-
ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ଦୀପାଳି ଦାସ ୪୮ ହଜାର ୬୧୯ ଭୋଟରେ ବିଜୟ ଲାଭ କଲେ।
-
ରାଜ୍ୟର ୧୦ ଜିଲ୍ଲାରେ ଟ୍ରକ୍ ଟର୍ମିନାଲ ନିର୍ମାଣ ଆରମ୍ଭ ହେବ। ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଟ୍ରକ୍ ଟର୍ମିନାଲ ନିର୍ମାଣ ପାଇଁ ଯୋଜନା ହୋଇଛି। ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, ଯାଜପୁର, ବ୍ରହ୍ମପୁର, କେନ୍ଦୁଝର ଏବଂ ଜଗତସିଂହପୁରରେ ଟ୍ରକ୍ ଟର୍ମିନାଲ ନିର୍ମାଣ କରାଯିବ।
-
ସମ୍ବଲପୁରରେ ଏକ ବନ୍ଦ ଘରୁ ତିନିଜଣଙ୍କ ମୃତଦେହ ଠାବ କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କ ୪ବର୍ଷର ଝିଅ ଓ ୭ବର୍ଷର ପୁଅ ରହିଛନ୍ତି।
-
ଓଡ଼ିଶା ବିଚାର ବିଭାଗ ପକ୍ଷରୁ ବାଲେଶ୍ବର ଷ୍ଟେସନ ଛକ ଠାରେ ଶନିବାର ପୂର୍ବାହ୍ନରେ ଆଞ୍ଚଳିକ ନ୍ୟାୟିକ ବିଦ୍ୟାପୀଠ ଉଦଘାଟନ ହୋଇଯାଇଛି। ଏହି ବିଦ୍ୟାପୀଠକୁ ଆଭାଷୀ ମାଧ୍ୟମରେ ମାନ୍ୟବର ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏହାକୁ ଉଦଘାଟନ କରିଥିଲେ।
-
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସମୀର ରଞ୍ଜନ ଦାଶ । ସେହିପରି ଶ୍ରମ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିଧାୟକ ଶ୍ରୀକାନ୍ତ ସାହୁ । ଇସ୍ତଫା ପରେ ଖାଲିପଡିଥିଲା ବିଭାଗ । ଇସ୍ତଫା ଦେବା ପରେ ଆଜି ଏହି ଦୁଇଟି ବିଭାଗର ଦାୟିତ୍ବ ପ୍ରମିଳା ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
-
ଲିକ୍ ହୋଇଥିବା ‘ପିଟିଆର୍ ଅଡିଓ ଟେପ୍’କୁ ନେଇ ତାମିଲନାଡ଼ୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ ତାଙ୍କ ବିରୋଧରେ ଆଉ ଏକ ମାନହାନି ମାମଲା ରୁଜୁ କରିବାକୁ ସେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।
-
ଆମ୍ ଆଦ୍ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ଶନିବାର ନୂଆଦିଲ୍ଲୀରେ ନିର୍ବନ୍ଧ ଅନୁଷ୍ଠିତ ହୋଇଛି। କନ୍ନଟପ୍ଲେସ୍ସ୍ଥିତ କପୁରତାଲା ହାଉସରେ ହୋଇଥିବା ନିର୍ବନ୍ଧର ଫଟୋ ଓ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଛି।
-
ପାକିସ୍ତାନ ସରକାର ଅଟାରୀ-ୱାଘା ସୀମା ଦେଇ ୧୯୮ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛନ୍ତି। ଭାରତୀୟ ସାମଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ସେମାନଙ୍କ ବିରୋଧରେ ହୋଇଥିଲା।
-
କୋହିନୂର୍ ହୀରା ସମେତ ସମଗ୍ର ଇଂଲଣ୍ଡ୍ ସଂଗ୍ରହାଳୟଗୁଡ଼ିକରେ ଥିବା ବିଭିନ୍ନ ପ୍ରତିମା ଏବଂ ଭାସ୍କର୍ଯ୍ୟ ଭଳି ଉପନିବେଶୀୟ ଅମଳର କଳାକୃତି ସବୁ ସ୍ବଦେଶ ଫେରାଇ ଆଣିବା ପାଇଁ ଭାରତ ଯୋଜନା କରୁଥିବା କଥା ବ୍ରିଟିଶ୍ ସମ୍ବାଦପତ୍ର ‘ଦି ଟେଲିଗ୍ରାଫ୍’ ଶନିବାର ଦିନ ରିପୋର୍ଟ କରିଛି।
-
ଉତ୍ତରପ୍ରଦେଶ ପୌର ନିର୍ବାଚନରେ ବିଜେପିର ବିଶାଳ ବିଜୟ ହୋଇଛି। ରାଜ୍ୟରେ ସମସ୍ତ ୧୭ଟି ମେୟର ଆସନରେ ବିଜେପି ବିଜୟୀ ହୋଇଛି। ବିଜେପି ୯୮ଟି ପୌରାଧ୍ୟକ୍ଷ ପଦ ହାସଲ କରିଥିବା ବେଳେ ସମାଜବାଦୀ ପାର୍ଟି ୫୮, ବହୁଜନ ସମାଜବାଦୀ ପାର୍ଟି ୧୯ ଏବଂ କଂଗ୍ରେସ ୭ଟି ପୌରାଧ୍ୟକ୍ଷ ଆସନରେ ବିଜୟୀ ହୋଇଛି।
-
ଭାରତୀୟ ନୌବାହିନୀ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)ର ମିଳିତ ଚଢ଼ଉରେ କେରଳ ଉପକୂଳରେ ଏକ ଜାହାଜରୁ ୧୨,୦୦୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨,୫୦୦ କିଲୋଗ୍ରାମ୍ ମେଥାମ୍ଫେଟାମାଇନ୍ (ଡ୍ରଗ୍) ଜବତ କରାଯାଇଥିବା ଶନିବାର ଏନ୍ସିବି ପକ୍ଷରୁ କୁହାଯାଇଛି।
-
କର୍ଣ୍ଣାଟକର ୧୪ ଜଣ ମନ୍ତ୍ରୀ ଚଳିତ ନିର୍ବାଚନରେ ହାରି ଯାଇଛନ୍ତି। କିନ୍ତୁ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଜଣେ ହେଭିୱେଟ୍ ନେତା ଜଗଦୀଶ ସେଟ୍ଟାର ଚଳିତ ନିର୍ବାଚନ ହାରି ଯାଇଛନ୍ତି।
-
ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତଥା ପ୍ରାଚୀନ ଶୈବ ପୀଠ ପୁରୁଣା ଭୂବନେଶ୍ବରର କପିଳେଶ୍ୱର ମନ୍ଦିରକୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ‘ରାଷ୍ଟ୍ରୀୟ ମହତ୍ତ୍ବ’ ଘୋଷଣା କରିଛି।
-
ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ। ଏହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ବୈଠକରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।
-
ଆଦାନି ଗ୍ରୁପ୍ ଏହାର ଦୁଇଟି କମ୍ପାନିର ସେୟାର ବିକ୍ରି କରି ୨୧ ହଜାର କୋଟି ଟଙ୍କା ସଂଗ୍ରହ କରିବ। ଗ୍ରୁପ ଏହାର ମୁଖ୍ୟ କମ୍ପାନି ଆଦାନି ଏଣ୍ଟରପ୍ରାଇଜେସ୍ ଲିମିଟେଡର ସେୟାର ବିକ୍ରି କରି ୧୨୫୦୦ କୋଟି ଏବଂ ଆଦାନି ଟ୍ରାନ୍ସମିସନର ସେୟାର ବିକ୍ରି କରି ୮୫୦୦ କୋଟି ଟଙ୍କା ଯୋଗାଡ଼ କରିବ।
-
ଭାରତୀୟ ରିଜର୍ଭ ବ୍ୟାଙ୍କ କାନାଡ଼ା ବ୍ୟାଙ୍କ ଉପରେ ୨.୯୨ କୋଟି ଟଙ୍କାର ଜରିମାନା ଲଗାଇଛି। ବିଭିନ୍ନ ନିୟମର ଉଲ୍ଲଂଘନ କରିଥିବାରୁ ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଛି।
-
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହ ଫିକିର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବରେ ଭାରତୀୟ ବ୍ୟବସାୟୀମାନଙ୍କ ଏକ ପ୍ରତିନିଧି ଦଳ କାନାଡ଼ା ଗସ୍ତ କରିଛନ୍ତି।
-
ଅଟୋମୋବାଇଲ କମ୍ପାନୀଙ୍କ ମଧ୍ୟରେ ଟିଭିଏସ୍ ମୋଟର୍ସ, ବଜାଜ ଅଟୋ, ହିରୋ ମୋଟୋକର୍ପ ପ୍ରମୁଖ ଇଲେକ୍ଟ୍ରିକ ସ୍କୁଟର ବ୍ୟବସାୟ କରୁଥିବାବେଳେ ଏବେ ଆଉ ଏକ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ ହେବାକୁ ପ୍ରସ୍ତୁତ ହେଉଛି |
-
ସେଣ୍ଟର ଫର୍ ମନିଟରିଂ ଅଫ୍ ଇଣ୍ଡିଆନ୍ ଇକୋନୋମି (ସିଏମ୍ଆଇଇ) ଅନୁଯାୟୀ ଭାରତରେ ମାର୍ଚ୍ଚ ମାସରେ ବେକାରି ହାର ଲଗାତାର ଦ୍ବିତୀୟ ମାସ ପାଇଁ ବୃଦ୍ଧି ପାଇ ୭.୮ ପ୍ରତିଶତ ରହିଛି। ମାର୍ଚ୍ଚ ମାସରେ ଦେଶର ସହରାଞ୍ଚଳରେ ବେକାରି ହାର ୮.୫୧ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ଏହା ୭.୪୭ ପ୍ରତିଶତ ରହିଥିଲା।
-
ପୂର୍ବତନ କନିଷ୍ଠ ବିଶ୍ବକପ୍ ବିଜେତା ହୃଦୟ ହଜାରିକା ଏବଂ ହରିୟାଣାର ନାନ୍ସି ବରିଷ୍ଠ ସୁଟିଂ ବିଶ୍ବକପ୍ରେ ନିଜ ନିଜର ପ୍ରଥମ ପଦକ ଜିତିଛନ୍ତି।