# |
Date |
Type |
Current Affairs |
No. Of Views |
Status |
Action |
561 |
24-11-2024 |
Odia |
-
1.ମହାରାଷ୍ଟ୍ରରେ ବିଜେପିର ବିପୁଳ ବିଜୟ ପରେ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ବିଜୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ କଶ୍ମୀରରେ ପୁଣି ଧାରା ୩୭୦ର ପ୍ରାଚୀର ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛି । କିନ୍ତୁ ଏହା କେବେବି ସମ୍ଭବ ନୁହେଁ ।
-
2.ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନ ଝାଡ଼ଖଣ୍ଡ ରାଜନୀତିରେ ସେ ଜଣେ ନୂଆ ତାରକା ଭାବେ ଉଭା ହୋଇଛନ୍ତି ।ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ୫୬ଟି ଆସନରେ ବିଜୟୀ ହେଉଛି।
-
3.ଚଳିତ ସପ୍ତାହର ଶେଷ କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ସେନ୍ସେକ୍ସରେ ୨୦୦୦ ପଏଣ୍ଟ ପାଖାପାଖି ବୃଦ୍ଧି ହୋଇଛି। ଦୀର୍ଘ ପାଞ୍ଚ ମାସ ପରେ ସେନ୍ସେକ୍ସରେ ଏଭଳି ଉତ୍ସାହ ଦେଖିବାକୁ ମିଳିଛି।
-
4.ମହାୟୁତ ପକ୍ଷରୁ ସିନ୍ଦେଙ୍କ ଘରେ ଗୋଟିଏ ବୈଠକ ବସିଥିଲା। ଏକନାଥ ସିନ୍ଦେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଦାବି ଉପସ୍ଥାପନ କରିଥିବା ଜଣାପଡ଼ିଛି।
-
5.ଜେଏମଏମରୁ ବାହାରି ବିଜେପି ଟିକେଟରେ ଲଢ଼ୁଥିବା ହେମନ୍ତଙ୍କ ବଡ଼ ଭାଉଜ ଗୀତା ସୋରେନ ପରିବାରର ଏକମାତ୍ର ସଦସ୍ୟ ଭାବେ ପରାସ୍ତ ହୋଇଛନ୍ତି।
-
6.ମହାରାଷ୍ଟ୍ରରେ ୨୮୮ଟି ଆସନରୁ ବିଜେପି ମେଣ୍ଟ ୨୩୪ଟି ବିଜୟ ଲାଭ କରୁଥିବା ସ୍ପଷ୍ଟ ହେଉଛି। ଏହି ମେଣ୍ଟ ୨୨୦ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୧୪ଟିରେ ଆଗରେ ରହିଛି।
-
7.କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ କେରଳର ୱାୟନାଡ଼ ଲୋକସଭା ଆସନରୁ ଉପନିର୍ବାଚନ ଜିତିଛନ୍ତି।
-
8.ବିଶ୍ଵର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ବିଦ୍ୟୁତ କାର୍ କମ୍ପାନି ଟେସ୍ଲାର ସିଇଓ ଏଲନ୍ ମସ୍କ ଆମେରିକାର ଅର୍ଥନୀତିର ବିଶାଳ ଋଣ ଓ ଖର୍ଚ୍ଚକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।
-
9.ଓଡିଶାରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଖୁବଶୀଘ୍ର ମହିଳା କୋର୍ଟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। .
-
.10. ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ରାଜ୍ୟରେ ଥିବା ଗୋଶାଳାଗୁଡ଼ିକୁ ଅସହାୟ ଗୋରୁଙ୍କ ଯତ୍ନ ଓ ରକ୍ଷଣାବେକ୍ଷଣ ପାଇଁ ସହାୟତା ପ୍ରଦାନ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ପଞ୍ଜୀକୃତ ୬୬ଟି ଗୋଶାଳାକୁ ପ୍ରଥମ ପର୍ଯ୍ୟାୟରେ ୮.୯୬ କୋଟି ଟଙ୍କାର ସହାୟତା ଦିଆଯାଇଛି।
-
11.ପୁଣି ଏକ ସାଇବର ଠକର ଚକ୍ରବ୍ୟୂହରେ ଫସିଛନ୍ତି ଜଣେ ମହିଳା ଇଞ୍ଜିନିୟର୍। ଦରିଆପାରି ବିଦେଶୀ ବନ୍ଧୁ ବେଶରେ ସାଇବର ଠକ ରଚିଥିବା ଚକ୍ରବ୍ୟୂହରେ ଫସି ମହିଳା ଇଞ୍ଜିନିୟର୍ଙ୍କ ୩୦ ଲକ୍ଷ ଟଙ୍କା ଉଡ଼ିଯାଇଛି।
-
12.ସୁଭଦ୍ରା’ରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଛି, ଯାଞ୍ଚ ପରେ ୨୨ ପ୍ରତିଶତ ଆବେଦନକାରୀଙ୍କୁ ନଭେମ୍ବର ୨୪ ତାରିଖରେ ମିଳିବ ଟଙ୍କା।
-
13.ବିଶ୍ବବିଦ୍ୟାଳୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ଶନିବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଛି। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।
-
14.ମୋଟ ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯୯୫ ବ୍ୟାଚ୍ ଆଇଏଏସ୍ ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ଇଏସଆଇ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେ ବିଜ୍ଞାନ ଓ କାରିଗରି କୌଶଳ ବିଭାଗର ପ୍ରମୁଖ ସଚିବର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ।
-
15.ବିଶ୍ୱର ପ୍ରତ୍ନତତ୍ତ୍ୱବିତଙ୍କୁ ମିଳିଛି ଏକ ବଡ଼ ସଫଳତା। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଗବେଷକମାନେ ୪ ହଜାର ୪୦୦ ବର୍ଷର ପୁରୁଣା ବର୍ଣ୍ଣମାଳା ବା ଆଲଫାବେଟ୍ ପାଇଛନ୍ତି, ଯାହାକୁ ପୂର୍ବ ସମୟର ଲୋକେ ବ୍ୟବହାର କରୁଥିଲେ।
|
229 |
Y |
|
562 |
23-11-2024 |
Odia |
-
1.ୟୁକ୍ରେନ୍ର ପୂର୍ବତନ ସେନାମୁଖ୍ୟ ତଥା ବର୍ତ୍ତମାନ ବ୍ରିଟେନରେ ଦେଶର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିବା ଭାଲେରୀ ଜାଲୁଜନି କହିଛନ୍ତି ଯେ ବିଶ୍ୱ ପ୍ରକୃତରେ ତୃତୀୟ ବିଶ୍ୱଯୁଦ୍ଧରେ ପାଦ ରଖିସାରିଛି।
-
2.ୟୁକ୍ରେନ୍କୁ ଯୁଦ୍ଧାସ୍ତ୍ର ଯୋଗାଇ ପଶ୍ଚିମ ରାଷ୍ଟ୍ରମାନେ ରୁଷ୍ ପାଇଁ ବିପଦ ସୃଷ୍ଟି କରୁଛନ୍ତି ଏବଂ ଏଥିପାଇଁ ସେମାନଙ୍କୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଧମକ ଦେଇଛନ୍ତି।
-
3.୧୯୭୬ ମସିହାରେ ସମ୍ବିଧାନରେ ସଂଶୋଧନ କରାଯାଇ ସେଥିରେ ଯୋଡ଼ାଯାଇଥିବା ‘ସମାଜବାଦୀ’, ‘ଧର୍ମନିରପେକ୍ଷ’ ପରି ଶବ୍ଦର ବିଚାର ବିଭାଗୀୟ ସମୀକ୍ଷା କରାଯାଇଛି ଏବଂ ଜରୁରୀ ପରିସ୍ଥିତି ସମୟରେ ସଂସଦ ଯାହା କରିଛି ସେସବୁକୁ ଅବୈଧ ବୋଲି କହିପାରିବୁନି ବୋଲି ସୁପ୍ରିମ୍କୋର୍ଟ ଶୁକ୍ରବାର କହିଛନ୍ତି।
-
4.ପ୍ରବାସୀ କଶ୍ମୀର ପଣ୍ଡିତଙ୍କ ଦ୍ଵାରା ସ୍ଥାପିତ ହୋଇଥିବା ୧୨ରୁ ଅଧିକ ଦୋକାନକୁ ଜମ୍ମୁ ଉନ୍ନୟନ କର୍ତ୍ତୃପକ୍ଷ (ଜେଡିଏ) ଉଚ୍ଛେଦ କରିଛି।
-
5.ରାଜସ୍ଥାନର ଝୁନଝୁନୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଶବ ବ୍ୟବଚ୍ଛେଦ ପରେ ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ମୃତଦେହକୁ ୪ ଘଣ୍ଟା ଧରି ଡିପ୍ ଫ୍ରିଜରେ ରଖାଯାଇଥିଲା, କିନ୍ତୁ ଶବ ସତ୍କାର ପାଇଁ ନିଆଯାଇଥିବା ବେଳେ ମୃତ ବ୍ୟକ୍ତି ଜଣକ ନିଶ୍ୱାସ ନେଉଥିବା ଦେଖିବାକୁ ମିଳିଥିଲା ।
-
6.ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ଲାଞ୍ଚ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରିବା ଉପରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ବିଚାର କରୁଛି।
-
7.ବିଦେଶୀ ମୁଦ୍ରା ଭଣ୍ଡାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ନଭେମ୍ବର ୧୫ରେ ଶେଷ ହୋଇଥିବା ସପ୍ତାହରେ ଏହି ଭଣ୍ଡାରରେ ୧୭.୭ ବିଲିଅନ ଡଲାର ହ୍ରାସ ଘଟି ୬୫୭.୮୯ ବିଲିଅନ ଡଲାରରେ ରହିଛି।
-
8.ଟେଲିକମ୍ ସେକ୍ଟର ନିୟାମକ ଟ୍ରାଇ ଅନୁଯାୟୀ, ରିଲାଏନ୍ସ ଜିଓ ସେପ୍ଟେମ୍ବର ୨୦୨୪ ରେ ୭.୯ ମିଲିୟନ ବା ୭୯ ଲକ୍ଷ ଗ୍ରାହକ ହରାଇଛି।
-
9.ଆଦାନୀ ଗ୍ରୁପ୍ର ୭ଟି କମ୍ପାନିରେ ଏଲ୍ଆଇସି ସେୟାର କିଣିଛି। ଏହି ସେୟାର ମୂଲ୍ୟ ହ୍ରାସ ଫଳରେ ଏଲ୍ଆଇସିକୁ ୮୭୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ିଛି।
-
10.୨୦୨୩ ମେ’ ମାସରୁ ମଣିପୁରରେ ଲାଗି ରହିଥିବା ହିଂସା ଯୋଗୁ ୨୫୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏବେର ସ୍ଥିତିକୁ ଦୃଷ୍ଟିରେ ଆଉ ୯୦ କମ୍ପାନୀ ସୁରକ୍ଷାକର୍ମୀ ନିଯୋଜିତ କରାଯାଇଛି ।
-
11.ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୧୦ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି ଯବାନ।
-
12.ଆଜି ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର। ଏନେଇ ଶ୍ରୀଜିଉଙ୍କ ମାମୁଘର ନିଆଳିରୁ ଶ୍ରୀମନ୍ଦିରକୁ ଆସିଛି ପୋଢୁଆଁ ଭାର।
-
13.ପୂର୍ବତନ କ୍ରିକେଟର ତଥା ପୂର୍ବତନ ପଞ୍ଜାବ କଂଗ୍ରେସ ପ୍ରେସିଡେଣ୍ଟ ନବଜୋତ ସିଂହ ସିଦ୍ଧୁ। ତାଙ୍କ ପତ୍ନୀ ପୂର୍ବତନ ବିଧାୟିକା ନବଜତ କୌର ସିଦ୍ଧୁ ଷ୍ଟେଜ୍-୪ କ୍ୟାନସରରୁ ସୁସ୍ଥ ହୋଇଥିବା ସିଦ୍ଧୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
-
14. ଓଡ଼ିଶା ପର୍ବ-୨୦୨୪କୁ ଉଦ୍ଘାଟନ କରିବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ, ଓଡ଼ିଶା ସଂସ୍କୃତିର ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ସହିଷ୍ଣୁତା।
-
15.ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପାଇଁ ସରଳ ହେଲା ପରୀକ୍ଷା। ଛାତ୍ରୀଛାତ୍ର ୮୦ ମାର୍କରେ ଥିଓରି ପରୀକ୍ଷା ଓ ୨୦ ମାର୍କର ଆସେସ୍ମେଣ୍ଟ ପରୀକ୍ଷା ଦେବେ। ଏହି ୧୦୦ ମାର୍କରୁ ୨୪ ରଖିଲେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି।
-
16.ଓଡିଶାର ଏଣିକି ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ଦେବା ସୁନିଶ୍ଚିତ ହେବ।
-
17.ଓଡିଶାରେ ବିଦ୍ୟୁତ୍ ଆଘାତରେ ଗତ ୬ବର୍ଷରେ ରାଜ୍ୟରେ ବିଦ୍ୟୁତ୍ ଆଘାତରେ ୯୬ ହାତୀଙ୍କ ଜୀବନ ଯାଇଥିବା ଜଣାପଡିଛି।
-
18.OTET (Odisha Teacher’s Eligibility Test) ୨୦୨୪ର ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି, ସେମାନେ ଡିଜିଟାଇଜ୍ଡ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ।
-
19.ଲାଟିନ ଆମେରିକୀୟ ରାଷ୍ଟ୍ର ମେକ୍ସିକୋରେ ପାସପୋର୍ଟ ସବୁଠାରୁ ମହଙ୍ଗା ବୋଲି ଜଣାପଡିଛି। ମେକ୍ସିକୋରେ ପାସପୋର୍ଟ ପାଇବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଭାରତୀୟ ମୁଦ୍ରାରେ ୧୯,୪୮୧.୭୫ ଟଙ୍କା ପୈଠ କରିବାକୁ ପଡିଥାଏ।
-
20.ପର୍ଥ ଟେଷ୍ଟର ପ୍ରଥମ ଦିନରେ ଖେଳ ଶେଷ ହୋଇଛ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୬୭ ରନ ସଂଗ୍ରହ କରିଛି। ଭାରତ ପ୍ରଥମ ଇନିଂସରେ ୧୫୦ ରନ ସଂଗ୍ରହ କରିଥିଲା।
|
223 |
Y |
|
563 |
23-11-2024 |
English |
-
1.The Supreme Court Friday said the State cannot be permitted to acquire citizens’ land without paying appropriate compensation.
-
2.A moment of pride for AIIMS Bhubaneswar here as department of Paediatric Surgery’s final-year senior resident Dr Manita Tamang was awarded the esteemed UC Chakroborty Award at the recently concluded IAPSCON 2024, held at AIIMS Rishikesh.
-
3.Tata Power Central Odisha Distribution Limited (TPCODL) recently achieved nine ‘Gold’ awards at the prestigious International Convention on Quality Control Circles (ICQCC) 2024.
-
4.The National Green Tribunal (NGT) has imposed an interim fi ne of `5 crore on a pharmaceutical unit in Punjab for “violation of environmental norms”.
-
5.The CBI fi led its fifth supplementary chargesheet in the NEET UG examination paper leak case Friday against fi ve persons.
-
6.In Hathras (UP) more than 100 monkeys perished after inhaling a pesticide sprayed in a food godown and were stealthily buried in a pit, police Friday said.
-
7. A fishing vessel collided with a submarine of the Indian Navy about 70 nautical miles off Goa coast and a massive rescue operation is underway to trace two missing crew members of the vessel.
-
8.In a left-handed compliment to Delhi Chief Minister Atishi, Lieutenant Governor V K Saxena Friday said she is "a thousand times better" than her predecessor Arvind Kejriwal.
-
9.A man declared dead by doctors woke up just as he was placed on the pyre much to the shock of those around but breathed his last a few hours later, the dramatic life and death story unfolding in Rajasthan's Jhunjhunu area .
-
10.Commenting on this recognition, Acharya Balkrishna, General Secretary of Patanjali Yogpeeth said, “Patanjali University is an A+ grade accredited institution.
-
11.The ethnic violence between Meitei and Kuki communities in Manipur has claimed 258 lives since May last year, the state government's Security Advisor Kuldiep Singh said Friday.
-
12.Researchers have developed an AI-based tool that can predict episodes of mood disorder in patients using only sleep-wake data recorded by wearable devices such as smart watches.
-
13.Ten Naxalites were killed in an encounter with security personnel in Chhattisgarh’s Sukma district .
-
14.Kashika Misra, a 17-year-old golf prodigy from Odisha, has made history by becoming the first Odia girl to win an Indian Golf Union (IGU) championship.
-
15.Aahaan Mishra of Odisha bagged a double crown in the Major Sandeep Mohapatra Memorial KDTA AITA Championship Series tennis tournament which concluded Friday at the Kalinga Stadium tennis complex here.
|
221 |
Y |
|
564 |
22-11-2024 |
Odia |
-
1.ଦକ୍ଷିଣ ଆମେରିକୀୟ ଦେଶ ଗୁୟାନାରେ ୨ ଦିନିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ସେ ଗୁୟାନା ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଥିଲେ।
-
2.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍ ସିଙ୍ଗାପୁର ଗସ୍ତ ସାରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଗସ୍ତ ସମୟରେ ସିଙ୍ଗାପୁର, ମାଲେସିଆ, ଥାଇଲ୍ୟାଣ୍ଡ, ଭିଏତନାମ ଓ ଜାପାନ ଭଳି ଦେଶର ୪୦୦ରୁ ଅଧିକ ନିବେଶକଙ୍କ ସହ ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା ହୋଇଛି।
-
3.ଜ୍ୟୋତିର୍ବିଜ୍ଞାନୀମାନେ ଟ୍ରାନଜିଟ୍ ପଦ୍ଧତିରେ ଏକ ସର୍ବକନିଷ୍ଠ ଗ୍ରହକୁ ଠାବ କରିଛନ୍ତି। ଆଇଆର୍ଏଏସ୍ ୦୪୧୨୫+୨୯୦୨ବି ନାମକ ଏହି ଶିଶୁ ଗ୍ରହର ବୟସ ମାତ୍ର ୩ ନିୟୁତ ବର୍ଷ ଏବଂ ଏହା ୪୩୦ ଆଲୋକବର୍ଷ ଦୂରରେ ନବଜାତ ନକ୍ଷତ୍ରରେ ପରିପୂର୍ଣ୍ଣ ଏକ ନକ୍ଷତ୍ରୀୟ ନର୍ସରୀ ଟାଉରସ୍ ମଲିକ୍ୟୁଲାର କ୍ଲାଉଡ୍ରେ ବାସ କରେ।
-
4.ସିରିଆର ପାଲମିରା ସହର ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ୬୮ ଜଣ ଇରାନ ସମର୍ଥକ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଇରାନ ସମର୍ଥକ ସିରିଆ ଗୋଷ୍ଠୀର ୪୨ ଜଣ, ୨୬ ଜଣ ବିଦେଶୀ
-
5.ବ୍ୟକ୍ତିଗତ ସହାୟକ (ପିଏ) ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଆଇଏଏସ୍ ମନିଷ ଅଗ୍ରୱାଲ ବିଚାର (ଟ୍ରାଏଲ୍)ର ସମ୍ମୁଖୀନ ହେବେ। ସୁପ୍ରିମକୋର୍ଟରୁ ଶ୍ରୀ ଅଗ୍ରୱାଲଙ୍କୁ ଝଟକା ଲାଗିଛି।
-
6.ମଣିପୁରର ଥାଙ୍ଗମୈବନ୍ଦ ବିଧାନସଭା ଆସନର ଜେଡିୟୁ ବିଧାୟକ ଜୟକିଷନ ସିଂହଙ୍କ ଘରେ ନିକଟରେ ଆନ୍ଦୋଳନକାରୀମାନେ ଆକ୍ରମଣ କରି ଲୁଟପାଟ କରିଥିଲେ। ଏହି ଆକ୍ରମଣ ସମୟରେ ବିଧାୟକଙ୍କ ଘରୁ ପ୍ରାୟ ୧.୫ କୋଟି ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଅଭିଯୋଗ ହୋଇଛି।
-
7.ହିଣ୍ଡେନ୍ବର୍ଗର ପ୍ରଚଣ୍ଡ ଆକ୍ରମଣକୁ ସାମ୍ନା କରିବାର କିଛି ମାସ ବିତି ନଥିବା ବେଳେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ୨୧୦୦ କୋଟି ଟଙ୍କାର ଲାଞ୍ଚ କାରବାର ଭଳି ସାଂଘାତିକ ଅଭିଯୋଗ ଆଣିଛି।
-
8. ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟାଳୟ ଗିରଫ ପରୱାନା ଜାରି କରିଛନ୍ତି। ତାଙ୍କ ବିରୋଧରେ ଯୁଦ୍ଧ ଅପରାଧ ଏବଂ ମାନବିକତା ବିରୋଧୀ ଅପରାଧର ଅଭିଯୋଗ ଆସିଛି ।
-
9.ବିଧାନସଭାର ଶୀତକାଳୀନ ଅଧିବେଶନ ୨୬ରୁ ଆରମ୍ଭ,୨୩ରେ ମନ୍ତ୍ରୀ ପରିଷଦ ବୈଠକ,୨୬ରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ।
-
10.୨ଟି ପର୍ଯ୍ୟାୟରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିସାରିଛି। ଆଉ ୩ଦିନର ଅପେକ୍ଷା ପରେ ୨୦ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ।
-
11.ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଆରମ୍ଭ।ଏପର୍ଯ୍ୟନ୍ତ ୨୯୫୯ ଛାତ୍ରଛାତ୍ରୀ ଅନୁଷ୍ଠାନରେ ନାମଲେଖାଇ ସାରିଲେଣି।
-
12.ବଙ୍ଗୋପସାଗରରେ ଘନେଇଲା ପୁଣି ବାତ୍ୟା ଆଶଙ୍କା, ଓଡ଼ିଶାରେ ପଡି ନ ପାରେ ପ୍ରଭାବ।
-
13.ଉତ୍କଳ ,ରମାଦେବୀ ମହିଳା ଓ ଗଙ୍ଗାଧର ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ିଲା। ଆସନ୍ତା ୨୩ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରୁଛି। ଏହାର ଦୁଇ ଦିନ ପରେ ଅର୍ଥାତ୍ ୨୫ ତାରିଖରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଓ ୨୬ ତାରିଖରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏନ୍. ନାଗରାଜୁଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି।
-
14.ନଭେମ୍ବର ୩୦ ସୁଦ୍ଧା ଆଧାର ଆଧାରିତ ଓଟିପି ଜରିଆରେ ହେବ ୟୁଏଏନ ସକ୍ରିୟକରଣ।
-
15.ଓଡ଼ିଶା ଛତିଶଗଡ ସୀମାରେ ଦୁଇ ରାଜ୍ୟ ପୁଲିସର ମିଳିତ କୁମ୍ବିଂ ଅପରେସନ ବେଳେ ସୁରକ୍ଷା ବାହିନୀକୁ ମିଳିଛି ସଫଳତା। ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।
-
16.ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ହମଲା ହୋଇଛି। ଖାଇବର ପଖତୁନଖ୍ୱାରେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଏଥିରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି।
-
17.ୟୁକ୍ରେନ୍ ଉପରକୁ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ।
-
18.ଆମେରିକାର ମେରିଲ୍ୟାଣ୍ଡରେ ନାବାଳକ ଛାତ୍ର ସହ ଶାରିରୀକ ସମ୍ପର୍କ ରଖି ୩୦ ବର୍ଷ ପାଇଁ ଜେଲ ଯାଇଛନ୍ତି ଜଣେ ଶିକ୍ଷୟିତ୍ରୀ।
-
19. ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଉପରେ ରୋକ୍ ହାଇକୋର୍ଟ ଲଗାଇଛନ୍ତି।
-
20. ଓଡ଼ିଶାରେ ପ୍ରାଣୀସମ୍ପଦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
|
253 |
Y |
|
565 |
22-11-2024 |
English |
-
1.The International Criminal Court (ICC) issued arrest warrants Thursday for Israeli Prime Minister Benjamin Netanyahu and his former defence chief, as well as a Hamas leader, Ibrahim Al-Masri, for alleged war crimes and crimes against humanity in the Gaza conflict.
-
2.A Maoist was killed and a policeman was injured during a gunfi ght between security forces and red rebels in Jineliguda forest near the Odisha-Chhattisgarh border, police said Thursday.
-
3.Billionaire Gautam Adani has been charged by US prosecutors for allegedly being part of an elaborate scheme to pay USD 265 million (about Rs2,200 crore) bribe to Indian offi cials in exchange for favourable terms for solar power contracts.
-
4.The state government Thursday commenced the celebrations of the 125th birth anniversary of former chief minister Utkal Keshari Harekrushna Mahtab.
-
5.The Ministry of Ayush, in collaboration with Vedanta Aluminium, has expanded its ‘Swarna Prashan’ initiative to Rayagada district. ‘Swarna Prashan' is an ancient Ayurvedic practice that involves administering a blend of gold particles, honey, and ghee to children, which is believed to improve memory, boost immunity.
-
6.The rupee depreciated 8 paise to settle at an all-time low of 84.50 against the US dollar Thursday, dragged down by massive selloff in domestic equity markets and surging crude oil prices amid a volatile geopolitical situation.
-
7.Achyuta Samanta, the visionary founder of Kalinga Institute of Industrial Technology (KIIT), Kalinga Institute of Social Sciences (KISS), and Kalinga Institute of Medical Sciences (KIMS) has been recently honoured with the prestigious lifetime achievement award by the World Academy of Art and Culture (WAAC).
-
8.Delhi Lieutenant Governor VK Saxena Thursday distributed appointment letters to 47 survivors of the 1984 anti-Sikh riot.
-
9.The Delhi High Court Thursday refused to stay for now the proceedings against former CM and AAP chief Arvind Kejriwal in a money laundering case linked to purported irregularities in the state Excise Policy 2021-22.
-
10.As Parliament gears up for a stormy start next week over the Adani issue, the government has listed 16 Bills, including one to amend the waqf law and fi ve new ones, for the winter session.
-
11.A draft text released early Thursday on a new climate finance package for the developing world was rejected by every single country signatory to the UN climate convention.
-
12.India added 16.4 gigawatt (GW) of solar capacity during JanuarySeptember 2024, posting a 167 per cent year-on-year rise on account of commissioning of delayed projects, Mercom Capital said.
-
13.Private telcos Reliance Jio, Bharti Airtel and Vodafone Idea cumulatively lost over one crore wireless subscribers in September, even as state-owned BSNL surprised with net adds of almost 8.5 lakh mobile users, as per monthly data released by TRAI.
-
14.Odisha began their campaign Thursday in style in the Santosh Trophy football tournament routing Madhya Pradesh 6-1 in a match played at the GNDU Stadium in Amritsar.
-
15.As Australian tennis star Nick Kyrgios prepares to step back onto the court after a two year injury hiatus, he has said that modern tennis is a bit ‘bland at the moment’ as new crop of players are each other’s best mates.
|
212 |
Y |
|
566 |
21-11-2024 |
Odia |
-
1.ଡିଜିଟାଇଜେସନ ଅଭିଯାନ ଜରିଆରେ ୫.୮ କୋଟି ଜାଲ ରାସନ କାର୍ଡକୁ ହଟାଇବାରେ କେନ୍ଦ୍ର ସରକାର ସଫଳ ହୋଇଥିବା ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ଜରିଆରେ ୮୦.୬ କୋଟି ହିତାଧିକାରୀଙ୍କୁ ରାସନ ଦିଆଯାଉଛି।
-
2.ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ମହାରାଷ୍ଟ୍ରରେ ୫୮.୨୨% ପ୍ରତିଶତ ମତଦାନ ହୋଇଥିବା ବେଳେ ଝାଡ଼ଖଣ୍ଡରେ ୬୭.୫୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଶନିବାର (୨୩ ତାରିଖ) ଉଭୟ ରାଜ୍ୟରେ ଭୋଟ୍ ଗଣତି ହେବ।
-
3.ଯଦି କେବେ ଯୁଦ୍ଧ କିଂବା ଜଳବାୟୁ ପରିବର୍ତ୍ତନ ଭଳି ମହାସଂକଟର ସମ୍ମୁଖୀନ ହୋଇ ମାନବ ପ୍ରଜାତି ଲୋପ ପାଇଯାଏ, ତେବେ ପୃଥିବୀରେ ଅକ୍ଟୋପସ୍ମାନେ ରାଜୁତି କରିବେ ବୋଲି କେତେକ ଅଗ୍ରଣୀ ବୈଜ୍ଞାନିକ କହୁଛନ୍ତି।
-
4.ବ୍ୟାଙ୍କ ଜରିଆରେ ବୀମାର ଭୁଲ ବିକ୍ରି (ମିସ୍ ସେଲିଂ)କୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚିନ୍ତା ପ୍ରକଟ କରିଛନ୍ତି। ମିସ୍ ସେଲିଂ ହେଉଛି ଯେଉଁ ଗ୍ରାହକଙ୍କ ପାଇଁ ଯେଉଁ ବୀମା ଦରକାର ନୁହେଁ, ତାହା ତାଙ୍କୁ ଯେକୌଣସି ପ୍ରକାରରେ ବୁଝାଇଶୁଝାଇ ବିକ୍ରି କରିବା।
-
5.ବିଶ୍ବର ବିଭିନ୍ନ ଦେଶ ଉପରେ ଥିବା ଋଣ ୧୦୦ ଲକ୍ଷ କୋଟି ଡଲାରରୁ ଅଧିକ ହୋଇଗଲାଣି ଯାହା ବିଶ୍ବର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୯୩ ପ୍ରତିଶତ। ଏଥିରେ ଆମେରିକା ଓ ଚୀନ୍ର ଭାଗ ଅଧିକ ରହିଛି ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଚିନ୍ତା ପ୍ରକଟ କରିଛନ୍ତି।
-
6.ଗୁଗୁଲକୁ ଏକ ବଡ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି। ବାସ୍ତବରେ, ଗୁଗୁଲ କ୍ରୋମ୍ ଇଣ୍ଟରନେଟ ବ୍ରାଉଜରକୁ ବଞ୍ଚାଇବା ପାଇଁ ଆମେରିକାର ନ୍ୟାୟ ବିଭାଗ ଯଥା ଡିଓଜେ ଦ୍ୱାରା ଚାପ ସୃଷ୍ଟି କରାଯାଇପାରେ। ଏହି ମାମଲାରେ କୋର୍ଟ ନିଜର ରାୟ ଦେଇପାରନ୍ତି ବୋଲି କୁହାଯାଉଛି।
-
7.୨୦୨୫ରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ କାଶ୍ମୀର ସହିତ ଜାତୀୟ ରାଜଧାନୀକୁ ସିଧାସଳଖ ସଂଯୋଗ କରିବ।
-
8. ଏଆର୍ ରହମାନଙ୍କ ଛାଡପତ୍ର ଘୋଷଣା ପରେ ତାଙ୍କ ଟ୍ରୁପ୍ ର ଗୀତାରିଷ୍ଟ ମୋହିନୀ ଦେ ମଧ୍ୟ ତାଙ୍କ ସ୍ୱାମୀ ହାର୍ଟଙ୍କ ଠାରୁ ଛାଡପତ୍ର ଘୋଷଣା କରିଛନ୍ତି।
-
9.ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ (ସିଏସ୍ଓ) ସୁରେଶ ପାଣିଗ୍ରାହୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ଉ କରିଛି।
-
10.ଆସନ୍ତା ବର୍ଷ ଜାନୁଆରିରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ ଓଡ଼ିଶା ଆସିବେ। ସିଙ୍ଗାପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଓଡ଼ିଶା ଆସିବା ଲାଗି ନିମନ୍ତ୍ରଣ କରିଛନ୍ତି।
-
11.ଓଡିଶାର ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ‘ନିରାମୟ’ କେନ୍ଦ୍ରକୁ ୨୪ଘଣ୍ଟା ଖୋଲା ରହିବ। ଏଥିରେ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
-
12.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀ ଥିଓରି ପରୀକ୍ଷା ୨୦୨୫ ଫେବ୍ରୁଆରି ୧୫ରୁ ଆରମ୍ଭ ହେବ। ଉଭୟ ଶ୍ରେଣୀର ପରୀକ୍ଷା ପ୍ରତିଦିନ ପୂର୍ବାହ୍ନ ୧୦ଟା ୩୦ରେ ରହିଛି।
-
13.ମାଲକାନଗିରିରେ ଅପରେସନ ଗ୍ରୀନ କ୍ଲିନ ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ତରଫରୁ ମାଥିଲି ଥାନା ଅନ୍ତର୍ଗତ ମାଡକାପଦର ପଞ୍ଚାୟତର ଶୁକ୍ରିପୁଟ ଗ୍ରାମ ପାର୍ଶ୍ଵ ଜଙ୍ଗଲରେ ଚଢ଼ଉ କରା ୨୪ ଏକର ଜମିରେ ଚାଷ କରାଯାଇଥିବା ୩୬୦୦୦ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୩,୬୦,୦୦,୦୦୦(ତିନି କୋଟି ଷାଠିଏ ଲକ୍ଷ) ଟଙ୍କା ହେବ ବୋଲି ଜଣାପଡ଼ିଛି।
-
14. ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆବେଦନ ତାରିଖକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
-
15.ବର୍ତ୍ତମାନ କାନାଡା ଏକ ନୂଆ ଘୋଷଣା କରିଛି।ମନ୍ତ୍ରଣାଳୟ ଭାରତ ଯାତ୍ରା କରୁଥିବା ଲୋକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବ। ସେ ଭାରତ ଯାତ୍ରା କରୁଥିବା ଲୋକଙ୍କୁ ଯାଞ୍ଚ କରିବାରେ ‘ଅତ୍ୟଧିକ ସତର୍କତା’ ବିଷୟରେ କହିଛନ୍ତି।
-
16.ଦୀର୍ଘ ୧୫ ବର୍ଷ ହେଲା ନିଜ ଅପରାଧ ସାମ୍ରାଜ୍ୟ ବିସ୍ତାର କରି ରାଜ କରୁଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ୨୫ରୁ ଉର୍ଦ୍ଧ ଅପରାଧିକ ମାମଲା ତାଙ୍କ ନାମରେ ରହିଛି । ଏପରି ଜଣେ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ କିଛି ଯୁବକ ବିଚ୍ ରାସ୍ତା ଅତି ନିର୍ମମ ଭାବେ ପିଟି ପିଟି ମାରି ଦେଇଛନ୍ତି।
-
17.୬,୬୦୦ କୋଟି ଟଙ୍କାର ବିଟକଏନ ଠକେଇ ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଅମିତ ଭରଦ୍ୱାଜ ଓ ଅଜୟ ଭରଦ୍ୱାଜ। ସିବିଆଇ ଏହି ଦୁଇ ଜଣଙ୍କ ନାଁ ଏଫଆଇଆରରେ ଉଲ୍ଲେଖ କରିଛି। ହୃଦଘାତରେ ଅମିତ ପ୍ରାଣ ହରାଇ ସାରିଥିବା ବେଳେ ଅଜୟ ଏବେ ଫେରାର ରହିଛନ୍ତି।
-
18.ଗୋ-ଚାଲାଣକାରୀଙ୍କୁ ପିଛା କରିବା ବେଳେ ହେଲା ମୁହାଁମୁହିଁ ସ୍ଥିତି। ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କଲେ ଗୋ-ଚାଲାଣକାରୀ । ମାତ୍ର ପୁଲିସ୍ ଫାଙ୍କା ଗୁଳି ଚଳାଇଲା। ଏଥିସହ ୨ ଗୋଚାଲାଣକାରୀଙ୍କୁ ଅଟକ ରଖିଥିବା ବେଳେ ୨୬ ଗୋରୁଙ୍କୁ ଉଦ୍ଧାର କରିଛି। ଏପରି ଏକ ହାଇଡ୍ରାମା ସିନ୍ ଗତ ରାତିରେ କଟକ ଜିଲ୍ଲା ବାଙ୍କୀ ଟି- ବ୍ରିଜ୍ ପାଖରେ ଘଟିଛି।
-
19.ଚୀନର ହାଙ୍ଗଝୌ ସହରରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସମ୍ପନ୍ନ ଏକ ରୋବର୍ଟ ସାଙ୍ଘାଇ ରୋବଟିକ୍ସ କମ୍ପାନୀର ଏକ ଶୋ’ ରୁମ୍ରୁ ୧୨ଟି ବଡ ରୋବଟ୍କୁ ଅପହରଣ କରିନେଇଛି।
-
20.ଅନୁଷ୍ଠିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୪ରେ ଫାଇନାଲରେ ଚାଇନାକୁ ୧-୦ ଗୋଲ୍ରେ ହରାଇ ଭାରତୀୟ ଦଳ ବିଜୟୀ ହୋଇଛି।
|
264 |
Y |
|
567 |
21-11-2024 |
English |
-
1.US closes Wednesday its embassy in Kyiv due to ‘specifi c information of a potential air attack’ by Russia.
-
2.Nokia wins a multi-year, multibillion deal from Bharti Airtel to deploy 4G and 5G equipment across key Indian cities.
-
3.The Indian women’s hockey team pose with the Cup after retaining the Women’s Asian Champions Trophy title at Rajgir, Wednesday.
-
4.The Council of Higher Secondary Education (CHSE) in Odisha announced Wednesday the schedule for the annual Plus-II examinations for 2025.
-
5.For the last couple of months Earth had a second moon, which is about to disappear by November 25. The ‘asteroid 2024 PT5’ was initially nicknamed as a ‘mini moon’ or ‘second moon’.
-
6.Odisha Chief Minister Mohan Charan Majhi has invited Singapore president Tharman Shanmugaratnam to visit the state in January 2025 and said Singapore’s petrochemical industry and port models will be adopted in the development of Paradeep Port in the coastal state.
-
7.All Niramaya centres in the state to operate roundthe-clock. This directive came during a review meeting held on Wednesday to discuss the functioning of Odisha State Medical Corporation Limited (OSMCL).
-
8.Odisha’s organic date palm jaggery, known as ‘Odisha Khajuri Guda’, has emerged as a major attraction at the ongoing India International Trade Fair (IITF) 2024 in New Delhi. The GI-tagged natural sweetener has quickly become a best-seller at the ‘Odisha Mandap’, located in Bharat Mandapam.
-
9.Top Maoist leader Sabyasachi Panda, currently lodged in Berhampur Circle Jail serving a life sentence, expressed his interest in pursuing Masters of Arts (MA) in Public Administration through the Odisha State Open University (OSOU) this year, a prison offi cial said Wednesday.
-
10.Adani Group, through its subsidiary Mahanadi Mines and Minerals Pvt. Ltd., has acquired 112.86 acre land in Bolangir district reportedly for compensatory afforestation.
-
11.The second phase of the multi-agency Sea Vigil exercise to check the preparedness of security forces began off the Goa coast Wednesday, offi cials said.
-
12.A voter turnout ranging from 50 to 70 per cent was recorded in the bypolls to 15 assembly seats spread across Uttar Pradesh, Punjab, Kerala and Uttarakhand Wednesday.
-
13. A two-judge division bench of the Calcutta High Court Wednesday delivered a split verdict on a bail petition moved by former West Bengal education minister Partha Chatterjee and four other high-profile accused, indicted by the CBI in the School Service Commission (SSC) recruitment scam.
-
14.Delhi Chief Minister Atishi Wednesday launched the ‘Delhi Solar Portal’ as a single window solution for installing rooftop solar panels by the people in the city.
-
15.Users across India can now access hyperlocal air quality information on Google Maps, the tech titan said Wednesday announcing Air View+, an AI-powered and ecosystem-based solution.
-
16.The United States Wednesday vetoed a UN Security Council resolution for a ceasefi re in Gaza, drawing criticism of the Biden administration for once again blocking international action aimed at halting Israel’s war with Hamas.
-
17. Iran has tried in vain to prevent a Western push for a resolution against it at the UN nuclear watchdog’s board meeting by offering to cap its stock of uranium just shy of weapons grade, the watchdog and diplomats said Tuesday.
-
18.India’s economic growth may have slowed in the September quarter, but overall there is not much downside risk to 6.5-7 per cent growth projections for the current fi scal year, Economic Affairs Secretary Ajay Seth said Wednesday.
-
19.Domestic rating agency Icra Wednesday said India’s real GDP growth for the September quarter is likely to decline to 6.5 per cent due to heavy rains and weaker corporate performance. The agency, however, maintained its FY25 growth estimate at 7 per cent o
-
20.The Kerala government announced Wednesday that the Argentina national football team, led by legendary player Lionel Messi, will visit the state next year for an international friendly match.
|
280 |
Y |
|
568 |
20-11-2024 |
Odia |
-
1.ରୁଷ ସହିତ ଚାଲିଥିବା ଯୁଦ୍ଧରେ ୟୁକ୍ରେନ ଆମେରିକୀୟ କ୍ଷେପଣାସ୍ତ୍ର ପ୍ରୟୋଗ କରିଛି । ରୁଷର ପରମାଣୁ ହମଲା ଧମକ ସତ୍ତ୍ୱେ ୟୁକ୍ରେନ ପକ୍ଷରୁ ଆମେରିକା ନିର୍ମିତ ୬ଟି ଲଙ୍ଗ ରେଞ୍ଜ ମିସାଇଲ ମସ୍କୋ ଉପରେ ମାଡ଼ କରାଯାଇଛି।
-
2.୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଏବଂ ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଅବଶିଷ୍ଟ ୩୮ଟି ଆସନ ପାଇଁ ବୁଧବାର ମତଦାନ ହେବ। ୨୩ ତାରିଖ (ଶନିବାର) ଭୋଟ୍ ଗଣତି ହେବ।
-
3.ଦିଲ୍ଲୀ-ଏନସିଆରରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନେଲେ ବଡ଼ ନିଷ୍ପତ୍ତି। ସବୁ କୋର୍ଟଙ୍କୁ ଯଥାସମ୍ଭବ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବାକୁ ଆଇନଜୀବୀ ଏବଂ ଲୋକଙ୍କୁ ଅନୁମତି ଦେଇଛନ୍ତି।
-
4.ବିଶ୍ବ ପ୍ରସିଦ୍ଧ ବେଙ୍ଗଲୀ ଚଳଚ୍ଚିତ୍ର ‘ପଥେର୍ ପାଞ୍ଚାଲି’ର ଦୁର୍ଗା ଭୂମିକାରେ ଅଭିନୟ କରିଥିବା ଉମା ଦାଶଗୁପ୍ତାଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିଛି । ୧୯୫୫ରେ ନିର୍ମିତ ‘ପଥେର୍ ପାଞ୍ଚାଲି’ ଚଳଚ୍ଚିତ୍ର ସତ୍ୟଜିତ୍ ରାୟଙ୍କର ଅନ୍ୟତମ ଶ୍ରେଷ୍ଠ କୃତି ଯାହା ବିଶ୍ବବ୍ୟାପୀ ଆଲୋଡନ ସୃଷ୍ଟି କରିଥିଲା ।
-
5.୪ଟି ବ୍ୟାଙ୍କର ପୁଞ୍ଜି ପ୍ରତ୍ୟାହାର କରିବା ନେଇ ସରକାର ଯୋଜନା କରୁଛନ୍ତି ସେଗୁଡ଼ିକ ହେଲା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ପଞ୍ଜାବ୍ ଆଣ୍ଡ୍ ସିନ୍ଦ୍ ବ୍ୟାଙ୍କ।
-
6.ଦିଲ୍ଲୀରେ ୧୦୦ କୋଟି ଟଙ୍କାର ସାଇବର ଠକେଇ ମାମଲାରେ ସମ୍ପୃକ୍ତ ଜଣେ ଚୀନ୍ ନାଗରିକଙ୍କୁ ଗିରଫ କରାଯାଇଛି।
-
7.ନଭେମ୍ବର ଶେଷ ସୁଦ୍ଧା ପ୍ରାୟ ୩୭୦ ନିୟମିତ ଟ୍ରେନରେ ଏକ ହଜାରରୁ ଅଧିକ ଜିଏସ୍ କୋଚ୍ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ନୂତନ ଜିଏସ୍ କୋଚ୍ ସାମିଲ ଦ୍ୱାରା ଦୈନିକ ପ୍ରାୟ ଏକ ଲକ୍ଷ ଯାତ୍ରୀ ଉପକୃତ ହେବେ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।
-
8.ନିର୍ମାଣ ବିଭାଗ ପକ୍ଷରୁ ସମସ୍ତ ମୁଖ୍ୟଯନ୍ତ୍ରୀ, ଓବିସିସି, ଅଧୀକ୍ଷଣ ଯନ୍ତ୍ରୀ ଓ ପୂର୍ତ୍ତ ବିଭାଗର ସମସ୍ତ ମୁଖ୍ୟଯନ୍ତ୍ରୀଙ୍କୁ ସମସ୍ତ ସରକାରୀ କୋଠାରେ ଏକ ୟୁନିଫର୍ମ କଲର୍ କୋଡ୍ (ସମାନ ରଙ୍ଗ)ର ବ୍ୟବସ୍ଥା କରିବାକୁ ଚିଠିରେ ନିର୍ଦେଶ ରହିଛି। ନୂଆ ସରକାରୀ କୋଠା, ପୁରୁଣା ସରକାରୀ କୋଠାର ମରାମତି ବା ନବୀକରଣ ବେଳେ ବାହାର କାନ୍ଥର ରଙ୍ଗ କମଳା (ଅରେଞ୍ଜ୍ ସେଡ୍) ଆରଜିବି ମିକ୍ସ କଲର କୋଡ୍ ନମ୍ବର (୨୫୪, ୧୯୦, ୧୫୨) ରହିବ।
-
9.ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଛନ୍ତି।
-
10.ବିଜେପି ନେତା ବିନୋଦ ତାବଡେଙ୍କ ବ୍ୟାଗରୁ ଟଙ୍କା ମିଳିବା ପରେ ଉଦ୍ଧବ ଠାକରେ ଦୁର୍ନୀତି ବୃଦ୍ଧି କରୁଥିବା ସରକାରକୁ ରାଜ୍ୟରୁ ଶେଷ କରିବା ପାଇଁ ’ମା’ ତୁଳଜା ଭବାନୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
-
11.ଭାରତୀୟ ସେନାରେ ଧୀରେ ଧୀରେ ନେପାଳୀ ଗୋର୍ଖାଙ୍କ ଆଗମନ କମିବାରେ ଲାଗିଛି ଓ କୁହାଯାଉଛି ଯେ ଆସନ୍ତା ୧୦ ବର୍ଷରେ ଭାରତୀୟ ସେନାରେ କୌଣସି ନେପାଳୀ ଗୋର୍ଖା ନଥିବେ ।
-
12.ଆସନ୍ତା ୨୬ ତାରିଖଠାରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସର୍ବଦଳୀୟ ବୈଠକ ୨୫ ତାରିଖ ଦିନ ଅନୁଷ୍ଠିତ ହେବ। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ।
-
13.ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ଦର ହ୍ରାସ ପାଇଛି। ସର୍ବନିମ୍ନ ୧୦୦ ଟଙ୍କା ଟିକେଟ ଦର ହ୍ରାସ କରିଛି ଓଡ଼ିଶା କ୍ରିକେଟ ସଂଘ।
-
14.‘ରାଜ୍ୟ ସୂଚନା କମିଶନ’ରେ ୪ଟି କମିଶନର(ସଦସ୍ୟ) ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ଜାରି କରିଛନ୍ତି । ଯୋଗ୍ୟ ପ୍ରାର୍ଥୀମାନେ ଡିସେମ୍ବର ୨୪ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି । ମନୋନୀତ ଯୋଗ୍ୟ ପ୍ରାର୍ଥୀଙ୍କୁ ସର୍ବାଧିକ ୫ବର୍ଷ ଅବା ୬୫ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବାର ସୁଯୋଗ ମିଳିବ।
-
15.ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରବଳ ପ୍ରଦୂଷଣ ଯୋଗୁଁ ବନ୍ଦ ନିଷ୍ପତ୍ତି। ଅନଲାଇନରେ ହେବ ପାଠପଢା। ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରେ ମଧ୍ୟ ଅନଲାଇନରେ ହେବ ପାଠପଢା ।
-
16.ବିଭିନ୍ନ ଦାବି ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଡିସେମ୍ବର ୬ରେ କୃଷକମାନେ ଦିଲ୍ଲୀ ଯାତ୍ରା କରିବେ ବୋଲି ଜଣାପଡିଛି। ସୋମବାର ଏକ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ ଓ ‘କିଷାନ ମଜଦୁର ମୋର୍ଚ୍ଚା’ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।
-
17.ବିଜେପି ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ବିନୋଦ ତାୱଡ଼େ ଏବଂ ଅନ୍ୟ ବିଜେପି ନେତାମାନେ ପାଲଘର ଜିଲ୍ଲାର ବିରାରରେ ଥିବା ଏକ ହୋଟେଲରେ ନଗଦ ଟଙ୍କା ବଣ୍ଟନ କରିଛନ୍ତି। ବହୁଜନ ବିକାଶ ଘାଡି (ବିଭିଏ) କହିଛି, ନାଲାସୋପାରାର ବିଜେପି ପ୍ରାର୍ଥୀ ରାଜନ ନାଏକ ତାୱଡ଼େଙ୍କ ଉପସ୍ଥିତିରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ନଗଦ ଟଙ୍କା ବାଣ୍ଟୁଥିଲେ।
-
18.ଓଡିଶାରେ ୫୦୦ଟି ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିସହ ୬ ହଜାର ବର୍ଷାଜଳ ମାପିବା ଯନ୍ତ୍ର ଲଗାଇବା ଦିଗରେ ପଦକ୍ଷେପ ନିଆଯାଉଛି। ପାଣିପାଗର ସଠିକ୍ ଓ ଆଗୁଆ ପୂର୍ବାନୁମାନ କରିବାକୁ ବାଲେଶ୍ୱର ଓ ସମ୍ବଲପୁରରେ ଡପଲାର ରାଡାର ପ୍ରତିଷ୍ଠା କାର୍ଯ୍ୟ ଚାଲିଛି।
-
19.ସିକିଲ୍ସେଲ୍ ରୋଗର ଚିହ୍ନଟ ଓ ଚିକିତ୍ସା ସହ ଗବେଷଣା ପାଇଁ କେନ୍ଦ୍ର ସରକାର ଦେଶରେ ୬ଟି ଦକ୍ଷତା କେନ୍ଦ୍ର(ସେଣ୍ଟର ଅଫ କମ୍ପିଟାନ୍ସ) ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏହି କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଓଡ଼ିଶାର ଏସ୍ସିବି ମେଡିକାଲ କଲେଜ ଏଥିରେ ସାମିଲ ରହିଛି।
-
20.ରାଜ୍ୟରେ ହାତୀ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ସମ୍ବଲପୁର ଫରେଷ୍ଟ ସର୍କଲ୍ର ରେଢାଖୋଲ ଡିଭିଜନ୍ ଅଧୀନ ନାକଟିଦେଉଳ ରେଞ୍ଜରେ ବିଦ୍ୟୁତ୍ ଆଘାତରେ ତିନି ହାତୀଙ୍କ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛନ୍ତି।
|
246 |
Y |
|
569 |
20-11-2024 |
English |
- 1.Russian President Vladimir Putin may visit India next year as part of a laid down structure between the two countries for reciprocal annual visits by their leaders, diplomatic sources said Tuesday.
- 2.Prime Minister Narendra Modi on Wednesday arrived in Guyana on the last leg of his three-nation visit after attending the G20 Summit in Brazil.
- 3.The Delhi government announced today that 50 per cent of its staff will work from home today as the national capital continues to grapple with severe air pollution.
- 4.For the first time in any election, 75% of polling booths will be webcast, and 205 vehicles used in the election process will be monitored via GPS, as per official statement.
- 5.The Border Security Force (BSF) claims to have arrested a civil engineer and seized 50 gold biscuits from his possession in the North 24-Parganas district of West Bengal.
- 6. The Assam government on Tuesday decided to change the name of Karimganj district in the Barak Valley to Sribhumi, Chief Minister Himanta Biswa Sarma said.
- 7.Prime Minister Narendra Modi and Union Home Minister Amit Shah are scheduled to attend the three-day All-India Conference of Director Generals/ Inspector Generals of Police to be held here from November 29, official sources said Tuesday
- 8.The state government Tuesday distributed allotment letters to 116 benefi ciaries of Affordable Housing Project (AHP) for slum dwellers.
- 9.Russia has begun serial production of mobile bomb shelters that can protect against a variety of threats including shockwaves and radiation from a nuclear blast.
- 10.Videos of a wedding procession from Uttar Pradesh's Siddhartnagar are making the rounds on the internet after it was reported that guests spent Rs 20 lakh in thin air.
- 11. Forty-fi ve exlawmakers and activists were sentenced to four to 10 years in prison Tuesday in Hong Kong’s biggest national security case under a Beijingimposed law that crushed a once-thriving pro-democracy movement
- 12.Leaders of the Group of 20 major economies meet Tuesday to discuss sustainable development and the transition to cleaner energy, as they aim to increase the odds of a successful deal to address global warming at UN climate talks in Azerbaijan.
- 13.After the Competition Commission imposed a `213-crore penalty on Meta in relation to WhatsApp privacy policy, the company said it disagrees with the watchdog's decision and plans to appeal.
- 14.The finance ministry is likely to seek approval of the federal cabinet in the coming months to dilute the stake in Central Bank of India, Indian Overseas Bank, UCO Bank, and Punjab and Sind Bank, the source said
- 15.A 46-year-old "dreaded" naxal was shot dead by Anti-Naxal Force (ANF) near Eedu village in Karkala taluk of this district, offi cials said Tuesday
|
273 |
Y |
|
570 |
19-11-2024 |
Odia |
-
1.ବରିଷ୍ଠ ଆଇଏଏସ ଅଧିକାରୀ ସଚିବ କେ.ସଂଜୟ ମୂର୍ତ୍ତି ଭାରତର ନୂଆ ମହାଲେଖା ପରୀକ୍ଷକ ଓ ନିୟନ୍ତ୍ରକ ବା ସିଏଜି ନିଯୁକ୍ତ ହୋଇଛନ୍ତି ।
-
2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲ୍ର ରିଓ ଡି ଜେନେରୋରେ ପହଞ୍ଚି ଜି-୨୦ ସମ୍ମିଳୀନରେ ଯୋଗ ଦେଇଛନ୍ତି।
-
3. ଫାଶୀ ଦଣ୍ଡାଦେଶ ପାଇଥିବା ବଲୱନ୍ତ ସିଂହ କ୍ଷମା ଆବେଦନ ଉପରେ ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସୁପ୍ରିମ୍କୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରିଛନ୍ତି।
-
4.ଜଳୁଛି ମଣିପୁର। ଜିରିବାମ୍ର ଏକ ଶିବିରରୁ ନିଖୋଜ ହୋଇଯାଇଥିବା ୬ ଅପହୃତଙ୍କ ମୃତଦେହ ମିଳିବା ପରେ ୩ ଦିନ ଧରି ଉପତ୍ୟକାରେ ଭଙ୍ଗାରୁଜା ଓ ଜଳାପୋଡ଼ା ଲାଗିରହିଛି।
-
5.ଚଳିତ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ବେକାରି ହାର ୧୦.୬ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ବର୍ଷକ ପୂର୍ବରୁ ୮.୮ ପ୍ରତିଶତ ଥିଲା। ଏହା ଜାତୀୟ ହାର ୬.୪ ପ୍ରତିଶତଠାରୁ ଯଥେଷ୍ଟ ଅଧିକ।
-
6.ନଭେମ୍ବର ୧୭, ରବିବାର ଦିନ ପ୍ରାୟ ୫ ଲକ୍ଷ ୫ ହଜାର ୪୧୨ ଜଣ ଯାତ୍ରୀ ଭାରତରେ ବିମାନ ଯାତ୍ରା କରି ଏକ ଇତିହାସ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।
-
7.ବିଜେପିର ବରିଷ୍ଠ ନେତା ତଥା ତିନି ତିନି ଥର ବିଧାୟକ ସମୀର ଦେ’ ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି ।
-
8.ଓଡ଼ିଶା ପୁଲିସ୍ ହାଉସିଂ ୱେଲଫେୟାର କର୍ପୋରେସନ୍ ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡାଙ୍କ ୪ଟି ବହୁମୂଲ୍ୟ ପ୍ଲଟ୍, ବରିମୁଣ୍ଡରେ ଦୁଇମହଲା କୋଠା, ଆଇଗଣିଆରେ ତିନିମହଲା କୋଠା, ଏକ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ , ନଗଦ ୧୩ ଲକ୍ଷ ଟଙ୍କା, ଏକ କେଜି ସୁନା ଭିଜିଲାନ୍ସ ଠାବ କରିଛି ।
-
9.ଓଡିଶାରେ ବୀମା ହାର ଜାତୀୟସ୍ତର ତୁଳନାରେ କମ୍ ଅଛି । ଆସନ୍ତା ୨୦୪୭ ମସିହା ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ।
-
10.ଅର୍ଥନୈତିକ ଓ ସାମାଜିକ ପ୍ରଗତିରେ ସମବାୟର ପ୍ରମୁଖ ଭୂମିକା ରହିଛି। ଚଳିତ ଆର୍ଥିକ ବର୍ଷରେ ସୁଧମୁକ୍ତ କୃଷିଋଣ ଯୋଜନା ପାଇଁ ରାଜ୍ୟ ସରକାର ୮୩୦ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ ବ୍ୟବସ୍ଥା କରିଛନ୍ତି।
-
11.ଜାନୁଆରୀ ଶେଷସୁଦ୍ଧା ରତ୍ନଭଣ୍ଡାର ଗଣତି ମଣତି ଶେଷ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି ।
-
12.ମହାରାଷ୍ଟ୍ର, ଝାଡ଼ଖଣ୍ଡ ସମେତ ୪୮ଟି ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନକୁ ସ୍ଵଚ୍ଛ ଓ ଦୁର୍ନୀତିମୁକ୍ତ କରିବା ପ୍ରକ୍ରିୟାରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ଚଢ଼ଉ କରାଯାଇ ୧ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଟଙ୍କା, ମଦ, ନିଶାସାମଗ୍ରୀ ଜବତ ହୋଇଛି।
-
13.ବର୍ତ୍ତମାନ ସୁଦ୍ଧା ଟ୍ରମ୍ପ ନିଜ କ୍ୟାବିନେଟରେ ଗୋରା ଲୋକଙ୍କୁ ପ୍ରାଧାନ୍ୟ ଦେଇଥିବା ଦେଖିବାକୁ ମିଳିଛି। ଏଯାଏ ୧୮ ଜଣଙ୍କୁ ସେ ତାଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିସାରିଛନ୍ତି। ହେଲେ ସେଥିରେ ସମାନୁପାତ ଭାବେ କୃଷ୍ଣକାୟଙ୍କୁ ସ୍ଥାନ ମିଳିନାହିଁ।
-
14.ଟୋରଣ୍ଟ୍ ଜିଲ୍ଲା ସ୍କୁଲ୍ ବୋର୍ଡରେ ଓଡ଼ିଆ ଶିକ୍ଷା ପାଇଁ ଅନୁମତି ମିଳିଛି। ପୂର୍ବରୁ ହିନ୍ଦୀ ଭାଷା ପରି ଅନ୍ୟ କିଛି ଭାରତୀୟ ଭାଷା ଶିକ୍ଷାର ଅନୁମତି ମିଳିଥିବା ଜଣାପଡ଼ିଛି। ଓଡ଼ିଆ ଭାଷା ଶିକ୍ଷାର ଅନୁମତି ମିଳିବା କାନାଡ଼ାରେ ପ୍ରଥମ ବୋଲି ଜଣାଯାଇଛି।
-
15.ନିଜବଜାର ଆଧିପତ୍ୟର ଅପବ୍ୟବହାର କରୁଥିବା ଅଭିଯୋଗରେ ଅଗ୍ରଣୀ ମୋବାଇଲ୍ ମେସେଜିଂ କମ୍ପାନି ହ୍ବାଟସ୍ଆପ୍ ଉପରେ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ୨୧୩ କୋଟି ଟଙ୍କାର ଜରିମାନା ଲାଗୁ କରିଛନ୍ତି। ଭାରତରେ ହ୍ବାଟସ୍ଆପ୍ର ୫୦ କୋଟିରୁ ଅଧିକ ବ୍ୟବହାରକାରୀ ରହିଛନ୍ତି।
-
16.ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପୁଣି ଏକ ସୁଯୋଗ ଦେବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ୧୯୬୦ ପରେ ଲମ୍ବା ସମୟ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବାର ରେକର୍ଡ ତାଙ୍କ ନାମରେ ରହିବ।
-
17.ଓଡିଶା ରାଜ୍ୟରେ ୨୪.୭ ପ୍ରତିଶତ ମାଗଣା ଚାଉଳ ଓ ଗହମ ହିତାଧିକାରୀଙ୍କ ପାଖରେ ପହଞ୍ଚୁନାହିଁ। ସେହି ଶସ୍ୟକୁ ଖୋଲା ବଜାରରେ ବିକ୍ରି କରାଯାଉଛି କିମ୍ବା ରପ୍ତାନି କରାଯାଉଥିବା ସନ୍ଦେହ କରାଯାଉଛି।
-
18.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିସେମ୍ବର ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଆସିବେ ।
-
19.ସାରା ଓଡ଼ିଶାରେ ରାତିର ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ଅନୁଭୂତ ହୋଇଛି। ଗତକାଲି ରାତିରେ ରାଜ୍ୟର ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା। ଆଜି ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାର ତାପମାତ୍ରା ଚଳିତବର୍ଷ ପ୍ରଥମଥର ପାଇଁ ୧୦ ଡିଗ୍ରି ତଳକୁ ଖସି ୯.୧ ଡିଗ୍ରିରେ ପହଞ୍ଚିଛି।
-
20.ଗନ୍ଧମାର୍ଦ୍ଦନ ପାହାଡ଼ ପାଦ ତଳେ ଆଦାନୀ କମ୍ପାନି ୧୮ ଏକର ଜମି କିଣିବା ଘଟଣାକୁ ନେଇ ବାଦବିବାଦ ଲାଗିଛି।
|
279 |
Y |
|