-
ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଦତ୍ତ ଅତିବଡି ପୁରସ୍କାର ରବିବାର ଘୋଷଣା ହୋଇଛି। ୨୦୨୧ ବର୍ଷ ପାଇଁ ପ୍ରତିଭା ରାୟ, ୨୦୨୨ ପାଇଁ ସୀତାକାନ୍ତ ମହାପାତ୍ର, ୨୦୨୩ ପାଇଁ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା ଅତିବଡି ପୁରସ୍କାର ପାଇବା ପାଇଁ ବିବେଚିତ ହୋଇଛନ୍ତି। ଏହା ସହିତ ୩ ବର୍ଷ ପାଇଁ ୪୫ଜଣ ବରିଷ୍ଠ ସାହିତି୍ୟକଙ୍କୁ ସମ୍ବର୍ଦ୍ଧିତ କରାଯିବ।
-
ଏକ ମାନବାଧିକାର ଗୋଷ୍ଠୀ ଦାବି କରିଛନ୍ତି, ଗତ ୧୦ ଦିନ ମଧ୍ୟରେ ଇରାନ ଶାସନ ପ୍ରତି ୬ ଘଣ୍ଟାରେ ହାରାହାରି ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।
-
ରୁଷିଆ ଫସଫରସ ବୋମା ଦ୍ୱାରା ୟୁକ୍ରେନର ବାଖମୁଟ ସହର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ୟୁକ୍ରେନ ସୈନ୍ୟ ବିଭାଗ ଦ୍ୱାରା ପ୍ରକାଶିତ ଡ୍ରୋନ ଫୁଟେଜରେ ବାଖମୁଟ ଜଳୁଥିବା ଦେଖାଯାଇଛି।
-
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାର ସଂସଦୀୟ ପ୍ରତିନିଧୀଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି କେବଳ ଏକୁଟିଆ ଇରାନ ୫୦ ଉତ୍ତର କୋରିଆ ସହିତ ସମାନ।
-
କିଙ୍ଗ ଚାଲର୍ସ ୩ୟ ଏବଂ ରାଣୀ କାମିଲାଙ୍କ ରାଜ୍ୟାଭିଷେକ ଅବସରରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଲଣ୍ଡନର ଡାଉନିଂ ଷ୍ଟ୍ରିଟ୍ରେ ରବିବାର ଭୋଜିର ଆୟୋଜନ କରିଥିଲେ।
-
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ସଂପର୍କରେ କଂଗ୍ରେସ ଟୁଇଟର ହ୍ୟାଣ୍ଡେଲ ଦ୍ୱାରା କରାଯାଇଥିବା ଟୁଇଟ୍କୁ ସଂଶୋଧନ କରିବାକୁ ନିର୍ବାଚନ ଆୟୋଗ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କହିଛନ୍ତି।
-
ବଲିଉଡ୍ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’କୁ ନେଇ ବିବାଦ ଥମିବାର ନାମ ନେଉନି।ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ‘ଦ କେରଲା ଷ୍ଟୋରୀ’
-
ସରକାର ଭାଙ୍ଗିବା ପାଇଁ ଇସ୍ତଫା ଦେଇଥିବା ବିଧାୟକଙ୍କୁ ୫ବର୍ଷ ପାଇଁ ନିର୍ବାଚନରେ ନିଷିଦ୍ଧ ଘୋଷଣା କରିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।
-
ଭାରତର ଉପରାଷ୍ଟ୍ରପତି ତଥା ବରିଷ୍ଠ ଆଇନଜୀବୀ ଜଗଦୀପ ଧନକର ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ପ୍ରଶଂସା କରିଛନ୍ତି।ବର୍ତ୍ତମାନ ଆମ ପାଖରେ ଡି.ଓ୍ବାଇ ଚନ୍ଦ୍ରଚୂଡ ଭାରତର ପ୍ରଧାନ ବିଚାରପତି ଭାବରେ ଅଛନ୍ତି, ଯାହାର ଅଭିଜ୍ଞତା, ପ୍ରତିବଦ୍ଧତାଏବଂ ପ୍ରତିଭାର ଅଭାବ ନାହିଁ।
-
ରାଜସ୍ଥାନର ହନୁମାନଗଡରେ ଭାରତୀୟ ବାୟୁସେନା(ଆଇଏଏଫ୍)ର ମିଗ୍ -୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ତେବେ ପାଇଲଟ ସାମାନ୍ୟ ଆହତ ହୋଇଥିବା ଆଇଏଏଫ୍ କହିଛି।
-
୪ ବର୍ଷ ପରେ ଅର୍ଥାତ ୨୦୨୭ ସୁଦ୍ଧା ଦେଶରେ ବନ୍ଦ ହୋଇପାରେ ସମସ୍ତ ପ୍ରକାରର ଡିଜେଲ ଚାଲିତ କାର୍। ଡିଜେଲ ଚାଲିତ କାର୍ଗୁଡ଼ିକ ୨୦୨୭ ସୁଦ୍ଧା ବ୍ୟାନ କରିବାକୁ ସୁପାରିସ କରିଛି ତୈଳ ମନ୍ତ୍ରଣାଳୟର ଗୋଟିଏ ପ୍ୟାନେଲ।
-
୫-ଟି ସ୍କୁଲ ରୂପାନ୍ତରଣର ଶେଷ ଦିନରେ ୪ଟି ଜିଲାର ୩୩୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟରେ ଖୁସି ପ୍ରକାଶ କରି ଏଥିରେ ଭଲ କାମ କରୁଥିବା ଜିଲା ମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯିବ। ପ୍ରଥମ ପୁରସ୍କାର ୩ କୋଟି ଟଙ୍କା, ଦ୍ବିତୀୟ ପୁରସ୍କାର ୨ କୋଟି ଟଙ୍କା ଓ ତୃତୀୟ ପୁରସ୍କାର ଭାବେ ୧ କୋଟି ଟଙ୍କା ଦିଆଯିବ ବୋଲି ସେ କହିଥିଲେ।
-
ସାଉଥ୍ ଫିଲ୍ମ ‘ପୁଷ୍ପା’ର ଅପୂର୍ବ ସଫଳତା ପରେ ଶୁଟିଂ ହେଉଛି ପାର୍ଟ-୨। ଏହି ଫିଲ୍ମର କିଛି ଅଂଶ ପ୍ରାକୃତିକ ସୌର୍ଯ୍ୟରେ ଭରା ମାଲକାନଗିରି ଶୁଟିଂ ହେବ। ସେଥିପାଇଁ ପୂରା ପ୍ରସ୍ତୁତି କରିଛି ପ୍ରଡକ୍ସନ୍ ଟିମ୍।
-
ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଚଳିତ ବର୍ଷ ସାଉଦି ଆରବକୁ ହଜ କୋଟା ଫେରାଇଛି। ଗତ ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ପାକିସ୍ତାନ ଅର୍ଥନୀତି ଘୋର ସଙ୍କଟ ଦେଇ ଗତି କରୁଥିବାରୁ ଏଥର ଅଧିକାଂଶ ପାକିସ୍ତାନୀ ନାଗରିକ ହଜ୍ ଯିବା ଯୋଜନାକୁ ବାତିଲ କରିଛନ୍ତି।
-
ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଟିପ୍ପଣୀ ଦେଇ କହିଥିଲେ, ଜଗନ୍ନାଥ ମହାପ୍ରଭୁଙ୍କ ଉପରେ ଆମର ସଂପୂର୍ଣ୍ଣ ଆସ୍ଥା ରହିଛି। ଏହି ଧାର୍ମିକ ତଥା ସମ୍ବେଦନଶୀଳ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ଆଉ ହସ୍ତକ୍ଷେପ କରିବେ ନାହିଁ କିମ୍ବା କୌଣସି ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ।
-
ଟ୍ବିଟରକୁ ୪୪୦୦ କୋଟି ଡଲାରରେ କିଣିଥିବା ବିଶ୍ବର ଦ୍ବିତୀୟ ବଡ଼ ଧନୀ ଏଲନ୍ ମସ୍କ କହିଛନ୍ତି ଯେ ଟ୍ବିଟରରେ ଦୀର୍ଘବର୍ଷ ଧରି ଅଚଳ ଥିବା ଆକାଉଣ୍ଟ୍ଗୁଡ଼ିକୁ ହଟାଇବା ପ୍ରକ୍ରିୟା ଆରମ୍ଭ ହେବ।
-
ଦକ୍ଷିଣ ଭାରତର ସିନେ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ ଖୁବ୍ ଚର୍ଚ୍ଚାରେ ରହିଛି। ଫିଲ୍ମ ‘ଆଦିପୁରୁଷ’ର ଅଫିସିଆଲ ଟ୍ରେଲର ମଙ୍ଗଳବାର ଅର୍ଥାତ୍ ୯ ମେ ରେ ରିଲିଜ୍ ହେବାକୁ ଯାଉଛି।
-
ସାରା ବିଶ୍ୱରେ ସୁପରହିଟ୍ ଫିଲ୍ମ ‘ଆର୍ଆର୍ଆର୍’ର କ୍ରେଜ ଜାରି ରହିଛି। ନିକଟରେ ୯୫ତମ ଏକାଡେମୀ ପୁରସ୍କାରରେ ଫିଲ୍ମର ଗୀତ ‘ନାଟୁ ନାଟୁ’କୁ ଓସ୍କାର ଜିତିଥିବାବେଳେ ବର୍ତ୍ତମାନ ‘ଆର୍ଆର୍ଆର୍’ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି।
-
ରାଜ୍ୟରେ ଲେଉଟିଲା ଗ୍ରୀଷ୍ମ ପ୍ରବାହ। ପ୍ରାୟ ୨ ସପ୍ତାହ ପରେ ପୁଣି ତାତି ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ କରାଯାଇଛି।
-
ରିଙ୍କୁ ସିଂ ମ୍ୟାଚ୍ର ଶେଷ ବଲରେ ଚୌକା ମାରି କୋଲକାତାକୁ ବିଜୟୀ କରିଛନ୍ତି। ଆଇପିଏଲ୍ର ୫୩ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫ ଉଇକେଟରେ ହରାଇ ଦେଇଛି କୋଲାକାତା ନାଇଟ୍ ରାଇଡର୍ସ(କେକେଆର୍)।