-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ହରିଶ୍ଚନ୍ଦ୍ର ସହାୟତାକୁ ଗ୍ରାମାଞ୍ଚଳ ପାଇଁ ୨ ହଜାରରୁ ୩ ହଜାର ଟଙ୍କା, ସହରାଞ୍ଚଳ ଓ ପୁରୀ ସ୍ୱର୍ଗଦ୍ବାର ପାଇଁ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
-
କାଲି ବାରିପଦାରେ ସର୍ବାଧିକ ତାପମାତ୍ରା ୪୩.୫ ଡ଼ିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ୨୫ଟି ସହରର ତାପାମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ଡିଗ୍ରୀ ରେକର୍ଡ କରାଯାଇଛି ।
-
ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ଅତିକ୍ ଅହମ୍ମଦଙ୍କ ପୁଅ ଅସଦ ନିହତ । ଉମେଶ ପାଲ୍ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଥିଲା ଅସଦ୍ । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅସଦକୁ ଏନକାଉଣ୍ଟର କରିଛି ୟୁପି ପୋଲିସ ।
-
ରାଜ୍ୟ ରାଜଧାନୀ ଭୁବନେଶ୍ବରର ୭୫ ତମ ପ୍ରତିଷ୍ଠା ଦିବସ। ଭୁବନେଶ୍ବର ପାଳୁଛି ପ୍ଲାଟିନମ ଜୁବଲି। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ରାଜଧାନୀର ଶୁଭ ଦେଇଥିଲେ।
-
୬ ମାସ ପରେ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ନିୟମିତ କରିଛି ଗଣଶିକ୍ଷା ବିଭାଗ। ଫଳରେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଧାରଣା ସ୍ଥଗିତ ହୋଇଛି।
-
ବେଦାନ୍ତ ଆଲୁମିନିୟମର ସହାୟକ କମ୍ପାନୀ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ବାଲ୍କୋ)କୁ ନିକଟରେ ସମ୍ମାନଜନକ ‘ପ୍ୟାଟ୍ ଟପ୍ ପ୍ରଦର୍ଶନକାରୀ’ ପୁରସ୍କାର ପ୍ରଦାନ କରାଯାଇଛି।
-
ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମାର୍ଚ୍ଚରେ ଗାଡ଼ି ବିକ୍ରି ଓଡ଼ିଶା ବଜାରରେ ବୃଦ୍ଧି ଘଟିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ମୋଟ ୬୫,୨୪୫୫ ୟୁନିଟ୍ ଗାଡ଼ି ରାଜ୍ୟରେ ବିକ୍ରି ହୋଇଛି ।
-
ମାନହାନୀ କେସ୍ରେ ଦଣ୍ଡ ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆବେଦନର ରାୟ ଏପ୍ରିଲ ୨୦ ତାରିଖରେ ଆସିବ। ସୁରତର ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି।
-
ୟୁରୋପୀୟ ଦେଶ ସ୍ବିଡେନ ପାକିସ୍ତାନରେ ଥିବା ତା’ର ଦୂତାବାସକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରି ଦେଇଛି।
-
ରାଷ୍ଟ୍ରୀୟ ରୋଜଗାର ମେଳାରେ ୭୦ ହଜାରରୁ ଅଧିକ ଯୁବକଯୁବତୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏହି ମେଳାରେ ଭାଗ ନେଇ ନିଯୁକ୍ତିପତ୍ର ବାଣ୍ଟିଛନ୍ତି।
-
ଆମେରିକା ଏବଂ ଦକ୍ଷିଣ କୋରିଆ ସହ ତିକ୍ତତା ମଧ୍ୟରେ ଉତ୍ତର କୋରିଆ ଗୁରୁବାର ସକାଳେ ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।
-
ଆମେରିକା ଶିକାଗୋସ୍ଥିତ ଏକ ଷ୍ଟାର୍ଟଅପ୍ କମ୍ପାନୀର ୨ ଭାରତୀୟ ବଂଶୋଦ୍ଭବ ଏକ୍ଜିକ୍ୟୁଟିଭ୍ ୧ ବିଲିୟନ୍ ଡଲାର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୦ ସପ୍ତାହର ଟ୍ରାଏଲ୍ ପରେ ହେଲ୍ଥ ଟେକ୍ନୋଲୋଜି କମ୍ପାନୀର ସହ-ପ୍ରତିଷ୍ଠାତା ଏବଂ ପୂର୍ବତନ ସିଇଓ ଋଷି ଶାହ ୨୨ରୁ ୧୯ କାଉଣ୍ଟରେ ଦୋଷୀ ହୋଇଥିବାବେଳେ କମ୍ପାନୀର ପୂର୍ବତନ ଅଧ୍ୟକ୍ଷା ଶ୍ରଦ୍ଧା ଅଗ୍ରଓ୍ବାଲ ୧୭ରୁ ୧୫ଟି କାଉଣ୍ଟରେ ଏବଂ ପୂର୍ବତନ ଚିଫ୍ ଅପରେଟର ଅଫିସର ବ୍ରାଡ୍ ପର୍ଡି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
-
ଡ୍ରୋନ ଯୋଗେ ପାକିସ୍ତାନ ସୀମାରେ ଚାଲିଥିବା ନିଶାଦ୍ରବ୍ୟ କାରବାରକୁ ପୁଣିଥରେ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ପାକିସ୍ତାନରୁ ଡ୍ରୋନ ଯୋଗେ ଆସିଥିବା ବିପୁଳ ପରିମାଣର ଡ୍ରଗ୍ସକୁ ଆଜି ବିଏସ୍ଏଫ ଯବାନମାନେ ଜବତ କରିଛନ୍ତି। ଜବତ ହୋଇଥିବା ୪ ପ୍ୟାକେଟ ଡ୍ରଗ୍ସର ଓଜନ ୪.୫ କେଜି ବୋଲି ଜଣାପଡ଼ିଛି।
-
ଟିଭି ତଥା ଫିଲ୍ମ ଜଗତର ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଉତ୍ତରା ବାବକର ପୁଣେର ଏକ ଘରୋଇ ହସ୍ପିଟାଲରେ ୭୯ ବର୍ଷରେ ଗତ ମଙ୍ଗଳବାର ଆଖି ବୁଜିଛନ୍ତି।
-
ମେ’ ୧୦ରେ ଭୋଟ ଦେବାକୁ ଯାଉଥିବା କର୍ଣ୍ଣାଟକାରୁ ଏବେ ନୋଟ ଜବତ ହେବା ଆରମ୍ଭ ହୋଇ ଯାଇଛି। ଆଜି ବେଙ୍ଗାଲୁରୁ ପୁଲିସ୍ ୨ ଜଣ ବ୍ୟକ୍ତିଙ୍କ ଠାରୁ ନଗଦ ୧ କୋଟି ଟଙ୍କା ଜବତ କରିଛି। ଦୁଇ ଜଣ ଯାକ ଏତେ ଟଙ୍କା କେଉଁଠୁ ଆଣିଲେ ଓ କୁଆଡ଼େ ନେଉଥିଲେ, ସେକଥା ଜଣାପଡ଼ିଛି। ସିଟି ମାର୍କେଟ ନିକଟରେ ଗୋଟିଏ ଅଟୋ ମଧ୍ୟରୁ ଏତେ ପରିମାଣର ନଗଦ ଟଙ୍କା ଜବତ ହେବା ସମସ୍ତଙ୍କୁ ଚକିତ କରିଛି।
-
ବୈଦେଶିକ ମୁଦ୍ରା ବିନିମୟ ନିୟମ ଉଲ୍ଲଂଘନ କରିଥିବା କାରଣରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଖବର ପ୍ରସାରଣକାରୀ ସଂସ୍ଥାନ ‘ବିବିସି ଇଣ୍ଡିଆ’ ନାମରେ ‘ଫରେନ୍ ଏକ୍ସଚେଞ୍ଜ୍ ମ୍ୟାନେଜ୍ମେଣ୍ଟ୍ ଆକ୍ଟ୍’ (ଏଫ୍ଇଏମ୍ଏ) ମାମଲା ରୁଜୁ କରିଥିବା କଥା ସରକାରୀସୂତ୍ରରୁ ଉଦ୍ଧାର କରି ‘ପିଟିଆଇ’ ରିପୋର୍ଟ କରିଛି।
-
ନଦୀ ତଳେ ନିର୍ମିତ ଟନେଲରେ ଚାଲିବା ପରେ ବୁଧବାର କୋଲକାତା ମେଟ୍ରୋ ଇତିହାସ ସୃଷ୍ଟି କରିଛି। ଭାରତରେ ଏହା ପ୍ରଥମ ବୋଲି କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ। ହୁଗୁଳି ନଦୀ ତଳେ ଚାଲିଥିବା ଏହି ମେଟ୍ରୋର ପ୍ରଥମ ଯାତ୍ରାରେ ସେଥିରେ ବସିଥିଲେ କେତେଜଣ ଅଫିସର ଓ ଇଂଜିନିୟର।
-
ପୂର୍ବତନ ଆଇପିଏଲ କମିଶନର ଲଳିତ ମୋଦୀଙ୍କୁ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଭାରତୀୟ ନ୍ୟାୟ ପାଳିକା ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ଲଳିତ ମୋଦୀ ଆଇନଠାରୁ ଊର୍ଦ୍ଧ୍ଵରେ ନୁହଁନ୍ତି ବୋଲି ଖଣ୍ଡପୀଠ କହିଛନ୍ତି । କ୍ଷମା ପ୍ରାର୍ଥନା କରି କୋର୍ଟରେ ଏକ ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
-
ଶାହିଦ କପୁର କିଛି ଦିନ ତଳେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବ୍ଲଡି ଡାଡି’ର ଘୋଷଣା କରିଥିଲେ। ଏବେ ଦର୍ଶକଙ୍କୁ ବଡ଼ ଉପହାର ସ୍ବରୂପ ଫିଲ୍ମର ଟିଜର୍ ଭେଟି ଦେଇଛନ୍ତି ଅଭିନେତା। ଏଥିରେ ଶାହିଦଙ୍କ ଜବରଦସ୍ତ ଅନ୍ଦାଜ୍ ଦେଖିବାକୁ ମିଳିଛି।
-
ରାଜସ୍ଥାନ ରୟାଲ୍ସର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ବିଶୃଙ୍ଖଳିତ ଆଚରଣ ପାଇଁ ଦଣ୍ଡିତ ହୋଇଛନ୍ତି। ସେ ଆଇପିଏଲର କୋଡ ଅଫ କଣ୍ଡକ୍ଟ ଭାଙ୍ଗି ଥିବାରୁ ତାଙ୍କ ମ୍ୟାଚ୍ ଫି’ ୨୫% କଟିଛି। ବୁଧବାର ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍ରେ ସେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।