-
ଦେଶରେ ଥିବା ବ୍ୟାଘ୍ର ପ୍ରକଳ୍ପଗୁଡ଼ିକରେ ପ୍ରଭାବୀ ପରିଚାଳନା ମୂଲ୍ୟାୟନରେ ଶିମିଳିପାଳ ଶ୍ରେଷ୍ଠ ୧୨ ବ୍ୟାଘ୍ର ପ୍ରକଳ୍ପରେ ସାମିଲ ହୋଇଛି। ୯୦.୧୫ ପ୍ରତିଶତ ମାର୍କ ସହ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପ୍ରଭାବୀ ପରିଚାଳନା ମୂଲ୍ୟାୟନ (ଏମ୍ଇଇ) ‘ଏକ୍ସଲେଣ୍ଟ’ ଶ୍ରେଣୀରେ ରହିଛି।
-
ଓଡ଼ିଶାରେ ପ୍ରଥମଥର ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀ-ହାୱଡ଼ା ମଧ୍ୟରେ ଏହି ଦ୍ରୁତଗାମୀ ଏବଂ ଅତ୍ୟାଧୁନିକ ଟ୍ରେନ୍ ଚଳାଚଳ କରିବ। ପୁରୀ-ହାୱଡ଼ା ମଧ୍ୟରେ ୫୦୦ କିମି ରେଳ ଲାଇନ୍ରେ ସପ୍ତାହକୁ ତିନି ଥର ଏହା ଚଳାଚଳ କରିବା ସମ୍ଭାବନା ଅଛି।
-
୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ପରିକଳ୍ପନା ଧୀରେ ଧୀରେ ବାସ୍ତବ ରୂପ ନେଉଛି। ୨୦୧୭ରୁ ୨୦୨୩ ଭିତରେ ଓଡ଼ିଶାରେ ମୁଣ୍ଡପିଛା ଆୟ ବଢିଛି। ପଛରେ ପଡିଛନ୍ତି ଉତ୍ତରପ୍ରଦେଶ ଓ ଗୁଜରାଟ। ଏହି ୬ବର୍ଷ ଭିତରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୭୩ପ୍ରତିଶତକୁ ବଢିଛି।
-
ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ଏହି ପ୍ରସ୍ତାବ ମଧ୍ୟରେ FPO ପାଇଁ ସହାୟତା ପାଣ୍ଠି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଓଡ଼ିଶା ପରିବାର ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ। ରାଜ୍ୟ ବାହାରେ ଓ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ଖୋଲିବ ନିର୍ଦ୍ଦେଶାଳୟ । ସେହିପରି ୭ଟି ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ମିଳିଛି।
-
ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ବିଜେଡି । ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଦଳର ଆୟ ଓ ବ୍ୟୟକୁ ନେଇ ପ୍ରକାଶ ପାଇଛି ରିପୋର୍ଟ ।
-
କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ବୈଠକ । ଜାପାନରୁ ଆଭାସୀ ଜରିଆରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ।
-
ଭାରତୀୟ ଆମେରିକୀୟ ଡାକ୍ତର ଚିରଞ୍ଜିବୀ କାଠୁରିଆ ଭାରତରେ ଉଡ଼ନ୍ତା ଟାକ୍ସି ଓ ଡ୍ରୋନ୍ ନିର୍ମାଣ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୦୪ରେ ଆମେରିକାର ସିନେଟ୍ ଦୌଡ଼ରେ ସାମିଲ ହୋଇଥିବା କାଠୁରିଆଙ୍କ କଂପାନି ଜଣ୍ଟ୍ ଏୟାର ମୋବିଲିଟି ଆସନ୍ତା ଚାରି ବର୍ଷ ଭିତରେ ଉଡ଼ନ୍ତା ଟାକ୍ସି ବିକାଶ କରିବାକୁ ଯୋଜନା ରଖିଛି।
-
୨୦୨୨-୨୩ ଆର୍ଥିକ ବର୍ଷରେ ବଢ଼ିଛି କୋଇଲା ଆମଦାନୀ, କେବଳ ୧୧ ମାସରେ ବୃଦ୍ଧି ହୋଇଛି ୩୨ ପ୍ରତିଶତ।
-
ତାଇୱାନ ମୁହାଁ ଚାଇନାର ଯୁଦ୍ଧ ବିମାନ ଏବଂ ୧୧ ଟି ଯୁଦ୍ଧ ଜାହାଜ ହୋଇଛନ୍ତି। ଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏହି ସୂଚନା ଦେଇଛି।
-
ଆଦାନୀ ଗ୍ରୁପର କର୍ପୋରେଟ୍ ମାମଲାର ମୁଖ୍ୟ ଅମନ କୁମାରଙ୍କ NDTV ବୋର୍ଡରୁ ଇସ୍ତଫା ।
-
ଟିଭିରେ ଆଇପିଏଲ୍ ପ୍ରଥମ ମ୍ୟାଚ୍ରେ ବିଜ୍ଞାପନଦାତାଙ୍କ ସଂଖ୍ୟାରେ ୪୦ ପ୍ରତିଶତ ହ୍ରାସ ।
-
ଓସ୍କାର ପୁରସ୍କାର ପାଇଥିବା ସିନେମା ଦ ଏଲିଫ୍ୟାଣ୍ଟ ହ୍ବିସପର୍ସର ଦୁଇ ମୁଖ୍ୟ ଚରିତ୍ର ବୋମାନ ଓ ବେଲି ଦମ୍ପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟି ସେମାନଙ୍କ ସହିତ ଆଲୋଚନା କରିଛନ୍ତି।
-
ମାଲକାନଗିରି ସ୍ଵାଭିମାନ ଅଞ୍ଚଳରେ ସୁଟିଂ ହେବ ସୁପର ହିଟ ଚଳଚ୍ଚିତ୍ର ପୁଷ୍ପାର ପାର୍ଟ୍ -୨। ଏ ନେଇ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ଠାରୁ ଅନୁମତି ଲୋଡିଛନ୍ତି ପ୍ରଯୋଜକ।
-
ତଫସିଲଭୁକ୍ତ ଜନଜାତି ବର୍ଗରେ ସାମିଲ ହେବା ଦାବିରେ କୁର୍ମି ସଂପ୍ରଦାୟର ଦୁଇଟି ସଂଗଠନ ୫ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି। ଏଥିଯୋଗୁ ଟ୍ରେନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି।
-
ୟୁକ୍ରେନର ଉପ ବିଦେଶ ମନ୍ତ୍ରୀ ଏମିନେ ଝାପାରୋଭା ଆଜିଠାରୁ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ୨୦୨୧ ଫେବ୍ରୁଆରିରେ ଯୁଦ୍ଧ ହେବାଠାରୁ ସେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି।
-
ଆମେରିକାର ବୈଦେଶିକ ବିଭାଗ ଭିଜା ଆବେଦନ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। କିଛି ଅଣ-ପ୍ରବାସୀ ଭିଜା ଉପରେ ଏହି ଶୁଳ୍କ ବୃଦ୍ଧି କରାଯାଇଛି।.
-
ଡେନ୍ମାର୍କର ମାଗ୍ନସ ଜୋହାନସେନଙ୍କ ବିପକ୍ଷ ଫାଇନାଲରେ ରୋମାଞ୍ଚକ ବିଜୟ ସହ ଭାରତର ପ୍ରିୟାଂଶୁ ରାଜାଓ୍ବତ୍ ଏଠାରେ ଚାଲିଥିବା ଓର୍ଲିନ୍ସ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି।
-
ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା କର୍ନାଟକରେ ପୂର୍ବତନ ଏମ୍ପି ବି.ଏନ୍. ଚନ୍ଦ୍ରାପ୍ପାଙ୍କୁ ରବିବାର ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି।
-
ରାହୁଲ ଅର୍ଦ୍ଧଶତକ ଆଗରେ ଫିକା ପଡିଲା ଧାଓ୍ଵନଙ୍କ ଇନିଂସ, IPLରେ ହାଇଦ୍ରାବାଦର ପ୍ରଥମ ବିଜୟ ।
-
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ଏକ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୩ ଓ୍ୱିକେଟରେ ହରାଇଛି କୋଲକାତା ନାଇଟ ରାଇଡର୍ସ । ଶେଷ ଓଭରରେ ୫ଟି ଛକା ମାରି ଦଳକୁ ବିଜୟ ଦେଇଥିଲେ ରିଙ୍କୁ ସିଂହ।