-
ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଥିବା ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ରଞ୍ଜନ ଦାସଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି। ଏଥି ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଣିକି ସ୍ବତନ୍ତ୍ର ସଚିବ ପାହ୍ୟା ମିଳିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
-
ଦିଲ୍ଲୀପ ରାଉତରାଏ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ ସେ ଓଡ଼ିଶା ପରିବାରର ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ।
-
ନାୟକ ଦୀପକ ସିଂଙ୍କ ପତ୍ନୀ ରେଖା ସିଂ ଲେଫ୍ଟନାଣ୍ଟ ଭାବରେ ସେନାରେ ନିଯୁକ୍ତ କରାଯାଇଛି। ବିଶେଷ କଥା ହେଉଛି ରେଖା ସିଂଙ୍କୁ ପୂର୍ବ ଲଦାଖରେ LAC ରେ ପ୍ରଥମ ପୋଷ୍ଟିଂ ଦିଆଯାଇଛି।
-
ଜେଇଇ ମେନ୍ ସେସନ୍-୨ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥି ସହିତ ୯୯.୯୮ ପ୍ରତିଶତ ମାର୍କ ସହ ଓଡ଼ିଶାର ପ୍ରିୟଙ୍କା ସର ରାଜ୍ୟ ଟପ୍ପର ହୋଇଛନ୍ତି । ୧୩ଟି ଭାଷାରେ ପରୀକ୍ଷା ଦେଇଥିଲେ ମୋଟ ୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ।
-
ଆଫଜଲ ଅନସାରୀଙ୍କୁ ୪ ବର୍ଷ ଜେଲ୍ ଓ ଏକ ଲକ୍ଷ ଟଙ୍କା ଜରିମାନା ହୋଇଛି । କୋର୍ଟ ରାୟ ପରେ ସାଂସଦ ଆଫଜଲ ଅନସାରୀଙ୍କୁ ପୁଲିସ ହେପାଜତକୁ ନିଆଯାଇଛି। ତାଙ୍କ ଭାଇ ମୁଖତାର୍ ଅନସାରୀ ପୂର୍ବରୁ ବାନ୍ଦା ଜେଲରେ ଅଛନ୍ତି ।
-
ଭାରତର ସବୁଠୁ ବଡ଼ ନ୍ୟୁଜ୍ ଏଜେନ୍ସି ANIର ଆକାଉଣ୍ଟକୁ ଲକ୍ କରିଦେଇଛି ଟ୍ବିଟର। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ଚଳାଇବା ପାଇଁ ସର୍ବନିମ୍ନ ବୟସ ମାନଦଣ୍ଡ ପୂରଣ ନକରିବାରୁ ଟ୍ୱିଟର ଏସୀୟ ନ୍ୟୁଜ୍ ଇଣ୍ଟରନ୍ୟାସନାଲ (ANI) ର ଆକାଉଣ୍ଟକୁ ଳକ୍ କରିଥିବା କାରଣରେ ଦର୍ଶାଇଛି।
-
ଉପଯୁକ୍ତ କାରଣ ନ ଥାଇ ଅସ୍ତ୍ରୋପଚାର କରାଯାଇ ଥିଲେ କ୍ଲିନିକାଲ ଏଷ୍ଟାବ୍ଳିସମେଣ୍ଟ ଆକ୍ଟ ଅନୁସାରେ ସମ୍ପୃକ୍ତ ଘରୋଇ ଡାକ୍ତରଖାନା, ନର୍ସିଂହୋମ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ପୂର୍ବରୁ ଅସ୍ତ୍ରୋପଚାର ପ୍ରସବର ଅଡିଟ୍ ପ୍ରକ୍ରିୟାରେ କେବଳ ସରକାରୀ ଡାକ୍ତରଖାନା ସାମିଲ ଥିବା ବେଳେ ଏଣିକି ଘରୋଇ ଡାକ୍ତରଖାନାକୁ ଏହାର ପରିଧି ମଧ୍ୟକୁ ଅଣାଯାଇଛି।
-
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ବର୍ଷ ରାଜ୍ୟରେ ୧୯୪ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତ, ବନ୍ୟା ଓ ପବନ ସାଙ୍ଗକୁ ଅଂଶୁଘାତରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇଛି। ମୋଟ ମୃତ୍ୟୁର ପ୍ରାୟ ୯୦ ପ୍ରତିଶତ କେବଳ ବଜ୍ରପାତ ଯୋଗୁଁ ହୋଇଛି। ୨୦୨୨ରେ ବଜ୍ରପାତରେ ୧୬୮ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ଆଇଏମ୍ଡି ପକ୍ଷରୁ ପ୍ରକାଶ ପାଇଥିବା “ଓଡ଼ିଶା କ୍ଲାଇମେଟ୍ ସ୍ଟେଟ୍ମେଣ୍ଟ-୨୦୨୨”ରେ ଏହି ତଥ୍ୟ ଦିଆଯାଇଛି।
-
ଏନ୍ସିଆର୍ବିର ଭାରତରେ ଦୁର୍ଘଟଣା ଓ ଆତ୍ମହତ୍ୟା ମୃତ୍ୟୁ (ଏଡିଏସ୍ଆଇ) ରିପୋର୍ଟ ଅନୁଯାୟୀ ଗୁଜରାଟରେ ଗତ ୫ ବର୍ଷରେ ୩୦୦୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। କେବଳ ଗତ ୨୦୨୨ରେ ୭ ଜଣ ମେଡିକାଲ ଛାତ୍ର ଆତ୍ମହତ୍ୟା କରିଛନ୍ତି।
-
ସୁଦାନରେ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନାହିଁ। ତିନିଦିନଆ ଅସ୍ତ୍ରବିରତି ପାଇଁ କଥାବର୍ତ୍ତା ହୋଇଥିଲେ ମଧ୍ୟ ସେନା ଓ ଅର୍ଦ୍ଧସାମରିକ ବାହିନୀ ଗୁଳିଗୋଳା ଆକ୍ରମଣ ଜାରି ରଖିଛନ୍ତି
-
ଦେଶର ୧୫ % ପିଏଚଡି ଏବଂ ୧୧ % ସ୍ନାତକୋତ୍ତର ତାମିଲନାଡୁ ରାଜ୍ୟର। ଏହି ମାନବସମ୍ବଳ ଜରିଆରେ ତାମିଲନାଡୁ ଆଗାମୀ ଦିନରେ ଉଭୟ ଗବେଷଣା ଏବଂ ଉଦ୍ଭାବନର ପେଣ୍ଠସ୍ଥଳୀ ହୋଇପାରିବ ବୋଲି ଫିକି ଅଧ୍ୟକ୍ଷ ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି।
-
୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ୭ଟି ମାଓପ୍ରବଣ ରାଜ୍ୟରେ ସଡ଼କ ନିର୍ମାଣ ପାଇଁ ୧୦୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି ଯୋଜନାରେ ଓଡ଼ିଶାକୁ ୮ କୋଟି ଟଙ୍କା ମିଳିଥିବା ବେଳେ ଛତିଶଗଡ଼କୁ ସର୍ବାଧିକ ୮୫ କୋଟି ଟଙ୍କା ଦିଆଯାଇଛି।
-
ଗେଲ୍ ଇଣ୍ଡିଆ ଲିମିଟେଡ ଶିଳ୍ପ କ୍ଷେତ୍ର ଏବଂ ବାଣିଜ୍ୟିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ପିଏନ୍ଜି (ପାଇପ୍ ଯୋଗେ ଯୋଗାଇ ଦିଆଯାଉଥିବା ପ୍ରାକୃତିକ ଗ୍ୟାସ) ମୂଲ୍ୟ ମେ’ ପହିଲାରୁ ହ୍ରାସ କରିବ ବୋଲି ଘୋଷଣା କରିଛି।
-
ଆଦାନୀ-ହିଣ୍ଡେନବର୍ଗ ମାମଲାର ତଦନ୍ତ ଶେଷ କରିବା ପାଇଁ ଆଉ ୬ ମାସ ସମୟ ଦରକାର ବୋଲି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛି।
-
ନେଦରଲ୍ୟାଣ୍ଡସ କୋର୍ଟ ଶୁକ୍ରାଣୁ ଦାନ କରୁଥିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ରୋକ ଲଗାଇଛନ୍ତି। ବ୍ୟକ୍ତି ଜଣଙ୍କ ଏବେ ପର୍ଯ୍ୟନ୍ତ ତାଙ୍କ ଶୁକ୍ରାଣୁରୁ ୪୦୦-୫୦୦ ଶିଶୁଙ୍କୁ ଜନ୍ମ ଦେଇ ସାରିଛନ୍ତି।
-
ଡ୍ରୋନ୍ ଷ୍ଟ୍ରାଇକ୍ ଯୋଗୁ ମସ୍କୋରେ ଅବସ୍ଥିତ କ୍ରିମିଆ ସେବାଷ୍ଟୋପୋଲର ବନ୍ଦରର ଏକ ଇନ୍ଧନ ଡିପୋରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି
-
ଭାରତୀୟ ନୌସେନାର ପୂର୍ବତନ କମାଣ୍ଡର ଅଭିଳାଷ ଟମି ଗୋଲଡେନ ଗ୍ଲୋବ ରେସରେ ଜିତି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।
-
ବିଶ୍ୱର ସବୁଠୁ ପୁରୁଣା ଖବରକାଗଜ ଭାବେ ଜଣାଶୁଣା ଅଷ୍ଟ୍ରିଆର ‘ଓ୍ବିନେର ଜେଇଟୁଙ୍ଗ୍’ ଏହାର ଛାପା ସଂସ୍କରଣ ବନ୍ଦ କରିବାକୁ ଯାଉଛି। ୧୭୦୩ରୁ ପ୍ରକାଶ ପାଇ ଆସୁଥିବା ଏହି ଖବରକାଗଜକୁ ବନ୍ଦ କରିବା ପାଇଁ ଅଷ୍ଟ୍ରିଆ ପାର୍ଲାମେଣ୍ଟ ଗୁରୁବାର ନିଷ୍ପତ୍ତି ନେଇଛି।
-
ବେଙ୍ଗାଲୁରୁସ୍ଥିତ ଶିକ୍ଷା ପ୍ରଯୁକ୍ତି ବିଦ୍ୟା କମ୍ପାନୀ ‘ବାଇଜୁ’ର ସିଇଓ ରବୀନ୍ଦ୍ରନ ବାଇଜୁଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ କେତେକ ଆପତ୍ତିଜନକ ଦସ୍ତାବିଜ୍ ଜବତ କରାଯାଇଛି।
-
ଡେଲୋଏଟ ଇଣ୍ଡିଆର ଏକ ରିପୋର୍ଟରେ କୁହାଯାଇଛି, ୨୦୨୨ ତୁଳନାରେ ୨୦୨୩ରେ ୫୩ପ୍ରତିଶତ କାର୍ଯ୍ୟରତ ଭାରତୀୟ ମହିଳା ଅଧିକ ଚାପର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ଦେଶର ମହିଳାମାନଙ୍କ ତୁଳନାରେ ଏହା ମଧ୍ୟ ସର୍ବାଧିକ।