-
ବିଶ୍ବର ଚର୍ଚ୍ଚିତ ସ୍ମାର୍ଟଫୋନ୍ ଆଇଫୋନ୍ ନିର୍ମାଣ କରୁଥିବା ଆମେରିକୀୟ ସଂସ୍ଥା ଆପଲ୍ର ବଜାର ପୁଞ୍ଜି ୩ ଲକ୍ଷ କୋଟି ଡଲାରରୁ ଅଧିକ ହୋଇଛି। ବିଶ୍ବର ସବୁଠୁ ମୂଲ୍ୟବାନ କଂପାନି ଭାବେ ପରିଗଣିତ ହେଉଥିବା ଆପଲ୍ର ସେୟାର ମୂଲ୍ୟ ମଧ୍ୟ ୧୯୧.୪ ଡଲାରକୁ ବୃଦ୍ଧି ପାଇଛି।
-
୨୦୦୬ ଚଳଚ୍ଚିତ୍ର ‘ଲିଟିଲ ମିସ ସନସାଇନ’ ପାଇଁ ଓସ୍କାର ଜିତିଥିବା ହଲିଉଡ ବାଦଶାହ ଏଲନ ଆର୍କିନଙ୍କ ୮୯ ବର୍ଷ ବୟସରେ ପରଲୋକ। କାଲିଫର୍ନିଆର କାର୍ଲସବାଡର ନିଜସ୍ବ ବାସଭବନରେ ଅର୍କିନ ଗୁରୁବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
-
ଚଳିତ ହଜ୍ ତୀର୍ଥଯାତ୍ରା ସମୟରେ ୨ ହଜାରରୁ ଅଧିକ ଲୋକ ଅଂଶୁଘାତର ଶିକାର ହୋଇଛନ୍ତି। ୨୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଚଳିତଥର ୧.୮ ନିୟୁତ ଶ୍ରଦ୍ଧାଳୁ ହଜ୍ ତୀର୍ଥଯାତ୍ରାରେ ଯୋଗ ଦେଇଛନ୍ତି।
-
କେନ୍ଦ୍ର ସରକାର ଓଡ଼ିଶା ସମେତ ୧୯ଟି ରାଜ୍ୟକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍ଡିଆର୍ଏଫ୍) ଅଧୀନରେ ୬,୧୯୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଞ୍ଜୁର କରିଛନ୍ତି।
-
ଗୁଜରାଟରେ ଦୁଇଦିନ ହେଲା ପ୍ରବଳ ବର୍ଷା ହେଉଛି। ଗତ ୩୦ ଘଣ୍ଟା ମଧ୍ୟରେ ଗୁଜରାଟ ୨୦୦ ମିମି ବର୍ଷାଜଳ ଗ୍ରହଣ କରିଛି। ଅନ୍ୟପକ୍ଷେ ବର୍ଷାଜନିତ କାରଣ ପାଇଁ ରାଜ୍ୟରେ ଗତ ୨ ଦିନ ମଧ୍ୟରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି।
-
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଠାରୁ ସିଜ୍ ହୋଇଥିବା ସମ୍ପତ୍ତିରେ ୭୬ଟି ଫ୍ଲାଟ୍ଘର ତିଆରି କରି ଗରିବଙ୍କୁ ବାଣ୍ଟିଲେ।
-
ଆଉ ଜଣେ ଓଡ଼ିଆ ଅଭୟ ହୋତା ଫେଡେରାଲ ବ୍ୟାଙ୍କର ଅଧ୍ୟକ୍ଷ ନିଯୁକ୍ତ ।
-
ମହାରାଷ୍ଟ୍ର ଅନ୍ତର୍ଗତ ‘ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ୍ୱେ’ରେ ଯାଉଥିବା ଗୋଟାଏ ବସ୍ରେ ନିଆଁ ଲାଗିଯିବାରୁ ପ୍ରାୟ ୨୫ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୮ଜଣ ଆହତ ହୋଇଥିବା କଥା ପୁଲିସ କହିଛି।
-
ସମାନ ନାଗରିକ ସଂହିତାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ । ବହୁମତରୁ ଦୂରରେ ଥିବାରୁ ରାଜ୍ୟସଭାରେ ବିଲ୍ ପାସ୍ ହେବା ନେଇ ଉଠିଲା ପ୍ରଶ୍ନ ।
-
କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂହଙ୍କୁ ଗୁରୁବାର ଦିନ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ଗଡ଼କରୀ ଏବଂ ସିଂହ ପୁନେ ନିକଟସ୍ଥ ପିମ୍ପଡ଼ି ଛିଞ୍ଚୱାଡ଼ାରେ ସ୍ବର୍ଗତ କଂଗ୍ରେସ ନେତା ରାମକ୍ରିଷ୍ଣା ମୋରେଙ୍କ ଉପରେ ଏକ ପୁସ୍ତକ ଉନ୍ମୋଚନ ସମୟରେ ଗୋଟିଏ ମଞ୍ଚରେ ଏକାଠି ଥିଲେ।
-
ଉଦ୍ଧବ ଠାକ୍ରେଙ୍କ ଶିବସେନା (ୟୁବିଟି) କେନ୍ଦ୍ର ସରକାରଙ୍କ ୟୁସିସି (ସମାନ ନାଗରିକ ସଂହିତା)କୁ ସମର୍ଥନ କରିବ। ଶିବସେନା ୟୁବିଟି ନେତା ସଂଜୟ ରାଉତ କହିଛନ୍ତି, ଦଳର ବିଚାରଧାରା ସବୁବେଳେ ୟୁସିସିକୁ ସମର୍ଥନ କରେ।
-
ଦିଲ୍ଲୀର ଆପ୍ ସରକାର ଆଜି କେନ୍ଦ୍ର ସରକାରଙ୍କ ନିଯୁକ୍ତି-ବଦଳି ସଂକ୍ରାନ୍ତ ଦିଲ୍ଲୀ ଅଧ୍ୟାଦେଶକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦିଲ୍ଲୀ ଅଧ୍ୟାଦେଶକୁ ଆପ୍ ଅସାମ୍ବିଧାନିକ ଏବଂ ଏକଚାଟିଆ ବୋଲି କହିଛି।
-
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଠାକୁରମାହାଲ ପୂର୍ଣାଙ୍ଗ ଟ୍ରଷ୍ଟବୋର୍ଡ ଗଠିତ; ପୁଣି ସଦସ୍ୟ ହେଲେ ନୀଳଗିରି ବିଧାୟକ ।
-
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା, ୱାଗନେର ବିଦ୍ରୋହ ଏବଂ ୟୁକ୍ରେନ ସଂଘର୍ଷ ଉପରେ କଲେ ଚର୍ଚ୍ଚା
-
‘ଯବାନ’ର ମ୍ୟୁଜିକ ରାଇଟ୍ସ ପାଇଁ ହେଲା ୩୬ କୋଟିର ଡିଲ, ଭାଙ୍ଗିଲା ସବୁ ରେକର୍ଡ ।
-
ଏୟାର ଇଣ୍ଡିଆକୁ ୧୮ ହଜାର କୋଟି ଟଙ୍କାରେ କିଣିବା ପରେ ଟାଟା ଗ୍ରୁପ୍ ସେଥିରେ ପରିବର୍ତ୍ତନ ଆଣୁଛି। ଏହି ପ୍ରକ୍ରିୟାରେ ମହାରାଜା ମାସ୍କଟ୍ର ଯୁଗ ଶେଷ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ୧୯୪୬ରେ ଏୟାର ଇଣ୍ଡିଆର ବାଣିଜ୍ୟିକ ନିର୍ଦ୍ଦେଶକ ବବି କୋକା ଓ ଜେ ୱାଲ୍ଟର ଥମ୍ପ୍ସନ୍ ନାମକ ବିଜ୍ଞାପନ ଏଜେନ୍ସିର ଚିତ୍ରକର ଉମେଶ ରାଓ ମିଳିତ ଭାବେ ‘ମହାରାଜା’ ମାସ୍କଟ୍ ପ୍ରସ୍ତୁତ କରିଥିଲେ।
-
ମଣିପୁର ରିଲିଫ୍ ଶିବିର ବୁଲିଲେ ରାହୁଲ: ରାଜ୍ୟପାଳଙ୍କୁ ଭେଟି ସମସ୍ୟା ଜଣାଇଲେ ।
-
ବିଶ୍ବର ପ୍ରଥମ ଉଡ଼ନ୍ତା କାରକୁ ଆମେରିକା ସରକାରଙ୍କ ଅନୁମତି, ଥରେ ଚାର୍ଜ କଲେ ଉଡ଼ିପାରିବ ୧୭୭ କିମି ।
-
ଉତ୍ତରଖାଣ୍ଡରେ ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ ୟୁନିଫର୍ମ ସିଭିଲ କୋଡ଼ ନିୟମ: ପୁଷ୍କର ସିଂହ ଧାମୀ ।
-
ଭାରତ ଏସିଆନ କବାଡ଼ି ଚାମ୍ପିୟନ ୨୦୨୩ରେ ଇତିହାସ ରଚିଛି । ଦକ୍ଷିଣ କୋରିଆର ବୁସାନାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ତା’ର ଚିର ପ୍ରତିଦ୍ୱନ୍ଦ୍ୱୀ ଇରାନକୁ ସହଜରେ ପରାସ୍ତ କରିଥିଲା ।