-
1.ବ୍ରିଟେନ ଉପ ପ୍ରଧାନମନ୍ତ୍ରୀ ଡୋମିନିକ୍ ରାବ୍ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ଖରାପ ବ୍ୟବହାର କରିଥିବା ସଂପର୍କରେ ପ୍ରମାଣ ସାମ୍ନାକୁ ଆସିବା ପରେ ସେ ଇସ୍ତଫା ଦେଇଛନ୍ତି।
-
2.ସୀମା ବିବାଦ ପ୍ରସଙ୍ଗରେ ଭାରତ ସହ ସଦ୍ଭାବନା ମନୋଭାବ ରଖି ଚୀନ ଆଲୋଚନା କରୁନାହିଁ। ଏଭଳି କରୁଥିବାର ସାମାନ୍ୟ ପ୍ରମାଣ ମିଳୁନାହିଁ ବୋଲି ଆମେରିକା କହିଛି। ଆମେରିକା ବିଦେଶ ବିଭାଗର ସହକାରୀ ସଚିବ (ଦକ୍ଷିଣ ଏବଂ କେନ୍ଦ୍ରୀୟ ଏସିଆ) ଡୋନାଲ୍ଡ ଲୁ ଏକ ସାକ୍ଷାତକାରରେ ଏଭଳି ମନ୍ତବ୍ୟ ଦେଇଛନ୍ତି।
-
3.ନିକଟରେ ଆମେରିକାର ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସି ପକ୍ଷରୁ ହୋଇଥିବା ଏକ ଆକଳନର ଲିକ୍ ରିପୋର୍ଟରୁ ରୁଷ ପାଖାପାଖି ୪୩ ହଜାର ପର୍ଯ୍ୟନ୍ତ ସୈନିକ ହରାଇଲାଣି। ଅନ୍ୟପକ୍ଷରେ ୧୭୫୦୦ ୟୁକ୍ରେନୀୟଙ୍କ ମୃତ୍ୟୁ ହୋଇଛି ବୋଲି ଆକଳନ କରାଯାଇଛି।
-
4.କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ସ୍କାଏଲାଇଟ ହସ୍ପିଟାଲିଟି କମ୍ପାନି ରିଅଲ ଇଷ୍ଟେଟ୍ କମ୍ପାନି ଡିଏଲ୍ଏଫ୍କୁ କରିଥିବା ଜମି ହସ୍ତାନ୍ତର ମାମଲାରେ କୌଣସି ଅନିୟମିତତା ହୋଇନାହିଁ।
-
5.ଉଜବେକିସ୍ତାନ, ପାକିସ୍ତାନ ଏବଂ ଚୀନ୍ ସମେତ ମୋଟ୍ ୧୫୫ଟି ରାଷ୍ଟ୍ରର ନଦୀରୁ ଜଳ ଆସି ଅଯୋଧ୍ୟା ପହଞ୍ଚିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ଏପ୍ରିଲ ୨୩ ତାରିଖରେ ୧୫୫ଟି ରାଷ୍ଟ୍ରର ନଦୀ ଜଳରେ ରାମଲଲାଙ୍କରର ଜଳାଭିଷେକ କରିବେ।
-
6.ଦେଶର ୧୦୦ଟି ଜିଲ୍ଲାରେ ୧୦୦ଟି ଫୁଡ୍ ଷ୍ଟ୍ରିଟର ବିକାଶ କରାଯିବ। ଏ ନେଇ ଉଭୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି। ଏଥିରେ ଓଡ଼ିଶାରେ ୪ଟି ଫୁଡ୍ ଷ୍ଟ୍ରିଟ୍ ବିକାଶ କରିବା ପ୍ରସ୍ତାବ ରହିଛି।
-
7.ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ୩୦୦ କୋଟି ଟଙ୍କାର ଲାଞ୍ଚ ଦାବି ମାମଲାରେ ଜେରା କରିବାପାଇଁ ସିବିଆଇ ସତ୍ୟପାଲ ମଲିକଙ୍କୁ ଏପ୍ରିଲ ୨୭ ଓ ୨୮ ତାରିଖରେ ତାଙ୍କ ନିଜର ସୁବିଧା ଅନୁଯାୟୀ ହାଜର ହେବାକୁ କୁହାଯାଇଛି ।
-
8.ଚୀନକୁ ଟପି ଭାରତ ବିଶ୍ବର ୧ ନମ୍ବର ଜନବହୁଳ ରାଷ୍ଟ୍ରରେ ପରିଣତ ହୋଇଛି। ଜାତିସଂଘ ପକ୍ଷରୁ କରାଯାଇଥିବା ଆକଳନରେ ଭାରତର ଜନସଂଖ୍ୟା ୧୪୨.୮୬ କୋଟି ବୋଲି ଦର୍ଶାଯାଇଛି।
-
9.ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଖଣ୍ଡସା ଗ୍ରାମରେ ବାଣୀ ୱାଲା ମନ୍ଦିରରେ ଜଣେ ୨୩ ବର୍ଷୀୟ ଯୁବକ ଏକ ମୂର୍ତ୍ତି ସଫା କରୁଥିବାବେଳେ ଭୁଲ୍ବଶତଃ ମୂର୍ତ୍ତିର ଏକ ଅଙ୍ଗୁଳି ଭାଙ୍ଗି ଯାଇଥିଲା। ଯୁବକଙ୍କର ଏହି ଛୋଟିଆ ଭୁଲ୍ ପାଇଁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି।
-
10.୨୦୨୨ରେ ‘ଆଲ୍ଫାବେଟ୍ ଇନ୍କର୍ପୋରେଟ୍’ର ଚିଫ୍ ଏକ୍ଜିକ୍ୟୁଟିଭ୍ ସୁନ୍ଦର ପିଚାଇ କ୍ଷତିପୂରଣ ବାବଦକୁ ପ୍ରାୟ ୨୨୬ ନିୟୁତ ଡଲାର୍ ପାଇଥିବା କଥା ଶୁକ୍ରବାର ଦିନ ଫାଇଲ୍ କରିଥିବା ‘ସିକ୍ୟୁରିଟିଜ୍’ରେ କମ୍ପାନି କହିଛି। ଏହା ହେଉଛି କମ୍ପାନିର ଅର୍ଦ୍ଧାଧିକ କର୍ମଚାରୀ ପାଉଥିବା ବେତନର ୮୦୦ଗୁଣରୁ ଅଧିକ।
-
11.ବିଦେଶରୁ ପାଣ୍ଠି ପାଇବାରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି। ବିଦେଶରେ ବସବାସ କରୁଥିବା ଭାରତୀୟମାନେ ୨୦୨୨ରେ ଭାରତକୁ ୧୦,୦୦୦ କୋଟି ଡଲାର ପଠାଇଛନ୍ତି। ଗତବର୍ଷ ତୁଳନାରେ ସେମାନେ ୧୨ ପ୍ରତିଶତ ଅଧିକ ପାଣ୍ଠି ପଠାଇଛନ୍ତି।
-
12.ଆଇଫୋନ୍ ନିର୍ମାତା ଆପଲ୍ର ସିଇଓ ଟିମ୍ କୁକ୍ ନିଜ ପାଞ୍ଚଦିନିଆ ଭାରତ ଗସ୍ତ ସାରି ଆମେରିକା ଫେରିଯିବା ବେଳେ ସେ ଟ୍ବିଟରରେ ଜଣାଇଛନ୍ତି ଯେ ମୁଁ ପୁଣି ଥରେ ଫେରିବାକୁ ଆଉ ପ୍ରତୀକ୍ଷା କରିପାରୁନି। ଭାରତ ଗସ୍ତରେ ସେ ଅନେକ ସ୍ମୃତି ନେଇ ସ୍ବଦେଶ ଫେରିଛନ୍ତି।
-
13.ହେନଲି ଆଣ୍ଡ ପାର୍ଟନର୍ସ ପକ୍ଷରୁ ବିଶ୍ବର ସବୁଠାରୁ ଧନୀ ସହରର ତାଲିକା ପ୍ରକାଶ ପାଇଛି । ଏହି ଧନୀ ସହର ତାଲିକାରେ କୌଣସି ଭାରତୀୟ ସହର ଶ୍ରେଷ୍ଠ -୧୦ ସ୍ଥାନରେ ରହିପାରିନାହିଁ। ଆମେରିକାର ନ୍ୟୁୟର୍କ ସିଟି ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଛି।
-
14.ନଅ ବର୍ଷ ଭିତରେ ଦେଶରେ ଏଲ୍ପିଜି ଗ୍ରାହକଙ୍କ ସଂଖ୍ୟାରେ ଦୁଇ ଗୁଣା ବୃଦ୍ଧି ଘଟିଛି। ୨୦୧୪ ଏପ୍ରିଲ୍ରେ ଦେଶରେ ୧୪.୫୨ କୋଟି ଏଲ୍ପିଜି ଗ୍ରାହକ ଥିଲେ। ୨୦୨୩ ମାର୍ଚ୍ଚ ସୁଦ୍ଧା ସେମାନଙ୍କ ସଂଖ୍ୟା ୩୧.୩୬ କୋଟିକୁ ବୃଦ୍ଧି ପାଇଛି।
-
15.ଜାତିସଂଘ ଜାରି କରିଥିବା ଏକ ରିପୋର୍ଟ ଅନୁସାରେ ଜନସଂଖ୍ୟାରେ ଚୀନ୍କୁ ଅତିକ୍ରମ କରି ଭାରତ ଏକ ନମ୍ବର ସ୍ଥାନରେ ପହଞ୍ଚିଛି। କିନ୍ତୁ ଅର୍ଥନୀତି ଦୃଷ୍ଟିରୁ ଚୀନ୍ ସହିତ ଭାରତ କୌଣସି ଗୁଣରେ ତୁଳନୀୟ ନୁହେଁ। ଚୀନ୍ର ଅର୍ଥନୀତି ଭାରତଠାରୁ ପ୍ରାୟ ୫ ଗୁଣା ବଡ଼।
-
16.ବିଶିଷ୍ଟ ଜନନେତା ପୂର୍ବତନ ସାଂସଦ ,ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋଙ୍କ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଛି ।
-
17.ଦେଶର ବଡ଼ ବଡ଼ ସହର ତୁଳନାରେ ଓଡ଼ିଆ ଲୋକ ଅଧିକ ଖୁସିରେ ରହିଛନ୍ତି। ଗତ ବର୍ଷ ଓଡ଼ିଶା ଖୁସି ଥିବା ରାଜ୍ୟମାନଙ୍କ ତାଲିକାରେ ୧୬ ନଂ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ଏଥିରେ ଲମ୍ବା ଡିଆଁ ମାରି ୩ ନଂ ସ୍ଥାନକୁ ଉନ୍ନିତ ହୋଇଛି। ଦେଶର ପ୍ରତିଷ୍ଠିତ ମାଗାଜିନ୍ ‘ଦି ୱିକ୍’ ପକ୍ଷରୁ କରାଯାଇଥିବା ‘ହାପି ପ୍ଲସ’ ସର୍ଭେରୁ ଏହା ଜଣାପଡ଼ିଛି।
-
18.ଜାମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଦେବାଶିଷ ବିଶ୍ବାଳଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
-
19.ଓଡ଼ିଶା ମେଡିକାଲ ଓ ହେଲଥ ସର୍ଭିସରେ କାର୍ଯ୍ୟରତ ଡାକ୍ତରଙ୍କୁ ସେମାନଙ୍କର କ୍ୟାରିୟର ମଧ୍ୟରେ ୪ ଥର ପ୍ରମୋସନ ମିଳିବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
-
20.ଭାରତୀୟ ପୁରୁଷ ରିକର୍ଭ ଦଳ ପରେ କମ୍ପାଉଣ୍ଡ ମିଶ୍ରିତ ଯୋଡ଼ି ଏଠାରେ ଚାଲିଥିବା ତୀରନ୍ଦାଜି ବିଶ୍ବକପ୍ ଷ୍ଟେଜ୍-୧ର ଫାଇନାଲ୍ରେ ପହଞ୍ଚିଯାଇଛି।