-
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଣ୍ଟି ଟେରରିଜିମ କୋର୍ଟ (ଏଟିସି)ରୁ ମିଳିଲା ଆଶ୍ୱସ୍ତି l ଜୁନ ୨ ପର୍ଯ୍ୟନ୍ତ ମିଳିଲା ଅନ୍ତରୀଣ ଜାମିନ l
-
ଜାପାନର ହିରୋସୀମାରେ ପ୍ରଧାନମନ୍ତ୍ରୀ ମୋଦୀ ଜି-୭ ସମ୍ମିଳନୀରେ ହେଲେ ସାମିଲ୍ ହେଲେ l ମୋଦୀଙ୍କ ଏହି ୬ ଦିନିଆ ବିଦେଶ ଗସ୍ତ ପରେ ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ବି ଯିବେ ।
-
ସୁପ୍ରିମ୍ କୋର୍ଟ ବିଚାରପତି ଭାବେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ଓ ଜଷ୍ଟିସ କେ. ଭି. ବିଶ୍ବନାଥନ୍ ଶପଥ ନେଲେ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ ଦୁଇ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି । ଏହି ନ୍ୟାୟଧୀଶଙ୍କୁ ମିଶାଇ ସୁପ୍ରିମକୋର୍ଟ ସମସ୍ତ ବିଚାରପତି ପଦ ପୂରଣ ହୋଇଛି ।
-
ବର୍ତ୍ତମାନ ଭାରତରେ ସୁପର ଧନୀ (ୟୁଏଚ୍ଏନ୍ଆଇ)ଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ଘଟୁଛି। ସମ୍ପତ୍ତି ପରାମର୍ଶଦାତା ନାଇଟ୍ ଫ୍ରାଙ୍କର ‹ଦ ୱେଲ୍ଥ ରିପୋର୍ଟ ୨୦୨୩› ଅନୁଯାୟୀ, ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ୩୦ ନିୟୁତ ଡଲାର (୨୪୭ କୋଟି ଟଙ୍କା)ରୁ ଅଧିକ ସମ୍ପତ୍ତି ଥିବା ଲୋକଙ୍କ ସଂଖ୍ୟା ୫୮.୪% ବୃଦ୍ଧି ହୋଇ ୧୯,୧୧୯କୁ ବୃଦ୍ଧି ପାଇବ।
-
ବଜାରରୁ ପ୍ରତ୍ୟାହାର ହେବ ୨ ହଜାର ଟଙ୍କିଆ ନୋଟ l ଏବେ ଏହା ସମ୍ପୂର୍ଣ୍ଣ ଭାବେ ଅଚଳ ହେବ ନାହିଁ। ଏହାକୁ ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ବଦଳାଇ ପାରିବ ବୋଲି ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତ୍ତି ନେଇଛି ।
-
ଓଡିଶା ହାଇକୋର୍ଟ ଏଏସ୍ଓ ମେରିଟ୍ ଲିଷ୍ଟକୁ ଖାରଜ କଲେ। ୨ ମାସ ମଧ୍ୟରେ ଲିଖିତ ପରୀକ୍ଷାରେ ପିଲାମାନେ ପାଇଥିବା ମୋଟ ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ଓପିଏସ୍ସିକୁ ମଧ୍ୟ ନିର୍ଦ୍ଦେଶ ଦେଲେ l
-
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷରୁ ଆରମ୍ଭ ହେବ ୩ଟି ନୂତନ ସ୍ନାତକ ଓ ଗୋଟିଏ ସ୍ନାତକୋତ୍ତର ପାଠ୍ୟକ୍ରମ l ଏଥିରେ କୃଷି ବିଜ୍ଞାନ, ଦୁଗ୍ଧ ବିଜ୍ଞାନ ଓ ଜଙ୍ଗଲ ପରିଚାଳନା ରେ ୪ ବର୍ଷିଆ B.Sc ବି ଏସସି ପାଠ୍ୟକ୍ରମ ଏବଂ ଲଜିଷ୍ଟିକ୍ସ ଓ ଯୋଗାଣ ଶୃଙ୍ଖଳା ପରିଚାଳନାରେ ଦୁଇ ବର୍ଷିଆ ପିଜି/ ଏମ୍ ବିଏ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ହେବ l
-
ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ମେ’ ୨୨ ତାରିଖରୁ ହେବ ଆରମ୍ଭ ହୋଇ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ଚାଲିବ।
-
ଆଣ୍ଡାମାନ ଓ ନିକୋବର ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ l ଆଗାମୀ ୩/୪ ଦିନ ପର୍ଯ୍ୟନ୍ତ ଆଗକୁ ବଢ଼ିବାକୁ ମିଳିଲା ପାଗ ଅନୁକୂଳ ସୂଚନା l ଜୁନ ୪ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ।
-
ଆଜି କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଶପଥ ନେବେ।
-
ପୁରୀ ବେଳାଭୂମିରେ ସପ୍ତାହେ ହେଲାଣି ମରି ଭାସୁଛନ୍ତି ହଜାର ହଜାର ସଂଖ୍ୟାରେ ବିଷାକ୍ତ ହ୍ବାଇଟ୍ ଜେଲିଫିସ୍ l ଦେହରେ ବାଜିଲେ କୁଣ୍ଡେଇ ହେଉଛି, ଘା ଭଳି ଫଳି ଯାଉଛି ।
-
ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ନେଇ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ସାଂଘାତିକ ତଥ୍ୟ ମିଳିବା ତପ୍ତର ହୋଇଛି ପୁଲିସ। ସାଇବର ଅପରାଧ ନିୟନ୍ତ୍ରଣ ଉଦ୍ୟମ ସ୍ୱରୂପ ଫେକ ସିମ୍ ରୋକିବା ପାଇଁ ଗାଇଡଲାଇନ ଜାରି କରିଛି ଓଡ଼ିଶା ପୁଲିସ କ୍ରାଇମବ୍ରାଞ୍ଚ ।
-
୮୬୨ କୋଟି ଟଙ୍କାରେ ନିର୍ମାଣ ହେଲା ନୂଆ ସଂସଦ ଭବନ । ଚଳିତମାସ ୨୮ ତାରିଖରେ ଏହି ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
-
ମହାନଦୀ ଜଳବିବାଦ ନ୍ୟାୟାଧୀକରଣ (ଟ୍ରିବୁନାଲ) କ୍ଷେତ୍ର ପରିଦର୍ଶନର ତୃତୀୟ ପର୍ଯ୍ୟାୟରେ ଶୁକ୍ରବାର ଝାରସୁଗୁଡ଼ାରେ ଆସି ପହଞ୍ଚିଛନ୍ତି।
-
ବାରାଣସୀର ଜ୍ଞାନବ୍ୟାପୀ ମସଜିଦ ପରିସରରେ ‘ଶିବଲିଙ୍ଗ’ ବୋଲି ଦାବି କରାଯାଉଥିବା ଢାଞ୍ଚାର ବୈଜ୍ଞାନିକ ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟର ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି।
-
ଆଇଏଏସ୍ ଅଫିସର ବିଜୟ ବର୍ଦ୍ଧନଙ୍କ ସମ୍ପର୍କରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ହରିୟାଣାର ସିର୍ସା ଜିଲାବାସୀ ବିଜୟ ୨୦୨୧ରେ ଆଇଏଏସ୍ ପାଇବା ପୂର୍ବରୁ କ୍ରମାଗତ ୩୫ଟି ବିଭିନ୍ନ ପ୍ରତିଦ୍ବନ୍ଦ୍ବିମୂଳକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ। ଏହାସତ୍ତ୍ବେ ସେ ଧୈର୍ଯ୍ୟହରା ନହୋଇ ଉଦ୍ୟମ ଜାରି ରଖିଥିଲେ।
-
୨ବର୍ଷ ପରେ ଜେଲରୁ ମୁକୁଳିଲେ ବିଗ୍ ବସ୍-୭ ପ୍ରତିଯୋଗୀ ଏଜାଜ ଖାନ୍, ଡ୍ରଗ୍ସ ମାମଲାରେ ୨୦୨୧ମସିହାରେ ମୁମ୍ବାଇ ବିମାନବନ୍ଦରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଏଜାଜଙ୍କୁ ଗିରଫ କରାଯାଇଥିଲା।
-
ଦକ୍ଷିଣ ଆଫ୍ରିକା ଏବଂ ନାମିୟାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ତିନି ଚିତାଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଗୁରୁତର ଭାବେ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହାସହିତ ଅତିଥି ଚିତାମାନଙ୍କୁ ରାଜସ୍ଥାନକୁ ସ୍ଥାନାନ୍ତର କରିବା ଲାଗି କେନ୍ଦ୍ର ସରକାରଙ୍କୁ କୋର୍ଟ ପରାମର୍ଶ ଦେଇଛନ୍ତି ।
-
ଆଇପିଏଲର ୬୬ତମ ରୋମାଞ୍ଚକର ମୁକାବିଲାରେ ଗତକାଲି ବ୍ୟାଟରମାନଙ୍କ ଉପଯୋଗୀ ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସକୁ ୪ ଓ୍ଵିକେଟ୍ରେ ହରାଇଲା ରାଜସ୍ଥାନ ରୟାଲ୍ସ l
-
ଚେନ୍ନାଇ ସୁପର କିଙ୍ଗ୍ସ ଖେଳାଳି ଅମ୍ବାତି ରାୟୁଡୁ ଦ୍ୱିତୀୟଥର ବାପା ହେଲେ l ଅମ୍ବାତି ରାୟୁଡୁଙ୍କ ସ୍ତ୍ରୀ ଚେନ୍ନୁପଲୀ ବିଦ୍ୟା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି।