-
ଇଟାଲୀର ମିଲନ ସହରର କେନ୍ଦ୍ରସ୍ଥଳରେ ଗୁରୁବାର ବଡ଼ ଧରଣର ବିସ୍ଫୋରଣ ଘଟି ବହୁ ଗାଡ଼ି ଜଳିଯାଇଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।
-
ଗୁରୁବାର ବିଳମ୍ବିତ ରାତିରେ ଟୁଇଟ୍ କରି ଏଲନ୍ ମସ୍କ ଏକ ବଡ଼ ଘୋଷଣା କରିଛନ୍ତି। ବାସ୍ତବରେ ମସ୍କ ଟୁଇଟ୍ରେ ସିଇଓ ପଦ ଛାଡ଼ିବାକୁ କହିଛନ୍ତି।
-
ତେଲଙ୍ଗାନାରେ ଇଣ୍ଟରମିଡିଏଟ୍ (ଯୁକ୍ତ ଦୁଇ) ପରୀକ୍ଷା ଫଳ ଘୋଷଣା ପରେ ବୁଧବାର ୮ ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି। ଅନ୍ୟ ଜଣେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
-
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଛି ବଡ ଆଶ୍ବସ୍ତି । ଇମ୍ରାନ ଖାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ପୂର୍ବରୁ ଇମ୍ରାନଙ୍କ ଗିରଫଦାରୀ ବେଆଇନ ଓ ଅବୈଧ ବୋଲି କହିଥିଲେ ସୁପ୍ରିମକୋର୍ଟ ।
-
ରାଜ୍ୟ ମିଶନଶକ୍ତି ବିଭାଗ ପକ୍ଷରୁ ମହିଳା ସ୍ୱୟଂ ସହାୟିକାମାନଙ୍କ ବିଦେଶ ଯାତ୍ରା କାର୍ଯ୍ୟକ୍ରମରେ ସେ ସ୍ଥାନ ପାଇଛନ୍ତି। ସମଗ୍ର ରାଜ୍ୟରୁ ୧୦ ଜଣ ଅଗ୍ରଣୀ ମହିଳାମାନଙ୍କୁ ଉତ୍ସାହିତ କରିବାକୁ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ଦୁବାଇ ପଠାଯାଉଛି। ସେମାନଙ୍କ ମଧ୍ୟରେ ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ ଅନ୍ତର୍ଭୁକ୍ତ। ଆସନ୍ତା ୧୫ ତାରିଖ ଦିନ ସେମାନେ ଭୁବନେଶ୍ୱରରୁ ଦୁବାଇ ଯାତ୍ରା କରିବେ।
-
ସାରା ଓଡ଼ିଶା। ରାଜ୍ୟର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ବୌଦ୍ଧ ଓ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ଏ ଦୁଇ ସହରରେ ତାପମାତ୍ରା ୪୩ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସମ୍ବଲପୁରରେ ତାପମାତ୍ରା ୪୩. ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
-
ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା କହିଛନ୍ତି ନବୀନ ପଟ୍ଟନାୟକ । ବିଶେଷକରି ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଦାବି ଉପସ୍ଥାପନ କରିଛନ୍ତି ନବୀନ । ଭୁବନେଶ୍ବରରେ ଏୟାର ଟ୍ରାଫିକ ଜାମ ଯୋଗୁଁ ପୁରୀରେ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
-
କନ୍ଧମାଳ ଜିଲାର ମାଓବାଦୀ ଅଧ୍ୟୁଷତ ଅଞ୍ଚଳ ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଅତି ନିର୍ମମ ଭାବରେ ମାଓବାଦୀମାନେ ହତ୍ୟା କରି ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି।
-
ଗତ ମାସ ୨୮ ତାରିଖରେ ପ୍ରଥମ ଥର ଲାଗି ହାୱଡା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଟ୍ରାଏଲ ଚଳାଚଳ ହୋଇଥିଲା। ସକାଳ ୬ଟା ୧୦ରେ ହାୱଡାରୁ ଏହି ଏକ୍ସପ୍ରେସ୍ର ଟ୍ରାଏଲ ରନ୍ ଆରମ୍ଭ ହୋଇଥିଲା। ଏହା ଖଡଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହିବା ପୁରୀରେ ପହଞ୍ଚିଥିଲା। ବନ୍ଦେ ଭାରତ ଏକ୍ସପ୍ରେସ୍ ଅପରାହ୍ନ ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ମଧ୍ୟାହ୍ଣ ୧.୫୦ ମିନିଟରେ ପୁରୀ ଛାଡ଼ିଥିଲା।
-
ତିନିଟି ପର୍ଯ୍ୟାୟରେ ରାଜ୍ୟର ୬,୧୩୫ଟି ସରକାରୀ ହାଇସ୍କୁଲ୍କୁ ‘୫-ଟି’ ସ୍କୁଲ୍ରେ ରୂପାନ୍ତରିତ କରାଯାଇଥି ବା ବେଳେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସ୍କୁଲ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହି ଯୋଜନାରେ ମୋଟ ୨ ହଜାର ୭ଶହ ସ୍କୁଲ ସାମିଲ୍ ପାଇଁ ବିଭାଗ ଲକ୍ଷ୍ୟ ରଖିଛି। ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହି ସ୍କୁଲଗୁଡ଼ିକର ରୂପାନ୍ତରଣ ପ୍ରକ୍ରିୟା ଶେଷହେବ।
-
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି ଯେ, ମଙ୍କିପକ୍ସ ଏବେ ଏକ ଜରୁରି ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ନୁହେଁ। ପ୍ରାୟ ବର୍ଷେ କାଳ ଏହି ରୋଗ ବିଶ୍ବର ବିଭିନ୍ନ ଦେଶରେ ବ୍ୟାପିଥିବା ବେଳେ ଆଜି ହୁ ନିର୍ଦ୍ଦେଶକ ଟେଡ୍ରୋସ ଆଧାନମ ଗେବ୍ରେୟେସସ କହିଛନ୍ତି
-
ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାରକୁ ନେଇ ବିବାଦ ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇ କହିଛନ୍ତି ଦିଲ୍ଲୀ ସରକାରଙ୍କୁ ଅଧିକାରୀଙ୍କ ପୋଷ୍ଟ ଏବଂ ସ୍ଥାନାନ୍ତର କରିବାର ଅଧିକାର ରହିବ।
-
ଦିଲ୍ଲୀର ତିହାର ଜେଲ୍ରେ ସୁରକ୍ଷାରେ ତ୍ରୁଟି ପାଇଁ ଚିନ୍ତା ପ୍ରକଟ କରି ଦିଲ୍ଲୀ କାରାଗାର ବିଭାଗ ଦ୍ବାରା ୯୯ ଅଧିକାରୀଙ୍କୁ ତିହାର ଜେଲ୍ରୁ ଅନ୍ୟ ଜେଲ୍କୁ ବଦଳି କରାଯାଇଛି।
-
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଏନ୍ଏନ୍ର ମଡରେଟର କେଟଲିନ କଲିନ୍ସଙ୍କୁ ‘ବାଜେ ଲୋକ’ ବୋଲି କହିଛନ୍ତି।
-
ସମଲିଙ୍ଗୀ ବିବାହର ବୈଧୀକରଣକୁ ନେଇ ସୁପ୍ରିମ୍କୋର୍ଟରେ ୧୦ ଦିନ ଧରି ଶୁଣାଣି ଚାଲିବା ପରେ ଗୁରୁବାର ତାହା ଶେଷ ହୋଇଛି ଏବଂ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ୫ ଜଣିଆ ଖଣ୍ଡପୀଠରେ ଏହାର ଶୁଣାଣି ଚାଲିଥିଲା।
-
ଫିନଲାଣ୍ଡର ବିଦାୟୀ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ତାଙ୍କର ସ୍ବାମୀ ମାର୍କସ ରାଇକୋନେନଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଯୁଗ୍ମଭାବେ ଆବେଦନ କରିଥିବା ବୁଧବାର ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।
-
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ସରକାର ଆକ୍ସନରେ ଅଛନ୍ତି। ବଦଳି ଓ ପୋଷ୍ଟିଂ ଉପରେ ନିୟନ୍ତ୍ରଣ ରଖିବାକୁ ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟି (ଆପ୍) ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର କିଛି ଘଣ୍ଟା ପରେ ଦିଲ୍ଲୀ ସରକାର ସେବା ବିଭାଗ ସଚିବ ଆଶିଷ ମୋରେଙ୍କୁ ତାଙ୍କ ପଦରୁ ହଟାଇ ଦେଇଥିଲେ ।
-
ଦିଲ୍ଲୀ ମଦ ଦୁର୍ନୀତିରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି।
-
ରେସଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଦିଲ୍ଳୀର ଯନ୍ତରମନ୍ତରଠାରେ ରେସ୍ଲରଙ୍କ ଧାରଣା ୧୮ ଦିନରେ ପହଞ୍ଚିଛି।
-
ଭାରତୀୟ ଜନତା ପାର୍ଟି(ଭାଜପା) ନେତା ବି.ଏସ ୟେଦୁରୁପ୍ପାଙ୍କ ଜନ୍ମସ୍ଥାନ ବୁକାନାକେରେର ଗଞ୍ଜୀଗେରର ଗ୍ରାମବାସୀମାନେ ମାଗଣା ଉପହାର ଫେରସ୍ତ କରିଥିଲେ। ବୁଧବାର ସକାଳେ ଗ୍ରାମବାସୀ ସ୍ଥାନୀୟ ଭାଜପା ନେତାଙ୍କ ଘରର ତାଲା ପଡିଥିବା ଦ୍ୱାରରେ ଚିକେନ ଏବଂ ଶାଢି ଫିଙ୍ଗିଥିବାର ନଜର ଆସିଥିଲା।