-
1.କେନ୍ଦ୍ର ସରକାର ସାରା ଦେଶରେ ୨୫୦ ରୁ ଅଧିକ ରୋପୱେ ଚଳାଇବାକୁ ପ୍ରସ୍ତୁତ ହେଉଛନ୍ତି। ସମସ୍ତ ପାହାଡ଼ିଆ ଅଞ୍ଚଳ ଏବଂ ତୀର୍ଥସ୍ଥାନଗୁଡିକ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସମସ୍ତ ରୋପୱେରେ ନିର୍ମାଣ ହେବାକୁ ଥିବା ପ୍ରଥମ ରୋପୱେ ବାରାଣାସୀରେ ହେବ।
-
2.ଗତ ଏକ ମାସରୁ ଉର୍ଦ୍ଧ୍ବ ଦିନ ଧରି ଫେରାର ଥିବା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂକୁ ରବିବାର ସକାଳ ପ୍ରାୟ ୬.୪୫ରେ ପଞ୍ଜାବ ମୋଗା ଜିଲ୍ଲାର ରୋଡେ ଗ୍ରାମରୁ ଗିରଫ କରାଯାଇଛି । ପଞ୍ଜାବ ପୁଲିସର ଆଇଜିପି (ମୁଖ୍ୟାଳୟ) ସୁଖଚେନ ସିଂ ଗିଲ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗିରଫ ପରେ ଅମୃତପାଲ ସିଂଙ୍କୁ ଆସାମର ଦିବ୍ରୁଗଡ ଜେଲକୁ ପଠାଯାଇଛି।
-
3.କାନାଡାର ସବୁଠାରୁ ବଡ଼ ଟରଣ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୪.୮ ମିଲିୟନ ଅର୍ଥାତ୍ ୧୨୧ କୋଟି ଟଙ୍କାର ସୁନା ଏବଂ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଛି। ସୋମବାର ବିଳମ୍ବିତ ସନ୍ଧ୍ୟାରେ ବିମାନବନ୍ଦରରେ ପହଞ୍ଚିଥିବା ଏକ ସ୍ବତନ୍ତ୍ର କଣ୍ଟେନରରେ ଏହି ସବୁ ସାମଗ୍ରୀ ଥିଲା। ଏହାକୁ ସୁରକ୍ଷିତ ଭାବେ କଣ୍ଟେନର ରହୁଥିବା ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗୁରୁବାର ଏହା ଚୋରି ହୋଇଯାଇଥିବା ଜଣାପଡିଥିଲା।
-
4.ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ସମୁଦ୍ର ମହଲ ବର୍ଲିରେ ଜବତ ହୋଇଥିବା ତିନିଟି ବିଳାସପୂର୍ଣ୍ଣ ଫ୍ଲାଟକୁ ନେଇ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱନ୍ଦ୍ୱରେ ପଡିଛି। କିଛି ଆଇନଗତ ପ୍ରତିବନ୍ଧକ ଯୋଗୁ ଇଡି ଏସବୁର ନିଲାମରୁ ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୧୦ କୋଟି ଟଙ୍କା ପାଇବାର ମଧ୍ୟ ସମ୍ଭାବନା ନାହିଁ।
-
5.ଏନ୍ସିଇଆର୍ଟି ପୁସ୍ତକର ଦଶମ ଶ୍ରେଣୀ ବିଜ୍ଞାନ ପାଠ୍ୟକ୍ରମରୁ ଡାର୍ଓ୍ବିନ୍ଙ୍କ ଜୈବ ବିବର୍ତ୍ତନ ତତ୍ତ୍ୱକୁ ବାଦ୍ ଦିଆଯାଇଥିବାରୁ ବୈଜ୍ଞାନିକମାନେ ଏହାର ନିନ୍ଦା କରିଛନ୍ତି।
-
6.ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ଅନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ପୁଣି ଅଲୋଚନାକୁ ଅସିଛି।
-
7.ଚଳନ୍ତା ହେଲିକପ୍ଟର ବାହାରେ ସେଲଫି ନେବା ଉତ୍ତରାଖଣ୍ଡର ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣର ଅର୍ଥିକ ନିୟନ୍ତ୍ରକ ଜିତେନ୍ଦ୍ର କୁମାର ସାଇନି ମୃତ୍ୟୁର କାରଣ ହୋଇଛି। ସେ ହେଲିକପ୍ଟରର ବ୍ଲେଡ୍ରେ ମାଡ଼ ହେବା ପରେ ତଳେ ପଡ଼ି ପ୍ରାଣ ହରାଇଛନ୍ତି।
-
8.ଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଆଉ ଏକ ଚିତା ଉଦୟର ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଥିବା ମୁଖ୍ୟ ବନ ସଂରକ୍ଷକ ଜେଏସ୍ ଚୌହାନ ପ୍ରକାଶ କରିଛନ୍ତି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
-
9.ଗ୍ୟାଙ୍ଗ୍ଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ସପକ୍ଷରେ କିଛି ଲୋକ ସ୍ଲୋଗାନ ଦେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ଶନିବାର ଏହାକୁ ନିନ୍ଦା କରିଛନ୍ତି। ଏପରି ଲୋକଙ୍କୁ ଦେଖିବା ମାତ୍ରେ ଗୁଳି କରିଦେବା ଉଚିତ ବୋଲି ସେ କହିଛନ୍ତି।
-
10.୯୯.୯ ପ୍ରତିଶତରୁ ଅଧିକ ଲୋକ ସମଲିଙ୍ଗୀ ବିବାହକୁ ବିରୋଧ କରୁଛନ୍ତି, ସୁପ୍ରିମକୋର୍ଟ ନିକଟରେ ଏହି ଦାବି ଜଣାଇଲା ବାର କାଉନସିଲ ଅଫ ଇଣ୍ଡିଆ
-
11.ଜର୍ମାନୀସ୍ଥିତ ରୁଷ୍ ଦୂତାବାସ କର୍ମଚାରୀମାନଙ୍କୁ ବହିଷ୍କାର କରାଯିବା ପରେ ମସ୍କୋ ୨୦ ଜଣ ଜର୍ମାନ୍ କୂଟନୀତିଜ୍ଞଙ୍କୁ ନିଜ ଦେଶରୁ ବହିଷ୍କାର କରିଛି। ବର୍ଲିନ ରୁଷ୍ ସହ ସମସ୍ତ କୂଟନୈତିକ ସମ୍ପର୍କ ଛିନ୍ନ କରିବାକୁ ଚାହେ ବୋଲି ରୁଷ୍ ଅଭିଯୋଗ କରିଛି।
-
12.ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏକ ଜାପାନୀ ବାଣିଜ୍ୟିକ ପୋତ ୮୬୪ ଜଣ ଅଷ୍ଟ୍ରେଲୀୟ ସୈନିକଙ୍କୁ ନେଇ ଯାଉଥିବା ସମୟରେ ସମୁଦ୍ରରେ ବୁଡ଼ିଯାଇଥିଲା। ଏବେ ଦକ୍ଷିଣ ଚୀନ୍ ସାଗରରେ ଗଭୀର ସାଗର ସର୍ବେକ୍ଷଣ ବିଶେଷଜ୍ଞମାନଙ୍କ ଦ୍ବାରା ଏହାକୁ ଠାବ କରାଯାଇଛି।
-
13.କେନ୍ଦ୍ରୀୟ ମାଲିର ଏକ ସାମରିକ ବେସ ନିକଟରେ ହୋଇଥିବା ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି।
-
14.ଜାପାନରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ ଦେଶରେ ପ୍ରଥମ ଥର ପାଇଁ ଗର୍ଭପାତ ଔଷଧକୁ ଅନୁମୋଦନ କରିଛି।
-
15.ଗୋଟିଏ ଆର୍ଟିକିଲ୍ ପାଇଁ ନିବେଶକ ତଥା ସିଡ୍ଫଣ୍ଡର ସହପ୍ରତିଷ୍ଠାତା ମହେଶ ମୂର୍ତ୍ତି ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ସିଙ୍ଗାପୁରର ଫ୍ୟାଶନ୍ ଟେକ୍ନୋଲୋଜି କମ୍ପାନୀ ଜିଲିଙ୍ଗୋର ସହପ୍ରତିଷ୍ଠାତା ଅଙ୍କିତି ବୋଷ ମହେଶଙ୍କ ନଁାରେ ୧୦୦ ନିୟୁତ ଡଲାରର ଏକ ମାନହାନି ମକଦ୍ଦମା କରିଛନ୍ତି। ମାର୍ଚ୍ଚ ୧ ତାରିଖରେ ଆଉଟ୍ଲୁକ୍ ବିଜ୍ନେସ୍ ମାଗାଜିନ୍ରେ ମହେଶଙ୍କ ଦ୍ୱାରା ଲିଖତ ଏକ ନିବନ୍ଧ ସ୍ଥାନ ପାଇଥିଲା। ଅଙ୍କିତି ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକଠାରୁ ବେଆଇନ ଭାବେ ଟଙ୍କା ନେଉଥିବା ମେହଶ ଉକ୍ତ ଆର୍ଟିକିଲ୍ରେ ଉଲ୍ଲେଖ କରିଥିଲେ।
-
16.ସୁଦାନ ସମୁଦ୍ର ସୀମାରେ ସି-୧୩୦ଜେ ଯୁଦ୍ଧବିମାନ ସାଙ୍ଗକୁ ଜଳସେନା ଯୁଦ୍ଧ ଜାହାଜ ପ୍ରସ୍ତୁତ ରହିଛି। ବିକଳ୍ପ ଉଦ୍ଧାର କାର୍ଯ୍ୟ କରିବା ନିମନ୍ତେ ଭାରତ ପକ୍ଷରୁ ସୁଦାନର ଜେଡ୍ଡାରେ ସି-୧୩୦ଜେ ଯୁଦ୍ଧ ବିମାନ ଅପେକ୍ଷା କରିଥିବା ବେଳେ ଆଇଏନ୍ଏସ୍ ସୁମେଧା ସୁଦାନ ବନ୍ଦରରେ ପହଞ୍ଚିଛି।
-
17.ଅକ୍ଷୟ ତୃତୀୟା ଦିନରେ ବିଜେଡିର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଲୋକାର୍ପିତ ହୋଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ପାର୍ଟି ଅଫିସ୍କୁ ଲୋକାର୍ପଣ କରିଛନ୍ତି। ବିଜେଡିର ଏହି ନୂଆ ଅଫିସ୍ କୌଣସି ଫାଇଭ୍ ଷ୍ଟାର ହୋଟେଲ୍ଠାରୁ କମ୍ ନୁହେଁ। ତିନି ମହଲା ବିଶିଷ୍ଟ ଏହି କୋଠାର ବେସ୍ମେଣ୍ଟରେ ୪୦ରୁ ଅଧିକ କାର୍ ରହିପାରିବା ଭଳି ବଡ଼ ପାର୍କିଂ ଏରିଆ ରହିଛି।
-
18.ଏଏପି ଏମ୍ପି ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରା ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବହୁ ଦିନରୁ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି।
-
19.ଝାରସୁଗୁଡାର ଅନେକ ଅନ୍ୟ ଦଳର କର୍ମୀ ବିଜେଡିରେ ସାମିଲ । ଶଙ୍ଖ ଭବନରେ ଆଜି ବିଜେପିର ସକ୍ରିୟ ନେତା ତ୍ରିନାଥ ଗୁଆଲ ବିଜେଡିରେ ସାମିଲ ହୋଇଛନ୍ତି । ଟଙ୍କଧର ତ୍ରିପାଠୀଙ୍କୁ ଟିକେଟ ମିଳିବା ପରେ ଅସନ୍ତୁଷ୍ଟ ଥିଲେ ତ୍ରିନାଥ । ଝାରସୁଗୁଡ଼ା ପୌର ପରିଷଦ ନିର୍ବାଚନରେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ଥିଲେ ତ୍ରିନାଥ ।
-
20.ରାଜ୍ୟରେ ଜାରି ରହିଛି କୋହଲା ପାଗ । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେଉଛି । ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୫ଡିଗ୍ରୀ କମ ରହିବା ସହ ବର୍ଷା ଲାଗିରହିବ ।