-
ଉତ୍ତର କୋରିଆ ତା’ର ପୂର୍ବ ଉପକୂଳରୁ ଏକ ସନ୍ଦିଗ୍ଧ ବାଲେଷ୍ଟିକ ମିଶାଇଲ ଲଞ୍ଚ କରିଛି। ଏମିତି ଦାବି କରିଛି ଜାପାନର ପ୍ରଧାମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଟୁଇଟ।
-
ଦେଶର ସୁଦୂର ପଶ୍ଚିମ ପ୍ରଦେଶରେ ବେଆଇନ ଫାର୍ମାସି ଚଳାଇଥିବା ଅଭିଯୋଗରେ ନେପାଳ ପୋଲିସ ୯ ଭାରତୀୟ ନାଗରିକଙ୍କୁ ଗିରଫ କରିଛି।
-
ଅଷ୍ଟ୍ରେଲିଆର ଜଣେ ମହିଳା ସାଂସଦ ତାଙ୍କ ସହକର୍ମୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। କାନ୍ଦି କାନ୍ଦି ସେ କହିଛନ୍ତି, ସଂସଦ ଗୃହ ମହିଳାମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ନୁହେଁ।
-
ମିଳିତ ଜାତିସଂଘର ସାଧାରଣ ସଭା ଭାରତ ନେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛି। ଏହି ପ୍ରସ୍ତାବ ଅନୁଯାୟୀ ମିଳିତ ଜାତିସଂଘ ମୁଖ୍ୟାଳୟରେ ଏକ ସ୍ମୃତି ପ୍ରାଚୀର ନିର୍ମାଣ କରାଯିବ।
-
କୋଓ୍ବିନ୍ ତଥ୍ୟ ଲିକ୍ ସମ୍ପର୍କିତ ରିପୋର୍ଟ ଉପରେ ଆଲୋଚନା କରିବାକୁ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିର ସ୍ଥାୟୀ ସଂସଦୀୟ କମିଟି ଗୁରୁବାର ମନା କରିଦେଇଛି।
-
କର୍ନାଟକରେ ସ୍କୁଲ୍ ପାଠ୍ୟପୁସ୍ତକରେ ପରିବର୍ତ୍ତନକୁ ନେଇ ବିବାଦ ଲାଗିରହିଥିବା ବେଳେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସ୍ଏସ୍)ର ପ୍ରତିଷ୍ଠାତା ବଳିରାମ ହେଡ୍ଗଓ୍ବୋରଙ୍କ ଉପରେ ବିଷୟ ହଟାଇବାକୁ ସିଦ୍ଧରମୟାଙ୍କ ନେତୃତ୍ୱ କଂଗ୍ରେସ ସରକାର ନିଷ୍ପତ୍ତି ନେଇଛନ୍ତି।
-
ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ ଆଇନ ଆୟୋଗ ପୁଣି ଥରେ ଦେଶବାସୀଙ୍କଠାରୁ ମତାମତ ଲୋଡିଛନ୍ତି।
-
ଆସାମର ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଅନୁରାଗ ଗୋଏଲଙ୍କୁ ନିଯୁକ୍ତ କରାଯାଇଛି।
-
କର୍ନାଟକ ହାଇକୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ଚେତାବନୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯଦି ଫେସବୁକ ରାଜ୍ୟ ପୋଲିସ ସହ ସହଯୋଗ କରିବାରେ ସକ୍ଷମ ନୁହେଁ, ତେବେ ଏହା ସମଗ୍ର ଭାରତରେ ଏହାର ସେବା ବନ୍ଦ କରିବାକୁ ମଧ୍ୟ ବିଚାର କରିପାରିବ।
-
ସୁରପଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ କାବାଲିର ପ୍ରୟୋଜକ କେ.ପି. ଚୌଧୁରୀଙ୍କୁ ବୁଧବାର ଡ୍ରଗ୍ସ ମାମଲାରେ ହାଇଦ୍ରାବାଦ ପୋଲିସ ଗିରଫ କରିଛି। ୯୦ ପ୍ୟାକେଟ୍ରୁ ପାଖାପାଖି ୮୨.୭୫ ଗ୍ରାମର କୋକେନ ପୋଲିସ ତାଙ୍କ ନିକଟରୁ ଜବତ କରିଛି।
-
ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ସଫଳତା । ସର୍ବଭାରତୀୟ ସ୍ତରର ଓଡ଼ିଶାକୁ ମିଳିଛି ଦ୍ବିତୀୟ ସ୍ଥାନ ମିଳିଥିବା ବେଳେ ଗଞ୍ଜାମ ସର୍ବଶ୍ରେଷ୍ଠ ଜିଲ୍ଲା ବିବେଚିତ ହୋଇଛି । କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଅଧୀନସ୍ଥ କେନ୍ଦ୍ର ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ବିଭାଗ ପକ୍ଷରୁ ଜଳଶକ୍ତି ପୁରସ୍କାରରେ ପ୍ରଥମ ସ୍ଥାନରେ ମଧ୍ୟପ୍ରଦେଶ ରହିଛି । ଦ୍ୱିତୀୟରେ ଓଡ଼ିଶା ଓ ତୃତୀୟ ସ୍ଥାନରେ ମିଳିତ ଭାବେ ଆନ୍ଧ୍ରପ୍ରଦେଶ ଓ ବିହାର ରହିଛନ୍ତି।
-
ହେଲିକପ୍ଟର ଏମର୍ଜେନ୍ସି ମେଡିକାଲ ସର୍ଭିସ (ଏଚ୍ଏମ୍ଏସ୍) ଯୋଜନା ଆରମ୍ଭ ହେବାକୁ ଯାଉଛି । ଦୁର୍ଘଟଣାରେ ଆହତଙ୍କ ସମେତ ଦୁଗର୍ମ ଅଞ୍ଚଳରେ ରହୁଥିବା ଗୁରୁତର ରୋଗୀଙ୍କୁ ହେଲିକପ୍ଟର ସହାୟତାରେ ଡାକ୍ତରଖାନା ପଞ୍ଚାଇବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ପରିବହନ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଉଦ୍ୟମରେ ପ୍ରଥମଥର ପାଇଁ ଦେଶରେ ଏପରି ବ୍ୟବସ୍ଥା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।
-
ଭୁବନେଶ୍ୱର ରାଜଧାନୀରେ ପ୍ରବେଶ କରିବାକୁ ଏଆଇ ଟୁଲ ମଧ୍ୟରେ, ଡିପ୍ କୋଡ୍, ଟ୍ୟାବ୍ ଲାଇନ୍, ଗିଟ୍ ହବ୍ କୋପାଇଲଟ୍, ମିଲଟଲିଭାଏ ଓ ଚାଟ୍ ଜିପିଟି। ଏଗୁଡ଼ିକ ବଡ଼ ବଡ଼ ଆପ୍ଲିକେସନ୍ର କୋଡ୍ ବେସ୍କୁ ସୁରକ୍ଷା ଦେବା, କୋଡ୍ ଲେଖିବା, କୋଡିଂ କରିବା ପରେ ଏହାକୁ ସଂକ୍ଷିପ୍ତ କରିବା, ଡିକୋଡ୍ ଓ ଡକ୍ୟୁମେଣ୍ଟେସନ୍ କରିବାରେ ସହାୟକ ହେବ।
-
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ବିଷୟରେ ଆଲୋଚନା କରିଥିଲେ ଏବଂ ୧୫ ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟର ନିଟ୍ ଟପ୍ପର ।ସ୍ବୟଂଶକ୍ତି ତ୍ରିପାଠୀ ଓଡ଼ିଶାରୁ ଟପ୍ପର ହୋଇଥିବାବେଳେ ସର୍ବଭାରତୀୟ ସ୍ତରରେ ଅଷ୍ଟମ ସ୍ଥାନ ହାସଲ କରିଛନ୍ତି । ସେହିପରି ସୂର୍ଯ୍ୟପ୍ରତାପ ମିଶ୍ର ଓଡ଼ିଶାରୁ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ, ସର୍ବଭାରତୀୟ ସ୍ତରରେ ୩୫ତମ ରାଙ୍କରେ ହାସଲ କରିଛନ୍ତି ।
-
କର୍ନାଟକର ସିଦ୍ଦାରାମାୟା ସରକାର ଗୁରୁବାର କିଛି ବଡ ନିଷ୍ପତ୍ତି ନେଇଛନ୍ତି। କର୍ନାଟକ ମନ୍ତ୍ରିମଣ୍ଡଳ ବୈଠକରେ ଭାଜପା ଶାସନ କାଳରେ ଆସିଥିବା ଧର୍ମାତରଣ ରଦ୍ଦ ଆଇନ(ଆଣ୍ଟି କନଭରସେଶନ ଲ)କୁ ରଦ୍ଦ କରିବାର ନିଷ୍ପତ୍ତି ନିଆଯାଇଛି।
-
ଜାନୁଆରୀରୁ ମେ ମଧ୍ୟରେ ୬୩୬.୦୭ ଲକ୍ଷ ଲୋକ ଘରୋଇ ବିମାନରେ ଯାତ୍ରା କରିଛନ୍ତି। ଗତ ବର୍ଷ ୨୦୨୨ରେ ଏହି ସମୟ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ୪୬୭.୩୭ ଲକ୍ଷ ଥିଲା।
-
ମଧ୍ୟରାତ୍ରିରେ ଗୁଜରାଟର କଚ୍ଛ ଜିଲାର ଜଖଉ ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁଲା ଘୁର୍ଣ୍ଣିବାତ୍ୟା ବିପର୍ଯ୍ୟୟ, ଘଣ୍ଟା ପ୍ରତି ପବନ ବେଗ ୧୪୫ କିଲୋମିଟର ଥିଲା। ଘୁର୍ଣ୍ଣିବାତ୍ୟା ବିପର୍ଯ୍ୟୟରେ ୨୨ ଆହତ, ୨ ମୃତ ହେବା ସହ ଭୁଜ୍ ଓ ଦ୍ୱାରକା ସମେତ ୯୪୦ ଗାଁ ଅନ୍ଧାରରେ ଅଛି ।
-
ଆଜିଠୁ ‘ମୋ ଘର’ ପାଇଁ ଆବେଦନ ଆରମ୍ଭ, rhodisha. gov. in/moghara ଓ୍ବେବସାଇଟରେ କରିପାରିବେ ଅନଲାଇନ ଆବେଦନ କରାଯାଇ ପାରିବ ।
-
ଏସିଆ କପ୍ ୨୦୨୩ ର ତାରିଖ ଘୋଷଣା କରାଯାଇଛି। ଏସୀୟ କ୍ରିକେଟ୍ ପରିଷଦ ଏହି ସୂଚନା ଦେଇଛି। ଏହି ଟୁର୍ନାମେଣ୍ଟ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧୭ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତ, ପାକିସ୍ଥାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ନେପାଳର ଦଳ ମୋଟ ୧୩ ଟି ମ୍ୟାଚ୍ ଖେଳିବେ।