-
କାଲି ବାରିପଦାରେ ସର୍ବାଧିକ ତାପମାତ୍ରା ୪୪ ଡ଼ିଗ୍ରୀ ରେକର୍ଡ ହୋଇଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିସହ ରାଜ୍ୟର ୨୫ଟି ସହରର ତାପାମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ଡିଗ୍ରୀ ରେକର୍ଡ କରାଯାଇଛି ।
-
ଫୋନ୍-ପେ, ଗୁଗୁଲ-ପେ ଏବଂ ପେଟିଏମ ଭଳି ଆପ୍ ମାଧ୍ୟମରେ କାରବାର କରି ଲୋକେ ଖୁବ ସହଜରେ ନିଜ ଆବଶ୍ୟକତା ମେଣ୍ଟାଇ ପାରୁଛନ୍ତି, କିନ୍ତୁ ଯଦି ଆପଣଙ୍କ ଆକାଉଣ୍ଟରେ ଯଥେଷ୍ଟ ଟଙ୍କା ନାହିଁ, ତେବେ କୌଣସି ପେମେଣ୍ଟ କିପରି ହେବ। ଏହି ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ପ୍ରି-ଆପ୍ରୁଭ୍ଡ କ୍ରେଡିଟ୍ ଲାଇନ ସୁବିଧା।
-
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ନ ପାଇବାରୁ ଦୁଇ ଦିନ ତଳେ ‘ବିଜେପି’ରୁ ଇସ୍ତଫା ଦେଇଥିବା କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି।
-
ଟାଇମ୍ ମାଗାଜିନ୨୦୨୩ ଅନୁସାରେ ଫିଲ୍ମ ନିର୍ଦ୍ଦେଶକ ଏସ୍ ରାଜାମୌଲୀ ଏବଂ ଅଭିନେତା ଶାହାରୁଖ ଖାନ୍ ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି।
-
ଗତବର୍ଷ ଇରାନ୍ରେ ଦଣ୍ଡାଦେଶ ୭୫% ବୃଦ୍ଧି ପାଇଛି। ଲୋକଙ୍କ ମଧ୍ୟରେ ଭାୟର ବାତାବରଣ ସୃଷ୍ଟି କରିବା ପାଇଁ ଇରାନ୍ ସରକାର ଏପରି କରିଥିବା ମାନବ ଅଧିକାର ଗ୍ରୁପ୍ ପକ୍ଷରୁ କୁହାଯାଇଛି।
-
ବୈଦ୍ୟୁତିକ କମ୍ପାନୀ ଟେସ୍ଲା ମାଲିକ ଏଲନ୍ ମସ୍କ ୪୪ ବିଲିୟନ୍ ଡଲାରରେ ମାଇକ୍ରୋ ବ୍ଲଗିଂ ଆପ୍ ଟୁଇଟର୍ କିଣି ଏହାର ମାଲିକ ହେବା ଯନ୍ତ୍ରଣାଦାୟକ ବୋଲି କହିଛନ୍ତି।
-
ଅଲ୍ ଇଣ୍ଡିଆ ମୁସ୍ଲିମ୍ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍ପିଏଲ୍ବି)ର ଅଧ୍ୟକ୍ଷ ମୌଲାନା ରାବେ ହସ୍ନି ନଦ୍ଭିଙ୍କର ଗୁରୁବାର ଅପରାହ୍ନରେ ୯୩ ବର୍ଷରେ ଲକ୍ଷ୍ନୌସ୍ଥିତ ଇସ୍ଲାମୀୟ ଶିକ୍ଷାନୁଷ୍ଠାନ ନାଦ୍ୱାତୁଲ ଉମଲାରେ ପରଲୋକ ହୋଇଯାଇଛି।
-
ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) ଏକାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକରୁ ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କାଲାମ ଆଜାଦଙ୍କ ନାମକୁ ହଟାଇଦେଇଛି।
-
ଇଣ୍ଡୋନେସିଆରେ ଭୂକମ୍ପ.. ଜାଭାଲ ଉତ୍ତର ଉପକୂଳରେ ବଡ଼ ଧରଣର ଝଟକା। ୭ ତୀବ୍ରତାର ଭୂକମ୍ପ ଅନୁଭୂତ.. ଭୂପୃଷ୍ଠର ୫୯୪ କିମି ତଳେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ।
-
ଟେକ୍ସାସର ସାଉଥଫର୍କ ଡାଏରୀ ଫାର୍ମରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟି ୧୮ ହଜାରରୁ ଅଧିକ ଗାଈଙ୍କର ମୃତ୍ୟୁ ଘଟିଛି।
-
ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପଚରାଉଚରା କରିବ ସିବିଆଇ । ୧୬ ଏପ୍ରିଲରେ ହାଜର ହେବା ନେଇ ସିବିଆଇ ସମନ କରିଛି ।
-
କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଆଇଟିଏଫ ଏସିଆ U-୧୪ର ଡେଭଲପମେଣ୍ଟ ଚାମ୍ପିୟନସିପ ୨୦୨୩ ଫାଇନାଲ । ଏହି ଟୁର୍ଣ୍ଣାମେଣ୍ଟରେ କୋରିଆ ଟିମ୍ ବିଜେତା ଟ୍ରଫି ହାତେଇଛି । କଳିଙ୍ଗ ଷ୍ଟାଡିଅମ ପରିସରରେ ନବନିର୍ମିତ ଟେନିସ୍ ସେଣ୍ଟରରେ ଗତ ୪ ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା ।
-
ଜଷ୍ଟିସ ଡେଲିଭରିରେ ଓଡି଼ଶା ବେଷ୍ଟ । ମିଳୁଛି ନ୍ୟାୟ, ନାହିଁ ପୋଲିସର ଫେକ ଏନକାଉଣ୍ଟର୍ । ଥାନାକୁ ଗଲେ ପୋଲିସ ଦେଖାଉଛି ଭଲ ବ୍ୟବହାର । ସର୍ବଭାରତୀୟ ସର୍ଭେ ସଂସ୍ଥା ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ନ୍ୟାୟ ପ୍ରଦାନ ଓ ପୋଲିସିଂରେ ଯଥେଷ୍ଟ ଉନ୍ନତି ଆସିଛି । ୨୦୨୨ରେ ଓଡ଼ିଶା ସ୍ଥାନ ୧୦ରେ ରହିଛି ।
-
ଖରାକୁ ଦେଖି ଏପ୍ରିଲ ୧୬ ପରେ ପୁଣି ସ୍କୁଲ ଛୁଟି ନିଷ୍ପତ୍ତି ନିଆଯିବ । ତାହା ସବୁ ବିଭାଗ ପାଇଁ ଲାଗୁ ହେବ । ରାଜ୍ୟ ସରକାର ଓ ରାଜସ୍ୱ ବିଭାଗ ଯାହା ନିଷ୍ପତ୍ତି ନେବ, ତାକୁ ସବୁ ବିଭାଗ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।
-
ଦିଲ୍ଲୀର ତିହାର ଜେଲରେ ଗ୍ୟାଙ୍ଗଷ୍ଟର ପ୍ରନ୍ସ ତେୱାତିଆଙ୍କ ହତ୍ୟା କରିଦିଆଯାଇଛି । ତିହାରର ଜେଲ ନମ୍ବର ୩ରେ ଗ୍ୟାଙ୍ଗୱାର ହୋଇଥିଲା । ଯେଉଁଥିରେ ୪ କଏଦୀ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଦୀନ ଦୟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ପ୍ରିନ୍ସ ତେୱାତିଆଙ୍କୁ ମୃତ ଘୋଷିତ କରାଯାଇଛି । ମୃତକ ଗ୍ୟାଙ୍ଗଷ୍ଟର ପ୍ରିନ୍ସଙ୍କ ଉପରେ ପ୍ରାୟ ୧୮ରୁ ଅଧିକ ଅପରାଧିକ ମାମଲା ରୁଜୁ ଥିଲା ।
-
ପଶ୍ଚିମ ଅଷ୍ଟ୍ରେଲିଆରେ ମହାବାତ୍ୟା ଇଲସାର ତାଣ୍ଡବ । ପୋର୍ଟ ହେଡଲ୍ୟାଣ୍ଡ ଓ ବେଡୋଟ ଦ୍ବୀପାଞ୍ଚଳରେ ମହାବାତ୍ୟା । ଘଣ୍ଟାପ୍ରତି ୨୧୮ କିଲୋମିଟର ବେଗରେ ବହିଛି ପବନ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଜାରି କରାଯାଇଛି ଆଲର୍ଟ । ମହାବାତ୍ୟା ଯୋଗୁ ବିପୁଳ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି ।
-
ଗତ ବର୍ଷ ଜୁନ ମାସରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟ ପାନୀୟ ଜଳ, ଜଳ ସମ୍ପଦ ଓ ପଞ୍ଚାୟତିରାଜ ବିଭାଗକୁ ଉକ୍ତ ରିପୋର୍ଟ ଦିଆଯାଇଥିଲା । ରିପୋର୍ଟ ମୁତାବକ, ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର ୩୦ଟି ଜିଲ୍ଲାରେ ଅଧିକାଂଶ ସ୍ଥାନରେ ବୋରୱେଲ ପାଣି ଦୂଷିତ ରହିଥିଲା । ଏହି ଦୂଷିତ ଜଳ ସେବନ କରିବା ଫଳରେ ପେଟ ରୋଗ, କିଡନୀ ଓ ରୋଗରୋଗ ବ୍ୟାପୁଥିବା ଜଣାପଡ଼ିଥିଲା ।
-
ବିହାରରେ ଦଳିତ ସେନାର ନ୍ୟାସନାଲ ସେକ୍ରେଟାରୀ ରାକେଶ ପାଶୱାନଙ୍କୁ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ରାଜ୍ୟର ହାଜିପୁରରେ ଅମ୍ବେଦକର ଜୟନ୍ତୀ ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ରାକେଶଙ୍କ ଉପରକୁ ୪ ଜଣ ଅଜଣା ବ୍ୟକ୍ତି ଗୁଳିମାଡ଼ କରିଥିଲେ । ତେବେ ଏହି ବ୍ୟକ୍ତିମାନେ ପ୍ରଥମେ ଆସି ରାକେଶଙ୍କ ପାଦ ଛୁଇଁଥିଲେ ଓ ତା’ପରେ ଗୁଳି ଚଳାଇଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି ।
-
ଉତ୍ତରାଖଣ୍ଡରେ ଏହି ନିୟମରେ କିଛି ପରିିବର୍ତ୍ତନ ଘଟିଛି । ସଡ଼କପଥ ବସ୍ ଦୁର୍ଘଟଣା ଯୋଗୁଁ ଯଦି କୌଣସି ପ୍ରାଣହାନି ଘଟେ, ତେବେ ମୃତକଙ୍କ ପରିବାର ସଦସ୍ୟଙ୍କୁ ତୁରନ୍ତ ଦୁଇ ଲକ୍ଷ ବଦଳରେ ସାତ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ଏଥିପାଇଁ, ମାଜିଷ୍ଟ୍ରେଟ ଅନୁସନ୍ଧାନକୁ ଅପେକ୍ଷା କରିବାର ନିୟମ ପୂର୍ବରୁ ହୋଇସାରିଛି।