-
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ମାନବ ସେବା ମାଧବ ସେବା ସଙ୍ଗେ ସମାନ ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଛନ୍ତି, ସ୍ୱାସ୍ଥ୍ୟସେବା ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପାଠପଢ଼ିବା ସହ ପ୍ରଶିକ୍ଷଣ ନେଉଥିବା ଡାକ୍ତର ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
-
ଦେଶରେ ଦ୍ରୁତ ଗତିରେ ବିକାଶ କରୁଥିବା ୧୦ ଶ୍ରେଷ୍ଠ ରାଜ୍ୟ ତାଲିକାରେ ଓଡ଼ିଶା ରହିଛି । ଓଡ଼ିଶା ଅଷ୍ଟମସ୍ଥାନରେ ରହିଛି । ଓଡିଶାରେ ଔଦଗିକ ଏବଂ ଅର୍ଥନୈତିକ ବିକାଶ ଅଧିକ ହୋଇଛି । ମାତ୍ର ଏହି ତାଲିକାର ଏକ ନମ୍ବରରେ ରହିଛି ଗୁଜୁରାଟ ।
-
ଦୁବାଇରେ ଅନୁଷ୍ଠିତ ନିଲାମୀ କାର୍ଯ୍ୟକ୍ରମ ସମୟରେ ଜଣେ ବ୍ୟକ୍ତି ତାଙ୍କ କାର ପାଇଁ ‘ପି ୭’ ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ କିଣିଥିଲେ। ଏଥିପାଇଁ ବ୍ୟକ୍ତିଜଣକ ମୋଟ ୫୫ଲକ୍ଷ ଦିରହମ୍ ଅର୍ଥାତ୍ ପ୍ରାୟ ୧୨୨.୫କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି।
-
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ମାଲିକ ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିବା ଆରମ୍ଭ କରିଦେଇଛନ୍ତି।
-
ତାଇୱାନ ମୁହାଁ ଚାଇନାର ଯୁଦ୍ଧ ବିମାନ ଏବଂ ୧୧ ଟି ଯୁଦ୍ଧ ଜାହାଜ ହୋଇଛନ୍ତି। ଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏହି ସୂଚନା ଦେଇଛି।
-
ଗ୍ରୀସ ଏବଂ ମାଲ୍ଟା ମଧ୍ୟରେ ମଝି ସମୁଦ୍ରରେ ଏକ ଜାହାଜ ବୁଡ଼ି ଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି। ଜାହାଜରେ ୪୦୦ରୁ ଅଧିକ ଯାତ୍ରୀ ଥିଲେ।
-
ଶ୍ରୀଲଙ୍କାର ନୋରୋଚୋଲାଇରେ ଚାଇନା ଦ୍ୱାରା ନିର୍ମିତ ଏକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ବିଷାକ୍ତ ଏସିଡ ବାହାରିବା କାରଣରୁ ଦୁନିଆର ସର୍ବ ପୁରାତନ ବୃକ୍ଷ ମହାବୋଧି ବୃକ୍ଷ ପ୍ରତି ସଙ୍କଟ ସୃଷ୍ଟି ହୋଇଛି।
-
କ୍ରମାଗତ ଭାବେ ଦେଶରେ କୋଇଲା ଆମଦାନୀ ବଢ଼ି ଚାଲିଛି। ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ଶେଷ ମଧ୍ୟରେ ପ୍ରାୟ ୩୨% କୋଇଲା ଆମଦାନୀ ହୋଇଥିବା ଜଣାପଡିଛି।
-
‘ଦ କଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କ ଆପତ୍ତିଜନକ ଟୁଇଟ୍ ପାଇଁ ଦିଲ୍ଲୀ ହାଇକୋର୍ଟରେ ସୋମବାର ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି।
-
କର୍ନାଟକ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ପାଇଁ ଏକ ବଡ଼ ଖୁସି ଖବର। ସୋମବାର କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି)କୁ ଜାତୀୟ ଦଳର ମାନ୍ୟତା ଦେଇଛନ୍ତି। ଆପକୁ ଜାତୀୟ ଦଳ ମାନ୍ୟତା ଦେଇ ଏନସିପି, ଟିଏମସି ଓ ସିପିଆଇ ଭଳି ଦଳଠାରୁ ନିର୍ବାଚନ ଆୟୋଗ ଜାତୀୟ ଦଳ ମାନ୍ୟତା ପ୍ରତ୍ୟାହାର କରି ନେଇଥିବା ଜଣାପଡ଼ିଛି।
-
ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ଏପ୍ରିଲ ୨୬ରେ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
-
ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀ ବିରୋଧରେ ଘରକୁ ଘର ଅଭିଯାନ ସମୟରେ ଦଳ ୧୦ଲକ୍ଷରୁ ଅଧିକ ଦସ୍ତଖତ ସଂଗ୍ରହ କରିଛି। ଏହାପରେ ସିସୋଡିଆ ଏବଂ ଜୈନଙ୍କ ଗିରଫଦାରୀକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ପଠାଯିବ ବୋଲି ଏଏପିର ଦିଲ୍ଲୀ ୟୁନିଟ ସଂଯୋଜକ ଗୋପାଳ ରାୟ କହିଛନ୍ତି।
-
ଭାରତର ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଳ କରାଯାଇଥିବା ଦୁଇଟି ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।
-
ଅଯୋଧ୍ୟା ଗସ୍ତରେ ଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ରାଜ୍ୟସଭା ସଦସ୍ୟ କପିଲ ସିବଲ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ପିଠିରେ ଛୁରା ଭୁଷିଥିବା ଲୋକମାନେ ବାଲାସାହେବ ଠାକରେଙ୍କ ସିନ୍ଧାନ୍ତକୁ ଆଗେଇ ନେଇ ପାରିବେ ନାହିଁ।
-
‘ବିବିସି’କୁ ସରକାରୀ ଅନୁଦାନପ୍ରାପ୍ତ ଗଣମାଧ୍ୟମ ସଂସ୍ଥାନ କହି ‘ଟୁଇଟର୍’ ମାଲିକ ଏଲନ୍ ମସ୍କ୍ ନୂଆ ବିବାଦର ସୂତ୍ରପାତ କରିଛନ୍ତି। ସେପଟେ, ‘ବିବିସି’ ମଧ୍ୟ ଏଭଳି ବର୍ଗୀକରଣ ଉପରେ ତୁରନ୍ତ ପ୍ରତିକ୍ରିୟା ବ୍ୟକ୍ତ କରି ଏହାକୁ ଖଣ୍ଡନ କରିଛି।
-
ରାଜ୍ୟରେ ବଢିବ ଦିନ ତାପମାତ୍ରା। ଆଗାମୀ ୨ ରୁ ୩ଦିନରେ ୨ ରୁ ୩ ଡିଗ୍ରୀ ଯାଏଁ ଦିନ ତାପମାତ୍ରା ବୃଦ୍ଧି ନେଇ ରହିଛି ସମ୍ଭାବନା। ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବରେ ବଢିବ ତାପମାତ୍ରା। ଏନେଇ ଆଜି ଭୁବନେଶ୍ୱର ପାଣିପାଗ ବିଭାଗର ପକ୍ଷରୁ ସୂଚନା ମିଳିଛି।
-
ପୋଷ୍ଟମାଷ୍ଟର ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଘଟଣା ପ୍ରସଙ୍ଗରେ ଆଜି ଗଣମାଧ୍ୟମକୁ ପିଏମଜି ନିର୍ଦେଶକ ସୁରେଶଚନ୍ଦ୍ର ବାରିକଙ୍କ ସୂଚନା ଦେଇ କହିଛନ୍ତି ଯେ ପୋଷ୍ଟମାଷ୍ଟର ଓ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟରଙ୍କ ସାର୍ଟିଫିକେଟ ଯାଞ୍ଚ କରାଯିବ। ୨୦୧୮ ପରେ ପାଇଥିବା କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ ହେବ।
-
ଓଡ଼ିଶା ଡଙ୍ଗା ନିୟମ-୨୦୦୪ର କଡ଼ାକଡ଼ି ଅନୁପାଳନ କରିବା ସହ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନିର୍ଦେଶ ଦେଇଛନ୍ତି।
-
ପିପିଲି ନିକଟବର୍ତ୍ତୀ ଉତ୍ତରାବଜାର ସ୍ଥିତ ଶକୁନ୍ତଳା ପ୍ୟାଲେସ ଆର୍ଟ ଗ୍ୟାଲେରୀ ଠାରେ ଚତୁର୍ଥ ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଶିବିର ଓ ପ୍ରଦର୍ଶନୀ ଜଳେଶ୍ୱର ଆର୍ଟ ଫାଉଣ୍ଡେସନର ମିଳିତ ସହଯୋଗରେ ଶକୁନ୍ତଳା ପ୍ୟାଲେସ ଆର୍ଟ ଗ୍ୟାଲେରୀ ପକ୍ଷରୁ ଆୟୋଜିତ ହୋଇଛି । ଏହି ଆର୍ନ୍ତଜାତୀୟ ଶିବିର ଓ ପ୍ରଦର୍ଶନୀରେ ଭାରତ ସମେତ ନେପାଳ, ତୁର୍କୀ, ବାଲାଂଦେଶ ଓ ଭିଏତନାମା ରାଷ୍ଟ୍ରର ୧୭ଜଣ ମହିଳା ଓ ୩୦ଜଣ ପୁରୁଷ ଚିତ୍ରଶିଳ୍ପୀ ଯୋଗ ଦେଇଛନ୍ତି।
-
ଚଳିତ ଆଇପିଏଲ୍ରେ ପ୍ରଥମ ଏବଂ ଆଇପିଏଲ୍ ଇତିହାସରେ ୨୨ତମ ହ୍ୟାଟ୍ରିକ୍ ନେଇଛନ୍ତି ରସିଦ୍ ଖାଁ। ରବିବାର କଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଗୁଜରାଟ ଟାଇଟାନ୍ସର ଅସ୍ଥାୟୀ ଅଧିନାୟକ ରସିଦ୍ ଖାଁ ଇନିଂସର ୧୭ଶ ଓଭରର ପ୍ରଥମ ୩ଟି ବଲ୍ରେ ୩ଟି ୱିକେଟ ନେଇ ଏହି କୃତିତ୍ବ ହାସଲ କରିଛନ୍ତି।