-
ଗାନ୍ଧୀବାଦୀ ଓ ସର୍ବୋଦୟୀ ସମାଜସେବୀ ତଥା ‘ଏକତା ପରିଷଦ’ର ପ୍ରତିଷ୍ଠାତା ରାଜଗୋପାଳ ପିଭିଙ୍କୁ ଜାପାନର ୪୦ତମ ନିୱାନୋ ଶାନ୍ତି ପୁରସ୍କାର ମିଳିଛି। ପୁରସ୍କାର ଆକାରରେ ତାଙ୍କୁ ମିଳିଥିବା ଦୁଇ କୋଟି ଜାପାନୀ ୟେନ୍ (ପ୍ରାୟ ଏକ କୋଟି କୋଡିଏ ଲକ୍ଷ ଟଙ୍କା)କୁ ଉପଯୋଗ କରି ଏକ ‘ଶାନ୍ତିକୋଷ’ ପ୍ରତିଷ୍ଠା କରିବେ ବୋଲି ସେ ଘୋଷଣା କରିଛନ୍ତି।
-
ମ୍ୟାନ୍ମାରର ସାମରିକ ସରକାର ସେନା ବର୍ବରତା ସୀମା ଲଙ୍ଘିଛି। ସୈନ୍ୟମାନେ ୪ ଶିଶୁଙ୍କ ସମେତ ୧୯ ଗ୍ରାମବାସୀଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୃତଦେହକୁ ଜାଳିଦେଇଛନ୍ତି।
-
ଟ୍ବିଟର୍ ସିଇଓ ପଦ ଛାଡିଛନ୍ତି ଏଲନ୍ ମସ୍କ। ଏଥି ସହିତ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ନୂଆ ସିଇଓ ଲିଣ୍ଡା ୟାକ୍କାରିନୋ ହୋଇଛନ୍ତି ।
-
ଛତିଶଗଡର ବିଳାସପୁର ଜୋନ୍ରେ ଟ୍ରେନରେ ଏସ୍ସି କୋଚ୍ ଯାତ୍ରୀ ୫୫ ଲକ୍ଷ ଟଙ୍କା ମୂଲ୍ୟର ଚାଦର, ତକିଆ ଏବଂ ଟାୱେଲ ଲୁଟିନେଇଛନ୍ତି। ଯାତ୍ରୀମାନଙ୍କର ଏହି ଅଭ୍ୟାସ କାରଣରୁ ରେଳବାଇକୁ ଚଳିତବର୍ଷ ଲକ୍ଷାଧିକ ଟଙ୍କାର ଚୂନ ଲାଗିଥିବା ଜଣାଯାଇଛି।
-
ବିବାଦୀୟ ଫିଲ୍ମ ‘ଦି କେରଳ ଷ୍ଟୋରି’ ଉପରେ ପଶ୍ଚିମବଙ୍ଗ ସରକାର କଣ ପାଇଁ ବ୍ୟାନ୍ ଲଗାଇଛନ୍ତି। ଯେତେବେଳେ ଏହି ଫିଲ୍ମ ସାରା ଦେଶରେ ସ୍କ୍ରିନିଂ ହେଉଛି ପଶ୍ଚିମବଙ୍ଗରେ କାହିଁକି ନ ହେବ ? ଫିଲ୍ମ ଭଲ କି ଖରାପ ତାହା ଲୋକଙ୍କୁ ସ୍ଥିର କରିବାକୁ ଦିଅ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ମମତା ସରକାରଙ୍କୁ କହିଛନ୍ତି ।
-
ସିବିଆଇ ପ୍ରାଥମିକ ତଦନ୍ତ କରିବା ପରେ ଆଇଆରଏସ୍ ଅଧିକାରୀ ୱାଙ୍ଖଡେଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଥିଲା। ସିବିଆଇ ସୀମର ୱାଙ୍ଖେଡେଙ୍କ ସମେତ ୩ ଜଣ ସରକାରୀ ଅଫିସରଙ୍କ ନାଁରେ ଦୁର୍ନୀତି ମାମଲା ରୁଜୁ କରିଛି। ସେହିପରି ୨୯ଟି ସ୍ଥାନରେ ରେଡ ମଧ୍ୟ ଜାରି ରହିଛି।
-
ଓଡିଶା ମନ୍ତ୍ରୀମଣ୍ଡଳରେ ଇସ୍ତଫା ପର୍ବ ଆରମ୍ଭ ହୋଇଛି। ପ୍ରଥମେ ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଏବେ ଇସ୍ତଫା ଦେଇଛନ୍ତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ସମୀର ଦାଶ । ଆଗକୁ ନିର୍ବାଚନ ଆସୁଥିବାରୁ ମୁଖ୍ୟମନ୍ତ୍ରୀ କିଛି ପରିବର୍ତ୍ତନ କରିବେ ବୋଲି କୁହାଯାଉଛି।
-
ଥରେ ଓଟିଇଟି(ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ)ରେ ପାସ କାଲେ ଆଉ ଜୀବନସାରା ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଓଟିଇଟିର ବୈଧତା ୭ ବର୍ଷ ଥିବା ବେଳେ ରାଜ୍ୟ ସରକାର ଏହାକୁ ଲାଇଫ ଟାଇମ ପାଇଁ ବଢ଼ାଇ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।
-
ସୁପ୍ରିମକୋର୍ଟ ଗୁଜରାଟର ୬୮ ଜଣ ବିଚାରପତିଙ୍କ ଜିଲ୍ଲା ଜଜ୍ କ୍ୟାଡରରେ ପଦୋନ୍ନତିକୁ ବେଆଇନ ବୋଲି କହିଛନ୍ତି । ଏଥିସହ ସୁପ୍ରିମକୋର୍ଟ ସମ୍ପୃକ୍ତ ପଦୋନ୍ନତି ତାଲିକା ଉପରେ ରୋକ୍ ଲଗାଇଛନ୍ତି । ଯେଉଁ ଜଜଙ୍କ ପଦୋନ୍ନତି ହୋଇଛି ସେମାନଙ୍କୁ ନିଜ ମୂଳ ପୋଷ୍ଟିଂ (ପୁରୁଣା ପଦ)କୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
-
ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତବର୍ଷ ମୋଟ ପାସ୍ ହାର ରହିଛି ୯୩.୧୨ ପ୍ରତିଶତ । ଗତବର୍ଷ ଅପେକ୍ଷା ୧.୨୮ ପ୍ରତିଶତ କମ୍ ରହିଛି ପାସ୍ ହାର । ଝିଅଙ୍କ ପାସ୍ ହାର ୯୪.୨୫% ରହିଥିବାବେଳେ ପୁଅଙ୍କ ପାସ୍ ହାର ରହିଛି ୯୨.୨୭% । ୯୯.୯୧% ପାସ୍ ହାର ସହ ତ୍ରିବେନ୍ଦ୍ରମ୍ ରିଜିଅନ୍ ଶୀର୍ଷରେ ରହିଛି ।
-
ଆଦାନି-ହିଣ୍ଡେନ୍ବର୍ଗ ମାମଲାର ତଦନ୍ତ ଶେଷ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଉ ୬ ମାସ ସମୟ ମାଗିଥିବା ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏତେ ଅଧିକ ସମୟ ଦେବା ଠିକ୍ ହେବ ନାହିଁ। ବୋଲି ମତ ଦେଇଛନ୍ତି ।
-
ସୁପ୍ରିମକୋର୍ଟ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୌନ ଉତ୍ପୀଡ଼ନ କମିଟି ଗଢ଼ାଯାଇଛି କି ନାହିଁ, ତାହା ଯାଞ୍ଚ କରି ସୁନିଶ୍ଚିତ କରିବାକୁ ଶୁକ୍ରବାର କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ପୂର୍ବତନ ସଦସ୍ୟ ପ୍ରସନ୍ନ କୁମାର ଦାସ ଓ ତାଙ୍କ ପତ୍ନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଓଡ଼ିଶାର ସଂସ୍କୃତି ଆଧାରିତ ପୁସ୍ତକ ‘ଇମେଜିଂ ଓଡ଼ିଶା’ ପ୍ରଦାନ କରିଛନ୍ତି।
-
ସ୍ଥାନୀୟ ଅଞ୍ଚଳର ସାମଗ୍ରୀକୁ ପ୍ରୋତ୍ସାହିତ କରିବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୨୦୨୨ ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିଲା ‘ଏକ ଷ୍ଟେସନ୍ ଏକ ଉତ୍ପାଦ (ଓଏସ୍ଓପି)’ ପାଇଲଟ ପ୍ରକଳ୍ପ। ୨୦୨୩ ମେ ପହିଲା ସୁଦ୍ଧା ଦେଶର ୨୧ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଂଚଳର ୭୨୮ଟି ରେଳ ଷ୍ଟେସନରେ ଏହା କାର୍ଯ୍ୟକାରୀ ହେଉଛି।
-
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ୍)କୁ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ବ୍ୟବହାର କରାଯାଇଥିଲା ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଏହି ଦାବିକୁ ନିର୍ବାଚନ କମିସନ ଖଣ୍ଡନ କରିଛନ୍ତି।
-
ଇସ୍ରାଏଲ ଆକ୍ରମଣରେ ୫ ଜଣ ବରିଷ୍ଠ ଗାଜା କମାଣ୍ଡର ନିହତ ହୋଇଛନ୍ତି। ଇସ୍ରାଏଲ ବାହିନୀର ଆକ୍ରମଣ ଦ୍ବାରା ଗାଜାରେ ସପ୍ତାହକ ମଧ୍ୟରେ ମହିଳା ଏବଂ ଶିଶୁଙ୍କ ସମେତ ମୋଟ୍ ୩୦ ଜଣ ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି।
-
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ବିଧାନସଭା ବାଚସ୍ପତି ଯଦି ଶିବସେନା ବିଧାୟକଙ୍କ ଅଯୋଗ୍ୟ ଘୋଷଣା ପ୍ରସଙ୍ଗରେ କିଛି ନିଷ୍ପତ୍ତି ନ ନିଅନ୍ତି ତେବେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ।
-
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଆଜି କଡ଼ା ସୁରକ୍ଷା ବଳୟରେ ଇସଲାମାବାଦ ହାଇକୋର୍ଟରେ ହାଜର କରାଯାଇଥିଲା। ଅଲ କାଦିର ଟ୍ରଷ୍ଟ ମାମଲାରେ ତାଙ୍କୁ ଅଦାଲତ ୨ ସପ୍ତାହ ଜାମିନ ଦେବା ସହ ମେ ୧୫ ପର୍ଯ୍ୟନ୍ତ କୌଣସି ମାମଲାରେ ବି ଗିରଫ ହେବେନି।
-
ମହାରାଷ୍ଟ୍ରର ସିନ୍ଦେ ସରକାର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିବା ସହ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି।
-
ବ୍ରଜଭୂଷଣ ଶରଣ ସିଂହଙ୍କ ବୟାନ ରେକର୍ଡ କରିଛି। ଯେଉଁଥିରେ ବ୍ରଜ ଭୂଷଣ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପୁଲିସ ଦୁଇ ଥର ତାଙ୍କ ବୟାନ ନେଇଛି ।