- ୫୦ ବର୍ଷ ଧରି କଂଗ୍ରେସରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମନବୀ ଆଜାଦ ଶନିବାର ୟୁନିଫର୍ମ ସିଭିଲ କୋଡ (ୟୁସିସି) ର କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି।
-
ସୁଖୀ ଓଡ଼ିଶା, ସୁସ୍ଥ ଓଡ଼ିଶା। ୨୩ ବର୍ଷ ଧରି ଦ୍ରୁତ ବିକାଶ ସହିତ ବାସ ଉପଯୋଗୀ ଅନୁକୂଳ ପରିବେଶ ପାଇଁ ଓଡ଼ିଶା ଏବେ ଦେଶରେ ଅଗ୍ରଣୀ ରାଜ୍ୟ।
-
ମୋ ପୋଖରୀ ସହରାଞ୍ଚଳ ନବୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୧୧୫ଟି ପୌରାଞ୍ଚଳରେ ଥିବା ବୃହତ ଜଳାଶୟଗୁଡ଼ିକର ନବୀକରଣ ହେବ।
-
କ୍ଲଷ୍ଟର ବୋମାକୁ ଦୁନିଆର ସବୁଠାରୁ ମାରାତ୍ମକ ଅସ୍ତ୍ର ମଧ୍ୟରେ ଗଣାଯାଏ | ଏହାର ପ୍ରଭାବ ଦେଖି ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀ ସମେତ ୧୦୦ରୁ ଅଧିକ ଦେଶ ଏହାର ବ୍ୟବହାରକୁ ନିଷିଦ୍ଧ କରିଛନ୍ତି। କିନ୍ତୁ ଏବେ ଆମେରିକା ୟୁକ୍ରେନକୁ ଏହି ଅସ୍ତ୍ର ଯୋଗାଇବାକୁ ଯାଉଛି |
-
ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ବେକର ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାର ୪୦ ବିଧାୟକ ଏବଂ ଉଦ୍ଧବ ଠାକ୍ରେ ଗୋଷ୍ଠୀର ୧୪ ସେନା ବିଧାୟକଙ୍କୁ ନୋଟିସ୍ କରିଛନ୍ତି। ସେମାନଙ୍କ ବିରୋଧରେ ଥିବା ଅଯୋଗ୍ୟ ଘୋଷଣା ଆବେଦନ ଉପରେ ସେମାନଙ୍କୁ ବାଚସ୍ପତି ନୋଟିସ କରିଛନ୍ତି ଏବଂ ୭ ଦିନ ମଧ୍ୟରେ ଜବାବ ରଖିବାପାଇଁ କହିଛନ୍ତି।
-
ମେକ୍ସିକୋର ଜଣେ ଲୋକ ନିଜ ସ୍ତ୍ରୀକୁ ହତ୍ୟା କରି ତା’ର ମସ୍ତିଷ୍କକୁ ଟାକୋ (ଦୋସା ପରି ଖାଦ୍ୟ) ସହ ଖାଇବା ପରେ ଖପୁରିକୁ ଆସ୍ଟ୍ରେ ଭାବେ ବ୍ୟବହାର କରୁଥିବା ଅଭିଯୋଗରେ ଗିରଫ ହୋଇଛି।
-
ପଶ୍ଚିମବଙ୍ଗରେ ଶନିବାର ଦିନ ବ୍ୟାପକ ହିଂସା ମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ହିଂସା ଯୋଗୁଁ ରାଜ୍ୟରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି।
-
ରୁଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ବିଦ୍ରୋହ କରିବା ବେସରକାରୀ ସେନା ଓ୍ବାଗନରର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ପାଇଁ ମହଙ୍ଗା ପଡ଼ିବାକୁ ଯାଉଛି । ପ୍ରିଗୋଜିନଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ଓ କାର୍ଯ୍ୟାଳୟ ଉପରେ ବୁଧବାର ରୁଷୀୟ ସୁରକ୍ଷା ବାହିନୀ ଚଢ଼ାଉ କରିଛି।
-
ପ୍ରତ୍ୟେକ ଲୋକକଳା ପାଇଁ ଗୋଟିଏ ଦିନରେ ୩ ଘଣ୍ଟାରେ ୩ଟି ପ୍ରଦର୍ଶନ କରିବା ପାଇଁ ବର୍ଦ୍ଧିତ ପାରିଶ୍ରମିକ ଘୋଷଣା କରାଯାଇଛି । ଦଳର ମୁଖ୍ୟଙ୍କୁ ଦିନକୁ ୧୦୦୦ ଟଙ୍କା ଓ ଅନ୍ୟ ସଦସ୍ୟ ମାନଙ୍କୁ ୮୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏହାସହିତ, କଳାକାରମାନଙ୍କ ଗମନାଗମନ ଓ ଖାଦ୍ୟ ପାଇଁ ଜଣ ପିଛା ଦୈନିକ ୩୦୦ ଟଙ୍କା ଲେଖାଏ ଦିଆଯିବ।
-
ପାରଳାଖେମୁଣ୍ଡିରେ ନକଲି ସୁନା ଦେଇ ବ୍ୟାଙ୍କରୁ ୪୦ ଲକ୍ଷ ଠକେଇ, ସୁନାରି ସମେତ ୧୧ ଗିରଫ ହେଲେ ।
-
ପିଙ୍କ୍ ହ୍ୱାଟ୍ସଆପ୍ ଡାଉନଲୋଡ୍ ନକରିବାକୁ ଓଡ଼ିଶା ପୁଲିସ ପରାମର୍ଶ ଦେଇଛି ।
-
ରାଜ୍ୟର ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ୧,୩୧,୨୯୩ ମାମଲା ଫଇସଲା ହେଲା।
-
ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ମଧ୍ୟ ଆଫ୍ରିକାରୁ ୪ ଓଡ଼ିଆ ଫେରିଲେ।
-
ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସକୁ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଲା।
-
ଆୟକର ବିଭାଗ ଡିଏନ ଗ୍ରୁପ୍ ମୁଖ୍ୟଙ୍କୁ ପଚରାଉଚରା, ଖୋଳତାଡ଼ କରୁଛି । ଭୁବନେଶ୍ୱର ସହିଦନଗର ଜମି ଦୁର୍ନୀତି ମାମଲାରେ ଡିଏନ ହୋମ୍ସକୁ ଟାଣିଲା କଂଗ୍ରେସ।
-
, ଓଡ଼ିଶାର ପ୍ରଥମ କିନ୍ନର ଦୀପା ପିଏଚ୍ଡି କରି ଇତିହାସ ରଚିବେ ।
-
ରାଜସ୍ଥାନର ଜୟପୁରରେ ଥିବା ଝାଡ଼ଖଣ୍ଡ ମହାଦେବ ମନ୍ଦିରରେ ଭକ୍ତମାନେ ମନ୍ଦିରରେ ପ୍ରବେଶ ବେଳେ ଫଟା ଜିନ୍ସ, ସର୍ଟସ, ଫ୍ରକ, ନାଇଟସୁଟ କିମ୍ବା ମିନି ସ୍କଟ ପିନ୍ଧିବା ବାରଣକ ରାଯାଇଛି ।
-
ଅକ୍ଟୋବରରୁ ଆରମ୍ଭ ହେବ ଡେବିଟ୍, କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି । ଭାରତୀୟ ରିଜର୍ଭ ବ୍ୟାଙ୍କ ଯୋଗାଇ ଦେବ ନୂଆ ସୁବିଧା, ନିଜ ପସନ୍ଦର ବ୍ୟାଙ୍କ ଚୟନ କରିପାରିବେ ଗ୍ରାହକ।
-
କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିଆଣାରେ ଚାଷୀଙ୍କ ସହ ମିଶି ବିଲରେ ତଳି ରୋଇଲେ, ଟ୍ରାକ୍ଟର ଚଳାଇଲେ।
-
ରଷିଆ-ୟୁକ୍ରେନ ଯୁଦ୍ଧକୁ ୫ଶହ ଦିନ ପୂରିଲା । ୫ଶହ ଶିଶୁଙ୍କ ସମେତ ହଜାର ହଜାର ସଂଖ୍ୟକ ଲୋକଙ୍କ ଗଲାଣି ଜୀବନ, ଉଭୟ ଦେଶ ହରାଇଲେ ନିଜର ୪ଲକ୍ଷରୁ ଅଧିକ ସୈନିକ।