# |
Date |
Type |
Current Affairs |
No. Of Views |
Status |
Action |
1341 |
20-10-2023 |
Odia |
-
ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ଇସ୍ରାଏଲ ଉପରେ ଶତାଧିକ ରକେଟ୍ ମାଡ଼ କରିବା ପରେ ସ୍ଥିତି ବିସ୍ଫୋରକ ରହିଛି। ଅନ୍ୟପକ୍ଷେ ଇସ୍ରାଏଲ ସେନା ମଧ୍ୟ ଗାଜାରେ ହମାସ୍ର ବିଭିନ୍ନ ଠିକଣା ଏବଂ ହମାସ ସହ ସମ୍ବନ୍ଧିତ ପ୍ରତିଷ୍ଠାନଗୁଡ଼ିକ ଉପରେ ବୋମାମାଡ଼ କରିଛି।
-
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଯିବାର ଦିନକ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ଇସ୍ରାଏଲ ଗସ୍ତ କରିଛନ୍ତି। ୨ ଦିନିଆ ମଧ୍ୟପ୍ରାଚ୍ୟ ଗସ୍ତରେ ଥିବା ସୁନକ ଆଜି ଇସ୍ରାଏଲରେ ପହଞ୍ଚିବାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଇସ୍ରାଏଲର ସବୁଠୁ ଖରାପ୍ ସମୟରେ ବ୍ରିଟେନ୍ ଇସ୍ରାଏଲ ସହ ରହିବ ବୋଲି ସୁନକ ନେତାନ୍ୟାହୁଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
-
ଦିଲ୍ଲୀ ହାଇକୋର୍ଟ ଗୁରୁବାର କହିଛନ୍ତି ଯେ, ମନିଲଣ୍ଡରିଂ ନିରୋଧ ଆଇନ (ପିଏମ୍ଏଲ୍ଏ)ର ଧାରା ୧୯ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଗିରଫ କରିବାର ଅଧିକାର ଅସୀମିତ ନୁହେଁ। ଅର୍ଥାତ୍ ଇଡି ମନଇଚ୍ଛା ବା ନିଜର ଖିଆଲଖୁସି ଅନୁସାରେ କାହାକୁ ଗିରଫ କରିପାରିବନି।
-
ଅପରେସନ ଅଜୟ ଅଧୀନରେ ଭାରତ ସରକାର ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ୧୨୦୦ ଭାରତୀୟଙ୍କୁ ଫେରାଇ ଆଣିଲେଣି। ୫ଟି ବିମାନରେ ୧୨୦୦ ଭାରତୀୟ ଇସ୍ରାଏଲରୁ ସ୍ବଦେଶକୁ ଫେରିଛନ୍ତି।
-
ଓଡ଼ିଶାରେ ୨୦୨୨-୨୩ ଆର୍ଥିକବର୍ଷରେ ସର୍ବାଧିକ କୋଇଲା ଉତ୍ପାଦନ ହୋଇଛି। ଓଡ଼ିଶାରେ କୋଇଲା ଉତ୍ପାଦନ ପରିମାଣ ୨୧୮.୯୮୧ ନିୟୁତ ଟନ୍ (ଏମ୍ଟି) ରହିଛି। ଛତିଶଗଡ଼ ୧୫୬.୪୫୫ ଏମ୍ଟି ସହ ଦ୍ବିତୀୟ ସ୍ଥାନରେ ଥିବାବେଳେ ଝାଡ଼ଖଣ୍ଡ ୧୫୬.୪୪୫ ଏମ୍ଟି ସହ ତୃତୀୟ ସ୍ଥାନରେ ରହିଛି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକରେ ୭ ବିଭାଗର ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସେହିପରି ସଂଗ୍ରହାଳୟର ସୁପରିଚାଳନା, ପ୍ରତ୍ନତତ୍ବ ଓ ଗ୍ରନ୍ଥାଳୟ ପାଇଁ ଗଠନ ହେବ ୩ଟି ସ୍ବତନ୍ତ୍ର ନିର୍ଦ୍ଦେଶାଳୟ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅଧିନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ ।
-
ରାଜ୍ୟ ସରକାର ଦ୍ବିତୀୟ ପର୍ଯ୍ୟାୟରେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନାକୁ ଅନୁମୋଦନ ପ୍ରଦାନ କରି ଉକ୍ତ ଯୋଜନା ମାଧ୍ୟମରେ ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନଦୀ, ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ୨,୬୩,୮୦୧ ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବା
-
ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ । ପୁନେରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯାଇଥିଲା। ଟସ୍ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୫୬ ରନ କରିଥିଲା ।
-
ଦଶହରା ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ । ଷଷ୍ଠୀରୁ ଭସାଣୀ, ରାଜଧାନୀ ହେବ ପୋଲିସ ଛାଉଣୀ । ମୁତୟନ ହେବେ ୩୧ ପ୍ଲାଟୁନ ଫୋର୍ସ, ସିସିଟିଭି ନଜରରେ ରହିବ ରାସ୍ତାଘାଟ ଓ ଗଳିକନ୍ଦି । ରାଜଧାନୀରେ ଏଥର ୧୮୮ ଟି ମେଢ଼ ପୂଜା ପାଇବେ ।
-
ଚଳିତ ବର୍ଷ କଟକ ଦୁର୍ଗା ପୂଜା ପାଇଁ ସହରରେ ମୋଟ ୫୫ ପ୍ଲାଟୁନ ପୁଲିସ ଫୋର୍ସ, ୬୩୬ ହୋମଗାର୍ଡ, ୮ ଶହରୁ ଉର୍ଦ୍ଧ୍ବ କନେଷ୍ଟବଳ, ୧୪୦ ଜଣ ହାବିଲଦାର, ୩୫୦ ସବ ଇନେସ୍ପେକ୍ଟର, ୫୦ରୁ ଉର୍ଦ୍ଧ୍ବ ଇନିସପେକଟର, ୩୪ ଜଣ DSP, ୮ ଜଣ ଅତିରିକ୍ତ ଡିସିପି ନିୟୋଜିତ ହେବେ ବୋଲି ସୂଚନା ଦିଆ ଯାଇଛି । ଏହା ସହିତ ୬ ଶହ ସିସିଟିଭିକୁ ନିୟୋଜିତ କରାଯାଇଛି।
-
ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଭାରତୀୟ କ୍ରିକେଟ୍ ଅଧିନାୟକ ରୋହିତ ଶର୍ମାଙ୍କ ଚାଲାଣ କଟିଛି। ଘଣ୍ଟା ପ୍ରତି ୨୦୦କିଲୋମିଟର ବେଗରେ ଗାଡ଼ି ଚଳାଉଥିବାରୁ ୩ଥର ରୋହିତଙ୍କ ନାଁରେ ଚାଲାଣ କଟିଛି। ପୁଣେ-ମୁମ୍ବଇ ଏକ୍ସପ୍ରେସ୍ ୱେରେ ଅତ୍ୟନ୍ତ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଏହି ଚାଲାଣ କଟିଛି।
-
୨୦୨୭ ସୁଦ୍ଧା ଭାରତ ବିଶ୍ବର ତୃତୀୟ ବୃହତ ଅର୍ଥନୀତି ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହେବ। ତେବେ ୨୦୩୦ ସୁଦ୍ଧା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଦ୍ୱିଗୁଣିତ ହୋଇ ୭ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଜେପି ମୋର୍ଗାନ୍ ପକ୍ଷରୁ ପୂର୍ବନୁମାନ କରାଯାଇଛି।
-
ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ (ଆଇସିଏମ୍ଆର୍) ପ୍ରଥମ ଥର ପାଇଁ ଏକ ପୁରୁଷ ଗର୍ଭନିରୋଧକର ସଫଳ ପରୀକ୍ଷା କରିଛି। ଏହି ଗର୍ଭନିରୋଧକ ପୁରୁଷଙ୍କଠାରେ ଦୀର୍ଘକାଳୀନ ପ୍ରଭାବ ରଖୁଛି। ଆଇସିଏମ୍ଆର୍ ୭ ବର୍ଷ ଧରି ଗବେଷଣା କରିବା ପରେ ଏହି ସଫଳତା ପାଇଛି।
-
ଗୁଜରାଟ ହାଇକୋର୍ଟ ଚାରିଜଣ ଗୁଜରାଟୀ ପୁଲିସଙ୍କୁ ୧୪ ଦିନର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ଗତବର୍ଷ ଅକ୍ଟୋବର ମାସରେ ଖେଦା ଜିଲ୍ଲାର ଉନଦେଲାଠାରେ ତିନିଜଣ ମୁସଲମାନ ବ୍ୟକ୍ତିଙ୍କୁ ଏକ ଖୁଣ୍ଟରେ ବାନ୍ଧି ସର୍ବସାଧାରଣରେ ପିଟିଥିଲେ।
-
ୟୁଟ୍ୟୁବ୍ର ନୂଆ ଲୁକ୍ ଓ ନୂଆ ଫିଚର୍ ପାଇଁ ଏବେ ଯୋଜନା ଆରମ୍ଭ ହୋଇଛି। ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କମ୍ପାନି ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ)ର ଉପଯୋଗ କରି ଅନେକ ଫିଚର ଲଞ୍ଚ୍ କରିବାକୁ ଯାଉଛି।
-
ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ଆସିଛି । ଖୁବଶୀଘ୍ର ଗୋଟିଏ ଆପରେ ଦୁଇଟି ହ୍ୱାଟସଆପ ଆକାଉଣ୍ଟ ବ୍ୟବହାର କରିବା ସମ୍ଭବ ହେବାକୁ ଯାଉଛି ।
-
ଗୁଗୁଲ୍ ଚଳିତ ସପ୍ତାହରେ ଏହାର ନ୍ୟୁଜ୍ ଡିଭିଜନରେ କାର୍ଯ୍ୟରତ ଅନେକ କର୍ମଚାରୀଙ୍କୁ ଛଟେଇ କରିଛି। ଆଲଫାବେଟ୍ ୱାର୍କର୍ସ ୟୁନିୟନର ମୁଖପାତ୍ରଙ୍କ କହିବା ଅନୁସାରେ, ଗୁଗଲ୍ ନ୍ୟୁଜରେ କାର୍ଯ୍ୟରତ ଆନୁମାନିକ ୪୦ରୁ ୪୫ ଜଣ କର୍ମଚାରୀ ଚାକିରି ହରାଇଛନ୍ତି।
-
ଗୁଜରାଟର ସୁରଟରେ ଜଣେ ୪ ଦିନର ବ୍ରେନ୍ଡେଡ୍ ନବଜାତ ଅଙ୍ଗଦାନ କରିଛନ୍ତି। ଏହି ଅମୂଲ୍ୟ ଦାନ କେତେଜଣ ଶିଶୁଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି।
-
ଦେଶର ପ୍ରଥମ ରାପିଡଏକ୍ସ ଟ୍ରେନ ‘ନାମୋ ଭାରତ’ ନାମରେ ପରିଚିତ ହେବ। ଅକ୍ଟୋବର ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।
-
ସାଇବର ଅପରାଧକୁ ଦମନ କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ବୁଧବାର ରେ ଦେଶବ୍ୟାପୀ ଅଭିଯାନ ‘ଅପରେସନ ଚକ୍ର ୨’ ଆରମ୍ଭ କରିଛି।
|
447 |
Y |
|
1342 |
20-10-2023 |
English |
-
Prime Minister Narendra Modi Thursday conveyed his condolences to President of Palestinian Authority Mahmoud Abbas over the deaths of civilians at a hospital in Gaza and reiterated India’s long-standing “principled position” on the Israel-Palestine issue.
-
Canada said Thursday it had withdrawn 41 diplomats from India -- fallout from a bitter row over the killing of a Khalistani terrorist on Canadian soil.
-
Sri Lanka’s anti-graft commission drops case against Gotabaya Rajapaksa in which over `17 million was discovered
-
Virat Kohli’s 48th ODI ton helps India secure a comfortable 7-wicket victory over B’desh in the ongoing World Cup.
-
The Indian Council of Medical Research (ICMR) has completed the clinical trials of the world's first injectable male contraceptive which showed that it is safe and highly efficacious without any serious side effects. The findings of the phase-III clinical trial, which involved 303 candidates aged 25-40 years, were published in the international open access Andrology journal last month.
-
Creation of three new directorates for the promotion and preservation of Odisha’s cultural, archaeological and literary heritage is among the 16 proposals approved by the state Cabinet, chaired by Chief Minister Naveen Patnaik, Thursday.
-
Odisha will soon have its first narco analysis test centre at Capital Hospital here, the facility’s director Laxmidhar Sahoo said after a meeting with State Forensic Science Laboratory (SFSL) officials, Thursday.
-
The Supreme Court Thursday directed the Principal Secretaries of the Ministry of Women and Child Development of all states to ensure appointment of an officer in every district within four weeks to oversee effective implementation of the Sexual Harassment at Workplace (Prevention, Prohibition and Redressal) Act.
-
Troublemakers better take note as the Commissionerate Police has decided to throw a thick blanket of security on City thoroughfares by deploying 31 platoons of police force during the Durga Puja from October 20 to 25.
-
Determining whether a person is diabetic could be as easy as having them speak a few sentences into their smartphone, according to a groundbreaking study that combines voice technology with artificial intelligence in a major step forward in diabetes detection.
-
The CBI has conducted searches at 76 locations across the country under Operation Chakra-2 after registering five separate cases of cyber-enabled financial fraud, including a `100-crore crypto scam, officials said Thursday.
-
The Supreme Court Wednesday sought response of the Delhi Police on pleas of NewsClick founder Prabir Purkayastha and its HR head Amit Chakravarty against their arrest under anti-terror law UAPA.
-
Trains of the Regional Rapid Transit System (RRTS), to be inaugurated by Prime Minister Narendra Modi Friday, will be known as ‘Namo Bharat’, Union Minister Hardeep Singh Puri announced. The 17-km priority section of the Delhi-Ghaziabad-Meerut RRTS Corridor is slated to be opened for passengers October 21
-
China has more than 500 nuclear bombs in its arsenal and is developing new Inter-Continental Ballistic Missiles (ICBMs) that will significantly improve its nuclear-capable missile forces, the Pentagon said Thursday.
-
The country spent more than `3.85 lakh crore on coal imports last year, the government said Thursday.
-
GST Intelligence Officers have detected GST evasion of `1.36 lakh crore in the current fiscal, the finance ministry said Wednesday.
-
The Indian government Thursday decided to allow restriction-free imports of laptops and tablets, and launched a new system of “authorization” aimed at monitoring shipments of such hardware without hurting market supply.
-
US encouraged India to work towards offering equal legal protection to same-sex couples and was "closely monitoring follow-up steps" from the Indian government after the Court declined to legalize same-sex marriage, the U.S. State Department said.
-
Spiritual guru Bangaru Adigalar, popularly known as 'Amma', who brought in revolutionary reforms such as paving the way for women to enter the sanctum sanctorum of Shakti temples, passed away near here on Thursday, sources said.
-
Vande Bharat services are expected to be introduced in Srinagar within this financial year after the Jammu-Srinagar line becomes functional, Railway Minister Ashwini Vaishnaw said here on Thursday.
|
427 |
Y |
|
1343 |
19-10-2023 |
Odia |
-
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ରଘୁବର ଦାସ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ। ପ୍ରଫେସର ଗଣେଶୀ ଲାଲଙ୍କ ଉତ୍ତରାଧିକାରୀ ଭାବରେ ଶ୍ରୀ ଦାସଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଛନ୍ତି। ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରଘୁବର ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବରେ ଅବସ୍ଥାପିତ ହେବେ।
-
କେନ୍ଦ୍ର ସରକାର ତା’ର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ପ୍ରତିଶତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ମହଙ୍ଗା ଭତ୍ତା ଅର୍ଥାତ୍ ‘ଡିଏ’ ହାର ୪୨ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି।
-
ଗାଜାରେ ଗତକାଲି ଏକ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ବିସ୍ଫୋରଣ ପାଇଁ ହମାସ ଇସ୍ରାଏଲକୁ ଦାୟୀ କରିଥିଲା
-
ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ବୁଧବାର କହିଛନ୍ତି ଯେ, ଇସ୍ରାଏଲ ଉପରେ ହମାସ୍ର ଆକ୍ରମଣ ପାଇଁ ପାଲେଷ୍ଟାଇନବାସୀଙ୍କୁ ସାମୂହିକ ଦଣ୍ଡ ଦେବା ଯୁକ୍ତିଯୁକ୍ତ ନୁହେଁ ଏବଂ ତୁରନ୍ତ ଅସ୍ତ୍ରବିରତି ଲାଗୁ ହେବା ଜରୁରୀ।
-
୨୦୨୨ ଓ ୨୦୨୩ରେ ଦୁଇଟି ଘଟଣାରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସମ୍ବଲପୁରରେ ଦୁଇଟି ମାମଲା ହୋଇଥିଲା । ଏହି ଦୁଇଟି ମାମଲାରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।
-
ଆଇସିସି ବିଶ୍ବକପ୍-୨୦୨୩ର ୧୬ତମ ମ୍ୟାଚ୍ରେ ବୁଧବାର ଦିନ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମୁହାଁମୁହିଁ ହୋଇଥିଲେ। ସ୍ଥାନୀୟ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରିଥିଲା। ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୨୮୮ ରନ୍ ସଂଗ୍ରହ କରିିଥିଲା।
-
ପୂଜା ବଜାରକୁ ସରଗରମ କରିବା ପାଇଁ ରିଲିଜ ଅପେକ୍ଷାରେ ୩ଟି ନୂଆ ଫିଲ୍ମ । ରାମ, ମାଲ୍ୟାଗିରୀ କୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ପୂଜାରେ ଅରିନ୍ଦମ, ବାବୁସନ, ସିଦ୍ଧାନ୍ତ, ଅନୁଭବ, ଦେବାଶିଷ, ଅମ୍ଳାନଙ୍କ ସହ ବଲିଉଡ ଅଭିନେତା ରାହୁଲ ଦେବଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ସଫଳତା ପାଇଁ ଆଶାବାଦୀ ପୂରା ଟିମ୍ ।
-
ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ୧୧.୦୭ ଲକ୍ଷରୁ ଅଧିକ ରେଳ କର୍ମଚାରୀ ମାନଙ୍କ ପାଇଁ ବଡ଼ ନିଷ୍ପତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ନନ-ଗାଜେଟଡ କର୍ମଚାରୀ ମାନଙ୍କୁ ୭୮ ଦିନର ପ୍ରଡକ୍ଟିଭିଟି ବୋନସ ଦେବାକୁ ଘୋଷଣା କରିଛନ୍ତି।
-
ଅତ୍ୟାଧନିକ ଓପିଟିସିଏଲ ( ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ ) ଟେକ ଟାୱାର ଲୋକାର୍ପିତ । ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫୫ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଟେକ ଟାୱାର। ଭୁବନେଶ୍ବର ସହିଦ ନଗରରେ ଏହି ଓପିଟିସିଏଲ ଟେକ ଟାୱାର ରହିଛି।
-
କୋରାପୁଟ ଜିଲ୍ଲା ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିଇଡି ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ଶିକ୍ଷା ବର୍ଷରେ ମୋଟ ୫୦ଟି ସିଟ୍ରେ ନାମଲେଖା ହେବ। ଯେଉଁମାନେ ଚଳିତଥର ବିଇଡି ପ୍ରବେଶିକା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନେ ନାମଲଖା ପାଇଁ ଆବେଦନ କରିପାରିବେ।
-
ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବୁଧବାର କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ୫୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି।
-
ସୁନା ମୂଲ୍ୟରେ ପୁଣି ବୃଦ୍ଧି ଘଟିଛି। ବୁଧବାର ୫୦୦ ଟଙ୍କା ବୃଦ୍ଧି ସହ ସୁନା ୧୦ ଗ୍ରାମ ପିଛା ୬୦,୬୫୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ମଧ୍ୟ ଦେଖାଯାଉଛି।
-
ଓଡ଼ିଶା ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଡା. ଏସ. ମୁରଲୀଧର ପୁଣିଥରେ ଓକିଲାତି ପେଶାକୁ ଫେରିବେ।
-
ଚିନି ରପ୍ତାନି ସମ୍ପର୍କରେ ବୁଧବାର କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି। ଅକ୍ଟୋବର ୩୧, ୨୦୨୩ ପରେ ମଧ୍ୟ ଦେଶରୁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଜାରି ରହିବ।
-
ମାଳଦ୍ବୀପର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ମହମ୍ମଦ ମୁଇଜୁ ଦ୍ବୀପଦେଶରୁ ଭାରତୀୟ ସେନାକୁ ତଡ଼ିବା ତାଙ୍କର ପ୍ରଥମ ପ୍ରାଥମିକତା ହେବ ବୋଲି ଦୋହରାଇଛନ୍ତି।
-
ଖୁବ୍ଶୀଘ୍ର ଚିଲିକା ଜଳରାଶିରେ ଭାସିବ ବିଳାସପୂର୍ଣ୍ଣ ରେସ୍ତୋରାଁ। ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାୟ ସାଢ଼େ ୬ କୋଟି ଟଙ୍କା ଖର୍ଚ୍ଚରେ ହେବାକୁ ଥିବା ଏହି ରେସ୍ତୋରାଁରେ ପର୍ଯ୍ୟଟକମାନେ ବିଭିନ୍ନ ରାଜକୀୟ ସେବା ପାଇବେ। ଏଥିରେ ପର୍ଯ୍ୟଟକମାନେ ଚିଲିକା ବୁଲିବା ସହ ରାତ୍ରିଯାପନ ବି କରିପାରିବେ।
-
୨୦୧୯ ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍, ତାଙ୍କ ପତ୍ନୀ ତାଜିନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କୁ ଦୋଷୀ ସାବ୍ୟସ୍ତ କରି ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
-
ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୱେଲ୍ସ୍ପନ୍ର ଅଧ୍ୟକ୍ଷ ବାଲ୍କ୍ରିଷ୍ଣ ଗୋଏଙ୍କା ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି।
-
ଇସ୍ରାଏଲ୍-ହମାସ ଲଢ଼େଇ ଜୋରଦାର ହେବା ପରେ ଭାରତୀୟ ଷ୍ଟକ୍ବଜାର ଉପରେ ତାହାର ପ୍ରଭାବ ପଡ଼ିଛି। ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ୫୫୧ ପଏଣ୍ଟ ହ୍ରାସ ପାଇ ୬୫,୮୭୭ ପଏଣ୍ଟ୍ରେ ବନ୍ଦ ହୋଇଛି।
-
ଚଳିତ ଆର୍ଥିକ ବର୍ଷରେ ଜିଏସ୍ଟି ଗୁଇନ୍ଦା ଅଧିକାରୀମାନେ ୧.୩୬ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଠକେଇ ଠାବ କରିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜିଏସଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ ଉନ୍ନତ ଡାଟା ଆନାଲିଟିକ୍ସକୁ ବ୍ୟବହାର କରି ଠକେଇ ଧରିବାକୁ ଉଦ୍ୟମ କରୁଛି।
|
398 |
Y |
|
1344 |
19-10-2023 |
English |
-
The Rashtrapati Bhavan announced Wednesday that former Chief Minister of Jharkhand, Raghubar Das has been appointed as the Governor of Odisha. He replaces Professor Ganeshi Lal who assumed the Governor’s office in the state May 29, 2018. His tenure ended earlier this year.
-
The Union Cabinet on Wednesday approved release of an additional installment of dearness allowance (DA) to central government employees and dearness relief (DR) to pensioners from July 1, 2023 onwards, representing an increase of 4 per cent over the existing rate of 42 per cent of the basic pay and pension, to compensate against price rise.
-
Ahead of Assembly polls in key wheat growing states, the government announced Wednesday an increase in the minimum support price (MSP) of wheat by `150 to `2,275 per quintal for the 2024-25 marketing season.
-
Chief Minister Naveen Patnaik inaugurated Odisha Power Transmission Corporation Limited (OPTCL) Tech Tower, the public enterprise’s corporate office, in Saheed Nagar area of the City, Wednesday
-
Passengers are in for a tough time during the festive season as the Private Bus Owners’ Association has decided to keep vehicles off the roads from October 20 protesting against the state government’s Location Accessible Multi-modal Initiative (LAccMI) programme.
-
A Delhi court convicted Wednesday five people for the murder of television journalist Soumya Vishwanathan, who was shot dead 15 years ago while she was returning home from work.
-
Odisha has come up with SOPs to meet the challenges of drinking water across the state, especially in villages, before the onset of next year’s summer
-
Medical instruments worth over Rs 60 lakh have been stolen from the Capital Hospital here Tuesday night, an official said Wednesday. Some employees and security personnel are suspected to have been involved in it, he said.
-
Former chief justice of Orissa High Court Justice Dr S Muralidhar is slated to begin practice law before the Supreme Court as he was designated as senior advocate October 16.
-
India's fastest woman Dutee Chand has expressed optimism that same-sex marriage will become a reality one day. Chand made the remark while expressing her views on the apex court's judgment on the legality of same-sex marriage.
-
Tribal dominated Mayurbhanj district got three of the four pairs of trains that were recently approved by the Indian Railways in the South Eastern Railway jurisdiction, officials said Wednesday.
-
A building of the newly established Odisha University of Health Sciences (OUHS) in Ekamra Kshetra here was unveiled by Health Minister Niranjan Pujari Wednesday.
-
Revenue Divisional Commissioner (RDC) (Central Division) Suresh Chandra Dalai has appealed to the devotees to donate mature Phasi, Asan and Dhaura timber for construction of chariots of Lord Jagannath and His siblings, Lord Balabhadra and Devi Subhadra, for the annual Rath Yatra in Puri.
-
Tamil Nadu Tourism department, in association with the state IT department, is developing a tourism app that will cater to all the needs of both domestic and international tourists wishing to explore the state.
-
The Income Tax department has seized unaccounted cash of Rs 32 crore and gold bullion worth Rs 28 crore after its recent searches against two business groups, including one linked to DMK MP S Jagathrakshakan, in Tamil Nadu and Pondicherry.
-
The government Wednesday approved setting up of a Rs 20,773.70 croretransmission line for evacuation of solar power from a 13 GW renewable energy project in Ladakh to Kaithal in Haryana.
-
Walmartowned PhonePe said Wednesday its consolidated revenue for financial year 2023 surged 77%, as more customers used its platform to send and receive money in India’s booming digital payments market.
-
Going by the current form of the teams, the popular pre-match prediction of India’s World Cup game against Bangladesh here Thursday will be a romp for Rohit Sharma’s men.
-
The extraordinary powers of the Enforcement Directorate will come under the scanner of the Supreme Court again with the judges agreeing to hear another batch of petitions challenging them.
-
A police sub-inspector posted in Pune district who recently shot to fame after winning ₹ 1.5 crore on a fantasy sports platform was suspended for alleged misconduct on Wednesday, an official said.
|
416 |
Y |
|
1345 |
18-10-2023 |
Odia |
-
ମୋଦୀ ସରକାର ଦୀପାବଳୀ ଅବସରରେ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି। ସରକାର ମଙ୍ଗଳବାର (୧୭ ଅକ୍ଟୋବର) ଦୀପାବଳୀ ବୋନସ ଦେବାକୁ ଘୋଷଣା କରିଛନ୍ତି। ଏହାରି ମାଧ୍ୟମରେ ଗ୍ରୁପ -ବି ଏବଂ ଗ୍ରୁପ -ସି ବର୍ଗର କର୍ମଚାରୀଙ୍କୁ ୩୦ ଦିନର ଅତିରିକ୍ତ ଦରମା ମିଳିବ।
-
ରିଉଟର୍ସ ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ମଙ୍ଗଳବାର ୧୭ ଅକ୍ଟୋବରକୁ ଗହମର ଦାମ୍ ୧.୬ ପ୍ରତିଶତ ବୃଦ୍ଧି ପାଇଁ ୨୭,୩୯୦ ଟଙ୍କା ପ୍ରତି ମେଟ୍ରିକ ଟନରେ ପହଞ୍ଚିଛି, ଯାହା ୧୦ ଫେବୃଆରୀ ୨୦୨୩ ପରେ ସବୁଠୁ ମହଙ୍ଗା ଅଟେ।
-
ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ହାସଲ କରି ରୌପ୍ୟ ପଦକ ହାସଲ କରିଥିଲେ।
-
ହମାସ୍ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ଲକ୍ଷ୍ୟରେ ଇସ୍ରାଏଲୀ ସେନା ଗାଜା ଅଞ୍ଚଳରେ ଆକ୍ରମଣ ଆହୁରି ତୀବ୍ର କରିଛି। ଏପରିକି ସୁଡ଼ଙ୍ଗ ମଧ୍ୟରେ ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କୁ ମଧ୍ୟ ନିସ୍ତାର ମିଳିନାହିଁ। ପ୍ରାୟ ୧୦ ହଜାରରୁ ଅଧିକ ସୈନିକ ହମାସ୍ ସୁଡ଼ଙ୍ଗ ମଧ୍ୟରେ ପଶି ହମାସ୍ ଆତଙ୍କବାଦୀଙ୍କୁ ନିପାତରେ ଲାଗିଛନ୍ତି ବୋଲି ସୂଚନା ମିଳିଛି।
-
ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତୀୟ ବୈଜ୍ଞାନିକମାନଙ୍କ ମଧ୍ୟରେ ମହାକାଶ ପ୍ରତି ଉତ୍ସାହ ଅଧିକ ରହିଛି। ଚନ୍ଦ୍ରଯାନ-୩ ମିଶନ ପରେ ଆଦିତ୍ୟ L1 ର ସଫଳତା ସମଗ୍ର ବିଶ୍ୱକୁ ଚକିତ କରିଛି। ମହାକାଶରେ ଏକ ଦୃଢ ଉପସ୍ଥିତି ବଜାୟ ରଖିବା ପାଇଁ ଭାରତ ଏହିପରି ମିଶନ ଜାରି ରଖିବ। ଏହି କ୍ରମରେ ଏବେ ଗଗନଯାନ ମିଶନରେ ଜୁଟିଯାଇଛନ୍ତି ଇସ୍ରୋ ବୈଜ୍ଞାନିକ ।
-
ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଚଳଚିତ୍ର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ପୁଷ୍ପା ଚଳଚିତ୍ର ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ‘ପୁଷ୍ପା ଦି ରାଇଜ୍ ‘ ଦର୍ଶକଙ୍କୁ ଆକର୍ଷିତ କରିଥିଲା । କ୍ରୀତି ସନନ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନୀତ କରାଯାଇଛି ।
-
ଚଳଚିତ୍ର ମିମି ପାଇଁ କ୍ରୀତି ସାନନ ଏବଂ ଗଙ୍ଗୁବାଇ କାଠିଆୱାଡି ଫିଲ୍ମ ପାଇଁ ଆଲିଆଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ଓ୍ବାହିଦା ରେହମାନ୍ ପାଇଲେ ଦାଦା ସାହେବ୍ ଫାଲକେ ପୁରସ୍କାର । ଭାରତୀୟ ଚଳଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଫାଲକେ ଆଓ୍ବାର୍ଡ ।
-
ଜାତୀୟ ସଂହତି ପାଇଁ ବେଷ୍ଟ ଫିଚର୍ ଫିଲ୍ମ ଭାବେ ‘ଦି କଶ୍ମୀର ଫାଇଲ୍ସ’କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।
-
‘ପ୍ରତୀକ୍ଷା’କୁ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଜାତୀୟ ପୁରସ୍କାର ମିଳିଛି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ। ଫିଲ୍ମଟି ରିଲିଜ ହେବା ପରେ ବେଶ ସଫଳତା ସାଉଁଟି ଥିଲା।
-
ଆଇଏମ୍ଡି ପକ୍ଷରୁ ମଙ୍ଗଳବାର ସୂଚନା ମିଳିଛି। ୨୦ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଲଘୁଚାପ ସୃଷ୍ଟି ସମ୍ଭାବନା ପରେ ଏ ବର୍ଷ ପୂଜାକୁ ଲଘୁଚାପ ଭସାଇବା ନେଇ ଆଶଙ୍କା ବଢିଛି। ୨୦ ତାରିଖରେ ମହାଷଷ୍ଠୀ,୨୪ରେ ଦଶହରା ଓ ୨୫ରେ ଭସାଣ। ଲଘୁଚାପ ସମ୍ଭାବନା ପରେ ପୂଜା ଭିଜା ଭିଜା ନେଇ ଆଶଙ୍କା ବଢିଯାଇଛି।
-
ତାମିଲନାଡୁର ଭିରୁଧୁନଗର ଜିଲାର ଶିବକାଶୀ ନିକଟରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
-
ଅକ୍ଟୋବର ୨୯ରୁ ଆରମ୍ଭ ହେବ ଭୁବନେଶ୍ୱରରୁ ଗୌହାଟୀ ଡାଇରେକ୍ଟ ଫ୍ଳାଇଟ୍ । ସପ୍ତାହକୁ ସାତଦିନ ଇଣ୍ଡିଗୋ ଯୋଗାଇବ ବିମାନ ସେବା । ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ ଯାତ୍ରୀ । ଆଗକୁ ଜମ୍ମୁ, ଚଣ୍ଡିଗଡ ଏବଂ ସୁରଟକୁ ସିଧାସଳଖ ଉଡିପାରେ ବିମାନ ।
-
ସମଲିଙ୍ଗୀ ବିବାହର ଆଇନଗତ ବୈଧତା ସମ୍ପର୍କରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଐତିହାସିକ ରାୟ ୫ ଜଣିଆ ଖଣ୍ଡପୀଠ ଶୁଣାଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ କହିଛନ୍ତି ଯେ, କୋର୍ଟ ଆଇନ ତିଆରି କରିପାରିବେ ନାହିଁ । ଏହା କେବଳ ଏହାର ବ୍ୟାଖ୍ୟା ଏବଂ କାର୍ଯ୍ୟକାରୀ କରିପାରିବ। ସ୍ୱତନ୍ତ୍ର ବିବାହ ଆଇନର ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ଅଛି କି ନାହିଁ ତାହା ସ୍ଥିର କରିବା ସଂସଦର କାର୍ଯ୍ୟ।
-
ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ମନ୍ଦିର ବାହାରେ କିମ୍ବା ରାସ୍ତାରେ ଭିକାରି ଦେଖିଲେ ଉଠାଇନେବ ବିଏମସି ସ୍କ୍ୱାର୍ଡ । ଭିକାରୀ ମୁକ୍ତ ଭୁବନେଶ୍ବର ପାଇଁ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।
-
ଏକଦା ଦେଶ ତଥା ବିଦେଶରେ ‘ଭୋକର ଭୂଗୋଳ’ ଓ ‘ଅନାହାର ପର୍ଯ୍ୟଟନ ଭୂମି’ କୁହାଯାଉଥିବା ଓଡ଼ିଶା ଏବେ ଦେଶ ପାଇଁ ପାଲଟିଛି ଖାଦ୍ୟ ଭଣ୍ଡାର।ପରିଣତିସ୍ୱରୂପ ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ଦାରିଦ୍ର୍ୟ ହାର ୧୪% ହ୍ରାସ ପାଇଛି।
-
ଭୀମସାରରେ ହୃଦ୍ରୋଗ ଚିକିତ୍ସା ପାଇଁ ଷ୍ଟେମି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଦ୍ବାରା ହୃଦ୍ରୋଗୀଙ୍କୁ ଉତ୍ତମ ଚିକିତ୍ସା ମିଳିବା ସହ ହୃଦ୍ରୋଗରେ ମୃତ୍ୟୁହାର ସଂଖ୍ୟା ହ୍ରାସ ପାଇବ ବୋଲି ଭୀମସାର ଅଧୀକ୍ଷକ ଡାକ୍ତର ଲାଲମୋହନ ନାଏକ କହିଛନ୍ତି।
-
ମାସ୍ ଆକ୍ରମଣରେ ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି।ଅଧ୍ୟୟନରୁ ଜଣାପଡ଼ିଛି ଯେ ହମାସ୍ ଆତଙ୍କବାଦୀମାନେ ବ୍ୟକ୍ତିଙ୍କୁ ବାନ୍ଧି ସେମାନଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ସେହିପରି ଆହୁରି ଅନେକଙ୍କ ହାତ ବାନ୍ଧି ବ୍ଲେଡ୍ରେ କାଟି ଦେଇଥିବା ଜଣାପଡ଼ିଛି। ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି ଏବଂ ନିର୍ମମ ନିର୍ଯାତନା ଦିଆଯାଇଛି।
-
ଆପ୍ ସାଂସଦ ରାଘବ ଚଢ଼ାଙ୍କୁ ଦିଲ୍ଲୀ ହାଇକୋର୍ଟ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ରାଘବ ଚଢ଼ା ତାଙ୍କ ଟାଇପ୍-୭ ସରକାରୀ ବଙ୍ଗଳାରେ ରହିପାରିବେ। ରାଘବଙ୍କ ବଙ୍ଗଳା ଖାଲି କରିବା ସଂକ୍ରାନ୍ତ ରାଜ୍ୟସଭା ସଚିବାଳୟ ନିଷ୍ପତ୍ତି ଉପରେ ପୂର୍ବରୁ ଗତ ଟ୍ରାଏଲ କୋର୍ଟ ରୋକ୍ ଲଗାଇଥିଲେ। ଏହି ରାୟ ବଳବତ୍ତର ରହିବ ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ବିରୋଧରେ ଥିବା ଏକ ମାନହାନି ମାମଲା ରଦ୍ଦ କରିବାପାଇଁ ମୁମ୍ବାଇର ବୋରିଭଲି କୋର୍ଟ ମନା କରିଦେବା ପରେ ସେ ଏହାକୁ ଚ୍ୟାଲେଂଜ କରି ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
-
ପାଲେଷ୍ଟାଇନ ଚରମପନ୍ଥୀ ସଂଗଠନ ହମାସ ବିରୋଧରେ ଇସ୍ରାଏଲ ଚଳାଇଥିବା ଯୁଦ୍ଧରେ ଏକ ବଡ଼ ସଫଳତା ମିଳିଛି । ଇସ୍ରାଏଲ ବାୟୁ ସେନାର ଆକ୍ରମଣରେ ହମାସର ସେଣ୍ଟ୍ରାଲ ବ୍ରିଗେଡର ମୁଖ୍ୟ ଆୟମାନ ନୋଫେଲ ନିହତ ହୋଇଛି ।
|
432 |
Y |
|
1346 |
18-10-2023 |
English |
-
Hamas’ military wing, the Qassam Brigades, says that an Israeli airstrike in the central Gaza Strip has killed one of its top militant commanders. Ayman Nofal is the most high-profile Hamas militant to be killed so far in Israeli bombardment on the Gaza Strip. Nofal, known by his nom de guerre Abu Mohammed, was killed on Tuesday in Israeli strikes that targeted the Bureij camp in the central Gaza Strip, the militant group said in a statement.
-
The 69th National Film Awards ceremony was a grand celebration of outstanding achievements in Indian cinema, held at the prestigious Vigyan Bhavan in Delhi today, October 17. The star-studded event honoured some of the most talented individuals in the film industry, including acclaimed actors Alia Bhatt and Kriti Sanon who jointly bagged Best Actress awards for their movies Mimi and Gangubai Kathiawadi.
-
Solicitor General Tushar Mehta Tuesday welcomed the Supreme Court judgement refusing to accord legal recognition to same-sex marriage under the Special Marriage Act and leaving the issue for Parliament to decide.
-
Chief Minister Naveen Patnaik Tuesday felicitated javelin star Kishore Kumar Jena with a cash award of `1.5 crore for his stellar performance in the recently-concluded Asian Games in China.
-
The administration in this district held Monday a public hearing for Vedanta Limited’s proposed Sijimali bauxite mining project, amid protests by those opposed to it. While more than 150 armed police personnel were guarding the venue at a school at Sunger under Kashipur block, hundreds of men and women assembled to participate in the discussions
-
Chief Minister Naveen Patnaik launched the ‘Ama Odisha Nabin Odisha’ programme in Mayurbhanj, Bargarh and Deogarh districts through virtual mode from Bhubaneswar, Tuesday
-
In a significant judgment, the Supreme Court Tuesday refused to grant legal recognition to the marriages and civil unions between same-sex couples and left it to the Parliament to decide on enacting laws with respect to the matter. It, however, held that same-sex couples have the right to cohabit.
-
Buoyed by the success of the Chandrayaan mission, Prime Minister Narendra Modi Tuesday set ambitious goals for ISRO, asking them to set up an Indian Space Station by 2035 and send the first Indian to the Moon by 2040.
-
The Vedvyas Dham will soon see a complete image transformation as the government has sanctioned additional funds for the project. This famous religious tourism destination is a leading Shaivite shrine. The shrine is witnessing massive development work and the additional state government funds will only spur the process.
-
The Forest department Tuesday launched the tiger census at Similipal National Park amidst suspicion over the number of big cats in Odisha. The state government decided to go for the tiger census after the AllIndia Tiger Estimation (AITE) 2022 released in July this year said that the total number of tigers in Odisha has gone down to 20 during the year from 45 in 2006.
-
The Supreme Court Tuesday reserved its verdict on the regular bail pleas of former Delhi Deputy Chief Minister and Aam Aadmi Party (AAP) leader Manish Sisodia in corruption and money laundering cases arising out of the Delhi excise policy ‘scam’
-
The Supreme Court Tuesday granted Maharashtra assembly Speaker Rahul Narwekar a final opportunity to give it a realistic timeframe for deciding the cross-petitions filed by the rival factions of the Shiv Sena seeking disqualification of each other’s MLAs following a split in the party.
-
The National Green Tribunal (NGT) has issued notices to the chief secretaries of all states and the Union Ministry of Jal Shakti (MoJS) in a matter regarding non-compliance with the tribunal's order regarding the pollution of various river stretches across the country.
-
Hamas’ military wing, the Qassam Brigades, says that an Israeli airstrike in the central Gaza Strip has killed one of its top militant commanders. Ayman Nofal is the most high-profile Hamas militant to be killed so far in Israeli bombardment on the Gaza Strip.
-
Ukraine Tuesday claimed to have carried out one of the most destructive attacks on Russian air assets since the beginning of the war, as a US official revealed that the longerrange ballistic missiles sought for months by Kyiv had been delivered quietly and are in battlefield use.
-
The US, China, Korea and Chinese Taipei have raised concerns on India’s decision to impose import restrictions on laptops, and computers, in a meeting of the World Trade Organisation (WTO), an official said.
-
Even as India’s retirement system has improved to some extent from last year, the country ranked 45 out of the 47 retirement income systems analysed, a report said Tuesday
-
The Central government on Tuesday has revived the Diwali bonus for its employees belonging to group C and Group D and certain categories of group B.
-
Ahead of the Durga Puja festival, the Assam government on Tuesday has decided to provide ₹ 10,000 to each 6953 puja pandals across the state as grants-in-aid.
-
The Supreme Court collegium headed by Chief Justice D Y Chandrachud on Tuesday recommended the names of seven judicial officers for appointment as judges of the Patna and Madhya Pradesh High Courts.
|
474 |
Y |
|
1347 |
17-10-2023 |
Odia |
-
ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩କୁ ସହଜରେ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିଛି। ଭାରତର ଏହି ସଫଳତାକୁ ବିଶ୍ବର ଅନେକ ମହାକାଶ ଏଜେନ୍ସି ସହିତ ଆମେରିକାର ନାସା ମଧ୍ୟ ଭୂୟସୀ ପ୍ରଶଂସା କରିଛି।
-
ଚନ୍ଦ୍ରଯାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ନିଜର କାମ ବହୁତ ଭଲ ଭାବେ କରିବା ପରେ ଏବେ ଖୁସିରେ ଚନ୍ଦ୍ରରେ ଶୋଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ସୋମବାର କହିଛନ୍ତି।
-
ଆସନ୍ତା ୨୮ ତାରିଖ କୁମାର ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ । ଏଥିପାଇଁ ଶ୍ରୀମନ୍ଦିର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ ।ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ଟା ୪ ମିନିଟ୍ ୫୫ ସେକେଣ୍ଡଠାରୁ ରାତି ୨ଟା ୨୪ ମିନିଟି ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ ରହିବ ।
-
ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି ପାଇଁ ରାଜି ହୋଇଛନ୍ତି। ଆପ୍ ସାଂସଦ ରାଘବ ଚଢ଼ା ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ହେବା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହି ମାମଲାରେ ଆଟର୍ଣ୍ଣି ଜେନେରାଲଙ୍କ ସହାୟତା ଲୋଡିଛନ୍ତି।
-
ରାଜ୍ୟର ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ର ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହାଦ୍ବାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ ଜିଲ୍ଲା ବାରକୋଟ ଠାରେ ଗୋଟିଏ ଅତିରିକ୍ତ ସିଭିଲ୍ ଜଜ୍ (କନିଷ୍ଠ ଡିଭିଜନ୍) ତଥା ଜେଏମଏଫସି କୋର୍ଟ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛନ୍ତି
-
ଜଣେ ବିବାହିତା ମହିଳାଙ୍କୁ ତାଙ୍କ ୨୬ ସପ୍ତାହର ଗର୍ଭ ନଷ୍ଟ କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ।ସୋମବାର କୋର୍ଟ କହିଛନ୍ତି ଯେ ଏମ୍ସ ରିପୋର୍ଟ ଅନୁଯାୟୀ ଗର୍ଭସ୍ଥ ଶିଶୁର କୌଣସି ଅସ୍ୱାଭାବିକତା ନାହିଁ ଏବଂ ଏମ୍ସରେ ଠିକ୍ ସମୟରେ ପ୍ରସବ କରାଯାଇପାରିବ।
-
ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ଥିଲେ ବିନୋଦିନୀ । ୧୯୬୫ର ମଲାଜହ୍ନ ଚଳଚ୍ଚିତ୍ର ପାଇଁ ଗୀତ ପ୍ରତମକରି ଲେଖିଥିଲେ ଗୀତ ।
-
ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି । ପୂର୍ବତନ ବିଧାୟକଙ୍କ ବିୟୋଗରେ ପିପିଲିରେ ଶୋକର ଛାୟା ଖେଳିଯାଇଛି ।
-
ଇସ୍ରାଏଲ-ହମାସ୍ ମଧ୍ୟରେ ଲାଗି ରହିଥିବା ମହାସଂଗ୍ରାମ ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି। ହମାସ୍ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପ୍ରତିଜ୍ଞାରେ ଅଟଳ ରହିଥିବା ଇସ୍ରାଏଲ ଗାଜାପଟିରେ ସର୍ଜିକାଲ ଷ୍ଟ୍ରାଇକ୍ ସହ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଥିବା ବେଳେ ଗାଜାପଟି ପାଇଁ ପ୍ରଳୟର ଘଣ୍ଟି ବାଜିଛି।
-
ଯଦି ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ ବନ୍ଦ କରେ ତେବେ ହମାସ ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ବୋଲି ଇରାନ କହିଛି।
-
ଗାଜାରେ ଏକ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାପାଇଁ ଇସ୍ରାଏଲ ପ୍ରସ୍ତୁତ ହେଉଥିବାବେଳେ ଇରାନ୍ ଇସ୍ରାଏଲକୁ ଏନେଇ ଘନ ଘନ ଚେତାବନୀ ଦେଉଛି। ପାଲେସ୍ତିନୀୟଙ୍କ ବିରୋଧରେ ତୁରନ୍ତ ଆକ୍ରମଣ ବନ୍ଦ କରିବାପାଇଁ ଇରାନ ଇସ୍ରାଏଲକୁ କହିଛି।
-
ବେଙ୍ଗାଲୁରୁ ରେ ହୃତ୍ପିଣ୍ଡ ପ୍ରତିରୋପଣର ଆବଶ୍ୟକତା ଥିବା ଜଣେ ୭ ବର୍ଷୀୟା ବାଳିକାର ଜୀବନ ବଞ୍ଚାଇବା ପାଇଁ ତାଙ୍କ ଦାତାଙ୍କ ହୃତ୍ପିଣ୍ଡକୁ ଶେଷାଦ୍ରିପୁରମରୁ ୧୪ କିମି ଦୂର ଆର୍ଆର୍ ନଗରର ସ୍ପର୍ଶ ହସ୍ପିଟାଲରେ ମାତ୍ର ୧୩ ମିନିଟ୍ ୧୭ ସେକେଣ୍ଡରେ ପହଞ୍ଚା ଯାଇଛି।
-
ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍ଚିଙ୍କୁ କେନ୍ଦ୍ର ସରକାର ଆଜି ଜାତିସଂଘର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି। ଏଥିସହିତ ଜେନେଭାଠାରେ ଅବସ୍ଥିତ ଅନ୍ୟ ଅନ୍ତର୍ଜାତୀୟ ସଂଗଠନର ସ୍ଥାୟୀ ପ୍ରତିନିଧି ମଧ୍ୟ ତାଙ୍କୁ କରାଯାଇଛି।
-
ଯେପରି ସାରା ଦେଶର ଲୋକମାନଙ୍କର ୟୁନିକ୍ ଆଇଡି ( ଆଧାର ନମ୍ବର) ରହିଛି , ଠିକ ସେହିପରି ସ୍କୁଲ ପିଲାଙ୍କ ପାଇଁ ଏକ ୟୁନିକ୍ ଆଇଡି ବା ସ୍ବତନ୍ତ୍ର ପରିଚୟ ସଂଖ୍ୟା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଯୋଜନା କରୁଛି ।
-
ଗୁଗୁଲପେ, ଫୋନ୍ପେ, ପେଟିଏମ୍ ଆଦି ଆପ୍ ଜରିଆରେ ଡିଜିଟାଲ୍ ପେମେଣ୍ଟ୍ରେ ଅଭ୍ୟସ୍ତ ହୋଇପଡ଼ିଥିବା ଲୋକମାନେ ଗତ କିଛିଦିନ ହେଲାଣି ସମସ୍ୟା ଦେଇ ଗତି କରୁଛନ୍ତି। କୌଣସି ଜିନିଷ କିଣି ମୋବାଇଲ୍ ଜରିଆରେ ପେମେଣ୍ଟ୍ କରିବା ବେଳେ ତାହା ସଫଳ ହେଉନଥିବାରୁ ନିରାଶ ହୋଇ ଫେରୁଛନ୍ତି।
-
ଜମି ବଦଳରେ ଚାକିରି ଦେବା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର କୋର୍ଟରୁ ଆଉ ଏକ ଆଶ୍ୱସ୍ତି ପାଇଛନ୍ତି। କୋର୍ଟ ତେଜସ୍ବୀଙ୍କୁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି।
-
ବର୍ତ୍ତମାନ ସୁପ୍ରିମକୋର୍ଟର ପାଞ୍ଚ ଜଣ ବିଚାରପତିଙ୍କ ଏକ ବେଞ୍ଚ ରାଜନୈତିକ ଦଳର ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ଚାନ୍ଦା ଗ୍ରହଣ କରିବାର ମାମଲାର ଶୁଣାଣି କରିବ।
-
ନୋଏଡାର ବହୁ ଚର୍ଚ୍ଚିତ ନିଠାରୀ ମାମଲାରେ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅନେକ ଦିନର ବିତର୍କ ପରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।
-
୨୦୨୮ରେ ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଅଲିମ୍ପିକ୍ସ ପାଇଁ ଟି-୨୦ ଫର୍ମାଟକୁ ଅନୁମୋଦନ ମିଳିଛି । କ୍ରିକେଟ୍ ବ୍ୟତୀତ ସ୍କ୍ୱାସ୍, ବେସବଲ୍ / ସଫ୍ଟବଲ୍, ଲାକ୍ରୋସ୍ ଏବଂ ଫ୍ଲାଗ୍ ଫୁଟବଲକୁ ମଧ୍ୟ ୨୦୨୮ ଅଲିମ୍ପିକ୍ସରେ ସାମିଲ କରିବାକୁ ଆଇଓସିର ୧୪୧ ତମ ଅଧିବେଶନରେ ନିଷ୍ପତ୍ତି ହୋଇଛି ।
|
433 |
Y |
|
1348 |
17-10-2023 |
English |
-
The Supreme Court Monday declined to permit a married woman, a mother of two, to terminate her over 26-week pregnancy as the foetus was healthy and the AIIMS medical board found no abnormality with it.
-
Prime Minister Narendra Modi and Chief Ministers of various states were among those who wished Odisha Chief Minister Naveen Patnaik on his 77th birthday, Monday.
-
Odisha has made transformational progress in strengthening livelihoods and food security with a focus on marginalised communities, said Chief Minister Naveen Patnaik on World Food Day here Monday. On the occasion, the CM pledged to reinforce sustainable and inclusive development practices, ensuring availability of nutritious and safe foods for all.
-
Five coaches of a diesel-electric multiple unit (DEMU) passenger train were gutted in a fire that broke out near Narayandoh station in Maharashtra's Ahmednagar district Monday afternoon, but no casualties were reported, officials said.
-
In more trouble for the city's ruling AAP, the CBI and the ED told the Supreme Court Monday they are contemplating making the party an accused in the corruption and money laundering cases linked to the scrapped Delhi excise policy.
-
ISRO Monday said it would commence unmanned flight tests for the Gaganyaan human spaceflight mission with the launch of a test vehicle between 7 am and 9 am October 21 from Sriharikota spaceport to demonstrate the performance of the crew escape system.
-
Palestinians in besieged Gaza crowded into hospitals and schools Monday, seeking shelter and running low on food and water.
-
Daniel Noboa has managed to do what his father failed at five times: Getting elected as Ecuador's President.
-
US President Joe Biden will pay a solidarity visit to Israel on Wednesday following the Hamas attacks, Secretary of State Antony Blinken announced, as he also said Israel and Washington had agreed to develop a plan for aid to Gaza.
-
The Supreme Court told the CBI and ED on Monday they cannot keep former deputy chief minister and AAP leader Manish Sisodia in jail for an "indefinite period" in the Delhi excise policy cases.
-
Arvind Kejriwal's Aam Aadmi Party has decided to make electoral debut in the northeast by contesting in the Mizoram assembly polls.
-
The Allahabad High Court Monday acquitted domestic help Surinder Koli and his employer Moninder Singh Pandher in the sensational 2006 Nithari serial killings in which they were facing death sentence, holding that the prosecution failed to prove the guilt “beyond reasonable doubt” and that the investigation was “botched up’.
-
The CBI Monday filed a charge sheet against six people and a juvenile in connection with two tribal women being paraded naked in Manipur’s Kangpokpi district in May this year.
-
Former Congress MLA Judhistir Samantaray passed away at a private hospital here Monday. He was 73.
-
With the International Olympic Committee (IOC) Monday giving its final nod, Cricket in the Twenty20 format will return to the Olympic Games for the first time since 1900 when Los Angeles hosts the mega event in 2028
|
383 |
Y |
|
1349 |
16-10-2023 |
Odia |
-
ନବୀନ ଇତିମଧ୍ୟରେ ପୂରଣ କରିଛନ୍ତି ରାଜନୈତିକ ଜୀବନର ଅପରାଜେୟ ୨୬ ବର୍ଷ। ଜୀବନର ୭୭ତମ ଶରତ ଅତିକ୍ରମ ସହ ସାରା ଦେଶରେ ସୃଷ୍ଟି କରିଛନ୍ତି ନୂଆ ଇତିହାସ। ଦୀର୍ଘ ଅବଧି କ୍ଷମତାସୀନ ଜୀବିତ ମୁଖ୍ୟମନ୍ତ୍ରୀ ସୂଚୀରେ ନବୀନ ସମ୍ପ୍ରତି ଦେଶର ଏକମାତ୍ର ନେତା।
-
ଇସ୍ରାଏଲରେ ଫସିଥିବା ନିଜ ନାଗରିକଙ୍କୁ ଫେରାଇ ଆଣିବାପାଇଁ ଭାରତ ଗତ ଗୁରୁବାରଠାରୁ 'ଅପରେସନ ଅଜୟ' ଆରମ୍ଭ କରିଥିବା ବେଳେ ଆଜି ଚତୁର୍ଥ ବ୍ୟାଚ୍ରେ ଆଉ ୨୭୪ ଭାରତୀୟ ଦିଲ୍ଲୀ ପହଞ୍ଚିଛନ୍ତି।
-
ଗାଜା ଅଭିଯାନକୁ ବିରୋଧ କରି ଇରାନ ଇସ୍ରାଏଲକୁ ତୁହାକୁ ତୁହା ଧମକ ଦେଇଚାଲିଛି। ଇସ୍ରାଏଲ ଯଦି ‘ଯୁଦ୍ଧ ଅପରାଧ ଏବଂ ଗଣହତ୍ୟା’ ଜାରି ରଖେ, ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ଏବଂ ‘ସୁଦୂରପ୍ରସାରୀ ପରିଣାମ’ ଆସିପାରେ ବୋଲି ଇରାନ କହିଛି।
-
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ରବିବାର କହିଛନ୍ତି ଯେ, ଭାରତର ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍୧ ମହାକାଶଯାନ ଜାନୁଆରି ମଧ୍ୟଭାଗ ସୁଦ୍ଧା ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍୧)ରେ ପହଞ୍ଚିବ।
-
ଆମ ପୃଥିବୀ ଓ ସୌରଜଗତରେ ଥିବା ଅନ୍ୟ ଗ୍ରହମଣ୍ଡଳ ସୃଷ୍ଟି ପଛରେ ଏକ ବିଗବ୍ୟାଙ୍ଗ୍ ବା ମହାବିସ୍ଫୋରଣ ଥିବା ବୈଜ୍ଞାନିକମାନେ ପୂର୍ବରୁ କହିଆସୁଛନ୍ତି । ଏବେ ସେହିପରି ଏକ ମହାବିସ୍ଫୋରଣ ହୋଇଥିବା ଆମେରିକୀୟ ମହାକାଶ ଏଜେନ୍ସି ନାସା ଦାବି କରିଛି ।
-
ଏକ ଶିଶୁ ନିରୋଧୀ ଖରାପ ବ୍ୟବହାର ମାମଲାର ତଦନ୍ତରେ ସହେଯାଗ କରିବାରେ ବିଫଳ ହୋଇଥିବା ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ସଂସ୍ଥା ‘ଏକ୍ସ’ ଉପରେ ଅଷ୍ଟ୍ରେଲିଆ ସରକାର ୩,୮୬,୦୦୦ ଡଲାର ଜରିମାନା ଲାଗୁ କରିଛନ୍ତି।
-
ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ମନୋହର ସିଂହ ଗିଲ୍ (୮୬)ଙ୍କର ଆଜି ପରଲୋକ ହୋଇଛି। ଦକ୍ଷିଣ ଦିଲ୍ଲୀର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।
-
ଓଡ଼ିଶା ସମେତ ୧୪ଟି ରାଜ୍ୟରେ ମୁଦ୍ରାସ୍ଫୀତି ଜାତୀୟ ହାର ଠାରୁ ଅଧିକ ରହିଛି। ଅଗଷ୍ଟ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୬.୮୩ ପ୍ରତିଶତ ରହିଥିଲା।
-
ଆସନ୍ତା ମାସରେ ହେବାକୁ ଥିବା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି।
-
ଇସ୍ରାଏଲ ସେନାକୁ ମାଗଣାରେ ଖାଦ୍ୟ ପ୍ରଦାନ କରୁଛି ଫାଷ୍ଟ୍ଫୁଡ୍ କମ୍ପାନି ମ୍ୟାକଡୋନାଲ୍ଡସ୍। କମ୍ପାନିର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।
-
ବିଆରଏସ୍ ଇସ୍ତାହାରରେ ଜନସାଧାରଣଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଛି। ଆଗକୁ ୪୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର। କେବଳ ସେତିକି ନୁହେଁ ସରକାରୀ ଭତ୍ତା ମଧ୍ୟ ବଢ଼ିବ। ୪ ହଜାରକୁ ବୃଦ୍ଧି କରାଯିବ ସରକାରୀ ଭତ୍ତା। ଏଭଳି କିଛି ପ୍ରତିଶ୍ରୁତିରେ ପୋତି ପକାଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ।
-
କଂଗ୍ରେସ ମଧ୍ୟପ୍ରଦେଶ-ଛତିଶଗଡ-ତେଲେଙ୍ଗାନା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଂଗ୍ରେସ ପକ୍ଷରୁ ମଧ୍ୟପ୍ରଦେଶ ପାଇଁ ୧୪୪ , ଛତିଶଗଡ ପାଇଁ ୩୦ ଏବଂ ତେଲେଙ୍ଗାନା ପାଇଁ ୫୫ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।
-
ସାରା ଦେଶ ପାଇଁ ମଡେଲ ସାଜିଥିବା ଓଡ଼ିଶାର ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। ଏହି ଯୋଜନାର ପ୍ରଶଂସକ ତାଲିକାରେ ଯୋଡ଼ି ହୋଇଛନ୍ତି ଲଣ୍ଡନସ୍ଥିତ ଆନ୍ତର୍ଜାତିକ ଜଳସଂଘର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କଳାନିଥି ଭୈରବମୂର୍ତ୍ତି।
-
ରାଜ୍ୟରେ ପ୍ରାଥମିକ କୃଷିଋଣ ସମିତି (ପାକ୍ସ) ଏବଂ ବୃହତାକାର ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ୍) ପେଟ୍ରୋଲ ପମ୍ପ, ଏଲ୍ପିଜି ଡିଲରସିପ୍ ନେବାପାଇଁ ନିଷ୍ପତ୍ତି ହେବା ପରେ ଏନେଇ ଆଗ୍ରହ ପ୍ରକାଶ ପାଇଛି। ରାଜ୍ୟବ୍ୟାପୀ ମୋଟ ୧୦ଟି ଜିଲ୍ଲାରେ ୧୪ଟି ପ୍ରସ୍ତାବ ଆସିଥିବା ବେଳେ ୯ଟି ପାକ୍ସ ଏବଂ ଲ୍ୟାମ୍ପସ ପେଟ୍ରୋଲ ପମ୍ପ ପାଇଁ ଆବେଦନ ମଧ୍ୟ କରିଛନ୍ତି।
-
ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ସ୍କୁଲ୍ ତାଲିକାରେ ଓଡ଼ିଶାର ଦୁଇଟି ଆଦର୍ଶ ବିଦ୍ୟାଳୟ (ଓଏଭି) ସ୍ଥାନ ପାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ବୁଢ଼ାପାଳ ଓଏଭି ଦେଶରେ ଅଷ୍ଟମ ସ୍ଥାନ ଅଧିକାର କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ରାଣୀଭୋଳ ଓଏଭି ନବମ ସ୍ଥାନରେ ରହିଛି। ଇଡବ୍ଳୁ ପୋର୍ଟାଲ ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ୍ ୨୦୨୩-୨୪’ ତାଲିକାର ଶ୍ରେଷ୍ଠ ୧୦ଟି ସରକାରୀ ଆବାସିକ ସ୍କୁଲ ମଧ୍ୟରେ ଓଡ଼ିଶାର ଏହି ଦୁଇଟି ସ୍କୁଲ ସ୍ଥାନ ପାଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏହି ତାଲିକାରେ ଦେଶର ମୋଟ ୧୧ଟି ସ୍କୁଲ ସ୍ଥାନ ପାଇଛି।
-
ଶିମିଳିପାଳ ଅଭୟାରଣ୍ୟରେ ସୋମବାର ଠାରୁ ବାଘ ଗଣନା ଆରମ୍ଭ ହୋଇଛି। ୨୭୫୦ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(ଏସଟିଆର)ର ୧୬ ଗୋଟି ରେଞ୍ଜ୍ର ୧୭୩ ବିଟ୍ ଏବଂ ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ଆଦି ବନଖଣ୍ଡର କେତେକ ରେଞ୍ଜରେ ଗଣନା ଆରମ୍ଭ ହୋଇଛି।
-
ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲା ସିଲିଗୁଡ଼ି ନକ୍ସଲବାରି ବଜାରରେ ରବିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ୬୦ରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଛି।
-
ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧ ଲକ୍ଷ ୩୦ ହଜାର ଦର୍ଶକ ମ୍ୟାଚ୍କୁ ଦେଖୁଥିଲେ। ଅନଲାଇନ୍ OTT ପ୍ଲାଟଫର୍ମରେ ରେକର୍ଡ ସଂଖ୍ୟକ ଲୋକ ଏହି ମ୍ୟାଚ୍ ଲାଇଭ୍ ଦେଖିଥିଲେ । ଯାହା ସବୁ ରେକର୍ଡକୁ ଭାଙ୍ଗିଦେଇଛି। ଏହି ସୂଚନା ହଟଷ୍ଟାର ପକ୍ଷରୁ ଟ୍ୱିଟ୍ କରି ଦିଆଯାଇଛି। ଏକ ସମୟରେ ହଟଷ୍ଟାରରେ ୩.୧ କୋଟି ଲୋକ ଏକାସାଙ୍ଗରେ ଏହି ମ୍ୟାଚ୍ ଦେଖୁଥିଲେ । ଏହା ପରେ ଏହି ସଂଖ୍ୟା ଆହୁରି ବଢି ୩.୫ କୋଟି ଛୁଇଁଥିଲା।
-
ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି।
-
ଦିନିକିଆ ବିଶ୍ୱକପ କ୍ରିକେଟରେ ଆଫଗାନିସ୍ତାନ ଟିମ ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛି । ବିଶ୍ୱକପ୍ ୨୦୨୩ରେ ରବିବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗତଥର ଚାମ୍ପିଅନ୍ ଇଂଲଣ୍ଡକୁ ୬୯ରେ ରନ୍ରେ ପରାସ୍ତ କରିଛି ଆଫଗାନିସ୍ତାନ।
|
432 |
Y |
|
1350 |
16-10-2023 |
English |
-
Chief Minister Naveen Patnaik, who turns 78 Monday, will not celebrate his birthday owing to the demise of his elder sister Gita Mehta last month, a CMO statement said.
-
Former chief election commissioner Manohar Singh Gill died at a south Delhi hospital Sunday after a brief illness, according to people close to him. He was 86.
-
The government has given a final call to all legal entities engaged in sugar trade to declare their stocks on a food ministry website by October 17, and warned that strict action will be taken against those for violation.
-
The Empowered committee in PLI (production-linked incentive) scheme has approved Rs 1,000 crore disbursement to beneficiary firms of the electronics sector, a top government official said.
-
A war of words has ensued between the ruling Congress and the opposition BJP in Karnataka following the recovery of unaccounted cash of over ₹ 50 crore from people including ₹ 42 crore from a contractor in the recent Income Tax raids in Bengaluru.
-
The airport, touted as the dream project of Haryana Home Minister Anil Vij, will be established on 20 acres, alongside the Air Force Station.
-
The Congress has fielded young television actor Vikram Mastal, who is popular for his portrayal of Hanuman in Anand Sagar’s ‘Ramayan’, against Chief Minister Shivraj Singh Chouhan in the upcoming Madhya Pradesh elections
-
Actor Michael Caine has officially retired from acting, with the film The Great Escaper being his ultimate undertaking, has shared his decision to retire, citing his advanced age as the primary reason.
-
Eminent theatre personality Manoj Pattanyak, who received the Sangeet Natak Akademi award earlier this year, has been elected as the President of Odisha Natya Sangh (ONS), an assembly of over 150 drama troupes in Odisha.
-
Town police here Sunday seized 2,160 bottles of cough syrup from an auto-rickshaw and arrested two persons during a raid near Krushak Bazaar on Gurudwar Square-Railway Station road in the town while it was being smuggled outside, Sunday
-
The Supreme Court is scheduled to hear Monday a plea moved by Aam Aadmi Party leader Raghav Chadha, challenging his indefinite suspension from the Rajya Sabha.
-
The Congress Sunday announced its first list of party candidates for the Madhya Pradesh, Chhattisgarh and Telangana assembly elections.
-
Raising social security pension amounts, increasing financial assistance given under the 'Rythu Bandhu' investment support scheme for farmers and providing LPG cylinders at `400 each are some of the promises made by the ruling BRS for the upcoming assembly elections in Telangana.
-
Star Indian pacer Jasprit Bumrah traced the origin of his fine two for 19 spell that played a big part in India bowling out Pakistan for 191 in their World Cup match Saturday to his ability to read the pitch at a venue where he played a lot cricket from the junior days. India easily won the match by seven wickets andBumrah was adjudged as the player of the match.
-
ISRO has lined up a series of exploration missions including to Mars, Venus and to the Moon again, apart from the maiden human spaceflight programme, Chairman S Somanath said on Sunday.
|
393 |
Y |
|