-
ମାଇକ୍ରୋସଫ୍ଟ ଇଣ୍ଡିଆ ସଭାପତି ଅନନ୍ତ ମାହେଶ୍ବରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟ କାର୍ଯ୍ୟ ପାଇଁ ସେ କମ୍ପାନି ଛାଡ଼ିଛନ୍ତି।
-
ହାୱଡ଼ାରୁ ସିକନ୍ଦରାବାଦ ଯାଉଥିବା ଫଲକନୁମା ଏକ୍ସପ୍ରେସ ଯାତ୍ରୀମାନେ ଆଜି ଏକ ବଡ଼ ଧରଣର ବିପଦରୁ ବର୍ତ୍ତି ଯାଇଛନ୍ତି। ତେଲେଙ୍ଗାନାର ୟାଦାଦ୍ରି -ଭୋଙ୍ଗିର ଜିଲ୍ଲାର ଭୋଙ୍ଗିର ନିକଟରେ ଶୁକ୍ରବାର ଦିନ ଫଲକନୁମା ଏକ୍ସପ୍ରେସରେ ନିଆଁ ଲାଗି ଯାଇଛି।
-
ଗୁଜରାଟ ହାଇକୋର୍ଟ ଆଜି ମୋଦି ସାଙ୍ଗିଆ ଟିପ୍ପଣୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଦିଆଯାଇଥିବା ଦଣ୍ଡାଦେଶ କାଏମ ରଖିଛନ୍ତି।
-
ତାମିଲନାଡ଼ୁର କୋଏମ୍ବାଟୁର ପୁଲିସ ଡିଆଇଜି ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି। କୋଏମ୍ବାଟୁର ରେଡ୍ ଫିଲ୍ଡସ ସ୍ଥିତ ସରକାରୀ ବାସଭବନରେ ଡିଆଇଜି ବିଜୟ କୁମାର ଆଜି ସକାଳ ପ୍ରାୟ ୬.୧୫ ସମୟରେ ନିଜକୁ ଗୁଳି କରିଛନ୍ତି।
-
ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନେତୃତ୍ବରେ ଭାରତୀୟ ସଂସଦୀୟ ପ୍ରତିନିଧି ମଣ୍ଡଳୀ ଜୁଲାଇ ୬ରୁ ୮ ପର୍ଯ୍ୟନ୍ତ ତିନି ଦିନିଆ ମଙ୍ଗୋଲିଆ ଗସ୍ତ କରିଛନ୍ତି।
-
ଗୀତା ପ୍ରେସ୍ ଶତବାର୍ଷିକୀ ଉତ୍ସବରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ଗୀତା ପ୍ରେସ୍ କୌଣସି ମନ୍ଦିରଠାରୁ କିଛି କମ୍ ନୁହେଁ। ଗୀତା ପ୍ରେସ୍ ହେଉଛି ବିଶ୍ବରେ ଏକମାତ୍ର ପ୍ରିଣ୍ଟିଂ ପ୍ରେସ୍ ଯାହା କେବଳ ଏକ ଅନୁଷ୍ଠାନ ନୁହେଁ ବରଂ ଏକ ଜୀବନ୍ତ ଆସ୍ଥା। ଏହା କେବଳ ଏକ ପ୍ରିଣ୍ଟିଂ ପ୍ରେସ୍ ନୁହେଁ ବରଂ କୋଟି କୋଟି ଲୋକଙ୍କର ମନ୍ଦିର।
-
କୋଟିଆ ବିବାଦକୁ ନେଇ ସମ୍ବିଧାନର ୧୩୧ ଧାରା ଉଚ୍ଛେଦ ପାଇଁ ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ଅରିଜିନାଲ ସୁଟ୍ର ଜବାବ ଆନ୍ଧ୍ର ପ୍ରଦେଶ ଓ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଦାଖଲ କରିନାହାନ୍ତି।
-
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ଏନସିସି ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ କ୍ୟାଡେଟମାନଙ୍କ ପାଇଁ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିବା ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।
-
ଉତ୍ତର-ପଶ୍ଚିମ ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୨୦୦ରୁ ଅଧିକ ଭୂମିକମ୍ପ ରେକର୍ଡ କରାଯାଇଛି। ଫଳରେ ସମଗ୍ର ଦେଶ ଆତଙ୍କିତ ହୋଇପଡ଼ିଛି ।
-
ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯ୍ୟାତନା ମାମଲାରେ ଦିଲ୍ଲୀ କୋର୍ଟ ରେସଲିଂ ଫେଡେରେଶନର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ଏମ୍ପି ବ୍ରିଜ୍ଭୂଷଣ ଶରଣ ସିଂ ଏବଂ ବିନୋଦ ତୋମାରଙ୍କୁ ଡକାଇଛନ୍ତି।
-
ମାକଡୋନାଲ୍ଡ ଇଣ୍ଡିଆ (ଉତ୍ତର ଏବଂ ପୂର୍ବ)ରେ ଏହାର ଫୁଡ୍ ପ୍ରଡକ୍ଟସ୍ ତାଲିକାରୁ ଟମାଟୋକୁ ହଟାଇବାକୁ ନିଷ୍ପତ୍ତି ନେଇଛି।
-
ମହାରାଷ୍ଟ୍ରରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଉଦ୍ଧବ ଠାକରେକୁ ବଡ଼ ଝଟକା ଲାଗିଛି। ବିଧାନ ପରିଷଦର ଉପସଭାପତି ନୀଲମ ଗୋରେ ଶିନ୍ଦେ ଦଳରେ ସାମିଲ ହେବେ।
-
ହରିୟାଣା ସରକାର ୪୫ ରୁ ୬୦ ବର୍ଷ ବୟସର ସ୍ବଳ୍ପ ଆୟ ବର୍ଗର ଅବିବାହିତ ବ୍ୟକ୍ତିଙ୍କ ପାଇ ମାସିକ ପେନସନ୍ ଦେବାକୁ ଘୋଷଣା କରିଛନ୍ତି।
-
ମଧ୍ୟ ପ୍ରଦେଶର ସିଧି ଜିଲାରେ ହୋଇଥିବା ପରିସ୍ରା ମାମଲାର ବିବାଦ ଥମିବାର ନାଁ ନେଉନାହିଁ। ଭୋପାଳ ଏବଂ ଇନ୍ଦୋର ପୋଲିସ ଷ୍ଟେଶନରେ ଲୋକ ଗାୟିକ ନେହା ସିଂ ରାଠୋରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
-
ଓଡ଼ିଶା ସମେତ ୭ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ଲାଗି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ କଲେଜିୟମ ୭ ଜଣ ବିିଚାରପତିଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି।
-
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଆସନ୍ତା ଅଗଷ୍ଟରେ ଅବସର ଗ୍ରହଣ କରିବାକୁ ଥିବାରୁ ଉକ୍ତ ପଦବୀ ଖାଲି ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କଲେଜିୟମ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ନିଯୁକ୍ତି ଲାଗି ସୁପାରିସ କରିଥିବା ଉକ୍ତ ପ୍ରସ୍ତାବରେ କୁହାଯାଇଛି।
-
ମୁମ୍ବାଇ ରାସ୍ତାରେ ଭରତ ଭିକ ମାଗନ୍ତି ଭାରତ ଜୈନ । ଭିକାରି ଭରତ ଜୈନ ହେଉଛନ୍ତି ସାଢେ ସାତ କୋଟି ଟଙ୍କା ସଂପତ୍ତିର ମାଲିକ । ମୁମ୍ବାଇ ରାସ୍ତାରେ ଭିକ ମାଗନ୍ତି ଭାରତ ଜୈନ । ଭିକ ମାଗି ତାଙ୍କର ମାସିକ ଆୟ ୬୦,୦୦୦ ରୁ ୭୫,୦୦୦ ଟଙ୍କା ଭିତରେ ରହିଛି।
-
ରିଷ୍ଠ ଆଇପିଏସ ଅଫିସର ସଫିନ ଅହମ୍ମଦ କେ.ଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ୱ ଦେଇଛନ୍ତି ସରକାର । ସେହିଭଳି ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ୨୦୦୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ ନାୟକଙ୍କୁ ଏଚ୍ଆର୍ପିସି ଡିଆଇଜି ଭାବେ ନିଯୁକ୍ତ କରାଯାଇଛି ।
-
ମହଙ୍ଗା ମାଡ଼ରୁ ଆଉ ନିସ୍ତାର ନାହିଁ। ପେଟ୍ରୋଲ, ଡିଜେଲ ଆଉ ରନ୍ଧନ ଗ୍ୟାସ୍ର ଉଚ୍ଚ ଦରକୁ ନେଇ ଚର୍ଚ୍ଚା ଥମିଗଲାଣି।ଟମାଟୋ ଶତକ ମାରିବା ପରେ ବିନ୍ସ, ଅଦା ଆଉ ରସୁଣ ଦର ସବୁଠାରୁ ଅଧିକ ହୋଇଯାଇଛି। ତେବେ ଏବେ ଏସବୁର ରେକର୍ଡ ଭାଙ୍ଗିଛି ଜିରା ଦର। ଖୁଚୁରା ବଜାରରେ ଜିରା କିଲୋ ପିଛା ୧୦୦୦ ଟଙ୍କାରେ ପହଞ୍ଚିଛି।
-
ରାଜଧାନୀ ଭୁବନେଶ୍ୱରରେ ବସିବ ଡପଲାର୍ ୱେଦ୍ର ରାଡାର । ଏହି ରାଡାର କଟକ-ଭୁବନେଶ୍ୱର ଦ୍ୱୈତ ନଗରୀର ପାଣିପାଗ ଆକଳନ କରିବ । ଦୁଇ ସହର ପାଇଁ ସଠିକ୍ ପୂର୍ବାନୁମାନ କରି ଆଗୁଆ ପ୍ରତିକାର ବ୍ୟବସ୍ଥା ଲାଗି ଏହି ପଦକ୍ଷେପ ନିଆଯିବ ।