-
ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଦୁଇଜଣଙ୍କ ସହ ୨୦୨୨ ଓ ୨୦୨୩ ବର୍ଷ ପାଇଁ ମୋଟ ୩୦ ଜଣ ନର୍ସଙ୍କୁ ଏହି ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରିଛନ୍ତି। ଓଡିଶାରୁ ନର୍ସିଂ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନବରଙ୍ଗପୁର ଜିଲ୍ଲା ହସ୍ପିଟାଲର ନର୍ସିଂ ଅଫିସର ସେବତୀ ସାହୁ ଓ ପୁରୀ ଜିଲ୍ଲା କଣାସ ବ୍ଲକ୍ ସାହାସପୁର ସ୍ବାସ୍ଥ୍ୟ ଉପକେନ୍ଦ୍ରର ଏଏନ୍ଏମ୍ ମଂଜୁଲତା ମହାରଣା ପାଇଛନ୍ତି।
-
ଫେସ୍ ପ୍ରମାଣୀକରଣ ବୈଶିଷ୍ଟ୍ୟ ସହିତ ପିଏମ୍-କିଷାନ୍ ମୋବାଇଲ୍ ଆପ୍କୁ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଦ୍ବାରା ଆରମ୍ଭ କରାଯାଇଛି।
-
ଚଳିତମାସରେ ଭାରତୀୟଙ୍କର ସୁଖ ସ୍ତରରେ ହ୍ରାସ ଘଟିଥିବା ‘ଇପସୋସ ଇଣ୍ଡିଆବସ୍ ହାପିନେସ୍ ମନିଟର’ ପକ୍ଷରୁ କୁହାଯାଇଛି। ଦୁଃଖୀ ସହରୀ ଭାରତୀୟଙ୍କ ଯୋଗୁ ଏହା ଘଟିଛି ବୋଲି ଅନୁଧ୍ୟାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି।
-
ଓଡ଼ିଶା ଛୁଇଁଲା ମୌସୁମୀ l ମାଲକାନଗିରି, କୋରାପୁଟ ଓ ଗଜପତିରେ ମୌସୁମୀ ବର୍ଷା ହେଲା ଆରମ୍ଭ । ଆଗାମୀ ୨ ଦିନ ଭିତରେ ସାରା ରାଜ୍ୟକୁ ମୌସୁମୀ ବାୟୁ ଆଗ୍ରସର ହେବ l ଏ ନେଇ ପାଣିପାଗ ବିଭାଗର ସୂଚନା l
-
କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅବଧିକୁ ଏପ୍ରିଲ ୧୩, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
-
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଥମ ମହିଳା ଜିଲ ବାଇଡେନ ଗୁରୁବାର ଦିନ ହ୍ବାଇଟ୍ ହାଉସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି।
-
ପାକିସ୍ତାନରେ ଏବେ ଶିଶୁ ନିର୍ଯାତନା ମାମଲାରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳୁଛି। ଅଧିକାଂଶ ମାମଲା ଶିଶୁ ଯୌନ ଉତ୍ପୀଡ଼ନ ସଂକ୍ରାନ୍ତ ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲ ଉଦ୍ବେଗ ପ୍ରକାଶ କରିଛନ୍ତି। ୨୦୨୨ର ଏକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ୪୨୫୩ ଶିଶୁ ନିର୍ଯାତନା ମାମଲା ରିପୋର୍ଟ ହୋଇଥିଲା।ଏଥିରୁ ଅଧା ଶିଶୁ ଯୌନ ଶୋଷଣର ଶିକାର ହୋଇଥିଲେ।
-
ମୁଖ୍ୟମନ୍ତ୍ରୀ ୫ଟି ଉପକ୍ରମରେ ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ ନିମନ୍ତେ ୨.୪୯ କୋଟି ଟଙ୍କା ମଞ୍ଜୁର କଲେ ।
-
ଆମେରିକାର ମାଇକ୍ରୋ ଚିପ୍ ନିର୍ମାତା ମାଇକ୍ରନ୍ ଗୁଜରାଟରେ ଏକ ନୂଆ ସେମିକଣ୍ଡକ୍ଟର ଆସେମ୍ବଲି ଓ ଟେଷ୍ଟିଂ କାରଖାନା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ‘ଆହାର’ କେନ୍ଦ୍ର ପରିଚାଳନା ପାଇଁ ୨୦ କୋଟି ମଞ୍ଜୁର କଲେ l
-
ତାମିଲନାଡ଼ୁର ତମ୍ବା କାରଖାନାକୁ ବେଦାନ୍ତ ଲିମିଟେଡ ୪୫୦୦ କୋଟି ଟଙ୍କାରେ ବିକ୍ରି କରିପାରେ। ଗତବର୍ଷ ବେଦାନ୍ତ ଏହି କାରଖାନା ବିକ୍ରି ପାଇଁ ଇଓଆଇ (ଆଗ୍ରହ ପ୍ରକାଶ) ଆହ୍ବାନ କରିଥିଲା।
-
ବାଇଡେନ ଦମ୍ପତିଙ୍କୁ ୧୦ ଉପନିଷଦ, ଦଶଦାନ, ଚନ୍ଦନକାଠ ବାକ୍ସ, ସବୁଜ ହୀରା ମୋଦୀଙ୍କ ସ୍ବତନ୍ତ୍ର ଉପହାର ଦେଇଛନ୍ତି ।
-
ବିଶ୍ବର ସବୁଠୁ ଲୋକପ୍ରିୟ ଜେନେରେଟିଭ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଚାଟ୍ଜିପିଟିର ଲକ୍ଷାଧିକ ଆକାଉଣ୍ଟ୍ ହ୍ୟାକ୍ ହୋଇଛି। ହ୍ୟାକର୍ମାନେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରାଇ ନେଇଛନ୍ତି।
-
ଟାଇଟନିକର ଭଗ୍ନାବଶେଷ ଦେଖିବା ପାଇଁ ଯାଇଥିବା ନିଖୋଜ ଟାଇଟନର ମିଳିଲା ସନ୍ଧାନ l ଟାଇଟନିକ ନିକଟରେ ଦେଖାଗଲା ଭଗ୍ନାବଶେଷ, ତଦନ୍ତ ଜାରି l ଆଶଂକା କରାଯାଉଛି ଯେ ଏଥିରେ ଥିବା ସମସ୍ତ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି ।
-
ମୋଦୀ ସରକାର ୯ ବର୍ଷ ମଧ୍ୟରେ ୧.୨୫ କୋଟି ଲୋକ ନିଯୁକ୍ତି ଦେଇଛନ୍ତି ବୋଲି ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ।
-
“ବିଶ୍ୱ ଶାନ୍ତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଭାରତ, ଆମେରିକା ପ୍ରତିଶ୍ରୁତିବଦ୍ଧ” ବୋଲି ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ କହିଛନ୍ତି ।
-
ଦେଶର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଆଜି ପୁଣି ସୁଧ ହାର ବୃଦ୍ଧି କରିଛି। ମୂଳ ସୁଧ ହାରକୁ ବ୍ୟାଙ୍କ ୦.୫୦% ବୃଦ୍ଧି କରିଛି।
-
ସ୍ୱିସ୍ ବ୍ୟାଙ୍କରେ ଭାରତୀୟ ଓ କଂପାନିଗୁଡ଼ିକର ଜମା ପରିମାଣ ହ୍ରାସ ପାଇଛି। ସ୍ୱିଜରଲ୍ୟାଣ୍ଡ ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୨ରେ ସ୍ୱିସ୍ ବ୍ୟାଙ୍କରେ ଥିବା ଭାରତୀୟ ଓ ଭାରତୀୟ କଂପାନିଗୁଡ଼ିକର ପାଣ୍ଠି ୧୧ ପ୍ରତିଶତ ହ୍ରାସ ପାଇଛି।
-
ଓଡ଼ିଆ ଝିଅ କଳ୍ପନା ଜେନା ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଲେ ।
-
ମଧ୍ୟପ୍ରଦେଶ ଜାତୀୟ କନିଷ୍ଠ ହକି ପ୍ରତିଯୋଗିତାରେ ବିଜେତା ହୋଇଛି। ରାଉରକେଲାର ବୀର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ଫାଇନାଲ୍ରେ ମଧ୍ୟପ୍ରଦେଶ ୪-୨ ଗୋଲ୍ରେ ଚଣ୍ଡିଗଡ଼କୁ ପରାସ୍ତ କରିଛି।