-
ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ଶନିବାର ୫ ଜଣ ପୂର୍ବତନ କମାଣ୍ଡରଙ୍କୁ ତୁର୍କୀରୁ ନିଜ ଦେଶକୁ ଫେରାଇ ଆଣିଛନ୍ତି। ସେମାନେ ପୂର୍ବରୁ ୟୁକ୍ରେନ୍ର ମାରିଉପୋଲ ସେନାଘାଟିରେ ଅବସ୍ଥାପିତ ଥିଲେ, ଯାହାକୁ ରୁଷ୍ ଅଧିକାର କରିନେଇଛି।
-
ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର ସକାଳେ ଗୁଜରାଟରୁ ରାଜ୍ୟସଭା ପାଇଁ ମନୋନୟନପତ୍ର ଦାଖଲ କରିବେ। ଗୁଜରାଟରେ ମୋଟ ୩ଟି ରାଜ୍ୟସଭା ଆସନ ଖାଲି ହେବାକୁ ଥିବା ବେଳେ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ସଂପର୍କରେ ବିଜେପି ସଂସଦୀୟ ବୋର୍ଡ ଶୀଘ୍ର ନିଷ୍ପତ୍ତି ନେବ।
-
ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଏହାକୁ ବିରୋଧ କରି ଲଣ୍ଡନ, ଅଷ୍ଟ୍ରେଲିଆ ଏବଂ କାନାଡାରେ ଖାଲିସ୍ତାନୀ ସମର୍ଥକମାନେ ଗତକାଲି ‘କିଲ୍ ଇଣ୍ଡିଆ ରାଲି’ର ଆୟୋଜନ କରିଥିଲେ।
-
ଓଡ଼ିଶାକୁ ରାଜ୍ୟର ପ୍ରଥମ AI ନ୍ୟୁଜ୍ ଆଙ୍କର 'ଲିସା': ଓଡ଼ିଆ ଓ ଇଂଲିଶରେ ନ୍ୟୁଜ୍ ପଢିବେ ।
-
ସୋସିଆଲ ମିଡ଼ିଆ ପ୍ଲାଟଫର୍ମ Threadରେ ୟୁଜରଙ୍କ ସଂଖ୍ୟା ୯କୋଟିକୁ ପାର ହେଲା।
-
କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ଆରମ୍ଭ ହେଲା କାମ l ଡିପିଆର ପ୍ରସ୍ତୁତି ପାଇଁ ଠିକା ନେଇଥିବା ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ (ଡିଏମ୍ଆର୍ସି) ସଂସ୍ଥା ‘ଜିଓ ଟେକ୍ନିକାଲ ଇନ୍ଭେଷ୍ଟିଗେସନ’ ଆରମ୍ଭ କଲା l
-
ସମୁଦ୍ରରେ ପ୍ରତିବର୍ଷ ବିଲିୟନ ବିଲିୟନ ଟନ୍ ପ୍ଲାଷ୍ଟିକ୍ ପକାଯାଉଛି, ୪୦୦ ସ୍ଥାନ ଏବେ ଡେଡ୍ ଜୋନ୍ ହେଲା l
-
୨୪ ଘଣ୍ଟାରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ୧୯୮୨ ପରଠାରୁ ଜୁଲାଇରେ ଗୋଟିଏ ଦିନରେ ସର୍ବାଧିକ ବୋଲି ଭାରତୀୟ ପାଣିପାଗ ବିଭାଗର ସୂଚନା l ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ୧୫ ଜଣଙ୍କ ହେଲା ମୃତ୍ୟୁ l
-
ଫିଲ୍ମ ଆଦିପୁରୁଷ ବକ୍ସ ଅଫିସରେ ଫ୍ଲପ ହେଲା, ୟୁଟ୍ୟୁବରେ ହିଟ୍ l କିଛି ଘଣ୍ଟା ମଧ୍ୟରେ ଦେଖିଲେ ୨ମିଲିୟନରୁ ଅଧିକ ଲୋକ।
-
ଥାଇଲାଣ୍ଡ ରେ ଏକ୍କାଚାଇ ଏବଂ ଲକ୍ସାନା ୫୮ ଘଣ୍ଟା ୩୫ ମିନିଟ ପର୍ଯ୍ୟନ୍ତ Kiss କରୁଥିଲେ ଦୁଇ ଦମ୍ପତ୍ତି, ଗିନିଜ ବୁକ ଅଫ ରେକର୍ଡରେ ମିଳିଲା ସ୍ଥାନ l
-
ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓପି ସୋନୀ ହେଲେ ଗିରଫ ହେଲେ l
-
ପଶ୍ଚିମବଙ୍ଗରେ ହିଂସା ଯୋଗୁ ପଞ୍ଚାୟତ ନିର୍ବାଚନ ହେଲା ବ୍ୟାହତ l ୬୦୦ରୁ ଅଧିକ ବୁଥ୍ରେ ପୁଣିଥରେ ହେବ ଭୋଟିଂ l
-
ଆମେରିକାର ଡ୍ରୋନ୍ ଆକ୍ରମଣରେ ଇସଲାମିକ୍ ଷ୍ଟେଟର ପ୍ରମୁଖ ଆତଙ୍କୀ ନେତା ଅସାମାହ ଅଲ-ମୁହାଜିର ନିପାତ ହେଲା l
-
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ରାଜ୍ୟପାଳ ଆର୍ଏନ୍ ରବିଙ୍କ ବିରୋଧରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରୁନାହାନ୍ତି ଏବଂ ଅଯଥା ଅନର୍ଥ ସୃଷ୍ଟି କରୁଛନ୍ତି।
-
ଲିଡ୍ସରେ ଇଂଲଣ୍ଡର ରୋମାଞ୍ଚକ ବିଜୟ l ଏଜବାଷ୍ଟନ୍ ଏବଂ ଲର୍ଡସରେ ହାରିଯିବା ପରେ ଇଂଲଣ୍ଡ ଦଳ ସମାନ ପରିସ୍ଥିତିରେ ଥାଇ ଲିଡ୍ସ ଟେଷ୍ଟକୁ ଜିତିଯାଇଛି। ୫ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାରେ ବିଶ୍ବ ବିଜେତା ଅଷ୍ଟ୍ରେଲିଆ କିନ୍ତୁ ୨-୧ରେ ଆଗୁଆ ରହିଛି।
-
ଅପରେସନ୍ ଗୋଲ୍ଡମାଇନ୍ର ଏକ ଅଂଶ ସ୍ବରୂପ ରେଭିନ୍ୟୁ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (ଡିଆର୍ଆଇ) ସୁରଟ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୪୮.୨ କିଲୋଗ୍ରାମ୍ ସୁନା ପେଷ୍ଟ ଜବତ କରିଛି।
-
ଜଗତସିଂହପୁରର ଆରାଧ୍ୟଦେବୀ ମା’ ଶାରଳାଙ୍କ ପୀଠରେ ଲାଗୁ ହୋଇଛି ନୂଆ ନିୟମ । ମନ୍ଦିର ଭିତରକୁ ଆଉ ନେଇପାରିବେନି ମୋବାଇଲ ଓ କ୍ୟାମେରା । ମଝି ଦେଉଳ ଓ ଗର୍ଭଗୃହକୁ ମୋବାଇଲ ନେବା ନିଷେଧ କରାଯାଇଛି ।
-
ବାଂଲାଦେଶ ଗସ୍ତରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ଗତକାଲି ଖେଳାଯାଇଥିବା ପ୍ରଥମ ଦିନିକିଆରେ ବୋଲରଙ୍କ କଂଜୁସ ବୋଲିଂ ପରେ ହର୍ମନପ୍ରୀତ୍ କୌରଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଭାରତ ୭ ୱିକେଟ୍ରେ ବିଜୟୀ ହୋଇଛି।
-
ବିଶ୍ୱକପ୍ ଖେଳିବାକୁ ପାକିସ୍ତାନ କ୍ରିକେଟ୍ ଟିମ୍ ଭାରତ ଆସିବା ଉପରେ ଏବେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅକ୍ଟୋବର ୫ ରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ କ୍ରିକେଟ୍ ବିଶ୍ୱକପ । ଏହାରି ଭିତରେ ପାକିସ୍ତାନର କ୍ରୀଡାମନ୍ତ୍ରୀ ବିଶ୍ୱକପରୁ ପାକିସ୍ତାନର ଓହରିବା ପାଇଁ ଧମକ ଦେଇଛନ୍ତି ।
-
ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରି ସାରିଥିବା ଶ୍ରୀଲଙ୍କା ଦଳ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ଟ୍ରଫି ସହ ଭାରତ ଗସ୍ତ ପୂର୍ବରୁ କଲା ଆତ୍ମବିଶ୍ବାସ ଅର୍ଜନ l ଜିତିଲା ବିଶ୍ବକପ୍ କ୍ବାଲିଫାୟାର୍ସ ଟ୍ରଫି l