-
ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ( ଆଇସିସିଆର ) ପକ୍ଷରୁ ପ୍ରାୟୋଜିତ ଜେନ୍ ନେକ୍ସଟ-ଡେମୋକ୍ରାସି-ନେଟ ଓ୍ୱାର୍କ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମରେ ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧିଙ୍କ ପାଇଁ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ଆୟୋଜିତ ଏକ ଆଲୋଚନା ଚକ୍ରରେ ବେଲଜିୟମ, ବ୍ରାଜିଲ, ବୁଲଗେରିଆ, କ୍ରୋଏସିଆ, ଗୁଏନା, ମଙ୍ଗୋଲିଆ, ପର୍ତ୍ତୁଗାଲ୍ ଓ ଦକ୍ଷିଣ ଆଫ୍ରିକା ସମେତ ୮ଟି ଦେଶକୁ ୨୬ ଜଣ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ ।
-
ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀଙ୍କ ୬ ମାସରୁ ୬ ବର୍ଷ ପର୍ଯ୍ୟନ୍ତ ପିଲା ସକାଳ ସାଢ଼େ ୯ରୁ ରାତି ୭ଟା ଯାଏ କ୍ରେଚ୍ରେ ରହିପାରିବେ। ଏନେଇ ସବୁ ବିଭାଗକୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି କରାଯାଇଛି।
-
ଓଡିଶାରେ ରାଜ୍ୟରେ ପ୍ରଥମ କରି କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବାଣିଜ୍ୟ ପରିଷଦ (ଟ୍ରେଡ୍ ବୋର୍ଡ) ଗଠନ ହେବାକୁ ଯାଉଛି। ଏହାଦ୍ୱାରା ରାଜ୍ୟବ୍ୟାପୀ ପ୍ରାୟ ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ୍ ସମାଧାନ ହୋଇପାରିବ। ବିଶେଷକରି ଏହି ବୋର୍ଡ ଦ୍ୱାରା ବ୍ୟବସାୟୀମାନେ ନିଜର ଦାବି ଏବଂ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଜଣାଇପାରିବେ।
-
ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ଆକାଶ ଏୟାର ବେଙ୍ଗାଲୁରୁ ଏବଂ ପୁଣେ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହୋଇଛି। ଓଡ଼ିଶାରୁ ଏହା ଆକାଶ ଏୟାର ଲାଇନ୍ସ ପ୍ରଥମ ବିମାନ ସେବା ।
-
୨୦୨୩-୨୪ ବର୍ଷ ପାଇଁ କେଉଁ କେଉଁ ଦିଗ ଏବଂ ପ୍ରକଳ୍ପକୁ ପ୍ରାଥମିକତା ଦିଆଯିବ ସେ ନେଇ ଖସଡ଼ା ପ୍ରସ୍ତୁତ ହୋଇଛି। ଯୋଜନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ୩୦ଟି ନୂଆ ଅନ୍ତଃପ୍ରବାହୀ ଜଳଭଣ୍ଡାର ପ୍ରକଳ୍ପ (ଇନଷ୍ଟ୍ରିମ ଷ୍ଟୋରେଜ) ହାତକୁ ନିଆଯିବ। ଏହାଦ୍ୱାରା ବିପୁଳ ମାତ୍ରାରେ ଜମିକୁ ଜଳସେଚିତ କରାଯିବା ସହ ପାନୀୟ ଜଳ ଭଳି ସମସ୍ୟାକୁ ଦୂର କରାଯାଇପାରିବ।
-
କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ଜାତୀୟ ଛଉ କେନ୍ଦ୍ର ଉପଦେଷ୍ଟା ଭାବେ ମୟୂରଭଞ୍ଜର ଅନ୍ୟତମ ପ୍ରମୁଖ ଉସ୍ତାଦ ପାଗୁଲୁ ଜେନା ମନୋନୀତ ହୋଇଛନ୍ତି। ଏକାଡେମୀର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବାର ଜଣା ଯାଇଛି। ଶ୍ରୀ ଜେନା ଆସନ୍ତା ପାଞ୍ଚ ବର୍ଷ ପାଇଁ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ।
-
ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ୨ ହଜାରରୁ ଅଧିକ ବୃହତ ଜଳାଶୟ ଗୁଡିକୁ ଆମ ପୋଖରୀ ଯୋଜନା ମାଧ୍ୟମରେ ସର୍ବସାଧାରଣଙ୍କ ବ୍ୟବହାର ଉପଯୋଗୀ କରାଯିବ। ରାଜ୍ୟର ୧୧୫ ଟି ପୌରାଞ୍ଚଳରେ ୨୦୨୩-୨୪ ବର୍ଷ ପାଇଁ ଏ ବାବଦକୁ ୧୨୦ କୋଟି ଟଙ୍କା ବିନିଯୋଗ ଲାଗି ରାଜ୍ୟ ସରକାର ବଜେଟ୍ରେ ମଧ୍ୟ ବ୍ୟୟ ବରାଦ କରିଛନ୍ତି।
-
ଗଞ୍ଜାମ ଜିଲ୍ଲାକୁ ମିଳିଲା ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩। ଦେଶର ସବୁ ଜିଲ୍ଲାକୁ ପଛରେ ପକାଇ ଗଞ୍ଜାମ ହୋଇଛି ଶ୍ରେଷ୍ଠ `ଜିଲ୍ଲା ପଞ୍ଚାୟତ’। ୬ ଗୋଟି ଜାତୀୟ ପଞ୍ଚାୟତ ପୁରସ୍କାର ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।
-
ଡାକ୍ତରଖାନାର କୌଣସି କର୍ମଚାରୀ ୬ ମାସ ପର୍ଯ୍ଯନ୍ତ ଆନ୍ଦୋଳନ କରି ପାରିବେ ନାହିଁ। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନଙ୍କ ପ୍ରତି ଏସମା ଲାଗୁ ହୋଇଛି।
-
ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ମାଟ୍ରିକ ସମେଟିଭ୍-୨, ମଧ୍ୟମା ଓ ଓପନ ସ୍କୁଲ ସାର୍ଟିଫିକେଟର ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଛି । ଏଥର ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ସାରା ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା।
-
ଆଦାନି ବିରୋଧରେ ହିଣ୍ଡେନ୍ବର୍ଗ ଆଣିଥିବା ସଙ୍ଗିନ ଅଭିଯୋଗ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଯେହେତୁ ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି, ଭାରତ ସରକାର କଂପାନିମାନଙ୍କଠାରୁ ଦୂରରେ ରହିଛନ୍ତି।
-
ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟଠୁ ଅଶାନ୍ତ ହୋଇପଡ଼ିଥିବା ସମ୍ବଲପୁରରେ ଗିରଫ ସଂଖ୍ୟା ବଢ଼ିବାରେ ଲାଗିଛି। ପଥର ମାଡ଼ ଓ ଦୋକାନ ପୋଡ଼ା ଘଟଣାରେ ୪୯ ଗିରଫ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଆଉ ୫୦ ଜଣଙ୍କୁ ଗିରଫ କରାଯିବ ବୋଲି ସମ୍ବଲପୁର ଏସ୍ପି ବି. ଗଙ୍ଗାଧର କହିଛନ୍ତି।
-
ଭୁବନେଶ୍ବରରେ ଚଳିତମାସ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ର ତୃତୀୟ ବୈଠକ ହେବ। ଏଥିରେ ଜି-୨୦ ସମୂହ ଦେଶର ପ୍ରତିନିଧି ଯୋଗଦେବେ।
-
ରେଳବାଇ ୨୦୨୨-୨୩ ଆର୍ଥିକ ବର୍ଷରେ ରେକର୍ଡ ୨.୪୦ ଲକ୍ଷ କୋଟି ଟଙ୍କାର ରାଜସ୍ବ ହାସଲ କରିଛି। ୨୦୨୧-୨୨ ତୁଳନାରେ ରେଳବାଇ ୪୯ ହଜାର କୋଟି ଟଙ୍କା ଅଧିକ ଆୟ କରିଛି। ଯାତ୍ରୀ ପରିବହନରୁ ଏହା ୬୩,୩୦୦ କୋଟି ଟଙ୍କା ଏବଂ ମାଲ୍ ପରିବହନରୁ ୧.୬୨ ଲକ୍ଷ କୋଟି ଟଙ୍କା ଆୟ କରିଛି।
-
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଧର୍ମଘଟ ଓ ପିକେଟିଂରେ ସାମିଲ ହୋଇଥିବା ଓକିଲମାନଙ୍କ ବିରୋଧରେ ଅଦାଲତ ଅବମାନନା ବିଚାର ପ୍ରକ୍ରିୟା ବନ୍ଦ କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି।
-
ଫାସ୍ଟ୍ୟାଗ ପାଇଁ ଟୋଲ ଆଦାୟ ୫୮ ପ୍ରତିଶତ ବୃଦ୍ଧି।
-
ଗୁଗଲ ପ୍ଲେ ଷ୍ଟୋରର ୬୦ଟି ଆପ୍ ବିପଦଜନକ.. ୧୦ କୋଟି ଡାଉନ୍ଲୋଡ୍ ହୋଇଛି.. ଏଥିରେ ରହିଛି ବିପଦପୂର୍ଣ୍ଣ ମାଲଓ୍ୱାର।
-
‘୧୮ ଫୁଟ୍ବଲ୍ ଡଟ୍ କମ୍’ ଦେଶରେ ୧୦୦୦ କୋଟିରୁ ଅଧିକ ଠକେଇ କରିଛି। ଏହି ଅସାଧୁ କାରବାରର ଚେର ଚୀନ୍କୁ ଲମ୍ବିଛି। ଅନଲାଇନ ଫୁଟବଲ ଜୁଆ (ବେଟିଂ)ରେ ଟଙ୍କା ଲଗାଇ କୋଟିପତି ହେବା ସ୍ବପ୍ନରେ ଦେଶର ଲକ୍ଷ ଲକ୍ଷ ଲୋକ ଫସିଛନ୍ତି। ଗଞ୍ଜାମ ଜିଲାର ପ୍ରାୟ ୮ ଶହ ଲୋକ ଏହି ଠକେଇ ରାକେଟରେ ପଡିଛନ୍ତି।
-
ଅଲିମ୍ପିକ୍ ବିଜେତା ଓଡ଼ିଆ ତାରକା ପ୍ରମୋଦ ଭଗତ ବ୍ରାଜିଲର ସାଓ ପାଓଲୋରେ ଆୟୋଜିତ ବ୍ରାଜିଲ ପାରା ବ୍ୟାଡ୍ମିଣ୍ଟନ ଆନ୍ତର୍ଜାତିକ ପ୍ରତିଯୋଗିତାର ପୁରୁଷ ଯୁଗଳ ବର୍ଗରେ ସ୍ବର୍ଣ୍ଣ ଜିତିଥିଲା ବେଳେ ଏକକରେ ରୌପ୍ୟ ପଦକ କରାୟତ୍ତ କରିଛନ୍ତି।
-
ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୧୬ରେ ଚେନ୍ନଇ ସୁପରକିଙ୍ଗ୍ସ ତୃତୀୟ ବିଜୟ ହାସଲ କରିଛି। ସୋମବାର ଏମ୍ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ସୋମବାର ଖେଳାଯାଉଥିବା ୨୪ତମ ଲିଗ୍ ମ୍ୟାଚରେ ଚେନ୍ନଇ ୮ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି।