-
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭଗବାନ ବୁଦ୍ଧ କରୁଣାର ପ୍ରତିମୁର୍ତ୍ତି ଥିଲେ ଓ ସେ ମାନବଜାତିକୁ ସହିଷ୍ଣୁତାର ମାର୍ଗ ଦେଖାଇଥିଲେ। ଭଗବାନ ବୁଦ୍ଧଙ୍କ ବାର୍ତ୍ତା ଆମକୁ ପ୍ରେମ, ସତ୍ୟ ଓ ଅହିଂସାର ଶିକ୍ଷା ଦେଇଥାଏ।
-
ଜମ୍ମୁ-କଶ୍ମୀରର ରଜୌରୀରେ ସେନା ପକ୍ଷରୁ କରାଯାଇଥିବା ସର୍ଚ୍ଚ ଅପରେସନ ବେଳେ ଗୁଳି ମାଡ଼ ସହ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ।ଏଥିରେ ୨ ଯବାନ ସହିଦ ହୋଇଥିବାବେଳେ ଆଉ ୪ ଜଣ ଆହତ ହୋଇଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣ ବୀର ଯବାନ ଆଖି ବୁଜିଛନ୍ତି। ୩ ଜଣ ମୃତ୍ୟୁବରଣ କରିବା ପରେ ମୋଟ ସହିଦ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।
-
ଏନସିପିର ରାଷ୍ଟ୍ରୀୟ ସଭାପତି ପଦରୁ ଶରଦ ପାୱାର ତାଙ୍କ ଇସ୍ତଫା ପ୍ରତ୍ୟାହାର କରିଛନ୍ତି।
-
ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ରାୟଗଡା ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଶୁଭ ପରିଣୟ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ସମର୍ଥ ଓ ସ୍ୱଧାଙ୍କ ଏହା ଦ୍ୱିତୀୟ ବିବାହ ହେବ । ସମର୍ଥ ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂହଙ୍କୁ ବିବାହ କରିଥିବା ବେଳେ ସ୍ୱଧା ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିଥିଲେ ।
-
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶୁକ୍ରବାର ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।
-
ବିଶ୍ୱର ଅନ୍ୟତମ ପ୍ରମୁଖ ବୃତ୍ତିଗତ ସେବା ସଂସ୍ଥା କନସେନଟ୍ରିକ୍ସ ବିପିଓ ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ରାଜ୍ୟରେ ବୃହତ୍ ପୁଞ୍ଜି ନିବେଶ ଲାଗି ଅନୁଷ୍ଠିତ ହୋଇଥିବା ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ ସମାବେଶ ସଫଳତାର ଏହା ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ।
-
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିଶ୍ୱରୁ କରୋନା ମହାମାରୀ ମହାମାରୀ ଶେଷ ହେଲା ନେଇ ଘୋଷଣା କରିଛି। ଗତ ତିନିବର୍ଷ ହେଲା ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇଥିବା କୋଭିଡ୍ ମହାମାରୀ ଆଉ ବିଶ୍ଵ ପାଇଁ ସ୍ବାସ୍ଥ୍ୟ ସଂକଟ ହୋଇ ରହିନାହିଁ। ହୁ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଆଧୋନମ ଗେବ୍ରେସସ କହିଛନ୍ତି, ଗତକାଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ କମିଟି ୧୫ତମ ଥର ପାଇଁ ବୈଠକ କରିଥିଲା ।
-
ଜେଟ୍ ଏୟାରେଓ୍ଵଜ୍ର ପ୍ରତିଷ୍ଠାତା ନରେଶ ଗୋଏଲଙ୍କ ଘର ଏବଂ ଏୟାରଲାଇନ୍ସର ପୁରୁଣା କାର୍ଯ୍ୟାଳୟ ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ଚଢ଼ାଉ କରିଛି।
-
ଆଦିବାସୀ ଓ ଅଣଆଦିବାସୀଙ୍କୁ ନେଇ ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଥମିବାର ନାଁ ଧରୁନି। କର୍ଫ୍ୟୁ, ଶୁଟ ଆଟ ସାଇଟ ଓ ଇଣ୍ଟରନେଟ ସେବା ବନ୍ଦ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ମାରପିଟ ଜାରି ରହିଛି।
-
ମଣିପୁରରେ ଉପୁଜିଥିବା ହିଂସା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି। ଏହା ଉପରେ ନଜର ରଖିବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ତାଙ୍କର କର୍ନାଟକ ଗସ୍ତକୁ ରଦ୍ଦ କରି ଦେଇଛନ୍ତି।
-
କେଦାରନାଥ ଧାମ ଯାତ୍ରା ପାଇଁ ପଞ୍ଜୀକରଣ ଆସନ୍ତା ମେ’ ୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ କେଦାରଘାଟିରେ ଖରାପ ପାଗ ସମ୍ଭାବନା ରହିଛି।
-
ଭାରତ ସରକାରଙ୍କ ପକ୍ଷରୁ ଉପରାଷ୍ଟ୍ରପତି ଜଗଦୀପ ଧନଖର ଶୁକ୍ରବାର ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକରେ ଯୋଗ ଦେବେ। କିଙ୍ଗ ଚାଲର୍ସ ତୃତୀୟଙ୍କର ଲଣ୍ଡନରେ ୬ ମେ’ ଶନିବାରରେ ରାଜ୍ୟାଭିଷେକ ହେବ।
-
କଟକର ଠକ ତାନ୍ତ୍ରିକ କୈଫି ଖାନ୍ ଠକେଇ ଚେର। କୈଫି ଖାନର ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ମିଳିଛି। କଟକ ସହରର ବିଭିନ୍ନ ବ୍ୟାଙ୍କରେ ରହିଛି କୈଫିର ଏସବୁ ଆକାଉଣ୍ଟ।
-
ଯୁଦ୍ଧତ୍ରସ୍ତ ସୁଦାନରୁ ଏପର୍ଯ୍ୟନ୍ତ ୩ ହଜାର ୮୦୦ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଅଣାଯାଇଥିବା ଜଣାପଡିଛି। ଅପରେସନ କାବେରୀ ଅଧୀନରେ ସେମାନଙ୍କୁ ଭାରତକୁ ଫେରାଇ ଅଣାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।
-
ଟ୍ରେନ ଟିକେଟ ବୁକିଂକୁ ନେଇ ରେଳ ବିଭାଗ ପକ୍ଷରୁ ଅନେକ ସମୟରେ ନିୟମ ପରିବର୍ତ୍ତନ ହୋଇଥାଏ । ଯଦି ନିଜର ଗୃହପାଳିତ ପଶୁଙ୍କୁ ନେଇ ଟ୍ରେନରେ ଯାତ୍ରା କରିବାକୁ ଚାହୁଁଥାନ୍ତି ତେବେ ଏଣିକି ସେମାନଙ୍କ ପାଇଁ ମଧ୍ୟ ଟିକେଟ କାଟିବାକୁ ପଡ଼ିବ । କେନ୍ଦ୍ର ସରକାରଙ୍କ ତରଫରୁ ଏକ ନୂଆ ଯୋଜନା ଉପରେ ବିଚାର ଚାଲିଛି ।
-
ଓଡିଶାରେ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ୧୧୧କୋଟି ଟଙ୍କା ମଞ୍ଜୁର କରାଯାଇଛି । ଆଗରୁ କେନ୍ଦୁପତ୍ର ତୋଳାଳୀଙ୍କୁ ବୋନସ ଓ ଅନ୍ୟାନ୍ୟ ଭତ୍ତା ବାବଦରେ ୧୨୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ତେବେ ଏହା ଦ୍ୱିତୀୟ ପର୍ଯ୍ୟାୟ ଅଟେ । ଏହି ନିଷ୍ପତ୍ତି ଯୋଗୁଁ ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟ କର୍ମଚାରୀମାନେ ଲାଭବାନ୍ ହେବେ ।
-
ଦେଶର ଯୁବପୀଢ଼ିଙ୍କ ପାଇଁ ଚାକିରି ସୁବିଧା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳା ମାଧ୍ୟମରେ ୧୦ ଲକ୍ଷ ଚାକିରି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
-
ଅଲମ୍ପିକ୍ରେ ତିନିଥର ପଦକ ଜିତିଥିବା ଟୋରି ବାଓ୍ୱାଇଙ୍କର ୩୨ ବର୍ଷ ବୟସରେ ମୃତ୍ୟୁ ହୋଇଛି । ତାଙ୍କ ଫ୍ଲୋରିଡା୍ରେ ଥିବା ବାସ ଭବନରେ ମୃତ୍ୟୁ ହୋଇଛି ।
-
ବିଶ୍ୱର ଅନ୍ୟତମ ଟପ ଫୁଟବଲ ତାରକା ଲିଓନେଲ ମେସିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ଭୁଲ ପାଇଁ ମେସିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
-
ଜୁନ୍ ୭ରେ ଓଭାଲରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। ଆହତ କାରଣରୁ କେଏଲ୍ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ଫାଇନାଲରୁ ବାଦ୍ ପଡିଛନ୍ତି। ସେ ନିଜେ ଏହା ଘୋଷଣା କରିଛନ୍ତି।