-
୨୦୨୩ ମସିହା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ମିଳିଛି ଜାତିସଂଘ ଓ୍ବାର୍ଲଡ ହାବିଟାଟ୍ ପୁରସ୍କାର । ମୋଟ ୧୧୫ଟି ସହରାଞ୍ଚଳର ୨ ହଜାର ୯୧୯ଟି ବସ୍ତିରୁ ଏବେସୁଦ୍ଧା ୭୬୯ଟି ବସ୍ତିର ହୋଇଛି ରୂପାନ୍ତରଣ । ସେପଟେ ଚୂଡ଼ାନ୍ତ ପର୍ଯ୍ୟାୟରେ ୫ ମହାନଗର ନିଗମ ଅଞ୍ଚଳରେ ଜାଗା ମିଶନ ଜରିଆରେ ମାଗଣା ଭୂମି ପ୍ରଦାନ ସର୍ଭେ କାମ । ହିତାଧିକାରୀ ଚୟନରେ ବି ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ନିର୍ଭୁଲ କରାଯାଉଛି ।
-
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବା ନେଇ ବ୍ୟକ୍ତିଗତ ସଚିବାଳୟରୁ ସୂଚନା ପ୍ରଦାନ କରାଯାଇଛି । ପୂର୍ବରୁ ସେ ମେ’ ୮ତାରିଖରେ ଆସିବା କାର୍ଯ୍ୟକ୍ରମ ଥିବା ବେଳେ ତାହା ପରିବର୍ତ୍ତନ ହୋଇଛି । ମଇ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ରାଇରଙ୍ଗପୁର, ପାହାଡପୁର, ଶିମିଳିପାଳ ଓ ବାରିପଦାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବାର ଜଣାଯାଇଛି ।
-
ଦେଶରେ ରେଡିଓ ସଂଯୋଗ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯୧ଟି ଏଫଏମ ଟ୍ରାନ୍ସମିଟରର ଉଦଘାଟନ କରିବେ। ଏହିସବୁ ଏଫଏମ ଟ୍ରାନ୍ସମିଟର ୧୦୦ ୱାଟ କ୍ଷମତା ସମ୍ପନ୍ନ ଅଟେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିବେ। ଏହି ଟ୍ରାନ୍ସମିଟରଗୁଡିକ ୧୮ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୮୪ଟି ଜିଲ୍ଲାରେ ସ୍ଥାପିତ ହୋଇଛି। ଓଡ଼ିଶାର ୭ଟି ସ୍ଥାନରେ ଖୋଲିବ ଆକାଶବାଣୀର ନୂଆ ଏଫ୍ଏମ୍ ଟ୍ରାନ୍ସମିଟର ।
-
ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ଏସଏମ ଶଫିଉଦ୍ଦିନ ଅହମ୍ମଦ ଆଜିଠାରୁ ତିନି ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଜେନେରାଲ ଶଫିଉଦ୍ଦିନଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ ପରେ ସେ ସ୍ଥଳ ସେନା ପ୍ରମୁଖ ଜେନେରାଲ ମନୋଜ ପାଣ୍ଡେଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି।
-
ମୁକୁଳିଲେ ବଲିଉଡ୍ ଅଭିନେତ୍ରୀ କ୍ରୀଷନ ପରେରା; ମିଛ ଡ୍ରଗ୍ସ କେସ୍ରେ ଫସି ଜେଲ୍ରେ ଥିଲେ ବନ୍ଦୀ ।
-
ଆଳି ଡଙ୍ଗା ବୁଡ଼ି ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଅନୁକମ୍ପାମୂଳକ ସହାୟତା ରାଶି ।
-
ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରାଏଲ ରନ୍ କରିବ। ସକାଳ ୬ଟା ୧୦ ମିନିଟ୍ରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ୍। ହାୱଡ଼ା ପରେ ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ଲେଖାଏଁ ରହିବ। ତା’ପରେ କଟକ, ଭୁବନେଶ୍ୱର, ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ ମିନିଟ୍ରେ ପହଞ୍ଚିବ।
-
ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ସାଙ୍ଗଫୁଙ୍କ ମଧ୍ୟରେ ଗୁରୁବାର ସାକ୍ଷାତ ହୋଇଛି । ବୈଠକ ପରେ ରାଜନାଥ ସିଂହ କହିଛନ୍ତି ଯେ ସୀମାରେ ଶାନ୍ତି ନହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବ ନାହିଁ ।
-
୧୯୮୫ ମସିହାରୁ ଦୀର୍ଘ ୩୮ ବର୍ଷ ଧରି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲା ହୋଇନାହିଁ ।
-
ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ଟ୍ୟାବଲେଟ। ୧୯ଏପ୍ରିଲରୁ ୧୬ଜୁନ ଯାଏ ଘରକୁ ଯାଇ ଟ୍ୟାବଲେଟ ବଣ୍ଟାଯିବ। ଶିକ୍ଷକମାନଙ୍କୁ ଟ୍ୟାବଲେଟ ବାଣ୍ଟିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦେଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅମ୍ଳାନ କାର୍ଯ୍ୟକ୍ରମ ଜରିଆରେ ଆନେମିଆ ଦୂରୀକରଣ ଲକ୍ଷ୍ୟ ରଖାଯାଇଛି।
-
କୋଚି ୱାଟର ମେଟ୍ରୋ ବୁଧବାର ଦିନଠାରୁ ସର୍ବସାଧାରଣଙ୍କ ପାଇଁ ଚାଲିବା ଆରମ୍ଭ କରିଛି। ପ୍ରଥମ ଦିନରେ ୬,୫୫୯ ଯାତ୍ରୀ କୋଚି ୱାଟର ମେଟ୍ରୋରେ ଯାତ୍ରା କରିଛନ୍ତି ବୋଲି କୋଚି ୱାଟର ମେଟ୍ରୋ ଲିମିଟେଡ୍ (କେଡବ୍ଲ୍ୟୁଏମଏଲ)ର ଅଧିକାରୀମାନେ କହିଛନ୍ତି।
-
ସମଲିଙ୍ଗୀ ବିବାହକୁ ନେଇ ଥମୁନି ବିବାଦ । ସମଲିଙ୍ଗୀମାନେ କିପରି ପାଇବେ ସାମାଜିକ ନ୍ୟାୟ, କେନ୍ଦ୍ରକୁ ପକ୍ଷ ରଖିବାକୁ କହଲେ ସୁପ୍ରିମକୋର୍ଟ
-
ଭୁବନେଶ୍ବର ବିମାନବନ୍ଦରରେ ବିଜୁ ବାବୁଙ୍କ ଡାକୋଟା ଦେଖିଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ । ତାଙ୍କ ସହ ଏକ ଟିମ୍ ମଧ୍ୟ ବୁଲି ଦେଖିଛନ୍ତି ଡାକୋଟା । ଡାକୋଟାକୁ ଦେଖି ଭାବ ବିହ୍ୱଳ ହୋଇଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ । ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିବା ସହ ଦୁର୍ବିପାକ ମୁକାବିଲା ଓ ଜଳ ପରିଚାଳନାରେ ଓଡ଼ିଶା ଚମ୍ପିଆନ ବୋଲି ସେ କହିଛନ୍ତି ।
-
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ବୁଧବାର କୁହାଯାଇଛି ଯେ ଚଳିତବର୍ଷ କୋଭିଡ୍-୧୯ ଜନିତ ମୃତ୍ୟୁ ୯୫ ପ୍ରତିଶତ ହ୍ରାସ ପାଇଛି। କିନ୍ତୁ ଭୂତାଣୁ ଏବେ ବି ସକ୍ରିୟ ରହିଛି। ବିଭିନ୍ନ ଦେଶ ଏହାକୁ କିପରି ପରିଚାଳନା କରିବେ ତାହା ଜାଣିବା ଉଚିତ।
-
ବିହାର ଜାତିଗତ ଜନଗଣନାରୁ ଏକ ଚାଞ୍ଚଲ୍ୟକର କଥା ପଦାକୁ ଆସିଛି। ଜାଣିବାକୁ ମିଳିଛି ଯେ ବିହାରର ଏକ ଅଞ୍ଚଳରେ ୪୦ ଜଣ ମହିଳାଙ୍କର ଜଣେ ସ୍ବାମୀ। ବିହାର ଅରୱଲର ରେଡ୍ ଲାଇଟ୍ ଅଂଚଳର ୪୦ ଜଣ ମହିଳା ‘ରୂପଚାନ୍ଦ’ଙ୍କୁ ସେମାନଙ୍କ ସ୍ବାମୀ ବୋଲି ଦର୍ଶାଇଛନ୍ତି।
-
ପଶ୍ଚିମ ଇଣ୍ଡୋନେସିଆରେ ୭୮ ଜଣଙ୍କୁ ନେଇ ଏକ ସ୍ପିଡବୋଟ୍ ଯାଇଥିବା ବେଳେ କୌଣସି କାରଣ ବଶତଃ ବୁଡ଼ି ଯାଇଥିଲା।
-
ଟ୍ରେନିଂରୁ ଫେରୁଥିବା ଆମେରିକାର ଦୁଇଟି ସାମରିକ ହେଲିକପ୍ଟର ଗୁରୁବାର ଆଲାସ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚଳିତ ବର୍ଷ ରାଜ୍ୟରେ ସାମରିକ ହେଲିକପ୍ଟର ସହ ଜଡିତ ଏହା ହେଉଛି ଦ୍ୱିତୀୟ ଦୁର୍ଘଟଣା।
-
ଓଡ଼ିଶା ଖଣି ନିଗମ (ଓଏମ୍ସି) ର ମୁଖ୍ୟାଳୟରେ କାର୍ଯ୍ୟରତ ଥିବା ୧୬୪ କର୍ମଚାରୀଙ୍କୁ ଗୁରୁବାର ଏକ ସ୍ବତନ୍ତ୍ର ସମାରୋହରେ ସମ୍ମାନିତ କରାଯାଇଛି। ଓଏମ୍ସିରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିବା ସହ ସେବା ପ୍ରଦାନ କରିଥିଲେ ।
-
ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମ୍ୟାନ୍କାଇଣ୍ଡ ଫାର୍ମା ଲିମିଟେଡ୍ (ଏମ୍ପିଏଲ୍) ପକ୍ଷରୁ ୪୦,୦୫୮, ୮୪୪ ଇକ୍ୱିଟି ବିଶିଷ୍ଟ ଶେୟାରର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ସମ୍ପର୍କରେ ଘୋଷଣା କରାଯାଇଥିଲା।
-
ଗୁରୁବାର ଚଳିତ ଆଇପିଏଲ୍ରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ। ଚେନ୍ନଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ୩୨ ରନ୍ରେ ରାଜସ୍ଥାନ ପରାସ୍ତ କରିଛି।