-
ରୁଷ୍ର ଘରୋଇ ସେନା ୱାଗ୍ନର ଗ୍ରୁପ୍ ମସ୍କୋ ଦଖଲ ପାଇଁ ଅଭିଯାନରେ ଆଗକୁ ବଢ଼ିବା ଏବଂ ମସ୍କୋରେ ପ୍ରବେଶ ପୂର୍ବରୁ ରକ୍ତପାତ ଏଡ଼ାଇବାକୁ ପଛକୁ ଫେରିବା ଘଟଣା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ବିରାଟ ଚ୍ୟାଲେଂଜ ହୋଇଛି। ମସ୍କୋର ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନକୁ ସେନା ସୁରକ୍ଷା ଦେଉଛି।
-
ସାନ୍ତାଳୀ ଭାଷରେ ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ, ଯାହାର ନାଁ ରହିଛି “ଭାରତ୍ରିନ୍ ପୁୟଲୁ ଆଦିବାସୀ ରାଷ୍ଟ୍ରପତି(ଜୀଅନ କାହାନି)” ଲୋକାର୍ପିତ ହେଲା l ପଦ୍ମଶ୍ରୀ ଡକ୍ଟର ଦମୟନ୍ତୀ ବେଶ୍ରା ସାନ୍ତାଳୀ ଭାଷାରେ ଏ ଜୀବନୀ ଲେଖିଛନ୍ତି।
-
ଦେଶରେ ଶୀଘ୍ର ପାସପୋର୍ଟ ସେବା କାର୍ଯ୍ୟକ୍ରମ (ପିଏସ୍ପି ୨.୦)ର ଦ୍ବିତୀୟ ପର୍ଯ୍ୟାୟ ଆରମ୍ ହେବ। ଏଥିରେ ନୂଆ ଏବଂ ଆଧୁନିକ ଇ-ପାସପୋର୍ଟ ସାମିଲ ରହିବ।
-
ଚଳିତବର୍ଷର ଶ୍ରେଷ୍ଠ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନି ଭାବେ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ୍ ଲିମିଟେଡ (ଓପିଜିସି) ଦ ଇକୋନୋମିକ ଟାଇମ୍ସ ଏନର୍ଜି ଲିଡରସିପ୍ ସମ୍ମାନରେ ସମ୍ମାନିତ ହୋଇଛି। ଗତ ୨୦ ତାରିଖରେ ଦିଲ୍ଲୀର ହ୍ୟାଟ୍ ରିଜେନ୍ସିଠାରେ ଆୟାଜିତ ସମାରୋହରେ ଓପିଜିସି ପକ୍ଷରୁ ମାନସ ରଂଜନ ରାଉତ, ନିର୍ଦ୍ଦେଶକ (ପରିଚାଳନା) ଏହି ପୁରସ୍କାର ଗ୍ରହଣ କରିଥିଲେ।
-
ଆମାଜନ ଆସନ୍ତା ୭ ବର୍ଷ ମଧ୍ୟରେ ଭାରତରେ ଅତିରିକ୍ତ ୧୫ ବିଲିୟନ ଡଲାରର ପୁଞ୍ଜିନିବେଶ କରିବବୋଲି ଘୋଷଣା କଲା l
-
ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୋଟାଏ ବିଶେଷ ‘ଟି-ସାର୍ଟ’ ଉପହାର ଦେଇଛନ୍ତି।
-
ଉତ୍ତରପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଏୟାରଶୋ ‘ଗୋ ଆଣ୍ଡ ଟଚ୍’ଆୟୋଜିତ । ଉଚ୍ଚ ଆକାଶରେ କଳାକୌଶଳ ଦେଖାଇବା ସହ ଏକ୍ସପ୍ରେସ ୱେରେ ଜରୁରୀକାଳୀନ ଅବତରଣ କଲେ ଲଢୁଆ ବିମାନ ।
-
ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ଗୁଗୁଲ ଗୁଜରାଟର ଅନ୍ତର୍ଜାତୀୟ ଫାଇନାନ୍ସ ଟେକ(ଗିଫ୍ଟ) ସିଟିରେ ଏହାର ଗ୍ଲୋବାଲ ଫିଣ୍ଟେକ ଅପରେସନ ସେଣ୍ଟର ପ୍ରତିଷ୍ଠା କରିବାକୁ ସୁନ୍ଦର ପିଚାଇ ଘୋଷଣା କଲେ l
-
ବିହାରର ଖଗାରିଆ ଜିଲ୍ଲାରେ ଗଙ୍ଗା ନଦୀ ଉପରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିବାର ୩ ସପ୍ତାହ ପରେ କିଶାନଗଂଜ ଜିଲ୍ଲାରେ ଶନିବାର ପୁଣି ଆଉ ଏକ ପୋଲ ଭୁଶୁଡ଼ି ପଡ଼ିଛି। ପାଟନାଠାରୁ ୪୦୦ କିମି ଦୂରରେ ମେଛି ନଦୀ ଉପରେ ନିର୍ମାଣ ହେଉଥିବା ପୋଲ ଆଂଶିକ ଭାବେ ଭୁଶୁଡ଼ିଛି।
-
୨୬ ବର୍ଷ ପରେ ଇଜିପ୍ଟରେ ଭାରତର ପ୍ରଧାନମନ୍ତ୍ରୀ, ହେଲିଓପୋଲିସ ଯୁଦ୍ଧ ସ୍ମାରକୀକୁ ଯାଇ ଇଜିପ୍ଟ ପାଇଁ ପ୍ରଥମ ବିଶ୍ୱଯୁଦ୍ଧ ବେଳେ ବଳିଦାନ ଦେଇଥିବା ପ୍ରାୟ ୩,୭୯୯ ଜଣ ଭାରତୀୟ ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି କଣାଇବେ l
-
ଭାରତରେ ବିଦ୍ୟୁତ ଶୁଳ୍କ ନିୟମରେ ହେବ ପରିବର୍ତ୍ତନ, ଦିନରେ ଶସ୍ତା ଓ ରାତିରେ ମହଙ୍ଗା ହେବ ବିଜୁଳି ଦର l ଖୁବଶୀଘ୍ର ଆଗକୁ ଦେଶରେ ବିଦ୍ୟୁତ୍ ଦର ସ୍ଥିର କରିବାକୁ ‘ଟାଇମ୍ ଅଫ୍ ଡେ’ (ଟିଓଡି) ନିୟମ ଲାଗୁ ହେବାକୁ ଯାଉଛି।
-
ଦଳେ ଉତ୍ତ୍ୟକ୍ତ ଜନତା ପୂର୍ବ ଇମ୍ଫାଲ୍ ଜିଲ୍ଲା ଅନ୍ତର୍ଗତ ଚିଙ୍ଗାରେଲ୍ରେ ମଣିପୁର ଖାଉଟି ଓ ଖାଦ୍ୟ ବ୍ୟାପାର ମନ୍ତ୍ରୀ ଏଲ୍. ସୁସିନ୍ଦ୍ରୋଙ୍କ ଗୋଟାଏ ବ୍ୟକ୍ତିଗତ ଗୋଦାମକୁ ପୋଡ଼ି ପକାଇଛନ୍ତି ବୋଲି ଗଣମାଧ୍ୟମକୁ ପୁଲିସ କହିଛି।
-
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତା ଭଟ୍ଟାଚାର୍ଯ୍ୟ ଖୁବ୍ଶୀଘ୍ର ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରି ପୁରୁଷ ହେବାକୁ ଯାଉଛନ୍ତି।
-
୩୭ ବର୍ଷର ଏକ ଲାଞ୍ଚ ମାମଲାରେ ପାକିସ୍ତାନ କୋର୍ଟ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଦୋଷମୁକ୍ତ କରିଛନ୍ତି। ସରିଫ ଲାଞ୍ଚ ସ୍ବରୂପ ଦେଶର ଏକ ମୂଲ୍ୟବାନ ଜମିକୁ ଦେଶର ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାକୁ ଦେଇଥିଲେ।
-
ଜୁନ ୧୬ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୫୯୬.୦୯୮ ବିଲିଅନ ଡଲାରକୁ ବୃଦ୍ଧି ପାଇଛି। ପୂର୍ବ ସପ୍ତାହ ତୁଳନାରେ ଏଥିରେ ୨.୩୫ ବିଲିଅନ ଡଲାର ବୃଦ୍ଧି ଘଟିଛି।
-
ମାଲକାନଗିରି ଜିଲ୍ଲାର ୧୫୮ କୋଟି ଟଙ୍କା ବ୍ୟୟରେ ୨୧ଟି ସଡ଼କ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଅନୁମୋଦନ l
-
ନୂଆ ଓଡ଼ିଆ ଛବି ‘ଶଙ୍କର’ ରେ ମୁଖ୍ୟଭୂମିକାରେ ନଜର ଆସିବେ ସିଦ୍ଧାନ୍ତ, ଦେବାନନ୍ଦ ଓ ଶିବା l ଖୁବଶୀଘ୍ର ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥାର ପ୍ରଚାର ପ୍ରସାର ଦାୟିତ୍ବରେ ଥିବା ଅମରେଶ ଦେଲେ ସୂଚନା l
-
ବ୍ରାଣ୍ଡ୍ ମୂଲ୍ୟାୟନ କଂପାନି ବ୍ରାଣ୍ଡ୍ ଫାଇନାନ୍ସ ପକ୍ଷରୁ ଟାଟା ଷ୍ଟିଲ୍କୁ ଖଣି ଓ ଧାତବ କ୍ଷେତ୍ରରେ ସର୍ବୋଚ୍ଚ ମୂଲ୍ୟର ବ୍ରାଣ୍ଡ୍ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ଗତବର୍ଷ ତୁଳନାରେ କଂପାନିର ବ୍ରାଣ୍ଡ୍ ମୂଲ୍ୟ ୪୧ ପ୍ରତିଶତ ବୃଦ୍ଧି ପାଇ ୨.୩ ବିଲିଅନ ଡଲାର ହୋଇଛି।
-
କେଦାରନାଥ ମନ୍ଦିରର ଗର୍ଭଗୃହରେ କରାଯାଇଥିବା ସୁନାଛାଉଣୀ କାର୍ଯ୍ୟରେ ୧୨୫ କୋଟି ଟଙ୍କା ଦୁର୍ନୀତି କରାଯାଇଛି ବୋଲି ଆଗତ ଅଭିଯୋଗର ତଦନ୍ତ ପାଇଁ ଉତ୍ତରାଖଣ୍ଡ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
-
ଚଳିତ ପ୍ୟାରିସ ଅଲିମ୍ପିକ୍ସ ମଶାଲ ୪୦୦ ସହର ପରିକ୍ରମା କରିବ l ପରମ୍ପରା ଅନୁସାରେ ଆସନ୍ତା ବର୍ଷ ଏପ୍ରିଲ ୧୬ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗ୍ରୀସ୍ର ପୁରାତନ ଅଲିମ୍ପିଆରେ ସୂର୍ଯ୍ୟଙ୍କ କିରଣରୁ ମଶାଲରେ ଅଗ୍ନି ସଂଯୋଗ କରାଯିବ।