଅନୁଷ୍ଠିତ ହେବ।
-
7.ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ସକାଳ ୭ଟାରୁ ୧୦ଟା ଯାଏ ଖୋଲା ରହିବ । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆଜି ନିର୍ଦ୍ଦେଶନାମା ଜାରି କରାଯାଇଛି ।
-
8.ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଶନିବାର କହିଛନ୍ତି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ନେତା ଅଜିତ ପାଓ୍ବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ। କାରଣ ତାଙ୍କ ନିକଟରେ ବ୍ୟାପକ ପ୍ରଶାସନିକ ଅନୁଭବ ରହିଛି।
-
9.ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଶନିବାର ଅର୍ଥାତ୍ ୨୨ ଏପ୍ରିଲରେ ତା’ର ଏକ ବଡ ମିଶନରେ ପୋଲାର ସାଟେଲାଇଟ ଲଞ୍ଚ ଭେଇକଲ(ପିଏସଏଲଭି)ଲଞ୍ଚ କରିଛି।
-
10.ଆମେରିକା ଯାଇ ସେଠାରେ ଚାକିରି କରିବାର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଚଳିତ ବର୍ଷ ଭାରତୀୟଙ୍କୁ ୧୦ ଲକ୍ଷ ଭିଜା ଜାରି କରାଯାଇପାରେ।
-
11.‘ମନ କି ବାତ’ର ୧୦୦ତମ ଏପିସୋଡ ସମ୍ପୂର୍ଣ୍ଣ ହେବା ଅବସରରେ ୧୦୦ ଟଙ୍କିଆ ମୁଦ୍ରା ଜାରି କରାଯିବ।
-
12.ଆମେରିକୀୟ ସୁପ୍ରିମକୋର୍ଟ ଏକ ରାୟ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଗର୍ଭପାତ ପାଇଁ ମହିଳାମାନେ ବହୁଳ ଭାବେ ବ୍ୟବହାର କରୁଥିବା ‘ମିଫେପ୍ରିଷ୍ଟୋନ’ ଔଷଧକୁ ବୈଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ।
-
13.ଗୁଗଲ ଗୋଟିଏ ପଟେ କର୍ମଚାରୀଙ୍କୁ ଛଟେଇ କରୁଛି। ଅନ୍ୟପଟେ ଏହାର ସିଇଓ ଗତବର୍ଷ ପ୍ରାୟ ୧୯ ଅରବ ଟଙ୍କା ରୋଜଗାର କରିଥିଲେ।
-
14.ଜଳବାୟୁ ପରିବର୍ତ୍ତନଜନିତ ସଂକଟର ମୁକାବିଲା ଭାରତ ନେଇଥିବା ନିଷ୍ପତ୍ତିର ସଫଳ ପାଳନ ଉପରେ ନିର୍ଭର କରୁଛି ବୋଲି ଆମେରିକାର ଉପବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ କହିଛନ୍ତି
-
15.ଦେଶର ବିଦେଶୀ ମୁଦ୍ରା ଭଣ୍ଡାର କ୍ରମାଗତ ଦୁଇ ସପ୍ତାହ ହେଲା ବୃଦ୍ଧି ପାଇଛି। ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ ବିଦେଶୀ ମୁଦ୍ରା ଭଣ୍ଡାରରେ ୧.୬୫୭ ବିଲିଅନ ଡଲାର ବୃଦ୍ଧି ଘଟି ୫୮୬.୪୧୨ ବିଲିଅନ ଡଲାରରେ ପହଞ୍ଚିଛି।
-
16.ବିଦେଶରୁ ପାଣ୍ଠି ପାଇବାରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି। ବିଦେଶରେ ବସବାସ କରୁଥିବା ଭାରତୀୟମାନେ ୨୦୨୨ରେ ଭାରତକୁ ୧୦,୦୦୦ କୋଟି ଡଲାର ପଠାଇଛନ୍ତି। ଗତବର୍ଷ ତୁଳନାରେ ସେମାନେ ୧୨ ପ୍ରତିଶତ ଅଧିକ ପାଣ୍ଠି ପଠାଇଛନ୍ତି।
-
17.କଂଗ୍ରେସରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଜୟ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ବ ମିଳିଛି । ତାଙ୍କୁ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଏନେଇ ଏଆଇସିସି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି।
-
18.ଚଳିତବର୍ଷ ନ୍ୟୁୟର୍କ ପୁଣିଥରେ ବିଶ୍ୱର ଧନୀ ସହର ଭାବରେ ସୁନାମ ଅର୍ଜନ କରିଛି। ‘ଗ୍ଲୋବାଲ ୱେଲଥ ଟ୍ରାକର ହେନଲେ ଆଣ୍ଡ ପାର୍ଟନର୍ସ’ ଅନୁସାରେ ଏହି ସହରରେ ବିଶ୍ୱର ସର୍ବାଧିକ ୩ ଲକ୍ଷ ୪୦ହଜାର କୋଟିପତି ବସବାସ କରୁଛନ୍ତି।
-
19.ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ ଜଣେ ଆହିଦାସୀ ନବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଜାଭେଦ୍ ଅଖତରନାମକ ଯୁବକ ଏବଂ ତାର ସାଙ୍ଗମାନେ ନାବାଳିକାଙ୍କୁ ଦୁଷ୍କର୍ମପରେ ହତ୍ୟା କରିଥିବା ନାବାଳିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ଅଖତର ପୂର୍ବରୁ ନାବାଳିକାଙ୍କୁ ଜାଣିଥିବା ଅଭିଯୋଗ ହୋଇଛି ।
-
20.ବ୍ରିଟେନ, ସିଙ୍ଗାପୁର ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ୧୮ ଟି ଦେଶର ବ୍ୟାଙ୍କ ସହିତ ସ୍ପେଶାଲ୍ ରୁପି ଭୋଷ୍ଟ୍ରୋ ଆକାଉଣ୍ଟସ୍ (SRVA) ଖୋଲିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୬୦ ଟି ଅନୁରୋଧକୁ ଅନୁମୋଦନ କରିଛି। ସେ କହିଛନ୍ତି ଯେ ବିଭିନ୍ନ ଦେଶରେ ଥିବା ପ୍ରତିପକ୍ଷଙ୍କ ସହ କେନ୍ଦ୍ରୀୟ ବ୍ୟାଙ୍କ ଏହି ପ୍ରସଙ୍ଗରେ ଆଲୋଚନା କରୁଛି।
|
503 |
Y |
|
1690 |
23-04-2023 |
English |
-
Amritpal Singh, a fugitive preacher who has been on the run since March 18, today surrendered before Punjab police in Moga. He has been arrested by the police.
-
The India Meteorological Department (IMD) Saturday said most parts of India including Odisha will have a sigh of relief for the next few days from the searing heatwave conditions that had rattled people this week.
-
US President Joe Biden is looking forward to travelling to India in September, his administration’s point person for South and Central Asia has said, observing that 2024 is going to be a “big year” for the India-US relationship.
-
Congress leader Rahul Gandhi Saturday vacated his official bungalow at 12, Tughlaq Lane and said it was the price he paid for speaking the truth. Gandhi was earlier asked to vacate the 12, Tughlaq Lane bungalow by April 22.
-
The National Council of Educational Research and Training (NCERT) has formed a committee to work along with the Central University of Odisha (CUO) to develop study materials in the mother tongue of Kui and Desiya speaking Kandha students from Koraput, Gajapati, Malkangiri, and Kandhamal districts of the state.
-
The National Human Rights Commission (NHRC) has asked the Chief Secretary to provide Rs 3 lakh as compensation to the next of kin of a 13-year-old tribal girl, who died owing to ‘negligence’ of her school authorities in Keonjhar late December 31, 2019 night.
-
Bureaucrat-turned-politician Bijay Patnaik, who recently joined Congress, has been appointed as chairman of the campaign committee of Odisha Pradesh Congress Committee (OPCC).
-
Reacting to the denial of tickets to state BJP bigwigs in poll-bound Karnataka, Union Home Minister Amit Shah said at a media conclave here Saturday that the BJP believes in a continuous process of change.
-
The Municipal Corporation of Delhi sterilised nearly 7,000 stray dogs in January and February and more dogs are being picked daily for sterilisation and then released back to the same area, officials said Saturday.
-
AAP MP Sanjay Singh sent a legal notice to the Enforcement Directorate on Saturday asking it to issue an apology or else face civil and criminal proceedings for allegedly making false and derogatory claims about him in the Delhi excise policy case.
-
ISRO's Polar Satellite Launch Vehicle Saturday successfully placed two Singapore satellites into the intended orbit, Indian Space Research Organisation (ISRO) said.
-
Finland’s registered 1.32 births per woman in 2022, the lowest level since record keeping started in 1776, according to official data. Statistics Finland said the figure in 2021 was 1.46, reports Xinhua news agency. In 2022, 44,951 children were born in Finland.
-
The US Supreme Court Friday temporarily preserved access to a widely used abortion pill, freezing rulings by lower courts that would have banned or severely restricted availability of the drug.
-
New Zealand’s last exports of livestock by sea have been completed and live exports have ceased, its agriculture minister said Friday, as it fully implemented a ban on export shipments of animals on the grounds of their welfare.
-
The full reopening of the economy last year, cyclical recovery in consumption, increased private sector capex, and acceleration on government spending will contribute for 6.2 per cent growth in India’s gross domestic product (GDP) in FY24, said Morgan Stanley in a report.
-
Assam police registered a case on Saturday based on the complaint filed by a former Congress leader against Indian Youth Congress President Srinivas BV.
-
Shiv Sena (UBT) MP Sanjay Raut on Saturday said Nationalist Congress Party leader Ajit Pawar was capable of becoming Maharashtra chief minister since he has vast administrative experience.
-
Amit Shah has said that former Jammu and Kashmir Governor Satya Pal Malik has been called by the CBI "for third time" as part of the investigation in an alleged insurance scam and noted that there was no relation of the summons and his allegations.
-
Commerce and Industry Minister Piyush Goyal on Saturday expressed hope that traders will soon be able to settle foreign trade in the rupee currency as several banks from different countries are opening special Vostro accounts with Indian banks.
-
Skipper KL Rahul (68, 61b, 8x4) managed to snatch defeat from jaws of victory with a baffling batting approach as defending champions Gujarat Titans beat Lucknow Super Giants by seven runs in a low-scoring IPL thriller, here Saturday.
|
527 |
Y |
|