-
ଫ୍ରାନ୍ସ୍ର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ଫ୍ରାନ୍ସ୍ ଗସ୍ତରେ ଯାଇ ଜୁଲାଇ ୧୪ ତାରିଖ ଦିନ ସେ ବାର୍ଷିକ ‘ବାଷ୍ଟିଲ୍ ଡେ’ ପରେଡ୍’ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ।
-
୨୦୨୫ରେ ଭୟାନକ ସୌର ଝଡ଼ ସୃଷ୍ଟି ହେବ ଏବଂ ଏହା ଇଣ୍ଟରନେଟ୍ ପାଇଁ ବିନାଶକାରୀ ହେବ ବୋଲି କେତେକ ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଆମେରିକାର ମହକାଶ ଗବେଷଣା ସଂସ୍ଥା ନାସା ଏ ନେଇ କୌଣସି ଟିପ୍ପଣୀ ରଖିନାହିଁ।
-
ଉତ୍ତର ଭାରତରେ ବର୍ଷାଜନିତ ଘଟଣା ଯୋଗୁଁ ଗତକାଲି ଆଉ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବୁଧବାର ବର୍ଷାର ତୀବ୍ରତା ହ୍ରାସ ପାଇଥିଲେ ମଧ୍ୟ ଏହାର ପ୍ରକୋପରୁ ନିସ୍ତାର ମିଳିନାହିଁ। ହିମାଚଳ ପ୍ରଦେଶରେ ମଙ୍ଗଳବାର ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି।
-
ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ସାତୋଟି ଜାତୀୟ ରାଜନୈତିକ ଦଳକୁ ଚାନ୍ଦା ପରିମାଣ ୨୦୧୮ରୁ ୭୪୩ ପ୍ରତିଶତ ବୃଦ୍ଧି ପାଇଛି ବୋଲି ନିର୍ବାଚନୀ ୱାଚ୍ଡଗ ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ଦ୍ୱାରା କରାଯାଇଥିବା ବିଶ୍ଳେଷଣରୁ ଜଣାପଡିଛି।
-
ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ମଙ୍ଗଳବାର କହିଛି ଯେ ଚନ୍ଦ୍ରଯାନ-୩ ମିସନ ପାଇଁ ସମଗ୍ର ଉତ୍କ୍ଷେପଣ ପ୍ରସ୍ତୁତି ଏବଂ ପ୍ରକ୍ରିୟାକୁ ଅନୁସରଣ କରି ଏହା ଏକ ୨୪ ଘଣ୍ଟିଆ ‘ଲଞ୍ଚ୍ ରିହର୍ସାଲ’ କରିଛି।
-
କେନ୍ଦ୍ର ସରକାର ଦୁଇ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଉଜ୍ଜ୍ବଳ ଭୂୟାଁ ଓ ଜଷ୍ଟିସ ଏସ୍ଭି ଭଟ୍ଟିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାପାଇଁ ମଂଜୁରି ପ୍ରଦାନ କରିଛନ୍ତି।
-
ଭାରତ ଫ୍ରାନ୍ସ ଠାରୁ ନୂଆ ରାଫେଲ ବିମାନ କିଣିବାକୁ ଯାଉଥିବା ବେଳେ ଅଡ଼ୁଆ ବଢ଼ାଇଛି ପୁରୁଣା ଚୁକ୍ତି। ୨୦୧୬ରେ ହୋଇଥିବା ପୁରୁଣା ରାଫେଲ୍ ଚୁକ୍ତିରେ ଦୁର୍ନୀତି ଅଭିଯୋଗ ହୋଇଛି। ଏଥିପାଇଁ ଭାରତକୁ ନୋଟିସ୍ କରିଛନ୍ତି ଫାନ୍ସର ଏକ ମାଜିଷ୍ଟ୍ରେଟ୍ କୋର୍ଟ। ତଦନ୍ତରେ ସହଯୋଗ କରିବାକୁ କୋର୍ଟ କହିଛନ୍ତି ।
-
ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଟମାଟୋ କିଲୋ ପ୍ରତି ଏବେ ୨୦୦ ଟଙ୍କା। କେବଳ ଦିଲ୍ଲୀ ନୁହେଁ ଦେଶର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଟମାଟୋ କିଲୋପ୍ରତି ୧୦୦ରୁ ୨୦୦ ଟଙ୍କା ଦରରେ ବିକ୍ରି ହେଉଛି।
-
ମଙ୍ଗଳବାର ରାତିରେ ମହାରାଷ୍ଟ୍ରର ନାଗପୁର ନିକଟ ଭଣ୍ଡାରା-ନାଗପୁର ରାଜପଥରେ ଗୋଟାଏ ଦ୍ରୁତଗାମୀ ଟ୍ରକ୍ ଚଢ଼ି ଯିବାରୁ ପ୍ରାୟ ୫୦ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।
-
ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦୃଷ୍ଟିରେ ରଖି ସହଯୋଗ ଜାରି ରଖିବାକୁ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)କୁ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆହ୍ବାନ ଦେଇଛନ୍ତି।ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ କହିଛନ୍ତି ଯେ ନାବାର୍ଡର ବିଭିନ୍ନ କାର୍ଯ୍ୟକ୍ରମ ୩ ଲକ୍ଷରୁ ଅଧିକ ମହିଳାଙ୍କୁ ସ୍ପର୍ଶ କରିପାରିଛି। ଗତ ୧୦ ବର୍ଷରେ ନାବାର୍ଡ ଜରିଆରେ ୪୦୦୦ ଏସ୍ଏଚ୍ଜି ମହିଳା ସଂସ୍ଥା ସ୍ଥାପନ କରିପାରିଛନ୍ତି।
-
ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ଦେଖାଦେଇଥିବା ଅଭାବନୀୟ ସ୍ଥିତିର ମୁକାବିଲା କରିବା ଲାଗି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ୭,୫୩୨ କୋଟି ଟଙ୍କାର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଜାରି କରିଛନ୍ତି।
-
ଇଲେକ୍ଟ୍ରିକ୍ ଯାନ (ଇଭି)ରେ ବ୍ୟବହାର ହେଉଥିବା ବ୍ୟାଟେରିର ପ୍ରମୁଖ ଉପାଦାନ ଲିଥିଅମ୍ ଖଣିର ବାଣିଜ୍ୟିକ ଖନନ ଲାଗି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଏନେଇ ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ ୧୯୫୭ରେ ଆବଶ୍ୟକ ସଂଶୋଧନ କରାଯାଇଛି।
-
ୟୁରୋପୀୟ ଦେଶ ଲିଥୁଆନିଆ ରାଜଧାନୀ ଭିଲ୍ନିଅସ୍ରେ ବୁଧବାର ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେଶନ୍ (ନାଟୋ)ର ଦୁଇଦିନିଆ ସମ୍ମିଳନୀ ଉଦ୍ଯାପିତ ହୋଇଯାଇଛି।
-
ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାରେ ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।
-
ଦୟାୱେଷ୍ଟ କେନାଲ ଦୁଇକଡ଼ ଦେଇ ଯିବାକୁ ଥିବା ୬ ଥାକିଆ ରାସ୍ତା ନିର୍ମାଣ ପାଇଁ ଡ୍ରୋନ୍ ସର୍ଭେ ହେବ। ବାରଙ୍ଗଠାରୁ ଜଟଣୀ ପର୍ଯ୍ୟନ୍ତ ପ୍ରାୟ ୩୮କିମି ବନ୍ଧରେ କେତେ ଜବରଦଖଲ ଅଛି? କେତେ ଖାଲି ଜାଗା ଅଛି? କେତେ ବସ୍ତି ଅଛି? କି କି ପ୍ରକାରର ନିର୍ମାଣ ଅଛି? ଏସବୁର ସର୍ଭେ କରିବ ଡ୍ରୋନ୍ l
-
ଦେଶର ରାଜଧାନୀ ଦିଲ୍ଲୀରେ ଯମୁନା ଜଳ ସ୍ତରର ୪୫ ବର୍ଷ ପୁରୁଣା ରେକର୍ଡ ବୁଧବାର ଭାଙ୍ଗିଛି। ବର୍ତ୍ତମାନ ଯମୁନାର ଜଳ ସ୍ତର ୨୦୭.୫୫ ମିଟରରେ ପହଞ୍ଚିଛି।
-
ଭାରତରେ ଆଇଫୋନ୍ ତିଆରି କରିବ ଟାଟା ଗ୍ରୁପ୍। ସେଥିପାଇଁ ଏହା କର୍ଣ୍ଣାଟକରେ ଥିବା ୱିଷ୍ଟ୍ରନ୍ କାରଖାନା ଅଧିଗ୍ରହଣ କରିବା ଲକ୍ଷ୍ୟ ରଖିଛି।
-
ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ବୁଧବାରଠାରୁ ଏଠାରେ ପ୍ରଥମ ଟେଷ୍ଟମ୍ୟାଚ୍ ଆରମ୍ଭ ହୋଇଛି । ଆରମ୍ଭରୁ ୱେଷ୍ଟଇଣ୍ଡିଜ୍ ବିପର୍ଯ୍ୟୟ ଭୋଗିଛି। ଭାରତୀୟ ସ୍ପିନର ମୋଟ ୮ଟି ୱିକେଟ ନେବାରୁ ୱେଷ୍ଟଇଣ୍ଡିଜ୍ର ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଛନ୍ତି।
-
ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଏଠାରେ ବୁଧବାରଠୁ ଆରମ୍ଭ ହୋଇଛି। ଉଦ୍ଘାଟନୀ ଦିବସରେ ଲମ୍ବ ଦୂରତା ଧାବକ ଅଭିଷେକ ପଲ୍ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି। ଅଭିଷେକ ୧୦,୦୦୦ ମିଟର ରେସ୍କୁ ୨୯:୩୩.୨୬ ସେକେଣ୍ଡ ସମୟରେ ଶେଷ କରି ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ପାଇଥିଲେ।
-
ପନିପରିବା ଓ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଯୋଗୁ ଗତ ଜୁନ୍ରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୪.୮୧%ରେ ପହଞ୍ଚତ୍ଥିଲା, ଯାହାକି ୩ ମାସରେ ସର୍ବାଧିକ ବୋଲି ସରକାରୀ ଭାବେ କୁହାଯାଇଛି।