-
1.ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟୁତ୍ କାଟ ନ କରିବା ନିର୍ଦ୍ଦେଶକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଆଜି ସମସ୍ତ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କୁ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ କଡ଼ା ତାଗିଦ କରିଛନ୍ତି ।
-
2.ଓଡିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଏଗ୍ରିଗେଟର୍ସ ନିର୍ଦ୍ଦେଶାବଳୀ-୨୦୨୩ ଲାଗୁକଲା ରାଜ୍ୟ ପରିବହନ ବିଭାଗ। ଯାତ୍ରୀ ସେବାକୁ ସୁଗମ ଓ ସହଜ କରିବା ପାଇଁ ରାଜ୍ୟରେ ଲାଗୁ ହେଲା ଏହି ନିୟମ। ଏଗ୍ରିଗେଟର ଭାବେ କାର୍ଯ୍ୟ କରୁଥିବା ସଂସ୍ଥା ଏହି ନିୟମର ଅନ୍ତର୍ଭୁକ୍ତ ଓ ପରିଚାଳିତ ହେବେ। ଓଲା, ଉବେର ଓ ରାପିଡୋ ଭଳି ଯାତ୍ରୀ ପରିବହନ ସଂସ୍ଥା ଏହି ନିୟମର ହେବେ ଅନ୍ତର୍ଭୁକ୍ତ।
-
3.ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଅଧିନରେ ରହିଥିବା ମଙ୍ଗାନାସୀଠାରେ ଅବସ୍ଥିତ ବଡ଼ମୂଳ ସାଉଥ୍ ସ୍ୟାଣ୍ଡ ରିସୋର୍ଟ ତଥା ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ରାଜ୍ୟରେ ରେକର୍ଡ଼ ସୃଷ୍ଟି କରିଛି । ରାଜ୍ୟର ଅନ୍ୟ ଇକୋ ଟୁରିଜିମ୍ ପ୍ରକଳ୍ପ ମଧ୍ୟରୁ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ସବୁଠାରୁ ଅଧିକ ଆୟ ଦେଇଛି ।୨୦୧୬-୧୭ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା ୬ କୋଟିରୁ ଉର୍ଦ୍ଧ୍ୱ ଆୟ ଦେଇଥିବା ସୂଚନା ମିଳିଛି ।
-
4.ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ବିଡ଼ିଓ ଦେବଜାନୀ ଭୁଁୟାଙ୍କ କଥା ।ପେଶାରେ ପ୍ରଶାସନ ଅଧିକାରୀ ହୋଇ ଥିଲେ ବି ନିଶା କିନ୍ତୁ ଚିତ୍ର ଅଙ୍କିବା । ଚିତ୍ର ମାଧ୍ୟମରେ ଅନ୍ୟ ମାନଙ୍କୁ ପ୍ରେରଣା ଦେବା ସହ ସମାଜରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା । ଏପରିକି ଵ୍ୟସ୍ତ ବହୁଳ ଜୀବନ ମଧ୍ୟରେ ୨୦୦ ରୁ ଉର୍ଦ୍ଧ ଚିତ୍ରପଟ କରିପାରିଛନ୍ତି ।
-
5.କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ୧୨ ତୁଗଲକ୍ ଲେନରେ ଥିବା ତାଙ୍କ ସରକାରୀ ବାସଭବନ ସମ୍ପୂର୍ଣ୍ଣ ରୂପେ ଖାଲି କରିଛନ୍ତି। ସାଂସଦ ଭାବରେ ତାଙ୍କୁ ଏହି ବଙ୍ଗଳା ମିଳିଥିଲା । ରାହୁଲ ପ୍ରାୟ ଦୁଇ ଦଶନ୍ଧି ଧରି ଏହି ଘରେ ରହୁଥିଲେ।
-
6.ସେନାବାହିନୀରେ ଯୋଗ ଦେବା ପାଇଁ ହେଉଥିବା ନିଯୁକ୍ତି ପ୍ରକ୍ରିୟାରେ ଢାଞ୍ଚାଗତ ପରିବର୍ତ୍ତନ କରାଯାଇଛି। ପରୀକ୍ଷାର୍ଥୀମାନେ ପ୍ରଥମେ ଅନ୍ଲାଇନ୍ରେ ନିଜର ପଞ୍ଜୀକରଣ କରିବା ପରେ ବୈଧ ଥିବା ଆବେଦନଗୁଡ଼ିକୁ ବିଚାରକୁ ନିଆଯାଇ ପ୍ରଥମେ କମ୍ପ୍ୟୁଟର ମାଧ୍ୟମରେ ଲିଖିତ ପରୀକ୍ଷା ଅନୁଷ୍ଠିତ କରାଯିବ। ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ଶାରୀରିକ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ। ପରେ ଅନ୍ତିମ ପର୍ଯ୍ୟାୟରେ ଡାକ୍ତରୀ ପରୀକ୍ଷା ଅନୁଷ୍ଠିତ ହେବ।
-
7.ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ସକାଳ ୭ଟାରୁ ୧୦ଟା ଯାଏ ଖୋଲା ରହିବ । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆଜି ନିର୍ଦ୍ଦେଶନାମା ଜାରି କରାଯାଇଛି ।
-
8.ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଶନିବାର କହିଛନ୍ତି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ନେତା ଅଜିତ ପାଓ୍ବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ। କାରଣ ତାଙ୍କ ନିକଟରେ ବ୍ୟାପକ ପ୍ରଶାସନିକ ଅନୁଭବ ରହିଛି।
-
9.ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଶନିବାର ଅର୍ଥାତ୍ ୨୨ ଏପ୍ରିଲରେ ତା’ର ଏକ ବଡ ମିଶନରେ ପୋଲାର ସାଟେଲାଇଟ ଲଞ୍ଚ ଭେଇକଲ(ପିଏସଏଲଭି)ଲଞ୍ଚ କରିଛି।
-
10.ଆମେରିକା ଯାଇ ସେଠାରେ ଚାକିରି କରିବାର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଚଳିତ ବର୍ଷ ଭାରତୀୟଙ୍କୁ ୧୦ ଲକ୍ଷ ଭିଜା ଜାରି କରାଯାଇପାରେ।
-
11.‘ମନ କି ବାତ’ର ୧୦୦ତମ ଏପିସୋଡ ସମ୍ପୂର୍ଣ୍ଣ ହେବା ଅବସରରେ ୧୦୦ ଟଙ୍କିଆ ମୁଦ୍ରା ଜାରି କରାଯିବ।
-
12.ଆମେରିକୀୟ ସୁପ୍ରିମକୋର୍ଟ ଏକ ରାୟ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଗର୍ଭପାତ ପାଇଁ ମହିଳାମାନେ ବହୁଳ ଭାବେ ବ୍ୟବହାର କରୁଥିବା ‘ମିଫେପ୍ରିଷ୍ଟୋନ’ ଔଷଧକୁ ବୈଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ।
-
13.ଗୁଗଲ ଗୋଟିଏ ପଟେ କର୍ମଚାରୀଙ୍କୁ ଛଟେଇ କରୁଛି। ଅନ୍ୟପଟେ ଏହାର ସିଇଓ ଗତବର୍ଷ ପ୍ରାୟ ୧୯ ଅରବ ଟଙ୍କା ରୋଜଗାର କରିଥିଲେ।
-
14.ଜଳବାୟୁ ପରିବର୍ତ୍ତନଜନିତ ସଂକଟର ମୁକାବିଲା ଭାରତ ନେଇଥିବା ନିଷ୍ପତ୍ତିର ସଫଳ ପାଳନ ଉପରେ ନିର୍ଭର କରୁଛି ବୋଲି ଆମେରିକାର ଉପବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ କହିଛନ୍ତି
-
15.ଦେଶର ବିଦେଶୀ ମୁଦ୍ରା ଭଣ୍ଡାର କ୍ରମାଗତ ଦୁଇ ସପ୍ତାହ ହେଲା ବୃଦ୍ଧି ପାଇଛି। ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ ବିଦେଶୀ ମୁଦ୍ରା ଭଣ୍ଡାରରେ ୧.୬୫୭ ବିଲିଅନ ଡଲାର ବୃଦ୍ଧି ଘଟି ୫୮୬.୪୧୨ ବିଲିଅନ ଡଲାରରେ ପହଞ୍ଚିଛି।
-
16.ବିଦେଶରୁ ପାଣ୍ଠି ପାଇବାରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି। ବିଦେଶରେ ବସବାସ କରୁଥିବା ଭାରତୀୟମାନେ ୨୦୨୨ରେ ଭାରତକୁ ୧୦,୦୦୦ କୋଟି ଡଲାର ପଠାଇଛନ୍ତି। ଗତବର୍ଷ ତୁଳନାରେ ସେମାନେ ୧୨ ପ୍ରତିଶତ ଅଧିକ ପାଣ୍ଠି ପଠାଇଛନ୍ତି।
-
17.କଂଗ୍ରେସରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଜୟ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ବ ମିଳିଛି । ତାଙ୍କୁ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଏନେଇ ଏଆଇସିସି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି।
-
18.ଚଳିତବର୍ଷ ନ୍ୟୁୟର୍କ ପୁଣିଥରେ ବିଶ୍ୱର ଧନୀ ସହର ଭାବରେ ସୁନାମ ଅର୍ଜନ କରିଛି। ‘ଗ୍ଲୋବାଲ ୱେଲଥ ଟ୍ରାକର ହେନଲେ ଆଣ୍ଡ ପାର୍ଟନର୍ସ’ ଅନୁସାରେ ଏହି ସହରରେ ବିଶ୍ୱର ସର୍ବାଧିକ ୩ ଲକ୍ଷ ୪୦ହଜାର କୋଟିପତି ବସବାସ କରୁଛନ୍ତି।
-
19.ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ ଜଣେ ଆହିଦାସୀ ନବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଜାଭେଦ୍ ଅଖତରନାମକ ଯୁବକ ଏବଂ ତାର ସାଙ୍ଗମାନେ ନାବାଳିକାଙ୍କୁ ଦୁଷ୍କର୍ମପରେ ହତ୍ୟା କରିଥିବା ନାବାଳିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ଅଖତର ପୂର୍ବରୁ ନାବାଳିକାଙ୍କୁ ଜାଣିଥିବା ଅଭିଯୋଗ ହୋଇଛି ।
-
20.ବ୍ରିଟେନ, ସିଙ୍ଗାପୁର ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ୧୮ ଟି ଦେଶର ବ୍ୟାଙ୍କ ସହିତ ସ୍ପେଶାଲ୍ ରୁପି ଭୋଷ୍ଟ୍ରୋ ଆକାଉଣ୍ଟସ୍ (SRVA) ଖୋଲିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୬୦ ଟି ଅନୁରୋଧକୁ ଅନୁମୋଦନ କରିଛି। ସେ କହିଛନ୍ତି ଯେ ବିଭିନ୍ନ ଦେଶରେ ଥିବା ପ୍ରତିପକ୍ଷଙ୍କ ସହ କେନ୍ଦ୍ରୀୟ ବ୍ୟାଙ୍କ ଏହି ପ୍ରସଙ୍ଗରେ ଆଲୋଚନା କରୁଛି।