| # |
Date |
Type |
Current Affairs |
No. Of Views |
Status |
Action |
| 1 |
07-07-2026 |
Odia |
-
1.ଲଣ୍ଡନର ‘ୟୁନିଭର୍ସିଟି କଲେଜ ଲଣ୍ଡନ’ର ପ୍ରଫେସର ସୋଫି ସ୍କଟ୍ଙ୍କ ନେତୃତ୍ୱରେ ହୋଇଥିବା ଗବେଷଣା ତଥ୍ୟ ଅନୁଯାୟୀ, ମଣିଷ ଶରୀରରେ ଦୁଇ ପ୍ରକାରର ହସ ଦେଖାଯାଏ। ପ୍ରଥମଟି ହେଉଛି ସ୍ବତଃସ୍ଫୂର୍ତ୍ତ ହସ, ଯାହା କୌଣସି ମଜାଦାର ଘଟଣା ଯୋଗୁ ଆପେ ଆପେ ଆସିଥାଏ ଏବଂ ଏହାକୁ ରୋକିବା ସହଜ ହୋଇ ନଥାଏ। ଦ୍ୱିତୀୟଟି ହେଉଛି ଇଚ୍ଛାକୃତ ହସ, ଯାହା ମଣିଷ ସାଧାରଣତଃ କଥାବାର୍ତ୍ତା ବେଳେ ବା ସାମାଜିକ ସମ୍ପର୍କ ରଖିବା ପାଇଁ ବ୍ୟବହାର କରିଥାଏ।
-
2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତିନି ଦିନିଆ ଗସ୍ତ ପାଇଁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପହଞ୍ଚିଛନ୍ତି।
-
3.ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ କରିଛନ୍ତି ଯେ ଗର୍ଭରେ ପିଲାକୁ ରଖିବା କିମ୍ବା ଗର୍ଭପାତ କରିବା ନିଷ୍ପତ୍ତି କେବଳ ମହିଳାଙ୍କ ଉପରେ ନିର୍ଭର କରେ। ତାଙ୍କୁ ତାଙ୍କ ସ୍ୱାମୀଙ୍କ ସମ୍ମତି ଆବଶ୍ୟକ ନାହିଁ।
-
4.ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ ହାରି ଯାଇଛନ୍ତି।
-
5.ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ସଦସ୍ୟ ଅନିଲ ମିଶ୍ରା ଇସ୍ତଫା ଦେଇଥିବାବେଳେ ସୋମବାର ଟ୍ରଷ୍ଟ ଏହାକୁ ଗ୍ରହଣ କରିଛି।
-
6.ତୃତୀୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଏଣିକି ବର୍ଷକୁ ୪ଟି ପରୀକ୍ଷୀ ଦେବାକୁ ହେବ । ପୂର୍ବରୁ ବର୍ଷକୁ ଦୁଇଟି ପରୀକ୍ଷା ହେଉଥିବା ବେଳେ ବର୍ତ୍ତମାନ ଚାରୋଟି ପରୀକ୍ଷା ହେବ ।
-
7.ପୁରୀଙ୍କ ନାମରେ ଥିବା ରେକର୍ଡଭୁକ୍ତ ଜମିର ଅରିଜିନାଲ୍ ରେକର୍ଡ ଅଫ୍ ରାଇଟ୍ସ (ଆରଓଆର) ସଂଶୋଧନ କାର୍ଯ୍ୟ କରାଯାଇଛି। ପିପିଲି ତହସିଲରେ ମୋଟ ୮୨ ଟି ଖାତାରେ ଥିବା ୭୭.୨୦ ଏକର ଜମିର ଖତିଆନ୍ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଚିହ୍ନଟ ହୋଇଛି।
-
8.ମୟୂରଭଞ୍ଜର ସାମରିକ ଲୋକନୃତ୍ୟ ‘ଛଉ’ ବିଶ୍ଵଦରବାରରେ ସୁପରିଚିତ। କେନ୍ଦ୍ର ସରକାରଙ୍କ ଇନଟାଂଜିବଲ୍ କଲଚରାଲ୍ ହେରିଟେଜ୍ ତାଲିକାରେ ମଧ୍ୟ ସ୍ଥାନ ପାଇଛି ଛଉ ନୃତ୍ୟ। ହେଲେ ରାଜ୍ୟରେ ଛଉ ନୃତ୍ୟର ବିକାଶ, ପ୍ରଶିକ୍ଷଣ ଓ ମୌଳିକତା ରକ୍ଷା ପାଇଁ ଯେତିକି କସରତ ହେବା କଥା ତାହା ହେଉନାହିଁ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓ ସଂସ୍କୃତି ବିଶ୍ବିବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କ ସଂଖ୍ୟା କମିବାରେ ଲାଗିଛି। ରାଜ୍ୟରେ ଛଉ ନୃତ୍ୟର ସ୍ଥିତି ଖରାପ ହେବାରେ ଲାଗିଛି।
-
9.ମାଟ୍ରିକ୍ ଫଳ ପ୍ରକାଶ ପାଇବାକୁ ଦୁଇ ମାସ ବିତିଗଲାଣି। ହେଲେ ପାସ୍ କରିଥିବା ପିଲାଙ୍କୁ ଏପର୍ଯ୍ୟନ୍ତ ମିଳିନି ସେମାନଙ୍କ ପ୍ରମାଣପତ୍ର। ଅନ୍ୟପକ୍ଷରେ ଚଳିତ ମାସ ୯ତାରିଖରୁ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ।
-
10.ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗରେ ଅସହାୟ ତଥା ମାନସିକ ବିକାରଗ୍ରସ୍ତ ମହିଳାଙ୍କ ଜନ୍ମିତ ଶିଶୁଙ୍କୁ ବିକ୍ରି କରାଯାଉଥିବା ଅଭିଯୋଗ ହେଉଥିବା ବେଳେ ଏବେ ୧୪ ଜନ୍ମିତ ଶିଶୁଙ୍କ ମଧ୍ୟରୁ ମାତ୍ର ୫ ଜଣଙ୍କ ସଂପର୍କରେ ଠୋସ୍ ତଥ୍ୟ ଦେଇ ପାରୁଛନ୍ତି।
-
11.ମାରୁତି ସୁଜୁକି ପକ୍ଷରୁ ଆରେନା ସୋରୁମ୍ଗୁଡ଼ିକରେ ବିକ୍ରି ହେଉଥିବା ମଡେଲ୍ଗୁଡ଼ିକ ଉପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି। ଜୁଲାଇ ମାସରେ ଏହି ରିହାତି ସହିତ ଗ୍ରାହକମାନେ ଏକ୍ସଚେଞ୍ଜ ବୋନସ୍, ସ୍କ୍ରାପେଜ୍ ଲାଭ, ଲୟାଲ୍ଟି ରିୱାର୍ଡ ଓ ସଂସ୍ଥାଗତ ଅଫର ପାଇପାରିବେ।
-
12.ଆସନ୍ତା ତିନିରୁ ଚାରି ମାସ ମଧ୍ୟରେ ମୋବାଇଲ୍ ରିଚାର୍ଜ ମୂଲ୍ୟ ବଢ଼ିବାକୁ ଯାଉଛି। ଟେଲିକମ୍ କମ୍ପାନିଗୁଡ଼ିକ ରିଚାର୍ଜ ଦାମ୍ ୧୨-୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବା ଉପରେ ବିଚାର କରୁଥିବା ସମ୍ପର୍କରେ ସେଣ୍ଟ୍ରମ୍ ଇନଷ୍ଟିଚ୍ୟୁସନାଲ୍ ରିସର୍ଚ୍ଚ ଏକ ରିପୋର୍ଟରେ ଜଣାଇଛି।
-
13.ସେଲ୍ଫି ଓ ମସ୍ତି ନିଶା ହେଲା କାଳ। କଟକ ନରାଜରେ ଘଟିଛି ଏକ ଅଘଟଣ। ହଠାତ୍ ପାଣି ମାଡ଼ି ଆସି ନରାଜ ପୁରୁଣା ନଦୀ ବନ୍ଧରେ ଭାସିଗଲେ ୩ ଯୁବକ।
-
14.ରାଜ୍ୟରେ SIR ପ୍ରକ୍ରିୟାରେ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ କଟିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ।
-
15.ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ସେୟଦ ଅଲି ଖାମେନେଇଙ୍କ ରାଷ୍ଟ୍ରଗତ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଇରାନ ଭାରତ ସରକାର ଏବଂ ଏହାର ଜନତାଙ୍କ ପ୍ରତି ହୃଦୟର ସହିତ କୃତଜ୍ଞତା ପ୍ରକାଶ କରିଛି।
|
14 |
Y |
|
| 2 |
07-07-2026 |
English |
-
1.Union Railway Minister Ashwini Vaishnaw on Monday flagged off the Brahmapur–Surat (Udhna) Amrit Bharat Express as a daily service and announced a new train for North Odisha, boosting rail connectivity in the state.
-
2.Authorities of the Hirakud Dam have announced the season’s first floodwater will be released on July 9, 2026.
-
3.The state government has directed the officials concerned to conduct surveys and assess the extent of crop loss caused by the recent spell of heavy rainfall in Odisha.
-
4.The Indian Railways will develop Brahmapur Railway Station in Odisha into a world-class facility under the Amrit Bharat Station Scheme..The project will be executed with an expenditure of Rs 300 crore.
-
5.Padma Vibhushan awardee and legendary Pandwani singer Teejan Bai passed away at the age of 70.
-
6. UGRAM 7.62x51 mm battle rifle, developed jointly by Hyderabad-based startup Dvipa Defence with ARDE, has completed key Army and Ministry of Home Affairs (MHA) trials.
-
7.The National Testing Agency (NTA) on Monday issued an important update regarding the NEET UG 2026 fee refund process.
-
8.West Bengal Police Monday arrested the key accused in the alleged rape-murder of a girl in South 24 Parganas district's Baruipur.
-
9.Microsoft is cutting 4,800 jobs, about 2.1 per cent of its global workforce, including a large number of workers at its Xbox video game business.
-
10.A young man from Arjunabindha village under Pirahat police limits in Bhadrak district allegedly lost Rs 25,000 to a cyber fraudster who posed as a Crime Branch superintendent of police.
-
11.The carcass of an endangered Irrawaddy dolphin was found washed ashore on Pentha beach in Odisha's Kendrapada district, forest officials said Monday.
-
12.Former Odisha cadre IAS officer V K Pandian Monday said that he visited the earthquake-hit Venezuela and met President Delcy Rodriguez, and shared the eastern state's disaster preparedness.
-
13. The foundation stone for an India-backed 10,000-home project was laid Monday in Sri Lanka's Badulla district.
-
14. Russia unleashed waves of missiles and drones at Ukraine, killing at least 21 people in attacks.
-
15.The controversial animated film Mahaprabhu Jagannath, originally scheduled for release on July 10, has been postponed following objections raised by Gajapati Maharaja Dibyasingh Deb.
|
6 |
Y |
|
| 3 |
06-07-2026 |
Odia |
-
1.ପ୍ରାକୃତିକ ଗ୍ୟାସ ଯୋଗାଣ ଉପରେ ଗତ ମାର୍ଚ୍ଚ ମାସରେ ଲଗାଯାଇଥିବା ଜରୁରୀକାଳୀନ କଟକଣାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ହଟାଇ ଦିଆଯାଇଛି।
-
2.ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ବର୍ତ୍ତମାନ ଏକ ଅଭୂତପୂର୍ବ ଗଣଅସନ୍ତୋଷ ଦେଖିବାକୁ ମିଳିଛି। ଇସଲାମାବାଦର ଦମନମୂଳକ ନୀତି ବିରୋଧରେ ହଜାର ହଜାର ସ୍ଥାନୀୟ ବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇଛନ୍ତି।
-
3.ମହାନଦୀର ଗର୍ଭରେ ଲୁଚି ରହିଥିବା ପ୍ରାକୃତିକ ଗଠନ ଓ ସମ୍ଭାବ୍ୟ ଐତିହାସିକ ନିଦର୍ଶନ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ଲକ୍ଷ୍ୟରେ ନନ୍ଦିକେଶ୍ୱରୀ ପୀଠ ନିକଟରେ ପ୍ରଥମ ଥର ପାଇଁ ରାତ୍ରିକାଳୀନ ସ୍କୁବା ଡାଇଭ୍ କରାଯାଇଛି।
-
4.ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡିଜିପି ଓ୍ବାଇ .ବି ଖୁରାନିଆଙ୍କ ଅନୁସାରେ, ୨୦୧୩ ବ୍ୟାଚ୍ର IPS ଅଧିକାରୀ ଜଗମୋହନ ମୀନା ବ୍ୟକ୍ତିଗତ କାରଣରୁ ନିଜ ପଦରୁ ପଦତ୍ୟାଗ କରିଛନ୍ତି ।
-
5.ବଲିଉଡ୍ ଅଭିନେତା ଆମିର ଖାନ ୬୧ ବର୍ଷ ବୟସରେ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ଦୁଇଟି ବିବାହ ବିଚ୍ଛେଦ ପରେ ସେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ଏକ ପଞ୍ଜିକୃତ ବିବାହରେ ବିବାହ କରିଥିବା ସୂଚନା ମିଳିଛି।
-
6.ଜାମ୍ମୁ-କାଶ୍ମୀରର ସରକାରୀ ସ୍କୁଲ ପାଠାଗାରଗୁଡ଼ିକରେ ବଣ୍ଟା ଯାଇଥିବା ବହିରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ପ୍ରଶଂସା କରାଯାଇ ସେମାନଙ୍କୁ ମହାନ ବ୍ୟକ୍ତିତ୍ୱ ଭାବେ ଚିତ୍ରିତ କରାଯିବା ଘଟଣାକୁ ନେଇ ୮ଜଣଙ୍କୁ ନିଲମ୍ବିତ କରିଛନ୍ତି ଉପରାଜ୍ୟପାଳ।
-
7.ତାମିଲନାଡ଼ୁରେ ବେଆଇନ ଭାବେ ରହୁଥିବା ୫୦ଜଣ ବାଂଲାଦେଶୀକୁ ବିତାଡ଼ିତ କରାଯାଇଛି। ସେମାନଙ୍କୁ ବାଂଲାଦେଶକୁ ପଠାଇବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି।
-
8.ବିହାରର ରାଜନୈତିକ ଦୃଶ୍ୟପଟରେ ଏକ ନୂତନ ହଇଚଇ ସୃଷ୍ଟି ହୋଇଛି । ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ଜନ ସୁରାଜ ପାର୍ଟି ପ୍ରଶାନ୍ତ କିଶୋରଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଛି।
-
9.ଭାରତୀୟ କ୍ରିକେଟର ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ଶେଷରେ ଆନ୍ତର୍ଜାତୀୟ କ୍ରିକେଟ୍ରେ ଡେବ୍ୟୁ କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ତାଙ୍କୁ ଭାରତ ପାଇଁ ଖେଳିବାର ସୁଯୋଗ ମିଳିଛି।
-
10.ଜଡିତ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ (ଝାଡ଼ଖଣ୍ଡ)କୁ ୩୦ ରୁ ଅଧିକ ଚୋରି ମାମଲାରେ ଏନକାଉଣ୍ଟର ଚମ୍ପୁଆ ପୁଲିସ କରିଛି
-
11.କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ରେମାଳ ଡ୍ୟାମରେ ପ୍ରବଳ ପାଣି ଆସିଛି l ଆଜି ଅପରାହ୍ନ ୩ଟା ରେ ୩ଟି ଗେଟ ଖୋଲା ଯାଇଥିବା ବେଳେ ୫ଟାରେ ୪ଟି ଗେଟ ଖୋଲା ଯାଇଛିl
-
12.ସେସେଲ୍ସ ଦେଶର ୫୦ତମ ସ୍ବାଧୀନତା ବାର୍ଷିକୀ ଉପଲକ୍ଷେ ଆୟୋଜିତ ଭବ୍ୟ ଉତ୍ସବରେ ନିଶିକାନ୍ତଙ୍କୁ ବାଲୁକା କଳାକୃତି ପାଇଁ ଆମନ୍ତ୍ରଣ କରାଯାଇଥିଲା। ଦୁଇଜଣ ସହଯୋଗୀଙ୍କ ସହ ସେ ବିଦେଶ ମାଟିରେ ପହଞ୍ଚି ଏକ ନିଆରା ବାଲୁକା କଳାକୃତି ପ୍ରସ୍ତୁତ କରିଥିଲେ।
-
13.ନେତାନ୍ୟାହୁ କହିଛନ୍ତି ଯେ, ଆମେରିକା ଇସ୍ରାଏଲର ଏକ ଶକ୍ତିଶାଳୀ ଏବଂ ନିକଟତମ ସହଯୋଗୀ, କିନ୍ତୁ ଇସ୍ରାଏଲର ବିଶ୍ୱରେ ଆହୁରି ଅନେକ ସହଯୋଗୀ ମଧ୍ୟ ଅଛନ୍ତି। ଏହା ପରେ ନେତାନ୍ୟାହୁ ଭାରତର ନାମ ନେଇ କହିଛନ୍ତି ଯେ ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ ଇସ୍ରାଏଲର ଘନିଷ୍ଠ ସହଯୋଗୀ।
-
14.ଚଳିତ ମୌସୁମୀ ଋତୁରେ ରାଜ୍ୟରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ ରହିଛି। ଜୁନ୍ ୧ ତାରିଖରୁ ଏଯାବତ୍ ଓଡ଼ିଶାରେ ମୋଟ ୨୬୫.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷାଠାରୁ ୪ ପ୍ରତିଶତ ଅଧିକ। ଏ ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି।
-
15.ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍ର ଫାଇନାଲ ରବିବାର ଖେଳାଯିବ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଏହି ଫାଇନାଲ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ।
|
17 |
Y |
|
| 4 |
06-07-2026 |
English |
-
1.IPS officer and Bhubaneswar DCP Jagmohan Meena has tendered his resignation from service citing personal reasons.
-
2.The Housing & Urban Development (H&UD) Department will roll out a massive portfolio of 494 development projects under the Mukhyamantri Sahari Bikas Yojana (MSBY) across Odisha on July 6.
-
3.Chief Minister Mohan Charan Majhi and Rail Minister Ashwini Vaishnaw are scheduled to launch the Puri–Koraput Express and daily service of Brahmapur–Udhna (Surat) Amrit Bharat Express on July 6 (Monday).
-
4.An interstate robber wanted in more than 30 theft cases across Odisha's Keonjhar and Mayurbhanj districts was injured in an encounter with Champua police early on Monday .
-
5.Over 56,000 devotees had ‘darshan’ inside the holy cave in the last three days since the Amarnath Yatra (SANJY-2026) started July 3 in Jammu and Kashmir.
-
6.The death toll from Venezuela's twin earthquakes has risen to 3,342, with 16,740 people injured.
-
7.A total of 58 engineering and technical colleges across the country were shut down during the 2025- 26 academic year for various reasons, although existing students will be allowed to complete their degrees, according to the All India Council for Technical Education (AICTE). “
-
8.India's fertilizer supply chain has remained largely unaffected by the recent conflict in West Asia, with 15 of 20 vessels carrying fertilizers and raw materials for the country having safely crossed the Strait of Hormuz, the Ministry of Chemicals and Fertilizers said Sunday.
-
9.Pakistan capital Islamabad is emerging as the leading venue for the next round of technical negotiations between the US and Iran, a media report said Sunday. The US and Iran signed the memorandum of understanding (MoU) June 18, aimed at restoring peace in West.
-
10.Odisha deletes over 20 lakh names from draft voter list after enumeration phase of Special Intensive Revision.
-
11.Madhya Pradesh Waqf Board reorganised with Hindu members under 2025 amendment.
-
12.At least six people, including four women, were killed and one person was injured after a portion of a three-storey chawl collapsed in Mumbai's Mankhurd area on Saturday night
-
13.University of Allahabad has opened admissions for its four-year integrated BA BEd programme for 2026-27 via the Samarth Admission Portal.
-
14.Nearly one million investors who bought US President Donald Trump's $TRUMP memecoin have collectively lost about $3.81 billion, according to blockchain analytics firm Nansen.
-
15. Two athletes from Odisha, Astik Pradhan and Sabita Toppo, are set to represent India at the Asian Under-23 Athletics Championships 2026, scheduled to be held in Ordos, China, from July 9 to 12.
|
5 |
Y |
|
| 5 |
05-07-2026 |
Odia |
-
1.ଭାରତର ଅର୍ଥନୈତିକ ବିକାଶକୁ ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଭାରତ ଅତ୍ୟନ୍ତ ଭଲ ପ୍ରଦର୍ଶନ କରୁଛି ବୋଲି ସେ କହିଛନ୍ତି। ଗତବର୍ଷ ଜୁଲାଇ ମାସରେ ସେ ଭାରତକୁ ଏକ ମୃତ ଅର୍ଥନୀତି ବୋଲି କହିବା ପରେ ଏବେ ତାଙ୍କ ମତ ବଦଳାଇଛନ୍ତି।
-
2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜସ୍ଥାନ ଯୋଧପୁର ବିମାନବନ୍ଦରର ନୂଆ ଟର୍ମିନାଲ ବିଲ୍ଡିଂ ସହିତ ଦେଶ ପାଇଁ ନୂଆ ଉଡାନ୍ (ଉଡେ ଦେଶ୍ କା ଆମ୍ ନାଗରିକ୍) ସ୍କିମ୍ର ଶୁଭାରମ୍ଭ କରିଛନ୍ତି।
-
3.ଚଳିତବର୍ଷ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ
-
4.ରାଜ୍ୟସଭା ସାଂସଦ ତଥା ଲଭଲି ପ୍ରଫେସନାଲ ୟୁନିଭରସିଟି ପ୍ରତିଷ୍ଠାତା ଅଶୋକ କୁମାର ମିତ୍ତଲ ପୁଣି ଥରେ ଜାତୀୟ ପୁରୁଷ କମିସନ ଗଠନ କରିବାକୁ ଦାବି କରିଛନ୍ତି।
-
5.ଓଡ଼ିଶା ପୁଲିସ ଗଲା ୧୫ ବର୍ଷ ଭିତରେ ୨୦ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ଚାକିରିରେ ଥାଇ ଆତ୍ମହତ୍ୟା କରିଛନ୍ତି। ୪ ଜଣ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସୌଭାଗ୍ୟକ୍ରମ ବର୍ତ୍ତିଯାଇଛନ୍ତି।
-
6.ବରଗଡ଼ ଜିଲ୍ଲାରେ ଲଘୁଚାପ ବର୍ଷା ଜାରି ରହିଛି। ଏବେ ବି ଜିଲ୍ଲାର ବିଭିନ୍ନ ମଣ୍ଡିରେ ପ୍ରାୟ ୨ ଲକ୍ଷ ୫୦ ହଜାର କ୍ବିଣ୍ଟାଲ୍ ଧାନ ଖୋଲା ଆକାଶ ତଳେ ପଡ଼ି ରହିଥିବା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର ଅଭିଯୋଗ କରିଛନ୍ତି।
-
7.ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନିଗୁଡ଼ିକ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ଡିଜେଲ ବିକ୍ରିରେ ଲିଟର ପିଛା ୧୮ ଟଙ୍କା ୯୦ ପଇସା ଏବଂ ପେଟ୍ରୋଲରେ ୬ ଟଙ୍କା କ୍ଷତି ସହିଛନ୍ତି।
-
8.ବଫର୍ ଷ୍ଟକ୍ ସ୍ଥିତିରେ ଉନ୍ନତି ଆଣିବା ଲାଗି କେନ୍ଦ୍ର ସରକାର ଚଳିତ ସିଜନ୍ରେ ପୁଣି ଥରେ ପିଆଜ ସଂଗ୍ରହ ମୂଲ୍ୟ ବଢ଼ାଇଛନ୍ତି। ମୂଲ୍ୟ ୧୩ ପ୍ରତିଶତ ବୃଦ୍ଧି ହୋଇ କ୍ବିଣ୍ଟାଲ ପିଛା ୨୧୨୫ ଟଙ୍କା ରଖାଯାଇଛି।
-
9.ଆଗାମୀ ମାସଗୁଡ଼ିକରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ‘ଏଲ୍ ନିନୋ’ ପ୍ରକ୍ରିୟା ଅତି ଦ୍ରୁତ ଗତିରେ ସକ୍ରିୟ ହେବାକୁ ଯାଉଛି। ଏହାର ପ୍ରଭାବରେ ସାରା ବିଶ୍ୱରେ ମାରାତ୍ମକ ଗ୍ରୀଷ୍ମ ପ୍ରବାହ, ମରୁଡ଼ି ଏବଂ ଅତ୍ୟଧିକ ବୃଷ୍ଟିପାତ ଭଳି ଚରମ ପାଣିପାଗ ବିପର୍ଯ୍ୟୟ ସୃଷ୍ଟି ହେବା ଆଶଙ୍କା ରହିଛି ବୋଲି ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ପକ୍ଷରୁ ଚେତାବନୀ ଦିଆଯାଇଛି।
-
10.ଭାରତ ଚଳିତ ବର୍ଷ ଗତ ଏକ ଶତାବ୍ଦୀ ମଧ୍ୟରେ ସବୁଠାରୁ ଶୁଖିଲା ଜୁନ୍ ମାସର ସାମ୍ନା କରିଛି। ଏହି ମାସରେ ସ୍ବାଭାବିକ ଠାରୁ ପ୍ରାୟ ୪୦ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି, ଯାହା ଗତ ୧୦୦ ବର୍ଷ ମଧ୍ୟରେ ତୃତୀୟ ସର୍ବନିମ୍ନ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପ୍ରକାଶ କରିଛି।
-
11. ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅନୁଦାନ ହେରଫେର ମାମଲାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମନ୍ଦିରରୁ ଚୋରି ହୋଇଥିବା ସୁନା ଓ ରୁପା ର ଅଳଙ୍କାର ଗୁଡ଼ିକର ଅସ୍ତିତ୍ୱ ଲୁଚାଇବା ପାଇଁ ଅଭିଯୁକ୍ତମାନେ ତାହାକୁ ତରଳାଇ ସୁନା ବିସ୍କୁଟ୍ରେ ପରିଣତ କରିଥିବା ସନ୍ଦେହ ବଢ଼ୁଛି।
-
12.ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସାଲ ଗ୍ରାମରେ ବନ୍ଧୁକ ଦେଖାଇ ପରିବାର ସଦସ୍ୟଙ୍କୁ ଭୟଭୀତ କରି ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା, ରୂପା ଅଳଙ୍କାର ଏବଂ ନଗଦ ୧ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି।
-
13.ଫୋନ୍ ନମ୍ବର ପ୍ରକାଶ ନକରି କେବଳ ୟୁଜରନେମ ମାଧ୍ୟମରେ ଯୋଗାଯୋଗ କରିବାର ସୁବିଧାକୁ ଅପବ୍ୟବହାର କରି ସାଇବର ଅପରାଧୀମାନେ ଲୋକଙ୍କୁ ଠକୁଥିବା ଘଟଣା ବଢ଼ୁଛି। ଭାରତ ସରକାର ସାଇବର ଠକେଇ ଓ ପାଇରେସି ରୋକିବା ଦିଗରେ ପଦକ୍ଷେପ ନେଇ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ ଏବଂ ସିଗନାଲକୁ ଆନୁଷ୍ଠାନିକ ନୋଟିସ ଜାରି କରିଛନ୍ତି।
-
14.ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା OMSA । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ OMSAର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତି ନିଆଯାଇଛି ।
-
15.ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଚଳିତ ଜୁଲାଇ ୧୪ରୁ ୧୯ ପର୍ଯ୍ୟନ୍ତ ଖେଳାଯିବ। ଉକ୍ତ ଦିନିକିଆ ଶୃଙ୍ଖଳା ବର୍ମିଂହାମ, କାର୍ଡିଫ ଓ ଲର୍ଡସରେ ଖେଳାଯିବ।
|
25 |
Y |
|
| 6 |
05-07-2026 |
English |
-
1.Prime Minister Narendra Modi on Saturday said that India is building the entire electronics value chain from products and components to semiconductors which is the country's roadmap to 'Viksit Bharat'
-
2. Prime Minister Narendra Modi Saturday greeted President Donald Trump and the people of the United States on the 250th anniversary of America's independence and said the two countries' shared belief in democracy and the rule of law.
-
3.Union Parliamentary Affairs Minister Kiren Rijiju on Saturday announced that the Monsoon Session will commence on July 20 and will continue until August 13,
-
4.The central goveronment on Saturday said it has increased the procurement price of onions by 13 per cent to Rs 2,125 per quintal from Rs 1,875 per quintal.
-
5.Vice President CP Radhakrishnan is scheduled to visit Odisha July 9 during which he will take part in the convocation ceremony of a central research institute and attend other events,
-
6.The Ministry of Information & Broadcasting (I&B) has directed Telegram to take immediate action against pirated films and OTT content and submit a report within 15 days.
-
7.The agitating doctors in Odisha decided to call off their cease-work agitation after a meeting with health Minister Mukesh Mahaling
-
8.The Kalinga Literary Festival (KLF) has announced the English shortlist for the KLF Book Awards 2026 across five categories—Fiction, Non-Fiction, Poetry, Translation, and Debut.
-
9.Assam has emerged among the top performing major states in the country in terms of monthly GST growth, reflecting improving economic activity and stronger revenue administration.
-
10.The Odisha government has directed the Regional Transport Officers (RTOs) for stringent enforcement measures to track down vehicles plying without valid documents, including fitness certificate and permit.
-
11.During a high-level review meeting chaired by Director General of Police (DGP) Y.B. Khurania, it was revealed around 12,000 police personnel will be deployed for the event of the annual Rath Yatra of Lord Jagannath in Puri,
-
12. NDTV Profit reported that executives from both companies said concerns surrounding E20 fuel are largely unfounded and that vehicle-related complaints are more likely linked to fuel contamination or adulteration rather than the ethanol content.
-
13.Beauty Mohanty, inspector-in-charge (IIC) of Chauliaganj Police Station, was found dead at her official quarters in Kataka Saturday.
-
14.Cockroach Janta Party (CJP)'s protest at Jantar Mantar entered its 15th day Saturday, drawing fresh political support from AAP MP Sanjay Singh and CPI(M) MP John Brittas, while climate activist Sonam Wangchuk continued the seventh day of his hunger strike.
-
15.The southwest monsoon is set to advance further into parts of the North Arabian Sea, Gujarat, the remaining areas of Haryana and Punjab, and more parts of Rajasthan over the next four days,
|
12 |
Y |
|
| 7 |
04-07-2026 |
Odia |
-
1.ବିଶ୍ୱ ସାହିତ୍ୟ ଜଗତର ଅନ୍ୟତମ ପ୍ରତିଷ୍ଠିତ ପୁରସ୍କାର ‘ଅନ୍ତର୍ଜାତୀୟ ବୁକର୍ ପୁରସ୍କାର’ ର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଏହା ‘ବୁଖ୍ମ୍ୟାନ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର’ ନାମରେ ଜଣାଶୁଣା ହେବ। ପୂର୍ବରୁ ବିଜେତାଙ୍କୁ ୫୦ ହଜାର ପାଉଣ୍ଡ (ପ୍ରାୟ ୬୪ ଲକ୍ଷ ଟଙ୍କା) ମିଳୁଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧ ଲକ୍ଷ ପାଉଣ୍ଡ (ପ୍ରାୟ ୧.୨୮ କୋଟି ଟଙ୍କା)ରେ ପହଞ୍ଚିଛି।
-
2.ସାର୍ଟିଫିକେଟ୍ ଅଫ୍ ରେକଗ୍ନେସନ୍ (ସିଓଆର) ବିନା କୌଣସି ଘରୋଇ ବିଦ୍ୟାଳୟ ଓଡ଼ିଶାରେ ପ୍ରତିଷ୍ଠା ହୋଇପାରିବ ନାହିଁ।
-
3.ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଦୀର୍ଘ ୨୦ ବର୍ଷ ଧରି ଚାଲିଥିବା ପରେ ଜୁଲାଇ ୧ ତାରିଖରୁ ବନ୍ଦ ହୋଇଗଲା। ଏହି ଯୋଜନାରେ ରାଜ୍ୟରେ ୩୩୮.୨୦ କୋଟି ଟଙ୍କା ବକେୟା ରହିଛି। କେବଳ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରି ବାବଦରେ ୩୬ କୋଟି ୦୧ ଲକ୍ଷ ଟଙ୍କା ରହିଥିବା ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି।
-
4.ଭୁବନେଶ୍ବରରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଆଇଟି କମ୍ପାନି ସିଏସ୍ଏମ୍ ଟେକ୍ନୋଲୋଜିର ସେୟାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଛି।
-
5.ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ୫୨୧ଟି ବିଦ୍ୟାଳୟରେ ଭର୍ଚୁଆଲ୍ କ୍ଲାସରୁମ୍ ସ୍ଥାପନ କରାଯିବ। ଏଥିମଧ୍ୟରୁ ୩୧୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (୬ରୁ ୮ ଶ୍ରେଣୀ) ଥିବାବେଳେ ୨୦୮ଟି ମାଧ୍ୟମିକ (ନବମରୁ ଦଶମ) ବିଦ୍ୟାଳୟ ଅନ୍ତର୍ଭୁକ୍ତ।
-
6.ଗତ ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚାଲିଥିବା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଲୋଚନା ପରେ ପ୍ରତ୍ୟାହୃତ ହୋଇଛି।
-
7.ଝାରପଡା ଜେଲ୍ ପରେ ଚୌଦ୍ୱାର ମଣ୍ଡଳ କାରାଗାରରେ ୫ ଜଣ କଏଦୀ ଏଡ଼ସ୍ ଆକ୍ରାନ୍ତ ଚିହ୍ନଟ। ଏଥି ମଧ୍ୟରୁ ୨ ଜଣ ସଜ୍ଜା କାଟୁଥିବା ବେଳେ ୩ ଜଣ ବିଚାରାଧୀନ କଏଦୀ ବୋଲି ଜଣାପଡିଛି ।
-
8.ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲ୍ଲା ପୁଲିସର ଡିଭିଏଫ୍ ଯବାନମାନେ ମାଓବାଦୀଙ୍କ ଏକ ଡମ୍ପ ଠାବ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି।
-
9.କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଇପିଏଫ୍ ଜମା ଉପରେ ୮.୨୫% ସୁଧ ହାର ପ୍ରଦାନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
-
10.ପାକିସ୍ତାନର ଲାହୋର ସହର ଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ଫାରୁକବାଦ୍ ଠାରେ ଗତ ୨୪ ତାରିଖରେ ଏକ ୧୨୫ ବର୍ଷ ପୁରୁଣା ଗୁରୁଦ୍ବାର ଭଙ୍ଗାଯବାକୁ ନେଇ ଭାରତ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
-
11.ଓଡ଼ିଶା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ୍ ୱେଲଫେୟାର କର୍ପୋରେସନ ଲିମିଟେଡ୍ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାରଙ୍କୁ ୨୧.୨୮ କୋଟି ଟଙ୍କାର ରେକର୍ଡ ଲାଭାଂଶ ପ୍ରଦାନ କରିଛି, ଯାହା ରାଜ୍ୟ ମାଲିକାନା ସାର୍ବଜନୀନ କ୍ଷେତ୍ରର ଉପକ୍ରମ ଦ୍ୱାରା ଘୋଷଣା କରାଯାଇଥିବା ସର୍ବାଧିକ ଲାଭାଂଶ।
-
12.ଜୁନ୍ ୨୪ ତାରିଖରେ ଭେନେଜୁଏଲାରେ ହୋଇଥିବା ଦୁଇଟି ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨,୬୪୫ କୁ ବୃଦ୍ଧି ପାଇଛି ଏବଂ ୧୨,୬୬୬ ଜଣ ଆହତ ହୋଇଛନ୍ତି, ଭେନେଜୁଏଲାର ଜାତୀୟ ପରିଷଦର ସଭାପତି ଜର୍ଜ ରୋଡ୍ରିଗେଜ କହିଛନ୍ତି।
-
13.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡକ୍ଟର ଅଜିତ କୁମାର ଶାସନୀଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଉପ-ଚାନ୍ସେଲର ଭାବରେ ନିଯୁକ୍ତ କରିଛନ୍ତି, ବିଭାଗ କହିଛି।
-
14.ଚଳିତ ୨୦୨୬ ଫିଫା ବିଶ୍ୱକପ୍ରେ ଯଦି ଆମେରିକା ପୁରୁଷ ଫୁଟବଲ ଦଳ ଚଳିତ ବିଶ୍ୱକପ ଟ୍ରଫି ହାସଲ କରେ, ତେବେ ସଂସ୍ଥା ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ଏକ ଫୁଟବଲ ପଠାଯିବ ବୋଲି ନାସାର ପ୍ରଶାସକ ଜାରେଡ ଆଇଜାକ୍ମ୍ୟାନ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି।
-
15.ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏହାସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି। ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି।
|
22 |
Y |
|
| 8 |
04-07-2026 |
English |
-
1.President Donald Trump proclaimed July 4, 2026, as the 250th anniversary of the adoption of the US Declaration of Independence, calling it a celebration of America's founding ideals.
-
2.The death toll from the twin earthquakes that struck Venezuela on June 24 has risen to 2,645, and 12,666 people were injured, Venezuelan National Assembly President Jorge Rodriguez said.
-
3.President Droupadi Murmu has appointed Dr. Ajit Kumar Shasany as the Vice Chancellor of Central University of Odisha (CUO), said the department.
-
4.The Department of Social Security and Empowerment of Persons with Disabilities (SSEPD) is organising ‘Samarthya-2026’—a national-level short film festival—in Odisha.
-
5.The Odisha State Police Housing & Welfare Corporation Limited (OPHWC) has paid a record dividend of Rs 21.28 crore to the Government of Odisha for the financial year 2024-25, marking the highest-ever dividend declared by the state-owned public sector undertaking.
-
6. India is nearing completion of its first bullet train corridor, the Mumbai–Ahmedabad High‑Speed Rail (MAHSR) project, which will provide a standardised template for upcoming bullet train corridors across the country, a statement said on Friday.
-
7.The Gujarat Anti-Terrorist Squad (ATS) has arrested eight people for their alleged association with the banned terror organisation Jaish-e-Mohammed (JeM).
-
8.Union Minister for Electronics and Information Technology Ashwini Vaishnaw has reportedly directed the Ministry of Electronics and Information Technology (MeitY) to summon officials of Meta over advertisements hosted on Instagram that allegedly promoted child sexual abuse.
-
9.As activist Sonam Wangchuk's hunger strike at Jantar Mantar entered the sixth day Friday, the Cockroach Janta Party (CJP) said he appeared far weaker and more exhausted and urged supporters across the country to observe a one-day fast in solidarity with the protest. Sharing Wangchuk's latest health.
-
10.Beijing: Over 800 Chinese entrepreneurs, investors and tour operators Friday took part in a conference highlighting investment opportunities in India in China's Hangzhou city.
-
11.Odisha Vigilance Friday arrested two former Panchayat Executive Officers (PEOs) of Puri district for allegedly embezzling more than Rs 30.78 lakh meant for beneficiaries of the Madhu Babu Pension Yojana (MBPY).
-
12.Dr Ajit Kumar Shasany, Director of CSIR-National Botanical Research Institute (NBRI) in Lucknow, has been appointed as the new Vice-Chancellor of Central University of Odisha (CUO).
-
13.The Election Commission has appointed 10 senior IAS officers as Electoral Roll Observers (ERO) to oversee the ongoing special intensive revision (SIR) in the state, according to a notification issued Friday.
-
14.Police arrested a man posing as an Odisha Police constable after he was found wandering suspiciously outside the office of the Superintendent of Police (SP) in Anugola Thursday.
-
15.Bank staff told the SIT that before the theft came to light, donations to the Ram Janmabhoomi Teerth Kshetra Trust's bank accounts averaged Rs 16 to Rs 18 lakh per day. After the case surfaced, however, the amount rose to Rs 24 to Rs 26 lakh per day
|
9 |
Y |
|
| 9 |
03-07-2026 |
Odia |
-
1.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଶିଳ୍ପ ବିଭାଗ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ମଧ୍ୟରେ ୧ ଲକ୍ଷ ୧ ହଜାର କୋଟିର ଏମଓୟୁ ସ୍ବାକ୍ଷର ହୋଇଛି। ଏହି ଏମଓୟୁ ଦ୍ବାରା ୫୩,୫୦୦ ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ଜଣାପଡ଼ିଛି।
-
2.୩ଟି ଯାକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଦେଶରେ ହାରାହାରି ୩୦ ଦିନ ପାଇଁ ଏଲ୍ପିଜି ମହଜୁଦ ରଖିବା ଲାଗି ଯୋଜନା କରୁଛନ୍ତି।
-
3.ଶିକ୍ଷାବର୍ଷ ୨୦୨୬–୨୭ ପାଇଁ ଅନୁଷ୍ଠିତ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ (CPET-୨୦୨୬)ର ପରୀକ୍ଷାଫଳ ପ୍ରକାଶ ପାଇଛି।
-
4. ସଂସଦର ମୌସୁମି ଅଧିବେଶନ ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବାର ସମ୍ଭାବନା ରହିଛି।
-
5.ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ ନୋଟିସ ଜାରି କରିଛି, ସେମାନଙ୍କର ବିଦ୍ୟମାନ ୟୁଜରନେମ ଫିଚରଗୁଡ଼ିକୁ ପ୍ରଶ୍ନ କରିଛି।
-
6.ସୁପ୍ରିମକୋର୍ଟ ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ସମ୍ପର୍କରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି।
-
7.ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରିଥିଲା ଯେ କୋଝିକୋଡ ଏବଂ କୁୱେତ ମଧ୍ୟରେ ଶୁକ୍ରବାର ଦିନ ବିମାନ ସେବା ଆରମ୍ଭ ହେବ, ଯେତେବେଳେ ବେଙ୍ଗାଲୁରୁ, କର୍ନାଟକରୁ କୁୱେତକୁ ସେବା ୪ ଜୁଲାଇରେ ଆରମ୍ଭ ହେବାକୁ ସ୍ଥିର ହୋଇଛି।
-
8.କାତାରର ରାଜଧାନୀ ଦୋହାରେ ଇରାନ ସହିତ ହୋଇଥିବା ଆଲୋଚନା ସକାରାତ୍ମକ ରହିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।
-
9.ଆଫଗାନିସ୍ତାନ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆଇଏସଆଇଏସ ଘାଟି ଉପରେ ଆକ୍ରମଣ କରିଛି, ଯେଉଁଥିରେ ଅନେକ ଆତଙ୍କବାଦୀ ଆହତ ହୋଇଥିବା କୁହାଯାଉଛି।
-
10.ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତେଲ୍ଲା ଅଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଦଳର ବରିଷ୍ଠ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମନ ଖୁର୍ସିଦ ଓ କଂଗ୍ରେସ ଦଳର ଗଣମାଧ୍ୟମ ଶାଖା ମୁଖ୍ୟ ପୱନ ଖେଡାଙ୍କୁ ନିମନ୍ତ୍ରଣ କରାଯାଇଛି।
-
11.ପ୍ରତିବର୍ଷ ଜାନୁଆରୀ ୧ ଓ ଜୁଲାଇ ୧ରେ ଏହି ଭାରତ ଓ ପାକିସ୍ତାନର ବନ୍ଦୀ ତାଲିକା ବିନିମୟ ହୋଇଥାଏ। ଏହି ବନ୍ଦୀ ତାଲିକା ଅନୁଯାୟୀ ପାକିସ୍ତାନର ଜେଲ୍ରେ ୨୫୦ଜଣ ଭାରତୀୟ ନାଗରିକ ବନ୍ଦୀ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୯୮ଜଣ ମତ୍ସ୍ୟଜୀବୀ ଓ ୫୨ଜଣ ସାଧାରଣ ନାଗରିକ।
-
12.ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।
-
13.ଆନ୍ଧ୍ର ପ୍ରଦେଶର ତିରୁପତି ଜିଲ୍ଲାର ମୁକ୍କାବରିପାଲି ଗ୍ରାମରୁ ଗୁରୁବାର ଜାତୀୟ ସ୍ତରରେ ‘ବିକଶିତ ଭାରତ-ଜି ରାମ ଜି ଯୋଜନା’ ଆରମ୍ଭ ହୋଇଛି।
-
14.ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ କରିଛନ୍ତି, ଯାହା ଆଙ୍ଗ୍ଜାଇଟି ବା ମାନସିକ ଉଦ୍ବେଗ ବା ଉତ୍କଣ୍ଠାର ଲକ୍ଷଣ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଛି। ଏହା ମଧ୍ୟରୁ ୩୯ଟି ଦିଗ ସମ୍ପୂର୍ଣ୍ଣ ନୂତନ ଭାବେ ଆବିଷ୍କୃତ ହୋଇଛି। ଆଙ୍ଗ୍ଜାଇଟିକୁ ନେଇ ଆନୁବଂଶିକ କ୍ଷେତ୍ରରେ ଏହା ବିଶ୍ୱର ସବୁଠାରୁ ବଡ଼ ଗବେଷଣା ବୋଲି କୁହାଯାଇଛି।
-
15.ଆସନ୍ତା ୬ ମାସରେ ଭାରତରେ ହେବ ୧୧ ଅନ୍ତର୍ଜାତୀୟ ପ୍ରତିଯୋଗିତା। ଏହା ମଧ୍ୟରେ ଅଗଷ୍ଟରେ ଭୁବନେଶ୍ବରରେ ରହିଛି ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ୍ ଟୁର୍ (ରୌପ୍ୟ ସ୍ତରୀୟ)। ସେହିପରି ବ୍ୟାଡ୍ମିଣ୍ଟନ ବିଶ୍ବ ଚାମ୍ପିଅନ୍ସିପ୍ ଅଗଷ୍ଟ ୧୭ରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡି ୟମ୍ରେ ଅନୁଷ୍ଠିତ ହେବ।
|
19 |
Y |
|
| 10 |
03-07-2026 |
English |
-
1.Odisha government Thursday signed an MoU with UAE-based International Holding Company (IHC) and the Adani Group for setting up an integrated aluminium project worth Rs 1.10 lakh crore, officials said.
-
2.Union Petroleum and Natural Gas Minister Hardeep Singh Puri Thursday said there is no justification for lowering retail fuel prices at this stage.
-
3.Food safety regulator Food Safety and Standards Authority of India (FSSAI) has issued notices to beverage brands over use of term ‘energy drink’ and alleged misleading claims on product labels.
-
4.Amid the ongoing controversy over errors in recently published text books by SCERT, Odisha, the state government on Thursday announced PDF versions of the revised tex tbooks have been uploaded online for public feedback.
-
5.The Odisha government on Thursday urged doctors currently on strike to immediately withdraw their agitation, resume duties, and participate in discussions with the authorities.
-
6.The Block Education Officers (BEOs), the Directorate of Elementary Education, Odisha stated immediate steps must be taken to clear the outstanding electricity bills of primary and upper primary schools.
-
7.The Higher Education Department in Odisha has published the results of the Common PG Entrance Test (CPET)-2026.
-
8.Authorities of all government and aided private colleges have been directed to ensure no outlets selling alcohol, tobacco, narcotic drugs, psychotropic substances, or any other intoxicants operate within this 500-metre perimeter.
-
9.The annual Shri Amarnath Ji Yatra 2026 will commence on Friday, with thousands of devotees .
-
10.Foreign Secretary Vikram Misri's tenure has been extended by a year beyond its scheduled end in mid-July.
-
11.With the onset of the US-Iran war on February 28, the registration of EVs have jumped significantly in India. From average 1.3 lakh registration in 2025, the March-June period exhibited average 2.3 lakh registrations.
-
12.The Gujarat High Court on Thursday sought the state government's stand on the "completely illegal" demolition carried out in Narisnagar locality of Surat on May 30 resulting in around 100 houses being razed without any prior notice.
-
13. Russia hammered Kyiv in a major drone and missile attack overnight into Thursday morning, killing at least 17 civilians and injuring scores more.
-
14.Forest department personnel rescued 297 live and 113 dead seagulls and arrested a poacher during a raid on illegal bird hunting activities in the sea near Subarnadandi under Bhograi block in Baleshwar district, officials said Thursday.
-
15.Observing that “a case of murder cannot be proved on mere hunches or possibilities” and that courts cannot presume a witness is truthful solely because of his relationship with the victim, the Orissa High Court has acquitted a man who was convicted two decades.
|
14 |
Y |
|